ବୋଲ ହରି ହେ
ସର୍ବଦେବାଦେବୀ ବନ୍ଦନା

ବୋଲ ହରି ହେ ।
ହରି ଭଜ ରାମ ଭଜ ଭଜ ଦଇତ୍ଯାରି ହେ ॥ଘୋଷା॥

ପ୍ରଥମେ ବନ୍ଦିଲୁ ଆଦି ଶ୍ରୀଗୁରୁ ଚରଣ ।
ଯାହାର କୃପାରେ ହୋୟେ କୃଷ୍ଣ ଦରଶନ ହେ ॥୧॥

ଦଶରଥ ସୁତ ବନ୍ଦୁଁଁ ଶ୍ରୀରାମ ଚରଣ ।
ତାହାର ସାନୁଜ ବନ୍ଦୁଁଁ ବୀର ଲକ୍ଷ୍ମଣ ହେ ॥୨॥

ସୀତା ଠାକୁରାଣୀ ବନ୍ଦୁଁଁ ଜନକନନ୍ଦିନୀ ।
ବଶିଷ୍ଠ ଜାବାଲି ବନ୍ଦୁଁଁ ଜତ ମହାମୁନି ହେ ॥୩॥

କ୍ଷେତ୍ରର ମହିମା କିଛୁ କଳନା ନ ଯାଏ ।
ଚାଣ୍ଡାଳ ହସ୍ତର ଅନ୍ନ ବିପ୍ର ଲୟା ଖାଏ ହେ ॥୪॥

ଜୁନୁ ସ୍ଥାନେ ହୁଏ ଭାଇ ନାମ ସଂକୀର୍ତ୍ତନ ।
ସେହୁ ସ୍ଥାନ ବୋଲାଏ ଗୋଲୋକ ବୃନ୍ଦାବନ ହେ ॥୫॥

ଏହୁ ତ ରାମେର ଲୀଳା ଶୁଣ ଓରେ ଭାଇ ।
ଭକ୍ତ ଜନ ଉଦ୍ଧାରିତେ ଯଦୁନନ୍ଦନ ଗାଇ ହେ ॥୬॥

ଦୀନ ବିଶି ବୋଲେ ଏହୁ ହରଷିତ ମନ ।
ହରି ହରି ବୋଲ ହେ ସକଳି ସଭାଜନ ହେ ॥୭॥