ମୁଖ୍ୟ ସୂଚୀ ଦେଖିବେ

ଉଇକିପାଠାଗାର β

ସାରଳା ମହାଭାରତ

ସାରଳା ମହାଭାରତ
ଲେଖକ/କବି: ସାରଳା ଦାସ

ଆଦିପର୍ବ
ତ୧ମ ଖଣ୍ଡଦ
ଗଣେଶଙ୍କ ବନ୍ଦନା
ଜୟତୁ ଦଧି-ମଙ୍ଗଳ ବିଘ୍ନରାଜ
ଯାହାର ପ୍ରସନ୍ନେ ସିଦ୍ଧ ହୁଅଇ ସର୍ବକାର୍ଯ୍ୟ ।୧ ।
ସକଳ ବିଘ୍ନବିନାଶନ ଜୟତୁ ଗଜାନନ
ମଙ୍ଗଳ ଯୋଗେଶ୍ୱର ପରମାନନ୍ଦ ପାର୍ବତୀନନ୍ଦନ ।୨ ।
ମଙ୍ଗଳ ଶଙ୍ଖଚକ୍ର ସରୋଜ ଦଧିମୁଖ
ମଙ୍ଗଳ ବରଦାୟକ ନାଥ ସଦୟ ପ୍ରତକ୍ଷ ।୩ ।
ମହାବ୍ରହ୍ମ ଯୋଗେଶ୍ୱର ସିନ୍ଦୂରେ ଗଜମୁଖ ମଣ୍ଡି
ଯମ ଦର୍ପ ଗଞ୍ଜି ସର୍ବ ଅପରାଧ ଦୁଖ ଖଣ୍ଡି ।୪ ।
ଜୟତୁ ଜୟତୁ ଦେବ ଚନ୍ଦ୍ର ଯେ ଶେଖର
ଜୟତୁ ଜୟତୁ ଦେବ ସିଦ୍ଧ ଲମ୍ୱୋଦର ।୫ ।
ଜୟତୁ ଜୟତୁ ଦେବ ସୁରଗଣ ରଖନ୍ତା
ଜୟତୁ ଜୟତୁ ଦେବ ପରମ ଗତି ଦ୍ୟନ୍ତା ।୬ ।
୧/୨- ଯାହାର ଦ୍ରଶନେ...(ଗ,ଖ);
୧/୨ ଦଧିମଙ୍ଗଳ = ଦଧିସ-ାଦ୍ୟ ମଙ୍ଗଳ, କିନ୍ତୁ ଏଠାରେ ଦଧି-ଧାରଣକର୍ତ୍ତା, ଯେ ମଙ୍ଗଳଧାରୀ
୩/୧ ସରୋଜପରି ଦଧିପରି ସୁନ୍ଦର ଶୁକ୍ଲମୁଖ -ଦଧିମୁଖ ବହୁ ପୋଥିରେ ପାଠ । ଶଙ୍ଖାଦି ମଙ୍ଗଳକର-କିନ୍ତୁ ସବୁ
ମଙ୍ଗଳଦାତା ଗଣେଶ ବା -ସରୋଜ ଦଧିମୁଖ = ମଙ୍ଗଳକର ଶଙ୍ଖ, ଚକ୍ର ତଥା ପଦ୍ମ ଓ ପଦ୍ମସଦୃଶ ମୁଖଧାରୀ ।
ପ୍ରତକ୍ଷ-ପ୍ରତ୍ୟକ୍ଷ ।
ସ୍ୱାମୀ ସାଂଗ୍ରାମେ ବଧ ଯହୁଂ ନୋହିଲା ତ୍ରିପୁରା
ତୋହୋର ବୁଦ୍ଧିବଳେ ନାଶ ଗଲାଟି ମହାବୀରା ।୭ ।
ହେଳେଣ ତୁ ନାଶକଲୁ ଷାଠିୟେ ସହସ୍ର ବରଷେ (ସଂଖ୍ୟା)
ଆକାଶରେ ସାଧୁ ସାଧୁ କଲେ ତୋତେଟି ତ୍ରିଦଶେ ।୮ ।
ତୋଷେଣ ବର ତୋତେ ଦେଲେକ ଦେବରାଜା
ସକଳ ଭୁବନେ ସ୍ୱାମୀ ଆଗେ ତୋତେ ପୂଜା ।୯ ।
ଯେବଣ ବେଳେ ଶାହସ୍ରକୁ ଅନକୂଳ କଲେ ବେଦବ୍ୟାସେ
ବିଧି ଗାଢେ ଆଗ୍ୟାଂ ତୋତେ ଦେଲେ ନିରାଳସେ ।୧୦ ।
ଗ୍ରନ୍ଥକୁ କବିତ୍ୱ ହୋଇବ ବ୍ୟାସ ମହାମୁନି
ତୁ ଲେଖନ କର ଶୁଭ ଅନକୂଳ ଘେନି ।୧୧ ।
ଗଙ୍ଗା ଯମୁନା ସରସ୍ୱତୀ ତିନି ନଦୀ
ରାମଘାଟ ତୀର୍ଥେ ସଙ୍ଗମ ହୋଇଲେ ଭେଦି ।୧୨ ।
ପଶ୍ଚିମ ପାରୁଶେ ବାଞ୍ଛାକଳ୍ପବଟ
ପଶ୍ଚିମମୁଖୀ ଧବଳାଙ୍ଗୀ ସରସ୍ୱତୀ ନଦୀ ତଟ ।୧୩ ।
ସେହୁ ସିଦ୍ଧ ଦେବତାୟେ ବିଜୟେ ସେହୁ ଥାନେ
ତ୍ରିବେଣୀ ସ୍ନାହାନ କରି ସେ ମାଧବ ଦରଶନେ ।୧୪ ।
ବଟର ତଳେ ସେ ବସିଲେ ଯୋଗଧ୍ୟାନେ
ଶ୍ରୀଭୁଜେ ଲେଖନ ସ୍ୱାମୀ ତଲୟେ ୟେକମନେ ।୧୫ ।
ବ୍ୟାସେ କହନ୍ତି ତୁ ଲେଖନ କର ସ୍ୱାମୀ
ଆଦି ସିଦ୍ଧ ଗ୍ରନ୍ଥ ତୁ କହିଲୁ ମହାବ୍ରହ୍ମି ।୧୬ ।
ସ୍ୱାମୀ ଯେବଣ ଶାହାସ୍ର ଲେଖନ କଲୁ ଯେବଣ ଯୋଗେ
ସେ ଅମୃତ ଦୃଷ୍ଟିରେ ପ୍ରସନ୍ନ ହୋଅ ବେଗେ ।୧୭ ।



୧୨/୨ ରାମଘାଟ ତୀର୍ଥେ ସଙ୍ଗମ ହୋଇଲେ ପ୍ରସିଦ୍ଧି ।
୬/୧ ସାଂଗ୍ରାମ- ସଂଗ୍ରାମ, ତ୍ରିପୁରା-ତ୍ରିପୁରସ୍ଥ ଅସୁରଙ୍କୁ ।
୧୦/୧ ଶାହାସ୍ର ଙ୍ଗଶାସ୍ତ୍ର ।
୧୧/୨ ଅନକୂଳ-ଅନୁକୂଳ । ୧୪/୨ ତ୍ରିବେଣୀ-ଗଙ୍ଗା, ଯମୁନା, ସରସ୍ୱତୀ ।
୧୪/୨ ସ୍ନାହାନ ଙ୍ଗସ୍ରାହାନ = ସ୍ନାନ ୧୫/୨ ତଲୟେ -ସେଠାରେ ଲୟକରି ।
ଗିରିଜାର ନନ୍ଦନ ସତ ମତି ଧ୍ୟାନେ
ଶ୍ରୀକରେ ଲେଖନ ଘେନି ବସିଲେ ୟେକମନେ ।୧୮ ।
ଯୋଗେଣ ଯୋଗେଶ୍ୱର ସଦାନନ୍ଦର ତନୟେ
ମନଚଇତନ ୟେକତ୍ୱ କଲୁ ଅଜପା ଯୋଗ ଲୟେ । ୧୯ ।
କରୁଣାମୟେ ନାଥ ଶରଣ ପଞ୍ଜର ବୀରଧୁ
ସଂସାର ବାରାନିଧି ନାଥ ବରଦାତା ଦେବ ସାଧୁ ।୨୦ ।
ବିସ୍ତର ଉଦର ଯାହାର ଗ୍ୟାନ ସଚ୍ଚା
ପୃଥୁଳ ଶରୀର ନାଥ ଅଭୟେ କାଳବଞ୍ଚା ।୨୧ ।
ୟେ ଘୋର ସଂସାର ସାହେର ତରିବାକୁ ବଳାଇଲି ମନୀଷା
ଦୁସ୍ତରୁ ତରାଅ ନାଥ ପୁରାଅ ମନବାଞ୍ଛା ।୨୨ ।
ଶିଖିପୁଚ୍ଛମଉଳି ବତିଶଗୁଣେ କଳା
ଭର ହରଷ ନାଥ ନୃତ୍ୟ ରଙ୍ଗେଣ ଭୋଳା ।୨୩ ।
ଦିବାରାତ୍ର ନ ଜାଣଇଂ ଯେବଣ ମହାତମା
ଅନନ୍ତକାଳ ବଞ୍ଚାଇଲା ସେ ପୁରୁଷଉତ୍ତମା ।୨୪ ।
ପୁରୁଷଙ୍କର ସିଦ୍ଧ ତୁ ଦେବଙ୍କର ଆଦି
ଦର୍ଶନେ ଦୁରିତ ହରଇ ପ୍ରସନ୍ନେ କାର୍ଯ୍ୟ ସିଦ୍ଧି ।୨୫ ।
ଶ୍ରୀ ବିଘ୍ନନାଥ ଚରଣେ ମୋର ସେବା
ୟେ ଶ୍ରୀମହାଭାରଥ କହିବି ମୋତେ ପ୍ରସନ୍ନ ହୋଇବା ।୨୬ ।
ତବ ପଦ୍ମପାଦେ ମୋର ବିନୟ ଭଗତି
ପର୍ଶୁଧର ନାଥ ତୁ ସଦୟେ ଗଣପତି ।୨୭ ।
ଆଦି ଅନ୍ତ ମଧ୍ୟ ତୁ ଅଟୁ ସର୍ବଥାନେ
ଗ୍ରନ୍ଥ ଭିଆଇଲୁ ତୁ ଭୁତ ଭବିଷ୍ୟ ବର୍ତ୍ତମାନେ ।୨୮ ।



୧୮/୧ ଗିରଜାର ନନ୍ଦନ ପ୍ରସନ୍ନ ତୋଷ ମନେ ।
୨୬/୧ ଶ୍ରୀଅମୃତାକ୍ଷନାଥ ଚରଣେ ମୋର ସେବା (ପା)
୨୦/୧ ବୀରଧୂ-ବୀରତ୍ୱ ବା ବୀରାଗ୍ରଣୀ । ୨୧/୧ ଗ୍ୟାନ-ଜ୍ଞାନ ୨୧/୧ ସଚ୍ଚା-ଉତ୍ତମ, ସତ୍ୟ
୨୩/୧ ବତିଶ ଗୁଣ -ଗୁଣଜାତ ସତ୍‍ଲକ୍ଷଣ, ୭ ସ୍ଥାନରେ ରକ୍ତିମା, ୬ରେ ତୁଙ୍ଗତା, ୩ରେ ବିସ୍ତାର, ୩ରେ ଖର୍ବତା, ୩
ରେ ଗମ୍ଭୀରତା, ୫ରେ ଦୀର୍ଘତା, ୫ରେ ସୂକ୍ଷ୍ମତା ଅଙ୍ଗ ବିଶେଷମାନଙ୍କରେ ।
ଶ୍ରିୟାମାତ ବଲ୍ଲଭ ଚରଣେ ମୋର ଆଶ
ବଦନ୍ତି ଗ୍ରନ୍ଥିକ ଶୂଦ୍ରମୁନି ସାରୋଳ ଦାସ ।୨୯ ।



ସାରଳାଦେବୀଙ୍କ ବନ୍ଦନା
ଜମ୍ୱୁଦ୍ୱୀପ ଭ୍ରଥଖଣ୍ଡ ଓଡରାଷ୍ଟ୍ର ମଣ୍ଡଳରେ
ଉପùଳେଶ୍ୱର ଲିଙ୍ଗ ଚିତ୍ରଉପùଳା ଦକ୍ଷିଣ କୂଳରେ ।୧ ।
ଜୟନ୍ତାର ନିଜ ଭୂମି ଯାଜନଗ୍ର ନିକଟେ ଦକ୍ଷିଣ ବାଣରାସି (ଯାଜପୁର)
କୁଶସ୍ଥଳୀ ଭୂମି ଦ୍ୱାରିକା ଯେ କ୍ଷେତ୍ର ପୁଣ୍ୟବାସୀ ।୨ ।
ଶ୍ରୀ ଯମେଶ୍ୱର ମହାଲିଙ୍ଗ ମଉଦଧିର ଉତ୍ତର ତଟେ
ନୀଳ ସୁନ୍ଦର ପର୍ବତ ନୀଳ କଳ୍ପବଟେ ।୩ ।
ବିଜୟେ ରାମକୃଷ୍ଣ ସୁଭଦ୍ରା ନାମେ ବ୍ରହ୍ମା
ଚାରିଶତ ବତିଶ ସହସ୍ର ବରଷକୁ ଯୋଗଲୟେ ମହାତମା ।୪ । (ସଂଖ୍ୟା)
କଳିକାଳ ଧ୍ୱଂସିଣ ଭୋଗେଣ କୋଟି ପୂଜା (ସଂଖ୍ୟା)
ପ୍ରଳମ୍ୱିତେ ଖଟଇଂ ଶ୍ରୀ କପିଳେଶ୍ୱର ମହାରଜା ।୫ । (କପିଳେନ୍ଦ୍ର)
ସେ ନୀଳ ସୁନ୍ଦର ଗିରି ଉତ୍ତର କଚ୍ଛାଡେ
ସାର ଭୂମି ଭ୍ରଥଖଣ୍ଡ ପୂର୍ବଦିଗ ଇଶାନ୍ୟର ଆଡେ ।୬ ।
ଚନ୍ଦ୍ରଭାଗା ନାମେଣ ୟେକଇ ନଦୀ ଗୋଟି
ବୃଦ୍ଧମାତାଙ୍କ ପାରୁଶେ ମଉଦଧିରେ ଯାଇଂ ଫୁଟି ।୭ ।



୨୯ ।୧ ତୁଳସୀର ବଲ୍ଲଭ ଚରଣେ ମୋର ଆଶ
୨୯ ପଦପରେ କେତେକ ପୋଥିରେ ଅଧିକା ପାଠ -
ଜୟତୁ ସ୍ୱାମୀ ଜଗତ ମୋହନ ବାସୁଦେବ
ଭଗତ ଜନେ ସଦୟ ନାଥ ସ୍ୱର୍ଗ ସୁର ଦେବ ।
୪ ।୨ ଚାରିଶତ ବତିଶ ସହସ୍ର ବରଷକୁ ବଉଦ ରୂପେ ମହାତମା । (ସଂଖ୍ୟା)
୭ ।୨ ବୃଦ୍ଧମାତା ଗଙ୍ଗାଉଂ ସେ ମଉଦଧିରେ ଫୁଟି (ପା)
୨ ।୧ ବାଣରାସି- ବାରାଣସୀ- କାଶୀ ।
୪ ।୧ ରାମ- ବଳରାମ-ଶିଷ୍ୟ, କୃଷ୍ଣ- ଜଗନ୍ନାଥ- ଭଗବାନ୍‍, ସୁଭଦ୍ରା-ବ୍ରହ୍ମା-ଗୁରୁ ।
୬ ।୧ କକ୍ଷାଡେ, କଛାଡେ, ଉତ୍ତର କଇଛାଡେ, ଉତ୍ତର ବାଡେଙ୍ଗ ପାର୍ଶ୍ୱରେ ।
ସେ ନଦୀର ତୀରେ ପ୍ରଶୁରାମ ଘାଟଇଂ
କନକାବତୀ ନାମେ ପାଟଣା ପ୍ରକାଶଇ ।୮ ।
ତହିଂର ସନ୍ନିଧ୍ୟେ ସାରୋଳ ନାମେ ଗ୍ରାମେ
ବିଜେ ମାହେଶ୍ୱରୀ ସାରୋଳ ଚଣ୍ଡୀ ନାମେ ।୯ ।
ମହାଯୋଗେଶ୍ୱରୀ ସେ ପରମ ବଇଷ୍ଣବୀ
ପ୍ରତକ୍ଷେ ବର ଦିଅଇ ସେ ପରମ ସାଧବୀ ।୧୦ ।
ବାଞ୍ଛା ସାର୍ଥୁକ ସେ ଦେବୀର ଅଟଇ
ପାଷାଣ ହୋଇକରି ବାଞ୍ଛା ତାହାର ଫୁଟଇ ।୧୧ ।
ସର୍ବମଙ୍ଗଳା ରୂପ ମାତାଙ୍ଗୀ ମତ୍ତଭୋଳୀ
ଗ୍ରନ୍ଥ ଅର୍ଥ ଶୁଣଇଂ ସେ ହରଷେ କୁତୋହଳୀ ।୧୨ ।
ଶ୍ରୀ ସାରୋଳା ଚଣ୍ଡୀ ନାମେ ସେ ଅଟଇ ମହାଦେବୀ
ତାହାଙ୍କର ପୁତ୍ର ମୁଂ ଯେ ସାରୋଳ ଦାସ କବି ।୧୩ । (ବଂଶ)
ପ୍ରସନ୍ନେଣ ଆଗ୍ୟାଂ ମୋତେ ଦିଲେ ଶାକାମ୍ଭେରୀ
ଲଭ ତୁ କପିଳାସ ଶ୍ରୀ ମହାଭାରଥ କରି ।୧୪ ।
ଶୁଣି ବୁଧଜନେ ନ ଧର ଆନ ଚିତ୍ତ
ଜନ୍ମେଣ ମୁରୁଖ ମୁହିଂ ନୋହଇ ପଣ୍ଡିତ ।୧୫ ।
ୟେକ ଲୟେ କରିଣ ଶୁଣସି ସାବଧାନେ
ଫିଟିବାକ ପାତକ ସବୁ ଦୁଷୁକୃତମାନେ ।୧୬-୪୫ ।
ମହାଭାରତର ପ୍ରଶସ୍ତି
କୁମ୍ଭ ଋଷିର ନନ୍ଦନ ଯେ ଅଗସ୍ତି ମହଋଷି
ମହାବ୍ରହ୍ମବେତ୍ତା ସେ ଅମୃତ ରସ ଭାଷି ।୧ ।



୮ ।୧ ସେ ନଦୀର ତୀରେ ପ୍ରଶୁରାମ ପାଟଣା (ଜନ୍ମସ୍ଥାନ)
୧୦ ।୨ ପ୍ରସନ୍ନେ ବର ଦିଅଇ...... (ପା)
୧୬ ।୨ ଫିଟିବାକ ପାତକ ଶୁଣନ୍ତେ ୟେକମନେ ।
୧୨ ।୧ ମାତାଙ୍ଗୀ-ମତ୍ତାଙ୍ଗୀ । ୧୨ ।୨ କୁତୋହଳୀ-କୁତୂହଳୀ
୧୪ ।୧ ଶାକାମ୍ଭେରୀ-ଶାକମ୍ଭରୀ-ଶକ୍ତିଧାରିଣୀ ଦୁର୍ଗା । ୧୬ ।୨ ଦୁଷୁକୃତ-ଦୁଷ୍କୃତ
ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଙ୍କି
କହ ପଣ୍ଡିତ ମହାତମା ଅମୃତରସ ବାକି ।୨ ।
ଶ୍ରୀ ମହାଭାରଥ ନାମ ହୋଇଲା କେମନ୍ତେ
ୟେହା ତଦନ୍ତ କରି କହିବା ମୁନି ମୋତେ ।୩ ।
ଶୁଣ ହୋ ବଇବସୁତ ମନୁ ଆଦିପର୍ବ ଚରିତ
ଦେବତାମାନେ ଯେ ତୋଳିଲେ ସମସ୍ତ ହାଦେ ଗ୍ରନ୍ଥ ।୪ ।
ତୁଳାଦଣ୍ଡ କଲେ ଯେ ଦ୍ୱାଦଶ ଯୋଜନ କାଠି (ସଂଖ୍ୟା)
ତିନି ତିନି ଉଚ୍ଚ ଯୋଜନ କଲେ ବେନି କର୍ଣ୍ଣ କୋଟି ।୫ ।
ବିଷ୍ଣୁ ଅନନ୍ତ କୋଟି ବ୍ରହ୍ମା ଅନନ୍ତ କୋଟି (ସଂଖ୍ୟା)
ସବୁ ପୂରୋଇଲେ ନେଇ ତୁଳାଦଣ୍ଡ କାଠି ।୬ ।
ଅଷ୍ଟାଦଶ ପୁରାଣ ପଞ୍ଚବିଂଶ ଲକ୍ଷ (ସଂଖ୍ୟା)
ରାମାୟଣ ଚଣ୍ଡୀଯୁଦ୍ଧ ସମସ୍ତ ପୁରାଣ ପ୍ରତକ୍ଷ ।୭ ।
ବିଷ୍ଣୁ ପୁରାଣ ରାଜା ମାରକଣ୍ଡ ପୁରାଣ ପାତର
ଶିବ ପୁରାଣ ମନ୍ତ୍ରୀ ନାରଦ ପୁରାଣ ଡଗର ।୮ ।
ୟେ ଚାରି ପୁରାଣନ୍ତ ମୁଖ୍ୟ କରି ସମସ୍ତ ପୁରାଣ
ୟେମାନ ବସାଇଲେ ନେଇ ତୁଳାଦଣ୍ଡ କତିକେଣ ।୯ ।
ଆରକ କଛେ ଭାରଥ ଅଷ୍ଟାଦଶ ଥୋଇଲେ
ସମସ୍ତ ଶାହାସ୍ର ଗ୍ରନ୍ଥୁଂ ୟେ ମହାଗରୁ ହୋଇଲେ ।୧୦ ।
ଯୁଗତେ ସେ ଯହୁଁ ହୋଇଲା ମହାଭାରା
ତହୁଁ ମହାଭାରଥ ନାମ ଦେଲେ କଶ୍ୟପ ଅଙ୍ଗିରା ।୧୧ ।
ତେଣୁ କରି ହୋଇଲା ସେ ମହାଭାରଥ ନାମ
ତୁଳନ୍ତେ ଯହୁଁ ହୋଇଲା ୟେ ମହା ଅସମ ।୧୨-୫୭ ।



୨ ।୨ ବାକି-ବାକ୍ୟ । ୪ ।୨ ହାଦେ-ସାଧ୍ୟେ, ଅକସ୍ମାତ୍‍ ।
୧୦ ।୨ ଗରୁ-ଗୁରୁ ।
ବଂଶାନୁଚରିତ
(ସମ୍ଭବପର୍ବ)
ବଇବସୁତ ମନୁ ହୋଇଲେ ପ୍ରଳମ
ତବ ପ୍ରସନ୍ନେ ମୁନି ମୁଁ ଅରଜିଲି ଅନେକ ଧର୍ମ ।୧ ।
ଶ୍ରୀକରେ ଅର୍ଘ୍ୟ ଘେନି ପଖାଳିଲେ ପାଦ ବେନି
ମୋକ୍ଷକଇଂ କାରଣ ମୋତେ କହିବା ଅଗସ୍ତି ମହାମୁନି ।୨ ।
ବସନ କୁଣ୍ଡଳ ରତ୍ନମାଳ ଗନ୍ଧ ୟେ ଚନ୍ଦନ
ଧୂପ ଦୀପ ନଇବେଦ୍ୟ ଉପହାର ନାନା ଦ୍ରବ୍ୟମାନ ।୩ ।
ୟେତେକ ଦେଇଣ ସେ ମନୁ ମହାରାଜା
ଅନେକ ବାଗେଣ ସେ ମୁନିଙ୍କି କଲେ ପାଦପୂଜା ।୪ ।
ଘଟଋଷିର ନନ୍ଦନ ମୋତେ ପ୍ରତିକାର କରିବା
ତୋହୋର ପଦ୍ମପାଦେ ମୋହୋର ଅହର୍ନିଶି ସେବା ।୫ ।
ବଦୟନ୍ତି ମହାମୁନି ଶୁଣ ଯୁଗପତି
ସପତଦ୍ୱୀପା ପୃଥୀରେ ସୋମବଂଶହିଂ ଆଧିପତି ।୬ ।
ଆଦି ହୁଂ ଶୂନ୍ୟ ଶୂନ୍ୟହୁଂ ଜାତ ପବନ
ପବନ ହୁଂ ଜାତ ହୋଇଲେ ଯୋଗପୁରୁଷ ଶୂନ୍ୟ ।୭ ।
ଯୋଗପୁରୁଷ ତହୁଂ ଉପୁଜିଲା ଗାୟତିରୀ
ୟେହାଙ୍କର ତହୁଂ ଉପୁଜିଲା ମହାମନ୍ତ୍ର ଚାରି ।୮ ।
ୟେ ମହାମନ୍ତ୍ର ତହୁଂ ଉପୁଜିଲା ଚାରିପାଦ
ୟେଥୁଂ ଉତପତ୍ତି ହୋଇଲେ ଯମଦ ।୯ ।
ଯମଦୁଂ ଉତପତ୍ତି ହୋଇଲା କର୍ମଣ
ୟେହାର ତହୁଂ ଉତପତ୍ତି ହୋଇଲା ନିରିଗୁଣ ।୧୦ ।



୯ ।୧ ମହାମନ୍ତ୍ରୁଂ ଉପୁଜିଲା ଚାରିଗୋଟି ବେଦ ।
୬/୨ ଆଧିପତି-ଅଧିପତି,ଉତପତି-ଉପùତ୍ତି ।
୯ ।୨ ଯମଦଙ୍ଗ ଯମଜ (ପୁରୁଷ ଓ ପ୍ରକୃତି)
୧୦ ।୧ ପ୍ରକୃତି ପୁରୁଷର ମିଳନ କାଳରେ କର୍ମଦେବ-କାଳରୂପୀ ଭଗବାନ ଉପùନ୍ନ ।
ନିର୍ଗୁଣ ତହୁଂ ଉତପତ୍ତି ହୋଇଲା ବୁଦୁବୁଦ
ବୁବୁବୁଦରୁ ଉପୁଜିଲା ଅଣ୍ଡ ଯେ ବିବୁଧ ।୧୧ ।
ଅଣ୍ଡ ଫୁଟିଣ ସେ ହୋଇଲା ନିରଞ୍ଜନ
ନିରଞ୍ଜନୁଂ ଶକତି ହୋଇଲା ଉତପନ ।୧୨ ।
ଶକତି ତହୁଂ ଉତପତ୍ତି ହୋଇଲେ ପୁତ୍ର ତିନି
ବ୍ରହ୍ମା ବିଷ୍ଣୁ ମହେଶ୍ୱର ୟେ ତିନି ନାମ ଘେନି ।୧୩ ।
ଆହୋ ତ୍ରିଦଶ ଦେବତାୟେ ଯେ ମନ୍ଥିଲେ ସମୁଦର
ତହୁଂ ଉତପତ୍ତି ହୋଇଲେ ଶଶଧର ।୧୪ ।
ଶଶଧରୁଂ ଉତପତ୍ତି ହୋଇଲା ସନ୍ତତି
ସତାଇଶ କନ୍ୟା ପ୍ରଦାନ କଲା ଦଚ୍ଛ ପ୍ରଜାପତି ।୧୫ । (ସଂଖ୍ୟା)
ଚନ୍ଦ୍ର ହରିଲା ଯେ ବୃହସ୍ପତିଙ୍କ ଭାରିଯା ତାରା
ରସେଣ ପଡିଲା ସେ ଉତ୍ତମ ପରଦାରା ।୧୬ ।
ଚନ୍ଦ୍ରଙ୍କର ବୀର୍ଯ୍ୟେ, ତାରା କନ୍ୟାର ରଜେ
ତହୁଂ ଉତପତ୍ତି ହୋଇଲା ବୁଧ ନାମେଣ ଆତ୍ମଜେ ।୧୭ ।
ଆହୋ ବୁଧର ନନ୍ଦନ ଯେ ଅଟଇ ପୁରୁରବା
ଅମରାଧିନାଥ ସେ ହୋଇଲା ରାଜଦେବା ।୧୮ ।
ପୁରୁରବାୟେ ବାଣ୍ଟିଲେ ସଚରାଚର ପୃଥୀ
ନବଦ୍ୱୀପ ସପତ ସାଗର ବସାଇଲେ ବସୁମତୀ ।୧୯ ।
ପୁରୁରବାର ନନ୍ଦନ ଆୟୁ ମହୀପାଳେ
ୟେ ଯେ ସପତ ଦ୍ୱୀପା ପୃଥୀକି କଲା ୟେକସ୍ଥଳେ ।୨୦ ।
ଆୟୁର ନନ୍ଦନ ଯେ ହୋଇଲା ନଘୋଷ
ଇନ୍ଦ୍ରପଦେ ବସିଲା ସେ ଅମର ଆକାଶ ।୨୧-୭୮ ।



୧୧ ।୧ ନିର୍ଗୁଣ ତହୁଂ ଉତପତି ହୋଇଲାକ ବେଦ ।
୧୬ ।୨ ରସେଣ ଲଭିଲା ସେ ଉତ୍ତମ ପରଦାରା ।
୧୮ ।୨ ଅମରାଧିନାଥ ସେ ହୋଇଲା ମଘବା ।
୧୫ ।୨ ଦଛ-ଦକ୍ଷ । ୨୧ ।୧ ନଘୋଷ-ନହୁଷ
ଯଯାତି ଉପାଖ୍ୟାନ
ପୁରୁରବାର ତହୁଂ ଉତପତ୍ତି ହୋଇଲେ କୁରୁବଂଶେ
ନଘୋଷର ନନ୍ଦନ ଯୁଦ୍ଧ ଯଯାତି ପରକାଶେ ।୧ ।
ବଡ ପ୍ରତାପୀ ସେ ଯେ ହୋଇଲା ଯଯାତି
ନବ କନ୍ୟା ପ୍ରଦାନ ସେ ହୋଇଲା ନବଜାତି ।୨ ।
ଶୁକ୍ରଙ୍କର ଦୁହିତା ସେ ଅଟଇ ଦେବଯାନୀ
ଦେବକୁଳୁଂ ପ୍ରଦାନ ଯେ ହୋଇଲେ ନନ୍ଦିନୀ ।୩ ।
ଅସୁରକୁଳୁଂ ପ୍ରଦାନ ହୋଇଲେ ଶରମେଷ୍ଠୀ
ତକ୍ଷକ ନାଗର ଯେ ଦୁହିତା ସନ୍ତୁଷ୍ଟି ।୪ ।
ନାଗକୁଳୁଂ କନ୍ୟାୟେକ ହୋଇଲା ପ୍ରଦାନ
ୟେମନ୍ତ ଭାଗ୍ୟ ରାଜା ଅଟଇ ବିଦ୍ୟମାନ ।୫ ।
ମାନବ କୁଳର ରାଜା ଅଟଇ ବୁଧସେନ
ତାହାର ତହୁଂ ବୃନ୍ଦାବତୀ କନ୍ୟା ହୋଇଲା ପ୍ରଦାନ ।୬ ।
ଗୋପାଳ ନୃପତି ଯେ ଋତୁଧ୍ୱଜ ବୀର
ଯୁଗାବତୀ ବୋଲି ଦୁହିତାୟେ ଥିଲାଯେ ତାହାର ।୭ ।
ତାହାକୁ ପ୍ରଦାନ ହୋଇଲେ ଯଯାତି
ନିଷାଦ କୁଳରୁ ପ୍ରଦାନ ହୋଇଲେ ରେବତୀ ।୮ ।
ଶବର ରାଜା ଯେ ଅଟଇ ଅଜର
ମୃଗାକ୍ଷୀ ନାମେ ଦୁହିତା ଯେ ଅଟଇ ତାହାର ।୯ ।
ତାହାକୁ ପ୍ରଦାନ ହୋଇଲେ ଯଯାତି
କନ୍ୟାୟେକ ଦିଲା କୋଶଳ ବ୍ରାହ୍ମଣ ନୃପତି ।୧୦ ।
ଇନ୍ଦୁ ଦେଶର ରାଜା ୟେ ପଛିମ ସଉରାଷ୍ଟ୍ରଇଂ (ଜବନ୍ଧତ୍ତବଜ୍ଞଶନ୍ଦତ୍ତବ)
ତାହାର ଦୁହିତା ନାମ କୃଷ୍ଣାବତୀ ଅଟଇ ।୧୧ ।
ପ୍ରବାଳସେନ ବୋଲି ହାଦେ ଇନ୍ଦୁ ନୃପତି
ନବମେ ପ୍ରଦାନ ହୋଇଲା ତାହାର ଦୁହିତୀ ।୧୨ ।



୪ ।୧ ଶରମେଷ୍ଠୀ-ଶର୍ମିଷ୍ଠା
୧୦ ।୨ ଦିଲା-ଦେଲା
ୟେମନ୍ତେ ନବ ଜାତିରୁ ନବ କନ୍ୟା ପ୍ରଦାନ
ନବ ପୁତ୍ର ଉପୁଜିଲା ଯଯାତିଙ୍କର ବିଦ୍ୟମାନ ।୧୩ ।
ଆଦ୍ୟରେ ପୃଥିବୀ ନବ ଭାଗ ରାଜା କଲେ
ନବ ଖଣ୍ଡ ମେଦିନୀ ନବ ପୁତ୍ରେ ବାଣ୍ଟିଦିଲେ ।୧୪ ।
ତାହାର ଜ୍ୟେଷ୍ଠ ପୁତ୍ର ନାମ ପୁରୁ ମହୀପତି
ଓଡିୟାଣୀ ଭାରିଯାର ସେ ଅଟଇ ସନ୍ତତି ।୧୫ । (ଓଡ଼ିଆଣୀ)
ମାତାଙ୍କର ଭାଗ ୟେ ଓଡରାଷ୍ଟ୍ର ମଣ୍ଡଳେ
ତହୁଂ ସେ ଓଡରାଷ୍ଟ୍ର ଭ୍ରଥଖଣ୍ଡେ ସର୍ବକାଳେ ।୧୬ ।
ପୁରୁର ନନ୍ଦନ ଯେ ପ୍ରବୀର ନୃପତି
ବାର ରାଷ୍ଟ୍ର କରିଣ ଭିଆଇଲେ ରାଷ୍ଟ୍ରପତି ।୧୭ ।
ୟେକା ଖଣ୍ଡକଇଂ ଯେ କଲେକ ସାତ ସାତ ଖଣ୍ଡ
ମଣ୍ଡଳ ଭିଆଣ କରିଯେ ଭିଆଇଲେ ପାରିଦଣ୍ଡ ।୧୮ ।
ପ୍ରବୀର ନନ୍ଦନ ମନସିବା ନାମେଣ ବୀରା
ଅନେକ ଦୁଷ୍ଟନ୍ତ ମାରି ସେ ଉଶ୍ୱାସିଲେ ମହୀଭାରା ।୧୯ ।
ପ୍ରବୀର ନନ୍ଦନ ଯେ ମନସିବା ନୃପତି
ୟେହାଙ୍କର ନନ୍ଦନ ୟେ ଅନୁପାମ ଚକ୍ରବ୍ରତୀ ।୨୦ ।
ଆଗେଣ ଥାଠ ସନ୍ୟ କିଛି ନ ଥାଇଂ ୟେହାଙ୍କର ତୁଲେ
ୟେକାୟେ ଛାତ୍ର ଧରାଇ ନବଖଣ୍ଡ ମେଦିନୀ ସାଧ୍ୟ କଲେ ।୨୧ ।
ଆପଣେ ଅନୁସରି ଭିଆଇଲେ ସପତ ଦ୍ୱୀପା ପୃଥୀ
ଧାତୁବାଦ ପୁରୁଷ ୟେ ଅନୁପାମ ଚକ୍ରବ୍ରତୀ ।୨୨ ।
ଅନୁପାମର ନନ୍ଦନ ଅଟଇ Cଳୀନ ବୀର
ଦୁଷ୍ୟନ୍ତ ବୋଲିକରି ଯେ ପୁତ୍ରେକ ହୋଇଲା ତାହାର ।୨୩ ।
ମନ୍ଦର ଦେଶର ରାଜା କଉସ୍ତୁଭ ନରପତି
ତାହାର ଦୋହିତାର ନାମ ଅଟଇ ମନ୍ଦାରବତୀ ।୨୪ ।
---
୧୪ ।୧ ଦ୍ୟାବା ପୃଥିବୀ ନବଭାଗ ରାଜା କଲେ ।
୧୯ ।୧ ମନସିବା-ମନସ୍ୟୁ (ସଂସ୍କୃତ)
୨୦ ।୨ ଅନୁପାମ-ଅନ୍ୱଗ୍‍ଭାନୁ (ସଂସ୍କୃତ) (ଯଯାତିଙ୍କ କନିଷ୍ଠ ପୁତ୍ର ଶର୍ମିଷ୍ଠାଙ୍କ ଗର୍ଭରୁ ଜାତ)
୨୦ ।୨ ଚକ୍ରବ୍ରତୀ-ଚକ୍ରବର୍ତ୍ତୀ
୨୪ ।୨ ଦୋହିତା-ଦୁହିତା
ୟେ ଦୁଷ୍ୟନ୍ତର ମହିମା ନ ଯାଇଂ କହଣ
ସମୋଦ୍ର ଛଡାଇ ନେଲା ସେ ଅଶୀ ସହସ୍ର ଯୁଣ ।୨୫ । (ସଂଖ୍ୟା)
ସମୋଦ୍ର ଭିତରେ ନେଇଂ ଶୁଭ ଖମ୍ୱେକ ପୋତିଲା
ସେହିଠାରୁଂ ସମୋଦ୍ର ସୀମା ଲଘିଂ ନୁଆରିଲା ।୨୬ ।
ତୋଷେ ମୋଦବତୀ କନ୍ୟା ଦେଲା ବରମାଳା
ଆବର ଭାରିଯା ତାର ହେଲା ଶକୁନ୍ତଳା ।୨୭ ।
ଦୁଷ୍ୟନ୍ତର ନନ୍ଦନ ଯେ ଅଟଇ ବୀର ଭ୍ରଥ
ସମୋଦ୍ର ଘୁଞ୍ଚାଇଂ ଦିଲା ଯୋଜନ ସାତଶତ ।୨୮ ।
ସାତ ଶତ ଯୋଜନେକ ଯେ ଖଣ୍ଡେ ଖଣ୍ଡେ କଲା (ସଂଖ୍ୟା)
ତହୁଂ ସେ ଭ୍ରତଖଣ୍ଡ ମେଦିନୀ ବୋଲାଇଲା ।୨୯ ।
ୟେହି ସେ ଭିଆଇଲେ ଗ୍ରାମେକେ ସୀମାୟେ
ନଳକ ମାତ୍ର କରି ପୃଥିବୀ ବାଣ୍ଟିଣ ଠୂଳ କୟେ ।୩୦ । ଜରନ୍ଦନ୍ଦକ୍ଷରଲରଚ୍ଚନ୍ଦ ଚ୍ଛଟ୍ଟରତ୍ତବନ୍ଦଷଚ୍ଛଚ୍ଚଜ୍ଞ
ଆହୋ ଭ୍ରଥର ନନ୍ଦନ ୟେ ଅଟଇ ଭୁମନୁ
ସମସ୍ତ ଶାହାସ୍ର ସାଧିଲେ ଭୂତ ଭବିଷ ଗ୍ୟାନୁଂ ।୩୧ ।
ୟେ ପୃଥ୍ୱୀ ପୁଣ ଭାଗ ମୂଳ କଲେ
ମଣ୍ଡଳ ଖଣ୍ଡ ଖଣ୍ଡ କରି ନବସୃଷ୍ଟି ଭିଆଇଲେ ।୩୨ ।
ଭୁମନୁର ନନ୍ଦନ ଉପୁଜିଲେ ବିରଥ
ୟେ ସେ ଭିଆଇଲେ ଯୋଦ୍ଧା ପାତ୍ର ଅମନାତ୍ୟ ।୩୩ ।
ୟେହାଙ୍କର ନନ୍ଦନ ଉପୁଜିଲା ବିଭୁଋକ୍ଷ
ଖଣ୍ଡ ମଣ୍ଡଳ କରି ୟେ ବାଣ୍ଟିଲେ ରାଜ୍ୟ ଯେ ପ୍ରତକ୍ଷ ।୩୪-୧୧୨ ।



୩୦ ।୨ ନଳମାଣ ପୃଥିବୀ ବାଣ୍ଟି ମୂଳ କୟେ ।
୨୬ ।୧ ସମୋଦ୍ର-ସମୁଦ୍ର । ୨୬ ।୨ ନୁଆରିଲା- ନ ପାରିଲା
୩୦ ।୨ କୟେ-କଲେ
୩୧ ।୧ ଭୁମନୁ-ଭୁମନୁ୍ୟ
୩୩ ।୧ ବିରଥ-(ସଂସ୍କୃତ) ସୁହୋତ୍ର ୩୩ ।୨ ଅମନାତ୍ୟ-ଅମାତ୍ୟ, ମନ୍ତ୍ରୀ ।
ଶମ୍ଭୁରାଣ ଉପାଖ୍ୟାନ
ବିଭୁଋଷର ନନ୍ଦନ ଶମ୍ଭୁରାଣ ଆଧିପତି
ଆଦି ଦିଗପାଳ ମାନନ୍ତ ସେ ବରିଲା ସବୁନ୍ତି ।୧ ।
ବିଶ୍ୱାନଳ କରି ୟେ କଲାକ ଭିଆଣ
ମହାପ୍ରତାପୀ ଯେ ହୋଇଲା ଶମ୍ଭୁରାଣ ।୨ ।
ସୂର୍ଯ୍ୟଙ୍କର ନନ୍ଦନୀ ଯେ ହୋଇଲା ତପତୀ
ଦେବତାୟେ ସହି ନ ପାରିଲେ କନ୍ୟାର ତେଜ ଯେ ମୂରତି ।୩ ।
କେବଳ ମାତ୍ର ତାହାକୁ ସଂଗ୍ୟାଂ ଜନ୍ମ ଦେଲେ
ଅତ୍ୟନ୍ତମତେ କେ କତିକି ଯାଇଂ ନୁଆରିଲେ ।୪ ।
ଆକାଶେ ସୟଂବର କରିଲେ ଦେବ ଆଦି
ଦିଗପାଳମାନନ୍ତ ବରି ସଭାୟେ ସ-ାଦି ।୫ ।
ତ୍ରିଦଶ ଦେବତାୟେ ବସିଲେ ଆସ୍ତାନେ
ତପତୀ ସୟଂବର ଚରିତ ବିଦ୍ୟମାନେ ।୬ ।
ନବସାଗର ଯେ ବ୍ରହ୍ମଋଷିମାନନ୍ତ ଘେନି
ମଳୟ ମଣ୍ଡଳେ ଯାଇଂ ବିଜୟେ ପଦ୍ମଯୋନି ।୭ ।
ଚଉଦ କୋଟି ଯେ ଶିବଗଣନ୍ତ ଘେନି ତୁଲେ (ସଂଖ୍ୟା)
ବୃଷଭ ବାହନେ ଯାଇଂ ରୁଦ୍ରେ ବିଜେ କଲେ ।୮ ।
ଅଳକା ଭୁବନୁଂ ବିଜେ କୁବେର ଦେବତା
ସାତ ପଦ୍ମ ସଇନି ଘେନି ଧନାଧିପ ଉପଗତା ।୯ ।
ଅମର ଭୁବନ ତେଜି ଅଇଲେ ଅମରାଧି
ଅଇରାବ୍ରତ ଆରୋହି ବିଜୟେ ଜମ୍ଭୋଭେଦୀ ।୧୦ ।



୫ ।୨ ସୟଂବରେ ଦିଗପାଳମାନନ୍ତ ବରିଲା ସବୁନ୍ତି । (ପା)
୧ ।୧ ବିଭୁଋକ୍ଷ-(ସଂ) ରୁକ୍ଷୁ । ଶମ୍ଭୁରାଣ-(ସଂ) ସମ୍ୱରଣ ।
୪ ।୧ ସଂଗ୍ୟାଂ-(ସଂ) ସଂଜ୍ଞା ୫ ।୧ ଆଦି-ସୂର୍ଯ୍ୟ
୬ ।୨ ସୟମ୍ୱର-ସ୍ୱୟମ୍ୱର
୧୦ ।୧ ଅମରାଧି-ଅମର-ସ୍ୱର୍ଗ, ତାହାର ଆଧି-ଅଧିପତି-ଇନ୍ଦ୍ର,
୧୦ ।୨ ଜମ୍ଭୋଭେଦି-ଇନ୍ଦ୍ର । ଜମ୍ଭଭେଦୀ ସ୍ଥାନରେ ଜମ୍ଭୋଭେଦୀ ।
ଚଉଷଠି ପୁତ୍ର ଘେନିଣ ଅମରଗଣ ସଂ
ବିଜୟେ ସୁରନାଥ ସୂର୍ଯ୍ୟ ସଭାୟେଣ ।୧୧ ।
ଅଣଚାଶ ପବନ ପକ୍ଷ ଯେ କିନ୍ନର
କାଳଗଣନ୍ତ ଘେନି ବିଜୟେ ନାଶକର ।୧୨ ।
ମଧୁକର ମଳୟ ବସନ୍ତ ଅନନ୍ତ
ବିଜୟେ କରୁଣାକର ଗଗନାଧିନାଥ ।୧୩ ।
ଗର୍ଜନ ନାଦ କରି ନିର୍ଘାତ ନରପତି
ସଅମ୍ୱରେ ବିଜୟେ ଯାଇ ମଣ୍ଡଳ ଚକ୍ରବ୍ରତୀ ।୧୪ ।
ମେଘମାଳ ସହିତେ ନୃପତି ହେମବନ୍ତ
ସେହି ପ୍ରବେଶ ହୋଇଲେ ମଳୟ ପର୍ବତ ।୧୫ ।
ଆହୋ ଗନ୍ଧର୍ବ ଯକ୍ଷ କିନ୍ନର ସୁରସିଦ୍ଧ ମୁନି
ସୟମ୍ୱର କଲେ ସେ ଦେବତା ମାନନ୍ତ ଘେନି ।୧୬ ।
ୟେସନେକ ସୟମ୍ୱର ଦେଖିଣ ବିବୁଧଆଦି
ଦେବତାନ୍ତ ସମାର୍ଜନା କଲେ ଦେବ ଯେ ଅନାଦି ।୧୭ ।
ତ୍ରିଦଶ ଦେବତାମାନେ ବସିଲେ ଆସ୍ତାନେ
ବିନୟ ଭାବେ ପଚାରନ୍ତି ଗଗନାଧି ଶୂନ୍ୟେ ।୧୮ ।
ୟେ ମୋହୋର ଦୁହିତା ଯେ ଅଟଇ ତପତୀ
ସୟଂବର ନିମନ୍ତେ ମୁଂ ବରିଲି ସବୁନ୍ତି ।୧୯ ।
ୟେ ଯାହାର କଣ୍ଠେ ନେଇ ଦେବ ପୁଷ୍ପମାଳି
ସେ ତାହାର ବଲ୍ଲଭ ହୋଇବ ସତ୍ୟ ପ୍ରତିପାଳି ।୨୦ ।
ତ୍ରିଦଶ ଦେବତାୟେ ଅନେକ ବେଶ ବେଶନେ
ବିଜୟେ ବୃନ୍ଦାଅର୍କେ ପଦ୍ମ ଯେ ଆସନେ ।୨୧ ।
ବଦୟନ୍ତି କରତା ଶୁଣ ଗୋ ତପତୀ
ତୋହୋର ନିମନ୍ତେ ମୁଂ ବରିଲି ସବୁନ୍ତି ।୨୨ ।



୧୧ ।୧ ଚଉଷଠି କୋଟି ଯେ ମିଳିଲେ ଅମରଗଣ । (ପା) (ସଂଖ୍ୟା)
୧୪ ।୨ ସୟମ୍ୱରେ ବିଜୟେ ଯାଇ ମଣ୍ଡଳ ଚକ୍ରବ୍ରତୀ । (ପା)
୧୮ ।୨ ବିନୟଭାବେ ପଚାରନ୍ତି ଗଗନ ଲିଙ୍ଗ ଶୂନ୍ୟେ । (ପ)
୧୪ ।୨ ଚକ୍ରବ୍ରତୀ-ଚକ୍ରବର୍ତ୍ତୀ । ୧୮ ।୧ ଆସ୍ତାନେ-ଆସ୍ଥାନେ
୨୧ ।୨ ବୃନ୍ଦାଅର୍କେ-ବୃନ୍ଦାରକେ-ଦେବତାମାନେ, ୨୨ ।୧ କରତା-ସୂର୍ଯ୍ୟ
ଯାହାକୁ ଇଛା ଗୋ ବର ତୋହୋର ଚିତ୍ତେ
ପାରିଜାତକ ପୁଷ୍ପମାଳ ଗୋ ଦିଅ ତୋହାର ହୃଦଗତେ ।୨୩ ।
ପିତାର ବଚନ ଯେ ଶୁଣିଣ ତପତୀ
ମାଳା ଘେନି ମିଳିଲା ସେ ସୁରନାଥର କତି ।୨୪ ।
ତପତୀର ତେଜ ଜାଳା ଅନଳ ପରାୟେ
ଭୟେଣ ଅନ୍ତର ତହୁଂ ଯେ ହୋଇଲେ ସୁରରାୟେ ।୨୫ ।
ଇନ୍ଦ୍ର ଦେବତା ଯହୁଂ ଅନ୍ତର ହୋଇଲା
ମାଳା ଘେନି ତପତୀ କୁବେର ସନ୍ନିଧ୍ୟେ ମିଳିଲା ।୨୬ ।
ପାଶକୁ ଆସନ୍ତେ ସେ ସାଂଗ୍ୟାର ଦୁଲଳା
ତପତୀର ତେଜ ଯେ ଲାଗିଲା ମହାଜାଳା ।୨୭ ।
କୁବେର ଦେବତା ଯେ ସଭାରେ ନ ରହିଲେ
ଉଠିଣ ଆପଣା ଭୁବନେ ଚଳି ଗଲେ ।୨୮ ।
ତହୁଂ ମାଳା ଘେନି ଚଳିଲା ସୂର୍ଯ୍ୟର ନନ୍ଦନୀ
ସନ୍ନିଧ୍ୟେଣ ଦେଖିଲା ସେ ଦେବ ପଦ୍ମଯୋନି ।୨୯ ।
ଆହୋ ତପତୀର ତେଜ ଯେ ମହାଅନଳ ପରାୟେ
ମରୁଳ ଆରୋହି ପିତା ହୋଇଲେ ଅନ୍ତର୍ଦ୍ଧାୟେ ।୩୦ ।
ପିତାମହଙ୍କୁ ନ ଦେଖି ସେ ଦିନକର କୁମାରୀ
ମାଳା ଘେନି ମିଳିଲା ଯହିଂ ବିଜୟେ ତ୍ରିପୁରାରି ।୩୧ ।
ସଦାଶିବ କତିକୁ ଯାଆନ୍ତେଣ ଅବଳା
ରୁଦ୍ର ଶରୀରେ ସେ ଲାଗିଲା ମହାଜାଳା ।୩୨ ।
ଭୟେଣ ଘୁଞ୍ଚିଲେ ସେ ଦେବ ପଞ୍ଚୁମଉଳି
ଶିବଗଣ ମାନନ୍ତ ଘେନି ସେ କପିଳାସେ ଗଲେ ଚଳି ।୩୩ ।
ପୁଣି ମାଳାୟେକ ଯେ ଘେନିଣ ତପତୀ
ବିଜୟେ ସୁନ୍ଦରୀ ଯାଇଁ ହେମବନ୍ତର କତି ।୩୪ ।



୨୯ ।୧ ତହୁଂ ମାଳାଘେନି ଗବନ ସୂର୍ଯ୍ୟର ବାଳୀ
୨୯ ।୨ ପଦ୍ମଯୋନି ନାଥ ସନ୍ନିଧ୍ୟେ ଯାଇ ମିଳି ।
୨୭ ।୧ ସାଂଗ୍ୟାର-ସଂଜ୍ଞାର
୩୦ ।୨ ମରୁଳ-ମରାଳ-ହଂସ
ଦେଖିଣ ଭୟେ ସେ କଲା ହେମବନ୍ତ
ଆସ୍ତାନୁଂ ଉଠି ସେ ଚଳିଗଲା ଶୂନ୍ୟପଥ ।୩୫ ।
ଆହୋ ତପତୀର ତେଜେ ପଳାଇଲେ ବୃନ୍ଦାଅର୍କେ
ଯେ ଯାହାର ଭୁବନେ ଯେ ମିଳିଲେ ଦେବଲୋକେ ।୩୬ ।
ଆଦିତ୍ୟ ବୋଇଲେ ୟେ ସୟଂବର ସରିଲା
କେହି ତ କନ୍ୟାକୁ ମୋ ବରଣ ନୋହିଲା ।୩୭ ।
ଦୋହିତା ହୋଇଂ ଯେବେ ପିତା ଘରେଣ ରଜବତୀ (ଜ୍ଞନ୍ଧଟ୍ଟରତ୍ତଜ୍ଞନ୍ଦଷନ୍ଦଷଚ୍ଛଚ୍ଚ, ଲରଚ୍ଚଜ୍ଞର)
ପିତୃ ଲୋକମାନେ ଯେ ପାବନ୍ତି ନର୍କ ଗତି ।୩୮ ।
ୟେସନେକେ ବିଚାର କରନ୍ତେଣ ଦେବ ସୂର୍ଯ୍ୟ
ଅଶ୍ୱେକ ଚଢିଣ ବିଜେ କଲେ ଶମ୍ଭୁରାଣ ମହାରାଜ ।୩୯ ।
ବଦୟନ୍ତି କରତାର ଶୁଣ ଗୋ ତପତୀ
ୟେ ମହାରାଜା ଗୋ ସୋମବଂଶର ଆଧିପତି ।୪୦ ।
ୟେହାର ବଂଶେ ଗୋ ଅମରେ ହୁଅନ୍ତି ପାଟ
ମାଳା ଘେନି ୟାଇଂ ଗୋ ୟେହାର ସନ୍ନିଧ୍ୟେଣ ଭେଟ ।୪୧ ।
ପିତାଙ୍କର ବଚନେଣ ସେ ମୃଗନୟନୀ
ମିଳିଲାକ ସୁନ୍ଦରୀ କରେ ମାଳ ଅର୍ଘ୍ୟ ଘେନି ।୪୨ ।
ଅଶ୍ୱ ଉପରେଂ ବିଜେ କରିଛନ୍ତି ଶମ୍ଭୁରାଣ
ମାଳା ଘେନିଣ ତପତୀ ମିଳିଲା ସନ୍ନିଧ୍ୟେଣ ।୪୩ ।
ନୃପତି ହୃଦରେ ନେଇ ଦିଲାକ ପୁଷ୍ପମାଳେ
ଶ୍ରୀଭୁଜେ ଧରିନେଇ ଶମ୍ଭୁରାଣ ବସାଇଲେ କୋଳେ ।୪୪ ।
ଦେଖିଣ ପରମ ସାନନ୍ଦ ଦେବ ଅଂଶୁମାଳୀ
ସାଧୁ ସାଧୁ ଶମ୍ଭୁରାଣ ବୋଲି ଜୟେ ଧୁନି ତୋଳି ।୪୫ ।
ଅନେକ ସମ୍ଭର୍ବେ ସେ ରାଜାଧିରାଜପତି
ତପତୀ ପ୍ରଦାନ ଯେ କଲାକ ଯଥାରୀତି ।୪୬ ।



