ଗୀତଗୋବିନ୍ଦ (ଧରଣୀଧର ପଦ୍ୟାନୁବାଦ)/କେବେହେଁ ମାଧବ

ଗୀତଗୋବିନ୍ଦ  (୧୫ଶ ଶତାବ୍ଦୀ)  ଲେଖକ/କବି: ଜୟଦେବ, translated by ଧରଣୀଧର ଦାସ
କେବେହେଁ ମାଧବ
ପଞ୍ଚଦଶ ଶତାବ୍ଦୀରେ ଧରଣୀଧର ଦାସ ଜୟଦେବଙ୍କଦ୍ୱାରା ସଂସ୍କୃତ ଭାଷାରେ ଲିଖିତ ଗୀତଗୋବିନ୍ଦକୁ ଓଡ଼ିଆରେ ପଦ୍ୟାନୁବାଦ କରିଥିଲେ । ଏହି ଅନୁବାଦିତ କାବ୍ୟରେ ମୂଳଗ୍ରନ୍ଥର ବିଷୟବସ୍ତୁକୁ ସରଳ ଓଡ଼ିଆରେ ବିବିଧ ଛନ୍ଦରେ ଲିଖିତ ।

ବସତି ଦଶନଶିଖରେ ଧରଣୀ ତବଲଗ୍ନା,
ଶଶିନି କଳଙ୍କକଳେବନିମଗ୍ନା
କେଶବ ! ଧୃତ-ଶୂକରରୂପ ଜୟ ଜଗଦୀଶ ହରେ । ୭ ।

ତବ କରକମଳବରେନଖମଦ୍ଭୁତଶୃଙ୍ଗଂ,
ଦଳିତହିରଣ୍ୟକଶିପୁତନୂଭୃଙ୍ଗଂ
କେଶବ ! ଧୃତ-ନରହରିରୂପ ଜୟ ଜଗଦୀଶ ହରେ । ୮ ।

କହନ୍ତେ କେତେହେଁ କାଳେ ନ ଯିବ ଲେଖନ । ୨ ।
ମାନବ ମାତ୍ରକେ ଅବା କହିବି ମୁଁ କେତେ ।
ସାଧୁ ପ୍ରାଣୀ ଭାବୁଥାନ୍ତି ଯାହା ଭକ୍ତି ଯେତେ । ୩ ।
ପ୍ରଳୟ ପୟୋଧିଜଳେ ମୀନରୂପ ଧରି ।
ଶଙ୍ଖା ନାମେ ଦନୁଜକୁ ହେଳାରେ ସଂହାରି । ୪ ।
ବେଦ ଉଦ୍ଧରିଣ ଆଣି ବିଧାତାଙ୍କୁ ଦେଲ ।
ଜଗତ ହିତ ନିମିତ୍ତେ ଛଡାଇ ଘେନିଲ । ୫ ।
କମଠମୂରତି କ୍ଷିତି ବିସ୍ତୀର୍ଣ୍ଣ ଗରିଷ୍ଠ ।
ଧଇଲା ଚକ୍ର ଆକାରେ କଠିନ ସେ ପୃଷ୍ଠ । ୬ ।
ଶୂକରରୂପେ ମହୀ ଦନ୍ତଶିଖେ ଧରି ।
ଚନ୍ଦ୍ରରେ କଳଙ୍କ

କି ଦଶନେ ବସୁନ୍ଧରୀ । ୭ ।
ମହାକାୟା ବିସ୍ତାରିଲ ଅତି ବଡ଼ ତୁଙ୍ଗ ।
ଦନୁଜର କଳେବର ବଦନଟି ସିଂହ । ୮ ।
ହିରଣ୍ୟକଶିପୁ ନଖେ ବିଦାରିଲ ଆଣି ।
କରକମଳରେ ତାର ତନୁଭୃଙ୍ଗ ଜାଣି । ୯ ।
ଭଣ୍ଡିଲ ବଳିକି ରୂପ ଧଇଲ ବାମନ ।
ବିକ୍ରମି ଚରଣ ଗଲା ଅଶେଷ ଭୁବନ । ୧୦ ।
ଅନେକ କାଳର ଗଙ୍ଗା କମଣ୍ଡଳେ ସଞ୍ଚି ।
ଢାଳିଲା ତବ ଚରଣେ ହରଷେ ବିରଞ୍ଚି । ୧୧ ।
ପାଦକୁ ନ ଅଣ୍ଟି ମନ୍ଦାକିନୀ ବହିଯାଇ ।
ତୁଷାର କଣିକାପ୍ରାୟ ନଖକୋଣେ ରହି । ୧୨ ।
ତହୁଁ ସେ ଝରିତ ସୁରନଦୀ ତିନିପୁରେ ।
ଅପବିତ୍ରଜନଙ୍କ କଳୁଷ ପାପହରେ । ୧୩ ।
ପର୍ଶୁଧରରୂପ ନାଥ ଅତ୍ୟନ୍ତ ବିକ୍ରମ ।
ଅବନୀପତି କୁଳକୁ ପ୍ରତ୍ୟକ୍ଷେ

କି ଯମ । ୧୪ ।
ନିଶୋଧନ କଲ କ୍ଷତ୍ରି ଏକବିଂଶବାର ।
ସ୍ନାନ ତର୍ପଣାଦି କଲ ରୁଧିର ଜଳର । ୧୫ ।
ଜଗତଜନମାନଙ୍କ ଯେତେ ଘୋରପାପ ।
ସେ ଜଳେ ଅବଗାହନେ ଖଣ୍ତେ ଭବତାପ । ୧୬ ।
ଦଶରଥ ଘରେ ରାମଚନ୍ଦ୍ର ଅବତାର ।
ବାନ୍ଧିଲ ସାଗରେ ସେତୁ ଘେନିଣ ବାନର । ୧୭ ।
ରଣେ ରାବଣର ଦଶ ଶିରକୁ ବିନାଶି ।
ବଳି ଦେଇ ଦିଗପାଳମାନଙ୍କୁ ସନ୍ତୋଷି । ୧୮ ।
ବଳଭଦ୍ରରୂପ ଅକଳଙ୍କ ଚନ୍ଦ୍ରକାନ୍ତି ।
କଟି ନୀଳନିଚୋଳ ଯମୁନାଜଳ ଭ୍ରାନ୍ତି । ୧୯ ।
ନୀପରସ ପାନେ ରଙ୍ଗ ଅଳସ ଲୋଚନ ।
ଡାକନ୍ତି ଯମୁନା ଜଳ ହୁଅ ସାବଧାନ । ୨୦ ।
ଏତେ ବୋଲି ହଳଧାରୀ ତରଙ୍ଗିଣୀ ଭେଦି ।
ଭୟରେ ତୁରିତେ ଆସି ମିଳିଲା କାଳୀନ୍ଦି । ୨୧ ।
ସଦୟ ହୃଦୟ ବୁଦ୍ଧ ଶରୀର ବ‌ହିଲ ।
ପଶୁଘାତଅର୍ଥେଯଜ୍ଞ