କାନନର ବତାନରେ ଏ କି ଗାନ ଶୁଭୁଛି

କାନନର ବିତାନରେ
ଲେଖକ/କବି: ଗୋପାଳକୃଷ୍ଣ ପଟ୍ଟନାୟକ

କାନନର ବିତାନରେ
(ରାଗ: ଶଙ୍କରାଭରଣ - ତାଳ - ରୂପକ)


କାନନର ବିତାନରେ ଏ କି ଗାନ ଶୁଭୁଛି ମା ।
କାନରେ ଏ ନଶ୍ବନ ପ୍ରସରି ଜ୍ଞାନ ହରୁଛି ମା । ପଦ ।

ନବିଡ଼ ନୀବୀଗ୍ରନ୍ଥି ସାଧବୀବୀଥିର ଫୁଟିଛି ମା ।
କି ବିହିଛିଟି ବିହି ବିବେକ ବୁଦ୍ଧି ନାଶୁଛି ମା । ୧ ।

ନାଦର ଏ କି ମାଦକ ଉନୁମାଦ କରୁଛି ମା ।
ଆଦର ରହୁ ପଦରେ ସୁଧା ସ୍ଵାଦ ଦଳୁଛି ମା । ୨।

ଭାବ ଏ କି ପ୍ରଭାବ ରବର ଗ୍ରାବ ଦ୍ରବୁଛି ମା ।
ଏ ବରଜର ଯୁବତୀ ଆବୁର ନେବ ମଣୁଛି ମା | ୩ |

ସ୍ବାନ୍ତଜର ଏ ତନ୍ତ୍ର ଜାଣ ଯନ୍ତ୍ର ରଚିଛି ମା ।
ମନ୍ତର ପଢ଼ି ଅନ୍ତରକୁ ମୋ କୁନ୍ତ ମାରୁଛି ମା । ୪ |

ଆଳୀ କରେ ନଆଳି ମାଳିକା ଯେ ପଠାଇଛି ମା ।
ପାଳି କହନ୍ତି କେଳି ମୁରଲୀ ସେ ବଜାଉଛି ମା । ୫ ।

ପରମାକ୍ଷର ଅର୍ଥ ଧ୍ବନିରେ ପ୍ରକଟ ହୋଇଛି ମା ।
ଭରମ କେଣେ ଗୋପାଳକୃଷ୍ଣ ଶୁଣ ଜଣାଉଛି ମା । ୬ ।