୩୭ ।୨ କେହିତ କନ୍ୟାକୁ ମୋର ପ୍ରଦାନ ନୋହିଲା ।
୪୬ ।୧ ଅନେକ ସମ୍ଭର୍ବ କଲାକ ସୂର୍ଯ୍ୟାଧି ।
୩୫ ।୧ ହେମବନ୍ତ-ହିମବାନ୍‍, ୩୮ ।୧ ଦୋହିତା-ଦୁହିତା
୪୪ ।୧ ଦିଲାକ-ଦେଲାକ
ଶମ୍ଭୁରାଣ ବିଳସଇ ସେ ସୁନ୍ଦରୀ ତପତୀ
କୁରୁ ନାମେଣ ପୁତ୍ର ତହୁଂ ହୋଇଲା ଉତପତ୍ତି । ୪୭-୧୫୯ (ମଚ୍ଛତ୍ତତ୍ତରମନ୍ଦରଯ)
ଶାନ୍ତନୁ ଉପାଖ୍ୟାନ
ତହୁଂ ସେ କୁରୁ ବଂଶ ଜଗତେ ବିଖ୍ୟାତି
କୁରୁର ଭାରିଯା ଯେ ଅଟଇ ଭାନୁବତୀ ।୧ ।
ୟେହାର ତହୁଂ ଉପୁଜିଲା ପାର୍ଥିବ ନରପତି
ୟେମନ୍ତେଣ ସୋମବଂଶ ହୋଇଲା ଉତପତ୍ତି ।୨ ।
ପାର୍ଥିବର ଭାରିଯା ଚିତ୍ର ଯେ ଉତ୍‍ପଲା
ଶାୟେଂତନୁ ରାଜଋଷି ୟେହାଙ୍କର ବଳା ।୩ ।
ଶାୟେଂତନୁ ମହାରାୟେ ରୁଦ୍ରଙ୍କୁ ସେବାକଲେ
ସପତ ଦ୍ୱୀପେ ସେ ୟେକାଙ୍ଗ ଚକ୍ରବ୍ରତୀ ହେଲେ ।୪ ।
ଅତିଅନ୍ତ ଭଗତି ସେ କାଶୀ ସେବା କରି
କଷା କଉପୁନି ହୋଇଲେ ମାଥେ ଜଟାଧାରୀ ।୫ ।
ସୋମେକ ରୂପେ ହର ଗୋହତ୍ୟା ଦୋଷ କଲେ
ହଟକେଶ୍ୱର ବୋଲି ପାତାଳେ କପିଳାସେ ରଞ୍ଚିଲେ ।୬ ।
ଶିବ ସେବା କରି ତହୁଂ ରହିଲେ ଶାୟେଂତନୁ
ମଞ୍ଚକୁ ନ ଆସନ୍ତି ସେ ପାତାଳ ଭୁବନୁଂ ।୭ ।
ପାତାଳେ ଥାଇଂ ସେ ମଞ୍ଚକୁ ଦ୍ୟନ୍ତି ଦୃଷ୍ଟି
ଦିବ୍ୟ ଚକ୍ଷୁରେ ଦେଖନ୍ତି ରାଜ୍ୟକୁ ପଡିଲେ ଅରଷ୍ଟି ।୮ ।
ଦଇତ ଦାନବେ ଯେବେ କରନ୍ତି ଅନୀତି
ପାତାଳେ ଥାଇଂ ସେ ନାରାଜ ବିନ୍ଧିଲେ ମଞ୍ଚେ ହୋନ୍ତି ବିନଶ୍ୟତି ।୯ ।
ୟେସନେକ ସେବା କରିଥାନ୍ତି ବିଶ୍ୱନାଥ
ସପତ ଦ୍ୱୀପା ନିଛତ୍ରୀ କରି ରାଜ୍ୟ କରନ୍ତି ୟେକଛତ୍ର ।୧୦ ।



୧ ।୨ ଭାନୁବତୀ-ଭାନୁମତୀ
୩ ।୨ ଶାୟେଂତନୁ-ଶାନ୍ତନୁ
ସପତ ଦ୍ୱୀପକୁ ମନ୍ତ୍ରବଳେ ସେ ସପତ ନାରାଜ ପେଷି
ସୁଦରଶନ ଚକ୍ର ପ୍ରାୟେ ବୁଲଇ ଦିବା ନିଶି ।୧୧ ।
ବଳ ଦୁର୍ବଳ କଲେ ସେ ପକାବନ୍ତି ଶିରଛେଦି
ୟେମନ୍ତେ ସପତ ଦ୍ୱୀପ ସତ୍ୟରେ ଚଳାନ୍ତି ସ-ାଦି ।୧୨ ।
ଆହୋ ସୋମବଂଶ ରାଜ୍ୟେ ପରଜା ଉପୁଜାଇ ଯେବଣ କୃଷି
ବାଟିକେ ଚିନାୟେ ସଂଜା ଦେଇ ନିଅଇ ବେନିରାଶି ।୧୩ ।
ଇନ୍ଦ୍ର ଦେବତାର ତୁଲେ ତାର ଅନେକ ଭାବେ ପୀରତି
କୃଷି ଭୂମିରେ ମେଘେ ବରଷନ୍ତି ରାତି ।୧୪ ।
ସନ୍ତାନ ଶୋଚନା ନାସ୍ତି ବ୍ରତନ୍ତି ଜନପ୍ରଜା
ୟେସନେକ ସାର୍ଥୁକ ସେ ସୋମବଂଶ ରାଜା ।୧୫ ।
ଗଙ୍ଗା ଜାତ ହୋଇଲେ ଯେ ନିର୍ଘାତର ଘରେ
ଧବଳ ରୁଚିର ବପୁ ଶୁକ୍ଲାମ୍ୱର ଶରୀରେ ।୧୬ ।
ନିର୍ଘାତ ପାଳଇ ସେ ଅନାଦି ନିରଞ୍ଜନୀ
ତ୍ରୟୋଦଶ ବରଷ ଯେ ହୋଇଲା ନନ୍ଦନୀ ।୧୭ ।
ନିର୍ଘାତ ବୋଇଲା ମାଗୋ ମୁଂ କେମନ୍ତ କରିବି
କୁମାରୀ ରୂପ ହୋଇଲୁ ତୋତେ କାହାକୁ ମୁହିଂ ଦେବି ।୧୮ ।
ବଡାଇ ନିରାକୁଳୀ ତୁ ଅଟୁ ଦେବୀ ତୋୟା
ତୋତେ ଦେଖିଣ ମୁଂ କରଇ ବଡ ଭୟା ।୧୯ ।
ଗଙ୍ଗା ବୋଇଲେ ତୁ ଶୁଣସି ମୋହୋର ପିତା
ମୋହୋର ବଲ୍ଲଭ ସେ ଅଟଇ ରୁଦ୍ର ଯେ ଦେବତା ।୨୦ ।
ସେ ମୋହୋର ପ୍ରାଣନାଥ ଅଟନ୍ତି ଦେବ ଯେ ତ୍ରିଶୂଳୀ
ସେହି ସେ ସହି ପାରନ୍ତି ନା ମୋହୋର ଆର୍ଦୋଳି ।୨୧ ।
ନିର୍ଘାତ ବୋଇଲା ମାଗୋ ଶୁଣ ଧବଳାଙ୍ଗି
ବ୍ରହ୍ମହତ୍ୟା କଲା ସେ ରୁଦ୍ର ପରମ ଯୋଗୀ ।୨୨ ।
ଅନେକ ତୀର୍ଥ ସେ କଲେ ବିଶ୍ୱକାଶୀ
ପାତାଳେ ବସିଲେ ସେ ହୋଇଣ ବଡ ଦୋଷୀ ।୨୩ ।
ଗଙ୍ଗା ବୋଇଲେ ପିତା ମୁଂ ଥିବି ତୋହୋର ଘରେ
ଯେତେ କାଳେ ଆସିବେ କରିବି ବିଶ୍ୱେଶ୍ୱରେ ।୨୪-୧୮୩ ।



୧୨ ।୧ ଦୁର୍ଧ୍ୱଂସ ଦେଖି ୟେ ତାଙ୍କୁ ପକାନ୍ତି ଶିରଛେଦି ।
୧୨ ।୨ ୟେମନ୍ତେ ସପତ ଦୀପ ଯାକ ନିଛତ୍ର କଲେ ସତ୍ୟବାଦୀ ।
୧୪ ।୨ କୃଷି ଭୂମିରେ ମେଘେ କରନ୍ତି ନିତି ବୃଷ୍ଟି ।
୧୫ ।୧ ଧନ ସନ୍ତାନ ବର୍ଦ୍ଧୁତେ ସୁଖେ ବ୍ରତନ୍ତି ସକଳ ପ୍ରଜା ।
୧୯ ।୧ ତୋୟା-ଗଙ୍ଗାଦେବୀ
ଶାନ୍ତନୁ ବିବାହ
(ଚିତ୍ରବୀର୍ଯ୍ୟ, ବିଚିତ୍ରବୀର୍ଯ୍ୟ ଓ ଭୀଷ୍ମଙ୍କର ଜନ୍ମ)
ୟେମନ୍ତେ ପିତାର ଘରେ ଯେ ଅଛଇ ଗଙ୍ଗାବାଳୀ
କୁମାରୀମାନଙ୍କ ସଂଗେ ସେ ଖେଳଇ କୁତୁହୋଳୀ ।୧ ।
ପିତାର ଘରେ ଯହୁଂ ସହସ୍ରେ ବରଷ ବହିଗଲା (ସଂଖ୍ୟା)
ଦୋହିତାକୁ ଦେଖିଣ ନିର୍ଘାତ ଅନେକ କ୍ରୋଧକଲା ।୨ ।
ସ୍ତିରୀ ଜନ୍ମ ନିଷ୍ଫଳ ଗୋ ହୋଇଲା ମାତା ତୁକୁ
ଲାଞ୍ଛିଲା ହୋଇଲା ମୁକୁ ସୟଂବର କରି ବରିକି ଆଣିମି ଦେବତାଙ୍କୁ ।୩ ।
ଯାହାକୁ ଭାବଇ ମାଗୋ ତୋହୋର ମନ ଇଛା
ମାଳା ଦେଇଂ ବର ଗୋ ଯେ ତୋହୋର ମନବାଞ୍ଛା ।୪ ।
ଗଙ୍ଗା ବୋଇଲେ ତୁ ବିମୁଖ ନୋହ ତାତ
ରୁଦ୍ର ଦେବତାହୁଂ ଆନରେ ମୋର ନାହିଁ ପ୍ରିୟମତ ।୫ ।
ସେ ମୋହୋର ବଲ୍ଲଭ ମୁଂ ତାହାର ନାରୀ
ଅନେକ ଜନ୍ମରେ ମୁହିଂ ସଦାଶିବଙ୍କ ମନୋହାରୀ ।୬ ।
ନିର୍ଘାତ ବୋଇଲା ମାଗୋ କହଇ ମୁହିଂ ତୋତେ
ତୋହୋର ଅବସ୍ଥାୟେଣ ଅନେକ ଦୋଷ ମୋତେ ।୭ ।
ଅବିଭାୟୀ ଦୋହିତା ପିତା ଘରେ ହୋଇଲେ ରଜବତୀ
ୟେକୋଇଶ ପୁରୁଷ ପରିଯନ୍ତେ ପିତୃ ଲୋକଙ୍କୁ ଅଗତି ।୮ ।



୮ ।୨ ୟେକୋଇଶ ପୁରୁଷ ପରିଯନ୍ତେ ପିତୃଲୋକେ ଯାଆନ୍ତି ନର୍କଗତି ।
୨ ।୨ କ୍ରୋଧକଲା-ଦୁଃଖରେ କାତର ହେଲା ୩ ।୧ ତୁକୁ-ତୋତେ
୩ ।୨ ମୁକୁ-ମୋତେ ୫ ।୨ ପ୍ରିୟମତ-ପ୍ରୀତିଭାବ ୬ ।୨ ମନୋହାରୀ-ମନୋହାରୀଣୀ ଅର୍ଥରେ ପ୍ରଯୁକ୍ତ
୮ ।୧ ଅବିଭାୟୀ-ଅବିବାହିତା ।
ଗଙ୍ଗା ବୋଇଲେ ଯେବେ ଅନେକ ଯୁଗ ବହି ଯିବ
ୟେହିମତେ ଥିବି ତାତ ହୋଇଣ ବାଳ ଭାବ ।୯ ।
ନିର୍ଘାତ ପରମ ସାନନ୍ଦ ସେ ଦୋହିତାର ବଚନେ
ରହିଲେ ଜାହ୍ନବୀ ଯେ ପିତାର ଭୁବନେ ।୧୦ ।
ଗଙ୍ଗାର ଜନମେଣ ଯେ ସତ୍ୟ ଯୁଗ ବହିଗଲା
ରୁଦ୍ର ଦେବତାଙ୍କୁ ସେ ଭେଟ ନ ପାଇଲା ।୧୧ ।
ସତ୍ୟ ଯୁଗ ସତର ଲକ୍ଷ ଅଠାଅଶୀ ସହସ୍ର ବରଷ (ସଂଖ୍ୟା)
ଖେଳଇ ନିର୍ଘାତ ଘରେ ଦେବୀ ବାଳୁତ ବୟସ ।୧୨ ।
ତ୍ରେତୟା ଯୁଗ ବାରଲକ୍ଷ ଛୟାଣୋଇ ସହସ୍ର ବରଷ ହାଦେଗଲା (ସଂଖ୍ୟା)
ତଦ୍ୟାପି ଗଙ୍ଗାର ତୁଲେ Cଶ୍ୱର ଭେଟ ନ ପଡିଲା ।୧୩ ।
ତ୍ରେତୟା ଯୁଗ ଅନ୍ତରେ ଯେ ରୁଦ୍ର ପଞ୍ଚୁମନୁ
ଦିବାରାତ୍ରେଣ ଖଟିଥାନ୍ତି ସେ ଋଷି ଶାୟେଂତନୁ ।୧୪ ।
ସଦାନନ୍ଦ ପୁରୁଷ ଆସି ପ୍ରସନ୍ନ ହୋଇଲେ
ଦୁତୀ Cଶ୍ୱର ପଦ ସେ ଶାୟେଂତନୁକୁ ଯେ ଦିଲେ ।୧୫ ।
ବୋଲନ୍ତି କପାଳୀ ତୁ ଯାଅସି ସ୍ୱର୍ଗ ମଞ୍ଚ
ଭ୍ରମଣ କରି ଦେଖ ତୁହି ଭୁବନ ସୁସଞ୍ଚ ।୧୬ ।
କେବଣ ପୁରେ ଯେ କେବଣ ହୋଇଛନ୍ତି ଦେବେ
ୟେହା ବୁଝସି ତୁ ଚଳ ସ୍ୱର୍ଗ ମଞ୍ଚ ୟେବେ ।୧୭ ।
ସଦାଶିବର ବଚନେ ସେ ଚଳନ୍ତି ସୋମବଂଶୀ
ରୁଦ୍ର ଅବତାର ସେ ଶାୟେଂତନୁ ମହଋଷି ।୧୮ ।
ବଇଲେକ ଆରୋହି ସେ ମଥାରେ ଜଟାଧାରୀ
ଧବଳ ବର୍ଣ୍ଣ ଶରୀର ସେ ଦିଶଇ ଯେହ୍ନେ ତ୍ରିପୁରାରି ।୧୯ ।
ଗମଇ ଆକାଶେ ସେ ସୋମବଂଶୀ ଚକ୍ରବ୍ରତୀ
ଲକ୍ଷେକ ଡମ୍ୱରୁ ସେ ଶୂନ୍ୟେଣ ବାଜନ୍ତି ।୨୦ ।



୧୩ ।୨ ତଦ୍ୟାପି-ତଦି-ଅପି-ତଦ୍ୟପି ସ୍ଥାନରେ ତଦ୍ୟାପି
୧୫ ।୨ ଦୁତୀ-ଦ୍ୱିତୀୟ ୧୬ ।୨ ସୁସଞ୍ଚ-ସୁନ୍ଦର
୧୯ ।୧ ବଇଲେକ-ଏକ ବଳଦ, ବଳୀବର୍ଦ୍ଦ ଶବ୍ଦଜ
କରେଣ ପିନାକୀ ସମାନେଣ ୟେକ ଧନୁୟେ
ଆରେକ ଭୁଜେଣ ଶୋହଇ ତ୍ରିଶୂଳ ଗୋଟାୟେ ।୨୧ ।
ଭସ୍ମ ବିଲେପନ ରୁଦ୍ରାକ୍ଷ ମାଳା ହୃଦେ
ଧବଳ ଶରୀର କି ପ୍ରତକ୍ଷେ ସଦାନନ୍ଦେ ।୨୨ ।
ୟେସନେକେ କରଇ ସେ ଆକାଶେ ଦିଗ ବିଜେ
Cଶ୍ୱର ପ୍ରାୟେ ଦେଖି ପୂଜା କଲେ ଦେବରାଜେ ।୨୩ ।
ଅୟେଂଳା ବୃକ୍ଷ ତଳେ ଗଙ୍ଗା ତପ କରୁଥିଲା
ଭୋଳମତି ବେଳେଣ ତାର ଚିତ୍ତ ଯେ ବଳିଲା ।୨୪ ।
ଦେଖିଣ ବଚନ ଯେ ବୋଲଇ ନିରିଘାତ
ଶାୟେଂତନୁର ଭାରିଯା ହୁଅସି ଗୋ ମାତ ।୨୫ ।
ପିତାର ବଚନେ ସେ ତୁଷ୍ଟ ଧବଳାଙ୍ଗୀ
ନିର୍ଘାତ ହାତରୁ ମାଳାୟେକ ନେଇ ଗଳାରେ ତାହାକଇଂ ଲାଗି ।୨୬ ।
ଜଳ ତିଳ ଘେନିଣ ସଂକଳ୍ପ ରାୟେ କଲା
ଦୋହିତା ତୋତେ ଦେବି ବୋଲି ସତ୍ୟ ମନାସିଲା ।୨୭ ।
ୟେ ମୋହୋର ସତ୍ୟ ସତ୍ୟ ବୋଲଇ ତିନିବାରେ
ବରିଣ ନିର୍ଘାତ ଯେ ବସାଇଲା କୋଳରେ ।୨୮ ।
ଅନେକ ବାଗେଣ ସେ ଯେ ପୂଜା ବିଧି କଲା
ଦୋହିତାର ନିମନ୍ତେ ସେ ସତ୍ୟ ଯେ ପାଳିଲା ।୨୯ ।
ବର ବେଶ ହୋଇଣ ବସିଲେ ଶାୟେଂତନୁ ମହଋଷି
ଦୃଭାସା ମହଋଷି ତହିଂ ମିଳିଲେ ବେଗେ ଆସି ।୩୦ ।
ମେଷ କୃଷ୍ଣ ଚତୁର୍ଥୀ ଯେ ତିଥି ଚନ୍ଦ୍ରବାରେଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ହସ୍ତା ନକ୍ଷତ୍ର ଯେ ବେଳ ତୃତୀୟ ପ୍ରହରେ ।୩୧ ।
କନ୍ୟା ଲଗ୍ନ ତାରଚନ୍ଦ୍ର ଶୁଦ୍ଧି ଶୁଭବେଳ
ବୃଦ୍ଧି ନାମେ ଯୋଗ ପୁଣି କରଣ ତୈତିଳ ।୩୨ ।



୨୪ ।୨ ଭୋଳମତି ବେଳେଣ ତାର ଚିତ୍ତ ଯେ ଢଳିଲା ।
୨୫ ।୨ Cଶ୍ୱରଙ୍କ ଭାରିଯାତୁ ହୁଅସି ଗୋ ମାତ ।
୩୦ । ଧ୍ୟାନ ମାତ୍ରକେ ଦୁର୍ଭାସା ମିଳିଲେକ ଆସି ।
୨୧ ।୧ ପିନାକଙ୍ଗଧନୁ-ପିନାକ ଅର୍ଥରେ ପିନାକୀ । ଓଡିୟା ଭାଷାରେ କରେଣ ପିନାକ ପାଠ ସୁଷ୍ଠୁ ।(ଘତ୍ତଷସ୍ଥବ)
୩୦ ।୨ ଦୃଭାସା-ଦୁର୍ବାସା ।
ୟେସନେକ ସମୟେ ଯେ ସୀଉକାର ସାରି
ଓହୋକୁଳର ସେ ଗୋତ୍ରନ୍ତ ଉଚ୍ଚାରି ।୩୩ ।
ବୋଲନ୍ତି ପୁରୋହିତେ ଯେ ଗୋତ୍ର କହ ବର
ପିତା ମାତାଙ୍କର ନାମ ଯେ ତୋହୋର ଧର ।୩୪ ।
ଶାୟେଂତନୁ ବୋଇଲେ ଆମ୍ଭେ ଅଟୁ ସୋମଗୋତ୍ରୀ
ଆମ୍ଭ ପଣ ବାପା ଯେ ଶମ୍ଭୁରାଣ ନୃପତି ।୩୫ ।
ଶମ୍ଭୁରାଣର ପୁତ୍ର ଯେ ଅଟଇ କୁରୁ ନରନାଥ
ତାହାର ନନ୍ଦନ ପାର୍ଥିବ ନୃପତି ସାମରଥ ।୩୬ ।
ପାର୍ଥିବର ନନ୍ଦନ ଯେ ଆମ୍ଭେ ଅଟୁ ପୁତ୍ର ।୩୭ ।
ଶାୟେଂତନୁର ମୁଖୁଂ ୟେସନକ ବାକ୍ୟ ଶୁଣି
ବିସ୍ମୟ ହୋଇଲେ ସେ ଗଙ୍ଗା ଗୋସାମଣୀ ।୩୮ ।
ଗଙ୍ଗା ବୋଇଲେ ତୁ ମନ୍ଦ କୃତ୍ୟ କଲୁ ତାତ
ନୋହଇ Cଶ୍ୱର ୟେ ନୋହୋଇ ବିଶ୍ୱନାଥ ।୩୯ ।
Cଶ୍ୱର ଦେବତାର ଯେ କୁଳ ଗୋତ୍ର ନାହିଁ
ପିତା ଅଜା ପଣ ଅଜା ତାହାର ପୁଣ ଅଛି କାହିଂ ।୪୦ ।
ଯେ ସେ ସ୍ୱାମୀ ଅଟଇ Cଶ୍ୱର ଦଇବତ
ଅକୁଳ ଅମାର୍ଗ ନିଶ୍ଚଳ ନାହିଂ ତାର ଗୋତ୍ର ।୪୧ ।
ୟେତେ କହି ଗଙ୍ଗା ଉଠିଣ ଗଲେ ପିତାର କୋଳରୁ
ନିର୍ଘାତ ବୋଇଲା ମାଗୋ କିପାଇଂ ନାସ୍ତିକରୁ ।୪୨ ।
Cଶ୍ୱର ବରିବି ବୋଲି ମୁଁ ମନେ କଲି ଇଛା
ଦୁଇ ଯୁଗ ପରିଯନ୍ତେ ଦୁଖ ପଡି ନ ପାଇଲି ମନବାଞ୍ଛା ।୪୩ ।
ନିର୍ଘାତ ବୋଇଲେ ମାଗୋ ମୁଂ ଯେ ସତ୍ୟ କଲି
ସଂକଳ୍ପ କରନ୍ତେ ମୁଂ ଯେ ତୋତେ ପଚାରିଲି ।୪୪ ।
ତୋହୋର ବଚନେ ମୁଂ ଯେ ସତ୍ୟ କଲି ୟେହାଙ୍କୁ
ସତ୍ୟ ଭଗ୍ନ ଦୋଷ ମାଗୋ ହୋଉଛିଟି ମୁକୁ ।୪୫ ।



୪୧ ।୨ ଅକୁଳିଆ ଯୋଗୀ ସେ କାହିଂ ତାର କୁଳଗୋତ୍ର ।
୩୭ ।୨ ପାର୍ଥିବ-ସଂସ୍କୃତ ମହାଭାରତ ମତେ ପ୍ରତୀପ
୩୩ ।୨ ଓହୋ-ଉଭୟ
ପିତାର ବଚନ ଯେ ଶୁଣିଣ ଧବଳାଙ୍ଗୀ
ବାହୁଡିଣ ଆସି ଦେବୀ ବସିଲାକ ବେଗି ।୪୬ ।
ଗଙ୍ଗା ବୋଇଲେ ତୁମ୍ଭେ ଶୁଣ ଶାୟେଂତନୁ
ମୋହୋର ବଲ୍ଲଭ ଯେ ଅଟନ୍ତି ପଞ୍ଚୁନନୁ ।୪୭ ।
Cଶ୍ୱର ବୋଲି ମୁଂ ତୋତେ କଲି ସନମତ
ନ ଜାଣି ସତ୍ୟ ତୋତେ କଲା ମୋର ତାତ ।୪୮ ।
ତୋହୋର ମନରେ ଯେ ବିଚାର କର ଭାଳି
ତୁ ସହି ପାରିବୁଟିକି ମୋହୋର ଆର୍ଦୋଳି ।୪୯ ।
ଆହୋ Cଶ୍ୱର ଦେବତା ଯେ ସହି ନୁଆରିଲା
ବ୍ରହ୍ମାର କମଣ୍ଡଳେ ସେ ଦେଇଣ ମୋତେ ଗଲା ।୫୦ ।
ପିତାମହ ସହି ନପାରିଲା ମୋହୋର ଆରଦୋଳି
ବାମନ ନାରାୟଣ ପାଦେ ମୋତେ ନେଇ ଢାଳି ।୫୧ ।
ଆହୋ ବାମନ ଦେବତା ମୋତେ ନ ପାରିଲା ସହି
ମେରୁର କ୍ରୋଟରେ ଛାଡିଗଲା ମୋତେ ନେଇ ।୫୨ ।
ସେ ନ୍ୟାୟରୁ ଥାଇ ମୁହିଂ ହୋଇଲି ଅମୋକ୍ଷ ଗତି
ଗୃହବାସ ନିମନ୍ତେ ମୁଂ ବଳାଇଲି ମତି ।୫୩ ।
ନିର୍ଘାତର ଘରେ ଜାତ ହୋଇ ଲୁଚାଇଲି ବର୍ଣ୍ଣଚିହ୍ନ
ଆରତ ହୋଇଲି ମୁଂ ନ ଦେଖି ତ୍ରୋଲୋଚନ ।୫୪ ।
ମୁହିଂ ଯେବେ ତୋହୋର ହୋଇବଟି ମନୋହାରୀ
ପାରିବୁଟିକି ମୋତେ ସଂଭରଣ କରି ।୫୫ ।
ଶାୟେଂତନୁ ବୋଇଲେ ତୁ ବଡଇ ଜଞ୍ଜାଳୀ
ଭ୍ରଥାହିଂ ସେ ସହିବନା ଭାର୍ଯ୍ୟାର ଆର୍ଦୋଳି ।୫୬ ।
ଭ୍ରଥାର ଆର୍ଦୋଳି ଯେବେ ଭାରିଯା ନ ସହିବ
ପତି ପତ୍ନୀର କେମନ୍ତେ ଗୃହବାସ ହୋଇବ ।୫୭ ।



୪୮ ।୧ Cଶ୍ୱର ବୋଲି ମୁଂ କହିଲି ପିତାର ଅଗ୍ରତ ।
୪୭ ।୨ ପଞ୍ଚୁନନୁ-ପଞ୍ଚାନନ-ମହାଦେବ-ପଞ୍ଚାନନ-ପଞ୍ଚାନନୁ ସ୍ଥାନରେ-ପଞ୍ଚୁନନୁ ଉଚ୍ଚାରଣ ସୌକର୍ଯ୍ୟାର୍ଥ ।
୫୫ ।୧ ମନୋହାରୀ-ମୋନୋହାରିଣୀ ଅର୍ଥରେ ।
୫୫ ।୨ ସଂଭରଣ-ସଂଙ୍ଗସମ୍ୟକ୍‍-ସଂ-ୂର୍ଣ୍ଣ, ଭରଣ-ପୋଷଣ ।
ଆଜହୁଂ ନୃପତି ତୋତେ ମୁହିଂ କହଇ ନିରାଧାରି
ବାଇ ବାତୁଳୀ ମୁଂ ଯେ ଅଟଇ ଦ୍ରୋହକାରୀ ।୫୮ ।
ଅନେକ ଦୋଷ କଲେ କୋପ ନ କରିବୁ
ଦଶଦୋଷ କଲେ ଅପ୍ରାଧ ନ ଧରିବୁ ।୫୯ ।
ଭର୍ଷନା ନ ବୋଲିବୁ ନ ଦେବୁ ମୋତେ ଗାଳି
ଅନୁବ୍ରତେ ଖଟିଣ ଥିବୁ ମୋ ମନର ହିଆଳି ।୬୦ ।
ଗଙ୍ଗା ବୋଲିଣ ତୁ ବୋଲୁଥିବୁ ଅନୁବ୍ରତେ
ଗାଙ୍ଗୀ ବୋଇଲେ ନ ଥାଇଟି ପୂରୋଇ ମୋର ବ୍ରତେ ।୬୧ ।
ଶାୟେଂତନୁ ବୋଇଲେ ୟେ ମୋହୋର ସତ୍ୟକଥା
ଅନେକ ଦୋଷ କଲେ ସହିବି ତୋତେ ହୋଇବି ଭଗତା ।୬୨ ।
ୟେହେନେକ ସତ୍ୟବ୍ରତ କଲେଟି ସତ୍ୟ ବାକି
ପ୍ରଦାନ ହୋଇଲେ ସେ ଧବଳାଙ୍ଗୀ ସାଧବୀକି ।୬୩ ।
ସତ୍ୟେଣ ପ୍ରଦାନ ଯେ କଲେକ ନିର୍ଘାତ
ଅନେକ ସମ୍ଭରେଣ ସେ ଦେଲେକ ଦୁହିତ ।୬୪ ।
ହୋମ ଘୃତ ପାରଣା କରନ୍ତି ବର କନ୍ୟା
ୟେସନେକ ପ୍ରଦାନ ସେ ବିଭାର ବିଧାନା ।୬୫ ।
ୟେସନେକ ସମୟେ ଯେ ନିଶାର ଆଗତେ
ଶଯ୍ୟାୟେଣ ମଧୁଶଯ୍ୟା ବାକ୍ୟ ଅନୁମତେ ।୬୬ ।



୫୯ । ଅନେକ ଦୋଷ କଲେ ବଇରାଗ ନପାଇବୁ ।
 ଅନେକ ଅପ୍ରାଧ କଲେ ତୁହି ସେ ସଂଘରିବୁ ।
୬୬ । ମଧୁଶଯ୍ୟା ଧର୍ମବାକ୍ୟ କଲେ ପୁରୋହିତେ ।
 ଲାଜା ହୋମ ସେ ଯେ କଲେକ ପ୍ରୋହିତେ ।
୬୬ ।୨ ନିଶାରେଣ ମଧୁଶଯ୍ୟା କଲେକ ଯୁଗତେ
୫୯ । ଦଶଦୋଷ ଲକ୍ଷଣ-ନିର୍ଲଜ୍ଜା ଚୌରବୃତ୍ତିଶ୍ଚ ଡାକିନୀ ବ୍ୟଭିଚାରିଣୀ
 ମୁଖରା ହିଂସ୍ରକା ଦୁଷ୍ଟା ମିଥ୍ୟାବାଦିନ୍ୟତୋଷିଣୀ
 ପଳାୟନ ପରା ଭୂୟୋ ଦଶଦୋଷା ଇତିସୃଂତାଃ
୧ ନିର୍ଲଜ୍ଜା, ୨ ଚୋରଣୀ, ୩ ଡାଆଣୀ, ୪ ବ୍ୟଭିଚାରିଣୀ, ୫ କଟୁଭାଷିଣୀ, ୬ ହିଂସାକାରିଣୀ, ୭ ଦୁଷ୍କର୍ମକାରିଣୀ, ୮
ମିଥ୍ୟାବାଦିନୀ, ୯ ସର୍ବଦା ଅସନ୍ତୁଷ୍ଟା, ୧୦ ବାରମ୍ୱାର ଶାଶୁଘରୁ ପଳାଉଥିବା ।
୬୦ ।୨ ମନର ହିଆଳି-ମନର ସ୍ନେହପାତ୍ର,
୬୩ ।୧ ସତ୍ୟବାକି-ସତ୍ୟ ବଚନ । ୬୪ ।୨ ସମ୍ଭର-ଆଡମ୍ୱର
ଦିନା ପାଞ୍ଚ ସାତ ସାରି ଗଲେ ନିଜ ଦେଶେ
ପ୍ରବେଶ ହୋଇଲେ ଗିରି ବାରୁଣାବନ୍ତ ପାଶେ ।୬୭ ।
ଯମୁନାର କୂଳେ ସେ ରହିଲେ ନିଜ ରାଜ୍ୟେ
ଗଙ୍ଗା ସନ୍ନିଧ୍ୟେଣ ଖଟିଥାନ୍ତି ଶାୟେଂତନୁ ମହାରାଜେ ।୬୮ ।
ୟେମନ୍ତେଣ ଅନେକ ବଢିଲା ପୀରତି
ଗଙ୍ଗାର ତୁଲେ ସେ ଅନେକ ମେଳମତି ।୬୯ ।
ସହସ୍ରେ ବରଷ ପରିଯନ୍ତେ ବହିଗଲା (ସଂଖ୍ୟା)
ମହା ଚଞ୍ଚଳା ସେ ଋଷିଙ୍କି କଟାଳିଲା ।୭୦ ।
ନିୟମର ଦିନ ଜାଣି ସେ ବଢାଇଲା ରତି
ବାରବ୍ରତ କାଳେଣ କଟାଳି ମାଗଇ ସୁରତି ।୭୧ ।
ବାଆସ୍ତରି ଉପବାସ ଯେ ଋଷିଙ୍କର ଥିଲା (ସଂଖ୍ୟା)
ପ୍ରୀତି ଲଗାଇଣ ସେ ସମସ୍ତ ଛଡାଇଲା ।୭୨ ।
ଶ୍ରୀୟେକାଦଶୀ ବ୍ରତ ମାତ୍ର ୟେ ଅଛଇ ଋଷିଙ୍କର
ତହିଁକି କଟାଳ ଯେ କରୁଅଛଇ ଅପାର ।୭୩ ।
ମକର ମାସ ଶୁକଳ ପକ୍ଷ ଶ୍ରୀୟେକାଦଶୀ
ଅନେକ ସ-ାଦେ ୟେ ଖଟନ୍ତି ମହଋଷି ।୭୪ ।
ଶାୟେଂତନୁଙ୍କ ୟେ କଠୋର ବ୍ରତଭାବ ଦେଖି
ଋଷିଙ୍କି ପ୍ରିୟଭାବ ବଢାଇଲା ସେ ଧବଳମୁଖୀ ।୭୫ ।
ବୋଲଇ ଧବଳାଙ୍ଗୀ ଶୁଣ ହୋ ସୋମବଂଶି
ବଡ ନିଷ୍ଠାପରା ତ ଖଟୁ ୟେକାଦଶୀ ଦିବାନିଶି ।୭୬ ।
ଶାୟେଂତନୁ ବୋଲନ୍ତି ଶୁଣସି ସଂଘାତ
ମୁକତିକି କାରଣ ଯେ ଶ୍ରୀୟେକାଦଶୀ ବ୍ରତ ।୭୭ ।
ନାରାୟଣ ଆତ୍ମା ୟେ ଅଟଇ ମହାବ୍ରହ୍ମ
ସଂସାର ଅଗାଦକୁ ନାଉକା ଅଟଇ ଧର୍ମ ।୭୮ ।



୬୮ ।୧ ଗଙ୍ଗା ସହିତେ ଯେ ବିଜୟେ ନିଜରାଜ୍ୟେ
୭୭ ।୨ ପିଣ୍ଡକୁ କାରଣ ଯେ ୟେକାଦଶୀ ବ୍ରତ
୭୮ ।୧ ନାରାୟଣଙ୍କର ବ୍ରତ ଅଟଇ ମହାବ୍ରହ୍ମ ।
୭୪ ।୨ ସ-ାଦେ-ବିହିତ ଧର୍ମକାର୍ଯ୍ୟରେ
ରାଗ ମୋହ ଅହଂଙ୍କାର ୟେ ସଂସାର ରଞ୍ଚନା
ଅଦଉଡି ବନ୍ଧନ ୟେ ସଂସାର ଧାରଣା ।୭୯ ।
ୟେମାନ ଯେତେକ ରାଗ ମୋହ ହିଂସା
ସଂସାର ସାଗର ୟେ ଅଣାକାର ଜଳଧ୍ୱଂସା ।୮୦ ।
ବଦୟନ୍ତି ଶାୟେଂତନୁ ଶୁଣସିରେ ପ୍ରିୟା
ତୋହୋର ମୋହୋର ୟେକଇ ଭାବରେ ସତଶ୍ରିୟା ।୮୧ ।
ତୁହି କରୁକିନା ୟେବେ ୟେକାଦଶୀ ବ୍ରତ
ତୋହୋର ମୋହୋର ବଇକୁଣ୍ଠେ ବସିବାରେ ସଂଘାତ ।୮୨ ।
ୟେସନେକ ମହିମା ଗୋ ୟେ ବ୍ରତ ୟେକାଦଶୀ
ପାଳିଲେ ଅବଶ୍ୟ ହୁଅଇ ବଇକୁଣ୍ଠବାସୀ ।୮୩ ।
ଶୁଣିଣ ବଚନ ସେ ବୋଲଇ ଧବଳାଙ୍ଗୀ
ୟେକା ମାତ୍ରକ ତୁମ୍ଭେ ନୋହିଲ ପରମ ଯୋଗୀ ।୮୪ ।
ରାଜ୍ୟଭାର ଆବୋରିଲ ପୁଣ ସଂସାର ନିମନ୍ତେ
କ୍ଷତ୍ରିବୃତ୍ତି ନ ଛାଡିଲ ଯେ ବଂଶ କୃତ ଅର୍ଥେ ।୮୫ ।
ରାଜପଦ ସେ ଯେ ଅତି ଉତକର୍ମ
କ୍ଷତ୍ରିବୃତ୍ତି ଆଚରିଲ ସେ ତପିଙ୍କର କିସ ଧର୍ମ ।୮୬ ।
ରାଜ୍ୟକୁ ଉପକାର ଯହିଂ ରାଜନୀତି
ତୁମ୍ଭର ଉପବାସ କାହିଁକି ଋଷିଯତି ।୮୭ ।



୭୯ ।୨ ଆଦଉଡି ବନ୍ଧନ ୟେ ସଂସାର ବାସ ସିନା । ।
୮୦ ।୧ ସଂସାର ନାଶ ଯିବ ଅହଙ୍କାର ଜଳଧ୍ୱଂସା
୮୦ ।୨ ସଂସାର ନାଶିବ ୟେ ଅଣାକାର ଜଳଧ୍ୱଂସା
୮୨ ପଦ ପରେ ଅଧିକା ପାଠବ୍ରହ୍ମାଙ୍କର
ଆତ୍ମା ହାଦେ ଅଟଇ ଦଶମୀ
ନିରାହାର ୟେକାଦଶୀ ନାରାୟଣଙ୍କର ବ୍ରହ୍ମି । ।
ଶିବଙ୍କର ଆତ୍ମା ଯେ ଦୁଆଦଶୀ ଦିନ
ତିନି ଦିବସର ଧର୍ମ ଅଟଇ ଭିନ୍ନ ଭିନ୍ନ । ।
୮୫ ।୨ କ୍ଷତ୍ରି ବୃତ୍ତ ନଛାଡିଲ ବଂଶ ରକ୍ଷଣ ନିମନ୍ତେ । ।
୮୦ ।୨ ଅଣାକାର ଜଳଧ୍ୱଂସା-ଶୂନ୍ୟରେ ଜଳ ବିପ୍ଳବ
୮୬ ।୧ ଉତକର୍ମ-କଠିନ କାର୍ଯ୍ୟ
ରାଜାର ତହୁଂ ଉପବାସ ନୋହୋଇ ରାଜ୍ୟଚିନ୍ତି
ଦଣ୍ଡସାଜି ଦିଗ ବିଜେ କରିବ ନା ନରପତି ।୮୮ ।
ପର ଭୂମି ଜିଣିଣ ଘେନିମ ପରରାଷ୍ଟ୍ର
ସମ୍ଭର କରିଣ ମୁରାଟେ ସାଜୁଥିବ ନିଜଥାଟ ।୮୯ ।
ଦଣ୍ଡ ପଲାଣି ଯେ ଦୁଷ୍ଟନ୍ତ ନିବାରିବ
ସନ୍ଥଜନ ପାଳି ତପୋଧନ ଉଦ୍ଧରିବ ।୯୦ ।
ତୁ ମହାଭିଗଂ୍ୟ ଯେବେ ଅଟୁ ମହଋଷି
ରାଜପଦେ ବସି କି-ା ଭଜୁ ୟେକାଦଶୀ । ୯୧ ।
ଦୁର୍ଭାର ବଚନ ଯେ ବୋଇଲା ଜାହ୍ନବୀ
ୟେ ମହାରାଜ୍ୟେ ପଶିଣ କି-ା ବ୍ରତରାଜସେବି । ୯୨ ।
ଧର୍ମ ଦୂଷିତ ଯେ ଲୋଡଇ ଦେବି ତୋୟା
ଋଷିମଣି ତ ନୁଆରନ୍ତି ତାହାର ଚରିତ ମାୟା । ୯୩ ।
ଅନେକ ଅଭାବ ବୋଲି ବୋଇଲା ମହାସତୀ
ଋଷିଙ୍କର ତୁଲେ ସେ ବଢାଇଲା ପୀରତି । ୯୪ ।
ଦିବା ରାତ୍ରେ ରମଣେଣ ହୋଅନ୍ତି ଅଶାନ୍ତି
ନିରନ୍ତରେ ରତି କ୍ରୀଡାରେ ବଞ୍ଚନ୍ତି । ୯୫ ।
କହି ଅନେକ ମତେ ଚାଟୁ ପଟଳେ
ଆବୋରି ବସିଲା ଯାଇଂ ଋଷିଙ୍କର କୋଳେ । ୯୬ ।
ବେଗେଣ ବିବସନ କଲାକ ଋଷିଙ୍କି
ଭୋଳେଣ ପଡିଲେ ଋଷି ଜାହ୍ନବୀ ରୂପ ଦେଖି । ୯୭ ।
ଛାଡିଲେ ବ୍ରତରାଜ ସେ ଜଞ୍ଜାଳୀର ଭାବେ
ଇଚ୍ଛିଲେ ଶୃଙ୍ଗାର ଯେ ଶାୟେଂତନୁ ରାଜଦେବେ । ୯୮ ।
ୟେମନ୍ତେ ଅନେକ ଯେ ବଢିଲା ପୀରତି
ଦିବାରାତ୍ର ରମନ୍ତି ସେ ହୋଇଣ ଅଶାନ୍ତି । ୯୯ ।



୯୪ ।୧ ଅନେକ ଭାବେଣ ଯେ ବୋଲନ୍ତି ମହାସତୀ ।
୮୯ ।୨ ମୁରାଟ-ବୀରତ୍ୱ ପ୍ରକାଶକରି
୮୯ ।୨ ସମ୍ଭର-ସମାରୋହ
୯୦ ।୧ ପଲାଣି-ସେନା ସଜ୍ଜିତ କରି ଯାତ୍ରା କରିବା । ୯୧ ।୧ ମହାଭିଗଂ୍ୟ-ମହାଭିଜ୍ଞ
୯୨ ।୨ ବ୍ରତରାଜ-ଶ୍ରୀୟେକାଦଶୀ
ୟେମନ୍ତେ ସମୟେ ପ୍ରୀତି ଯେ ଅନେକ ବଢିଗଲା
ପୁଣି ହାଦେ ବେନି ସହସ୍ର ବରଷ ହୋଇଲା । ୧୦୦ । (ସଂଖ୍ୟା)
ୟେସନେ ଚଞ୍ଚଳା ଜାହ୍ନବୀ ଦୁଷ୍ଟଯେ ପ୍ରକୃତି
ଆହୋ ନିଶ୍ଚଳ ହୋଇଣ ଥାଇକି ନୋହଇ ତାର ଶାନ୍ତି । ୧୦୧ ।
ବାହାର ହୋଇବାକୁ ଭାବ ସେ ଛାଡିଲା
ଶାୟେଂତନୁ ଋଷିଙ୍କି ସେ ଅନେକ ଦୁଃଖ ଦିଲା । ୧୦୨ ।
ବେଳକାଳ ଜାଣି ନ ଦିଅଇ ଅନ୍ନ ପାଣି
ଋଷିଙ୍କି ଭାବ ନଦିଅଇ ଦିବା ଯେ ରୟେଣୀ । ୧୦୩ ।
ଧର୍ମ ଛାଡି ଶାୟେଂତନୁ ପଶିଲେ ଶୃଙ୍ଗାରେ
କାଳେ ନ ଦିଲାକ ଦେହ ଡେଲାଇଲା ଦୂରେ । ୧୦୪ ।
ରମଣୀ ମନ୍ଦିରେଣ ଲେଖନ ପିତୁଳୀ
ରତିବନ୍ଧ ଲିହାଇଲେ କ୍ରୀଡା ରସେ କେଳି । ୧୦୫ ।
ଅନେକ ଚାଟୁ ପଟଳ କରନ୍ତି ଗଙ୍ଗାକୁ ବାଉନି
ଋଷିଙ୍କି କଥା ସେ ନ କହଇ ମାନେନୀ । ୧୦୬ ।
ରତି ଶାହାସ୍ର ପୁରାଣ ସେ ଶିଖାନ୍ତି ବ୍ରହ୍ମଚାରୀ
ଶାୟେଂତନୁଙ୍କର ଥିଲେ ଗଙ୍ଗା ନ ପଶଇ ଅନ୍ତେଶ୍ୱର ପୁରୀ । ୧୦୭ ।
ଦଣ୍ଡ କୋମଣ୍ଡଳୁ ଶ୍ରୁବ ଶ୍ରୁଚ ଯେ ପ୍ରୋକ୍ଷଣୀ
ଚୁଲିରେ ଲାଇଣ ଯେ ଜାଳଇ ଅବଳା ତରୁଣୀ । ୧୦୮ ।
କୁଶ ବିଡି ଆଦିକରି କଷାବାସ ଯେ କପଟୀ
ଜଳନ୍ତ ଅନଳେ ଭରି ସବୁ କରଇ ଭସ୍ମଘଟି । ୧୦୯ ।
ୟେମନ୍ତେ ଅନେକ ମତେ କରାଇଲା ବିମୁଖ
ଗୃହବାସ ନିମନ୍ତେ ଋଷି ସହିଲେ ଅନେକ ଦୁଖ । ୧୧୦ ।



୧୦୨ ।୧ ବାହାର ହୋଇବାକୁ ସେ ଭାବ ଛଡା ଛଡି ।
୧୦୨ ।୨ ଶାୟେଂତନୁ ଋଷିଙ୍କି ସେ ଅନେକ କଟାଳୀ । ।
୧୦୪ ।୧ କୋଳେ ନ ଶୋଇଣ ଶେଜ୍ଜାକଲା ଦୂରେ ।
୧୦୪ ।୨ କୋଳ କରନ୍ତେ ତୋଳି ପକାନ୍ତି ଦେବୀ ଦୂରେ । (ପା)
୧୦୫ ।୨ ରତିବନ୍ଧ ବିହିଲେ କ୍ରୀଡାରଙ୍ଗ କରି ।
୧୦୩ । ରୟେଣୀ-ରଜନୀ, ୧୦୪ ।୨ ଡେଲାଇଲା-ପେଲିଦେଲା
୧୦୮ ।୧ କୋମଣ୍ଡଳୁ-କମଣ୍ଡଳୁ ୧୦୯ ।୨ ଭସ୍ମଘଟି-ସ-ୂର୍ଣ୍ଣ ଭସ୍ମ କରିଦେବା
ଭୋଖର ବେଳେ ସେ ଅନ୍ନ ନ ଦିଅଇ ସଞ୍ଚି
ଅଭୋଖ ବେଳେ ସେ ଅନେକ ମତେ ଯାଚି । ୧୧୧ ।
ଅନେକ ବେଶ ବେଶନ ହୋଇ ମହାଋଷି
ଶୃଙ୍ଗାର ନିମନ୍ତେ ସେ ସନ୍ନିଧ୍ୟେ ଥାନ୍ତି ବସି । ୧୧୨ ।
ପଛୁଂ ଆସି କୋଳକରି ଧରନ୍ତେ ଶାୟେଂତନୁଂ
ମହାବଳା ବାଳୀ ସେ ବାହାର ହୁଅଇ ଭୁବନୁଂ । ୧୧୩ ।
ପଳାଇ ପଶଇ ସେ ବହୁତ ସ୍ତିରୀଙ୍କର ମେଳେ
କାମର ଚେଷ୍ଟାରେ ମହାତମା ଅନେକ ବିକଳେ । ୧୧୪ ।
ଚିତ୍ର ବନ୍ଧ ପିତୁଳୀ ମାନେ ଅଛନ୍ତି ଯେ କାନ୍ଥେ
ତାହାଙ୍କୁ ଚୁମ୍ୱନ ଦିଅଇ ମୁନି ମଦନ ଆରତେ । ୧୧୫ ।
ହୃଦରେ ଲଗାଇଣ ସେ କରନ୍ତି ଆଲିଙ୍ଗନ
ସେ ଚିତ୍ର ପିତୁଳୀକି କରନ୍ତି ରମଣ । ୧୧୬ ।
ଆହୋ କାମ ବୋଲି କରି ସେ ଯେବଣ ପୁରୁଷ
ପୟାଣ କରନ୍ତେ ସେ ଅବସ୍ଥା ଦିଅଇ ଅବଶ୍ୟ । ୧୧୭ ।
ପୁରୁଷ ହୋଉ ବା ସ୍ତିରୀ ଜନ୍ମ ହୋଉ
ଅନଙ୍ଗ ଶର ଘାତ କାହାର ବେଳେ ସହୁ । ୧୧୮ ।
ଆରତରେ ମହାତମା ସେ ପିତୁଳୀକୁ କଲେ କେଳି
ଧାତିକାରେ କାମ ସେ ଯେ ପଡିଲାକ ଢଳି । ୧୧୯ ।
ପିତୁଳୀ ରମଣେ ମୁନି ଛାଡିଲେକ ବୀର୍ଯ୍ୟ
ସଇନ୍ଦୁ ଅମୋହ ରେତୁଂ ମୁନିଙ୍କର ଉପୁଜିଲା ଆତ୍ମଜ । ୧୨୦ ।
ପୁତ୍ରେକ ଉପୁଜିଲା ଯେ ସୁନ୍ଦର ବଳବନ୍ତା
ଦେଖିଣ କୋଳେ ତାକୁ ଧଇଲେ ତପୋବନ୍ତା । ୧୨୧ ।
ଚିତ୍ର ପିତୁଳୀରୁ ଯେ ଉପୁଜିଲା ଆତ୍ମଜ
ଚିତ୍ରବୀର୍ଯ୍ୟ ନାମ ଦେଲେ ସୋମବଂଶ ମହାରାଜ । ୧୨୨ ।



୧୧୭ ।୨ ମୟାଣ ଶରେ ସେ ଅବସ୍ଥା କରଇ ଅଶେଷ । ।
୧୧୯ ।୨ ଧାତିକାରେ ତହିଁ ପଡିଲା ରେତ ଢଳି । ।
୧୨୦ ।୨ ସଦୁଂ୍ୟ ଅମୋହ ରେତ ଉପୁଜିଲା ଆତ୍ମଜ । ।
୧୧୭ ।୨ ପୟାଣ-ପ୍ରୟାଣ ୧୧୮ ।୨ କାହାର ବେଳେ-କାହାଦ୍ୱାରା
୧୨୦ ।୨ ସଇନ୍ଦ-ସଦୁଂ୍ୟ ବା ସବିନ୍ଦୁ ଶବ୍ଦଜ ।
ପୁତ୍ରକୁ ଘେନିଣ ମହାତମା ହୋଇଲେ ବାହାର
ଗଙ୍ଗାକୁ ଲୁଚାଇ ଦିଲେ ନେଇ ସତ୍ୟବତୀ କୋଳର । ୧୨୩ ।
ଗଙ୍ଗା ନ ଜାଣୁଂ ୟେହାକୁ ପ୍ରତିପାଳ ଅତି ଯତ୍ନେ
ପୁତ୍ରକୁ କୋଳେ ଧଇଲେ ପାରେଶ୍ୱର ମହାମୁନ୍ୟେ । ୧୨୪ ।
ପୁତ୍ର ଗୋଟିକି ଯତନେ ପାଳିଲେ ସତ୍ୟବତୀ
ବଢଇ ଚିତ୍ରବୀର୍ଯ୍ୟ ଅଯୋନି ଜାତ ମୂର୍ତ୍ତି । ୧୨୫ ।
ଗଙ୍ଗାର ମେଳ ପୁଣି ଯେ ଭାବନ୍ତି ତପୋଧନି
ଭୟେଣ ତାହାକୁ କିଛି ନ ବୋଲନ୍ତି ମହାମୁନି । ୧୨୬ ।
ପାରେଶ୍ୱର ଶାୟେଂତନୁ ଦୁହିନ୍ତି ବସାଇ
ପୁଛନ୍ତି ମଧୁବତୀ ମାତା ଆଶ୍ୱାସ କରାଇ । ୧୨୭ ।
ବାବୁ ଶାୟେଂତନୁ ମୋହୋର ବୋଲ କର
ଧର୍ମେଣ ବ୍ରତଇ ନା ବାବୁ ୟେହୁ ଯେ ସଂସାର । ୧୨୮ ।
ଆମ୍ଭେ ତୋହୋର ମାତା ପିତା ଆମ୍ଭନ୍ତ ନ ଭାଳି
ବାବୁ କାହୁଂ ତୁ ପ୍ରଦାନ ହୋଇଲୁ ଗଙ୍ଗା ଯେ ଜଞ୍ଜାଳି । ୧୨୯ ।
ତାହାକୁ ଉପେକ୍ଷା କରସିରେ ବାବୁ
ଅନେକ ଦୁଖ ପାଇବୁ ପ୍ରାଣେ ନାଶ ଯିବୁ । ୧୩୦ ।
ବାବୁ ଗୁରୁଜନଙ୍କର ବଚନ ନକରଇ ଯେବଣ ବଳା
ବଂଶ ନାଶ ଯାଇଟି ଅଗାଦେଂ ବୁଡ଼ଇ ଭେଳା । ୧୩୧ ।
ରୁଦ୍ର ଦେବତାର ସେ ଅଟଇ ଜାହ୍ନବୀ
Cଶ୍ୱର ଦେବତାଙ୍କୁ ସେ ଅନେକ ପ୍ରାଭବୀ । ୧୩୨ ।
ଶାୟେଂତନୁ ବୋଇଲେ ମାଗୋ ତୁମ୍ଭେ ଗୁରୁଜନ
ଦ୍ରୋହ ଲଗାଇ ବଞ୍ଚିଲେ ତୁମ୍ଭର ବଚନ । ୧୩୩ ।
ମାତାର ବଚନ ମେଣ୍ଟିଲେ ଆୟୁଷ ହୋଇ କ୍ଷୟେ
ପିତାର ବଚନ ଭାଙ୍ଗିଲେ ଧର୍ମ ନାଶ ଯାୟେ । ୧୩୪ । ଜ୍ଞନ୍ଧଟ୍ଟରତ୍ତଜ୍ଞନ୍ଦଷନ୍ଦଷଚ୍ଛଚ୍ଚ



