ଏଥରକ ଶ୍ୟାମ ଦୋଷ କର କ୍ଷମା
ଏଥରକ ଶ୍ୟାମ ଦୋଷ କର କ୍ଷମା
(ରାଗ: କେଦାର - ଆଠତାଳି)
ଏଥରକ ଶ୍ୟାମ ଦୋଷ କର କ୍ଷମାରେ । ଘୋଷା ।
ପଦତଳେ ପଡ଼ି ଯାଉଛନ୍ତି ସଢ଼ି
ତୋଳ ହେଲେ ଶ୍ରୀମୁଖ ଚନ୍ଦ୍ରମାରେ । ୧ ।
ନ ଘୋଡ଼ା ଶ୍ରବଣ କହୁଛନ୍ତି ଶୁଣ
କୃପାନିଧି ବୃଷଭାନୁ ଜେମାରେ । ୨ ।
କେତେଥର ସହୀ ଯାଇନାହୁଁ ସହି
ଅପରାଧ ଯାକ ଘେନି ପ୍ରମାରେ । ୩ ।
ପଶୁପ ନଗରୀ ଶିରୀ ଯିବ ସରି
ନ ଚାହିଁଲେ କେଶରୀ ମଧ୍ୟମାରେ । ୪ ।
ଗୋପାଳକୃଷ୍ଣ ସେ ସମୟରେ ଭାଷେ
ଅର୍ଦ୍ଧ ହୋଇଗଲାନି ତ୍ରିଯାମାରେ । ୬ ।