ଆଲୋଚନା:ପ୍ରଧାନ ପୃଷ୍ଠା
Latest comment: ୯ ବର୍ଷ ପୂର୍ବେ by Subas Chandra Rout in topic ବହିମାନଙ୍କର ଏକ ସୂଚୀ
ନୂଆ ଆଡମିନ ପ୍ରସଙ୍ଗ
ସମ୍ପାଦନାଉଇକିପାଠାଗାର ଆରମ୍ଭ ହେବା ପରେ ଦେଖାଯାଉଛି, ଅଧିକ ସଂଖ୍ୟକ ଲୋକ ସମ୍ପାଦନା କରୁଛନ୍ତି । ସେଥି ଯୋଗୁ ମୁଁ ଭାବୁଛି ଜଣେ ବା ଦୁଇଜଣ ଅଧିକ ଆଡମିନ ହେଲେ ଭଲ ହେବ । ଅନ୍ୟମାନେ ଏହା ଉପରେ ମତ ଦିଅନ୍ତୁ । --Subas Chandra Rout (ମୋ ଆଲୋଚନା) ୧୦:୦୭, ୩ ଡିସେମ୍ବର ୨୦୧୪ (IST)
- ନିଶ୍ଚିତ ଭାବେ ଏହାଦ୍ୱାରା ଉଇକି ପାଠାଗାର ତ୍ଵରିତ ଏବଂ ଅଧିକ ସମୃଦ୍ଧ ହେବ । Hpsatapathy (ମୋ ଆଲୋଚନା) ୨୩:୦୭, ୨୬ ଡିସେମ୍ବର ୨୦୧୪ (IST)
- ଏହା ନୂଆ ପ୍ରକଳ୍ପ ହେଇଥିବାରୁ ବହୁତ କାମ ବାକି ଅଛି, ତେଣୁ ଅଧିକ ପରିଚାଳକ ରହିବା ଠିକ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୦୩, ୨୮ ଡିସେମ୍ବର ୨୦୧୪ (IST)
ବହିମାନଙ୍କର ଏକ ସୂଚୀ
ସମ୍ପାଦନାଓଡ଼ିଆ ଉଇକିପାଠାଗାରରେ ଉପଲବ୍ଧ ବହି ମାନଙ୍କର କୌଣସି ସୂଚୀ ନାହିଁ ଯେଉଁ ବହିଗୁଡ଼ିକ ଏଡିଟ ହୋଇନାହିଁ । କେଉଁଗୁଡ଼ିକ ଆଂଶିକ ଲେଖା ଯାଇଛି ଓ ପୂର୍ଣ୍ଣ ହୋଇସାରିଛି ତାହା ମଧ୍ୟ ଜଣାଯାଉନାହିଁ । ଉଇକିଆଳିମାନେ କିପରି ଜାଣିବେ, କେଉଁଟି ଲେଖା ହୋଇଛି, କେଉଁଟି ହୋଇନାହିଁ । ପ୍ରତ୍ୟେକ ବିଷୟ ଖୋଜି ଦେଖିବା ସମ୍ଭବପର ନୁହେଁ । ସରିଯାଇଥିବା ଲେଖା ଉପରେ ଗୋଟିଏ ଚିହ୍ନ (ତାରକା?) ଦେଲେ ଭଲ ହେବ । ଅଲେଖା ବହିମାନଙ୍କର ସୂଚୀ ନିହାତି ଆବଶ୍ୟକ । --Subas Chandra Rout (ମୋ ଆଲୋଚନା) ୧୨:୨୪, ୧୪ ସେପ୍ଟେମ୍ବର ୨୦୧୫ (IST)