୧୨୬ ।୧ ଗଙ୍ଗାର ତୁଲେ ପୁଣି ମିଳିଲେ ତପୋଧନି
୧୨୭ ।୨ କହନ୍ତି ମଧୁବତୀ ସେନେହ କରାଇ
୧୩୩ ।୨ ଦ୍ରୋହ ଲାଗଇ ମେଣ୍ଟିଲେ ତୁମ୍ଭର ବଚନ
୧୨୭ ।୨ ମଧୁବତୀ-ମଧୁମତୀ ୧୨୮ ।୨ ବ୍ରତଇ-ବର୍ତ୍ତଇ ୧୩୩ ।୨ ବଞ୍ଚିଲେ-ରକ୍ଷାକଲେ ମେଣ୍ଟଣକଲେ ।
୧୩୧ ।୨ ଅଗାଦେଂ-ଅଗାଧେ, ଗଭୀର ଜଳରେ
ମାତାଙ୍କର ବଚନେ ଶାୟେଂତନୁ ବୋଇଲେ
ମାଗୋ ଦିବସ ନ ସରଇ ମୋହୋର ଗଙ୍ଗାକୁ ନ ଦେଖିଲେ । ୧୩୫ ।
ତୁମ୍ଭେ ଆମ୍ଭର ଗୁରୁଜନ ପିଅର ଯେ ମାତେ
ତୁମ୍ଭଙ୍କୁ ଉପେକ୍ଷା କରଇ ମୁଂ ଗଙ୍ଗାର ନିମନ୍ତେ । ୧୩୬ ।
ଗୁରୁଜନଙ୍କର ବଚନ ମେଣ୍ଟିଲେ ପ୍ରିୟ ଭାବେ
ଗଙ୍ଗାୟେ ବିନୋପନ୍ତି ଶାୟେଂତନୁ ରାଜଦେବେ । ୧୩୭ ।
ୟେକ ଦିନେ ଗଙ୍ଗା ପଚାରିଲେ ଶାୟେଂତନୁ ମହାଗ୍ୟାଂତା
ତୁମ୍ଭେ ଯେ ହୋଇଥାଅ ରୁଦ୍ରରେ ଭଗତା । ୧୩୮ ।
ସେ ବିଶ୍ୱନାଥ କାହିଂ ଅଛନ୍ତି ମୁନି ହେ
ୟେହା ତଦନ୍ତ କରି ମୋତେ କହିବା ସନ୍ଦେହେ । ୧୩୯ ।
ଶାୟେଂତନୁ ବୋଇଲେ ପାତାଳ ଭୁବନେ
ହଟକେଶ୍ୱର କପିଳାସେ ବିଜୟେ ତ୍ରିଲୋଚନେ । ୧୪୦ ।
ପୁଣି ପରମ ସାନନ୍ଦ ଯେ ହୋଇଲେ ଜାହ୍ମବୀ
ପୋଡୁ ୟେହାର ଘର ବାହାର ହୋଇଯିବି । ୧୪୧ ।
ଅନୁବ୍ରତେ ପେଟ ମାଡି ଶୋଇଥାଇ କାନ୍ଦି
ତିନିଦିନେ ଅନ୍ନ ବେଳେକ ନ ଦିଅଇ ରାନ୍ଧି । ୧୪୨ ।
ସନ୍ନିଧ୍ୟେ ବସି ସେ ଶାୟେଂତନୁ ମୁନିବର
ଆଶ୍ୱାସନା କରନ୍ତି ଯେ ଗଙ୍ଗାର ଶରୀର । ୧୪୩ ।
କପାଳ ଆଉଂଶି କ୍ଷଣେ ଚରଣ ମଞ୍ଚାଳି
ଗାଢେଣ ଧରି ମୁନି କରନ୍ତି ହାଦେ କେଳି । ୧୪୪ ।
ଗାଢେଣ ଯେତେବେଳେ ଧରନ୍ତି ତପୋବନ୍ତ
କେଶଧରି ମୁନିଙ୍କିସେ ମାଡ ମାରଇ ବହୁତ । ୧୪୫ ।
ମାଥେଣ ମୁଥ ମାରି ପାଦେଣ ପ୍ରହାରଇ
ନଖ ଦନ୍ତ ଘାଟେ ଶରୀର ବିଦାରଇ । ୧୪୬ ।



୧୩୬ ।୨ ତୁମ୍ଭଙ୍କୁ ମୁରୁଛି ପାରଇ ଗଙ୍ଗାର ଦେଖନ୍ତେ ।
୧୩୯ ।୨ ୟେହା ସନ୍ଦେହ ଫେଡି କହିବା ମୋତେ ହେ ।
୧୪୨ ।୨ ତିନି ଦିନରେ ଅନ୍ନ ବେଳେ ଦିଅଇ ରାନ୍ଧି ।
୧୩୭ ।୨ ଗଙ୍ଗାୟେ-ଗଙ୍ଗାଙ୍କୁ, ବିନୋପନ୍ତି-ବିନୟୀ ହୁଅନ୍ତି
୧୩୯ ।୨ ସନ୍ଦେହ-ସନ୍ଦେଶ ଅର୍ଥରେ
ଋଷିଙ୍କର ବସନମାନ ଖଣ୍ଡି ଖଣ୍ଡିକରି ପକାଇ ଚିରି
ମାଳି ପୋଥି ବେଦ କରାଣ୍ଡି ବାମ୍ଫିରେ ପକାଇଲା ଲୋଚିକରି । ୧୪୭ ।
ୟେମନ୍ତେ ଅନେକ ଅବସ୍ଥା ମୁନିଙ୍କି ଦେଲେ ଦେବୀ ଗଙ୍ଗା
ଦୁର୍ଧ୍ୱଂସ ବୃଦ୍ଧକରି ଗାଳି ଦିଅଇ ଉରଭଙ୍ଗା । ୧୪୮ ।
ଅନେକ ମନ୍ଦ ବୋଲଇ ବହୁତ ଦିଅଇ ଗାଳି
ଶାୟେଂତନୁ ବୋଇଲେ ଗଙ୍ଗାତୁ ୟେଡେ ବଡ ଜଞ୍ଜାଳୀ । ୧୪୯ ।
ସଦଘର ଅସଦ ତୁ କରୁ ଅନମିତେ
ସଂସାର ଯାକରେ ଲୋକେ ଅନୀତି ବୋଲନ୍ତି ତୋତେ । ୧୫୦ ।
ପୁରୁଷଙ୍କ ଆଶା ଭଗ୍ନ କରନ୍ତି ଯେବଣ ନାରୀ
ଜନ୍ମେ ଜନ୍ମେ ହୁଅନ୍ତି ସେ ଅତ୍ୟନ୍ତ ପାପାଚାରୀ । ୧୫୧ ।
ପତିକି ପଢାଉ ତୁ ଆନକୁ ସର୍ବ କହୁ
ସୁପଥ ଛାଡିଣ ତୁ ଅମଡା ପଥ ବହୁ । ୧୫୨ ।
ସୂପକାର କରିଣ ରନ୍ଧନ କରାବନ୍ତି ନିତି
ଆବର ରାନ୍ଧଣା ନ ଯୋଗାଇ ୟେସନେକ ପ୍ରକୃତି । ୧୫୩ ।
ଅନୀତି ପ୍ରକାରେଣ ଲଗାବନ୍ତି କଳି
ରାନ୍ଧଣା ପାଗ ଭାଙ୍ଗଇ ଅନମିତେ ପାଡଇ ବୋବାଳି । ୧୫୪ ।
ସଂସାରେ ତାହାର ନିନ୍ଦା କରନ୍ତି ସକଳେ
ୟେ ବଚନ ଶୁଣି ଗଙ୍ଗା କାନ୍ଦନ୍ତି ବିକଳେ । ୧୫୫ ।
ଋଷିୟେ ବୋଲନ୍ତି ଯେ ରହ ରହ ସଂଘାତ
କିସ ଅର୍ଥେ ରୋଳ କରୁ ଅନମିତ । ୧୫୬ ।
ୟେହିମତେ ନବ ସହସ୍ର ବରଷ ଗଲା
ସହନ୍ତି ଶାୟେଂତନୁ ତୁକାର ନ ବୋଇଲା । ୧୫୭ । ସଂ



୧୪୯ ।୧ ଅନେକ ମନ୍ଦ ଛନ୍ଦେ ଛିଦ୍ରେ ଦିଅଇ ଗାଳି ।
୧୫୨ ।୧ ଚାଟୁ ପଟଳ ତୁ ସର୍ବଙ୍କୁ ଆନ କହୁ ।
୧୫୩ ।୧ ସୁପକ୍ୱ କରି ରନ୍ଧନ କରାଇ ଯେ ନିତି ।
୧୫୬ ।୨ କିପାଇଂ ରୋଳ ତୁ ତୋଳୁ ଅନମିତ୍ତ ।
୧୪୭ ।୨ ବେଦକରାଣ୍ଡି-ବେଦକାଣ୍ଡି, ବେଦକଣ୍ଡିକା ପୋଥି
୧୪୮ ।୨ ଦୁଧଂସ (ଦୁର୍ଧ୍ୱଂସ)-ଦୁର୍ଧଷ ଉରଭଙ୍ଗା-ଛାତିଫଟା
୧୫୬ ।୨ ରୋଳ-ଗୋଳ ।
ୟେସନେକ ଅନେକ କାଳ ସହିଲେ ଶାୟେଂତନୁ ମହାଋଷି
ସମୟେକେ ଗଙ୍ଗା ଯେ ହୋଇଲେ ଗର୍ଭବାସୀ । ୧୫୮ ।
ଅନେକ ସାନନ୍ଦ ଯେ ହୋଇଲେ ଶାୟେଂତନୁ
ୟେଘାନ୍ତି ସହିବ ଯେ ଆଶାବତୀର ତନୁ । ୧୫୯ ।
ବନ୍ଦାପନା ଉଷବ ସୁମନ୍ତଙ୍କୁ ପଚାରି
ଦଶମାସ ସଂପୂର୍ଣ୍ଣରେ ହେଲା ଗର୍ଭଭାରି । ୧୬୦ ।
କନ୍ୟା ମାସ ଶୁକ୍ଲପକ୍ଷ ନବମୀର ତିଥି ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ଶ୍ରବଣା ନକ୍ଷତ୍ର ଯେ ବାର ବୃହସ୍ପତି । ୧୬୧ ।
ରାତ୍ର ହୋଇଅଛି ୟେ ପଞ୍ଚଦଶ ଘଡି
ଗଙ୍ଗାର ଗର୍ଭୁଂ ହାଦେ ପୁତ୍ରେକ ଅବତିର । ୧୬୨ ।
ଗଣ୍ଡ ମୂଳ ନକ୍ଷତ୍ର ନାସ୍ତି ଯେ ଶ୍ରବଣା ମକରେ
ପୁତ୍ର ମୁଖ ଚାହିଂବାକୁ ଶାୟେଂତନୁ ପଶିଲେ ଭିତରେ । ୧୬୩ ।
ସୁବର୍ଣ୍ଣର ପାତ୍ରେଣ ଅର୍ଘ୍ୟେକ ଯେ ଘେନି
ଭିତର ପୁରକୁ ଯେ ଗମନ୍ତି ମହାମୁନି । ୧୬୪ ।
ଶାୟେଂତନୁ ପଶନ୍ତେ ଦେଖିଲା ମାହେଶ୍ୱରୀ
ପୁତ୍ରକୁ ହାଣି ପକାଇଲା ସେ ବେନି ଖଣ୍ଡ କରି । ୧୬୫ ।
ନାରାୟଣ ନାରାୟଣ ସୁମରି ଶାୟେଂତନୁ
ବିମୁଖେ ବାହାର ହୋଇଲେ ଜାତକ ଭୁବନୁଂ । ୧୬୬ ।
କୋପେଣ ମହାତ୍ମା ଯେ ବିମୁଖ ହୋଇଲେ
ପଣ୍ଡିତ ଭାବେ ପୁଣ କୋପ ସଂଘରିଲେ । ୧୬୭ ।
ଦଶମାସ ଗର୍ଭରେ ଧଇଲାକ ମାତା
ସେ ଏବେ ମୁର୍ଚ୍ଛି ପାରଇ ତା ଗର୍ଭର ବ୍ୟଥା । ୧୬୮ ।
ଆମ୍ଭର କିସ ହୋଇଲା ବୋଲି ବିଚାରିଲେ
ଏତେକ ବିଚାରି ସେ କିଛିହିଂ ନ ବୋଇଲେ । ୧୬୯ ।
ଆମ୍ଭର କୋପ କଲେ ସେ ବାହାର ହୋଇଯିବ
ଘର ଖଣ୍ଡି ଯେ କରିଅଛୁଂ ସେ ୟେହିକ୍ଷଣି ଭାଞ୍ଜିବ । ୧୭୦ ।



୧୫୮ ।୧ ଅନେକ ମାଡ ଗାଳି ସହିଲେ ଶାୟେଂତନୁ ମହାଋଷି
୧୫୯ ।୨ ୟେହାନ୍ତେ ଆଶାବତୀ ଯେ ହୋଇଲାକ ତନୁ ।
ୟେତେ ବୋଲି ମହାତମା କୋପ ଯେ ସଂଘରି
ଗଙ୍ଗାର ସନ୍ନିଧ୍ୟେଣ ପ୍ରବେଶ ହୋଇଲେ ବାହୁଡି । ୧୭୧ ।
ଅନେକ ମତେଣ ଖଟନ୍ତି ମନର ହିଆଳି
ଋଷିଙ୍କର ସଂଗତେ ସେ ଲଗାଇଲା କଳି । ୧୭୨ ।
ପୁଣି ଶାୟେଂତନୁଙ୍କୁ ଯାଇତେ ନ ଦିଲା ତାର କତି
କାମ ସଂଘରଣ କରି ମୂର୍ଛିଲେ ବ୍ରହ୍ମପତି । ୧୭୩ ।
ଅନେକ ମତେଣ ସେ ଚାଟୁ ପଟଳ ବୋଲି
ଶୃଙ୍ଗାର ନ ଦେଇ ସେ ଋଷିଙ୍କି ପକାଇଲା ପେଲି । ୧୭୪ ।
ଅସମ୍ଭାଳ ହୋଇଣ ସେ ଚିତ୍ର ଲେଖନ ପିତୁଳୀ
ବିବସନ ହୋଇଣ ତାର ତୁଲେ କଲେ କେଳି । ୧୭୫ ।
ମୁଖରେ ଚୁମ୍ୱନ ଦେଇ ସେ ରତି କରାଇଲେ ବିଚିତ୍ର ଗତି
ଢଳିଲା ଅମୋହ ରେତ ପଡିଲା ଯାଇଂ କ୍ଷିତି । ୧୭୬ ।
ଋଷିଙ୍କ ଅମୋହ ରେତ ନାଶ ଯେ ନୋହିଲା
ସଇନ୍ଦୁ ଜାତ ହୋଇ ପୁତ୍ରେକ ଉପୁଜିଲା । ୧୭୭ ।
କୋଳ କରି ଶାୟେଂତନୁ ଧଇଲେ ଆତ୍ମଜ
ସେ ପୁତ୍ର ନାମ ହାଦେ ଦେଲେଟି ବିଚିତ୍ରବୀର୍ଯ୍ୟ । ୧୭୮ ।
ଗଙ୍ଗାକୁ ଲୁଚାଇଣ ନେଲେ ନିଶାରାତି
ଗଙ୍ଗାର ଡରେ ପୁତ୍ରକୁ ସମର୍ପିଲେ ସତ୍ୟବତୀ । ୧୭୯ ।
ବଦୟନ୍ତି ଅଗସ୍ତି ଶୁଣ ଆହୋ ଯୋଗେଶ୍ୱର
ଚିତ୍ରବୀର୍ଯ୍ୟ ବିଚିତ୍ରବୀର୍ଯ୍ୟ ହାଦେ ଅଯୋନି ଅବତାର । ୧୮୦ ।
ପୁଣି ହିଂ ସତସଙ୍ଗ ହୋଇଲେ ସେ ଗଙ୍ଗାର ତୁଲେ
ଆରବେଳେ ଗଙ୍ଗା ଗର୍ଭବତୀ ହୋଇଲେ । ୧୮୧ ।
ଆହୋ ମିଥୁନ ଶୁକ୍ଲପକ୍ଷ ପୂର୍ଣ୍ଣମୀର ରାତିଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ଉତ୍ତରାଷାଢା ନକ୍ଷତ୍ରେ ପୁତ୍ରେକ ହୋଇଲେ ଉତପତ୍ତି । ୧୮୨ ।



୧୮୧ ।୧ ସମୟେକେ ରତିରଙ୍ଗ ପୁଣି କଲେ ଗଙ୍ଗାର ତୁଲେ ।
୧୮୧ ।୨ ପୁତ୍ରେକ ରହିଲା ଋଷି ସନ୍ତୋଷ ହୋଇଲେ । ।
୧୮୨ ।୧ ସେ ରାତ୍ର ହୋଇଲା ଉତ୍ତରାଷାଢା ମକରରାଶି ।
୧୮୨ ।୨ ୟେମନ୍ତର ସମୟେ ପୁତ୍ରେକ ପରକାଶି ।
ଅର୍କବାର ଉତ୍ତରାଷାଢା ମକର ଯେ ରାଶି
ୟେମନ୍ତ ଯୋଗେଣ ଯେ ପୁତ୍ରେକ ପରକାଶି । ୧୮୩ ।
ପୁତ୍ର ଦେଖିବାକୁ ହରଷ ତପୋନିଷ୍ଠି
ପୁଣି ଗଙ୍ଗା କାଟିଲା ସେ ପୁତ୍ରର ମୁଣ୍ଡଗୋଟି । ୧୮୪ ।
ଦେଖିଣ ଆଶିର୍ଯ୍ୟ ହୋଇଲେ ତପୋଧନୀ
ନାରାୟଣ ନାରାୟଣ ସୁମରି ବାହାର ହୋଇଲେ ମୁନି । ୧୮୫ ।
ଆତ୍ମଜ ନିଧନେ ସେ ବହୁତ ବ୍ୟଥା ପାଇଲେ
କ୍ରୋଧ କରି ଭର୍ଷନା କରିବାକୁ ବିଚାରିଲେ । ୧୮୬ ।
ପୁଣିହିଂ ବିଚାରଲେ ଋଷି ସେ ମାତା ଗର୍ଭଧାରୀ
ଦଶମାସ ଗର୍ଭରେ ଧଇଲା ସେ ଅନକ ଦୁଖେ ପଡି । ୧୮୭ ।
ସେ ଯେବେ ସଂହାଥେ ପୁତ୍ରନ୍ତ ନାଶ କରି
ଆମ୍ଭର କି-ା କୋପ ବୋଲନ୍ତି ତପଚାରୀ । ୧୮୮ ।
ୟେତେ ବୋଲି ମହାତମା ଯେ କୋପ ସଂଘରିଲେ
ପୁଣି ଗଙ୍ଗାକୁ ବହୁତ ସମାର୍ଜନା କରିଣ ବୋଇଲେ । ୧୮୯ ।
ମକର ମାସ କୃଷ୍ଣ ପକ୍ଷ ତିଥି ପ୍ରତିପଦା ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ସୋମବାର ଅଶ୍ଳେଷା ନକ୍ଷତ୍ର ଯୁଗତା । ୧୯୦ ।
ସେ ଦିନ ଋଷିଗଲେ ସମୋଦ୍ର ସ୍ନାହାନେ
ଗଙ୍ଗାକଇଂ ସଙ୍ଗେ ଘନି ଗଲେ ତପୋଧନେ । ୧୯୧ ।
ପାରେଶ୍ୱର ସତ୍ୟବତୀ ଗଲେ ସିନ୍ଧୁ ସ୍ନାହାନକୁ
ସଙ୍ଗେ ଘେନିଗଲେ ଚିତ୍ର ବିଚିତ୍ରବୀର୍ଯ୍ୟକୁ । ୧୯୨ ।
ସମୋଦ୍ରେ ସ୍ନାହାନ ସାରି ଚନ୍ଦ୍ରଭାଗାୟେଣ ପଶି
ବାଳ କୁମରନ୍ତ ଘେନି ସ୍ନାହାନ କରନ୍ତି ପାରେଶ୍ୱର ମହାଋଷି । ୧୯୩ ।



୧୮୪ ।୧ ପୁତ୍ର ଦେଖିବାକୁ ବାହାର ତପୋନିଷ୍ଠି
୧୮୮ ।୧ ଆମ୍ଭେ କିନା ବୈରାଗ ମନରେ ବିଚାରି । ।
୧୮୮ ।୨ ଆମ୍ଭେ କୋପ କଲେ କି ପୁତ୍ରକୁ ଜିଆଇଂ ପାରି । ।
୧୯୦ ।୧ ଶୁକ୍ଲପକ୍ଷ ଅଟଇ ପ୍ରତିପଦା ।
୧୯୦ ।୨ ଭୃଗୁବାର ଅଶ୍ଳେଷା ନକ୍ଷତ୍ର ଗଣିତା । ।
୧୮୫ ।୧ ଆଶିର୍ଯ୍ୟ-ଆଶ୍ଚର୍ଯ୍ୟ ୧୮୮ ।୧ ସଂହାଥେ-ସ୍ୱହସ୍ତରେ
୧୯୩ ।୨ ସମୁଦ୍ର ସ୍ଥାନରେ-ସମୋଦ୍ର ପାଠଅଛି । ୧୯୩ ।୨ ପାରେଶ୍ୱର-ପରାଶର
ୟେମନ୍ତର ସମୟେ ଯାଇ ହୋଇଲେ ଶାୟେଂତନୁ
ଦୁଇ କୁମାର ବାହାର ହୋଇଲେ ଜଳର ଉଦ୍ୟାନୁଂ । ୧୯୪ ।
ବାଭିୟେ ବାଭିୟେ ବୋଲି ଧଇଲେ ଶାୟେଂତନୁଙ୍କ ବେନିପାଦ
ଦେଖିଣ ଧବଳାଙ୍ଗୀ ଯେ ହୋଇଲେ ବିଷାଦ । ୧୯୫ ।
ଗଙ୍ଗା ପଚାରିଲେ ୟେ କାହାର ତନୟେ
ତୁମ୍ଭର ନିଜତନୁ ପ୍ରାୟେକ ଦିଶନ୍ତି ମୁନି ହେ । ୧୯୬ ।
ଡରେଣ ଶାୟେଂତନୁ ବୋଇଲେ ନୋହଇ ଆମ୍ଭର ହିଂ
ନ ପୁଣ ପୁତ୍ର ବୋଲନ୍ତେ ୟେହାନ୍ତ ମାରଇ । ୧୯୭ ।
ୟେତେକ ବିଚାରି ସେ ଚିତ୍ତେଣ ତପୋନିଷ୍ଠି
ରାଗେଣ ଗଙ୍ଗା ବୋଇଲେ ୟେ ତୁମ୍ଭର ପୁତ୍ର ଦୁଇ ଗୋଟି । ୧୯୮ ।
ଶାୟେଂତନୁ ବୋଇଲେ ପାଇବୁ ଆମ୍ଭେ କାହିଂ
ତୋହୋର ତହୁଂ ଆମ୍ଭର ଗୋ ଆନ ଭାରିଯା ତ ନାହିଂ । ୧୯୯ ।
ଶୁଣିଣ କୋପ ଯେ କଲାକ ଧବଳୀ
ଭୂତ ଭବିଷ୍ୟ ଜାଣଇ ସେ ପରମ ନିରାକୁଳୀ । ୨୦୦ ।
ରାଗେଣ ବୋଇଲେ ଶାୟେଂତନୁ ଲୁଚାଇଲୁ ଯେବେ ମୋତେ
ଅପୁତ୍ରିକ ହୋଇ ୟେବେ ମରନ୍ତୁ ତୋହୋର ବେନି ପୁତ୍ରେ । ୨୦୧ ।
ୟେତେକ ଶାପ ଯହୁଂ ଦେଲେ ଧବଳାଙ୍ଗୀ
ପୁତ୍ରନ୍ତ ଘେନି ପାରେଶ୍ୱର ଚଳିଲେ ତହୁଂ ବେଗି । ୨୦୨ ।
ପ୍ରବେଶ ହୋଇଲେ ଯାଇଂ ଯମପ୍ରଶସ୍ଥ ସ୍ଥାନରେ
ସ୍ନାହାନ ସାରି ଶାୟେଂତନୁ ଅଇଲେ ରାଜ୍ୟରେ । ୨୦୩ ।
ଗଙ୍ଗାର ତୁଲେ ଶାୟେଂତନୁ କଲେ ଯେ ଅନେକ ପୀରତି
ସମୟେକେ ଗଙ୍ଗା ଯେ ହୋଇଲେ ଗର୍ଭବତୀ । ୨୦୪ ।
ପ୍ରିୟା ମେଳ ବେଳେ ତାଙ୍କୁ ପଚାରନ୍ତି ତପୋଧନି
ପୁତ୍ରନ୍ତ କିଂପା ନାଶ କରୁରେ ଧବଳବଦନି । ୨୦୫ ।



୧୯୭ ।୨ ଆମ୍ଭର ବୋଲନ୍ତେଣ ପୁଣ ଏହାନ୍ତ ମାରଇ ।
୨୯୫ ।୧ ପ୍ରେମରସ ଭୋଳେ ପଚାରନ୍ତି ତପୋଧନି ।
୧୯୪ ।୨ ଉଦ୍ୟାନୁଂ-ଉଦ୍‍ଯାନୁଁ-ଜଳ ଉଦ୍‍ଗମରୁ
୧୯୫ ।୧ ବାଭିୟେ-ବାପ, ପିତା ଅର୍ଥରେ ।
୧୯୬ ।୨ ନିଜତନୁ-ନିଜର ପୁତ୍ର, ତନୁ ଅର୍ଥ ପୁତ୍ର ।
ଗଙ୍ଗା ବୋଇଲେ ମୋର ଦୁଷ୍ଟ ଯେ ପ୍ରକୃତି
ପୁତ୍ର ବୋଲି ନାହିଂ ମୋର ସଦୟ ଭାବ ମତି । ୨୦୬ ।
ତୁଳମାସ କୃଷ୍ଣପକ୍ଷ ତୃତୀୟା ଭୋଗ ଚନ୍ଦ୍ରବାର ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ରୋହେଣୀ ନକ୍ଷତ୍ର ବେଳ ଦେଢ ଯେ ପ୍ରହର । ୨୦୭ ।
ପତ୍ରେକ ଉପୁଜିଲା ଗଙ୍ଗାର ଗର୍ଭଗତେ
ଦେଖିବାକୁ ଶାୟେଂତନୁ ପଶିଲେ ପୁତ୍ରର ନିମନ୍ତେ । ୨୦୮ ।
ଋଷିଙ୍କର ଦେଖନ୍ତେ ଗଙ୍ଗା ଘେନିଲେ କରାଞ୍ଚଳୀ
ରହ ରହ ଗଙ୍ଗା ଗୋ ଶାୟେଂତନୁ ବୋଲି । ୨୦୯ ।
ମହା ବଇରାଗେ କରାଞ୍ଚଳୀ ଘେନିଲେ ଗୋସାମଣୀ
କରେ ତୋଳି ଘେନି କୁମରକୁ ପକାଇଲେ ହାଣି । ୨୧୦ ।
ଶିବ ଶିବ ବୋଲି ବାହୁଡିଲେ ତପଚାରୀ
ସତ୍ୟ ଭଗ୍ନ ନିମନ୍ତେଣ କିଛି ବୋଲି ତ ନ ପାରି । ୨୧୧ ।
ପୁଣି ସମୟେକେ ଗଙ୍ଗା ଯେ ହୋଇଲେ ଗର୍ଭବତୀ
ପୁତ୍ରେକ ଉପୁଜିଲା ମଦନ ମୂରତି । ୨୧୨ ।
ଋଷିଙ୍କର ଦେଖନ୍ତେ ସେ କଲାକ ଶିରଛେଦ
ଶାୟେଂତନୁ ବୋଇଲେ ୟେ ତ ବଡ ପରମାଦ । ୨୧୩ ।
ୟେହିମତି ଗଙ୍ଗାର ଛଡ ପୁତ୍ର ଉପୁଜିଲା
ଋଷିଙ୍କର ଦେଖନ୍ତେ ତାହା ସମସ୍ତ ନାଶକଲା । ୨୧୪ ।
ପୁଣି ସମୟେକେ ହୋଇଲା ଗର୍ଭବତୀ
କିଛି ହିଂ ନ ବୋଲନ୍ତି ଶାୟେଂତନୁ ମହାଯତି । ୨୧୫ ।
ଦଶମାସ ଗର୍ଭଭାରା ସହି ନ ପାରି କାତ୍ୟାୟନୀ
କୋଳ କରି ସମ୍ୱୋଧନା କରନ୍ତି ମହାମୁନି । ୨୧୬ ।
ଗଙ୍ଗା ବିଚାରନ୍ତି ମୁଁ ଅନେକ କଷ୍ଟ ଦେଲି
ଆତ୍ମାରୁ ଜାତ କରି ପୁତ୍ରନ୍ତ ନାଶ କଲି । ୨୧୭ ।



୨୦୯ ।୧ କରାଞ୍ଚଳୀ-ଏକପ୍ରକାର ତରବାରୀ
ବ ଜ୍ଞଚ୍ଛତ୍ତନ୍ଦ ଚ୍ଛଳ ଜ୍ଞଦ୍ଧଚ୍ଛତ୍ତଯ-ଖବତ୍ତବନ୍ଦଶଷ ଉଷମନ୍ଦଷଚ୍ଛଚ୍ଚବତ୍ତସ୍ଥ (ଖଚ୍ଛକ୍ଷରଜ୍ଞଦ୍ଧଚ୍ଛତ୍ତନ୍ଦଶ)
ଭ୍ରମବଶତଃ ପୋଥିମାନଙ୍କରେ କରଚୂଲୀ ଲେଖାଅଛି ।
ୟେତେକ ଦୋଷେଣ ମୋତେ କୋପ ତ ନ କଲା
ଭ୍ରଛନା ନ କରିଣ ଯେ ଗାଙ୍ଗୀ ନ ବୋଇଲା । ୨୧୮ ।
ଛାଡି ଯାଇ ନ ପାରଇଂ ଯେ ମୁହିଂ ସତ୍ୟବ୍ରତେ
ସତ୍ୟକୁ ଲଘିଂଣ ୟେଥୁଂ ଯିବଇଂ କେମନ୍ତେ । ୨୧୯ ।
ୟେ ଘାନ୍ତି ୟେ ପୁତ୍ର ଗୋଟିକି ଅବଶ୍ୟ ମାରିବି
ଭର୍ଷନା ନ ବୋଇଲେ ଆପଣା ତୋଟି ମେଲାଇବି । ୨୨୦ ।
ୟେସନେକ ବିଚାରନ୍ତେ ହୋଇଲା ଗର୍ଭଭାରି
ମହାବଳବନ୍ତ ପୁତ୍ର ଭାରା ସହିତ ନୁଆରି । ୨୨୧ ।
ବୋଲଇ ମାହେଶ୍ୱରୀ ଶୁଣିମା ମୁନି ହେ
ବଡ ବଳବନ୍ତା ପୁତ୍ର ୟେ ଘାନ୍ତି ଗୋଟିୟେ ଗର୍ଭେ ରହେ । ୨୨୨ ।
ଋଷି ବୋଇଲେ ବଳବନ୍ତା ହୋଉ କି ସୁନ୍ଦର ହିଂ ହୋଉ
ପ୍ରାପତ ଯେବେ ନୋହଇ ସେ ଜନ୍ମ ହୋଉ କିନା ନୋହୁ । ୨୨୩ ।
ୟେତେ ବୋଲି ବିଚାର କରନ୍ତି ଶାୟେଂତନୁ
ଅଳସ ସୁନ୍ଦରୀ ଦଶମାସ ଯେ ସ-ୂର୍ଣ୍ଣୁଂ । ୨୨୪ ।
ବିଛାମାସ କୃଷ୍ଣପକ୍ଷ ପ୍ରତିପଦା ଦିନେ ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ରୋହିଣୀ ନକ୍ଷତ୍ର ଭୃଗୁବାର ବିଦ୍ୟମାନେ । ୨୨୫ ।
ସିଦ୍ଧି ନାମେ ଯୋଗ ପୁଣି କରଣ ବାଣିଜ୍ୟ
ରାତ୍ର ପାଞ୍ଚ ଦଣ୍ଡରେ ଜନମ ହୋଇଲା ତନୁଜ । ୨୨୬ ।
ପୁତ୍ରର ପ୍ରସବ ଶୁଣି ଗଣନ୍ତି ମହାଋଷି
ଅମୃତ ଯୋଗେ ପୁତ୍ର ଉପୁଜିଲା ରୋହିଣୀ ବୃକ୍ଷରାଶି । ୨୨୭ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ଶୁକ୍ରଙ୍କର ବେଳେ ଉତପତ୍ତି ହୋଇଲାକ ବଳା
ପୃଥୁଳ ସୁସଞ୍ଚ ବତିଶ ଗୁଣେ କଳା । ୨୨୮ ।
ପଞ୍ଚମରେ ଶନିଶ୍ଚର ଚତୁର୍ଥେ ବୃହସ୍ପତି
ରବି ସପତମେ ଚନ୍ଦ୍ର ଲଗ୍ନରେ ଅଛନ୍ତି । ୨୨୯ ।
ତୃତୀୟେ ରାହୁ ଯେ କେତୁ ଅଛଇ ନବମେ
ମଙ୍ଗଳ ଯେ ୟେକାଦଶେ ଶୁକ୍ର ହିଂ ନବମେ । ୨୩୦ ।



୨୧୮ ।୨ ଭ୍ରଛନା-ଭର୍ଷନା
ଅଷ୍ଟମେ ବୁଧ ଶୁଭ ଯୋଗେଣ ବସେ
ବାମେଣ ଯୋଗ୍ନୀ Cଶାନ୍ୟ କୋଣେ ବସେ । ୨୩୧ ।
ବତିଶ ପାଦରେ ଅଛଇ ମାହେନ୍ଦ୍ର ଯୋଗ
ୟେକତ୍ରିଂଶ ପାଦେ ଜନ୍ମ ନାହିଂ ଆରେକ ପାଦେ ଭୋଗ । ୨୩୨ ।
ପାଦେଣ ଯେ ଜାତ ହୋଇଲାକ ବାଳ
ଦେଖିଣ ଜାହ୍ନବୀ ଧଇଲେକ କୋଳ । ୨୩୩ ।
ଶାୟେଂତନୁ ଦେଖି ବୋଇଲେ ୟେ ବଡ ବିଚକ୍ଷଣ ବଳା
ଜଗଜ୍ଜିତା ଯୋଗେଶ୍ୱର ଚଉଷଠି ଗୁଣେ କଳା । ୨୩୪ ।
ବୋଲନ୍ତି ଜାହ୍ନବୀ ଆସ କି ନା ରାୟେ
ଦେଖ କିନା ମୁନି ହେ ତୁମ୍ଭର ତନୟେ । ୨୩୫ ।
ଶାୟେଂତନୁ ବୋଇଲେ ସେ ଅପ୍ରାପତ ଆମ୍ଭଙ୍କୁ
ଆମ୍ଭର ନ ଦେଖିଲେ ଶୁଝଇ ଆମ୍ଭର ପୁତ୍ରକୁ । ୨୩୬ ।
ଆସ ହୋ ଭଗବନ୍ତ ଦେଖ କି ନା ବଳା
ଦେଖନ୍ତେ ମୁକତ ଅଟଇ ପୁଣ୍ୟଶୀଳା । ୨୩୭ ।
ପୁତ୍ର ଗୋଟି ଉତପତ୍ତି ଗର୍ଭୁଂ ଯେତେବେଳେ
ମୁଖ ଚାହାନ୍ତେଣ ମାତା ପିତାର ଜୀବନ ସୁଫଳେ । ୨୩୮ ।
ଦୁତୀୟେଣ ପିତା ତାର ଚାହିଂବ ବଦନ
ଜନ୍ମକୁ ଫିଟଇ ତାର ଅପୁତ୍ରିକ ଲକ୍ଷଣ । ୨୩୯ ।
ଜୀଉ ଅବା ମରୁ ଅବା ମନ୍ଦର କରମେ
ପିତା ମୁକତ ହୋଅଇ ଅନେକ ହାଦେ ଧର୍ମେ । ୨୪୦ ।
ୟେତେ ବିଚାରି ସେ ପଣ୍ଡିତ ଭାଗ୍ୟବନ୍ତ
ସୁବର୍ଣ୍ଣ ପାତ୍ରେ ଅର୍ଘ୍ୟେକ ଘେନିଲେ ମୁନି ହସ୍ତ । ୨୪୧ ।
ସୁବର୍ଣ୍ଣ ଦୀପେଣ ଗୁଆ ଘୃତ ଯେ ପୂରୋଇ
ନେତର ବଳିତାୟେ ଶ୍ରୀଫଳେକ ଲାଇ । ୨୪୨ ।



୨୩୬ ।୨ ଆମ୍ଭନ୍ତ ଦେଖି ନ ଶୁଝଇ ପୁତ୍ରକୁ । ।
୨୩୯ ।୧ ନବତନ ପୁତ୍ରର ଯେ ଚାହିଲେ ବଦନ
୨୩୯ ।୨ ଜଗତକୁ ଫିଟଇଟି ଅପୁତ୍ରିକ ଲକ୍ଷଣ । ।
୨୪୦ ।୨ ପିତାକୁ ମୁକତ ହୋଅଇ ଅନେକ ହାବେ ଧର୍ମେ । ।
୨୪୨ ।୨ ନେତ୍ରରୁ ନେତ-ନେତ୍ର-ବଷ, ଶ୍ରୀଫଳ-ନଡିୟା
ଚଳନ୍ତି ମହାତ୍ମା ଯେ ପୁତ୍ର ଦେଖିବାକୁ
ପୁତ୍ର ନ ନିରେଖି ଚଳନ୍ତି ଭିତର ପୁରକୁ । ୨୪୩ ।
ଅନ୍ତୁଡି ଘରେ ଯାଇଂ ବିଜୟେ ସୋମବଂଶୀ
ପୁତ୍ରକୁ ଘେନିଣ ଗଙ୍ଗା ସାଷ୍ଟାମେ ଅଛି ବସି । ୨୪୪ ।
ଦେଖ ଦେଖ ମହାତ୍ମା ୟେ ତୋହୋର ପୁତ୍ର ଗୋଟି
ଅର୍ଘ୍ୟ ଦେଇ ନିରେଖି ଚାହାନ୍ତି ତପନିଷ୍ଠି । ୨୪୫ ।
କରେଣ ଘେନିଲା ଗଙ୍ଗା ବିଜେ କର୍ଣ୍ଣକଟାରି
ଋଷିଙ୍କର ଦେଖନ୍ତେ ସେ ପୁତ୍ରକୁ ଲୋଡଇ ମାରି । ୨୪୬ ।
ଗଙ୍ଗାର ହାଥ ଯେ ଧଇଲେ ଶାୟେଂତନୁ
ଆଲୋ ଗାଙ୍ଗି କେତେ ପୁତ୍ର ନାଶ କଲୁ କିନୁ । ୨୪୭ ।
ଆଲୋ ଛଡ ପୁତ୍ର ମାଇଲୁ ନ ପୂରିଲା ତୋର ଅଭୀଷ୍ଟି
ଆଲୋ ଆଲୋ ଗାଙ୍ଗି ତୁ ଅଟୁ ବଡ ମନ୍ଦ ନଷ୍ଟି । ୨୪୮ ।
ଯେତେକ ଅଛନ୍ତି ସେ ସଂସାରେ ପୋଖତୀ
ସବୁରି ଅପାଦ ପଡୁ ମୁଣ୍ଡେ ତୋର ନିତି । ୨୪୯ ।
କଟାରି ଘେନି ସେ ଚାପୋଡେକ ମାରି
ପେଲି ପକାଇ ପୁଅକୁ ଘେନିଲେ ଉଛୁଡି । ୨୫୦ ।
ଗଙ୍ଗା ଉଷତ ହୋଇଲେ ଶାୟେଂତନୁଙ୍କର ବଚନେ
ଆହୋ ସତ୍ୟ ପରିଲା ମୋର ଯାଉଅଛି ମହାମୁନ୍ୟେ । ୨୫୧ ।
ୟେତେକ ବୋଲିବାକୁ ମୁଂ ବାଟ ଚାହିଂଥିଲି
?ଗାଙ୍ଗି ବୋଲିବା ପାଇଁ ଛଡ ପୁତ୍ର ମାଇଲି । ୨୫୨ ।
ୟେତେ ବୋଲି ଦେବୀ ଯେ ଉଠିଲେ ବହନ
ପୁତ୍ରକୁ ଛାଡି ଗଙ୍ଗା ହୋଇଲେ ତୋଷମନ । ୨୫୩ ।
ଶାୟେଂତନୁ ଉଠି ଧଇଲେ କୋଳ କରି
ସଞ୍ଚୟେ ୟେ ବ୍ରତ ଯେ ପୂରିଲା ତୋହୋରି? ୨୫୪ ।



୨୪୭ ।୨ ଆଲୋ ଗାଙ୍ଗି କେତେ ପୁତ୍ରଙ୍କର ପ୍ରାଣ ଘେନୁଂ । ।
୨୫୧ ।୨ ବ୍ରତ ପୂରିଲା ମୋହୋର ଯାଉଅଛି ମହାଶୂନ୍ୟେ । ।
୨୫୨ ।୨ ଗାଙ୍ଗି ନ ବୋଲିବାରୁ ଛଡ ପୁତ୍ର ମାଇଲି । ।
୨୪୬ ।୧ କର୍ଣ୍ଣକଟାରି-ଛୋଟ କଟୁରୀ । ସଂସ୍କୃତ କଟ୍ଟାର ଶବ୍ଦରୁ କଟାରି
୨୪୯ ।୨ ଅପାଦ-ଆପଦ
୨୫୪ ।୨ ସଞ୍ଚୟେ-ନିଶ୍ଚୟେ ସମ ଅବ୍ୟୟ ନି ଅବ୍ୟୟ ଅର୍ଥରେ
ୟେବେ ଯେ ଜାତ କଲୁ ବାଳୁତ ପୁତ୍ର ଗୋଟି
କେମନ୍ତେ ବ୍ରତିବ ୟେ ନ ପାଇଲେ କ୍ଷୀର ଫୁଟି । ୨୫୫ ।
ଲେଉଟିଣ ଚାହିଁ ସେ ଜାହ୍ନବୀ ବୋଇଲା
ଜୀଁଇଲେ ଜୀଉଂ ମଲେ ମରୁ ମୋହୋର କିସ ଗଲା । ୨୫୬ ।
ଗାଢେଣ କୋଳ କରି ଧଇଲେ ମହାମୁନି
ରାଗେଣ ପେଲି ପକାଇଲା କାନ୍ତାନୀ । ୨୫୭ ।
ତୁ କିଂପା ମୋତେ ଆବୋରିଣ ଧରୁ
ବ୍ରତ ପୂରିଲା ବାହାର ହୋଇଲି ମୁଂ ତୋର ଘରୁ । ୨୫୮ ।
ସତ୍ୟ ମାନିଥିଲି ୟେତେ ଦିନ ପରିଯନ୍ତେ
ଭୃତ୍ୟ ପଣେ ସେବା ମୁଂ କରିଥିଲି ତୋତେ । ୨୫୯ ।
ଗଙ୍ଗା ବୋଇଲେ ମୁଂ ଥାଇ ଗାଙ୍ଗି ବୋଇଲେ ନ ଥାଇ
ଗାଙ୍ଗି ବୋଇଲୁ ତୁ ଯାଉଛି ମୁଂ ବ୍ରତ ପୂରୋଇ । ୨୬୦ ।
ୟେବେ ମୁଂ ତୋହୋର ଗୁରୁ ତୁ ମୋହୋର ଶିଷି
ଗୁରୁ ପତ୍ନୀ କି କିଂପାଇ ଛୁଇଂଲୁ ମହଋଷି । ୨୬୧ ।
କୋପେଣ ବଚନ ବୋଇଲେ ଗଙ୍ଗାଦେବୀ
ମତେ ଯେ ଛୁଇଂଲୁ ତୋତେ ମୁହିଂ ଶାପ ଦେବି । ୨୬୨ ।
ୟେ ପୁତ୍ର ତହୁଂ ଜାତ ହୋଇବ ଯେବଣ ସୁତ
ତୁ ଶାୟେଂତନୁ ଶିରଚ୍ଛେଦ ହୁଅ ତାର ହସ୍ତ । ୨୬୩ ।
ଡରେଣ ଛାଡିଲେ ସେ ଶାୟେଂତନୁ ମହାମୁନି
ଧାତିକାରେ ଜଳେ ସମ୍ଭାଇଲେ ଅନାଦି କାତ୍ୟାୟନୀ । ୨୬୪ ।
ପୁତ୍ର ଗୋଟି ଘେନି ମୁନି ବିସ୍ମୟ ମନ ହୋଇ
ବିଚାରି ବିଚାରି ମୁନି ଯେ ଭୀଷ୍ମ ନାମ ଦେଇ । ୨୬୫ ।
ଜୀଇଲେ ଜୀଉଁ ମଲେ ଅବା ମରୁ ଗଙ୍ଗା ଯେ ବୋଇଲା
ଇଛା ମୃତ୍ୟୁ ବର ସେ ଭୀଷ୍ମଙ୍କର ଯେ ହୋଇଲା । ୨୬୬ ।
ପାରେଶ୍ୱର ଶାୟେଂତନୁ ଭୂରିଶ୍ରବା ତିନି ଭ୍ରାଥେ
ପାରେଶ୍ୱରହୁଂ ବ୍ୟାସେ ହୋଇଲେ ସମ୍ଭୁତେ । ୨୬୭ ।
ଶାୟେଂତନୁର ତହୁଂ ଉପୁଜିଲେ ଚିତ୍ର ବିଚିତ୍ରବୀର୍ଯ୍ୟ
ଭୀଷ୍ମ ହିଂ ଉପୁଜିଲେ ତୃତୀୟ ଆତ୍ମଜ । ୨୬୮ ।
ଶାୟେଂତନୁ ମହାଋଷିଙ୍କର ତିନି ଯେ ସନ୍ତତି
ଆଦିହୁଂ କୁରୁବଂଶ ହୋଇଲେ ୟେଥୁଁ ଉତପତ୍ତି । ୨୬୯-୪୫୨ ।



୨୫୬ ।୨ ଇଚ୍ଛାୟେ ଜୀଉଂ ଇଚ୍ଛାୟେ ମରୁ ମୋର କିସ ଗଲା । ।
୨୫୮ ।୧ ତୁ କିଂପା ଆବର ମୋତେ ଧରୁ । ।
୨୫୯ ।୧ ସତ୍ୟ ମାନିଥିଲୁ ଯେତେ ଦିନ ପରିଯନ୍ତେ । ।
୨୬୧ ।୧ ୟେବେ ତୁ ମୋହୋର ଶିଷ୍ୟ ଯେ ତୋର ଗୁରୁ ମୁହିଂ । ।
୨୬୧ ।୨ ମୋହୋର ସ୍ୱାମୀ ୟେବେ ହୋ ସଦାଶିବ ଅଟଇ । ।
୨୫୫ ।୨ କ୍ଷୀରଫୁଟି-କ୍ଷୀରଫୁଟାୟେ, କ୍ଷୀର ଟୋପାଏ
୨୫୭ ।୨ କାନ୍ତାନୀ-କାତ୍ୟାୟନୀ ।
୨୬୬ ।୨ ଇଚ୍ଛାୟେ ଜୀଉଁ ଇଚ୍ଛାୟେ ମରୁ ମୋର କିସ ଗଲା । ।
ବିତ୍ରବୀର୍ଯ୍ୟ ଓ ବିଚିତ୍ରବୀର୍ଯ୍ୟଙ୍କର ବିବାହ
ଭାରଦ୍ୱାଦଶଙ୍କର ନନ୍ଦିନୀ ପଦ୍ମାବତୀ
ବ୍ୟାସ ପ୍ରଦାନ ହୋଇଲେ ସେ କନ୍ୟା ରୂପବନ୍ତୀ । ୧ ।
ପଦ୍ମଦଳ ଦେଶର ରାଜା ପଦ୍ମନାଭ
ପଞ୍ଚଭୂତ ଲୟ କରି ସେ ଖଟଇ ବାସୁଦେବ । ୨ ।
ଦାନେଣ ଅତି ପୁଣ୍ୟ ସେ ମାନେଣ ଚକ୍ରବ୍ରତୀ
ଗ୍ୟାନେଣ ପଣ୍ଡିତ ସେ ସକଳ ହିତେ ବ୍ରତୀ । ୩ ।
ସେ ରାଜାର ରାଜ୍ୟେ ଅଧର୍ମ ନ ପଶି
ଯତ ସତ କ୍ରିୟା ସେ ଯୋଗେଣ ନିର୍ଦ୍ଦୋଷୀ । ୪ ।
ସାଗରେକ ରଥ ବେନି ସାଗରେକ ହାଥୀ ଚ୍ଚନ୍ଧଲଭରତ୍ତ ସାଗରଙ୍ଗଦଶ ପଦ୍ମ, ୧୪ ଶୂନଯୁକ୍ତ
 ସଂଖ୍ୟା, ୧୦,୦୦୦,୦୦୦,୦୦,୦୦,୦୦୦;
୧୦୧୪
ସାତ ସାଗର ବାଜୀ ତିନିସାଗର ପାରିଦଣ୍ଡ ନୃପତି । ୫ ।
ଅଷ୍ଟାଦଶ କ୍ଷଉଣୀ ଖଟଇଂ ସଇନି ଚ୍ଚନ୍ଧଲଭରତ୍ତ କ୍ଷଉଣୀଙ୍ଗପୃଥିବୀଙ୍ଗଅକ୍ଷୌହିଣୀର
 ଅପଭ୍ରଂଶ, ବ୍ରିଗେଡ୍‍, ଅକ୍ଷଙ୍ଗଗଜାଦିସମୂହ-
ଊହିନୀ, ଚତୁରଙ୍ଗ ସେନାର ପରିମାଣ ବିଶେଷ ।
୧୦୯୩୫୦ ପଦାତି, ୬୫୬୧୦ ଅଶ୍ୱ, ୨୦୮୭୦
ହାତୀ, ୨୧୮୭୦ ରଥ, ମୋଟ
୨,୧୮,୮୦୦ ସୈନ୍ୟ ।
ମହାସ-ଦ ରାଜା ସେ ଅଟଇ ମହାଗ୍ୟାନୀ । ୬ ।



୧ ।୨ ବ୍ୟାସ ପ୍ରଦାନ ହୋଇଲେ କନ୍ୟା ରତ୍ନକାନ୍ତି । ।
୨ ।୨ ପଞ୍ଚଭୂତ ୟେକ କରି ସେ ଖଟଇ ବାସୁଦେବ । ।
୪ ।୨ ଯତ ସତ-ଯମ ଓ ସତ୍ୟ, ଅହିଂସାଦିଗୁଣ, ସଂଯମ ।
ପଦ୍ମନାଭ ରାଜା ଯେ ଜଗତେ ବିଖ୍ୟାତି
ବେଦ ଶାହାସ୍ରେ ସେ ଅଟଇଂ ନିର୍ଜିତୀ । ୭ ।
ମନ୍ତ୍ରୀ ଅମନାତ୍ୟ ଯେ ନିରବଧି ଖଟନ୍ତି
ସେ ପଦ୍ମନାଭ ରାଜାର ଶତେକ ସନ୍ତତି । ୮ ।
ଚାରିକନ୍ୟା ତାହା ତହୁଂ ହୋଇଲେ ଉତପତ୍ତି
ସୁରନାଭ, ସଉନାଭ, ବଜ୍ରନାଭ ବୀର
ଯୋଗନାଭ, ବଳନାଭ, ଶୁଦ୍ଧନାଭ ଶୂର । ୯ ।
ଜୟନାଭ, ସମନାଭ, ଗଗନନାଭ ନାମ ଦେବା
ନୀଳନାଭ, ବରୁଣନାଭ, ଅରୁଣନାଭ ପ୍ରଭା । ୧୦ ।
ୟେହିମତେ ପଦ୍ମନାଭର ଅନେକ ସନ୍ତତି
ଭାଗ୍ୟବର ସେବି ସେ ଅଟଇ ମହାଛତ୍ରୀ । ୧୧ ।
ମଳୟ ନୀଳ ବଂଶେ ହୋଇଲେ ଉତପତ୍ତି
ୟେହି ରୂପେ ବଂଶ ତାର ବଡାଇ ବିଖ୍ୟାତି । ୧୨ ।
ତାହାର ତହୁଂ ଉପୁଜିଲା ଚାରି ଯେ କୁମାରୀ
ଅମ୍ୱା, ଅମ୍ୱିକା, ଅମ୍ୱାଳିକା, ଅମ୍ୱିଳିକା ସୁନ୍ଦରୀ । ୧୩ ।
ଗନ୍ଧର୍ବ ଅଂଶେ ସେ ଅଟନ୍ତି ବିଦ୍ୟାଧରୀ
ତୈଲୋକ୍ୟେ ରୂପେ ତାଙ୍କୁ ନାହିଂ ପଟାନ୍ତରି । ୧୪ ।
ଚିତ୍ର ବିଚିତ୍ର ସେ ଶାୟେଂତନୁଙ୍କର ବଳା
ଅମ୍ୱିକା ବାଳୀ ଯେ ଚିତ୍ରବୀର୍ଯ୍ୟକୁ ବରିଲା । ୧୫ ।
ବିଭା ଯୋଗେଣ ସେ କରଇ ପ୍ରଦାନ
ମାନିଲା ନୃପତି ସେ ସଂକଳ୍ପ କରି ମନ । ୧୬ ।
ମକର ଶୁକ୍ଲ ଦଶମୀ ରୋହିଣୀ ନକ୍ଷତ୍ରେ
ସୋମବାର ଶୁଭ ଯୋଗ ଧଇଲେ ପଣ୍ଡିତେ । ୧୭ ।



