କଦମ୍ବ ବନେ ବଂଶୀ ବାଜିଲା
କଦମ୍ବ ବନେ ବଂଶୀ ବାଜିଲା
କଦମ୍ବ ବନେ ବଂଶୀ ବାଜିଲା ରେ।
ରାଧା ଦମ୍ଭ ଶିଖରୀ ଭାଜିଲା ରେ। ପଦ।
ତୋ ବିନା ପ୍ରତିକାର ଆନ କେ ନାହିଁ ମୋର ।
ବିବେକ-ରତନ ମୋ ହଜିଲାରେ । ୧ ।
କଢ଼ା ମୋତେ ସରଣି ଆରେ ପ୍ରାଣମିତଣି।
ନୋହିଲେ ଜୀବନ ବରଜିଲାରେ । ୨ ।
ଦେଖି ବ୍ରଜେନ୍ଦୁ ମୁଖ ଲିଭାଇବିରେ ଦୁଃଖ।
ସ୍ମରାନଳରେ ତନୁ ଭାଜିଲାରେ । ୩ ।
ପଳାଇଲାନି ମନ ବେଣୁପତି ଶୋଭନ।
ପୀୟୁଷ ବାରାଧିରେ ମଜ୍ଜିଲାରେ । ୪ ।
ଚାଲ ଯିବା ଲଳିତା ବୋଲୁ କିର୍ତ୍ତିଦାସୁତା।
ମୁଖ ସୁବର୍ଣ୍ଣାବଜ୍ ବିରାଜିଲାରେ । ୫ ।
ଏକାନ୍ତ ଶ୍ରୀଲଲିତା ଶ୍ରୀ ବୃଷଭାନୁ ସୁତା ।
ଗୋପାଳକୃଷ୍ଣ ରହି ହେଜଲାରେ । ୬ ।