ଇକ୍ଷ୍ୱାକୁ କୁଳ ସିନ୍ଧୁ ଚନ୍ଦ୍ରମା

ଇକ୍ଷ୍ୱାକୁ କୁଳ ସିନ୍ଧୁ ଚନ୍ଦ୍ରମା
ବିଷୟ
ରାଗ କୌଶିକ, ପଡ଼ିତାଳ

ଇକ୍ଷ୍ୱାକୁ କୁଳ ସିନ୍ଧୁ ଚନ୍ଦ୍ରମା ହେ ମୋର ଜନନୀ ଏହା ଅର୍ଜିଲେ ।
ତୁମ୍ଭଙ୍କୁ ନ ଦେଖି ପିଅର ହେ ରାମ ବୋଲିଣ ପ୍ରାଣ ତେଜିଲେ ।
ଦୁଷ୍ଟ ପାମରୀ ମନ୍ଦଭାଗୀ ହେ କ୍ଷମାଶୀଳ ଦୋଷ କର କ୍ଷମା ।
ଅଯୋଧ୍ୟାପୁରେ ଅଭିଷେକ ହୁଅ ହେ ଘେନିଣ ଜନ‌କଜେମା ।
ଭରତ ଶତ୍ରୁଘ୍ନ ଏମନ୍ତ ଯେ କ‌ହି ଚରଣ ତଳ ପଡ଼ିଲେ ।
ଉଠ ଉଠ ବୋଲି ଶ୍ରୀକରେ ଯେ ବେନି ଭାଇଙ୍କି ତୋଳି ଧଇଲେ ।
ପିତାମୃତ୍ୟୁ ରାମ ଲକ୍ଷ୍ମଣ ସୀତା ଯେ ଶୁଣିଣ ବିଳାପ କଲେ ।
ମଦାଗ୍ନୀ ଜଳେ ସ୍ନାନ କରି ସେ ଇଙ୍ଗୁଦୀଫଳ ପିଣ୍ତାନ୍ନ ଦେଲେ ।
ବଶିଷ୍ଠ ଆଦି ସକଳଙ୍କର ବଚନରେ ନୋହିଲେ ପ୍ରସନ୍ନ ।
ଯେ ଯେତେରୂପେ ମଣାଇଲେ ହେଁ ରାମ ନୋହିଲେ ସଦୟ ମନ ।
ଭରତଙ୍କୁ ରାଜନୀତି କ‌ହି ସେ ପାଦୁକା ଦେଇ କଲେକ ତୋଷ ।
ବୋଲେ ବିଶି ଭ୍ରତ ନନ୍ଦିଗ୍ରାମେ ଯେ ସୈନ୍ୟ ଘେନି ହେଲେ ପ୍ରବେଶ ।