୧୪ ।୨ ତ୍ରୈଲୋକ୍ୟରେ ରୂପେ ତାଙ୍କୁ ନାହିଂ ସମସରି । ।
୧୬ ।୨ ପାଳିଲା ନୃପତି ସେ ସଂକଳ୍ପ ବଚନ । ।
୭ ।୨ ନିର୍ଜିତୀ-ପାରଦର୍ଶୀ ।
୮ ।୧ ଅମନାତ୍ୟ-ଅମାତ୍ୟ ।
ସେ ଦିନରେ କଲେକ ସେହୁ ବିଭା ଅନକୂଳ
ଅନେକ ସାନନ୍ଦେଣ କଲେ ଉଷବ ମଙ୍ଗଳ । ୧୮ ।
ଅନେକ ସମ୍ଭର୍ବେଣ ସୋମବଂଶର ନୃପତି
ବରକୁ ଘେନିଣ ଯେ ଚଳନ୍ତି ବରଜାତି । ୧୯ । ଜାତିଙ୍ଗଯାତ୍ରୀ
ଅନେକ ବୀରତୂର ଉଦ୍ଦଣ୍ଡ ପାଟଛତ୍ର
ଚଳାଇ ଚତୁରଙ୍ଗ ସଇନି ଯେ ଗଜ ଅଶ୍ୱ ପାଦାନ୍ତି ରଥ । ୨୦ ।
ଚଳନ୍ତି ଶାୟେଂତନୁ ପାରେଶ୍ୱର ଭୂରିଶ୍ରବା
ଅନେକ ଦେଶର ଯେ ଚଳିଲେ ରାଜଦେବା । ୨୧ ।
ପ୍ରବେଶ ହୋଇଲେ ଯାଇଂ ପଦ୍ମଦଳ ଦେଶେ
ଚିତ୍ରବୀର୍ଯ୍ୟ କୁମର ବିଜୟ ବରବେଶେ । ୨୨ ।
କାଶ୍ୟପ ଗୋତ୍ରେ ଯେ ପଦ୍ମନାଭ ନରପତି ଏଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ସୋମ ଗୋତ୍ରେଣ ଯେ ଶାୟେଂତନୁ ମହାଯତି । ୨୩ ।
ସୀଉକାର ବରଣ କଲେ କଉଶିକ ପୁରୋହିତେ
ବିଭାର ସଂଯୋଗ କରନ୍ତି ବେନି କୁଳ ଗୋତ୍ରେ । ୨୪ ।
ୟେସନେକେ ପ୍ରଦାନ କଲେକ କୁମାରୀ
ଅନେକ ଯେ ଯଉତୁକେ ବିଭାଯୋଗ ସାରି । ୨୫ । ଯଚ୍ଛଦ୍ଧତ୍ତସ୍ଥ
ହୋମ କରଣେ ବିଭା ବିଧି ହୋଇଲା ସମାପତ
କୁମାର କୁମାରୀ ପାରଣା କରନ୍ତି ଯେ ଘୃତ । ୨୬ ।
ବିଭା ସାରିଣ ବରକନ୍ୟା ଗଲେ ନିଜ ପୁରେ
ଭୋଜନ ଆଞ୍ଚୋବନ ସାରିଣ ବିଜୟେ ଶୟନ ମନ୍ଦିରେ । ୨୭ ।
ୟେସନେକେ ବରକନ୍ୟା ବିଭାର ସଂଯୋଗେ
ରାଜାମାନେ ଭୋଜନ କଲେ ଅନେକ ସମ୍ଭର୍ବେ । ୨୮ ।



୧୮ ।୨ ଅନେକ ସାନେନ୍ଦଣ କଲେ ବିଭାର ମଙ୍ଗଳ
୨୪ ।୨ ବିଭା ସଂଯୋଗ କରନ୍ତି କାଳ ଉଚିତ ଗୋତ୍ରେ । ।
୨୮ ।୧ ୟେସନେକେ ବରକନ୍ୟା ବିଭାର ପ୍ରସଙ୍ଗେ । ।
୨୪ ।୧ କଉଶିକ ପୁରୋହିତେ ସ୍ଥାନରେ କଶ୍ୟପ ପୁରୋହିତେ ପାଠ ଅଛି । ।
୨୭ ।୨ ଆଞ୍ଚୋବନ-ଆଚମନ
ବରକନ୍ୟାକଇଂ ବିଭା କରାଇ ନୃପତି
ଚଳନ୍ତି ସାନନ୍ଦେ ସେ ସୋମବଂଶ ଆଧିପତି । ୨୯ ।
ବିଚିତ୍ରବୀର୍ଯ୍ୟ ବିଭା ପରମ ସାନନ୍ଦେ
ତାହାଙ୍କର କନ୍ୟାକୁ ଦିଲାକ ଆନନ୍ଦେ । ୩୦ ।
ଅମ୍ୱାଳିକା ନାମେ କନ୍ୟା ଅମ୍ୱିକାଉଂ ସାନ ଯେ ବହେଣୀ
ବିଚିତ୍ରବୀର୍ଯ୍ୟକୁ ପ୍ରଦାନ କଲାକ ନୃପମଣି । ୩୧ ।
କନ୍ୟାନ୍ତ ଘେନି ବାହୁଡିଲେ ଶାୟେଂତନୁ ମହାମୁନ୍ୟେ
ପ୍ରବେଶ ମହାତ୍ମା ଯାଇଂ ଆପଣା ଭୁବନେ । ୩୨-୪୮୪ ।



୩୧ ।୧ ବହେଣୀ-ଭଉଣୀ ।
ଭୀଷ୍ମଙ୍କ ବିବାହ ପ୍ରସ୍ତାବ
ବଦନ୍ତି ଅଗସ୍ତି ଶୁଣ ହୋ ଯୁଗପତି
ଚିତ୍ରବୀର୍ଯ୍ୟ ବିଚିତ୍ରବୀର୍ଯ୍ୟ ବିଭାର ଯୁଗତି । ୧ ।
କନ୍ୟାନ୍ତ ଘେନିଣ ଯେ ବିଳସନ୍ତି କୁମରେ
ସନ୍ତାନ ଜାତ ନୋହିଲା ପୁତ୍ରଙ୍କର କୋଳେ । ୨ ।
ଦେଖିଣ ବିରସ ଶାୟେଂତନୁ ମହଋଷି
ଗଙ୍ଗାର ଶାପ ମନରେ ଉପଲେସି । ୩ ।
ବିଶେଷେ ମାହେଶ୍ୱରୀ ଆବର ନିଜମାତା
ଗଙ୍ଗାର ଶାପ୍ୟ ସେ ପ୍ରତକ୍ଷେଣ ବିଧାତା । ୪ ।
ମନରେ ବିଚାରି ସେ ଭାଳନ୍ତି ତପନିଷ୍ଠି
କେମନ୍ତେ ପୁତ୍ର ମୋର ମାତା ଶାପ ମେଣ୍ଟି । ୫ ।
ମନେ ମନେ ବିଚାର କରନ୍ତି ତପୋଧନି
ଶାପ ବଞ୍ଚାଇବାକୁ ବୁଦ୍ଧି କରନ୍ତି ମହାଗ୍ୟାନୀ । ୬ ।
ଅନେକ ଯାଗ ଯଜ୍ଞ ମନ୍ତ୍ର ଯେ ବରଣ
ତଥାପି ଗଙ୍ଗାର ଶାପ ନ ଗଲା ମେଣ୍ଟଣ । ୭ ।
ଅପୁତ୍ରିକ ହୋଇଲେ ଚିତ୍ର ବିଚିତ୍ରବୀର୍ଯ୍ୟେ
ସନ୍ତାନ ନୋହିଲା ସେ ବଂଶର ଗ୍ରାହିଜ୍ୟେ । ୮ ।



୩ ।୧ ଦେଖିଣ ବିଚାରିଲେ ଶାୟେଂତନୁ ମହାଋଷି ।
୩ ।୨ ଉପଲେସି-ଉପନ୍ୟାସିରୁ ଉପଲେସି, ଭାବି ।
ବିଚାରନ୍ତି ମହାତମା ସୋମବଂଶ ଆଧିପତି
ଭୀଷ୍ମଙ୍କୁ ରାଇଣ ସେ ମହାଋଷି ପଚାରନ୍ତି । ୯ ।
ତୁ ବାବୁ ପ୍ରଦାନ ହୋଅସି କୁମାରୀ
ବଂଶକୁ ରକ୍ଷା କର ସନ୍ତାନ ଜାତ କରି । ୧୦ ।
ୟେତେକ ବିଚାର ସେ କରିଣ ମହଋଷି
ଭୀଷ୍ମଙ୍କ ପାଇଁ କନ୍ୟା ସେ ଲୋଡନ୍ତି ସୋମବଂଶୀ । ୧୧ ।
ସେହି ପଦ୍ମଦଳ ଦେଶେ ପଦ୍ମନାଭ ନୃପତି
ଅମ୍ୱା କନ୍ୟା ବୋଲି ତାର ଆରେକ ଦୋହିତି । ୧୨ ।
ତାହାକୁ ସୟମ୍ୱର ସେ କଲାକ ନୃପମଣି
ଲକ୍ଷେକ ନୃପତି ସେ ବରଣ କରି ଆଣି । ୧୩ । ସଂଖ୍ୟା
ଅନେକ ଉଷବ ସେ କଲାକ ମଳୟାନିଳ
ଆରମ୍ଭେ ମିଳିଲେ ଯାଇଁ ସମସ୍ତ ମହୀପାଳ । ୧୪ ।
ସମସ୍ତ ରାଜାଙ୍କୁ ଦିଅଇ ମଣୋହିଂ
ଅଶ୍ୱ ଗଜଙ୍କୁ ବାରି ଘାସ ଚରଣି ସମସ୍ତ ତୁଲାଇଂ । ୧୫ ।
ଆହୋ ଦ୍ୱାଦଶ ଯୋଜନ ଯେ ଛାୟାର ମଣ୍ଡପ ଚ୍ଚନ୍ଧଲଭରତ୍ତ
ୟେସନେକ ସ-ଦ ଯେ କରିଅଛି ନୃପ । ୧୬ । ସଂଖ୍ୟା
ପୃଥିବୀରୁ ବରି ଆଣିଲେ ଚାରି ଊଣା ଲକ୍ଷେକ ନୃପତି ଚ୍ଚନ୍ଧଲଭରତ୍ତ ୧ ଲକ୍ଷରୁ ୪ କମ୍‍
ଅନେକ ସମ୍ଭର୍ବେଣ ସେ ବସିଣ ଅଛନ୍ତି । ୧୭ ।
ବଦୟନ୍ତି ଅଗସ୍ତି ଶୁଣ ହୋ ରାଜ ସାଇଁ
ଶାୟେଂନ୍ତନୁକୁ ଚାରଗଣେ ନିମନ୍ତ୍ରଣ କଲେ ଯାଇଂ । ୧୮ ।
ଅମ୍ୱାର ସୟମ୍ୱର ଉଷବ ବୋଲନ୍ତି ନିମନ୍ତ୍ରଣେ
ଭୀଷ୍ମ ବୋଲନ୍ତି ହୋ ଶୁଣ ଚାରଗଣେ । ୧୯ ।
ଆହୋ ବୋଲନ୍ତି ଗାଙ୍ଗେବ ପଦ୍ମଦଳ ମନ୍ଦକଲା
ଦୁଇ ଦୋହିତା ଆମ୍ଭ ଦୁଇ ଭାଇନ୍ତ ଦେଲା । ୨୦ ।
ଆରେକ କନ୍ୟା ଯେବେ ଅଛଇଂ ତାହାର
ଆମ୍ଭଙ୍କୁ ସେ କନ୍ୟା ପ୍ରଦାନ କରୁ ଦଣ୍ଡଧର । ୨୧ ।
ୟେତେକ ବିଚାରି ସେ ଚାରଗଣ ସମସ୍ତେ
ପଦ୍ମଦଳ ଦେଶକୁ ଯେ ବାହୁଡିଲେ ଦୂତେ । ୨୨ ।
ପଦ୍ମନାଭ ରାଜାକୁ କହିଲେ ବେଗେ ଯାଇ ଚାର
ଭୋ ଦେବ ନାଶ ଗଲା ୟେ ତୋହୋର ସୟଂବର । ୨୩ ।
ଆମ୍ଭେ ଅନେକ ଦେଶ ୟେ ନିମନ୍ତ୍ରଣ କରି ଗଲୁଂ
କୁଞ୍ଜଗଳ ଦେଶେ ଯାଇଂ ପ୍ରବେଶ ହୋଇଲୁଂ । ୨୪ ।
ଶାୟେଂତନୁକୁ ନିମନ୍ତ୍ରଣ କଲୁ ମାଳା ଦେଇ
ଭୀଷ୍ମ ବୋଇଲେ ଆମ୍ଭନ୍ତ କତିରେ ବସାଇ । ୨୫ ।
ଅମ୍ୱିକା ଅମ୍ୱାଳିକା କନ୍ୟା ଚିତ୍ର ବିଚିତ୍ରବୀର୍ଯ୍ୟକୁ ଦେଲେ
ଆରେକ କନ୍ୟା ଯେବେ ଅଛି ମୋତେ କି-ାଇଂ ନ ବରିଲେ । ୨୬ ।
ଆହୋ ଚାରଗଣେ ତୁମ୍ଭେ କହ ବେଗେ ଯାଇଂ
ଅମ୍ୱା କନ୍ୟାକୁ ଭୀଷ୍ମେ ବୋଇଲେ ଆମ୍ଭଙ୍କୁ ଦେବା ପାଇଂ । ୨୭ ।
ଶୁଣିଣ ବିରସ ଯେ ହୋଇଲେ ନୃପତି
ଆଗହୁଂ ନ ଫୁଟରେ ଗୋପ୍ୟ କର ରୀତି । ୨୮ ।
ଲକ୍ଷେ ରାଜା ହାଦେ କରି କଲି ସୟମ୍ୱର
ଅନେକ ଆରମ୍ଭେଣ ବସିଲେ ନୃପବର । ୨୯ ।
ଆହୋ ଯତନେଣ ଆଣିଲି ମୁଂ ସୟଂମ୍ୱର ନିମନ୍ତେ
ନାସ୍ତି କଲେ ରାଜାୟେ କି ଜୀଆଂଇବେ ମୋତେ । ୩୦ ।
ଶୁଣିଣ ଚାରଗଣେ ହୋଇଲେକ ମନେ ତୁଷ୍ଟି
ବହନ କରି ଆଣିଲେ ସଭାକୁ କନ୍ୟା ଗୋଟି । ୩୧ ।
ମାଗୋ ରାଜାନ୍ତ ନିମନ୍ତ୍ରିଲି ତୋହୋରି ନିମନ୍ତେ
ବରବେଶ ହୋଇ ୟେବେ ବସିଲେ ନୃପନାଥେ । ୩୨ ।
କନ୍ୟାକଇଂ ଦେଖାବନ୍ତି ସୟମ୍ୱର ବିଧାନେ
ମାଳା ଦେଇ ବର ଗୋ ଯାହାକୁ ଇଛା ତୋର ମନେ । ୩୩ ।
ଆହୋ ୟେମନ୍ତ ସମୟେ ଭୀଷ୍ମଙ୍କର ଦୂତ
ମନୁମଥ ସେନାପତି ଘେନିଣ ଶତେକ ରଥ । ୩୪ ।
ସୟମ୍ୱର ସ୍ଥାନେ ଆସି ପ୍ରବେଶ ହୋଇଲେ ମନୁମଥ
ବୋଲନ୍ତି ଚାରଗଣେ ଆମ୍ଭେ ଭୀଷ୍ମଙ୍କର ଦୂତ । ୩୫ ।
ଯେବଣ କନ୍ୟାକୁ କରୁଅଛ ସୟମ୍ୱର
ସେ ଅବା କନ୍ୟାକୁ ତୁ ଭୀଷ୍ମଙ୍କୁ ପ୍ରଦାନ କର । ୩୬ ।
ପଦ୍ମନାଭ ବୋଇଲେ ସେ ଗାଙ୍ଗେବ ମହାକ୍ଷତ୍ରୀ
ଆଗହୁଂ ଜାଣିଥିଲେ କି-ାଇ ସୟମ୍ୱର କରନ୍ତି । ୩୭ ।
ଦେଖ ୟେବେ ସୟମ୍ୱର କଲଇଂ ଲକ୍ଷେକ ରାଜା ଆଣି
ୟେହା ଭାଙ୍ଗିଣ କି ପାରିବି ୟେହିକ୍ଷିଣି । ୩୮ । ସଂଖ୍ୟା
ମନୁମଥ ବୋଇଲା ତୁମ୍ଭେ ହୋ ଶୁଣ ରାଜାମାନେ
ତୁମ୍ଭେ ଯେ ଅଇଲ ସୟମ୍ୱର ବିଧାନେ । ୩୯ ।
ୟେ ପଦ୍ମନାଭ ରାଜାର ବେନି ଯେ କୁମାରୀ
ଚିତ୍ର ବିଚିତ୍ରବୀର୍ଯ୍ୟଙ୍କୁ ପ୍ରଦାନ ତାହାଙ୍କରି । ୪୦ ।
ଅମ୍ୱେ କନ୍ୟାକୁ ଭୀଷ୍ମ ଦେବଙ୍କୁ ଦେବା
ୟେ କନ୍ୟାକୁ ପ୍ରଦାନ ହୋଇବେ ଗାଙ୍ଗବା । ୪୧ ।
ତୁମ୍ଭେ ହୋ ବିଚାର ସମସ୍ତ ରାଜାଗଣ
ଭୀଷ୍ମେ ବିଜେ ହାଦେ କରିବେ ୟେହି କ୍ଷଣ । ୪୨ ।
ଯେବେ ହୋ ତୁମ୍ଭେ କରିବ ଅବଗ୍ୟାଂ
ଭୀଷ୍ମଙ୍କର ଛାମୁକୁ ତୁମ୍ଭର କିସ ଯେ ପ୍ରତଗ୍ୟାଂ । ୪୩ ।
ରାଜାଗଣମାନ ଶୁଣି ସମସ୍ତେ ଭୟ କଲେ
ଭୀଷ୍ମଙ୍କର ଆଗତ ଶୁଣି ସେ ସଭାରୁ ଉଠିଲେ । ୪୪ ।
ସମସ୍ତ ରାଜାୟେ ବୋଇଲେ ପଦ୍ମନାଭକୁ ରାଇ
ଆମ୍ଭେ ଯାଉଅଛୁ ଯେ ଯାହା ଭୁବନକଇଂ । ୪୫ ।
ୟେ କନ୍ୟାକୁ ତୁମ୍ଭେ ପ୍ରଦାନ କରସି ହୋ ଭୀଷ୍ମଙ୍କୁ
ଗାଙ୍ଗେବର ଭୟ ଯେ ଲାଗିଲା ଆମ୍ଭଙ୍କୁ । ୪୬ ।
ପଦ୍ମନାଭ ବୋଇଲେ ମୁଂ ଯେ ବରିଲି ତୁମ୍ଭନ୍ତ
ଅବଶ୍ୟ ପ୍ରଦାନ ମୁଂ କରିବି ଦୋହିତ । ୪୭ ।
ରାଜାମାନେ ବୋଇଲେ ହୋ ୟେଡେ କାହାର ସାହାସ
ଜଳନ୍ତା ଜୋଇରେ କେହୁ ନେଇଣ ଦେବ ଝାସ । ୪୮ ।
ୟେତେ ବୋଲି ରାଜାଙ୍କୁ ଲାଗିଲା ବଡ ଭୟେ
ସୟମ୍ୱର ଭଗ୍ନ କରି ପଳାଇଲେ ସର୍ବରାୟେ । ୪୯ ।



୪୮ ।୨ ଜୋଇ-ଜ୍ୟୋତି-ଅଗ୍ନି
ସଭା ଭଗ୍ନ କରି ତହୁଂ ଚଳିଲେ ସମସ୍ତ ନୃପତି
ଅନେକ ଅଭିମାନେ ଗଲେ ଯେ ଯାହାର କ୍ଷିତି । ୫୦ ।
ପଦ୍ମନାଭ ରାଜା ଅନେକ ସାନନ୍ଦ
ଭୀଷ୍ମକୁ କନ୍ୟା ଦେବୀ ବୋଲି ବଡାଇ ଆହ୍ଳାଦ । ୫୧ ।
ଗଙ୍ଗାର ନନ୍ଦନ ଯେବେ ହୋଇବେ ମୋହୋର ଜୁଆଇଂ
ୟେହାଉଂ ଭାଗ୍ୟମୁହିଂ ଆଉ ଅବା ପାଇବଇଂ କାହିଂ । ୫୨ ।
ଦୋହିତାକୁ କୋଳେ ଧରି ବୋଇଲା ପଦ୍ମନାଭ ରାଜନ
ଅନେକ ପୁଣ୍ୟ ଯେ ତୋହୋର ସାଧୁ ସାଧୁ ଜୀବନ । ୫୩ ।
ଗଙ୍ଗାର ନନ୍ଦନ ତୋର ହୋଇବା ହାଦେ ବର
ପଞ୍ଚୁ କଟକରେ ସେ ଅଟଇ ଠାକୁର । ୫୪ ।
ଅମର ବର ପାଇଛି ଯାହାର ମୃତ୍ୟୁ ଇଚ୍ଛା
ଜଗଜ୍ଜିତା ନାଥ ସେ ଅଭୟେ ବର ବାଞ୍ଛା । ୫୫ ।
ଅନେକ ଉଷବ ଯେ କରଇ ନରସାଇଂ
ପରମ ସାନନ୍ଦେଣ ଯେ ଦିଲା ଅନେକ ବଧାଇ । ୫୬ ।
ୟେସନେକ ସମୟେ ଯେ ଜଣାଇଲେ ନରପତି
ମନୁମଥ ସେନାପତିକି ରାଇ ସେ ବୋଇଲେ ଚକ୍ରବ୍ରତୀ । ୫୭ ।
ଆହୋ ବହନ ହୋଇ ଯାଇ ତୁ କହ ଶାୟେଂନ୍ତନୁକୁ
ସତ୍ୟ କଲି କନ୍ୟା ମୁଂ ଯେ ଦେବଇ ଭୀଷ୍ମଙ୍କୁ । ୫୮ ।
ପ୍ରତକ୍ଷେ ଦେଖିଲ ହୋ ଭାଞ୍ଜିଲା ସୟମ୍ୱର
ଭୀଷ୍ମକୁ ଦେବଇଂ କନ୍ୟା ସତ୍ୟ ସତ୍ୟ ଯେ ମୋହୋର । ୫୯ ।
ଆଗ୍ୟାଂ ପ୍ରମାଣେ ସେ ଗଲାକ ଦୂତପତି
ଭୀଷ୍ମଙ୍କ ଛାମୁରେ ଯାଇଂ ପ୍ରବେଶ ତଡତି । ୬୦ ।
କରପତ୍ର ଯୋଡିଣ ସେ ସେନାପତି କହିଲା
ତୋହୋର ଆଗ୍ୟାଂୟେ ଦେବ ସୟମ୍ୱର ଭାଞ୍ଜିଲା । ୬୧ ।
ଅନେକ ସାନନ୍ଦ ରାଜା ହୋଇଲା ତୋହୋର ଯେ ନାମେ
ବହୁତ ହରଷ ହୋଇଲା ରାଜା ତୁମ୍ଭ ଅନୁକର୍ମେ । ୬୨ ।



୬୨ ।୨ ଅନୁକର୍ମେ-ଅନୁକ୍ରମେ
ସ୍ୱାମୀ ବହନ ଯିବା ଚାଲ ସାଜ ୟେବେ ସଇନି
ପ୍ରୋହିତ ହକାରି ବିଭା ଅନକୂଳ ଘେନି । ୬୩ ।
ଅମୃତ ଯୋଗେ ମକର ଶୁକଳ ସପତମୀ ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ସେ ଦିନ ଅନକୂଳ କଲେ କୁରୁରାଜସ୍ୱାମୀ । ୬୪ ।
ବାହୁଡାଇ ଚାରଗଣେ ପେଷିଲେ ବେଗେଁ ଦୂତ
ମକର ଶୁକଳ ସପତମୀ ବିଭା ଯୋଗ ଅମୃତ । ୬୫ ।
ଚାରଗଣେ କହିଲେ ଯାଇଂ ପଦ୍ମନାଭରାଜା ଆଗେ
ମଙ୍ଗଳ ଘେନିଲା ରାଜା ତୁମ୍ଭର ଅନକୂଳ ଯୋଗେ । ୬୬ ।
ବରବେଶ ହୋଇଛନ୍ତି ଭୀଷ୍ମ ମହାରଥୀ
ଗଙ୍ଗାଉ ଉଦେ ଯେ ଅନେକ ବିଦ୍ୟା ଭଗତି । ୬୭ ।
ନ ଚାହିଁ ନ ପଢି ଶିଖିଲ ଅକ୍ଷର ଲେଖନ
ଗୁରୁ ବିହୁନେ ଶିଖିଲେ ଅନେକ ବିଦ୍ୟାମାନ । ୬୮ ।
ମନ୍ତ୍ରେଣ ଶହସ୍ରେଣ ଯେ ହୋଇଲେ ଭଗତି
ଅଣଗୁରୁ ବିଦ୍ୟା ଶିଖିଲେ ଭୀଷ୍ମ ମହାରଥୀ । ୬୯ । ଜ୍ଞରକ୍ଷଳ ନ୍ଦବନ୍ଧଵଶନ୍ଦ
ବିଭାଯୋଗ ଘେନି ସେ ସଜ ହୋଅନ୍ତି କୁରୁବୀରେ
ଶୁଭ ମଙ୍ଗଳ ଯୋଗ ଦିଅନ୍ତି ପାରେଶ୍ୱରେ । ୭୦ ।
ଭୀଷ୍ମ ରୁହାଇଲେ ପ୍ରଶୁରାମଙ୍କ ସହିତେ
ହରିରାମ ନୀଳରାମ ରଘୁରାମ ଚାରିଭ୍ରାଥେ । ୭୧ ।
ବିଶ୍ୱାମିତ୍ର ଆଦିକରି ଅଟନ୍ତି ବ୍ରହ୍ମଚାରୀ
ଯଦୁରାମ ଆଦିକରି ଅଟନ୍ତି ପ୍ରବେଶ ବାରୁଣାବନ୍ତ ପୁରୀ । ୭୨ ।
କାଶୀଶ୍ୱର ରାଜା ଯେ ନିର୍ଝର ଗଣପତି
ଋତୁପର୍ଣ୍ଣ ସଦାନନ୍ଦ ଆବର ଅନେକ ବୀରଚକ୍ରବ୍ରତୀ । ୭୩ ।
ଅରୁଣସେନ ମାଧବସେନ ବିକ୍ରମସେନ ରାୟେ
ବନ୍ଧୁ ଯୋଗେଣ ଯେ ଯାହାର ଦଣ୍ଡଘେନି ଆୟେ । ୭୪ ।
ୟେସନେକ ଦ୍ୱାରେ ବାଜଇ ବୀରତୂର
ଅନେକ ଥାଠ ସଇନି ମହା ଯେ ସମ୍ଭର । ୭୫ ।
ଅନେକ ଅପକ୍ଷରୀ କରନ୍ତି ନୃତ୍ୟ ଗୀତ
ମଙ୍ଗଳ କୟେବାର ତହିଁ କରନ୍ତି ଚଣ୍ଡପୁତ୍ର । ୭୬ ।



୭୬ ।୨ କୟେବାର-ସ୍ତୁତି ।
୭୬ ।୨ ଚଣ୍ଡପୁତ୍ର-ସ୍ତୁତିପାଠକ ।
ରଥ କୋଟିୟେ ଯେ ଗଜ ପାଞ୍ଚ ଖର୍ବ
ବାର ପରାଉଧ ଖୁରୁସାଣି ଚୋଖାର ତୁରଙ୍ଗବ । ୭୭ । ସଂଖ୍ୟା ଚ୍ଚନ୍ଧଲଭରତ୍ତ ଳଚ୍ଛତ୍ତରଷଵଚ୍ଚ
ଉଦ୍ଦଣ୍ଡ ପାଟଛତ୍ର ଆଲମ୍ୱ ପାଞ୍ଚଲକ୍ଷି
ଉଭାରିଲେ ଦାଣ୍ଡେ ଯେହ୍ନେ ଦିବସେ ସୂର୍ଯ୍ୟ ନ ଦେଖି । ୭୮ ।
ଟମକ ନିଶାଣ ଢୋଲ ତୁର ଶଙ୍ଖ ନାଦେ
ଅକାଶ ଉଛୁଳଇ ହୋ ଗର୍ଜନ ଶବଦେ । ୭୯ ।
ଲକ୍ଷେକ ଗୋଦୋହନ କରାନ୍ତି ଶିବ ଆଳେ
ବିଷ୍ଣୁ ବରଣେ ତିଲିଲକ୍ଷ ବ୍ରାହ୍ମଣ ଜପନ୍ତି ମନ୍ତ୍ରବଳେ । ୮୦ । ସଂଖ୍ୟା
ଦେବୀଙ୍କି ଅନେକ ହାଦେ ଶୀତଳଦ୍ରବ୍ୟ ପୂଜା
ପୋଢ ମେଷ ଛାଗଳ ଦିଅନ୍ତି ବଳିଭୋଜା । ୮୧ ।
ଗ୍ରହ ଶାନ୍ତି ମନ୍ତ୍ର ତହିଂ ପଢନ୍ତି ଗଣକେ
ଚାରି ଦ୍ୱାରେ ଅନ୍ନଛତ୍ର ଦିଅନ୍ତି ଯେ ଲୋକେ । ୮୨ ।
ମୃଦଙ୍ଗ ତାଳ କଂସାଳ ରସବେଣୀ
ସ୍ୱର୍ଗର ଅପଛରୀ ଭରହର ଗାୟେଣୀ । ୮୩ ।
ଆହୋ ଭିତରେଣ ଦେବପୂଜା ସାରିଣ ଗାଙ୍ଗବେ
ବ୍ରହ୍ମା ବରଣପୂଜା ସାରିଣ ସର୍ବ ଦେବେ । ୮୪ ।
ବରବେଶ ହୋଇଣ ଧବଳାଙ୍ଗୀର ବଳା
ଅନେକ ସ୍ତୁତି ସେ କରନ୍ତି ଦେବୀ ସର୍ବମଙ୍ଗଳା । ୮୫ ।
ନମୋ କାତ୍ୟାୟିନୀ ଗୋ ବିଂଝଗିରିବାସୀ
ଦେବଙ୍କର ତେଜ ଘେନି ଯାହାର ଶରୀର ପରକାଶି । ୮୬ ।
ସହସ୍ରେକ ଭୁଜ ଦେବୀ ତୋର ଅନେକ ଆୟୁଧ
ମାନନୀ ରୂପଧରି ଅସୁର କଲୁ ବଧ । ୮୭ । ସଂ
ଅଭୟ ପିଙ୍ଗଳାକ୍ଷୀ ଗୋ ନାଶକର ଦର୍ପ ଭାଞ୍ଜି
ନବ କୋଟି କାନ୍ତାନୀ ଯାହାର ଶରୀରୁ ଉପୁଜି । ୮୮ । ସଂ



୭୭ ।୨ ଖୁରୁସାଣି-ଖୁରାସାଣୀ-ଇରାନ ଦେଶସ୍ଥ ଖୁରୁସାଣୀ ଜିଲା । ଚୋଖାର-ତେଜୀୟାନ ଘୋଡା ।
୮୩ ।୧ ରସବେଣୀ-ବାଦ୍ୟ ବିଶେଷ । ୮୩ ।୨ ଭରହର-ଉତ୍କୃଷ୍ଟ ।
ଅଘୋର ରୂପ ଟହଟହ ହାସମୁଖୀ
ଆକାଶ କ୍ଷେପଣୀ ଗୋ ନିଶ୍ଚିନ୍ତ ବେନି ଆଖି । ୮୯ ।
ଡିବି ଡିବି ବାଦ୍ୟ ମା ଗୋ ଶ୍ରୀଭୁଜେ ଡମ୍ୱରୁ
ଶମଶାନେ ଭ୍ରମଣୀ ଗୋ ନର ଅସ୍ଥିମାଳା ଉରୁ । ୯୦ ।
ହାଣ ହାଣ ମାର ମାର ଡାକେଶ୍ୱରୀ ଡାକେ ତୋଳି
ରଣରଙ୍ଗ ମନ୍ଥନୀ ନାଚନ୍ତି କୁତୋହଳୀ । ୯୧ ।
ବିବସନସାହୀ ମା ଗୋ ମତ୍ତ ଯେ ମାତାଙ୍ଗୀ
ରସନ ଝଟନ ବିହଡ ଦାଢ ଲାଗି । ୯୨ ।
ଆକାଶେଣ ଦୃଷ୍ଟି ଗୋ ପାତାଳେଣ ଦୃଷ୍ଟି
ବାହାନ ଇଚ୍ଛିଲୁ ମାଗୋ ଗଜରିପୁ ପିଠି । ୯୩ ।
କାଳ କାମ ନିଦ୍ରା ଗୋ ମୋହନୀ କାମସେଣା
ଉଡଙ୍ଗ ମାଳ ହୃଦେ ଗୋ ବାହୁଟି କଙ୍କଣା । ୯୪ ।
ଜଟା କୁଣ୍ଡଳୀ ଗୋ ଭୂଷଣ୍ଡି ଘୁମୁରା
ବକ୍ଷସ୍ଥଳେ ଲୁଳଇ ଯାର ମନ୍ଦାରମାଳା ହାରା । ୯୫ ।
ଚଞ୍ଚପୁଟ ଚାଞ୍ଚପୁଟ ନୃତ୍ୟ ରଙ୍ଗେଣ ଭୋଳୀ
ହାକେଣୀ ଡାକେଣୀ ଗୋ ରଣରଙ୍ଗେ କୁତୋହଳୀ । ୯୬ ।
ଚନ୍ଦ୍ରଘଣ୍ଟା ମହାମାୟା ବିଜୟା ବିରୂପା
ଟହ ଟହ ହାସ ଗୋ ମହାପିଙ୍ଗଳା ମହାତପା । ୯୭ ।
ଯୋଗେଣ ଯୋଗେଶ୍ୱରୀ ଗୋ ଜୟତୁ ଜୟ ଗୋସାମଣୀ
ଅପାଦଖଣ୍ଡଣୀ ଗୋ ସୁରଲୋକରକ୍ଷଣୀ । ୯୮ ।
ଶ୍ରୀଚଣ୍ଡୀ ସାରୋଳା ସର୍ବମଙ୍ଗଳା ପରସାଦେ
ଶ୍ରୀ ମହାଭାରଥ ଆଦିପର୍ବ ଶାହାସ୍ର ସଂବାଦେ । ୯୯ । ଟ୍ଟତ୍ତବସ୍ଥଷଚ୍ଚଵ ଜବତ୍ତବକ୍ଷବ
ଶ୍ରୀମଙ୍ଗଳା ନାମ ଗୋଟିକି ମୋର ତଲ୍ଲୟେ ଧ୍ୟାୟେ
ଶୂଦ୍ରମୁନି ସାରୋଳା ଦାସକୁ ପ୍ରସନ୍ନ ହୋଅ ମାୟେ । ୧୦୦-୫୮୪ ।



୯୦ ଡିବି ଡିବି ଡମ୍ୱରୁ ଗୋ ଶ୍ରୀଭୁଜେଣ ବାଜେ
 ଖଡଗ ଖପର ତୋହୋର ହସ୍ତରେ ବିରାଜେ ।
୯୩ ।୧ ଆକାଶେଣ ଓଷ୍ଠ ଗୋ ପାତାଳେଣ ଦୃଷ୍ଟି ।
୯୪ ଡଙ୍କାଣୀ କଙ୍କାଳୀ କାମସେନୀ ମୋହିନୀ ଦୁଲଣା
 କାଳ କାମ ନିଦ୍ରା ତୁ ମୋହିନୀ କାମସେଣା ।
୯୫ ।୧ କଡା କୁଣ୍ଡଳୀ ଗୋ କଷଣୀ ଘୁମୁରା ।
୯୭ ।୧ ଯମଘଣ୍ଟା ମହାତେଜି ନିରୁଜା ବିରୂପା ।
୯୨ ।୧ ବିବସନସାହୀ-ବିବସନଶାୟୀ । ଶାୟୀରୁ-ସାହୀ ।
୯୨ ।୨ ରସନ-ଜିହ୍ୱା, ଝଟନ-ଝଟକିବା, ବିହଡ-ବିକଟ, ଦାଢ-ଦଂଷ୍ଟ୍ରା-ଦାନ୍ତ
୯୬ ।୧ ଚଞ୍ଚପୁଟ, ଚାଞ୍ଚପୁଟ-ନୃତ୍ୟ ବିଶେଷ ।
୯୭ ।୧ ଚନ୍ଦ୍ରଘଣ୍ଟା-ତୃତୀୟଂ ଚନ୍ଦ୍ରଘଣ୍ଟେତି । ଦେବୀଙ୍କ ତୃତୀୟ ନାମ - ଦେବୀକବଚ ।
୯୮ ।୨ ସୁଦୟା କର ମୋତେ ଗୋ ଚଣ୍ଡିକା ନାୟେକାଣୀ ।
ଭୀଷ୍ମଙ୍କ ପ୍ରତିଜ୍ଞା
ଶୁଣ ହୋ ବଇବସୁତ ମନୁ ବଦନ୍ତି ଅଗସ୍ତି
ଦେବୀଙ୍କି ଅନେକ ସ୍ତୁତି କଲେକ ଭୀଷ୍ମ ମହାରଥୀ । ୧ ।
ଅନେକ ବାଞ୍ଛା କରନ୍ତି ଗଙ୍ଗାର ତନୟ ମହାରଥା
ବିଭାକୁ ଅନକୂଳ ଯୋଗ ମୋତେ ଦେବା ଜଗତମାତା । ୨ ।
ଯେ ତୋତେ ଆରାଧନା କରଇ କରୁ ତାକୁ ରକ୍ଷା
ଭଗତଜନମଷଳୀ ଗୋ ପୂରାଅ ମୋର ମନବାଞ୍ଛା । ୩ ।
ଶିରେଣ ରତ୍ନମଣି ଗୋ ମୁକୁଟ ଢଳହଳା
ହୃଦେଣ ଭୂଷଣ କଣ୍ଠେଣ ରତ୍ନମାଳା । ୪ ।
ତାଡ ତୋଢର ସୀମନ୍ଥି ଜଗଦଳା କର୍ଣ୍ଣେ କର୍ଣ୍ଣାଞ୍ଚଳ
ଖେଳନ୍ତା ସିଂହ ଜାଣି ଦିଶଇଂ ଜାହ୍ନବୀର ବାଳ । ୫ ।



୪ ।୧ ଯେ ତୋତେ ଆରତେ ଚିନ୍ତନ୍ତି ପୂରାଅ ମନବାଞ୍ଛା ।
୩ ।୨ ଭଗତ ମଷଳୀ ଗୋ ଯାହାର ଯେଉଁ ଇଚ୍ଛା । ମଷଳୀ-ବଷଳୀ ।
୪ ।୨ ହୃଦେଣ ପଦେକ ଗୋ କଣ୍ଠେଣ ବନମାଳା ।
ନୟନେ ଅଞ୍ଜନ ଗୋ ପୟରେଣ ଅଳତା
ନବତନ ବସନ କୁଙ୍କୁମ ଭୂଷଣେ ମନ୍ତ୍ରସୂତା । ୬ ।
ଦଧିମାଛ ଅନକୂଳ ଶୁଭଯୋଗ ଘେନି ଳଷଜ୍ଞଶ ଷଚ୍ଚ ମନ୍ଧତ୍ତଯ ବଜ୍ଞ ବନ୍ଧଜ୍ଞଟ୍ଟଷମଷଚ୍ଛନ୍ଧଜ୍ଞ
ଗଣିକାଗଣମାନେ ଦିଅନ୍ତି ହୁଳହୁଳି ଧୁନି । ୭ । ତ୍ତରଟ୍ଟରନ୍ଦଷନ୍ଦଷବ୍ଦର, ଚ୍ଚବସ୍ଥ ଗଣବ୍ଦଜ୍ଞଗଣିକା ପୁରୁଷ?
ବେନି ଲକ୍ଷ ଚାମର ଢାଳନ୍ତି ସନ୍ନିଧାନେ
ବିଜୟେ ଗାଙ୍ଗେବ ଯାଇଂ ଶାୟେଂତନୁଙ୍କ ବିଦ୍ୟମାନେ । ୮ । ସଂଖ୍ୟା
ପାଦେଣ ପାଦ ଅର୍ଘ୍ୟ ଦେଇଣ ପରିଣାମି
ବିଭା କାର୍ଯ୍ୟକୁ ବିଜୟେ କରିବା ଦେବ ସ୍ୱାମୀ । ୯ ।
ଦଧିବାମନ ସୁମରି ଅନକୂଳ କରିବା
ପଦ୍ମନାଭ ରାଜ୍ୟକୁ ଦେବ ବିଜେ କରି ଯିବା । ୧୦ ।
ଭୀଷ୍ମଙ୍କ ମୁଖରୁ ୟେସନେକ ବାକ୍ୟ ଶୁଣି
ଶାୟେଂତନୁ ଥମ୍ୱୀଭୂତ ପୂର୍ବ ବେବସ୍ଥାୟେ ଜାଣି । ୧୧ ।
ହେଠମାଥ ହୋଇ ବସିଲେ ତପନିଷ୍ଠି
ବେନି ଲୋଚନରୁ ହୋଇଲା ଅଶ୍ରୁଜଳ ବୃଷ୍ଟି । ୧୨ ।
ପିତାର କ୍ରୋଧ ଦେଖି ପଚାରନ୍ତି ମହାରଥୀ
ସାନନ୍ଦେଣ ଅଶ୍ରୁଜଳ କି ବିଷାଦେଣ ପିତା ମତି ? ୧୩ ।
ଶାୟେଂତନୁ ବୋଇଲେ ଭୀଷ୍ମଙ୍କ ମୁଖ ଚାହିଁ
ବାବୁ ଆନନ୍ଦ ହୋଇଲି ତୋହୋର ବୋଲ ପାଇ । ୧୪ ।
ପୁଣ ବିଷାଦ ହୋଇଲି ବାବୁ ମୁଂ ପୂର୍ବର କଥା ମଣି
ଚକ୍ଷୁକେ ଆନନ୍ଦ ଚକ୍ଷୁକେ ବିଷାଦ ସେ ବହଇ ପାଣି । ୧୫ ।
ଭୀଷ୍ମ ବୋଇଲେ ଆନନ୍ଦ ହୋଇଲ ମୋତେ ଦେଖି
ବିଷାଦ ସ୍ଥାନ କେହୁ ସ୍ୱାମୀ କହ ଉପଲେଖି । ୧୬ ।



୬ ।୨ ନବତନ ବସନ ପତନୀ ଭୁଜେ ମଙ୍ଗଳ ସୂତା । ପାଠାନ୍ତର ମାନ
୬ ।୨ ନବତନ ବସନ ପିନ୍ଧା କାନ୍ଧେଣ ପବିତ୍ର ସୂତା । ପାଠାନ୍ତର ମାନ
୬ ।୨ ନବତମ ବସନ ଶୋଭା ଭୁଜେଣ ମନ୍ତ୍ର ସୂତା । ପାଠାନ୍ତର ମାନ
୮ ।୨ ଡାକନ୍ତି ଚଣ୍ଡପୁତ୍ର କୟେବାର ବିଧାନ ।
୧୩ ।୨ ଆନନ୍ଦେଣ ଅଶ୍ରୁଜଳ କି ବିଷାଦେଣ କ୍ରୋଧମତି ।
୧୬ ।୨ ବିଷାଦ ହୋଇଲେ କିଂପା ଆନେ ଧଉର୍ଯ୍ୟ ଉପେକ୍ଷି ।
୧୩ ।୧ କ୍ରୋଧ-ଶୋକ ୧୬-୨-ଉପଲେଖି-ଉପନ୍ୟାସି-ଯଥାର୍ଥତଃ ଭାବି
ଶାୟେଂତନୁ ବୋଇଲେ ବାବୁ ତୋହୋର ମାତା ଗାଙ୍ଗୀ
ତୋତେ ନାଶ କରନ୍ତେ ଆମ୍ଭେ ହୋଇଲୁ ବଇରାଗୀ । ୧୭ ।
ରାଗେଣ ତାହାଙ୍କୁ ଆମ୍ଭେ ବୋଇଲୁ ଭର୍ଷନା
ନ ସହି ଚଳି ଯାନ୍ତେ ଅନାଦି ଅପର୍ଣ୍ଣା । ୧୮ ।
ଆମ୍ଭେ ଯାଇ ଗଙ୍ଗାକୁ ଧଇଲୁ କୋଳ କରି
ପ୍ରସବ କରି ଗଙ୍ଗା କିେ- ପୁଅନ୍ତ ପକାଇଲୁ ମାରି । ୧୯ ।
ଗଙ୍ଗା ବୋଇଲା ମୁଁ ତୋହୋର ପରମ ଗୁରୁ
ବରତ ପୂରିଲା ମୋର କିଂପାଇ ମୋତେ ଧରୁ । ୨୦ ।
କୋପେଣ ଶାପ ମୋତେ ଦେଲେକ ଧବଳୀ
ୟେ ପୁତ୍ରର ବୀର୍ଯ୍ୟେ ପୁତ୍ର ଉପୁଜିଲେ ତୁ ହୋଇବୁ ବିଷାବଳି । ୨୧ ।
ବାବୁ ତୁ ଯେବେ ବିଭାରେ ହୋଇବୁ ନନ୍ଦନ
ଅବଶ୍ୟ ପୁତ୍ର ଯେ ତୋହୋର ହୋଇବ ଉତପନ୍ନ । ୨୨ ।
ବାବୁ ତୋହୋର ମାତା ଯେ ଶାପ ଦେଇଅଛି ମୋତେ
ଅବଶ୍ୟ ଶିର ଛେଦନ ହୋଇବି ତୋହୋର ପୁତ୍ରଙ୍କର ହାଥେ । ୨୩ ।
ପିତାର ବଚନ ଶୁଣି ଭୀଷ୍ମ ଯେ ମୁରାଟ
ଧାତିକାରେ କାଢି ପକାଇଲେ ମଥାରୁ ମୁକୁଟ । ୨୪ ।
ଛାଡିଲେ ବର ବେଶ ବସିଲେ ଭୀଷ୍ମ ମହତମା
ବାଦ୍ୟମାନ ରୁହାଇଲେ ବିଷାଦ ସର୍ବ ଆତ୍ମା । ୨୫ ।
ପ୍ରଶୁରାମ ବୋଇଲେ ଭୀଷ୍ମ କିଂପାଇ ବିରସିଲୁ
ବରବେଶ ତେଜି କି-ା ମୁକୁଟ ଫେଇଲୁ । ୨୬ ।
ଭୀଷ୍ମେ ବୋଇଲେ ତୁମ୍ଭେ ଶୁଣ ରାଜଦେବେ
ମୋହୋର କିସ ବିଭା ଯେ ପିତାର ଅଭାବେ । ୨୭ ।
ଅନେକ ବାଗେ ପିତା ଅର୍ଜଇ ହାଦେ ପୁତ୍ର
ପୁତ୍ରବାଞ୍ଛା କରଇ ଯେ ବଂଶରକ୍ଷା ହୋଇବା ନିମନ୍ତ । ୨୮ ।



୨୧ ।୨ ୟେ ପୁତ୍ରର ପୁତ୍ର ହାଥେ ତୁ ହୋଇବୁ ବିଷାବଳି ।
୨୪ ।୧ ମୁରାଟ-ତେଜୀୟାନ ।
ମୋହୋର ପୁତ୍ର ହୋଇଲେ ଯେବେ ପିତା ନାଶ ଯିବ
ସେ ବିଭାରେ ହାଦେ ମୋର କିସ ଧର୍ମ ଉପୁଜିବ । ୨୯ ।
ପୁତ୍ର ସେ ରକ୍ଷା ଯେ କରଇ ନିଜ ବଂଶ
ମୋହୋର ପୁତ୍ରରେ ଯେବେ ଶାୟେଂତନୁ ପ୍ରାୟେ ପିତା ଯିବେ ନାଶ । ୩୦ ।
ଆବର ବିଭାୟେଣ ମୋର କିସ ପିରୋଜନ
ଛାଡିଲି ମାୟା ମୋହ ନୋହୁ ଯେ ସନ୍ତାନ । ୩୧ ।
ଡାହାଣାବ୍ରତେକ ଶଙ୍ଖେ ଜଳତିଳ ଲାଇ
ଦାରା ସଂଘରିଲେ ଭୀଷ୍ମେ ସଂକଳ୍ପ କରାଇ । ୩୨ ।
ଶରୀରେ ଆୟୁଷ ଥାଇଂ ମୋହୋର ଯେତେକାଳ ପରିଯନ୍ତେ
ସତ୍ୟ ସତ୍ୟ ତିନିବାର ସତ୍ୟ ଅଲଘିଂତ ନିୟମ ଅଛି ମୋତେ । ୩୩ ।
ନୋହୁ ନୋହୁ ଭାରିଯା ପୁତ୍ର ସନ୍ତାନହିଂ ପଛେ ନୋହୁ
ଯେମନ୍ତେ ଶାୟେଂତନୁ ମୋର ଚିରଆୟୁ ରହୁ । ୩୪ ।
ଉପେଖିଲେ କାମ ମୋହ ସଂଘରଣ କଲେ ଦାରା
ଯାବତ ଉଦୟେ ହୋଇବେ ଚନ୍ଦ୍ର ଦିବାକରା । ୩୫ ।
ତୋହୋର ୟେଡେ ବିରସ ମୋହୋର ବିଭା ଶୁଣି
ପରମ ଯୋଗୀ ପୁରୁଷ ସେ ଭୀଷ୍ମ କ୍ଷତ୍ରି ଚୂଡାମଣି । ୩୬ ।
ସାଚୋ ସାଚୋ ବାରତା ଶୁଭଇ ପଦ୍ମଦଳ ଦେଶେ
ଭୀଷ୍ମେ ବିଜେକରି ଆସୁଅଛନ୍ତି ବର ବେଶେ । ୩୭ ।
ବରଣ କାଳେ ଯେତେ ଯୁବତୀ ଜନେ ଆସି
ଅମ୍ୱା କନ୍ୟାର ଆଗରେ ସମସ୍ତେ ପରଶଂସି । ୩୮ ।
ଧନ୍ୟ ଧନ୍ୟ ତୁ ପୁଣ୍ୟ କରିଥିଲୁ ଗୋ ଆୟି
ଗଙ୍ଗାର ନନ୍ଦନ ଭୀଷ୍ମେ ହୋଇବେ ତୋହୋର ଗୋ ସାଇଂ । ୩୯ ।



୨୯ ।୧ ବିଭାୟେଣ କିସ ମୋର ପଉରୋଷ ।
୨୯ ।୨ ମୋହୋର ପୁତ୍ର ହସ୍ତେ ଯେବେ ପିତା ହେବେ ପ୍ରାଣ ନାଶ ।
୩୪ ।୨ ସ୍ୱଚ୍ଛେ ପିତା ସାୟେଂତନୁ ମୋର ଚିରଜୀବୀ ଥାଉ ।
୩୫ ।୨ ଯାବତ ରହିଥିବେ ଯେ ଚନ୍ଦ୍ର ଦିବାକରା ।
୩୭ ।୧ ସଂଗେ ସଂଗେ ଶବଦ ଶୁଭଇ ପଦ୍ମଦଳ ଦେଶେ । ସାଜ ସାଜ ମଧ୍ୟ ପାଠାନ୍ତର
୩୫ ।୧ ସଂଘରଣ-ସଂହରଣ, ହ ସ୍ଥାନରେ ଘ ।
୩୭ ।୧ ସାଚୋ ସାଚୋ-ଏକାଠି ଲାଗିପଡ । ୩୯ ।୨ ସାଇଂ-ସ୍ୱାମୀ
ପିତା ମାତା ତୋର ସାର୍ଥୁକ, ଜୀବନ ତୋର ଧନି
ଶୁଭକ୍ଷଣେ ଉପୁଜିଲୁ ଅମୃତ ଯୋଗ ଘେନି । ୪୦ ।
ଅନେକ ସାନନ୍ଦେ ଯେ ଉଷବ ରାୟେ କରି
ଭୋଜନ ଯୋଗାଡ ଯଉତୁକ ସମ୍ଭାର ଆଦିକରି । ୪୧ ।
ରଥ ଗଜ ଅଶ୍ୱ ପାଦାନ୍ତି ଘେନି ଅନେକ କୋଟି
ସମ୍ଭରେ ପଦ୍ମନାଭ ରାଜା ଆସଇ ପାଛୋଟି । ୪୨ ।
ଦଣ୍ଡ ଘେନି ରାଜା ଆସଇ ପୃଥିବୀ ପୂରନ୍ତେ
ତ୍ରିପୁରା ନଦୀର ଯେ ଉତ୍ତର ତଟାନ୍ତେ । ୪୩ ।
ଭୀଷ୍ମଙ୍କର ତହିଂକି ଯେଉଁ ଦୂତେ ଯାଇଥିଲେ
ବାହୁଡି ବିସ୍ମୟ ହୋଇଣ ଆସି ପଦ୍ମନାଭକୁ କହିଲେ । ୪୪ ।
ଭୋ ସ୍ୱାମି ଭୀଷ୍ମ ମହାରଥୀ ବିଭାହୋଇ ଆସୁଥିଲେ
ଆସନ୍ତେଣ ପିତା ଶାୟେଂତନୁ ନିରୋଧିଲେ । ୪୫ ।
ଯୋଗାଡ ମାନନ୍ତ ଠାବେ ଠାବେ ରୁହାଇଲେ
ବରଜାତି ଲୋକମାନେ ସବୁ ବାହୁଡିଣ ଗଲେ । ୪୬ ।
ପଦ୍ମନାଭ ବୋଇଲେ ମୁଂ କେବଣ ପାପ ଦୋଷୀ
କି-ାଇଂ ନିରୋଧ କଲେ ଶାୟେଂତନୁ ମହଋଷି । ୪୭ ।
ବାହୁଡଇ ନରନାଥ ଆପଣା ନିଜ ପୁରୀ
ଚାରଗଣ ବଚନକୁ କେବେହେଂ ସଂପ୍ରତେ ନ କରି । ୪୮ ।
ସେ ଦିନକଇଂ ବାଟ ଚାହିଂ ରହିଲା ନରପତି
ସେ ଯୋଗାଡ ମାନ ସବୁ ବିନ୍ୟାସିଲେ ବରଜାତି । ୪୯ ।
ଦିନା ଚାରି ବାଟ ଚାହିଂ ରାଜା ବିମୁଖ ହୋଇଲା
ଜଉନାଭ ବୋଲି ତାର ପୁତ୍ରକୁ ବରଗିଲା । ୫୦ ।
ୟେଥିର ତଦନ୍ତ ବାବୁ ବୁଝସିରେ ଯାଇଂ
ଭୀଷ୍ମେ ବିଭା ହୋଇ ନ ଅଇଲେ କିସ ପାଇଂ । ୫୧ ।
ରାଜାର ବଚନେ ତହୁଂ ଗଲେ ବେନି ପୁତ୍ରେ
ସପତ ଦିନେ ପ୍ରବେଶ ହୋଇଲେ ବାରୁଣାବନ୍ତେ । ୫୨ ।



