ମାତାଙ୍କୁ ଦର୍ଶନ କରି ରାମଚନ୍ଦ୍ର
←ଶିରୀ ବାଲମୀକ ମହର୍ଷି | ବିଚିତ୍ର ରାମାୟଣ ଲେଖକ/କବି: ଆଦ୍ୟକାଣ୍ଡ |
ଦେବତାଙ୍କ ମୁଖୁଁ ଏହା ଶୁଣି ପ୍ରଜାପତି→ |
ମାତାଙ୍କୁ ଦର୍ଶନ କରି ରାମଚନ୍ଦ୍ର
ବିଷୟ
ରାଗ କୁମ୍ଭକାମୋଦୀ
ମାତାଙ୍କୁ ଦର୍ଶନ କରି ରାମଚନ୍ଦ୍ର କହନ୍ତି ବଚନ ।
ଭ୍ରତ ରାଜା ହେବ ଆମ୍ଭଙ୍କୁ ବନକୁ ପେଶିଲେ ରାଜନ ।
ଶୁଣି କଉଶଲ୍ୟା ମୂର୍ଚ୍ଛିତା ହୋଇଣ ପଡ଼ିଲେ ମହୀର ।
ଯେସନ ମୂଳ ଛେଦନ କଲେ ପଡ଼େ ଶୁଷ୍କ ତରୁବର ।
ରାମଚନ୍ଦ୍ର ତାଙ୍କୁ ସଚେତ କରାନ୍ତେ କରନ୍ତି ରୋଦନ ।
ତୁମ୍ଭଙ୍କୁ କେମନ୍ତେ ମୂରଛି ରହିବି ଧିକ ମୋ ଜୀବନ ।
ବିଚାରୁଥାଇଁ ମୋ ରାମ ରାଜା ହେଲେ ଯିବ ମୋ ସନ୍ତାପ ।
ବିହି ଏବେ ତାହା ଦେଖାଇ ହରିଲା କଲି ମୁଁ କି ପାପ ।
ଏହା ଶୁଣି ରାମ ଫାଟିତ ନ ଗଲା ମୋହର ଶରୀର ।
ବେଦନା ସହିବାକୁ ଏବେ ହୋଇଲା କୂଳିଶୁଁ ନିଷ୍ଠୁର ।
ଚାଲ ରାମ ତୁମ୍ଭ ସଙ୍ଗତରେ ମୁହିଁ ଯିବଇଁ ବନକୁ ।
କେ ନିନ୍ଦା କରିବ ବତ୍ସା ପଛେ ଗୋଡ଼ାଇଲେ ଯେ ଧେନୁକୁ ।
କୈକେୟୀ ଭୟରେ ଦର୍ଶନ କରିଣ ନ ଯାଇ ନାହାକୁ ।
ଏବେ ସେହି ମୋତେ ଉପହାସ କଲେ କହିବି କାହାକୁ ।
ଶୁଣି ରାମଚନ୍ଦ୍ର କହନ୍ତି ଜନନି କହତ ଅନୀତି ।
ଯୁବତୀମାନଙ୍କର ସକଳଧର୍ମ ପତିଙ୍କ ଭକତି ।
ବନବାସ ସାରି ତ୍ୱରିତେ ଆସିବି କର ସୁକଲ୍ୟାଣ ।
ଶୁଣି ତାହା ସୁକଲ୍ୟାଣ କଲେ ମାତା ତେଜିଣ କାରୁଣ୍ୟ ।
ଲକ୍ଷ୍ମଣ ବହୁତ ପ୍ରତିଜ୍ଞା କରିଣ ବୋଲନ୍ତି ରାମକୁ ।
ତୁମ୍ଭେ ରାଜା ହୁଅ ଭ୍ରତ ସହିତେ ମୁଁ ମାରିବି ରାଜାଙ୍କୁ ।
ବନ ଗଲେ ତୁମ୍ଭ ସଙ୍ଗତରେ ଯିବି ହୋଇଣ ସେବକ ।
ଫଳ ମୂଳ ଖୋଳି ଦେଉଥିବି ଆଣି ହେ ରଘୁନାୟକ ।
ହେଉ ସଜ ହୋଇ ଆସ ବୋଲି ଗଲେ ଜାନକୀଙ୍କ ପାଶ ।
ବୋଲେ ବିଶି ସୀତା ଦେଖିଲେ ଶ୍ରୀରାମ ଶ୍ରୀମୁଖ ବିରସ ।