ଜଗବନ୍ଧୁ ଅଙ୍କେ ରତନ ପଲଙ୍କେ
ଜଗବନ୍ଧୁ ଅଙ୍କେ ରତନ ପଲଙ୍କେ
ଜଗବନ୍ଧୁ ଅଙ୍କେ ରତନ ପଲଙ୍କେ
ପହୁଡ଼ିଲେ ସିନ୍ଧୁ ଜେମାଦେଇ ।।
ଦିବ୍ୟ ସୁବାସ ଜଳ ସୁନାଝରୀରେ
ସୁବାସ ପଇଡ଼ ତଳେ ଥୋଇ ।
କୁସୁମ ବିଞ୍ଚଣୀ ଧରି କେ ବିଞ୍ଚଇ
ବେନି ସଖୀ ହେଲେ କୁହାକୁହି ।୧।
ପୂଗ ଖଇର ଅଳାଇଚ ଲବଙ୍ଗ
ଜାତି ଶ୍ରୀଫଳ କରିଣ ଏକ ଅଙ୍ଗ ।
ବିଚିତ୍ର କରିଣ ବିଡ଼ିଆ ସଜାଇ
ରତ୍ନ ବଟାରେ ଖଞ୍ଜିଲେ ନେଇ ।୨।
କେ ବୋଲେ ଆରେ ମୀନନୟନା
ଘନ କୋଳେ କି ଚନ୍ଦ୍ର ଚକୋର ସିନା ।
ଝଳି ଅଙ୍ଗରେ ମରକତ କୁନ୍ଦନ
ମୀନାକୁ ଫୁଙ୍କି ଦେଇଛି ବିହି ।୩।
କହେ ଦୀନକୃଷ୍ଣ ସେ ଶୋଭାବର୍ଦ୍ଧନ
ପଡ଼ିବି ଚରଣେ ହୋଇବେ ପ୍ରସନ୍ନ ।
ଯେଉଁ ଚରଣ କୋଟି ବ୍ରହ୍ମା ମୁନୀନ୍ଦ୍ର
ଯୋଗେନ୍ଦ୍ର ନ ପାନ୍ତି ଧ୍ୟାୟି ଧ୍ୟାୟି ।୪।