୪୩ ।୧ ଦଣ୍ଡଘେନି ରାଜା ଆସନ୍ତେ ପୃଥିବୀ ପୂରଇ
୪୩ ।୨ ତିନିପୁର ଲୋକେ ଦେଖି ତାଟଙ୍ଗା ଯେ ହୋଇ । ।
ଶାୟେଂତନୁଙ୍କୁ ପ୍ରଣପତ୍ୟ ଜଉନାଭ ସଉନାଭ
ସ୍ୱାମୀ ବିଭା ହୋଇ କିଂପା ନ ଗଲେ ଭୀଷ୍ମଦେବ । ୫୩ ।
ଶାୟେଂତନୁ ବୋଇଲେ ସେ ଦାରା ସଂଘରିଲା
ଆମ୍ଭର ନିମନ୍ତେ ସେ ବିଭା ଯେ ନୋହିଲା । ୫୪ ।
ତୁମ୍ଭେ ଆବର ଭୀଷ୍ମକୁ ନ କରିବ ବାବୁ ଆଶ
ଆନକୁ ପ୍ରଦାନ କର ଯାଅ ହୋଇଣ ନିରାଶ । ୫୫ ।
ଭୀଷ୍ମଙ୍କୁ ରାଇ ଆଣିଲେ ପିତା, ତାହାଙ୍କର କତି
ବାବୁ ପଦ୍ମନାଭ ରାଜା ପଠିଆଇଲା ପୁତ୍ର ଯେ ଦୁହିନ୍ତି । ୫୬ ।
କନ୍ୟା ଗୋଟିକି ବାବୁ ତୁ ହୁଅସି ପ୍ରଦାନ
ସନ୍ତାନ ନଥିଲେ ତୁଟଇ ଧର୍ମମାନ । ୫୭ ।
ଭୀଷ୍ମେ ବୋଇଲେ ଆବର ହୋଅଇ କି ସେ କଥା
ମୋହୋରେ ନାଶ ଯିବ କି ତୋହୋର ପ୍ରାୟେ ପିତା । ୫୮ ।
ଅନେକ ଜଣାବନ୍ତେ ନାସ୍ତିହିଂ ସେହୁ କଲେ
ରାଜାର ବେନି ପୁତ୍ରେ ବାହୁଡିଣ ଗଲେ । ୫୯ ।
ଆପଣା ରାଜ୍ୟରେ ସେ ହୋଇଲେ ପରବେଶ
ପିତାଙ୍କୁ ବାରତା କହିଲେ ତାତ ଛାଡସି ଭୀଷ୍ମଙ୍କର ଆଶ । ୬୦ ।
ପିତାର ନିମନ୍ତେ ସେ ସଂଘରିଲେ ଦାରା
ସଂକଳ୍ପ କରିଣ ସେ ଛାଡିଲେ ମହାବୀରା । ୬୧ ।
ପୁତ୍ରଙ୍କର ମୁଖରୁ ୟେସନେକ ବାଣୀ ଶୁଣି
ବିଚାରି ବୋଇଲା ସେ ପଦ୍ମନାବ ନୃପମଣି । ୬୨-୬୪୬ ।



୫୪ ।୨ ଆମ୍ଭର ନିମନ୍ତେ ବାଭିୟେ ବିଭା ସେ ନୋହିଲା ।
୫୭ ।୨ ସନ୍ତାନ ନଥିଲେ ନ ଗଛଇ ଧର୍ମମାନ ।
୫୯ ।୧ ଅନେକ ମତେ ମନାଇ କହିଲେ, ନାସ୍ତି ସେହୁ କଲେ ।
୫୮ ।୨ ମୋହୋରେ-ମୋଦ୍ୱାରା । ୬୧ ।୧ ସଂଘରିଲେ-ସଂହରିଲେ-ଛାଡିଲେ
ଅମ୍ୱା ଉପାଖ୍ୟାନ
(ଅମ୍ୱାଙ୍କ ନିମନ୍ତେ ଶାଲ୍ୱ ନୃପତି ବରଣ)
ବାବୁ ଅମ୍ୱା କନ୍ୟାକୁ ଶାଲୁ ମାଗୁଥିଲା ପୂର୍ବେ
ମୁହିଂ ତାହାକୁ ନାସ୍ତି କଲି ମତ୍ତଗର୍ବେ । ୧ ।
ସୟମ୍ୱର କରିଥିଲି ତାହା ଭୀଷ୍ମ ନାଶ କଲା
କାଳେ ଦୁହିତାକୁ ମୋର ପ୍ରଦାନ ନୋହିଲା । ୨ ।
ବାବୁ ଅଞ୍ଜନସେନ ନାମେ ଅଟଇ ତାର ମନ୍ତ୍ରୀ
ଶାଲୁର ତହିଂକି ତାକୁ ପଠିଆଇଲା ଭୂଅପତି । ୩ ।
ଶାଲୁକଇଂ ମାଳା ଦେଇ ବରିଆସ ଯା ବହନ କରି
ତାହାକଇ ପ୍ରଦାନ କରିବି ୟେ ମୋହୋର ଯୋଗେଶ୍ୱରୀ । ୪ ।
ରାଜାର ବଚନେ ଚଳିଲା ମନ୍ତ୍ରୀବର
ଶାଲୁର ଦେଶେଣ ଯେ ପ୍ରବେଶ ସତ୍ୱର । ୫ ।
ଶାଲୁକୁ ଜଣାଇଂ ଯାଇଂ କଲାକ ଦର୍ଶନ
କହିଲାକ ମନ୍ତ୍ରୀବର ସକଳ ବିଧାନ । ୬ ।
ତୁ ଯହୁଂ ଆଗହୁଂ କୁମାରୀକୁ ମାଗୁଥିଲୁ ରାୟେ
ପଦ୍ମନାଭ ନୃପତି ତୋତେ ଦେବ ଦୁହିତା ଗୋଟିୟେ । ୭ ।
ଶାଲୁ ବୋଇଲା ଯେ ଅମ୍ୱେ କନ୍ୟାବାଳୀ
ସେହି ସେ ଅଟଇ ମୋର ମନର ହିଆଳି । ୮ ।
ମନ୍ତ୍ରୀ ବୋଇଲା ସେହି ସେ ହୋଅଇ ଯୁଗତେ
ଅମ୍ୱାନାମେ କନ୍ୟାହିଂ ସେ ତୋତେ ଦେବଇଂ ଯଥାର୍ଥେ । ୯ ।
ଶୁଣିଣ ସାନନ୍ଦ ସେ ହୋଇଲା ମହୀପତି
ମାଳା ଦେଇଂ ବରିଲା ସେ ପଦ୍ମନାଭର ମନ୍ତ୍ରୀ । ୧୦ ।
ବୃଷ ଶୁକଳ ତ୍ରୟୋଦଶୀ ଶୁକ୍ରବାର ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ଅନୁରାଧା ନକ୍ଷତ୍ର ହାଦେ ଭୋଗ ସେ ଦିନର । ୧୧ ।
ସମଦଣ୍ଡ ଘେନି ତୋହୋର ଯିବୁଟି ଦଣ୍ଡସାଇଂ
ଶାଲୁ ଅନେକ ଗଉରବ କଲା ହରଷ ହୋଇ । ୧୨ ।
ପଦ୍ମନାଭ ନୃପତି ଯେବେ ମୋତେ ଦେବଟି ଦୋହିତ
ୟେହାଉଂ ମୁହିଂ ଆନ କି ଲୋଡିବି ପୁଣ୍ୟ ଅର୍ଥ । ୧୩ ।
ବର ବରିଣ ଅଇଲା ସେ ପଦ୍ମନାଭ ମନ୍ତ୍ରୀ
ଅନେକ ଉଷବ ତହିଂ କଲେକ ନୃପତି । ୧୪ ।



୩ ।୨ ଶାଲୁର ତହିଂକି ପେଷିଲାକ ତଡତି ।
୧୩ ।୨ ୟେହାଉଂ ଆବର କିସ ହୋଇବ ପୁରୁଷାର୍ଥ । ୩-୨ ଭୁଅପତି-ଭୁପତି-ରାଜା
ଅମ୍ୱା କନ୍ୟାର ନିମନ୍ତେ ରାୟେ ପଦ୍ମନାଭ
ପୁଣି ହିଂ ବିଭା ଯୋଗାଡ କଲାକ ସମ୍ଭର୍ବ । ୧୫ ।
ଇଷ୍ଟ କୁଟୁମ୍ୱ ବନ୍ଧୁ ବାନ୍ଧବନ୍ତମାନ
ଅନେକ ଦେଶର ରାଜା କଲା ନିମନ୍ତ୍ରଣ । ୧୬ ।
ଅନେକ ରଥ ଘେନି ସେ ଶାଲୁ ଦଣ୍ଡଧାରୀ
ବିଭା ଯୋଗେଣ ରାଜା ଆସଇ ଥାଟ ଚାଳି । ୧୭ ।
ଚଉବିଂଶ ନଗ୍ରେ ଆସି ହୋଇଲା ପ୍ରବେଶ
ଶାଲୁକୁ ପଚାରିଲା ନୃପତି ମହୀଦାସ । ୧୮ ।
ଶାଲୁ ବୋଇଲା ମୋତେ ବରିଲା ପଦ୍ମନାଭ
ଅମ୍ୱେ କନ୍ୟା ମୋତେ ଯେ ପ୍ରଦାନ କରିବ । ୧୯ ।
ମହୀଦାସ ବୋଇଲା କିଂପା ଅନମିତ୍ତେ ଅଇଲୁ
ଡଗର ମୁଖେ କି ବାରତା ନ ପାଇଲୁ । ୨୦ ।
ଅମ୍ୱେ କନ୍ୟାକଇଂ ସୟଂବର କଲା
ଗଙ୍ଗାର ନନ୍ଦନ ଭୀଷ୍ମର ଯେ ସୟଂବର ଭାଜିଲା । ୨୧ ।
ଆମ୍ଭର ଥାଉଂ ଥାଉଂଣ ଯେ ମାଳା ଦେଇ ବରି
ଭୀଷ୍ମେ ହାଦେ ପ୍ରଦାନ କରିବ କୁମାରୀ । ୨୨ ।
ୟେସନକ ବାରତା ଯହୁଂ ପାଇଲା ବାଟରେ
ଶାଲୁ ବାହୁଡିଲା ଯେ ଭୀଷ୍ମଙ୍କର ଡରେ । ୨୩ ।
ନିଚୟେ ଯେବେ କନ୍ୟା ଭୀଷ୍ମଙ୍କୁ ବରିଲା
ଯୁଗତେ ସେ କନ୍ୟା ଗୁରୁପତ୍ନୀ ହେଲା । ୨୪ ।
ଶାଲୁ ବାହୁଡିଲା ଯେ ୟେସନେକ କଥା ଶୁଣି
ବାଟ ଚାହିଂ ସେ ଯେ ପଦ୍ମନାଭ ନୃପମଣି । ୨୫ ।
ଦିବସ ରାତ୍ର ଯେ ବେନି ଅନକୂଳ ସରିଲା
ରାତ୍ର ହିଂ ପାହିଲା ହୋ ଶାଲୁ ତ ନଇଲା । ୨୬ ।



୧୮ ।୧ ଚଉଂରୀ ନଗ୍ରେ ଯାଇ ହୋଇଲେ ପରବେଶ ।
୨୬ ।୨ ଗୁରୁପତ୍ନୀ ବୋଲିକରି ସେହି ସେ ନଇଲା ।
ପଦ୍ମନାଭ ସ୍ଥାନରେ ପଦ୍ମଲାଭ ବୋଲି ମଧ୍ୟ ପାଠ ଅଛି ।
ଡଗର ବାରତା କହିଲା ବେଗେ ଯାଇ
ଭୀଷ୍ମଙ୍କର ଡରେ ସେ ନଇଲା ଗୋସାଇଂ । ୨୭ ।
ପୁଣି ହିଂ ସେହି ଅନକୂଳ ନାଶ ଗଲା
ଯୁବା ବୟସ ଯେ ଅମ୍ୱା କନ୍ୟାର ହୋଇଲା । ୨୮ ।
ତୃତୀୟେ ବରିଲା ସେ ନୃପତି ବୀରବାହୁ
ଭୀଷ୍ମଙ୍କର ବରଣ ଶୁଣି ନ ଅଇଲା ସେହୁ । ୨୯ ।
ଚତୁର୍ଥେଣ ମାନ-ଅରଜୁନକୁ ବରିଲା
ବରପୂର୍ବା ବୋଲି ସେ ବିଭା ହିଂ ନୋହିଲା । ୩୦ ।
ୟେମନ୍ତେ ଅନେକ ଦେଶ ରାଜା ବରିଲା ନୃପତି
ଭୀଷ୍ମଙ୍କର ଡରେ କେହି ନୋହିଲେ ତାର କତି । ୩୧ ।
ପଞ୍ଚଦଶ ବରଷ ହୋଇଲା କୁମାରୀ
ଯୁବା ବୟସ ଯହୁଂ ହୋଇଲା ମନୋହାରୀ । ୩୨ । ସଂଖ୍ୟା ମଶଷକ୍ଷଯ ଲବତ୍ତତ୍ତଷବଵର ୧୫ ସ୍ଥରବତ୍ତଜ୍ଞ
ଯହୁଂ ପ୍ରଦାନ କେହି ନୁହନ୍ତା ହୋଇଲା
ଦୋହିତାକୁ ଘେନି ରାଜା ବାରୁଣାବନ୍ତେ ଗଲା । ୩୩ ।
ଭୀଷ୍ମଙ୍କର ସନ୍ନିଧ୍ୟେ ଯାଇଂ ମିଳିଲା ନୃପମଣି
ଛାମୁରେଣ ଉଭା ରାୟେ କଲାକ ଦୁଲଣୀ । ୩୪ ।
ବୋଇଲା ଭୋ ଗାଙ୍ଗେବ ୟେ ଆମ୍ଭର ଅଟଇ କୁମାରୀ
ନ ନାଶିଲୁ ନ ପୋଷିଲୁ ଛାଡିଲୁ ବରଣ କରି । ୩୫ ।
କେବଣ ଦ୍ରୋହ କଲା ତୋତେ ୟେ ମୋହୋର ଦୁଲଣୀ
ୟେବେହେଂ ସମ୍ଭାଳ ଅଇଲି ଛାମୁକୁ ତୋହୋର ଘେନି । ୩୬ ।
ଭୀଷ୍ମେ ବୋଇଲେ ମୁଂ ତୋହୋର ଦୁହିତାକୁ ବରିଲି
ତାହାକୁ ଉପେଖି କି ଆନକୁ ବିଭା ହେଲି । ୩୭ ।
ପିତା ମୋହୋର ନାଶ ଯିବ ମୋହୋର ପୁତ୍ର ହୋଇଲେ
ଦାରା ସଂଘରିଲି ମୁହିଂ ଶାୟେଂତନୁଙ୍କର ବୋଲେ । ୩୮ ।



୩୦ ଗୁରୁପତ୍ନୀ ବୋଲି କରି ସେହି ସେ ନଇଲା
 ଭୀଷ୍ମଙ୍କର କନ୍ୟା ବୋଲି ବିଭା ସେ ନୋହିଲା ।
୩୨ ।୨ ଯୁବା ବୟସ ସେ ଯଉବନ ଭାରି ।
୩୪ ଭୀଷ୍ମଙ୍କର ସନ୍ନିଧ୍ୟେ ସମର୍ପିଲା ନୃପମଣି
 ଛାମୁରେ ଉଭା ଯେ ହୋଇଲା ଦୁଲଣୀ ।
 ଗାଙ୍ଗେବ-ଗାଙ୍ଗେୟ-ୟ ସ୍ଥାନରେ ବ-ଗଙ୍ଗାଙ୍କ ପୁତ୍ର ଭୀଷ୍ମ ।
ଯାହାକଇ ପାରୁ ତୁ ପ୍ରଦାନ କର ବାଳୀ
ମୁହିଂ ଉପେକ୍ଷା କଲି ସତ୍ୟ ପ୍ରତିପାଳି । ୩୯ ।
ପଦ୍ମନାଭ ବୋଇଲେ ଭୋ ଭୀଷ୍ମ ଅନେକ ଦେଶରୁ ମୁଂ ବରିଲି ଦଣ୍ଡଧରେ
କେହି ପ୍ରଦାନ ନୋହିଲେ ତୋହୋର ଯେ ଡରେ । ୪୦ ।
ଶାୟେଂତନୁ ପରାଶର ଭୁରିଶ୍ରବାନ୍ତ ବୋଲାଇ
ଜଣେ ଜଣେ ଗୁହାରି କରଇ ସେ ଦୋହିତାକୁ ଦେଖାଇ । ୪୧ ।
ଯଉବନବନ୍ତୀ ସେ ସୁସଞ୍ଚ କାମେନୀ
ଅମୂଲ୍ୟ ରୂପବନ୍ତୀ ଯେ ତୈଲୋକ୍ୟମୋହିନୀ । ୪୨ ।
ଅନେକ ବାଗେ ତିଆରିଲେ ପିତାମହ ଲୋକେ
କାହାରି ବୋଲ ଭୀଷ୍ମ ନ କଲେ ଦୃଢ ବାକ୍ୟେ । ୪୩ ।
ସତ୍ୟେଣ ସଂସାର ଅଛଇ ନା ପ୍ରବର୍ତ୍ତି
ସତ୍ୟ ମେଣ୍ଟିଲେ ପ୍ରାଣୀ ହୋଅନ୍ତି ନର୍କଗତି । ୪୪ ।
ମୁହିଂ ଯେ ବ୍ରତ କଲି ପିତାର ନିମନ୍ତେ
ତୁମ୍ଭେ କିଂପା ଧର୍ମ ମୋହୋର ଭାଞ୍ଜୁଛ ଅନମିତ୍ତେ ।୪୫ ।
ସବୁଙ୍କରି ବଚନ ଯହୁଂ ଧଂସିଲେ ଗାଙ୍ଗେବ
ଦେଖିଣ ବିରସ ଯେ ହୋଇଲେ ପଦ୍ମନାଭ । ୪୬ ।
ପଦ୍ମନାଭ ବୋଇଲା ଯେ ଦୁହିତାକୁ ରାଇ
ତୁ ଆବର ମୋର ପୁରେ କରିବୁ କିସ ଯାଇ । ୪୭ ।
ଭୀଷ୍ମଙ୍କୁ ସେବା ଗୋ କରିଥାଅ ଅନୁବ୍ରତେ
ପୋଷିଲେ ପୋଷୁ ଅବା ନାଶିଲେ ନାଶୁ ତୋତେ । ୪୮ ।
ସେବା କରୁଥିଲେ କରଇ ଅବା ଦୟା
ବିଚାରିଣ ଖଟି ଗୋ ଥାଅ ମହାମାୟା । ୪୯ ।
ଅମ୍ୱା କନ୍ୟାକୁ ସେ ଛାଡିଣ ନରନାଥ
ଚଳିଲେ ନିଜ ରାଜ୍ୟେ ରାଜା ବିମୋହିତ ଚିତ୍ତ । ୫୦ ।



୪୩ ।୧ ଅନେକ ବାଗେ ତିଆରିଲେ ପିତୃଲୋକେ (ପା)
୪୯ ସେବା କରୁଥିଲେ ଅବା କରଇ ସଦୟେ
 ବିଚାରି ମନ ଜାଣି ଖଟିଥାଅ ମାୟେ । (ପା)
 ଧଂସିଲେ-ଧ୍ୱଂସିଲେ ।
ରାଜାର ନନ୍ଦନୀ ଯେ ନବଯଉବନୀ
ଭୀଷ୍ମଙ୍କର ନବରେ ଖଟଇ ସେ ଦିବା ଯେ ରୟେଣୀ । ୫୧ ।
ଭୀଷ୍ମେ କୋପ କଲେ ଦେଖିଣ ସେ ନାରୀ
ବୋଇଲେ ୟେ ପାମେରୀ କି ନିଅ ବାଳ ଧରି । ୫୨ ।
କୋପେଣ ବାହାର କଲେ ପାତ୍ର ଅମନାତ୍ୟେ
ଦେଖିଣ ସୁନ୍ଦରୀ ଯେ ବିମୋହିତ ଚିତ୍ତେ । ୫୩ ।
ବୋଲଇ ସୁନ୍ଦରୀ ଶୁଣ ହୋ ଗାଙ୍ଗେବ
ମୋତେ ନାଶ କଲେ କିସ ଧର୍ମ ତ ହୋଇବ । ୫୪ ।
ୟେହା ଶୁଣି ବୋଇଲେ ଯେ ଶାୟେଂତନୁର ଶିଷି
ତୋତେ ଦେଖିଲେ ମୁହିଂ ମନରେ ବଡ ତ୍ରାସୀ । ୫୫ ।
ବହୁତ ଭୟ ମୋତେ ଲାଗଇ ତୋତେ ଦେଖି
ପଳାଇଣ ଯାଅ ତୁ ମୋହୋର ରାଜ୍ୟକୁ ଉପେକ୍ଷି । ୫୬ ।
ଅମ୍ୱାକନ୍ୟା ବୋଇଲା ଆର କାହିଂକି ମୁଂ ଯିବି
ମୋହୋରେଣ ଅବଶ୍ୟ ତୁ ହୋଇବୁ ପରାଭବି । ୫୭ ।
ଅମ୍ୱା କନ୍ୟା ବୋଇଲା ମୁଂ ଯାଉଅଛି କିନା
ଯହିଂ ତହିଂ ମଲେ ମୁଂ ହତ୍ୟା ତୋତେ ସିନା । ୫୮ ।
ଅନେକ ଭର୍ଷନା ଯହୁଂ ବୋଇଲା ଭୀଷ୍ମଙ୍କର ଆଗେ
ତୋତେ ନାଶିବି ବୋଲି ମୁଂ ଝାସିବି ପ୍ରୟାଗେ । ୫୯-୭୦୫ ।



୫୪ ।୨ ମୋତେ ନାଶ କଲେ ତୋତେ ଧର୍ମ କି ସହିବ ।
୫୪ ।୨ ମୋତେ ନାଶ କଲେ ତୋତେ କି ପୁରୁଷାର୍ଥ ହୋଇବ ।
୫୧ ।୨ ରୟେଣୀ-ରଜନୀ ।
୫୫ ।୧ ଶିଷ୍ୟରୁ ଶିଷି ।
ଅମ୍ୱା ଚରିତ
ୟେତେକ ବୋଲିଣ ସେ ଆସଇ ସୁନ୍ଦରୀ
ପ୍ରଶୁରାମଙ୍କ ଆଗେ କାନ୍ଦି କଲାକ ଗୁହାରୀ । ୧ ।
ଗଙ୍ଗାକୂଳେ ବସିଣ ଯେ କାନ୍ଦି ଯୁବତୀ
ପ୍ରଶୁରାମେ ପଚାରିଲେ ଆୟିତୁ ଅଇଲୁ କାହାର କତି । ୨ ।
ୟେ ତୋହୋର ରୂପ ଗୁଣ ଦେବେ ଅଗୋଚର
ତୋତେ ଉପେକ୍ଷା କଲା ଗୋ କେବଣ ପାମର । ୩ ।
ଅମ୍ୱା କନ୍ୟା ବୋଇଲା ଗୋସାଇଂ ମୁହିଂ ବଡ ଦୁଖୀ
ମୁହିଂ ଯେ ଶରଣ ମାଗଇ ମହତ ଜନ ଦେଖି । ୪ ।
ପ୍ରଶୁରାମ ବୋଇଲେ ଗୋ ଯେ ତୋହୋର ଇଚ୍ଛା
ସତ୍ୟ କଲୁ ଆମ୍ଭେ ତୋର ପୂରୋଇବୁ ମନବାଞ୍ଛା । ୫ ।
ୟେ ଆମ୍ଭର ସତ୍ୟ ସତ୍ୟ ତ୍ରିବାରହିଂ ସତ୍ୟି
ୟେହିକ୍ଷଣି ଦେବୁଁ ବର ମାଗରେ ଯୁବତୀ । ୬ ।
ଅମ୍ୱା କନ୍ୟା ବୋଇଲା ମୋତେ ଦେବ ପ୍ରସନ୍ନ ହୋଇବା
ଆନେ କାର୍ଯ୍ୟ ନାହିଂ ମୋତେ ସ୍ୱାମୀ ଦାନ ଦେବା । ୭ ।
ମାଗରେ ସୁନ୍ଦରୀ ଯାହାକୁ ତୋର ଇଚ୍ଛା
ତିନି ଲୋକରେ ଦେବୁଂ ଯାହାକୁ କରୁ ବାଞ୍ଛା । ୮ ।
ଅମ୍ୱା କନ୍ୟା ଯେ ବୋଇଲା ତୁମ୍ଭେ ଶୁଣସି ମହାଯତି
ବରିଣ ପ୍ରଦାନ ମୋତେ ନୋହିଲା ଭୀଷ୍ମ ମହାରଥୀ । ୯ ।
ମୁହିଂ ଯେ ଅମ୍ୱା କନ୍ୟା ପଦ୍ମନାଭର କୁମାରୀ
ମୁଂ ତାହାକଇଂ ଦାନ ମାଗଇ ମୋତେ ଦେବା ତପଚାରୀ । ୧୦ ।
ପ୍ରଶୁରାମ ବୋଇଲେ ନୀଳରାମ ରଘୁରାମଙ୍କୁ ରାଇ
ଭୀଷ୍ମକୁ ସମର୍ପଣ କରିଆସ ୟେହାକଇ ତୁମ୍ଭେ ନେଇ । ୧୧ ।
ସ୍ୱାମୀର ଆଗ୍ୟାଂ ସେ କରି ନିବେଶିତ ଶିର
କନ୍ୟା ଘେନିଗଲେ ନୀଳରାମ ରଘୁରାମ ବାରୁଣାବନ୍ତପୁର । ୧୨ ।
ଆହୋ ଭୀଷ୍ମେ ତୋତେ ପ୍ରଶୁରାମଙ୍କର ଆଗ୍ୟାଂ ହୋଇଲାକ ବାବୁ
ଅମ୍ୱେ କନ୍ୟାକୁ ତୁ ପ୍ରଦାନ ହୋଇବୁ । ୧୩ ।
ଭୀଷ୍ମେ ବୋଇଲେ ରଘୁରାମଙ୍କ ମୁଖ ଚାହିଁ
ତୁମ୍ଭର ଡରାଣେ କି ବିଭା ହୋଇବଇ ମୁହିଂ । ୧୪ ।



୨ ।୧ ଗଙ୍ଗାକୂଳେ ଯାଇଂ କାନ୍ଦଇ ସୁନ୍ଦରୀ
୨ ।୨ ପ୍ରଶୁରାମେ ବୋଇଲେ ଆରେ କାହାର ତୁ ନାରୀ ।
ମୋହୋର ଭୟ କି ତୁମ୍ଭର ପ୍ରଶୁରାମଙ୍କୁ
କିପାଇଂ ପ୍ରଦାନ ହୋଇବି ମୁଂ ଅମ୍ୱା କନ୍ୟାକୁ । ୧୫ ।
ନୀଳରାମ ବୋଇଲେ ପ୍ରଶୁରାମଙ୍କ ଆଗ୍ୟାଂ ମେଣ୍ଟୁ
ଅବଶ୍ୟ ତୋହୋର ଶିରଚ୍ଛେଦ ହୋଇବ କଣ୍ଠତଟୁ । ୧୬ ।
ପ୍ରଶୁରାମ ଆଗେ କହିବି ମୁଂ ଯାଇଂ
ନିଚୟେ ମରିବୁରେ ଦୁଷ୍ଟ ମତି ପାଇଂ । ୧୭ ।
କୋପରେ ଭୀଷ୍ମ ବୋଇଲେ ନୀଳରାମକଇ
ପ୍ରଶୁରାମ ଆଗେ ତୋର କହୁ କିନା ଯାଇ । ୧୮ ।
ନୀଳରାମ ରଘୁରାମ ଯେ ଗଲେକ ବାହୁଡି
ଅମ୍ୱା କନ୍ୟାହିଂ ପଛେ ଗୋଡାଇଛି କାନ୍ଦିକରି । ୧୯ ।
ପ୍ରଶୁରାମେ ବିଜେ କରି ଅଛନ୍ତି ତ୍ରିପୁରା ପର୍ବତେ
ରଘୁରାମ ନୀଳରାମ ପ୍ରବେଶ ହୋଇଲେ ବେନି ଭ୍ରାତେ । ୨୦ ।
ପ୍ରଣପତ୍ୟ ହୋଇଣ ନୀଳରାମ ଯେ ବୋଇଲା
ସ୍ୱାମୀ ଭୀଷ୍ମ ଆମ୍ଭଙ୍କୁ ଯେ ଅନେକ କୋପ କଲା । ୨୧ ।
ବୋଇଲା ଆସୁକି ନା ବାବୁ ତୋହୋର ପ୍ରଶୁରାମ
କେତେମାନେ ପାରୁ ସେହୁ ଆସି କରୁ ଯେ ସାଂଗ୍ରାମ । ୨୨ ।
ଅମ୍ୱା କନ୍ୟା କାନ୍ଦଇ ଯେ ବଡଇ ବଇକୁଲେ
ପ୍ରଶୁରାମ ମହାକୋପ କଲେ ଆଗ୍ୟାଂ ଯେ ମେଣ୍ଟିଲେ । ୨୩ ।
ଧାମଇଂ କୋପେଣ ଯେ ପ୍ରଶୁଧର ନାଥ
ପଛେଣ ଗୋଡାବନ୍ତି ନୀଳ ରଘୁ ହଳୀରାମ ତିନିଭ୍ରାଥ । ୨୪ ।
ମାନିନୀ ଅବସ୍ଥା ଯେ ହୋଇଣ ଅମ୍ୱା ଯୁବତୀ
ସେହି ଗୋଡାଇ ଅଛି ତାହାଙ୍କର ପଛକତି । ୨୫ ।
କାଳାନଳ ମୂର୍ତ୍ତି ହୋଇ ମହାବୀର ପ୍ରଶୁରାମ
ରାଗେ ପ୍ରବେଶ ହୋଇଲେ ଯାଇଂ ଭୀଷ୍ମଙ୍କର ଆସ୍ଥାନ । ୨୬ ।
ପ୍ରଶୁରାମଙ୍କର କୋପ ଦେଖିଣ ଯେ ଭୀଷ୍ମମହାରଥୀ
ରାଗେଣ ନ ଗଲେ ସେ ପ୍ରଶୁରାମଙ୍କର କତି । ୨୭ ।



୧୬ ।୨ ନିଚୟେ ଶିରଛେଦ ହୋଇବ ତୁ ବଡ ଦୁଷ୍ଟ ଅଟୁ ।
୧୬ ।୧ କାଳାନଳ ରୂପ ହୋଇଣ କୋପେ ପ୍ରଶୁରାମ ।
କୋପେଣ ପ୍ରଶୁରାମ ଯେ ବୋଲନ୍ତି ଉତ୍ତର
ଆରେ ମୋହୋର ଆଗ୍ୟାଂ ଭ୍ରଷ୍ଟ କଲୁ କେବଣ ଦର୍ପ ଯେ ତୋହୋର । ୨୮ ।
ଆମ୍ଭର ଜାଣନ୍ତେ ତୁ ଯେ ବରିଲୁ ୟେହାକୁ
ବରିଣ ବିଭା ନୋହିଲୁ ତୁରେ ୟେ ଅମ୍ୱା କନ୍ୟାକୁ । ୨୯ ।
ପାରେଶ୍ୱରେ ବୋଇଲେ ବାବୁ ଶୁଣ ତୁରେ ଭୀଷ୍ମ
ତୋତେ କୋପ କରିଣ ଅଛନ୍ତି ପ୍ରଶୁରାମ । ୩୦ ।
ବଡାଇ ଦୁଷ୍ଟ କାଳାନ୍ତକ ୟେ ମହା ବିକ୍ରମ
ଯୁଗାନ୍ତେକ ନାଥ ୟେ ଅଟଇ ଦୁତି ଯମ । ୩୧ ।
ବାବୁ ଜମଦଗ୍ନିଙ୍କର ଯହୁଂ ବିଷାଦ ଦେଖିଲା
ତିନି ଭାଇ ମାତାଙ୍କର ଶିର ଚ୍ଛେଦି ପକାଇଲା । ୩୨ ।
ଅଣଦୟା ପୁରୁଷ ଅଣ ଯେ ଉପ୍ରୋଧୀ
ଅଭୟେ ଅବୟେ ୟେ ତ୍ରୈଲୋକେ ମହାଯୋଧୀ । ୩୩ ।
ୟେହାର କୋପ କଲେ ବାବୁ କେହି ତ ନ ବର୍ତ୍ତି
ୟେକୋଇଶ ବାର ନିକ୍ଷତ୍ରୀ କଲାକ ୟେହୁ ପୃଥୀ । ୩୪ ।
ସତ୍ୟ ଯୁଗ ଭୋଗ କଲା ୟେ କ୍ଷତ୍ରି ବୃତ୍ତ ପଣେ
ଅନେକ ଉପାୟେ ବିଦ୍ୟା ରଞ୍ଚିଲା ୟେ ଆପଣେ ଆପଣେ । ୩୫ ।
ୟେହାଙ୍କର ତୁଲେ ବାବୁ ତୁ ନୋହସି ବିବାଦୀ
କଟାକ୍ଷ ନୟନେ ଚାହିଂଲେ ଯେ ହୋଇବୁ ଶିରଚ୍ଛେଦୀ । ୩୬ ।
ଆମ୍ଭର ଶପତ ବାବୁ ନାସ୍ତି ତୁ ନ କର
ଅମ୍ୱେ କନ୍ୟାକୁ ପ୍ରଦାନ ହୋଅ ଆମ୍ଭର ବୋଲ କର । ୩୭ ।
ଭୀଷ୍ମେ ବୋଇଲେ ମୁଂ କେମନ୍ତେ ପ୍ରଦାନ ହୋଇବି
ଭୀରିଯାର ନିମନ୍ତେ କେମନ୍ତେ ମୁଂ ପିତାଙ୍କୁ ନାଶ ଯେ କରିବି । ୩୮ ।
ପାରେଶ୍ୱର ବୋଇଲେ ବାବୁ ତାହାକୁ ପ୍ରଦାନ ହୋଇ
ଶୃଙ୍ଗାର ବଞ୍ଚାଇ ପଛେ ତାକୁ ଅପବାଦ ବାକ୍ୟ ଦେଇ । ୩୯ ।
ଭୀଷ୍ମ ବୋଇଲେ ତୁମ୍ଭେ ଶୁଣ ପିତୃଗଣେ
ମୁହିଂ ଶୁଣିଲି ଯେ ଅଗସ୍ତିଙ୍କର ପୁରାଣେ । ୪୦ ।



୩୪ ।୨ ୟୋକୋଇଶ ବାର.................. ପୃଥୀ ପାଦନ୍ତ ପରେ କେତେକ ପୋଥିରେ 'ୟେହାକୁ ତୋହରରେ କିସ ଅଛି
ବୁଦ୍ଧି' ।
ତିରିଶ ଦିବସେ ଅଶୁଦ୍ଧ ହୋଅନ୍ତି କାମ ନାରୀ
ପ୍ରଥମ ଦିନ ଛୁଇଂଲେ ଚାଣ୍ଡାଳ ଛୁଇଂଲା ଦୋଷ ସରି । ୪୧ । ସଂଖ୍ୟା ଜ୍ଞନ୍ଧଟ୍ଟରତ୍ତଜ୍ଞନ୍ଦଷନ୍ଦଷଚ୍ଛଚ୍ଚ
ଯେତେ ବସ୍ତ୍ରେ ଛୁଇଂ ତେତେ ବସ୍ତ୍ରେ ସ୍ନାହାନ ଯେ କରି
ସେ ଦିନେ ଉପବାସ କଲେ ସେ ଦିନର ପାପ ହରି । ୪୨ ।
ଦୁତୀୟ ଦିବସେ ଛୁଇଂଲେ ରଜବତୀ ନାରୀ
ପ୍ରତକ୍ଷେ ହୋଅନ୍ତି ବ୍ରହ୍ମହତ୍ୟା ଦୋଷ ସରି । ୪୩ ।
ତୃତୀୟ ଦିବସେ ଯେ ସେ ସ୍ତୀରୀକୁ ଛୁଅନ୍ତି
ପୂଜା ଲିଙ୍ଗ ଭାଙ୍ଗିଲେ ପାଇ ଯେବଣ ଅଗତି । ୪୪ ।
ଚତୁର୍ଥ ଦିବସେ ଯେ ହୋଅନ୍ତି ସ୍ତିରୀଙ୍କର ପାଶ
ଗୋହତ୍ୟା ବ୍ରହ୍ମହତ୍ୟା ମାତୃହରଣ ହିଂ ଦୋଷ । ୪୫ ।
ଶୁଦ୍ଧ ସ୍ନାହାନ କରିବ ପଞ୍ଚମ ଦିବସେ
ସେ ଦିନ ପୁରୁଷ ଯିବ ତାହାଙ୍କର ପାଶେ । ୪୬ ।
ନାନା ଧର୍ମ ଇଚ୍ଛି ପିତୃକାର୍ଯ୍ୟ ଆଦି କରି
ସମସ୍ତ ତେଜ୍ୟା କରି ତାହାରେ ହୋଇବ ବ୍ରତଚାରୀ । ୪୭ ।
ପଞ୍ଚମ ଦିନୁଂ ସପତମ ଦିନ ପରିଯନ୍ତେ
ଯେବଣ ପୁରୁଷ ଉପେକ୍ଷା କରନ୍ତି ନାନା ବ୍ରତ କର୍ମ ଅର୍ଥେ । ୪୮ ।
ସେ ବହିଲା ଶ୍ରୋଣିତ ଆହାର କରନ୍ତି ତାହାର ପିତୃଲୋକେ ।
ୟେସନେକ ଅଛି ଶାହାସ୍ର ଧର୍ମ ବାକ୍ୟେ । ୪୯ ।
ଭୀଷ୍ମେ ବୋଇଲେ ବିଭା ହୋଇଣ କେମନ୍ତେ ଶୃଙ୍ଗାର ନ ଇଚ୍ଛିବି
ମୋହୋର ପୁତ୍ର ହୋଇଲେ ତୁମ୍ଭନ୍ତ ନାଶ ଯେ କରିବି । ୫୦ ।
ୟେସନେକ ବଚନ ଯହୁଂ ବୋଇଲେ ଗାଙ୍ଗବେ
ଶୁଣିଣ ତୁଷ୍ଟ ହୋଇଲେ ପାରେଶ୍ୱର ଦେବେ । ୫୧ ।
ପ୍ରଶୁରାମ-କଇ କୋପେ ବୋଇଲେ ଭୀଷ୍ମ ମହାରଥୀ
ଆହୋ ପ୍ରଶୁରାମ ମୋହୋର ତୋତେ କିସ ଭୀତି । ୫୨ ।



୪୪ ।୨ ଶିବଲିଙ୍ଗ ଭାଙ୍ଗିଲେ ପାଇ କେବଣ ଅଗତି
୪୪ ।୨ ଲିଙ୍ଗଭଗ୍ନ ଦୋଷ ଲଭଇ ଯୁଗତି ।
ପଳା ଯା ମିଛେ ୟେଥେଂ ନ ଦେଖା ବଡପଣ
ସହୋଦ୍ରେ କଳଙ୍କ ନ କରାଅସି ଅକାରଣ । ୫୩ ।
ତୁ ମୋହୋର ସହୋଦ୍ର ଅଟୁ ହୋ ଯଥାଅର୍ଥ
ୟେହି ଛାର ପାଇଂ କି-ା ମରିବୁ ଦେବ ଭ୍ରାଥ । ୫୪ ।
କିଞ୍ଚିତ ଦୋଷେଣ ହାଦେ ବଡପଣ ନ ନାଶି
ଶ୍ରିକାଳ ଯୁଦ୍ଧେ ସିଂହ ହୁଅଇଟି ଧଂସି । ୫୫ ।
ଭୀଷ୍ମଙ୍କର ମୁଖୁଂ କଟୁ ବଚନ ଯେ ଶୁଣି
କୋପେଣ ଧାଇଂଲା ସେ ବୀର ପର୍ଶୁଧର ପାଣି । ୫୬ ।
ଯହୁଂ କୋପେଣ ଧାଇଂଲେ ସେ ଜମଦଗ୍ନିର ବଳା
ମାଇଲେ ଭୀଷ୍ମଙ୍କୁ ସେ କୋପେଣ ଅନଗଳା । ୫୭ ।
ଭୀଷ୍ମଙ୍କୁ ପ୍ରଶୁରାମ ଯେ ଧଇଲେ ଆକର୍ଷି
ଭୀଷ୍ମଙ୍କୁ ତଳେ ପାଡି ହୃଦେ ମାଡି ବସି । ୫୮ ।
ମୁଣ୍ଡ ମୋଡି ଭୀଷ୍ମଙ୍କର ଲୋଡନ୍ତି ପର୍ଶୁଧର
ଧାତିକାରେ ଲେଉଟାଇଲେ ଗଙ୍ଗାର କୁମର । ୫୯ ।
ପ୍ରଶୁରାମଙ୍କୁ ତଳେ ପାଡି ମାଡି ବସିଲେ ହୃଦଗତେ
ବାମକରେ ଚାପିଣ ପ୍ରହାର କଲେ ମୁଥେ । ୬୦ ।
ଭୀଷ୍ମଙ୍କର ମୁଥ ପଡିଲା ଯେ ବଜ୍ରଘାତ ଜାଣି
ପ୍ରଶୁରାମଙ୍କର ନାସିକା ବାଟେ ବହିଲାକ ଶ୍ରୋଣି । ୬୧ ।
ଦେଖିଣ ଧାଇଂ ପଡିଲେ ଶାୟେଂତନୁ
ଭୀଷ୍ମଙ୍କର ଭୁଜ ଧଇଲେ ଯୁଗମନୁ । ୬୨ ।
ରହ ରହ ବାବୁରେ ଭୀଷ୍ମ ମହାରଥୀ
ସୋଦରେ ସୋଦରେ କି-ା ହେଉଛ ନାଶଗତି । ୬୩ ।
ଶାୟେଂତନୁ ପାରେଶ୍ୱର ରୁହାଇଲେ ସାଂଗ୍ରାମ
ଲାଜ ପାଇ ତହୁଂ ଗଲେକ ପ୍ରଶୁରାମ । ୬୪ ।
ଅମ୍ୱା କନ୍ୟା ତହୁଂ ପ୍ରାଗ ତୀର୍ଥକଇଂ ଗଲା
ତ୍ରିବେଣୀରେ ସ୍ନାହାନ କରି ସେ ମାଧବ ପୂଜିଲା । ୬୫ ।



୫୩ ।୧ ପଳା ଯା ବେଗେ ନୋହ ବୋଲ ବଡପଣ
୫୩ ।୨ ସୋଦର ବଧ ତୁ ନ କରାଅ ଆପଣ ।
୫୪ ।୨ ୟେ ଛାର କଥାକୁ ଦ୍ୱନ୍ଦ କରିବା ବେନି ଭ୍ରାଥ ।
୫୫ ।୨ ଧଂସି-ଧ୍ୱଂସି
ଭୋ ମାଧବ ମୋତେ ତୁହି ହୋଇଥାଅ ସାକ୍ଷୀ
ଭୀଷ୍ମଙ୍କର ପ୍ରମାଦେ ଯେ ମୁଂ ହୋଇଲି ନିରିମାଖୀ । ୬୬ ।
ଭୀଷ୍ମଙ୍କର ଉପରେ ହତ୍ୟା ହୋଉ ଯେ ମୋହୋର
ମାଧବ ସାକ୍ଷୀ କରି ଝାସିଲା ପ୍ରୟାଗର । ୬୭ ।
ମୁହିଂ ସ୍ତିରୀ ମାତର ନୁହଇ ନା ଯୋଧି
ଜନ୍ମେ ଜନ୍ମେ ଭୀଷ୍ମକଇଂ ମୁହିଂ କରିବଇ ସାଧି । ୬୮ ।
ୟେ ମୋହୋର ରୂପ ଗୁଣ ଲକ୍ଷଣ ଦେଖନ୍ତେ
ଭୀଷ୍ମ ଶହସ୍ର ଛାଡିବ ସଂଗ୍ରାମେ ଯୁଗତେ । ୬୯ । ସଂ
ତ୍ରିଶୂଳୀରେ ପଶି ଯେ ଲଗାଇଲା ବହନି
ଲଗାଇଲା ମାତ୍ରକେ ଯେ ଜଳିଲା ତତକ୍ଷଣି । ୭୦-୭୭୫ ।
ଅପୁତ୍ରକ ହୋଇ ଚିତ୍ରବୀର୍ଯ୍ୟ ଓ ବିଚିତ୍ରବୀର୍ଯ୍ୟଙ୍କର ମୃତ୍ୟୁ
ବଦୟନ୍ତି ଅଗସ୍ତି ଶୁଣ ଯୋଗେଶ୍ୱର
ୟେସନେକ ଚରିତ ହାଦେ ଯେ ହୋଇଲା ଭୀଷ୍ମଙ୍କର । ୧ ।
ଭୀଷ୍ମ ଦାର ସଂଘରିଲେ ପିତାର ନିମନ୍ତେ
ଗଙ୍ଗାର ଶାପୁଂ ଅପୁତ୍ରିକ ହୋଇଲେ ଆବର ବେନି ଭ୍ରାଥେ । ୨ ।
ୟେମନ୍ତେଣ ରାଜ୍ୟ କରନ୍ତି ବେନି ଭାଇ
ଅନେକ ଯାଗ ଯଗଂ୍ୟ କରନ୍ତି ସନ୍ତତି ଅର୍ଥ ପାଇଂ । ୩ ।
ଗଙ୍ଗାର ଶାପ କେ ଆନ କରି ପାରି
ଅନେକ ବାଗେଣ ଯେ ପୁତ୍ର ନୋହିଲା ତାହାଙ୍କରି । ୪ ।
ଅପୁତ୍ରିକ ହୋଇ ରାଜ୍ୟ କଲେ ତିନି ଭ୍ରାଥେ
ପଞ୍ଚୁ କଟକେ ରାଜ୍ୟକଲେ ନବ ସହସ୍ର ବରଷ ପରିଯନ୍ତେ । ୫ । ଚ୍ଚନ୍ଧଲଭରତ୍ତଜ୍ଞ କ୍ଷଚ୍ଛଚ୍ଚଵରବ୍ଦଷନ୍ଦସ୍ଥ ୯୦୦ ସ୍ଥରବତ୍ତଜ୍ଞ
ମହା କ୍ଷତ୍ରୀପଣେ ଅନେକ ରାଜ୍ୟ ସାଧି
ଚିତ୍ର ବିଚିତ୍ରଙ୍କୁ ହୋଇଲା ଗଳିତ କୋଷ୍ଠ ବ୍ୟାଧି । ୬ ।
ଅନେକ ବେଦ ବୈଦ୍ୟେ କରି ଉତୁରି ନୋହିଲା ଜ୍ଞନ୍ଧଟ୍ଟରତ୍ତଜ୍ଞନ୍ଦଷନ୍ଦଷଚ୍ଛଚ୍ଚ କ୍ଷରଟ୍ଟତ୍ତଚ୍ଛଜ୍ଞସ୍ଥ
ନାନା ମଉଷଧି କିଛିହିଂ ନ କାଟିଲା । ୭ ।
ୟେହି ରୋଗେଣ ନାଶ ଗଲାକ ଚିତ୍ରବୀର୍ଯ୍ୟ
ବଞ୍ଚିତେ ନୁଆରିଣ ସେ ହୋଇଲେ ପ୍ରାଣ ତ୍ୟାଜ । ୮ ।
ସମୟକେ ବିଚିତ୍ରବୀର୍ଯ୍ୟ ପ୍ରୟାଗେଣ ଗଲେ
ଅପୁତ୍ରିକ ଦୋଷେ ସେ ତ୍ରିବେଣୀ ସଙ୍ଗମେ ଝାସ ଦେଲେ । ୯ ।
ଚିତ୍ର ବିଚିତ୍ର ବୀର୍ଯ୍ୟ ନାଶ ଗଲେ ଅପୁତ୍ରିକ ହୋଇ
ଭୀଷ୍ମେ ଦାରା ସଂଘରିଲେ ପୁତ୍ର ଜାତ ନାହିଂ । ୧୦ ।
ଇନ୍ଦ୍ର ପ୍ରଶସ୍ତ ଯମ ପ୍ରଶସ୍ତ ହସ୍ତିନା ଜଇନ୍ତା ବାରୁଣା
ହତ ପାଟ ହୋଇଲା ନାହିଂ ନା ଧାରଣା । ୧୧ ।
ଭୀଷ୍ମେ ଦିଗ ବିଜେ କରି ଶତ୍ରୁଙ୍କୁ ବିନାଶି
ପଞ୍ଚୁରାଜ୍ୟ ସମ୍ଭାଳିଲେ ଅଇରି ଦର୍ପ ଧଂସି । ୧୨ ।
ପାରେଶ୍ୱର ପଚାରିଲେ ଶାୟେଂତନୁଙ୍କୁ ରାଇ
ୟେଡେ ବଡ ବଂଶ ବୁଡିଲା ଗଙ୍ଗାର ଶାପ୍ୟ ପାଇ । ୧୩-୭୮୮ ।



୧୧ ।୨ ଉତପାତ ହୋଇଲା ପୃଥୀରେ ନାହିଂ ନା ଧାରଣା ।
୧୩ ।୨ ୟେଡେ ବଂଶ ବୁଡିଲା ସମ୍ଭାଳନ୍ତା କେହି ନାହିଂ ।
ବ୍ୟାସଙ୍କ ଦ୍ୱାରା ଧୃତରାଷ୍ଟ୍ର, ପଣ୍ଡୁ ଓ ବିଦୁରଙ୍କ ଜନ୍ମ
ପାରେଶ୍ୱର ବୋଇଲେ ତୁମ୍ଭେ ଶୁଣ ଗୋ ସତ୍ୟବତି
ଅମ୍ୱିକା ଅମ୍ୱାଳିକା ତିଆର ଦୁହିନ୍ତି । ୧ ।
ବଂଶେଣ ପୁତ୍ର ଗୋ ଉପୁଜେ ଯେମନ୍ତେ
ବଧୂନ୍ତ ପଠିଆଅ ବ୍ୟାସଙ୍କ ସମେତେ । ୨ ।
ବ୍ୟାସ ଋଷି କରନ୍ତୁ ବଧୂନ୍ତ ରମଣ
ସନ୍ତାନ ଉପୁଜିବ ବଂଶକୁ ହୋଇବ କାରଣ । ୩ ।
ସତ୍ୟବତୀ ବୋଇଲେ ସ୍ୱାମି ହୋଅଇକି ୟେମନ୍ତ
ଦେଢଶୁର ଭାଇବୋହୂ ଅଗ୍ରାହ୍ୟ ଅତିଅନ୍ତ । ୪ ।



