କଳା ଶ୍ରୀମୁଖ ହେ
କଳା ଶ୍ରୀମୁଖ ହେ
କଳା ଶ୍ରୀମୁଖ ହେ
ନଗଲା ମୋର ଦୁଃଖ
କଳପ ତରୁକୁ ଆଶ୍ରେ କରିଛି ମୁଁ
କି ବୋଲିବେ ଶୁଣି ଲୋକ ॥ଘୋଷା॥
ବିବସନ କଲାବେଳେ ଅନ୍ଧବାଳା
ବୃନ୍ଦାବନେ ହରିଣାଙ୍କ
ଆଣି କୋଟି ଚେଳ ପାଞ୍ଚାଳୀକି ଦେଲ
କି ରୂପେ ହୋଇ ତା ପକ୍ଷ ॥୧॥
ଗୋକୁଳ ଶବରୀ ଆଣି ଦେଲ କୋଳି
ବିକିବାକୁ ବନଜାକ୍ଷ
ହେଲା ତା'ପସରା ଯାକ ହେମ ପରା
ପଡ଼ନ୍ତେ ତୁମ୍ଭ କଟାକ୍ଷ ॥୨॥
ଦରିଦ୍ର ବିପ୍ରର କଥାକୁ ତୁମ୍ଭର
ହୃଦୟେ କରି ବିବେକ
କେଉଁ ସମ୍ପଦକୁ ନ ଦେଲ ତାହାକୁ
ଦେବାଧିଦେବ ନାୟଜ ॥୩॥
ବଳୀକି ପାତାଳେ ମଣିମୟ ପୁରେ
ବିର୍ଲୋହ ଅନେକ ସୁଖ
ରଖିଅଛ ପୁଣି ତାକୁ ଚକ୍ରପାଣି
ତହୁଁ କରିବାକୁ ମୋକ୍ଷ ॥୪॥