ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି

ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି ଲେଖକ/କବି: ବନମାଳୀ ଦାସ
ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି

ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି

ରାଗ ସିନ୍ଧୁକାମୋଦୀ, ତାଳ ଆଦିତାଳ
ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି । ଘୋଷା ।

ପରସ୍ପରେ ପଡ଼ଇ ସୁଧା ଆଣି ଇଡ଼ଇ
ସବୁ ବିଷୟା ହୁଏ ଆରତି । ୧ ।

ପାସୋରିଲେ ପାସୋରି ଶୋରିଷକେ ନ ପାରି
ନ ଦେଖି ଛାତି ହୁଏ କରତି । ୨ ।

ରେଣୁ ପଡ଼ିଲେ ଆଖି ଚିତ୍ର କିଛି ନ ଦେଖି
ବନ୍ଧୁ ମୂରତି ହୁଏ ଭରତି । ୩ ।

ଆଖିର ଆଖି କୀଟ ଅଟଇ ଏ କି ଲଟ?
କାଟୁଛି ହୋଇ ନାହିଁ ବରତି । ୪ ।

ନୟନ ପରବଶ ହେଲେ କରଇ ନାଶ
ସତ ଏ ବନମାଳୀ ଭାରତୀ । ୫ ।