୪ ସତ୍ୟବତୀ ବୋଇଲେ ସ୍ୱାମି ହୋଅଇକି ୟେମନ୍ତ ପ୍ରକାର
 ଜ୍ୟେଷ୍ଠ ଶ୍ୱଶୁର ଯେ ଭ୍ରାଥାବଧୂ ବହୁତ ଅନ୍ତର ।
୮ ।୨ ବଞ୍ଚିତେ ନୁଆରିଣ-ବଞ୍ଚିବାକୁ ନ ପାରି ।
ୟେତେକ ବିଚାରି ଚଳିଲେ ସତ୍ୟବତୀ
ଅମ୍ୱିକା ଭୁବନେ ଯାଇଂ ବିଜୟେ ମହାସତୀ । ୫ ।
ଦେଖିଣ ପୂଜାବିଧି କଲେକ ଯୋଗେଶ୍ୱରୀ
ଗୁରୁପତ୍ନୀଙ୍କ ପାଦେ ପ୍ରଳମ୍ୱିତ କରି । ୬ ।
ଶରୀର ଆଶ୍ୱସନା କଲେକ ସତ୍ୟବତୀ
ବଇକୁଲ୍ୟ ହୋଇଂ ଭାଷନ୍ତି ଉକତି । ୭ ।
ୟେଡେ ବଡ ବଂଶ ନାଶ ଗଲାକ ଅନମିତ୍ତେ
ଭସ୍ମଗଲାର ଗୋ ପୁଣ ଅଙ୍କୁରଇ କେମନ୍ତେ । ୮ ।
ସନ୍ତାନ ଜାତକୁ ଅଛଇଟିକି ବୁଦ୍ଧି
କେମନ୍ତେ ଉପାୟେ ଗୋ କରିବା କାର୍ଯ୍ୟ ସିଦ୍ଧି । ୯ ।
କରପତ୍ର ଯୋଡିଣ ଯେ ଅମ୍ୱିକା ବୋଇଲା
ସମସ୍ତେ ତ ଦେଖିଲେ ମୋହୋର ସତୀପଣେ ଦିନ ଗଲା । ୧୦ ।
ସତ୍ୟବତୀ ବୋଇଲେ ଗୋ ମୋତେ ନ ବୋଲ ନିକି ୟେହା
ବଂଶ ଜାତ କରିବା ଗୋ ଛାଡ ଧର୍ମରାହା । ୧୧ ।
ଅମ୍ୱିକା ବୋଇଲେ ଗୋ କରିବୁ ତୁମ୍ଭର ବୋଲ
ଆମ୍ଭେ ସତ୍ୟବ୍ରତ ଛାଡିବୁ ପୁରୁଷ କାହା କର । ୧୨ ।
ଭୀଷ୍ମଙ୍କୁ ବୋଲ ଯା ଆସନ୍ତୁ ଆମ୍ଭର ଯେ ତହିଂ
ଭୀଷ୍ମରେ ବଂଶ ରକ୍ଷା କରି ଆନରେ କାର୍ଯ୍ୟ ନାହିଂ । ୧୩ ।
ବଧୂଙ୍କର ବଚନେ ଚଳିଲେ ସତ୍ୟବତୀ
ୟେକାନ୍ତେ ବସାଇ କହିଲେ ଭୀଷ୍ମ ମହାରଥୀ । ୧୪ ।
ବାବୁ ତୋହୋର ସତ୍ୟବଚନ ଯେ ନୋହିବାକ ଆନ
ଆରେ ବଂଶ ଯେ ବୁଡାଇଲ କେବଣ ବିଧାନ । ୧୫ ।
ବାବୁ ଅମ୍ୱିକା ଅମ୍ୱାଳିକା ତୁଲେ କର ତୁ ରମଣ
ପୁତ୍ର ଉପୁଜାଅ ବଂଶ କର ଉଦ୍ଧାରଣ । ୧୬ ।



୭ ଶରୀର ଆଶ୍ୱାସନା କଲେ ମାହେଶ୍ୱରୀ
 ବଇକୁଲ୍ୟ ହୋଇଣ ବୋଲନ୍ତି କ୍ରୋଧଭରି ।
୧୧ ସତ୍ୟ ସତ୍ୟ ବ୍ରତ ମୋର ନ ବୋଲ ମାୟେ ୟେହା
 ପୁତ୍ର ଜାତ କରିବା ଛାଡ ଶର୍ମ ଦେହା ।
ବଦୟନ୍ତି ଗାଙ୍ଗବେ ତୁ ଶୁଣ ଅନାଦି ମାହେଶ୍ୱରି
ତୁ ପରମ ଗୁରୁ ତୋହୋର କୋପକଇଁ ଡରି । ୧୭ ।
ମୁଂ ଯେ ଦାରା ସଂଘରିଲି ପିତାର ନିମନ୍ତେ
ସତ୍ୟ କଲାର କୃତ ମୁଂ ଗୋ ଲଙ୍ଗିବି କେମନ୍ତେ । ୧୮ ।
ମାତାର ବଚନ ଯହୁଂ ନ କଲେ ହାଦେ ଭୀଷ୍ମେ
ସତ୍ୟବତୀ ଉଠିଗଲେ ହୋଇଣ ବଡ ବିସ୍ମେ । ୧୯ ।
ଅନେକ ବିଚାରି ତହୁଂ ସତ୍ୟବତୀ ଗଲେ ଉଠି
ଯମୁନା ନଦୀ କୂଳେ ବ୍ୟାସଙ୍କୁ ଯାଇଂ ଭେଟି । ୨୦ ।
ବ୍ୟାସେ ପ୍ରଣପତ୍ୟ ହୋଇଲେ ମାତା ସତ୍ୟବତୀକି
ଭୋ ମାତା ତୁମ୍ଭେ ଗୋ ବିଜେ କରିଥିଲ କାହିଂକି । ୨୧ ।
ବସିଲେ ମାହେଶ୍ୱରୀ ଭାଣ୍ଡୀର ବଟତଳେ
ବେନି ଲୋଚନରୁ ଯେ ବହଇ ଅଶ୍ରୁଜଳେ । ୨୨ ।
ମାଗୋ ଧଇର୍ଯ୍ୟ ହୋଇଣ ଥିର କରି କହ
କେବଣ ସନ୍ଧି ଗୋ ଲାଗିଲା ସନ୍ଦେହ । ୨୩ ।
କ୍ରୋଧ ଶାନ୍ତି କରି କହନ୍ତି ଦାସ ରାଜାର କୁମାରୀ
ବାବୁ ତୁ ମୋହୋର ପୁତ୍ର ପଣ୍ଡିତ ତପୀ ବ୍ରହ୍ମଚାରୀ । ୨୪ ।
ବାବୁ ଚିତ୍ର ବିଚିତ୍ର ବୀର୍ଯ୍ୟ ଅପୁତ୍ରିକ ହୋଇ ମଲେ
ଶାୟେଂତନୁ ନିମନ୍ତେ ଭୀଷ୍ମେ ଦାରା ସଂଘରିଲେ । ୨୫ ।
ତୁମ୍ଭର କାଳକୁ ୟେବେ ନାଶ ଗଲା ସୋମବଂଶ
କେହି ବିଚାର ନ କଲ ୟେଥିର ଅର୍ଥ କିସ । ୨୬ ।
ବାବୁ କେବଣ ବାଗେ ବଂଶ ହୋଇବାକ ରକ୍ଷା
ସଂସାର ଜନଙ୍କର ବାବୁ ତୁ ପୂରାଅ ମନବାଞ୍ଛା । ୨୭ ।
ବାବୁ ଦୁତୀ ନାରାୟଣ ବୋଲି ତୋତେ ବଦନ୍ତି ସୟଳେ
ଅନାଦି ଗର୍ଭେ ତୁ ଯେ ପଶୁ ସର୍ବକାଳେ । ୨୮ ।



୨୦ ।୨ ଯମୁନା ନଦୀରୁ ବ୍ୟାସେ ଆସୁଣ ତାଙ୍କୁ ଭେଟି
୨୩ ମାଗୋ ଚମତ୍କାର ହୋଇଲା ସ୍ଥିର କରି କହ
 କେବଣ ଶୋଚନା ଗୋ କହିବା ସନ୍ଦେହ ।
୧୯ ।୨ ବିସ୍ମେ-ବିସ୍ମୟଭାବରେ ।
ଯାବତ କାଳକୁ ବାବୁ ୟେ କଥା ରହିଲା
ବ୍ୟାସ ପ୍ରାୟେ ମହଋଷି ଥାଉଂ ବଂଶ ନାଶଗଲା । ୨୯ ।
ଅନାଦି ପୁରୁଷ ତୁ ଅଣାକାର ଚେତା
ତୁ ତ ନ କଲୁ ବାବୁ ଗୋତ୍ର ବର୍ଗ ଚିନ୍ତା । ୩୦ ।
ବ୍ୟାସ ବୋଇଲେ ମା ଗୋ ଶୁଣ ଆଦିନାରୀ
କେବଣ ବୁଦ୍ଧିରେ ୟେବେ ପାରିବା ଗୋ ବଂଶକୁ ଉଦ୍ଧାରି । ୩୧ ।
ପାଟେଣ ପୁତ୍ର ଯେବେ ହୋଇବ ସନ୍ତତି
ତେବେ ସେ ବଂଶକୁ ହୋଇବ ନା ମହାକ୍ଷତ୍ରୀ । ୩୨ ।
ଯଗଂ୍ୟ କରିବା ଯେବେ ସନ୍ତତି ନିମନ୍ତେ
ସତ୍ୟବତୀ ବୋଇଲେ ହୋଇବ କାଳ କେତେ । ୩୩ ।
ବାବୁ ୟେକା ବଂଶକେ ହତ ଜମ୍ୱୋଦୀପ ଆଦିକରି ସାତବଂଶ ପାଟ
ଭୀଷ୍ମଙ୍କର ଭୟେ ସେ ନିବର୍ତ୍ତି ଅଛି ପରଥାଟ । ୩୪ ।
ବାବୁ ୟେହି ଦ୍ୱାଦଶ ଦିବସରେ ଯେବେ ହୋଇବ କୁମର
ତେବେ ସେ ରାଜ୍ୟ ରକ୍ଷା ହୋଇବ ବିଚାରି କାର୍ଯ୍ୟ କର । ୩୫ । ସଂ
କହନ୍ତି ଧାର୍ମିକ ମା ଗୋ କହ କେବଣ ବୁଦ୍ଧି
ଶୀଘ୍ରେଣ କେବଣମତେ ହୋଇବ କାର୍ଯ୍ୟ ସିଦ୍ଧି । ୩୬ ।
ସତ୍ୟବତୀ ବୋଇଲେ ବାବୁ ଅଛିନି କଥାୟେ
ତୁ ମୋହୋର ନନ୍ଦନରେ ମୁଂ ତୋହୋର ମାୟେ । ୩୭ ।
ତୁ ଇହ କୁଳକୁ ବାବୁରେ ଉପେକ୍ଷା କର ଲାଜ
ସମସ୍ତ ଧର୍ମ ଛାଡି ଘେନିବା ପୁତ୍ର କାର୍ଯ୍ୟ । ୩୮ ।
କଥାୟେ କହିବି ବାବୁ ଯଦି ନ କରିବୁ ନାସ୍ତି
ମୋହୋର ଶପତଟି ତୋତେ, ବଦନ୍ତି ସତ୍ୟବତୀ । ୩୯ ।
ସେ ଯେ ପରମ ପଣ୍ଡିତ ବଦୟନ୍ତି ମହାତମା
ଗୁରୁ ବଚନ ମେଣ୍ଟି ନାଶ ଗଲା ସନକ ନାମେ ବ୍ରହ୍ମା । ୪୦ ।
ମାତା ପିତା ବଚନ ଯେ ପୁତ୍ରକୁ ନିରାଧାର
ୟେହା ଚିହ୍ନିଲେ ପିଣ୍ଡ ପ୍ରାଣ ୟେକଇ ଶରୀର । ୪୧ ।



୩୧ ।୨ କେବଣ ବିଧିରେ ପାରିବା ଗୋ ସୋମବଂଶ ଉଦ୍ଧାରି ।
୩୯ ।୨ ମୋହୋ ଶପତ ତୁ ନ ବୋଲିବୁ ଅନୀତି ।
ସବ୍ୟେ ଅସବ୍ୟେଣ ଗୁରୁ ବୋଇଲା ଯେବଣ ବାଣୀ
ୟେହା ବଞ୍ଚିଲେ ନାଶ ଗଲାଟି ମତ୍ତପ୍ରାଣୀ । ୪୨ ।
ଯେହେହ୍ନେକ ଆଗ୍ୟାଂ ମୋତେ ଦେବାକ ହୋଉ ବେଗି
ସତ୍ୟବତୀ ପ୍ରତିବାଚ ତୁହି ସେ ମୋହୋର ପରମ ଯୋଗୀ । ୪୩ ।
ବାବୁ ଆମ୍ଭର ବଧୂ ଯେ ଅମ୍ୱିକା ଅମ୍ୱାଳିକା
ୟେହାଙ୍କର ତୁଲେ ପ୍ରୀତି ହୋଅ ପୁତ୍ର ୟେକା । ୪୪ ।
ରତି ରଙ୍ଗ କର ତୁହି ଦୁହିଙ୍କର ତୁଲେ
ଶୁଣିଣ ବ୍ୟାସେ ଯେ ଥମ୍ଭୀଭୂତ ହୋଇଲେ । ୪୫ ।
ମାଗୋ ୟେ ତ ବଡାଇ ଦୁର୍ଲଭ ୟେ ତ ବଡାଇ ଅନ୍ତର
ଆମ୍ଭର ଲଘିଂଲେ ନାଶ ଗଲାଟି ସଂସାର । ୪୬ ।
ସତ୍ୟବତୀ ବୋଇଲେ ବାବୁ କିଂପା ନ ଭରସୁ
ସଂସାର ଜନଙ୍କର ଅଲୋପ୍ୟ ପାପ ଧଂସୁ । ୪୭ ।
ବିଶେଷେଣ ପରମଦାରା ଆବର ଭ୍ରାଥ ବଧୂ
ପୁତ୍ର ଉତପତ୍ତି ହୋଇଲେ ଯେ ବଂଶ ହୋଇବ ସାଧୁ । ୪୮ ।
ବାବୁ ତୋହୋର ବୀର୍ଯ୍ୟେଣ ଉପୁଜିବ ଯେବଣ ପୁତ୍ର
ଗ୍ୟାନବନ୍ତ ବଳବନ୍ତ ହୋଇବ ହାଦେ ପଣ୍ଡିତ ଭାଗ୍ୟବନ୍ତ । ୪୯ ।
ବାବୁ ଆମ୍ଭର ବଂଶେଣ ଥିବେ ଯେତେକ ପାପୀ
ସମସ୍ତନ୍ତ ମୋକ୍ଷ କରିବ ସେ ପୁତ୍ର ଅଦ୍ୟାପି । ୫୦ ।
ତୁ ୟେ କଥାକୁ ହେଳା ନ କରରେ ବାବୁ
ବଡବୋହୂ ଅମ୍ୱିକା ତହିଂକି ୟେହିକ୍ଷଣି ଯିବୁ । ୫୧ ।
ବ୍ୟାସେ ପ୍ରତିବାଚ ମାତା ଗୋ ମୋହୋର ହୋଇଲା ସନମତ
ତୁମ୍ଭେ ଯାଇଂ ତିୟାର ଗୋ ବଧୂ ଯେ ମାନନ୍ତ । ୫୨ ।
ବ୍ୟାସଙ୍କୁ ସନମତ କରାଇ ଚଳିଲେ ସତ୍ୟବତୀ
ଅମ୍ୱିକା ଭୁବନେ ସେ ପ୍ରବେଶ ହୋଇଲେକ ଝାତି । ୫୩-୮୪୧ ।



୪୭ । ସତ୍ୟବତୀ ବୋଇଲେ ବାବୁ କିଂପାଇ ନ ରସୁ
 ସଂସାର ଲୋକଙ୍କର ପାପ ଭାରା ଧଂସୁ ।
୫୨ ।୨ ତିୟାର-ବୁଝାଅ ।
ଅମ୍ୱିକା ଓ ଅମ୍ୱାଳିକାଙ୍କୁ ସତ୍ୟବତୀଙ୍କର ଉପଦେଶ
ୟେକାନ୍ତେ ବସାଇଲେ ପଦ୍ମନାଭର ବେନି କୁମାରୀ
ପରମ ଅର୍ଥ କହି ସତ୍ୟବତୀ ଯେ ତିୟାରି । ୧ ।
କଥାୟେ ପଚାରିବୁଂ ସତ୍ୟକର ତୁମ୍ଭେ ବେନି
ସତ୍ୟ କର ତୁମ୍ଭେ ଗୋ ସୋମବଂଶର ଠାକୁରାଣୀ । ୨ ।
ଶୁଣି ଅମ୍ୱିକା ଅମ୍ୱାଳିକା କରନ୍ତି ଦଇନି
କେମନ୍ତେ କରିବୁଂ ୟେହା ହୋଇବ ଧର୍ମହାନି । ୩ ।
ମାଗୋ ତୁମ୍ଭେ ଆମ୍ଭର ଠାକୁରାଣୀ ଆମ୍ଭେ ତୁମ୍ଭର ଦାସୀ
ସ୍ୱାମୀଙ୍କର ବଚନ କାହିଂ ସେବକ ଜନ ନାସ୍ତି ଯେ ପ୍ରକାଶି । ୪ ।
ମାଗୋ ଗତ ବୁଦ୍ଧି ମାନ ହରାଇଲୁ ସମସ୍ତେହେଂ
ରାଜ୍ୟଭ୍ରଷ୍ଟ ହୋଇଲା ଚିନ୍ତା ଲାଗିଲା ସନ୍ଦେହେ । ୫ ।
କେବଣ ବାଗେ ୟେବେ ଭସ୍ମ ଯେ ଅଙ୍କୁରି
ତୁମ୍ଭେ ଯେମନ୍ତେ ଆଗ୍ୟାଂ ଦେବ ପରମ ମାହେଶ୍ୱରୀ । ୬ ।
ସତ୍ୟବତୀ ପ୍ରତିବାଚ ତୁମ୍ଭେ ଦୁହେଂ ମୋହୋର ଦେହ ଛୁଅଂ
ପାପ ବୋଲଇଂ କି ପୁଣ୍ୟ ବୋଲଇଂ ତୁମ୍ଭେ ୟେକ ମନ ହୁଅ । ୭ ।
ଅମ୍ୱିକା ବୋଇଲେ ତୁମ୍ଭେ ପରମ ମାହେଶ୍ୱରୀ
ୟେତେକାଳ ପରିଯନ୍ତେ ଆଗ୍ୟାଂରେ ବ୍ରତୁଂ ତୁମ୍ଭରି । ୮ ।
ୟେବେ ମରିବା ବେଳକୁ କିଂପା ବଞ୍ଚିବୁ ଗୁରୁବାକ୍ୟ
ବିଚାରି କହିବା ଯେଣେ ଆମ୍ଭଙ୍କୁ ହୋୟେ ଶକ୍ୟ । ୯ ।
ମାଗୋ ଭୀଷ୍ମଙ୍କ ରତହିଂ ଗଲି ତୁମ୍ଭନ୍ତ ତିଆରି
ଦାରା ହେଲେ ସଂଘରିଲା ଭୀଷ୍ମ ନିରାଧାରୀ । ୧୦ ।



୫ ଲଜ୍ଜା ମାନନ୍ତ ଛାଡି ମୋତେ କହ ମାୟେ ।
 ରାଜ୍ୟ ଭ୍ରଷ୍ଟ ହୋଇଲା ବହୁତ ସନ୍ଦେହେ । ।
୯ ୟେବେ ସରିଲା କଥା କିଂପାଇଂ ମୁଞ୍ଚାଇବା ଗୁରୁବାଣୀ
 ବିଚାରି କହିବା ଆମ୍ଭଙ୍କୁ ସତ୍ୟବାକ୍ୟ ପୁଣି ।
୧୦ ।୨ ସେ ଦାରା ସଂଘରିଲେ ସତ୍ୟବ୍ରତ କରି । ।
୮ ।୨ ବ୍ରତୁଂ-ବର୍ତ୍ତଂ
ବ୍ୟାସ ଯେ ମୋହୋର ଅଟନ୍ତି ଜ୍ୟେଷ୍ଠ ପୁତ୍ର
ତାହାର ତୁଲେ ତୁମ୍ଭେ ହୋଇବ ପ୍ରିୟମତ । ୧୧ ।
ମାଗୋ ଅମୋହ ରେତ ତାହାର ଅକ୍ଷୟେ ଯେ ବୀର୍ଯ୍ୟ
ସଇନ୍ଦୁ ଉତପତ୍ତି ହୋଇବ ଗୋ ବେନି ଯେ ଆତ୍ମଜ । ୧୨ ।
ସତ୍ୟବତୀଙ୍କ ତହୁଂ ୟେସନେକ ବାକ୍ୟ ଶୁଣି
ମୂର୍ଚ୍ଛାଗତ ହୋଇଲେ ସେ ବେନି ଯେ ବହେଣୀ । ୧୩ ।
ବେନି ଭୁଜେ କୋଳ କରି ସେ ଧଇଲେ ଦୁହିନ୍ତି
ମୁଖେ ଚୁମ୍ୱନ ଦେଇ ପ୍ରବୋଧନ୍ତି ମହାସତୀ । ୧୪ ।
ମାଗୋ ବହୁତ ଅନ୍ତର କଥା କହିଲ ନ ବିଚାରି
ଦେଢଶୁରର କେମନ୍ତେ ହୋଇବୁଂ ମନୋହାରୀ । ୧୫ ।
ନୀତିବନ୍ତ ହୋଇ ମାଗୋ ଅନୀତି କିଂପାଇଂ କହିଲ
ଜଳ ଅଗ୍ନି କି-ା ଏକ ଯେ ଯୋଗ କରାଇଲ । ୧୬ ।
ମାଗୋ ଅଗ୍ନି ଯେ ଅଟନ୍ତି ହାଦେ ଦେବ ବ୍ରହ୍ମା
ଗଙ୍ଗା ଯେ ସେ ବାମଦେବଙ୍କର ବାମା । ୧୭ ।
ୟେନ୍ୟାୟୁଂ ବ୍ରହ୍ମା ଯେ ରୁଦ୍ରଙ୍କ ତହୁଂ ଅଟନ୍ତି ଜ୍ୟେଷ୍ଠ
ଗଙ୍ଗା ଅଗ୍ନି ତ କରାଇଲେ ୟେକ ଭେଟ । ୧୮ ।
ନ ଜାଣି ଜଳ ଅଗ୍ନି ଯେ ଧରନ୍ତି ୟେକ ହସ୍ତେ
ଜ୍ୟେଷ୍ଠ ଶଶୁର ଭ୍ରାଥ ବଧୂ ୟେକ ଯୋଗ ପାପ ଯୁଗତେ । ୧୯ ।
ସେ ପାପେ ଦୂଷିତ ହୁଅନ୍ତି ଯେବଣ ଜନ
ମହାପାପ ଦୋଷ ୟେହୁ ଚିତ୍ରଗୁପତେ ସେ କରନ୍ତି ଲେଖନ । ୨୦ ।
ୟେ କଥା ବିଚାର କିଂପା ନ କର ଗୋ ଶାଶୁ
ୟେତେ ନରକ ଦୋଷରେ ଦେଖୁଂ ଦେଖୁଂ କିଙ୍କେ ପଶୁ । ୨୧ ।
ସତ୍ୟବତୀ ବୋଇଲେ ଗୋ ଉପୁଜିଲେ ସନ୍ତତି
ସେ ପୁତ୍ରେ ସକଳ ଦୋଷ କରନ୍ତି ନା ଶାନ୍ତି । ୨୨ ।



୧୧ ।୨ ତାହାର ତୁଲେ ଯେ ତୁମ୍ଭେ ହୋଇବ ସୁରତ । ।
୧୮ ।୨ ଜଳ ଜୂଇରେ ନ କରି ତେଣୁ ଭେଟ
 ଜଳ ଜୂଇ ଦୁହିନ୍ତି କରିଲେ ୟେକ ଭେଟ । ।
୧୨ ।୨ ଅମୋହ-ଅମୋଘ, ଅବ୍ୟର୍ଥ ୧୩ ।୨ ବହେଣୀ-ଭଉଣୀ ୨୧ ।୨ କିଙ୍କେ-କି-ାଇଁ
ବ୍ୟାସର ଅଂଶେ ଉପୁଜିବ ଯେବଣ ପୁତ୍ର
ପାପ କଳଙ୍କ କିଛି ନ ଥିବ ଆମ୍ଭର ଯେ ଗୋତ୍ର । ୨୩ ।
ଉଠିଣ ମହାତ୍ମାଣୀ ଧଇଲେ ବେନି ହସ୍ତ
ମାଗୋ ନାସ୍ତି ନ କରିବଟି ମୋହୋର ଶପତ । ୨୪ ।
ଅମ୍ୱିକା ଅମ୍ୱାଳିକା ବୋଇଲେ ବସ ଗୋ ତୁମ୍ଭେ ପରମଗୁରୁ
ୟେକେ ତ ଅପୁତ୍ରିକ ହୋଇଲୁଂ କଟାଳ କେତେ କରୁ । ୨୫ ।
ସତ୍ୟବତୀ ବୋଇଲେ ମାଗୋ ଶୁଣ ପୂର୍ବର କଥା
ସନ୍ତାନ ଧର୍ମ କହଇ ଶୁଣ ଗୋ ବାରତା । ୨୬ ।
ନୀଳା କମଳା ବୋଲି ବେନି ଯେ ଭୟେଣୀ
ଦାସ ରାଜାଙ୍କର ସେ ଅଟନ୍ତି ପାଟରାଣୀ । ୨୭ ।
ମା ଗୋ ଦାସ ରାଜା ରାଜ୍ୟ କଲେ ଦଶ ସହସ୍ର ବର୍ଷ ପରିଯନ୍ତେ ଚ୍ଚନ୍ଧଲଭରତ୍ତ କ୍ଷଚ୍ଛଚ୍ଚଵରବ୍ଦଷନ୍ଦସ୍ଥ ୧୦୦୦ ସ୍ଥରବତ୍ତଜ୍ଞ
ସନ୍ତାନ ନୋହିଲା ସେ ଥିଲେ ସତ୍ୟବ୍ରତେ । ୨୮ । ସଂଖ୍ୟା
ମା ଗୋ ରାଜାର ବୀର୍ଯରେ ଯହୁଂ ନୋହିଲା ସନ୍ତତି
ପର ଦାରାୟେଣୀ ସେ ହୋଇଲେ ବେନି ଯୁବତୀ । ୨୯ ।
ଯାହାର ବୀର୍ଯ୍ୟେ ସେ ଉପୁଜଇ ପୁତ୍ର
ତାହାନ୍ତ ଘେନି ଶୃଙ୍ଗାର କରାଇଲେ ଗୁପତ । ୩୦ ।
ୟେମନ୍ତେ ହେଂ ସନ୍ତାନ ନ ପାଇଲେ ବେନି ଦେବୀ
କାଳେ ନ ମାନିଲେ ସେ ମାନିତି ଗୁରୁ ଗଉରୋବି । ୩୧ । ଷଚ୍ଚମଚ୍ଛଲଟ୍ଟବନ୍ଦଷଭଷକ୍ଷଷନ୍ଦସ୍ଥ
ମଳାଶୁର ଜ୍ୟେଷ୍ଠାଶୁର ଭଗିନୀ ଜାମାତା
ୟେଣେହେଂ ରେତ ଯୋଗ କରାଇଲେ ଅପ୍ରମିତା । ୩୨ ।
ୟେମନ୍ତେଣ ରେତ ଯୋଗ କରାଇଲେ ଅନୀତି
ୟେକା ଦୁହିତାୟେ ମୁଂ ହୋଇଲି ଉତପତ୍ତି । ୩୩ ।
ମାତା ବୋଇଲେ ମୁଂ ଉପୁଜାଇଲି ଅସଦବାଟେ
ତୁ ସତ୍ୟବତୀ ଥାଅ ଗୋ ନାଉକା ଜଳ ଘାଟେ । ୩୪ ।
ଦାସ ରାଜାର ପୁତ୍ର ନାହିଂ ମୁହିଂ ୟେକଇ ଦୁହିତା
ଧର୍ମକୁ ଯେ ଆଗତ କରାଇଲେ ମୋହୋର ଯେ ପିତା । ୩୫ ।



୨୯ ।୨ ପରେଣ ପ୍ରିୟଭାବ ହେଲେ ବେନି ଯେ ଯୁବତୀ ।
୩୨ ।୨ ରତି ଯୋଗ କରାଇଲେ ଅପ୍ରମିତା ।
ମୁଂ ଦ୍ୱାଦଶ ବରଷ ହୋଇଲି ଯେତେବେଳେ
ପିତା ଥାପିଲେ ମୋତେ ଯେ ଯମୁନା ନଦୀ କୂଳେ । ୩୬ । ସଂଖ୍ୟା
ପିତାୟେ ବୋଇଲେ ଗୋ ତୁ ନାବ ବାହୁଥିବୁ
ଦୁଇ କୁଳ ଲୋକଙ୍କୁ ତୁ ପାରି କରି ଦେଉଥିବୁ । ୩୭ ।
ଧନ କଉଡି କିଛି ନ ଘେନିମୁ ଯାଚିଲେ ସବସଟ୍ଟନ୍ଧତ୍ତଷ
ସୁଖେଣ ପାରି କରି ଦେବୁ ନାବେଣ ବସିଲେ । ୩୮ ।
ପିତାର ଆଗ୍ୟାଂରେ ମୁଂ ରହିଲି ଯମୁନାର ତଟେ
ସୁଖେଣ ପାରି କରି ଦିଅଇ ମୁହିଂ ଜଳ ଘାଟେ । ୩୯ ।
ମାତାଙ୍କର ଅନୀତି ଅସଦ ପଣ ଦେଖି କରି ଷକ୍ଷକ୍ଷରଵଷନ୍ଦଷଲବନ୍ଦର ମଶଷକ୍ଷଯ
କେହି ପ୍ରଦାନ ନୋହିଲେ ମୋତେ, ପିତାହିଂ ବର ନ ବରି । ୪୦ ।
ୟେମନ୍ତେ ରାତ୍ର ଦିବସେ ନଉକାୟେ ମୋର ବସିଥାଇଂ
କଷଣ ନିମନ୍ତେ ଯେ ଆସଇ ତା ଦିଅଇ ପାରିଆଇ । ୪୧ ।
ୟେମନ୍ତେ ନାବ ମୁଂ ବାହିଲି ବେନି ସମ୍ୱଷର
ଦିନେକ ନାବରେ ଆସି ବସିଲେ ପାରେଶ୍ୱର ମୁନିବର । ୪୨ ।
ପାରେଶ୍ୱର ବୋଇଲେ ଆମ୍ଭେ ତପନିଷ୍ଠି
ଆନ କାହାକଇଂ ନ ବସାଅ ନାବ ଗୋଟି । ୪୩ ।
ମୁଂ ବୋଇଲି ୟେ ନାବେ ପଞ୍ଚାଶ ଜଣ ବସି
ୟେକା କେମନ୍ତେଣ ଭଡାୟେ ହୋଇବ ମହାଋଷି । ୪୪ । ସଂଖ୍ୟା ଚ୍ଚନ୍ଧଲଭରତ୍ତ
ପାରେଶ୍ୱର ବୋଇଲେ ଆମ୍ଭେ କିଛି ହିଂ ନୋହୁଂ ଗରୁ
ତପୋଧନ ଲୋକ ଆମ୍ଭେ ନାବେ ବସିବାକୁ ଡରୁ । ୪୫ ।
ୟେକା ୟେବେ ଆମ୍ଭନ୍ତ ନିଅ ତୁମ୍ଭେ ପାରିଆଇ
ନୋହିଲେ ନାବରୁ ଆମ୍ଭେ ଯାଉଛୁଂ ଉହ୍ଲାଇ । ୪୬ ।



୪୦ ମାତାର ଅଗତି ଅସଦ ପଣ ଆମ୍ଭର ଜାଣି
 କେହି ପ୍ରଦାନ ମୋତେ ନୋହିଲେ ନୃପମଣି ।
୪୪ ।୨ ୟେକା କେମନ୍ତେ ଭାରା ହୋଇବ ମହାଋଷି ।
୪୫ ।୨ ତପୋଧନ ବୋଇଲେ ଆମ୍ଭେ ବସିଲେ ଭୟ କରୁ ।
୪୬ ।୨ ନୋହିଲେ ସେ ଆମ୍ଭେ ପଡୁଅଛୁଂ ଡେଇଂ ।
ବସ ମହାଋଷି ବୋଲି ଲୋକନ୍ତ ବାହାର କଲି
ପାରେଶ୍ୱରଙ୍କୁ ବସାଇଂ ମୁଂ ନାବନ୍ତ ବାହିଲି । ୪୭ ।
ନଦୀରେ ନାବ ବାହି ବେଗେ ଚଳିଗଲୁଂ
ମଧ୍ୟ ନଦୀରେ ଯାଇ ପ୍ରବେଶ ହୋଇଲୁଂ । ୪୮ ।
ସ୍ତନ ଜଘନ ଅତ୍ୟନ୍ତମାନ ପୃଥୁଳ ସୁନ୍ଦର କାୟା
ନାବରେ ଦେଖି ମହାତମା ମୋତେ କଲେ ମାୟା । ୪୯ । ଜ୍ଞବଵର ଳକ୍ଷଷତ୍ତନ୍ଦଷଚ୍ଚଵ
ନ ଚଳଇ ନାବ ମୁଂ ଯେ ବାହି ବାହି ଫୁଟି
ମଧ୍ୟ ନଦୀରେଣ ହାଦେ ବୁଲଇ ମୋର ନାବ ଗୋଟି । ୫୦ ।
ଘୃମେଣ ତ୍ରିପଣ୍ଡ ହୋଇଲାନି ମୋର କାୟେ
ଦେହରୁ ପଣନ୍ତ ଗୋ ଉଡିଗଲା ବାୟେ । ୫୧ ।
ଋଷି ଆଗ ମଙ୍ଗେ ମୁହିଂ ଥାଇ ପଛ ମଙ୍ଗେ
ନୟନ ପୂରୋଇ ମୁନି ମୋର ଦେଖନ୍ତି ସ୍ତନ ଜଘେଂ । ୫୨ ।
କାମେଣ ବେଭଳ ସେ ହୋଇଲେ ତପଚାରୀ
ଆରମ୍ଭେ ବୋଲନ୍ତି ଆଲୋ ବେଗେଣ କରୁ କିନା ପାରି । ୫୩ ।
ଋଷିହେ ଦୁଇବରଷ ହେଲା ମୁଂ ବାହୁଅଛି ନାବ
କେଉଂଣିସି ଦିନେ ନାହିଂ ୟେସନେକ ଭାବ । ୫୪ । ସଂଖ୍ୟା ବଵର ୧୪, ଲଷଚ୍ଚଚ୍ଛତ୍ତ ଵଷତ୍ତକ୍ଷ ତ୍ତବଟ୍ଟରଯ
ତୁମ୍ଭର ମାୟା, ନୋହିଲେ ଗଙ୍ଗାକି ଆମ୍ଭକୁ ଲୋଭକଲା
ନଦୀରେ ଡେଇଂପଡ ତୁମ୍ଭେ ମୋହୋର କିସ ଗଲା । ୫୫ ।
ପାରେଶ୍ୱରେ ବୋଇଲେ ତୁ ନାବ ବାହି ଯେ ନ ପାରୁ
ଆମ୍ଭନ୍ତ ଅପଛ୍ୟାତି ଦେଇ କାହିଂ ନଦୀରେ ପକାଇଂ ଲୋଡି ମାରୁ । ୫୬ ।
ଗଙ୍ଗା ଯେବେ କଷଣ କଲାଟି ମହାଋଷି
ମୁହିଂ ୟେ ନଦୀ ଭିତରେ ପଡୁଅଛି ଝାସି । ୫୭ ।
ଭୋ ଜାହ୍ନବି ଗୋ କର ମୋତେ ଭୋଗ୍ୟ
ରାଜକୁମାରୀ ମୁଂ ୟେଥକୁ ନୋହିଲିଟି ଯୋଗ୍ୟ । ୫୮ ।



୪୭ ।୧ ତାଙ୍କର ବୋଲେ ମୁଂ ଲୋକନ୍ତ ବାହାର କଲି ।
୫୭ ।୧ ଗଙ୍ଗା ଯେବେ ଲୋଭ କଲାଟି ମହାଋଷି ।
୪୭ ।୨ ପାରେଶ୍ୱର-ପରାଶର
୫୧ ।୧ ଘୃମେଣ-ଝାଳରେ ୫୩ ।୧ ବେଭଳ-ବିହ୍ୱଳ
୫୬ ।୨ ଅପଛ୍ୟାତି-ଅପଖ୍ୟାତି
ୟେତେ ବୋଲି ଜଳେ ପଡନ୍ତେଣ ଝାସି
କୋଳ କରି ମୋତେ ଧଇଲେ ପାରେଶ୍ୱର ମହଋଷି । ୫୯ ।
କୋଳେ ଧରିଣ ମୁନି ଜାନୁରେ ବସାଇଲେ
ମଦନ ଆରତେ ମୁନି ମୁଖେ ଚୁମ୍ୱ ଦେଲେ । ୬୦ ।
କାମ ଅସାଷ୍ଟମେ ମୁନି ରମଣ କଲେ ବାଞ୍ଛା
ବଦନ୍ତି ମହାଋଷି ଆମ୍ଭର ତୋତେ ଇଛା । ୬୧ ।
ଆପଣେ ବଧୂଙ୍କ ଅଗ୍ରତେ କହନ୍ତି ସତ୍ୟବତୀ ଏଷଚ୍ଚଯଷ ଆପଣେ ଶରତ୍ତର ଚ୍ଚଚ୍ଛନ୍ଦ ୨ଚ୍ଚଯ ଟ୍ଟରତ୍ତଜ୍ଞଚ୍ଛଚ୍ଚ,
ଆମ୍ଭର ଚରିତମାନ ମାଗୋ ଶୁଣ ୟେସନେକ ରୀତି । ୬୨ ।
ପାରେଶ୍ୱର ବୋଇଲେ ମାୟା କଲୁ ତୁକୁ
ତୁ ଗୋ ସତ୍ୟବତୀ ୟେବେ ରମଣ ଦିଅ ମୁକୁ । ୬୩ ।
ମୁହିଂ ବୋଇଲି ମୁନି ହେ ଛାଡ ଛାଡ ମୁକୁ
ଲଜ୍ଜା କିଂ କେ ନ ପାଇଲ ମୋତେ ଶୃଙ୍ଗାର ମାଗିବାକୁ । ୬୪ ।
ମୁହିଂ ବାଳସ୍ତିରୀ ପୁଣ ଅବିଭାଇତ ଅରଜବତୀ ଲଷଚ୍ଚଚ୍ଛତ୍ତ ଚ୍ଚଚ୍ଛ ଲରଚ୍ଚଜ୍ଞନ୍ଦତ୍ତନ୍ଧବନ୍ଦଷଚ୍ଛଚ୍ଚ, ନ୍ଧଚ୍ଚଲବତ୍ତତ୍ତଷରଯ
ଆମିଷେ ବଢିଲୁ ଆମ୍ଭେ ଅଟୁ କଇବ୍ରତୀ । ୬୫ ।
ପରସ୍ତିରୀ ବ୍ରହ୍ମସ୍ତିରୀ ଆବର ଗୁରୁଙ୍କ ପତନୀ
ହରିଲେ କେବଣ ଦୋଷ କହ ଆହେ ମହାମୁନି । ୬୬ ।
ଅଗ୍ୟାନ ଲୋକମାନଙ୍କୁ ମୁନି ହେ ତୁମ୍ଭେ ଗ୍ୟାନଦାତା
ତୁମ୍ଭର ଅନୀତି ଆଚାର ଲୋଭ ଅପ୍ରମିତା । ୬୭ ।
ଅଗ୍ୟାନୀ ପ୍ରାଣୀଙ୍କିତ କିଛି ଦୋଷ ନାହିଂ
ପଣ୍ଡିତ ହୋଇ ପାପ କଲେ ତାଙ୍କୁ ମୁକତି ଅଛି କାହିଂ । ୬୮ ।
ଗଣ୍ଡୁଷ କର ବୋଲି ମୁନି ମନ୍ତ୍ରିଣ ଦେଲେ ଚଳୁ ଜ୍ଞବଵର ଜ୍ଞତ୍ତଷଚ୍ଚଵବତ୍ତ, ଷଚ୍ଚଯନ୍ଧମଷଚ୍ଚଵ ଲରଚ୍ଚଜ୍ଞନ୍ଦତ୍ତନ୍ଧବନ୍ଦଷଚ୍ଛଚ୍ଚ
ହୋଇବୁ ତୁ ରଜବତୀ ଭବରସ ତୋହୋର ଯେ ଗଳୁ । ୬୯ ।
କମଣ୍ଡଳୁ ଜଳ ଘେନି ମୁନି କରାଇଲେ ସ୍ନାହାନ
କସ୍ତୂରୀ ଗନ୍ଧ ଆମୋଦଇ ୟେକଇ ଯୋଜନ । ୭୦ ।
ଗନ୍ଧ ସମୀର ବହିଲା ୟେକ ଯୁଣ ପରିଯନ୍ତେ
ପାରେଶ୍ୱର ଯୋଜନଗନ୍ଧା ନାମ ଦେଲେଟି ଯେ ମୋତେ । ୭୧ ।



୬୭ ।୨ ତୁମ୍ଭର ଅଣ ଆଚାର ଅତିହି ଅପ୍ରମିତା ।
୬୬ ।୬ ପତନୀ-ପତ୍ନୀ
ଯେବଣ ଜଳେ ତୁହି ଋତୁ ସ୍ନାହନ କରୁଥିବୁ
କର୍ପୂର ଚନ୍ଦନ ଗନ୍ଧ ଘେନି ଯୋଜନେ ବହିବୁ । ୭୨ ।
ଆଲୋ ବ୍ରହ୍ମଋଷି ଆମ୍ଭେ ତୋତେ କଲୁ ଶ୍ରଦ୍ଧା
ଆଜହୁଂ ନାମ ତୋର ହୋଉ ଯୋଜନ ଯେ ଗନ୍ଧା । ୭୩ ।
ସତ୍ୟବତୀ ବୋଇଲେ ତୁମ୍ଭେ ଶୁଣ ପାରେଶ୍ୱର
ଆକାଶେଣ ଉଦିତ ହାଦେ ଦେଖ କରତାର । ୭୪ ।
ଦିବସେ ଶୃଙ୍ଗାର କରନ୍ତେ ବଡ ଦୋଷ ମଚ୍ଛଶବଭଷନ୍ଦବନ୍ଦଷଚ୍ଛଚ୍ଚ ଯବସ୍ଥକ୍ଷଷଵଶନ୍ଦ
ଶିରଚ୍ଛେଦ ଦୋଷ ଶାପ ଦିଅଇଟି ଜନ୍ତୁନାଶ । ୭୫ ।
ପାରେଶ୍ୱର ବୋଇଲେ ନ ଦେଖୁ କରତାର
ଧୋତି ଅନ୍ତରୀକ୍ଷେ ରୁହାଇଲେ ନ ଦିଶିଲେ କରତାର । ୭୬ ।ମକ୍ଷଚ୍ଛନ୍ଦଶରଜ୍ଞ ମଚ୍ଛବ୍ଦରତ୍ତରଯ ଳଚ୍ଛତ୍ତ ଜ୍ଞରମତ୍ତରମସ୍ଥ
ଦିବସ ଶୃଙ୍ଗାରେ ଯେ ବନିତା ରହିଲା
ମେଷମାସ ଶୁକ୍ଲ ପକ୍ଷ ତିଥି ତୃତୀୟା ହୋଇଥିଲା । ୭୭ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ଦିବସେ ଶୃଙ୍ଗାର କଲେ ଆୟୁଷ ହୋଇ କ୍ଷୟେ
ସନ୍ତାନ ଉତପତ୍ତି ହୋଇଲେ ଦୁଷ୍ଟ ହୋଅଇ ତନୟେ । ୭୮ । ଚ୍ଚଷଵଶନ୍ଦ ମଚ୍ଛଶବଭଷନ୍ଦବନ୍ଦଷଚ୍ଛଚ୍ଚ ଜ୍ଞନ୍ଧଟ୍ଟରତ୍ତଜ୍ଞନ୍ଦଷନ୍ଦଷଚ୍ଛଚ୍ଚ
ଦୁହିତା ହୋଇଲେ ସେ ହୋଅଇ ମହାରୋଗୀ
ହତବୀର୍ଯ୍ୟ ହତ ଆଷ୍ୟ ହୋଇ ନାଶ ଯାଇ ବେଗି । ୭୯ ।
ଦିବସ ଶୃଙ୍ଗାର ମୁନି ହୋୟେ ୟେସନେକ ଅବସ୍ତା
ତୁମ୍ଭେ ବ୍ରହ୍ମଋଷି ତୁମ୍ଭ ତହୁଂ ନିକି ମୁହିଂ ଗ୍ୟାଂତା । ୮୦ ।
ଲୋକେ ପୂରି ଅଛନ୍ତି ଯେ ବେନି କୂଳାଣ୍ଟରେ
ରାଜକୁମାରୀ ହୋଇ କେସନେ ପଶିବି ଅବାଟରେ । ୮୧ ।
ତତକ୍ଷଣେ ମାୟା ଯେ କଲେକ ବ୍ରହ୍ମଚାରୀ
ବଇଶାଖ ମାସେ ଯେ ଆଚ୍ଛାଦିଲା କୁହୁଡି । ୮୨ ।
ଋଷିଙ୍କର ମନ୍ତ୍ରବଳେ ନାବ ରହିଲା ମଧ୍ୟନଦୀ
ବେନି କୂଳାଣ୍ଟେ ନ ଲାଗଇ ଋଷି ଅଟେ ମନ୍ତ୍ରବାଦୀ । ୮୩ ।



୭୭ ।୧ ଦିବସେ ଶୃଙ୍ଗାର ଯେ ସହିଲା ବନିତା ।
୭୮ ।୨ ସନ୍ତାନ ଉତପତ୍ତି ହୋଇଲେ କୁଷ୍ଠବ୍ୟାଧି ହୋୟେ
୮୧ ।୧ କୂଳାଣ୍ଟରେ-କୂଳାନ୍ତରେ, କୂଳ ବାହାରେ
ମୁନି ହେ ଧର୍ମ ନାଉକାୟେ ଅଗାଦ ଜଳ ଭିତରେ
ପାପକୁ ଭୟେ କେମନ୍ତେ ନ କର ପାରେଶ୍ୱରେ । ୮୪ ।
କାମଦେବ ବୋଲି ଯେବଣ ମହାତମା
ମେଣ୍ଟି ନୁଆରି କୋପେ ଶାପ ଦେଲେ ବ୍ରହ୍ମା । ୮୫ ।
ଧର୍ମ ଛାଡି କନ୍ୟାକୁ କୋଳେ ଧଇଲେ ବ୍ରହ୍ମଋଷି
ଯୋଜନଗନ୍ଧାର ତୁଲେ ଶୃଙ୍ଗାର ରସେ ପଶି । ୮୬ ।
ବିଶେଷେ ମହାତମା ରତି ଶାସ୍ତ୍ରେ ଜିତା
ଅନେକ ରସେ ଶୃଙ୍ଗାର ସହିଲା ବନିତା । ୮୭ ।
ମେଷମାସ ଶୁକଳ ପକ୍ଷ ତିଥି ଯେ ତୃତୀୟା
ସେ ଦିନ ଋଷିଙ୍କର ଶୃଙ୍ଗାର ସତଶ୍ରିୟା । ୮୮ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ତୈତିଳ କରଣ ଭୃଗୁବାର ଶୁଭଯୋଗ
ମେଷ ସଂକରାନ୍ତିର ଯେ ସାତ ଦିନ ଭୋଗ । ୮୯ ।
ନବମ ଘରେ ଚନ୍ଦ୍ର ବୃହସ୍ପତି ୟେକାଦଶେ
ବାମେ ଯୋଗିନୀ ଅମୃତବେଳା କାଳବଶେ । ୯୦ ।
ମାହେନ୍ଦ୍ର ଯୋଗେ ଉତପତ୍ତି ହୋଇଲାକ ବଲା
ଅତି ସୁନ୍ଦର ସେ କୃଷ୍ଣ ବର୍ଣ୍ଣ କଳା । ୯୧ ।
ସଇନ୍ଦୁ ନନ୍ଦନ ଯେ ହୋଇଲା ଉତପତ୍ତି
ଦେଖିଣ ପରମ ସାନନ୍ଦ ହୋଇଲେ ସତ୍ୟବତୀ । ୯୨ ।
ପୁତ୍ରକଇଂ କୋଳ କଲେ ପାରେଶ୍ୱର ମହାଋଷି
ମାହେନ୍ଦ୍ର ଯୋଗେଣ ହୋଇଲା ରୋହିଣୀ ବୃଷରାଶି । ୯୩ । ଭଷତ୍ତନ୍ଦଶ ଚ୍ଛଳ ଟସ୍ଥବଜ୍ଞ ଜ୍ଞବଲର ଯବସ୍ଥ
ପୁତ୍ରକଇଂ କୋଳେ ଧଇଲେ ପାରେଶ୍ୱର
ବ୍ୟାଲ୍ଲୋଳ ରୂପ ଦେଖି ନାମ ଦେଲେ ବ୍ୟାସ ମୁନିବର । ୯୪ ।
ପୁତ୍ରକଇଂ କୋଳେ ଧରିଅଛନ୍ତି ମହାମୁନି
ରୋଦନ ସରୂପେ ପୁତ୍ର ଶବଦ କରଇ ବେଦଧୁନି । ୯୫ ।
ଦେଖିଣ ମହାତମାର ନ ଫୁରଇ କିଛି
ମହାବ୍ରହ୍ମ ଭେଦିଲା ସେ ଅଜପାଲୟେ ବଚ୍ଛି । ୯୬ ।



୯୪ ବ୍ୟାଲୋଳ-ବିଶୃଙ୍ଖଳ, ବିଷମ, ଅଙ୍ଗପ୍ରତ୍ୟଙ୍ଗ ଅସମାନ ।
୯୬ ।୧ ବଚ୍ଛି-ବଷ
ମହାଗ୍ୟାନୀ ପୁତ୍ର ଦେଖି ଗଙ୍ଗା ଲୋଭ କଲା
ଭଡ ଭଡ କରି ଗଙ୍ଗା ନାବ ବୁଡାଇଲା । ୯୭ ।
ବୁଡନ୍ତେଣ ନାଉକା ଭାସିଲେ ବ୍ରହ୍ମଯତି
ନଦୀ ଭିତରକୁ ପୁତ୍ର ପକାଇଲେ ଝାତି । ୯୮ ।
ଆଗୋ ଅଗାଦ ଜଳରେ ପଡିଲା ବାଳ ଶିଷି
ଅନାଦି ତୋୟା ସମ୍ଭାଳିଲେ ମୁନି ବେଦବ୍ୟାସି । ୯୯ ।
ଗଙ୍ଗାକୁ ଲାଗିଲା ମହାତେଜ ଜାଳା
ତ୍ରାସେଣ ଛାଡିଲା ସେ ଅନାଦି ଚଞ୍ଚଳା । ୧୦୦ ।
ଅଗାଦ ଗଭୀରେ ପଡିଲା ବାଳ ଶିଷି
ଅନନ୍ତ କୋଟି ବ୍ରହ୍ମାଣ୍ଡ ଭେଦି ପାତାଳ ବୈକୁଣ୍ଠେ ଯାଇ ବସି । ୧୦୧ ।
ମହାବ୍ରହ୍ମ ଭେଦିଲା ସେ ବାଳୁତ ତନୟେ
ଅଣାକାର ବିଷ୍ଣୁ ଦେଖିଲା ସେ ଅନନ୍ତ ଯୋଗଲୟେ । ୧୦୨ ।
ଦେଖିଣ କୋଳେ ଧଇଲେ ସ୍ୱାମୀ ଯେ ପୁରୁଷ ଅଣାକାର
ସାନନ୍ଦେଣ ଗୋପ୍ୟ କଲେ ସେ ଉଦର ଭିତର । ୧୦୩ ।
ଶୂନ୍ୟ ପୁରୁଷର ସେ ଦେଖିଲା ବର୍ଣ୍ଣଚିହ୍ନ
କୋଟି କୋଟି ଅବତାର ସେ ହୋଇଲେ ପ୍ରସନ୍ନ । ୧୦୪ ।
ସମସ୍ତ କୁତୋହଳେ ଦେଖିଲା ଅନାଦି
ଶୂନ୍ୟ ପୁରୁଷ ଗର୍ଭେ ପଶିଲା ମହାବ୍ରହ୍ମ ସାଧି । ୧୦୫ ।
ଶୂନ୍ୟକୁ ଶୂନ୍ୟ ସେ କଲାକ ଲେଖନ
ଅକାଳେ ଭିଆଇଲେ ଭୁତ ଭବିଷ୍ୟ ବର୍ତ୍ତମାନ । ୧୦୬ ।
ବାଞ୍ଛିଣ ବ୍ରହ୍ମା ଯେ କହିଲେ ଅନୁବ୍ରତେ
ଆଗ୍ୟାଂ ହୋଇଲା ୟେହା ତୁ ବିସ୍ତାର କର ଜଗତେ । ୧୦୭ ।
ଅଘଟଣ ଅକାରଣ ଅଲୟ ଭୁବନ
ୟେଥକୁ ଶୁଣନ୍ତା ନାହିଂ ତୋହୋ ଅର୍ଥମାନ । ୧୦୮ ।



୧୦୮ ।୧ ଅଲଂଘ୍ୟ ଅଣାକାର ଅଲୟ ଭୁବନେ
୧୦୮ ।୨ ୟେଣେ ଶୁଣନ୍ତା ନାହିଂ ତୋହୋର ଅର୍ଥମାନେ । ।
୯୯ ।୨ ତୋୟା-ନଦୀ
ଶୁଣ ଗୋ ବଧୂମାନେ ବୋଲନ୍ତି ସତ୍ୟବତୀ
ୟେତେ ବାଗେ ହାଦେ ସନ୍ତତି ଉତପତ୍ତି । ୧୦୯ ।
ଆଗୋ ବାରତା ପାଇଣ ଅଇଲା ଦାସରାୟେ
ପାରେଶ୍ୱରଙ୍କୁ ଆଣିଣ ମୋତେ ପ୍ରଦାନ ଯେ କୟେ । ୧୧୦ ।
ଆମ୍ଭ ଆଦି ଜନ୍ମ ଗୋ ଅଟଇ କଇବ୍ରତୀ
ବ୍ୟାସ ବଞ୍ଚାଇଲା ହାଦେ ଅଜାତି ଅଗତି । ୧୧୧ ।
ମହାବ୍ରହ୍ମ ଘେନିଣ ସମସ୍ତ ୟେକତ୍ୱ କଲା
ସେ ବେଦବ୍ୟାସ ଅନେକ ପୁରୁଷ ଉଦ୍ଧରିଲା । ୧୧୨ ।
ମା ଗୋ ବ୍ୟାସଙ୍କର ବୀର୍ଯ୍ୟେ ଉପୁଜିବ ଯେବଣ ପୁତ୍ର
ବଳବନ୍ତ ଧାର୍ମିକ ହୋଇବ ବୀର୍ଯ୍ୟବନ୍ତ । ୧୧୩ ।
ତୁମ୍ଭେ ଆନ କିଛି ନ ଧର ଗୋ ମନେ
ପରମ ଗତି ଲଭ ଗୋ ବ୍ୟାସର ପରସନ୍ନେ । ୧୧୪ ।
ଅମ୍ୱିକା ବୋଇଲେ ଗୋ ଶୁଣ ସତ୍ୟବତୀ
ସ୍ତିରୀ ଜନ୍ମ ପୋଡୁ ପୋଡୁ ଆମ୍ଭେ ଗୋ ଅଟୁ ମନ୍ଦ ଜାତି । ୧୧୫ ।
ସଦାୟେଣ ଅଶଉଚ ଅନୀତି ଅକ୍ରିୟା
ସମସ୍ତ ବିଧଂସିଲୁ ନାମ ସତଶ୍ରିୟା । ୧୧୬ ।
ମଦିରା ଖାଇ ଯେହ୍ନେ ହୁଅଇ ହେଠମାଥ ଅସମ୍ଭାଳି
ପୁରୁଷ ସୁନ୍ଦର ଦେଖିଲେ ଆମ୍ଭେ ହୋଉ ମତ୍ତଭୋଳୀ । ୧୧୭ ।
ତେଣୁ ଟି ପ୍ରମଦା ନାମ ଯେ ଅଟଇ ଆମ୍ଭର
ଅନୁବ୍ରତେ ଇଚ୍ଛା କରୁଂ ପୁରୁଷ ସୁନ୍ଦର । ୧୧୮ ।
ଆମ୍ଭେ ଅବା ବାଞ୍ଛା କଲୁ ଅନିର୍ଯାପି
ସେ କି-ା ଲଘିଂବେ ବ୍ୟାସ ପଣ୍ଡିତ ମହାତପୀ । ୧୧୯ ।
ସତ୍ୟବତୀ ବୋଇଲେ ଗୋ ତୁମ୍ଭର ଇଚ୍ଛା କଲେ
ୟେହିକ୍ଷଣି ଅଣାଇବି ତୁମ୍ଭର ବୋଇଲେ । ୧୨୦ ।



