ବନ୍ଦଇ ଶ୍ରୀ ଗଣନାଥ ଗଉରୀକୁମର
←ଶ୍ରୀ ନୀଳଗିରିଶିଖରେ ବିଜେ ହରି | ବିଚିତ୍ର ରାମାୟଣ ଲେଖକ/କବି: ଆଦ୍ୟକାଣ୍ଡ |
ବୋଲ ହରି ହେ→ |
ବନ୍ଦଇ ଶ୍ରୀ ଗଣନାଥ ଗଉରୀକୁମର
ଗଣେଶଙ୍କ ବନ୍ଦନା
ରାଗ କଳଶା
ବନ୍ଦଇ ଶ୍ରୀ ଗଣନାଥ ଗଉରୀକୁମର ।
ଗଜମୁଖ ଏକଦନ୍ତ କପାଳେ ସିନ୍ଦୂର ॥୧॥
ଦେବ ଅଗ୍ରଗଣ୍ଯ ତୁମ୍ଭେ ଅଯୋନି ସମ୍ଭୂତ ।
ଲମ୍ବୋଦର ବିଘ୍ନହର ସଦାଶିବ ସୁତ ॥୨॥
ଆହେ ଗଣନାଥ ମୋର ଘେନିବାର ସେବ ।।
ସୁପ୍ରସନ୍ନ ହୋଇ ମୋତେ ପଦ କହିଦେବା ॥୩॥
ଅନୁଗ୍ରହ କର ବାରେ ଇନ୍ଦୂର ବାହନ ।
ଶ୍ରୀରାମଚରିତ କିଛି କରିବି ବର୍ଣ୍ଣନ ॥୪॥
କୃତାଞ୍ଜଲି ପୁଟେ କରୁଅଛି ନମସ୍କାର ।
ଭଣେ ବିକ୍ରମ ନରେନ୍ଦ୍ର ଶ୍ରୀପଦେ କୋୟର ॥୫॥