ମୋହନ ମାଧୁରୀ
ମୋହନ ମାଧୁରୀ
(ରାଗ: ବେହାଗ - ଏକତାଳ)
ମୋହନ ମାଧୁରୀ ଦେଖିଥିଲା ନାରୀ
ନିଦ ଯିବ କି ଆଉରିରେ । ପଦ ।
ଦୃଷ୍ଟି ପାତଠାରେ ଅନୁ ବରତରେ
ଛବି ଦିଶିବ ତାହାର ରେ
ପାଶକୁ ଆଶିଲା ପରି ଲାଗୁ ଥିବ
ହସି ହସି ବଂଶୀଧାରୀରେ । ୧ ।
କି ସହିବ ନାହିଁ କେଉଁ ଦେବତାଙ୍କୁ
ତା ପ୍ରୀତି ପାଇଁ ତୁ ହାରିରେ
ସବୁ ବରତ କରିବି ବୋଲୁଥିବ
ପାଇଲେ କୁଞ୍ଜ ବିହାରୀରେ । ୨ ।
କୃଷ୍ଣ ବୋଲି କେଣେ କାହିଁକି କେ ତେଣେ
ଡାକିଲେ ପୁରୁ ବାହାରି ରେ
ଚଉଦିଗକୁ ଚାହିଁ ମୋର ମୋଦରେ
ହୋଇ ନ ଯିବକି ଘାରିରେ । ୩ ।
କଳିନ୍ଦଜା ତୀରେ ନିକୁଞ୍ଜ କୁଟୀରେ
ନଛାଟ କାଳ ବିଚାରି ରେ
ମିଳିବା ପାଇଁକି କେତେଥର ହେଲେ
ଆଣି ନଯିବକି ବାରିରେ । ୪ ।
ସୁଗୁଣ ସୁନ୍ଦର ପଣଯାକ ଗୁଣି
ଏକାଇ ତାକୁ ହିଆରି ରେ
ବୋଲେ ଗୋପାଳକୃଷ୍ଣ ଜୀବ ଥିଲେକି
ଯିବ ମନରୁ ପାସୋରିରେ । ୫ ।