୧୧୩ ।୨ ବଳବନ୍ତ ଧାର୍ମିକ ହୋଇବ ଭିଗଂ୍ୟବନ୍ତ ।
୧୧୬ ।୨ ସମସ୍ତ ସ୍ତିରୀମାନେ ନୁହନ୍ତି ସତଶ୍ରିୟା ।
୧୧୯ ।୧ ଆମ୍ଭେ ଅବା ଆନଙ୍କୁ ବାଛିଲୁ ଅଦ୍ୟାପି ।
୧୧୦ ।୨ କୟେ - କଲେ ୧୧୯ ।୧ ଅନିର୍ଯାପି-ଅତ୍ୟଧିକ ।
ବଦୟନ୍ତି ବଧୂମାନେ ୟେଥି ଯେତେ ପାତକ ହୋଇ
ସେ ପାତକରେ କାରେଣୀ କେ ହୋଇବ ଗୋସାଇଂ । ୧୨୧ ।
ସତ୍ୟବତୀ ବୋଇଲେ ମୁଂ ଯେ ଭେଟାଉଛି ତୁମ୍ଭଙ୍କୁ
ୟେ ପାପ ମାନ ଗୋ ଲାଗିବଇଂ ମୁକୁ । ୧୨୨ ।
ଯଦ୍ୟପି ବଧୂମାନେ ପଶନ୍ତି ଅନ୍ୟ ବାଟେ
ଗୁରୁ ପତ୍ନୀମାନେ ତାହା ରଖନ୍ତି ଆକଟେ । ୧୨୩ ।
ତୁମ୍ଭେ ଯେବେ ମା ଗୋ ଭିଆଇଲ ୟେମନ୍ତ
ତୁମ୍ଭର ବଚନେ ଆମ୍ଭେ କଲୁ ସନମତ । ୧୨୪-୯୬୫ ।



୧୨୪ ମୁହିଂ ଯେବେ ଯତ୍ନେ ଭିଆଇଲି ୟେମନ୍ତ
 ବଂଶରକ୍ଷା ନିମନ୍ତେ ତୁମ୍ଭେ ଗୋ କର ସନମତ । ।


ସତ୍ୟବତୀଙ୍କ ଦ୍ୱାରା ବ୍ୟାସଙ୍କ ଆଗମନ ଓ ଅମ୍ୱାଳିକା ଗର୍ଭରୁ ପାଣ୍ଡୁଙ୍କ ଜନ୍ମ
ପୁଣି ବ୍ୟାସକଇଂ ସୁମରିଲେ ଦେବୀ ଧ୍ୟାନେ
ମାତାଙ୍କର ପାଶେ ପ୍ରବେଶ ହୋଇଲେ ମହାମୁନ୍ୟେ । ୧ ।
ପୁତ୍ର ଗୋଟିକି କୋଳେ ଧରି ଦାସ ରାଜାର କୁମାରୀ
ବ୍ୟାସଙ୍କର କୋଳେ ନେଇ ଦେଲେକ ଯୋଜନଗନ୍ଧା ନାରୀ । ୨ ।
ବାବୁ ୟେତେ କଷ୍ଟେ ଉପୁଜାଇଲୁ ସନ୍ତତି
ନୟନ ଭ୍ରଷ୍ଟ ହୋଇଲା ସେ ରାଜ୍ୟକୁ ଅଗତି । ୩ ।
ବାବୁ ଶରୀରକୁ ସାର ହାଦେ ଅଟଇ ବେନି ଚଛୁ
ସେ ନୟନ ଭ୍ରଷ୍ଟ ହୋଇଲା ତାକୁ ମନରେ କିସ ବାଞ୍ଛୁ । ୪ ।
ୟେଡେକ ପାତେକ ତୁ ଯେ କଲୁ ବ୍ରହ୍ମଋଷି
ଅନ୍ଧେଣ ସେ ଯେ ବଂଶ ତ ହୋଇଲା ଉଦାସୀ । ୫ ।
କ୍ରୋଧ କରିଣ ସତ୍ୟବତୀ କହନ୍ତି ବ୍ୟାସଙ୍କୁ
ପୁଣ ୟେବେ ବିଜେ କର ବାବୁ ଅମ୍ୱାଳିକା ପୁରକୁ । ୬ । ତ୍ତରଟ୍ଟରବନ୍ଦ ମତ୍ତଷଲର, ଜ୍ଞଷଚ୍ଚ
ତାହାର ତୁଲେ ପୁତ୍ର ତୁ ବଢାଅ ପୀରତି
ପୁତ୍ର ଜାତ ହୋଉ ବାବୁ ରାଜ୍ୟଧର ମୂରତି । ୭ ।
ଶୁଣିଣ ବିଷାଦ ହୋଇଲେ ତପୀ ଭଗବନ୍ତ
କେତେ କରାଉ ମା ଗୋ ଅଲୋକିତ ପାତକନ୍ତ । ୮ ।
ସତ୍ୟବତୀ ବୋଇଲେ ବାବୁ ଯେବେ ସେ ହରିଲୁ
ଆବର ପାତକକୁ ବାବୁରେ କିଂପେ ଭୟେ କଲୁ । ୯ । ତ୍ତରଟ୍ଟରବନ୍ଦ ମତ୍ତଷଲର, ଜ୍ଞଷଚ୍ଚ
ବାବୁ ମୋହୋର ଶପତ ତୋତେ ନ ଧର ମନେ ଆନ
ପାତକ ଦୂର କରି ଉପୁଜାଅ ସନ୍ତାନ । ୧୦ ।
ବ୍ୟାସକୁ ସନମତ କରାଇଲେ ଯୋଗେଶ୍ୱରୀ
ପ୍ରବେଶ ହୋଇଲେ ଦେବୀ ଅମ୍ୱାଳିକା ପୁରୀ । ୧୧ ।
ତିଆରନ୍ତି ସତ୍ୟବତୀ ଅମ୍ୱାଳିକାର ସମେତେ
ଅନେକ ଭଗତି ଅମ୍ୱାଳିକା ହୋଇଲା ପ୍ରଣପତ୍ୟେ । ୧୨ ।
ସତ୍ୟବତୀ ବୋଇଲେ ମା ଗୋ ଶୁଣ ଅମ୍ୱାଳିକା
ତୁ ମୋହୋର କୁଣମଣ୍ଡଣୀ ଅଟୁ ଗୋ ୟେକା । ୧୩ ।
ଅମ୍ୱିକାର ହୋଇଲା ପୁତ୍ର ଯେ ଗୋଟିୟେ
ତୁ କିଂପେ ତୁଷ୍ଟ ହୋଇଲୁ ନ କଲୁ ଉପାୟେ । ୧୪ ।
ଯେମନ୍ତେ ପୁତ୍ର ଗୋଟିୟେ ହୁଅଇ ତୋର ଜାତ
ତହିଂକି ଉପାୟ ବୁଦ୍ଧି କରସି ଗୋ ମାତ । ୧୫ ।
ଅମ୍ୱାଳିକା ବୋଇଲା ଗୋ ଛାଡିବା କେହ୍ନେ ଧର୍ମ
ନୋହଇ କିନା ପୁତ୍ର ଲିଖିତ ଯେହ୍ନେ ମୋର କର୍ମ । ୧୬ ।
ସତ୍ୟବତୀ ବୋଇଲେ ବୁଦ୍ଧି ଉପାୟେ ଗୋ ଥିଲେ
ବଂଶ ରକ୍ଷା କର ଗୋ ଯେ ଯାହାର ବୁଦ୍ଧିବଳେ । ୧୭ ।



୪ ।୧ ଚଛୁଙ୍ଗଚକ୍ଷୁ
୭ ।୨ ପୁତ୍ର ଜନ୍ମ ହୋଉ ବାବୁ ରାଜ୍ୟକୁ ଆଧିପତି ।
୮ ।୧ ଶୁଣିଣ ବିମର୍ଶିତ (ବିଧୁରିତ) ହୋଇଲେ ତପୀ ଭଗବନ୍ତ ।
୧୨ ।୧ ତିଆରନ୍ତି ସତ୍ୟବତୀ ଅନେକହି ମତେ
୬ ।୧ କ୍ରୋଧକରିଣ-କାନ୍ଦିକରି
ଦୁଇ ଭୟେଣୀ ଯେବେ ଥାଆନ୍ତ ସେହି ମତେ
ତାହାର ସଂପଦ ତୁ ମୂର୍ଚ୍ଛିବୁ କେମନ୍ତେ । ୧୮ ।
ୟେବେ ବ୍ୟାସ ଆସିବେଟି ତୋହୋର ଭୁବନକୁ
ଭାବେଣ ଭଗତି ତୁ ହୋଇବୁ ତାହାକୁ । ୧୯ ।
ୟେକ ମନେ ୟେକ ଯୋଗେ ବଢାଅ ପୀରତି
ରାଜ୍ୟଧର କୁମରେକ ହୋଉ ଉତପତ୍ତି । ୨୦ ।
ଶୃଙ୍ଗାର କାଳେ ଅମ୍ୱିକା ଅସାଷ୍ଟମ ହୋଇଲା
ନୟନ ବୁଜିଲାକୁ ପୁତ୍ର ଅନ୍ଧ ଯେ ହୋଇଲା । ୨୧ ।
ବ୍ୟାସକଇଂ ଆନନ୍ଦେଣ ଦିଅସି ଶୃଙ୍ଗାର
ତୋହୋର ପୁତ୍ର ଗୋଟି ଗୋ ହୋଉ ରାଜ୍ୟଧର । ୨୨ ।
ୟେହା ଶୁଣି ବିଷାଦ ଛାଡିଲା ମାନବତୀ
ଅମ୍ୱାଳିକାକୁ ବେଶନ କରାଇଲେ ସତ୍ୟବତୀ । ୨୩ ।
ବ୍ୟାସନ୍ତ ଘେନି ପ୍ରବେଶ ହୋଇଲେ ଅନ୍ତେଶ୍ୱର ପୁରେ
ବିଜେ କରାଇଲେ ନେଇ ଚନ୍ଦ୍ରଶାଳା ମନ୍ଦିରେ । ୨୪ ।
ଅନେକ ବେଶ ବେଶନ କରାଇଲେ ଅମ୍ୱାଳିକା
ବ୍ୟାସକଇ ଭେଟ କରାଇଲେ ଶଉନିକା । ୨୫ ।
ପାରେଶ୍ୱର ନନ୍ଦନ ହୋଇଲେ ଆନ ବେଶ
ପାଣ୍ଡୁର ବର୍ଣ୍ଣ ମୁନିଙ୍କର ଶରୀର ପରକାଶ । ୨୬ । ଭକ୍ଷବମହ ଟସ୍ଥବଜ୍ଞ ଭରମଚ୍ଛଲରଜ୍ଞ ଦ୍ଧଶଷନ୍ଦର ବଜ୍ଞଶ
ଚନ୍ଦନ ଅଗର ଚଉସମ କର୍ପୂର କସ୍ତୁରୀ
ନାନା ସୁଗନ୍ଧ ଯେ ଶରୀରେ ଲେପନ କରି । ୨୭ ।
ଅନେକ ଆଭରଣ ଅଳଙ୍କାର କାୟେ
ଋଷି ରୂପ ଛାଡି ଦିଶିଲେ ରାଜ୍ୟଧର ପ୍ରାୟେ । ୨୮ ।



୨୦ ।୧ ତାହାମେଳେ ୟେକ ଯୋଗେ ବଢାଅ ପୀରତି ।
୨୦ ।୨ ରାଜ୍ୟେଶ୍ୱର କୁମରେକ ହୋଉ ଉତପତ୍ତି । ।
୨୬ ।୧ ପରାଶର ନନ୍ଦନ ହୋଇଲେ ଦିବ୍ୟ ବେଶ
୨୫ ।୨ ଶଉନିକା-ଶଉନିକୀ (ଓଡିୟାରେ ଶଉନିକା) କଂସେଇ, ଶିକାରୀ, ଶବର ଏଠାରେ ମଷ୍ୟଜୀବୀର କନ୍ୟା
ହେତୁ ।
ଜଗବନ୍ଦନ ପୁରୁଷ ଅଟଇ ମହାବ୍ରହ୍ମ
ଅନଙ୍ଗ ସୁନ୍ଦର ସେ ପୁରୁଷଙ୍କ ଉତ୍ତମ । ୨୯ ।
ଦୀକ୍ଷା ଗୁରୁ ଗ୍ୟାନ ଗୁରୁ ଶିକ୍ଷାଗୁରୁ ମହାଭିଗଂ୍ୟ
ପରମ ଗୁରୁ ସାଧକ ପୁରୁଷ ଅନାଦି ସର୍ବଗଂ୍ୟ । ୩୦ ।
ଦ୍ୱୈପାୟନ ନାରାୟଣ ଯେ ପ୍ରଳୟ କାଳବଞ୍ଚା
ଷାଠିୟେ ଲକ୍ଷ ମହାଭାରତ ଯେହୁ କଲେ ସଞ୍ଚା । ୩୧ ।
ମଦନ ଭାବିନୀ ସେ ଅଟଇ ଅମ୍ୱାଳିକା
ପରମ ଯୋଗେଶ୍ୱରୀ ସେ କାମରସ ଶିଖା । ୩୨ ।
ମଦନ ମନ ପବନ ତିନିହିଁ ନିରୋଧୀ
ଘୋଟିଲା ମୟାଣ ଭେଟିଲା କାମ ଯୋଧୀ । ୩୩ ।
ରତି ଖେଦ ଘେନିଣ ବିଜୟେ ମୁନି ୟେକେ
ଅମ୍ୱାଳିକା ପ୍ରିୟଭାବ କଲା ଯେ ପଲଙ୍କେ । ୩୪ ।
ଧର୍ମ ଧର୍ମ ସୁମରନ୍ତି ଦାସ ରାଜାର କୁମାରୀ
ଭୋ ଧର୍ମ ପୁରୁଷ ସୋମବଂଶ ହୋଉ ଯେ ଉଦ୍ଧାରି । ୩୫ ।
ମଦନ ଶରଘାୟେ ଭେଟିଲେ ମହାଋଷି
ଅମ୍ୱାଳିକାକୁ କୋଳ କରି ଧଇଲେ ଆକ୍ରେଷି । ୩୬ ।
ଧର୍ମ ଧର୍ମ ସୁମରନ୍ତି ଯେ ପଦ୍ମନାଭର ବାଳୀ
ଭୁଜେ ଭୁଜେ ଭିଡି ମହାତମା ବିନୟେ ହିଆଳି । ୩୭ ।
ହୃଦୟରେ ହୃଦ ଭିଡି ମୁଖରେ ଚୁମ୍ୱନ
କାମର ଆତୁରେଣ ମୁନି ହୋଇଲେ ବିବସନ । ୩୮ ।
ବିବସନ କରିଣ କୋଳେ ଧଇଲେ ମହାମୁନ୍ୟେ
ହାସ୍ୟ ଲାସ୍ୟ ପ୍ରେମ କୁତୋହଳେ ଅଧର ପାନେ । ୩୯ ।
ଚନ୍ଦ୍ରକଳା ଭେଦିଲା ସେ ରତିଶାସ୍ତ୍ର ଯୋଗେ
ଧାତୁ ମାତୁ ବାମାର ଚଳିଲାକ ବେଗେ । ୪୦ ।



୨୯ ।୧ ମହା ଯୋଗେଶ୍ୱର ପୁରୁଷ ସେ ଅଟନ୍ତି ମହାବ୍ରହ୍ମ
୩୦ ।୨ ସକଳ ସାଧକ ପୁରୁଷ ଅନାଦି ସର୍ବଗଂ୍ୟ । ।
୩୨ ।୨ ପରମ ମାହେଶ୍ୱରୀ ସେ କାମରସ ଶିଖା । ।
୩୭ ।୨ ଭୁଜେ ଭିଡି ଅମ୍ୱାଳିକାକୁ ମନର ହିଆଳି ।
୪୦ ।୨ ଧାତୁ ବାଦ ରସ ବୁଡିଲା କାମ ବେଗେ ।
ରସ ଖଳିତ ଯହୁଂ ହୋଇଲା ପରମଦା
ଭାବେଣ ଭାବିନୀ ଆକର୍ଷଇ ବ୍ରହ୍ମସିଦ୍ଧା । ୪୧ ।
ମୁଖେ ଚୁମ୍ୱନ ଦେଇ ଭିଡଇ ବେନିଭୁଜ ଗତେ
ଅମ୍ୱାଳିକା ବୋଇଲା ମୋହୋର ପ୍ରାଣ ରଖ ତପୋବନ୍ତେ । ୪୨ ।
ଶୃଙ୍ଗାର ମାଗଇ ବାଳୀ କାମର ଉଚ୍ଚାଟେ
ଯାମଳା ତରୁ ଯେହ୍ନେ ଜଡିତ ୟେକ ଭେଟେ । ୪୩ ।
ଅଭୟେ ବିଭଙ୍ଗ ତ ମୁନି ରତିରଙ୍ଗେ ଇଚ୍ଛା
ଛାଡିଲା ଲାଜ ଭୟ ପୂରୋଇଲା ମନବାଞ୍ଛା । ୪୪ ।
ଭାବେଣ ବୁଡିଲା ସେ ପଚିଶ ପ୍ରକୃତି
ହେଠମାଥ ଶୃଙ୍ଗାରେ ଅଶାନ୍ତି ଅତ୍ରିପୁତି । ୪୫ ।
ମଗୁଶୀର କୃଷ୍ଣ ଚତୁର୍ଥୀ ଯେ ଅର୍କବାର
ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ସେ ଦିନର । ୪୬ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ବିଛା ସଂକ୍ରାନ୍ତିର ଦିନ ପଚିଶ ଯେ ଭୋଗ
ବାଳବ ନାମେ କରଣ ଶିବ ନାମେ ଯୋଗ । ୪୭ ।
ରୋହିଣୀ ବୃଷରାଶି ଜାତ ଶୁକ୍ରକ୍ଷେତ୍ରୀ
ସପତମ ଘରେ ଶୁକ୍ର ନବମେ ବୃହସ୍ପତି । ୪୮ ।
ୟେସନେକ ସମୟେ ଉତପତ୍ତି ହୋଇଲାକ ବଳା
ରାତ୍ର ଘଡିୟେକଠାରେ ପୂର୍ଣ୍ଣ ଚନ୍ଦ୍ରକଳା । ୪୯ ।
ମରକତ ରସାଣିଲା ପ୍ରାୟେ ଦିଶଇ ଦେହବର୍ଣ୍ଣ
ଶିଖୀ ସିଦ୍ଧ କପାଳ ଯେ ଘଟିତ ଲେଖନ । ୫୦ ।
ଆରକତ ପଦ୍ମଜାଣି ଦିଶଇ ବେନି ଚଛୁ
ଗଜରିପୁ ବକ୍ଷସ୍ଥଳ ମଝା ସମକଛୁ । ୫୧ ।
ଆକର୍ଷଣ ବାହୁ ବିଜେ ମକରକେତନ ସରୂପ
ଚଉଷଠି ଗୁଣ ଲକ୍ଷଣ ଅନଙ୍ଗ ସମଧାପ । ୫୨ ।
ଅନେକ ଲକ୍ଷଣେ ଉତପତ୍ତି ହୋଇଲାକ ସୁତ
ଦିବି ଭୁବି ପାତାଳ ତ୍ରୈଲୋକ୍ୟେ ବିଦିତ । ୫୩ ।
ଅମୃତ ବେନି କୁଣ୍ଡଳ ଶୋଭିତ ବେନି କର୍ଣ୍ଣେ
ଶୁଦ୍ଧ ପଦକମଣି ଶୋଭିତ ସନ୍ନିଧାନେ । ୫୪ ।
ପୁତ୍ର ଦେଖି ଉଷତ ସେ ହୋଇଲେ ସତ୍ୟବତୀ
ଦିଗପାଳମାନଙ୍କୁ କରନ୍ତି ଅନେକ ଯେ ସ୍ତୁତି । ୫୫-୧୦୮୦ ।



୫୦ ।୧ ମର୍କତ ରସାଣ ଦିଶଇ କନକ ବର୍ଣ୍ଣ
୫୦ ।୨ ଶ୍ରୀଖଣ୍ଡି କପାଳ ଘଟିତ ଲେଖନ । ।
୫୨ ।୧ ଆଜାନୁବାହୁ ନିବିଡ ବକ୍ଷସ୍ଥଳ
୪୧ ।୧ ପରମଦା-ପ୍ରମଦା



ବ୍ୟାସଙ୍କ ଦ୍ୱାରା ଧୃତରାଷ୍ଟ୍ରଙ୍କୁ ଦିବ୍ୟଚକ୍ଷୁଦାନ, ସଞ୍ଜୟଙ୍କଠାରୁ ଧୃତରାଷ୍ଟ୍ର ଓ ପଣ୍ଡୁଙ୍କର ବିଦ୍ୟାପାଠ
ବଦୟନ୍ତି ଅଗସ୍ତି ଶୁଣ ହୋ ଯୁଗପତି
କୁରୁବଂଶେ କୁମର ଯେ ପଣ୍ଡୁ ଉତପତ୍ତି । ୧ ।
ପୁତ୍ରନ୍ତ କୋଳେ ଧରି ସାନନ୍ଦ ଯୋଜନଗନ୍ଧା
ତ୍ରଇଲୋକ୍ୟ ମୋହନ ପୁତ୍ର ଦେଖି ସମସ୍ତେ କଲେ ଶ୍ରଦ୍ଧା । ୨ ।
ବ୍ୟାସଙ୍କ ବଦନ ଚାହିଂ ବୋଇଲେ ସତ୍ୟବତୀ
ଧର୍ମ ରକ୍ଷା କଲୁ ପୁତ୍ର ଉପୁଜାଇଲୁ ସନ୍ତତି । ୩ ।
ବଂଶେଣ ସାଧୁ ଯେ ଉପୁଜିଲା ତୋର ଧନି
ସୋମବଂଶ ଉଦ୍ଧରିଲୁ ତୁ ପଣ୍ଡିତ ଭିଗଂ୍ୟ ମୁନି । ୪ ।
ଆକାଶେଣ ସାଧୁ ସାଧୁ ତୋତେ କଲେ ବୃନ୍ଦାଅର୍କେ
ୟେସନେକ ପୁତ୍ର ଜାତ କରନ୍ତା ନାହି ୟେକେ । ୫ ।
ବାବୁ ଅମ୍ୱିକାର ପୁତ୍ର ଗୋଟି ଯେ ଉପୁଜାଇଲୁ କୁଳ ଜ୍ୟେଷ୍ଠ
ଚକ୍ଷୁର ବିହୁନେ ନାମ ତା ହୋଇଲା ଧୃତିରାଷ୍ଟ୍ର । ୬ ।



୫ ।୨ ୟେସନେକ କୀରତି ନାହିନା ତ୍ରିଲୋକେ ।
୬ ।୨ ଧୃତିରାଷ୍ଟ-ଧୃତରାଷ୍ଟ୍ର ।
ତୋହୋର ମହିମା ପୁତ୍ର ବଡ ଅସମ୍ଭବ ଜାଣ
ୟେଡେ ବଳବନ୍ତା ପୁତ୍ର ହୋଇଲାକ ପୁଣ । ୭ ।
ମାତାର ବଚନେ ମୁନି ଧୃତିରାଷ୍ଟ୍ରକୁ ଦୟା କଲେ
ଦିବ୍ୟଚଛୁ ମହାତମା ହୃଦୟେ ତାର ଦେଲେ । ୮ ।
ଗର୍ଭକୁ ଚାହିଁଲେ ତାକୁ ଦିଶଇ ସମସ୍ତ ଉଶତ୍ତଷନ୍ଦବତ୍ତବଜ୍ଞଶନ୍ଦତ୍ତବ ଜ୍ଞରରଜ୍ଞ ନ୍ଦଶତ୍ତଚ୍ଛନ୍ଧଵଶ ଜ୍ଞନ୍ଦଚ୍ଛଲବମଶ
ତୁଳେଣ ଛାଡି ମୁନି ଗାଲବ୍ୟର ସୁତ । ୯ ।
ଅନ୍ତସିଦ୍ଧା କର୍ଣ୍ଣସିଦ୍ଧା ରସ ଧାତୁବାଦ ବିଦ୍ୟା
ଆକର୍ଷଣ ବିକର୍ଷଣ ଦୃଷ୍ଟିକୁ ମନ୍ତ୍ରସିଦ୍ଧା । ୧୦ ।
ଅନୁକ୍ରମେଣ ଆମନ୍ୟାୟେ ଅଙ୍ଗନ୍ୟାସ ଧ୍ୟାୟେ
ଯୋଗବ୍ରହ୍ମ ମୁଦ୍ରା ସାତୁକ୍ୟ ବ୍ରହ୍ମ ତଲ୍ଲୟେ । ୧୧ ।
ଧରଣ ଧାରଣ ବ୍ରହ୍ମ ଗୁଟିକା ଅଞ୍ଜନ ରସ ରସାୟନ
ସଞ୍ଜୟ କୁମାରକୁ କରାଇଲେ ପଠନ । ୧୨ ।
ଶର ଶାହାସ୍ର ସୁର ସାଗର ସଂକଳ୍ପ ବଳ
ଗ୍ୟାନ ଧ୍ୟାନ ଶାସ୍ତ୍ର ସଂହିତା ବେଦ ବିଦ୍ୟା ସକଳ । ୧୩ ।
ୟେତେକେ ସଞ୍ଜୟକୁ କଳେ ସର୍ବଜିତା
ଆବର ଚଉଦ ବିଦ୍ୟା ଶତେ ଭାଷା ନିର୍ଜିତା । ୧୪ ।
ଧାର୍ମିକ ବିବେକ ସେ ଗାଲବ୍ୟର ସୁତ
ଅନ୍ଧ ନନ୍ଦନର ତୁଲେ କରାଇଲେ ପ୍ରିୟମତ । ୧୫ ।
ସଞ୍ଜୟେ କହନ୍ତେ ସେ ଶିଖଇ ଧୃତିରାଷ୍ଟ୍ର
ବ୍ୟାସର ପ୍ରସନ୍ନେ ସେ ମହା ଧାର୍ମିକ ବଳିଷ୍ଠ । ୧୬ ।
ପୁତ୍ରକୁ ପ୍ରତିପାଳିଲେ ଦେବୀ ଅନେକ ଯତନେ
ପୁତ୍ରକୁ ଦେଖିଣ ମୁନି ଗଲେ ଅନ୍ତର୍ଦ୍ଧାନେ । ୧୭ ।
ପୁତ୍ର ଦେଖି ହରଷ ଭୀଷ୍ମ ଭୂରିଶର୍ବା
ପାରେଶ୍ୱର ଶାୟେଂତନୁ ଦେଖି ହରଷ ପୁତ୍ର ସମ୍ଭବା । ୧୮ ।
ଧୃତରାଷ୍ଟ ପଣ୍ଡୁ ପଢନ୍ତି ପୁତ୍ର ବେନି
ପାଳନ୍ତି ସତ୍ୟବତୀ ଦାସ ରାଜାର ନନ୍ଦନୀ । ୧୯-୧୧୧୧ ।



୧୪ ।୧ ସଞ୍ଜୟକୁ କହିଲେ ସର୍ବସିଦ୍ଧା ।
୧୪ ।୨ ଚଉଦ ବିଦ୍ୟା ଶତେ ଶାଖା ୟେକା ନିରିଜିତା । ।
୧୦ ।୨ "ଆକର୍ଷଣ.......... ମନ୍ତ୍ରସିଦ୍ଧା" ପାଦାନ୍ତ ପରେ 'ଠ' ପୋଥିରେ ଅଧିକା ପାଠ:-
 ସ୍ତମ୍ଭନ ମୋହନ ଆଦି ମନ୍ତ୍ରେ ଦେଇ ଲୟ
 ଯୋଗ ବ୍ରହ୍ମା ଦମ୍ଭ ମୁଦ୍ରା ସାର୍ଥ କଲା କାୟ । (ଠ)
୧୧ ।୧ ଆମ୍ନାୟ-ବେଦପାଠ, ଅପଭ୍ରଂଶ-ଆମନ୍ୟାୟ
ଅମ୍ୱାଳିକାର ପ୍ରୟାଗରେ ଝାସ
ଅମ୍ୱାଳିକା ବୋଇଲେ ଯେ ଶୁଣ ସତ୍ୟବତୀ
ବଚନ ଅଲଘିଂତେ ମୁଂ ହୋଇଲି ଅଗତି । ୧ ।
ଦୁରାପଦ ପାତକେ ଉପୁଜାଇଲୁ ଆତ୍ମଜା
ମମ ଦୂଷିତ କର୍ମ କୁଳେଣ ବଡ ଲଜ୍ଜା । ୨ ।
ଅନେକ ପାତକ ଦୋଷେ ହୋଇଲି ମହାଭାରି
ପୁତ୍ରନ୍ତ ଜାତ କଲୁ ଗୋ ସମ୍ଭାଳ ମୋହୋରି । ୩ ।
ଯତନେ ଦେବୀ ପ୍ରତିପାଳ ନ ଭାଳ ଗୋ ମୁକୁ
ମୁହିଂ ଯିବି ମା ଗୋ ପ୍ରୟାଗ ତୀର୍ଥକୁ । ୪ ।
ଦୋଷ ଦହନ ନିମନ୍ତେ ତୀର୍ଥେ ଝାସିବି ଅବଶ୍ୟ
ମୁକୁଇଂ କଲ୍ୟାଣ ଗୋ କରିବା ହରଷ । ୫ ।
ମାତାୟେ ବାରଣ ନ କଲେ ଧର୍ମ ଅର୍ଥେ
ରାଜ୍ୟଧର ପୁତ୍ର ଥାନ୍ତେ ମାତା ଯିବୁ ଗୋ କେମନ୍ତେ । ୬ ।
ଆହୋ ତୁଲେଣ ଘେନିଲେ ସେ ଦ୍ୱାଦଶ କାମିନୀ
ତୀର୍ଥବାସ ନିମନ୍ତେ ବାହାର ତପୋଧନୀ ବେଶ ଘେନି । ୭ ।
ଛାଡିଲା ରାଗ ମୋହ ମାତାଙ୍କର ସୋଗ
ପଞ୍ଚମାସେ ପ୍ରବେଶ ହୋଇଲେ ପ୍ରୟାଗ । ୮ ।



୨ ।୨ ଦୂଷିତ କର୍ମେଣ ଉଭୟ କୁଳକୁ ଲଜ୍ଜା । (ପା)
୮ ପ୍ରବେଶ ହୋଇଲେ ଯାଇ ବନମାର୍ଗ ପଥେ ।
 ପଞ୍ଚମାସେ ପ୍ରବେଶ ହୋଇଲେ ଯାଇ ପ୍ରୟାଗ ତୀର୍ଥେ । (ପା)
ତୁଳମାସ ଶୁକ୍ଲପକ୍ଷ ଶନିବାର ଚତୁର୍ଦ୍ଦଶୀ
ରୋହିଣୀ ନକ୍ଷତ୍ରେ ଦେବୀ ପ୍ରୟାଗେଣ ପଶି । ୯ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ସ୍ନାହାନ ସାରି କରି ଦେବୀ ମାଧବ ଦରଶନ
ବଟର ତଳେଣ ବିପ୍ରଙ୍କୁ ଅନେକ ଦିଲେ ଦାନ । ୧୦ ।
ଭୋଦେବ ମାଧବ ମୋହୋର ଆବର ପାତକ ଯେ ନାହିଂ
ପରେଣ ହିଂସା ଅପବାଦ ନୋହିଲାଇ ମୁହିଂ । ୧୧ ।
ୟେକ ପାତେକ କଲି ମୁଂ ବଂଶ ରକ୍ଷାର ନିମନ୍ତେ
ଜ୍ୟେଷ୍ଠାଶୁର ଶୃଙ୍ଗାର କରାଇଲୁଂ ଗୁରୁ ବଚନର ଅର୍ଥେ । ୧୨ ।
ୟେ ମୋହୋର ଦୋଷ ଖଣ୍ଡଣ କରିବା ଶିରିରଙ୍ଗ
ସ୍ତିରୀ ଧର୍ମ ଦୋଷରୁ ମୋତେ ଉଦ୍ଧାରିବା ବେଗ । ୧୩ ।
ୟେତେକ ଦୋଷ ସେ ପଦ୍ମନାଭର କୁମାରୀ
ତ୍ରିବେଣୀ ସଂଗମେ ଝାସିଲା କରତାର ସୁମରି । ୧୪ ।
ଗୁରୁ ହରଣ ଦୋଷ ଯେ ସମସ୍ତ ନାଶ ଗଲା
ନିରଞ୍ଜନ ସରୂପେ ଯାଇଂ ସେ ଆକାଶେ ବସିଲା । ୧୫-୧୧୨୬ ।



୯ ।୨ "ରୋହିଣୀ ନକ୍ଷତ୍ରେ ଦେବୀ ପ୍ରୟାଗେଣ ପଶି" ପାଦାନ୍ତ ପରେ ଅଧିକା ପାଠ:-
 ଶୁଣିଣ ଦେବୀ ଯେ ବୋଲନ୍ତି ବଚନ ।
 ଅନୀତି କଥା କରି କାହା ମୁଖ ଚାହୁଂଥିବା ପୁଣ । ।
 ଜୀଇଂ ଥିଲେ ଅକୀର୍ତ୍ତି ମଲେ ସଦଗତି । (ସଦ୍‍ଗତି ଅର୍ଥାତ୍‍ ମଲେ କଥା ଗଲା)
 ମୋହୋର ପ୍ରଭୁ ମଲେ ପୁତ୍ର କାହୁଂ ହୋଇଲା ଉତପତ୍ତି । ।
 ୟେମନ୍ତ ବଚନ ଯହୁଂ ଶୁଣିଲେ ସତ୍ୟବତୀ ।
 ତୁନୀ ହୋଇଲେ ମନକୁ ଦୁଖ ମତି । ।
 ଯେଉଂ ସମୟରେ ଗୋ ପ୍ରୟାଗରେ ଝାସିବି ।
 ସମସ୍ତ ପାତକ ଗୋ ଜାହ୍ନବୀଙ୍କି ଦେବି । ।
୧୧ ।୨ ପରେଣ ଶୃଙ୍ଗାର ଅପବାଦ ନୋହିଲାଇ ମୁହିଂ । (ପା)
୧୨ ।୨ ଜ୍ୟେଷ୍ଠାଶୁରକୁ ଶୃଙ୍ଗାର ଦେଲି ବଚନ ଅଲଘିଂତେ । (ପା)
ଗୁରୁ ଲୋକେଶ୍ୱରଙ୍କର ପଣ୍ଡୁ ଓ ଧୃତରାଷ୍ଟଙ୍କୁ ବିଦ୍ୟା ଦାନ
ଧୃତରାଷ୍ଟ ପଣ୍ଡୁ ବଢନ୍ତି ବେନି ଭ୍ରାଥେ
ପ୍ରସନ୍ନେ ତାଙ୍କୁ ବିଦ୍ୟା ଦିଲେ ଗାଲବର ସୁତେ । ୧ ।
ଋଷଭ ମାସ ପୂର୍ଣ୍ଣିମା ତିଥି ଚନ୍ଦ୍ରବାର ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ଜ୍ୟେଷ୍ଠା ନକ୍ଷତ୍ର ଭୋଗ ଯେ ଅଟଇ ସେ ଦିନର । ୨ । ଳଷତ୍ତଜ୍ଞନ୍ଦ କ୍ଷରଜ୍ଞଜ୍ଞଚ୍ଛଚ୍ଚଜ୍ଞ ଉଶତ୍ତଷନ୍ଦବତ୍ତବଜ୍ଞଶନ୍ଦତ୍ତବ ଞ୍ଜ ଙବଚ୍ଚଯନ୍ଧ
ଶୁଭ ନାମେ ଯୋଗ ବବ ନାମେ ଯେ କରଣ
ବ୍ୟାସେ ବିଜେ କଲେ ଆସି ବାରୁଣାବନ୍ତେଣ । ୩ ।
ବେନି ପୁତ୍ରନ୍ତ ଘେନିଣ ସତ୍ୟବତୀ
ବ୍ୟାସଙ୍କର କୋଳେ ନେଇ ଦେଲେ ବେନି ଯେ ସନ୍ତତି । ୪ ।
ପୁତ୍ରନ୍ତ ଦେଖି ହରଷ ଯେ ପାରେଶ୍ୱର ତନୁ
ଅନ୍ଧକୁ ପଣ୍ଡୁକୁ ନେଇଂ ବସାଇଲେ ବେନି ଜାନୁ । ୫ ।
ବିଦ୍ୟାପାଠମାନ ଯେତେ ସଞ୍ଜୟ ଦେଇଥିଲା
ବ୍ୟାସଙ୍କର ଅଗ୍ରତେ ସମସ୍ତ ପଠନ ହୋଇଲା । ୬ ।
ହଇହୟ ବଂଶେ ଯେ ଚନ୍ଦ୍ରଗୁରୁ ବୋଲି
ତାହାଙ୍କର ନନ୍ଦନ ଭାବଗୁରୁ କହିଲି । ୭ ।
ଭାବଗୁରୁ ନନ୍ଦନ ବରାଳଚନ୍ଦ୍ର ଗୁରୁ
ରୁଦ୍ରେଶ୍ୱର ବୋଲି ତାହାଙ୍କର ପୁତ୍ର ଚାରୁ । ୮ ।
ରୁଦ୍ରଚାରୁ ନନ୍ଦନ ଯେ ଗୁରୁ ବିରୂପାକ୍ଷ ।
ୟେହାର ନନ୍ଦନ ଯେ ଗୁରୁ ବିଭୁରୁକ୍ଷ । ୯ ।
ବିଭୁରୁକ୍ଷର ନନ୍ଦନ ଅନଙ୍ଗସେନ ଗୁରୁ
ୟେହାଙ୍କର ପୁତ୍ର ସୁରଚନ୍ଦ୍ର ନାମେ ଗୁରୁ । ୧୦ ।
ସୁରଚନ୍ଦ୍ର ନନ୍ଦନ ଗୁରୁ ବଜ୍ରମାଳୀ
ୟେହାର ନନ୍ଦନ ଗୁରୁ ପ୍ରଚଣ୍ଡାବଳୀ । ୧୧ ।
ପ୍ରଚଣ୍ଡାବଳୀର ପୁତ୍ର ଭାଗ୍ୟବର ଗୁରୁ
ୟେହାଙ୍କର ନନ୍ଦନ ଲୋକେଶ୍ୱର ଗୁରୁ । ୧୨ ।
ୟେ ଗୁରୁ ବଂଶ ଯାକେ ବ୍ୟାସଙ୍କୁ ଥାନ୍ତି ଖଟି
ବ୍ୟାସେ ଶିଖାଇଲେ ଅଶ୍ରୂତି ଅଦୃଷ୍ଟି । ୧୩ ।



୬ ।୨ ବ୍ୟାସଙ୍କର ଆଗେ ସେ ପାଠ ବୋଇଲେ ।
୬ ।୨ ବ୍ୟାସଙ୍କର ଛାମୁରେ ତାହା ଉକତ କରାଇଲା । । (ପା)
୭ ।୧ ହରିହର ବଂଶେ ଯେ ଭାର୍ଗବର ଗୁରୁ ବୋଲି ।
୭ ।୧ ହରିହର ବଂଶେ ଯେ ଭାଗ୍ୟବର ଗୁରୁ ବୋଲି । (ପା) (ହରିହର ପ୍ରାୟ ସବୁ ପୋଥିରେ)
ସନ୍ନିଧ୍ୟେ ରାଇଲେ ବ୍ୟାସେ ଲୋକେଶ୍ୱର ଗୁରୁଙ୍କୁ
ବିଦ୍ୟା ଶସ୍ର ଶାହାସ୍ର ପଢାଅ ହୋ ୟେ ବେନି କୁମାରଙ୍କୁ । ୧୪ ।
ବ୍ୟାସଙ୍କର ଆଗ୍ୟାଂରେ ଗୁରୁ ଲୋକେଶ୍ୱର
ଆଖଡା ୟେକ ରଞ୍ଚିଲେ ଯାଇ ବନସ୍ତ ଭିତର । ୧୫ ।
ଶର ବିଦ୍ୟା ଶିଖାନ୍ତି ସେ ଲୋକେଶ୍ୱର ଗୁରୁ
ଧନୁ ତ୍ରୋଣ ଫଳା ଖଣ୍ଡା ମାଲ ବିଦ୍ୟା ଡମ୍ୱରୁ । ୧୬ ।
ପରିଘ କୋନ୍ତ ନାରାଜ ଅସିପତ୍ର ଯାଠି
ସକଳ ବିଦ୍ୟାୟେଣ ନିର୍ଜିତା ସର୍ବନିଷ୍ଠି । ୧୭ ।
ଅନେକ ବିଦ୍ୟାରେ ସେ ହୋଇଲେ ନିର୍ଜିତା
ବେଦ ଶାହାସ୍ର ମନ୍ତ୍ରେଣ ସେ ପଣ୍ଡିତ ଭାଗ୍ୟବନ୍ତା । ୧୮ ।
କକଡା ମାସ କୃଷ୍ଣ ପକ୍ଷ ତିଥି ଯେ ଚଉଠି
ପଣ୍ଡିତ ବାର ଶତଭିଷା ନକ୍ଷତ୍ର ଯେ ଘଟି । ୧୯ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ବାୟବ୍ୟ ନାମେ କରଣ ଇନ୍ଦ୍ର ନାମେ ଯୋଗ
କକଡା ସଂକରାନ୍ତିକି ୟେକୋଇଶ ଦିନ ଭୋଗ । ୨୦ ।
ଲୋକେଶ୍ୱର ଗୁରୁ ବିଦ୍ୟା ଶିଖାନ୍ତି କୁମାରେ
ସେ ଦିନ ଆଖଡାରେ ବିଜୟ ଭାଗ୍ୟବରେ । ୨୧ ।
ପଣ୍ଡୁ କୁମାରଙ୍କୁ ଦେଖି ସେ ହରଷ ହୋଇଲେ
ସକଳ ବିଦ୍ୟାମାନ ପରୀକ୍ଷ କରାଇଲେ । ୨୨ ।
ନାନା ବିଦ୍ୟାରେ ସେ ନିର୍ଜିତା କୁମାରେ
ହରଷେଣ ପଣ୍ଡୁଙ୍କୁ ପ୍ରସନ୍ନ ହୋଇଲେ ଭାଗ୍ୟବରେ । ୨୩ ।
ସାର୍ଥୁକ ଶହସ୍ର ମନ୍ତ୍ର ଶିଖାଇଲେ ଆଦିଗୁରୁ
ଶବଦକୁ ଭେଦିବ ଯେ ଶହସ୍ର ପ୍ରହାର କରୁ । ୨୪ । ସଂଖ୍ୟା
ଶବଦଭେଦୀ ବିଦ୍ୟା ଶିଖାଇଲେ ତାହାଙ୍କୁ
ପ୍ରସନ୍ନେଣ ଅନେକ ବିଦ୍ୟା ଦିଲେକ ସେ ପଣ୍ଡୁଙ୍କୁ । ୨୫-୧୧୫୧ ।



୧୬ ଶର ସାଧନ ଶିଖାନ୍ତି ସେ ଲୋକେଶ୍ୱର ଗୁରୁ ।
 ଧନୁ ତ୍ରୋଣ ଫଳା ଖଣ୍ଡା ମାଲ ବିନ୍ଧାଣ ଡମ୍ୱରୁ । (ପା)
୧୮ ।୨ ବେଦ ଶାହାସ୍ର ମନ୍ତ୍ରେଣ ସେ ପଣ୍ଡିତ ଭିଗଂ୍ୟବନ୍ତ । (ପା)
୨୧ ।୨ ହରଷେଣ ପୁତ୍ରକୁ ପ୍ରସନ୍ନ ହୋଇଲେ ଭାଗ୍ୟବରେ । (ପା)
୨୪ ।୨ "ଶବଦକୁ ଭେଦିବ ଯେ ଶହସ୍ର ପ୍ରହାର କରୁ" ପାଦାନ୍ତ ପରେ ପୋଥି ବିଶେଷରେ ଅଧିକା ପାଠ:-
ଆମ୍ଭର ବିଦ୍ୟାରେ ପଣ୍ଡୁ ଶୂରବନ୍ତା ହୋଅ ରାଜ୍ୟରେ ।
 ଅଦୃଷ୍ଟି ବିଦ୍ୟା ତୋତେ ଦେବା ହୋ କୁମରେ । ।
୨୫ ।୨ ପ୍ରସନ୍ନେଣ ଅନେକ ମନ୍ତ୍ର ସେ ଦେଲେକ ପଣ୍ଡୁଙ୍କୁ । (ପା)
ଧୃତରାଷ୍ଟ୍ରଙ୍କର ବିବାହ ପ୍ରସ୍ତାବ ଓ ଅନେକ ରାଜକନ୍ୟାଙ୍କର ମୃତ୍ୟୁ
ସତ୍ୟବତୀ ବୋଇଲେ ଭୀଷ୍ମଙ୍କୁ ବସାଇ
ଧୃତରାଷ୍ଟକଇ ବିଭା କରାଅ କନ୍ୟା ଗୋଟିୟେ ଲୋଡାଇ । ୧ ।
ଶୁଣିଣ ସାନନ୍ଦ ଯେ ଭୀଷ୍ମ ମହାରଥୀ
ଶାଲୁ ରାଜାର ଦୁହିତା ନାମ ଶାଲୁବତୀ । ୨ ।
ଭୀଷ୍ମେ ସ୍ୱହସ୍ତେ ସନ୍ତକ ଦେଲେ ଶାଲୁ ରାଜାଙ୍କୁ
ତୋହୋର ଦୁହିତା ଗୋଟି ଦେବୁ ଆମ୍ଭର ପୁତ୍ରକୁ । ୩ ।
ଶାଲୁ ପରମ ସାନନ୍ଦ ହୋଇଲା ଭୀଷ୍ମଙ୍କର ବଚନ ଶୁଣି
ଧୃତରାଷ୍ଟକଇ ଦେବା ନିମନ୍ତେ କନ୍ୟା ସମ୍ଭାର କରି ଆଣି । ୪ ।
ସମଦଣ୍ଡ ଘେନିଣ ଶାଲୁ ଯେ ନୃପତି
ଦୁହିତାକୁ ଘେନି ମିଳିଲା ସତ୍ୟବତୀଙ୍କର କତି । ୫ ।
ସତ୍ୟ ବାକ୍ୟ କରି ଯହୁଂ ଶାଲୁ ରାଜନ ମାନିଲା
ସେହି ଦିନ ରାତ୍ରରେ ସେ କନ୍ୟା ପ୍ରାଣ ତ୍ୟାଗ କଲା । ୬ ।
ଦେଖିଣ ଶାଲୁ ଯେ ଅନେକ ବଇକୁଲ୍ୟ ହୋଇଲା
ଯମୁନା ନଦୀ କୂଳେ ସେ କନ୍ୟାକୁ ଦହନ କରି ଗଲା । ୭ ।
ଅନଙ୍ଗ ଦେଶର ସେ ଅନଙ୍ଗସେନ ରାୟେ
କାଳିନ୍ଦୀ ନାମେଣ ଯେ ତାହାର ଦୁହିତା ଗୋଟିୟେ । ୮ ।
ତାହାକୁ ବରଣ ହୋଇଲା ଧୃତରାଷ୍ଟ ରାୟେ
ସତ୍ୟ କରାଇଣ ଦିଲେ ମାଳା ଯେ ଗୋଟିୟେ । ୯ ।



୨ । ୨ ଶାଲୁ ରାଜାର ଦୋହିତା ନାମ ମରୁଦ୍‍ବତୀ । (ପା)
୫ ସମଦଣ୍ଡ ସଜକରି ସେ ଶାଲୁ ମହୀପତି ।
 ଦୋହିତା ଘେନି ରାଜା ଆସଇ ତଡତି । (ପା)
ବରଣ କରିଣ ୟେଣେ ଅଇଲେ ଶାୟେଂତନୁ
ସେ କନ୍ୟା ଗୋଟି ନାଶ ଗଲା ସେହି ଦିନୁ । ୧୦ ।
ନିର୍ଝର ଦେଶର ଯେ ରାଜା ଗଣପତି
କନ୍ୟାୟେ ତାହାର ଘରେ ହୋଇଲା ଉତପତ୍ତି । ୧୧ ।
ତାହାର ନାମ ଯେ ଅଟଇ ଶରଧୃତି
ପାରେଶ୍ୱର କନ୍ୟା ବରିଲେ ଧୃତରାଷ୍ଟଙ୍କୁ, ଥାଇ ସତ୍ୟବତୀ । ୧୨ ।
ନିର୍ଝର ଦେଶ ରାଜା ଗଣପତି ସାନନ୍ଦ ହୋଇଲା
ମୋହୋର ଅନେକ ଭାଗ୍ୟ ବୋଲି ନଗ୍ରେ ଉଷବ କରାଇଲା । ୧୩ ।
ସୋମବଂଶକଇ ଦେବି ଯେ ମୋହୋର କୁମାରୀ
ୟେହି ବଂଶ ଯେ ମଧ୍ୟ ଭୁବନେ ଅଧିକାରୀ । ୧୪ ।
ୟେସନେକ ବିଚାର କରନ୍ତେ ନିର୍ଝର ଗଣପତି
ଶରଧୃତି କନ୍ୟା ନାଶ ଗଲା ସେହି ରାତି । ୧୫ ।
ୟେହିମତେ ଅନେକ କନ୍ୟା ଗଲେ କ୍ଷୟେ
ପୁଣିହିଂ ବରିଲେ ଆନ ଯେ କନ୍ୟାୟେ । ୧୬ ।
କର୍ଣ୍ଣମାଧବ ରାଜା କନ୍ୟା ଦେବା କଲା
ଧୃତରାଷ୍ଟ ନାମେଣ ଯହୁଂ ସତ୍ୟ ମନାସିଲା । ୧୭ ।
ସେ କନ୍ୟାକୁ ସେ ଦିନ ସର୍ପ ଡଂସନ ହୋଇଲା
ନାମ ଧରିବା ମାତ୍ରକେ ସେ କନ୍ୟା ନାଶ ଗଲା । ୧୮ ।
ବଇବସୁତ ମନୁ ପୁଚ୍ଛା କଲେ ଅଗସ୍ତିଙ୍କି
କନ୍ୟାୟେ କିଂପେ ନାଶ ଯାନ୍ତି ଧୃତରାଷ୍ଟ ନାମ ରାଶିକି । ୧୯ ।
ଅଗସ୍ତି ପ୍ରତିବାଚ ୟେହାର କୃତ୍ତିକା ବୃଷରାଶି
ଜାତିରେ ବ୍ରହ୍ମ ରାକ୍ଷସ ୟେ ୟେମନ୍ତେଣ କନ୍ୟା ନାଶି । ୨୦ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର ଉଶତ୍ତଷନ୍ଦବତ୍ତବଜ୍ଞଶନ୍ଦତ୍ତବ
ବ୍ୟାସ ପରା ମହାଋଷି ବୀର୍ଯ୍ୟ ପ୍ରଦାନ କଲା
ବ୍ରହ୍ମ ଅସୁର ପଣେ କିଂପେ ଜନମ ଲଭିଲା । ୨୧ ।
କୃତ୍ତିକା ଯୋଗେ ମୁନି ଯେ ପଶିଲେ ଶୃଙ୍ଗାରେ
ରୋହିଣୀ ବେଳେ ବୀର୍ଯ୍ୟ ଛାଡିଲେ ମୁନିବରେ । ୨୨ । ଷଲବଵଷଚ୍ଚରଯ ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର ଉଶତ୍ତଷନ୍ଦବତ୍ତବଜ୍ଞଶନ୍ଦତ୍ତବ



