ନାନାବାୟା ଗୀତ ଲେଖକ/କବି: ନନ୍ଦ କିଶୋର ବଳ
ନିଦ ମାଉସୀ

ନିଦ ମାଉସୀ

ନିଦ ମାଉସୀ ନିଦ ମାଉସୀ ହେମ ଘରକୁ ତୁ ଆଆ,
ଆଖି ଦୁଇଟି ବୁଜେଇ ଦେଇ ଶୋଇ ପକେଇ ଯାଆ ।

ନିଦ ମାଉସୀ ନିଦ ମାଉସୀ ଦୋଳି ଖେଳାଇବୁ,
ଝୁଲେଇ ଝୁଲେଇ ହେମକୁ ଆମର ନିଦରେ ହସାଇବୁ ।

ନିଦ ମାଉସୀ ନିଦ ମାଉସୀ ହେମ ପାଖରେ ଥିବୁ,
ଯେତକ୍ୟାକ ଭଲ ସପନ ହେମକୁ ଦେଖାଇବୁ ।

ନିଦ ମାଉସୀ ନିଦ ମାଉସୀ ହେମ ଆଖିରେ ଥିବୁ,
କାଆ କାଆ କରି କାଉ ରାବିଲେ ଘରକୁ ବାହୁଡ଼ି ଯିବୁ ।