୧୨ ।୧ ତାହାର ନାମ ଅଟଇ ସୁରଧାତ୍ରୀ । (ପା)
ଅମ୍ୱିକା କନ୍ୟା ଯହୁଂ ଶୃଙ୍ଗାର ସହି ନୁଆରିଲା
ଗତ ଆତ୍ମା ପ୍ରାୟେକ ସେ ମୋହେଣ ପଡିଲା । ୨୩ ।
ଆରତେ ମହାତମା ଯେ ତେଜ୍ୟା କଲେ ରେତ
ତେଣୁ କରି ବ୍ରହ୍ମ ଅସୁର ଲକ୍ଷଣେ ହୋଇଲାକ ଜାତ । ୨୪ ।
ଅଗସ୍ତି ବୋଇଲେ ଯେ ବଇବସୁତ ମନୁକୁ
ଏହେହ୍ନେକ ଯୋଗ ହୋଇଲା ଧୃତରାଷ୍ଟକୁ । ୨୫ ।
ବ୍ରହ୍ମ ଅସୁର ଲକ୍ଷଣେ ସେ ହୋଇଲା ଉତପତ୍ତି
ତେଣୁ କରି କନ୍ୟାମାନେ ବରଣ ହୋଇଲେ ହୋଉଛନ୍ତି ବିନଶ୍ୟତି । ୨୬ ।
ବଇବସୁତ ମନୁ ବୋଇଲେ ପୁଣ ସେ ହୋଇବ କେମନ୍ତ
ୟେ କଥା ତଦନ୍ତ କରି ମୋତେ କହିବା ଭଗବନ୍ତ । ୨୭ ।
ଅଗସ୍ତି ବୋଇଲେ ହୋ ଶୁଣ ଯୁଗପତି
ଧୃତରାଷ୍ଟ ବରଣରେ ଏକଉତ୍ତର ଶତେ କନ୍ୟା ହୋଇଲେ ଯେ କ୍ଷତି । ୨୮ ।
ବ୍ରଜଗିରି ଦେଶର ରାଜା ଯେ ବୀରକେତନ
ସେ ଆସି କନ୍ୟାୟେ କଲା ପରଦାନ । ୨୯ ।
ଆହୋ ସେ କନ୍ୟାର ନାମ ଯେ ଅଟଇ ଚନ୍ଦ୍ରାବତୀ
ଅନେକ ସମ୍ଭର୍ବେ କନ୍ୟା ଆଣି ଦିଲାକ ନରପତି । ୩୦ ।
ଧୃତରାଷ୍ଟ ଅନ୍ଧ ଅଟଇ ବେନି ଆଖି
ଅନ୍ୟ ଦେଶକୁ ନ ଯାଇ ବିଭାକୁ ଲୋକେ ଉପହାସ କରନ୍ତି ଦେଖି । ୩୧ ।
ୟେମନ୍ତେ କନ୍ୟା ମାନନ୍ତ ଆଣନ୍ତି ପରରାଷ୍ଟ
ବିଶେଷେଣ ନୃପତି ସେ ବଂଶେଣ ଗରିଷ୍ଠ । ୩୨ ।
କନ୍ୟାନ୍ତ ସେ ଆଣନ୍ତି ବାରୁଣାବନ୍ତ ବିଭା କରିବାକୁ
ସେ କଥା ରହିଲାଟି ୟେବେ ସୋମବଂଶ ରାଜ୍ୟକୁ । ୩୩ ।
ରାଜାୟେ ବିଭା ହୋଇଂ ନ ଯାନ୍ତି ସେହି ଦିନୁ
କନ୍ୟାୟେ ଆସନ୍ତି ନିଜର ଭୁବନୁଂ । ୩୪ ।
କନ୍ୟା ପ୍ରଦାନ କଲା ସେ ବୀରକେତନ
ମହୁଶଯ୍ୟା ଯୁଗତେ କରାଇଲେ ଶୟନ । ୩୫ ।
କ୍ରୀଡାରଙ୍ଗ ସାରିଣ ଶୁତିଲେ ବରକନ୍ୟା
ମରିଣ ଶୋଇଅଛି ସେ ଚନ୍ଦ୍ରବଦନା । ୩୬ ।
ପ୍ରାତକାଳେ ସୁନ୍ଦରୀକି ନେଲେ ଶମଶାନେ
ଦହନ କରି ଶୁଦ୍ଧ ହୋଇଲେ ୟେକାଦଶ ଦିନେ । ୩୭ ।
ବିଭା ଯୋଗ କରନ୍ତେ ଯହୁଂ ଅନେକ କନ୍ୟା ମଲା
ଧୃତରାଷ୍ଟଙ୍କୁ କନ୍ୟା କେହୁ ଦିଅନ୍ତା ନୋହିଲା । ୩୮-୧୧୮୯ ।



୨୯ ଶ୍ରୀ ନଗର ଦେଶ ରାଜାଧି କେତନ ।
 ସେ ରାଜା କନ୍ୟାୟେକ କଲାକ ପ୍ରଦାନ । (ପା)
୨୯ ଗିରିବର ବଜ୍ରଦେଶର ରାଜା ବୀର ଯେ କେତନ ।
 ସେ ଆସି ଲୋଡିଲା କନ୍ୟାୟେ କରିବ ପ୍ରଦାନ । (ପା)
୩୭ ।୨ ଦହନ ସାରି ସୁଦ୍ଧ ହୋଇଲେ ବାର ଦିନେ ।
ବିଦୁରଙ୍କ ଜନ୍ମ
ସମୟେକେ ବିଜେ କଲା ବ୍ୟାସ ମହାଯତି
ଦେଖିଣ ସାନନ୍ଦ ସେ ହୋଇଲେ ସତ୍ୟବତୀ । ୧ ।
ବ୍ୟାସଙ୍କୁ ରାଇଣ ସେ ବୋଲନ୍ତି ୟେକାନ୍ତେ
ଅମ୍ୱୁବତୀ ଅନେକ ମତେ ହୋଇଥାଇ ଭଗତି ମୋତେ । ୨ ।
ହରିକେଶର ଦେଶର କେଶବ ନୃପତି
ସେ ରାଜା ଅଟଇ ଶୂଦ୍ର ଯୋନିରେ ଉତପତ୍ତି । ୩ । ଜ୍ଞନ୍ଧଯତ୍ତବ ତ୍ତବସବ'ଜ୍ଞ ଦ୍ଧଷଳର ଦ୍ଧଷନ୍ଦଶ ଟସ୍ଥବଜ୍ଞ
ତାହାର ନନ୍ଦନୀ ନାମ ଅଟଇ ଅମ୍ୱୁବତୀ
ତାହାକଇଂ ପ୍ରଦାନ ହୋଇଲା ବିଚିତ୍ରବୀର୍ଯ୍ୟ ନୃପତି । ୪ ।
ୟେ ଦୁହେଂ ଯହୁଂ ହୋଇଲେ ପୁତ୍ରବନ୍ତୀ
ୟେ ଅମ୍ୱୁବତୀର ମନ ବାବୁ ବହୁତ ବିକୃତି । ୫ ।
ତୁ ମୋହୋର ନନ୍ଦନ ବାବୁ ପରମ ପଣ୍ଡିତ ଗ୍ୟାନବନ୍ତ
ଅମ୍ୱୁବତୀର ତହିଂ ପୁତ୍ର ଗୋଟିୟେ କର ତୁମ୍ଭେ ଜାତ । ୬ । ଜ୍ଞଚ୍ଛଚ୍ଚ ଚ୍ଛଚ୍ଚ ଚ୍ଛତ୍ତଯରତ୍ତ ଭସ୍ଥ ଟସ୍ଥବଜ୍ଞ
ମାତାଙ୍କର ବଚନେ ଯେ ବିଜୟେ ମୁନିବରେ
ପ୍ରବେଶ ହୋଇଲେ ଯାଇ ଅମ୍ୱୁବତୀର ପୁରେ । ୭ ।
ଅମ୍ୱିକା ଅମ୍ୱାଳିକା ତହୁଂ ଜାଣି ଅଛନ୍ତି ସେ କିରତି
ତତକ୍ଷଣେ ଅନେକ ବେଶ ବେଶନ ବୋଇଲା ପ୍ରିୟବନ୍ତୀ । ୮ ।
ବ୍ୟାସଙ୍କର ଶୃଙ୍ଗାର ସେ ସହିଲା ଯୁବତୀ
ହରଷେଣ ରସିଲା ସେ ମେଳଭାବ ମତି । ୯ ।
ତୁଳ ମାସ କୃଷ୍ଣପକ୍ଷ ସପତମୀ ବୃହସ୍ପତି ବାର
ପୁଷ୍ୟା ନାମରେ ନକ୍ଷତ୍ର ଅଟେ ସେ ଦିନର । ୧୦ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ସାଧ୍ୟ ନାମେ ଯୋଗ କରଣ ନାମ ବବ
ସଇନ୍ଦୁ ଜାତ ହୋଇଲା ବାଳକ ଅପୂରୁବ । ୧୧ ।
ଅମୃତ ଯୋଗ ଘେନି ଉତପତ୍ତି ହୋଇଲାକ ସୁତ
ଦେଖିଲେ ବ୍ୟାସ ସେ ପରମ ପଣ୍ଡିତ । ୧୨ ।
ପାଦେଣ ଜନମ ସେ ହୋଇଲା ନନ୍ଦନ
ବେନି ପାଦେ ପଦ୍ମ ଚିହ୍ନ କରତଳେ ଶଙ୍ଖ ମୀନ । ୧୩ ।
ବିଦୁବର ବାକ୍ୟେଣ ଭାଷଇ ଦିବ୍ୟବାଣୀ
ବିଦୁର ନାମ ତାକୁ ଦେଲେ ବ୍ୟାସ ମହାମୁନି । ୧୪ ।
କୋଳେ ଧରି ବ୍ୟାସେ ମୁଖେ ଦେଲେକ ଚୁମ୍ୱନ
ବୋଇଲେ ଭୂତ ଭବିଷ୍ୟେ ତୁ ହୁଅସି ଗ୍ୟାନବାନ । ୧୫ ।
ସମସ୍ତ ଦୃଶ୍ୟ ତୋତେ ହୋଉରେ ବାଳବଚ୍ଛି
ଅନୁବ୍ରତେ କନ୍ଧରୁ ତୋର ନ ଛାଡିବ ଲଛୀ । ୧୬ ।
ଦଣ୍ଡ ବଳ ବୁଦ୍ଧି ତୋତେ ହୋଉ ସାବଧାନ
ପଣ୍ଡିତ ଧାର୍ମିକ ପଣେ ତୋର ସର୍ବଦା ଯାଉ ଦିନ । ୧୭ ।
ୟେସନେକ ବର ଯେ ବ୍ରହ୍ମ ଗୁରୁ ଦିଲେ
ପୁତ୍ରକୁ ସମର୍ପିଲେ ନେଇ ସତ୍ୟବତୀଙ୍କର କୋଳେ । ୧୮ ।
ପାରେଶ୍ୱର ବୋଇଲେ ବାବୁ ଧୃତରାଷ୍ଟ ଜାତିରେ ବ୍ରହ୍ମ ଅସୁର
ଯେବଣ କନ୍ୟାକୁ ବରଇ ସେ ହୋଅଇ ଅପହାର । ୧୯ ।
ବ୍ୟାସ ବୋଇଲେ ଗୋ କିଛିହିଂ ନ ଭାଳ ମାୟେ
ମନ୍ଦକ୍ଷଣେ ଜାତ ହୋଇଲା ମୁହିଂ ତହିଂକି ବୁଦ୍ଧି କରି ସିନା ଉପାୟେ । ୨୦-୧୨୦୯ ।



୫ ।୧ ପୁତ୍ରବନ୍ତୀ = ପୁତ୍ରବତୀ ।
୧୧ ।୨ ସଇନ୍ଦୁ ଜାତ ହୋଇଲା ୟେକବାଳ । (ପା)
୧୭ ।୧ ବ୍ରହ୍ମ ବିଧି ଯୋଗ ତୋତେ ଦୃଶ୍ୟମାନ ସଂପୂର୍ଣ୍ଣ । (ପା)
୧୮ ୟେସନେକ ବରଦେଲେ ମହାବ୍ରହ୍ମ ପୁରୁଷ ।
 ସତ୍ୟବତୀଙ୍କର କୋଳେ ନେଇ ଦିଲେ ବାଳଶିଷ । । (ପା)
୮ ।୧ କିରତି-କୃତି-କାର୍ଯ୍ୟ ୧୬ ।୨ ଲଛୀ-ଲକ୍ଷ୍ମୀ (ଷି ପାଇଁ ଚ୍ଛି ଓ କ୍ଷ୍ମୀ ପାଇଁ ଛୀ ବ୍ୟବହାର ହୋଇଛି)
୧୯ । ୨ ଅପହାର-ମୃତ
ବ୍ୟାସଙ୍କର ଗାନ୍ଧାରସେନ ସାକ୍ଷାତ
ୟେତେ କହିଂ ବ୍ୟାସେ ଗଲେ ଅନ୍ତର୍ଦ୍ଧାନେ
ପ୍ରବେଶ ହୋଇଲେ ଯାଇଂ ଗାନ୍ଧାରସେନ ଆସ୍ତାନେ । ୧ ।
ଗାନ୍ଧାରସେନ ବୋଲି ତହିଂର ନରପତି
ୟେକ ଉତ୍ତର ଶତେ ପୁତ୍ର ତାର ୟେକଇଂ ଦୁହିତି । ୨ ।
ଦୁହିତାର ନାମ ଯେ ଅଟଇ ଗାନ୍ଧାରୀ
ମନ୍ଦକ୍ଷଣେ ଜାତ ହୋଇଲା ବ୍ରହ୍ମ ଯେ ଅସୁରୀ । ୩ ।
ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଅମାବଇ ରାତି
କୃତ୍ତିକା ନକ୍ଷତ୍ରେଣ ସେ ହୋଇଲା ଉତପତ୍ତି । ୪ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ନିତ୍ୟାନ୍ତ ଉଆଂସୀ, ଜାତି କୃତ୍ତିକା ବୃଷରାଶି ବ୍ରହ୍ମ ଯେ ଅସୁରୀ
ୟେହେର୍ଣ୍ଣେକ ଲକ୍ଷଣେ ସେ ଜନ୍ମିଲା ଗାନ୍ଧାରୀ । ୫ ।
ଯାହାକୁ ବର ବରଇ ଗାନ୍ଧାରସେନ ରାୟେ
ମାଳା ଦେଇ ବରିଲେ ସେ ନୃପତି ଯାଇ କ୍ଷୟେ । ୬ ।
ଉଡଙ୍ଗ ଦେଶର ସେ ଭାନୁବନ୍ତ ନୃପତି
ଗାନ୍ଧାରୀଙ୍କି ବରିଲା ସେ ମଲା ତତକ୍ଷଣାନ୍ତି । ୭ ।
ମହାରାଷ୍ଟ୍ର ଦେଶର ଯେ ନୃପତି ବିରୁପାକ୍ଷ
ଗାନ୍ଧାରୀଙ୍କି ବରିଲା ସେ ନଶିଲା ପ୍ରତକ୍ଷ । ୮ ।
ନିକଟ ରାଜାମାନେ କେହି ବିଭା ଯେ ନୋହିଲେ
ଦୂରେଣ ବାଇଶି ରାଜା ଗାନ୍ଧାରୀକି ବରି ମଲେ । ୯ ।
କେହି ପ୍ରଦାନ ନୋହିଲେ ଗାନ୍ଧାରୀକି
ବିକଳ ଗାନ୍ଧାରସେନ ଦୁହିତାକୁ ଦେଖି । ୧୦ ।
ବିଚାରଇ ଗାନ୍ଧାରସେନ ଦୁହିତା ରୂପ ଲଚ୍ଛି
ୟେହାର ସମାନେ ବର କାହିଂ ପାଇବଇଂ ଇଚ୍ଛି । ୧୧ ।
କୁମ୍ଭ ମାସ କୃଷ୍ଣପକ୍ଷ ପ୍ରତିପଦା ଦିନେ
ବ୍ୟାସ ପ୍ରବେଶ ହୋଇଲେ ଗାନ୍ଧାରସେନ ଭୁବନେ । ୧୨ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ଦେଖିଣ ସାନନ୍ଦ ସେ ନୃପତି ଗାନ୍ଧାର
ଉଦକ ଢାଳଇ ନେଇଂ ବ୍ୟାସମୁନିଙ୍କ ପୟର । ୧୩ ।
ଆପଣେ ଗାନ୍ଧାରସେନ ପୟର ପଖାଳି
ବ୍ୟାସଙ୍କର ପାଦ ଉଦକ ନିବେଶିତ ଶିରେ ତୋଳି । ୧୪ ।
ନବ ନେତ ବସନ କୁଣ୍ଡଳ ରତ୍ନମାଳା ଦିଲା ମହାରାଜା
ଆସନ ପାଦାସନ ପାଦାର୍ଘ୍ୟେ କଲା ଦିବ୍ୟ ପୂଜା । ୧୫ ।
ସୁବର୍ଣ୍ଣ ସିଂଘାସନେ ନେଇ ବସାଇଲେ ବ୍ୟାସଙ୍କୁ
କିଙ୍କର ହୋଇ ପଚାରଇ ମୁନି ଅନୁଗ୍ରହ କର ମୁକୁ । ୧୬ ।
ଦେଖ ବଂଶ ମୋର ହୋଇଲା ମୋକ୍ଷଗତି
ପ୍ରତକ୍ଷେ ଦେବ ନାରାୟଣ ବେଦବ୍ୟାସ ମୋତେ ଦେବାକ ଗତି ମୁକତି । ୧୭ ।
ୟେ ତୋହୋର ପାଦରଜ ପଡିଲା ମୋହୋର ପୁରେ
ଅକାରଣେ କାରଣ ପାଇଲି ମୁନିବରେ । ୧୮ ।
ଅନେକ ବିନୋୟି ହୋଇ ସ୍ତୁତି କରଇ ଗାନ୍ଧାରସେନ ନରନାହା
ସଂସାରକୁ ଗତି ଦିଲୁ ଦେବ ଭାଷିଲୁ ସ୍ୱାମୀ ଯାହା । ୧୯ ।



୮ ।୨ ନଶିଲା-ନଷ୍ଟହେଲା, ମଲା ।
୨୧ ଭୂତ ଭବିଷ୍ୟତ ବ୍ରତମାନ ତୁ ସମସ୍ତ ଗ୍ରନ୍ଥକାରୀ ।
 ବ୍ରହ୍ମାଦି ଦେବତାୟେ ତୋହୋର ଶାସ୍ର ଉକତ କରି । (ପା)
୨୧ ।୨ ଅଷ୍ଟାଙ୍ଗ ମନ୍ତ୍ରେ ଯେ Cଶ୍ୱରଙ୍କୁ ବୋଧିଲୁ । (ପା)
୧୧ ।୧ ଲଛି-ଲକ୍ଷି
ମୁହିଂ ତୋହୋର ଦାସର ଦାସ ଅଟଇ ଜନ୍ମେ ଜନ୍ମେ
ସଂସାର ତାରିଲୁ ନାଥ ଅମୃତ ବଚନେ । ୨୦ ।
ଭୂତ ଭବିଷ୍ୟ ବ୍ରତମାନ ଗ୍ରନ୍ଥମାନ କଲୁ
ଅଣାକାର ମନ୍ତ୍ରେ ତୁ ଶୂନ୍ୟ ପୁରୁଷ ବୋଧିଲୁ । ୨୧ ।
ଅନାଦି ବିଷ୍ଣୁ ତୋତେ ଠାବ ଦିଅଇ ବକ୍ଷସ୍ଥଳେ
ନାରାୟଣ ରୂପ ତୁ ଦେଖୁ ମହାପ୍ରଳୟର କାଳେ । ୨୨ ।
ଅନେକ ସ୍ତୁତି କରି ସେ ଗାନ୍ଧାରସେନ ସ୍ୱାମୀ
ବ୍ୟାସଙ୍କର ପାଦତଳେ ଶତ ସହସ୍ର ଦଣ୍ଡ ପରଣାମି । ୨୩ । ସଂଖ୍ୟା ଚ୍ଚନ୍ଧଲଭରତ୍ତ
ଶ୍ରୀସତ୍ୟବତୀ ନନ୍ଦନ ଚରଣ ମୋର ହୃଦେ
ଶୂଦ୍ରମୁନି ସାରୋଳ ଦାସ ନମେ ସଦାନନ୍ଦର ପଦ୍ମପାଦେ । ୨୪ ।
ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି
ବ୍ୟାସେ କଲ୍ୟାଣ କଲେ ଗାନ୍ଧାରସେନ ନୃପତି । ୨୫ ।
ବସ, ବସ ମହାରାଜା ତୋର ସିଦ୍ଧ ହୋଉ ମନବାଞ୍ଛା
ଅରିଷ୍ଟ ଶାନ୍ତି ହୋଉ ତୋହୋର କୁଟୁମ୍ୱ କ୍ଷମେ ରକ୍ଷା । ୨୬ ।
ଆହୋ! କୁଶଳ ହୋଇଅଛନ୍ତି ନା ତୋହୋର ସୋଦରେ
ପାଟ ମହାଦେC ତୋର କ୍ଷମେ ଅଛନ୍ତି ନା ପୁରେ । ୨୭ ।
ପୁତ୍ର ସନ୍ତତି ତୋହୋର ବ୍ରତନ୍ତି ନା ସଦାଚାରେ ଭାଗ୍ୟେ
ନାତିଗଣମାନେ ତୋହୋର ବ୍ରତନ୍ତି ନା ଆରୋଗ୍ୟେ । ୨୮ ।
ଦେବତା ବ୍ରାହ୍ମଣେ ହୋଉଅଛୁଂ ନା ଭଗତି
ହବିକି ଆହୁତି ଦେଉଛୁଂ ତ ନିତିପ୍ରତି । ୨୯ ।
ଦୁଖୀ ଦରିଦ୍ରଙ୍କୁ ଅନ୍ନ ତୁ ଦେଉ ନା ନୃପତି । ୩୦ ।
ଶୂନ୍ୟ ପୁରୁଷମାନେ କରୁ ଅଛନ୍ତି ନା ବୃଷ୍ଟି
ସୁବିଧାନେ ଫଳଦାୟକ ହୋଉଛି ନା ସୃଷ୍ଟି । ୩୧ ।
ସଂସାର ପାଳନ କରୁଅଛୁ କି ନା ରାଜା
କୁଶଳେ ବ୍ରତନ୍ତି ନା ତୋହୋର ଜନପ୍ରଜା । ୩୨ ।
ପ୍ରଜାନ୍ତ ପାଳିଣ ରାଜା ନ କରୁ ନା ଅବିଧି
ଦଇତ ଦାନବ ମାନନ୍ତ ରାଜା କରୁଅଛୁ ନା ସାଧି । ୩୩ ।
ତୀର୍ଥେଣ ଉପଦର୍ପ ନାହିଂ ନା କଉଣୋପ
ତପିଜନ ରକ୍ଷା କରୁଅଛୁ କି ନା ସର୍ବ । ୩୪ ।



୨୪ ।୧ ସତ୍ୟବତୀ ନନ୍ଦନଙ୍କୁ ତଲୟେ ମୋହୋର ହୃଦେ । (ପା)
୨୭ ।୨ ପାଟ ବଂଶୀ କ୍ଷମେ ବ୍ରତଇ ନା ପୁତ୍ର ପୌତ୍ର ପରିବାରେ । (ପା
୩୧ ମେଘମାନେ ସମସ୍ତେ କରନ୍ତି ନା ବୃଷ୍ଟି ।
 ସାବଧାନେ ଫଳ ଦେଉଛି ନା ସୃଷ୍ଟି । (ପା)
୩୩ ।୧ ପ୍ରଜା ପାଳନ ରାଜ୍ୟେ କରୁ ନା ଯଥାବିଧି । (ପା)
ସର୍ବ ସୁବିଧାନେ ହୋଉଅଛି ନା ରାଜ୍ୟ
ସଂସାର ଶୁଭଧୁନି ରାଜାକୁ ସର୍ବକାର୍ଯ୍ୟ । ୩୫ ।
ଆହେ ସମସ୍ତ ସୁବିଧାନ ମୋହୋର ଶୁଣିମା ମହାମୁନ୍ୟେ
କଥାୟେ କହିବି ଶୁଣିମା ହୋଉ ସାବଧାନେ । ୩୬ ।
ସ୍ୱାମୀ ଦୁହିତା ଗୋଟିୟେ ଅଛଇ ନାମ ତା ଗାନ୍ଧାରୀ
କୃତ୍ତିକା ବୃଷରାଶି ଜାତିରେ ବ୍ରହ୍ମ ଅସୁରୀ । ୩୭ ।
ଯେତେକ ନୃପତି ମୁଁ ବରିଲି ବିଦ୍ୟମାନେ
ବାଇଶି ରାଜା ମଲେ ବରଣ ବିଧାନେ । ୩୮ ।
ଦୁହିତାକୁ ପ୍ରଦାନ ନୋହିଲେ କେହି ଡରେ
ଯୁବା ଯୁବତୀ ସେ ଅଛି ମୋହୋର ଘରେ । ୩୯ ।
ଦୁହିତା ଯେବେ ପିତା ଘରେ ଅବିଭାଇତ ରଜବତୀ ଜ୍ଞନ୍ଧଟ୍ଟରତ୍ତଜ୍ଞନ୍ଦଷନ୍ଦଷଚ୍ଛଚ୍ଚ
ତାହାର ଶୋଣିତେ ପିତୃ ଲୋକେ ସ୍ନାହାନ କରନ୍ତି । ୪୦ ।
ୟେସନେକ ଦୋଷ ପୁରାଣେଣ ମୁଇଂ ଶୁଣି
ବିଧୁର ଆତ୍ମା କରି ଥାଇ ଶରୀର କଳଙ୍କ ଜାଣି । ୪୧ ।
ମୋତେ ପ୍ରତିକାର କରିବା ପାରେଶ୍ୱର ତନୟେ
ଗାନ୍ଧାରୀକି ମୋର କରିବା କେବଣ ଉପାୟେ । ୪୨ ।
ବ୍ୟାସେ ବୋଇଲେ ରାଜା ହୋଅଇ ୟେମନ୍ତ
ସତାଇଶି ନକ୍ଷତ୍ରେ ସମସ୍ତ ହୋନ୍ତି ଜାତ । ୪୩ ।
ଅଶ୍ୱିନୀ ମଘା ମୂଳାର ଆଦ୍ୟ ତିନିଦଣ୍ଡ
ଦୋଷ ଲାଗିବାରୁ ତାର ନାମ ଜାଣ ଗଣ୍ଡ । ୪୪ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର ଳବନ୍ଧକ୍ଷନ୍ଦ
ଜ୍ୟେଷ୍ଠା ଅଶ୍ଳେଷା ରେବତୀ ଶେଷ ପାଞ୍ଚଦଣ୍ଡେ
ଗଣ୍ଡଦୋଷ ଲାଗେ ଲେଖାଅଛି ଶାସ୍ତ୍ର ଖଣ୍ଡେ । ୪୫ ।



୩୫ ।୨ ସଂସାର ଶୁଭଧୁନି ରାଜାକୁ ଶୁଭକାର୍ଯ୍ୟ । (ପା)
୪୦ ।୨ ତାର ଶ୍ରୋଣିତ ପିତୃ ଲୋକେ ପିବନ୍ତି । (ପା)
୪୧ ।୨ ବିଅର୍ଥ ଶରୀର ଥାଇଂ କଳଙ୍କ ଲାଗିଣ ଜାଣି । (ପା)
୪୨ ।୨ ଗାନ୍ଧାରୀକି ମୋର କରିବା ବରଣ ଉପାୟେ । (ପା)
୪୫ ପାଦ "ଜ୍ୟେଷ୍ଠା ଅଶ୍ଳେଷା ରେବତୀ ଶେଷ ପାଞ୍ଚଦଣ୍ଡେ" ଠାରୁ ୫୭ ପାଦାନ୍ତ "ବ୍ୟାସେ କହିଲେ ଗାନ୍ଧାରସେନର
ଅଗ୍ରତେ ।" ମଧ୍ୟରେ କେତେକ ପୋଥିରେ ପାଠାନ୍ତର ।
 ଜ୍ୟେଷ୍ଠା ଆଠଦଣ୍ଡ ଅଶ୍ଳେଷା ଦଣ୍ଡସାତ
 ରେବତୀ ପାଞ୍ଚଦଣ୍ଡ ଗଣ୍ଡ ନିରିଜିତ । ୪୫
୪୦ ।୧ ଅବିଭାଇତ-ଅବିବାହିତ ।
ଅଶ୍ୱିନୀ ତ୍ରିଦଣ୍ଡ ଯେବେ ପଡଇ ଦିବସ
ପୁତ୍ର କନ୍ୟା ଉପୁଜିଲେ ୟେହି ଗଣ୍ଡ ଦୋଷ । ୪୬ ।ଜ୍ଞନ୍ଧଟ୍ଟରତ୍ତଜ୍ଞନ୍ଦଷନ୍ଦଷଚ୍ଛଚ୍ଚ
ପିତାକୁ ୟେ ଗଣ୍ଡଦୋଷ ବରଷେ ଲାଗଇ
ୟେହି ଯୋଗେ ଯେବେ ଜାତ ରାତ୍ରରେ ହୁଅଇ । ୪୭ ।
ମାତାକୁ ଷୋଳ ବରଷ ଲାଗେ ଗଣ୍ଡ ଦୋଷ
ଆବର କହୁଛୁ ଶୁଣ ଗାନ୍ଧାର ନରେଶ । ୪୮ ।
ଉଭୟ ସନ୍ଧ୍ୟାରେ ଯେବେ ହୁଅଇ ସନ୍ତତି
ସେହି ପୁତ୍ର ନାଶଯାଇ ଜାଣ ତତକ୍ଷଣାନ୍ତି । ୪୯ ।
ମଘା ନକ୍ଷତ୍ରରେ ଗଣ୍ଡ ଆଦି ତିନିଦଣ୍ଡ
ୟେଥି ଜନ୍ମ ହେଲେ ପାଞ୍ଚବର୍ଷ ପାଇ ଗଣ୍ଡ । ୫୦ ।
ମୂଳା ନକ୍ଷତ୍ରର ଆଦ୍ୟ ତିନିଦଣ୍ଡେ ପାଇ
ଚାରିବର୍ଷ ଗଣ୍ଡ ଯେବେ ପୁତ୍ର ଉପୁଜଇ । ୫୧ ।
ଜ୍ୟେଷ୍ଠା ନକ୍ଷତ୍ରର ଜାଣ ଅନ୍ତ ପାଞ୍ଚଦଣ୍ଡ
ୟେଥି ଜନ୍ମ ହେଲେ ବେନି ବର୍ଷ ପାଇ ଗଣ୍ଡ । ୫୨ ।
ଅଶ୍ଳେଷା ରେବତୀର ଯେ ଅନ୍ତ ପାଞ୍ଚଦଣ୍ଡ
ୟେଥି ଜନ୍ମ ହେଲେ ପାଞ୍ଚବର୍ଷ ପାଇ ଗଣ୍ଡ । ୫୩ ।



ଅଶ୍ୱିନୀ ତିନି ଦଣ୍ଡରେ ଯେବେ ପୁତ୍ର ଦୋହିତି ଜାତ ହୋଇ
ଦିବସେ ଉତପତ୍ତି ହୋଇଲେ ପିତାକୁ ଷୋଳ ବରଷକୁ ଗଣ୍ଡ ପାଇ । ୪୬ ।
ୟେହି ଯୋଗେଣ ଯେବେ ରାତ୍ରେ ହୁଅଇ ଜାତ
ମାତାକୁ ଷୋଳ ବରଷକୁ ଗଣ୍ଡ ଲାଗଇ ନିରିତାନ୍ତ । ୪୭ ।
ଉଭୟେ ସନ୍ଧ୍ୟାୟେ ଯେବେ ଉପୁଜଇ ସନ୍ତତି
ସେ ପୁତ୍ର ନାଶ ଯେ ଯାଇ ତତ୍‍କ୍ଷଣାନ୍ତି । ୪୮ ।
ମଘା ନକ୍ଷତ୍ର ଯେ ଆଦି ଚାରି ଦଣ୍ଡ
ୟେଥେ ଜନ୍ମ ହୋଇଲେ ଆଠ ବରଷେ ପାଇ ଗଣ୍ଡ । ୪୯ ।
ମୂଳା ନକ୍ଷତ୍ରେ ଯେବେ ଚାରି ଦଣ୍ଡ ଥାଇ
ଚାରି ବରଷକୁ ଗଣ୍ଡ ୟେଥେ ଯେ ଜନ୍ମ ପାଇ । ୫୦ ।
ଜ୍ୟେଷ୍ଠା ନକ୍ଷତ୍ର ଯେ ପ୍ରଥମ ଆଠଦଣ୍ଡ
ୟେଥେ ଜନମ ହୋଇଲେ ବେନି ବରଷକୁ ପାଇ ଗଣ୍ଡ । ୫୧ ।
ଅଶ୍ଳେଷା ନକ୍ଷତ୍ର ସାତ ଦଣ୍ଡର ମଧ୍ୟେ
ଦ୍ୱାଦଶ ବରଷକୁ ଗଣ୍ଡ ପାଇ ସାଧ୍ୟେ । ୫୨ ।
ୟେତେ ଯୋଗେ ଦିବସରେ ଜନମ ଲଭିଲେ
ପିତାଙ୍କୁ ଗଣ୍ଡ ଲାଗଇ ପୁତ୍ର କନ୍ୟା ହେଲେ । ୫୪ ।
ରାତ୍ରକାଳେ ଉପୁଜଇ ଯଦ୍ୟପି ସନ୍ତତି
ମାତାଙ୍କୁ ଗଣ୍ଡ ଲାଗିବ ବୋଲନ୍ତି ଅଗସ୍ତି । ୫୫ ।
ଉଭୟ ସନ୍ଧ୍ୟାରେ ଯେବେ ଉପୁଜଇ ବାଳ
ତାହାର ଉପରେ ପରାଭବ କରେ କାଳ । ୫୬ ।
ଗଣ୍ଡଦୋଷ ଲାଗଇ ଯେ ୟେତେକ ନକ୍ଷତ୍ରେ
ବ୍ୟାସେ କହିଲେ ଗାନ୍ଧାରସେନର ଅଗ୍ରତେ । ୫୭ ।
ଦେବ ଅସୁର ମାନବ କୁଳେ ଜାତ
ୟେହାଙ୍କର ପ୍ରକୃତି ବାରିବା କେମନ୍ତ । ୫୮ ।
ଅଶ୍ୱୀ ମୃଗଶିରା ପୁଷ୍ୟା ହସ୍ତା ରେବତୀରେ ପୁତ୍ର କନ୍ୟା ଉତପତ୍ତି
ଶ୍ରବଣା ପୁନର୍ବସୁ ଅନୁରାଧା ସ୍ୱାତି ଘେନି ଦେବ ଅଂଶ ହୋନ୍ତି । ୫୯ ।
ଦ୍ୱିଜା ଆରଦ୍ରା ରୋହିଣୀ ଉତ୍ତର ଭୋଦୁଅ
ପୂର୍ବା ଫାଲଗୁନୀ ଉତ୍ତରପୂର୍ବାଷାଢା ଦ୍ୱୟ । ୬୦ ।
ପୂର୍ବଭାଦ୍ରବ ଉତ୍ତରା ଫାଲଗୁନୀ ୟେ ଦୁଇ ନକ୍ଷତ୍ରେ ଉତପତ୍ତି
ସ୍ତିରି ହୋଉ ପୁରୁଷ ହୋଉ ମନୁଷ୍ୟ ଅଟଇ ଜାତି । ୬୧ ।
କୃତିକା ମଘା ବିଶାକା ଜ୍ୟେଷ୍ଠା ଶତଭିଷ
ଅଶ୍ଳେଷା ଧନିଷ୍ଠା ଚିତ୍ରା ମୂଳା ୟେ ହୁଅନ୍ତି ରାକ୍ଷସ । ୬୨ ।



ରେବତୀ ନକ୍ଷତ୍ରର ଦୋଷ ପାଞ୍ଚଦଣ୍ଡ
ୟେଥେ ଜନମ ହୋଇଲେ ବରଷେ ପାଇ ଗଣ୍ଡ । ୫୩ ।
ୟେତେ ଯୋଗେ ଦିବସେ ଜନମ ଲଭିଲେ
ପିତାଙ୍କର ଗଣ୍ଡ ଦୋଷ ପୁତ୍ର ଦୋହିତା ଉପୁଜିଲେ । ୫୪ ।
ରାତ୍ରକାଳେ ଯେବେ ଉପୁଜଇ ସନ୍ତତି
ମାତାଙ୍କର ଗଣ୍ଡଦୋଷ ଲାଗଇ ବୋଇଲେ ଅଗସ୍ତି । ୫୫ ।
ଉଭୟେ ସନ୍ଧ୍ୟାୟେ ଯେବେ ଉପୁଜଇ ବାଳ
ତାହାର ଉପରେ ଭୋଗ ହୁଅଇ କାଳ । ୫୬ ।
ଗଣ୍ଡଦୋଷ ଲାଗଇ ଯେ ୟେତେକ ନକ୍ଷତ୍ରେ
ବ୍ୟାସେ କହିଲେ ଗାନ୍ଧାରସେନର ଅଗ୍ରତେ । ୫୭ ।
କୃତ୍ତିକା ନକ୍ଷତ୍ରେ ଉପୁଜିଲା ଗାନ୍ଧାରୀ
ଆବର ଉଆଂସୀ ହୋଇଲା ଜାତିରେ ବ୍ରହ୍ମ ଯେ ଅସୁରୀ । ୬୩ ।
ଆହୋ ଚନ୍ଦ୍ର ନଷ୍ଟ ହୋଅଇ ସେ ଅମାବଇ ଦିନ
ଅତି ଦୋଷେ ସ୍ତିରୀ ହୋଅନ୍ତି ଉତପନ୍ନ । ୬୪ ।
ସେ ଉଆଂସୀ କନ୍ୟାକୁ ବିଭା ହୋଅଇ ଯେବଣ ପୁରୁଷ
ତାହାର ଦେହ ଲାଗନ୍ତେ ଯଶ ଶ୍ରୀ ଆୟୁଷ ହୁଅଇ ନାଶ । ୬୫ ।
ୟେସନେକ ସନ୍ଦେଶ ଯହୁଂ ବ୍ୟାସେ କଲେ ପୁଚ୍ଛା
ଶୁଣିଣ ଗାନ୍ଧାରସେନ ନୃପତି ପଡିଲାକ ମୂର୍ଚ୍ଛା । ୬୬ ।
କୋଳେ ଧଇଲା ତୋଳି ତାର ବିଜୟସେନ ମନ୍ତ୍ରୀ
ସାଷ୍ଟମ କରାଇଲେ ଯେ ପଣ୍ଡିତ ଭିଗଂ୍ୟ ଯତି । ୬୭ ।
ବ୍ୟାସେ ବୋଇଲେ ବାବୁ ଶୁଣ ରାଜା ଗାନ୍ଧାର
ଆମ୍ଭର ବୁଦ୍ଧିୟେ ଅଛି କରିବା ପ୍ରତିକାର । ୬୮-୧୨୭୭ ।



୫୮ ।୨ ୟେହାଙ୍କର ପ୍ରକୃତି ଜାଣିବା କେମନ୍ତେ ।
୬୫ ସେହି କନ୍ୟାକୁ ବିଭା ହୁଅନ୍ତି ଯେବଣ ଜନ ।
 ତାହାର ଦେହ ଲାଗନ୍ତେ ଲକ୍ଷ୍ମୀ ଆଷ୍ୟ ହୋୟେ କ୍ଷୀଣ । ।
ସାହାଡା ବୃକ୍ଷ ମାହାତ୍ମ୍ୟ
ଗୋଲକ ବୃକ୍ଷ କରତାର ରଥେ ଚକ
ମହାକଳପ ବୃକ୍ଷ ସେ ହରଇ ମହାପାତକ । ୧ ।
ପୂର୍ବେ ସ୍ରିଜିତ ତାହା କଲେକ ପ୍ରଜାପତି
ଦୋଷୀ କନ୍ୟା ହୋଇଲେ ତାକୁ ବିଭା କରିବ ଯୁଗତି । ୨ ।
ଗାନ୍ଧାରସେନ ବୋଇଲା ସେ ବୃକ୍ଷ ଅଛି ମୋହୋର ନବର ମଝାଥାନେ
ମୁଂ ତାହାକୁ ମୁନି ହୋ ପୂଜା କରଇ ନିତି ଦିନେ । ୩ ।



୧ ବିଭା କରାଇବା ଗୋଲକ ବୃକ୍ଷକୁ ।
 ମହାକଳ୍ପ ବୃକ୍ଷ ସେ ହରଇ ପାତକକୁ । । (ପା)
 ସାହାଡା ବୃକ୍ଷ ଗୋଟିୟେ ବିଭାକରି ଆଣି ।
 ମହାକଳପ ବୃକ୍ଷ ସେ ହରଇ ପାପ ଶ୍ରେଣୀ । । (ପା)
୨ ।୨ ଦୂଷିତ କନ୍ୟା ବିଭା ହୋଇଲେ ହୁଅଇ ସେ ଗତି । (ପା)
ବ୍ୟାସେ ପ୍ରତିବାଚ ତୁ ଭାଗ୍ୟବନ୍ତ ରାଜା
କିସ ଫଳ ଅଛି ତୁ ସାହାଡା ବୃକ୍ଷ କରୁ ପୂଜା । ୪ ।
ଗାନ୍ଧାର ସେନ ପ୍ରତିବାଚ ସେ କରତାର ରଥଚକ
ଦ୍ରଶନେ ହରଇ ସେ ଅଶେଷ କୋଟି ପାତକ । ୫ । ସଂଖ୍ୟା
ବ୍ୟାସେ ବୋଇଲେ ରାଜା ନୋହଇଟି ୟେମନ୍ତ
ଆମ୍ଭର ତହୁଂ ଶୁଣ ହୋ ଶାହାସ୍ର ସଂଗତ । ୬ ।
ବୃଷଭ ମାସ କୃଷ୍ଣପକ୍ଷ ତିଥି ଯେ ଦଶମୀ
ଗୁରୁବାର ଶତଭିଷା ନକ୍ଷତ୍ରେ ବିଜୟେ ବିଶ୍ୱନାଥ ସ୍ୱାମୀ । ୭ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ନନ୍ଦିକେଶ୍ୱର ଦେବ ବୃଷଭ ପଲାଣି
ପିଠିରେ ବିଜେ କଲେ ଦେବ ପିନାକୀ ଶୂଳପାଣି । ୮ ।
ହୃଦରେ ଆଭରଣ ଉଡଙ୍ଗ ସପତ ଫେରୁ
ଅନ୍ତରୀକ୍ଷେ ବାଜଇ ନବଲକ୍ଷେ ଡମ୍ୱରୁ । ୯ । ସଂଖ୍ୟା ଚ୍ଚନ୍ଧଲଭରତ୍ତ
କଉତୁକେ ବିହଡନ୍ତି ସ୍ୱାମୀ ଦେବରାଜେ
ବଇଲ ଆରୋହିଣ ଦେବ ମଧ୍ୟପୁରେ ଦିଗବିଜେ । ୧୦ ।
ଅନେକ ତୀର୍ଥେ ପସି ଆସନ୍ତି ସୁଢଳେ
ଚଳନ୍ତି ମହେଶ୍ୱର ବଇତରଣୀ ନଦୀ କୂଳେ । ୧୧ । ଓବସଟ୍ଟନ୍ଧତ୍ତ ଇବଷନ୍ଦବତ୍ତବଚ୍ଚଷ
ସାହାଡା ବୃକ୍ଷ ଗୋଟିୟେ ଅଛି ବାମ କତି ଲାଗି
ପତ୍ର ଗୋଟିୟେକ ବଇଲ ମଥାରେ ଘେନିଲାକ ବେଗି । ୧୨ ।
Cଶ୍ୱର ପୁଚ୍ଛା କଲେ ଶୁଣ ହୋ ମହାବୃଷଭ
ୟେ ପତ୍ର ଗୋଟି ମଥାରେ ଘେନିଲୁ କି ସୁଲଭ ହୋଇବ । ୧୩ ।
ବୃଷଭ ବୋଇଲା ଦେବ ବାମେ ଯେବେ ସାହାଡା ବୃକ୍ଷ ଥାଇ ଜବଶବଯବ ନ୍ଦତ୍ତରର ଲସ୍ଥଜ୍ଞନ୍ଦରତ୍ତସ୍ଥ
ପତ୍ର ଗୋଟିୟେ ଶିରେ ଘେନିଲେ ଅମୃତ ଯୋଗାଡ ପାଇ । ୧୪ ।
ଡାହାଣ ଭାଗେ ଯେବେ ବୟର ବୃକ୍ଷ ଥାଇ
ତହିଂରୁ ପତ୍ର ଗୋଟିୟେ ଘେନିଲେ ଶତ୍ରୁ କ୍ଷୟେ ଯାଇ । ୧୫ ।



୧୯ ।୨ "ୟେସନକ........... ବୋଇଲେ" ପାଦାନ୍ତ ପରେ ପୋଥି ବିଶେଷରେ ଅଧିକା ପାଠ-
 ମାଖୋଟକ ନମ ସ୍ତୁଭ୍ୟମ୍‍ ସର୍ବପାପ ପ୍ରଣାଶନଃ ।
 ପ୍ରଚୁରଂ ଭୋଜନଂ ଦେହି ଦେବ ବୃକ୍ଷ ନମୋସ୍ତୁତେ । ।
୧୫ ।୧ ବୟର-ବଦର-ବରକୋଳି ।
ଆଗରେ ଶ୍ୱେତ ଦୁବ ଦେଖିଲେ ମଥାରେ ଘେନିମ ତୋଳି ଓବସଟ୍ଟନ୍ଧତ୍ତଷ
ଅନେକ ଦୋଷ କ୍ଷୟ ଯାୟେ ଶୁଣିମା କପାଳୀ । ୧୬ ।
ତୁଳସୀ ବୃକ୍ଷ ଯେବେ ଦେଖିବ ପଛକତି ଲେଉଟି
ମଥାୟେଣ ଘେନିମ ହାଦେ ଝଡିଲା ପତ୍ର ଗୋଟି । ୧୭ ।
ଗ୍ୟାନେ ଅଗ୍ୟାନେଣ ଯେତେକ ପାପ ଅଛି
ତକ୍ଷଣେ ସକଳ ପାତକ ଯାଇ ଲେଛି । ୧୮ ।
ସୁପଙ୍କୁ ଅନ୍ନ ପ୍ରାପତ ସାହାଡା ପତ୍ର ଘେନିଲେ
ୟେସନେକ ଚରିତ ବୃଷଭ ବୋଇଲେ । ୧୯ ।
ଭୋଜନ ପାପତ ହୋଅଇ ସାହାଡା ପତ୍ରେକ ଘେନିଲେ
ଆଜି ପରୀଖି ଜାଣିମା ସଦାନନ୍ଦେ ବୋଇଲେ । ୨୦ ।
ଚତୁର୍ଦ୍ଦଶ ଭୁବନ ବୁଲିଲେ ମହାଦେବ
ପାଣି ଘାସ ଆହାର କତିକି ସେ ନ ନିଅନ୍ତି ବୃଷଭ । ୨୧ । ଓବସଟ୍ଟନ୍ଧତ୍ତଷ
ମନ ସରି ବୃଷଭକୁ ସେ ବୁଲାନ୍ତି ଉପବାସେ
ଗିରି ଅରଣ୍ୟେ ବୁଲନ୍ତି କ୍ଷେପନ୍ତି ଆକାଶେ । ୨୨ ।
ବାହୁଡନ୍ତି କପିଳାସେ ବିଜେ କଲେ ଆଦିତ୍ୟର ଅସ୍ତେ
କପିଳାସ ନିକଟେ ବିଜୟେ ପଞ୍ଚୁବକ୍ତ୍ର ତ୍ରିନେତ୍ରେ । ୨୩ । ଔବଟ୍ଟଷକ୍ଷବଜ୍ଞ
ଅମୃତ ଯୋଗାଡ ଯେ ରନ୍ଧନ କରନ୍ତି ଉମା
ସ୍ୱାମୀକି ବାଟ ଚାହିଂଣ ବିମୁଖ ଦେବୀ ବାମା । ୨୪ ।
ତେର ଘଡି ଯହୁଂ ଗଡି ଗଲା କରତାର
ଆପଣେ ଠାକୁରାଣୀ ବିଜେ କଲେ ମୁଣୋହିର । ୨୫ ।
ସୁବର୍ଣ୍ଣ ପଇଲମେ ସକଳ ଯୋଗଡନ୍ତ ଭରି
ପିଠା ଖିରିସା ଗୋଟିକା ଛେନା ତାଗଡା ଆଦି କରି । ୨୬ ।
ସୁବର୍ଣ୍ଣ କୋପରାରେ ସମସ୍ତ ପୂରୋଇଂ
ଦେବେ ପିତ୍ରେ ଅନ୍ନ ପାଣି ଦେଇ ତୁଣ୍ଡେ ପଞ୍ଚଗୁଣ୍ଡି ଲାଇ । ୨୭ ।
ପାଣି ଆଧାର କରି ତିନିଗୁଣ୍ଡି ଭୁଞ୍ଜି
ୟେସନକ ସମୟେ ଡମ୍ୱରୁ ଡିବି, ଡିବି ବାଜି । ୨୮ ।



୧୮ ।୨ ଲେଛି-ଛାଡି ।
୨୭ ।୧ କୋପରାରେ-ସଂସ୍କୃତ କର୍ପର, ଚଟକା ପାତ୍ର ବିଶେଷ । ବେଣ୍ଟ ଲାଗିଥିବା ଗହିରା ଥାଳି, କରେଇ ପରି ।
କାଞ୍ଚୋଲାରେ-ପାତ୍ର ବିଶେଷରେ, ବେଲା ।
ଶୁଣିଣ ଗୋସାମଣୀ ଯେ ବିଷାଦ ହୋଇଲେ
କେମନ୍ତ କରିବି ମୁହିଂ Cଶ୍ୱରେ ବିଜେ କଲେ । ୨୯ ।
ସଂକୋଚେଣ ମୁଣୋହି ଛାଡି ଉଠିଲେ ବେଗ ହୋଇ
ବୃଷଭ ଗୁଆଣିରେ ଲୁଚାଇଲେ ନେଇ । ୩୦ ।
ପିଠା ଖିରି ଶାକର ପୂରୋଇଲେ କାଞ୍ଚୋଲାରେ
ଆଞ୍ଚୋବନ ସାରି ଦେବୀ ହୋଇଲେ ବାହାରେ । ୩୧ ।
ରତନ ଝରୀରେ ଦେବୀ ପାଣି ଯେ ପୂରୋଇ
ଛାମୁରେ ପ୍ରବେଶ ଯେ ହୋଇଲେ ମହାମାC । ୩୨ ।
ନନ୍ଦିକେଶ୍ୱରଙ୍କୁ ରାଇ ଆଗ୍ୟାଂ ଦିଲେ ସଦାନନ୍ଦ
ବୃଷଭ ଗୋଟିକ ନେଇ ଗୁଆଣିରେ ବେଗେ ବାନ୍ଧ । ୩୩ ।
ଆଗ୍ୟାଂ ପ୍ରମାଣେ ନନ୍ଦିକେଶ୍ୱର ଗଲା
ଯତନ କରି ତାକୁ ଖମ୍ୱରେ ନେଇ ବାନ୍ଧିଲା । ୩୪ ।
Cଶ୍ୱରେ ଆଗ୍ୟାଂ ଦିଲେ ନନ୍ଦିକେଶ୍ୱରକୁ ରାଇ
ଖଡ ଆହାର ଘାସ ପାଣି କିଛି ଅନ୍ନ ନ ଦେବୁଟି ବଇଲଇଁ । ୩୫ ।
ସ୍ୱାମୀ ଆଗ୍ୟାଂୟେଣ ସେ ଦୃଢକରି ବାନ୍ଧିଣ ଅଇଲା
ବଜ୍ରର କିଳିଣି ଦେଇ ସେ କବାଟ କିଳିଲା । ୩୬ ।
ବୃଷଭ ବିଚାରଇ ମୋତେ Cଶ୍ୱର କଷିଲେ
କରତାର ନାଥ ୟେହା କି-ାଇ ନ ବିଚାରିଲେ । ୩୭ ।
ମୋହୋର ୟେତେକ କଥା ଯେ ନିଷ୍ଫଳ ହୋଅନ୍ତେ
ଆବର କରତାରଙ୍କୁ କେ ଭଗତ ହୋଇବ ଯୁଗତେ । ୩୮ ।
ନିସତେଣ ବାସି ଖଡ ନାଡେ ଦିଅନ୍ତେ ସେ ତୁଣ୍ଡେ
ଦେଖିଲା ଅମୃତ ଯୋଗାଡ ପୂରିଅଛି ଭାଣ୍ଡେ । ୩୯ ।
ସନ୍ତୋଷେଣ ଭୋଜନ ଯେ କଲାକ ବୃଷଭ
ସୁମରଇ ୟେକ ଲୟେ କରି ହାଦେ କରତାର ଦେବ । ୪୦ ।
ଭୁଞ୍ଜିଣ ବଇଲ ଯେ ହୋଇଲା ଆନନ୍ଦ
ହେ ବୁଧ ଜନେ କରତାର ନାଥଙ୍କୁ ନିତ୍ୟେ ବନ୍ଦ । ୪୧ ।



୩୦ ।୨ ବୃଷଭ ନିହାଣୀ (ନିଧାନୀ)ରେ ପୂରୋଇଲେ ନେଇ । (ପା)
୩୭ ।୧ ବୃଷଭ ବିଚାରଇ Cଶ୍ୱର କପଟ ମୋତେ କଲେ । (ପା)
୩୩ ।୨ ଗୁଆଣିରେ-ଖାଇବା କୁଣ୍ଡ ସ୍ଥାନରେ ।
Cଶ୍ୱର କଷଣରୁ ହୋଇଲିଟି ପାର
କିସ କରି ପାରଇଟି ଆବର ନାଶକର । ୪୨ ।
ୟେହି ହସ୍ତରେ ଫଳ ଲଭନ୍ତି ବିରଞ୍ଚି ନାରାୟଣ ପ୍ରସାଦେ
ଶୂଦ୍ରମୁନି ସାରୋଳ ଦାସ କରତାର ପଦ୍ମପାଦେ ବନ୍ଦେ । ୪୩ ।
ବ୍ୟାସେ ବୋଇଲେ ଶୁଣ ଗାନ୍ଧାରସେନ ନୃପତି
ୟେ ପତ୍ର ଶିରେ ଘେନିଲେ ୟେସନେକ ଫଳଶ୍ରୂତି । ୪୪ ।
ଭୁଞ୍ଜିଣ ବୃଷଭ ତ୍ରିପୁତି ହୋଇଲା
ଶୋଷକୁ ପଣା ଭୋଖକୁ ଅମୃତ ଯୋଗାଡ ପାଇଲା । ୪୫ ।
ଶୋଇଅଛି ବୃଷଭ ହୋଇଣ ମହାତ୍ରିପୁତି
ଶୁଭେଣ ପ୍ରସର ଯେ ହୋଇଲାକ ରାତି । ୪୬ ।
କବାଟ ଫେଡି କରି ଦେବ ଯେ ସୁଢଳେ
ଭିତରକୁ ପଶିଲେ ଦେବ ବୃଷଭ ବିକଳେ । ୪୭ ।
Cଶ୍ୱରେ ହସିଲେ ଯେ ମହା ବୃଷଭକୁ ଚାହିଂ
କିସ ଫଳ ପାଇଲୁ ହୋ ସାହାଡା ବୃକ୍ଷ ଦାହି । ୪୮ ।
ବଇଲ ବୋଇଲା ଦେବ ଶାହାସ୍ର ନୋହଇ ଯେ ମିଥ୍ୟା
ସୁଖେଣ ପାରି ହୁଅନ୍ତି ଯେତେ କରତାର ଭଗତା । ୪୯ ।
Cଶ୍ୱର ବୋଇଲେ ପାଇଲୁ ତୁ ଯେହ୍ନେ
ସଂସାର ଜନଙ୍କୁ ପ୍ରାପତ ହୋଉ ତେହ୍ନେ । ୫୦ ।
ବୃଷଭ ବୋଇଲା ଦେବ ପ୍ରତକ୍ଷେ ପାଇଲି
ତୁମ୍ଭର ମୁଣୋହି ନ କରୁଣୁ ମୁଂ ଆଗେ ଯେ ଖାଇଲି । ୫୧ ।
ଯେ ଯାହାକୁ ସ୍ୱାମୀ ହୋଇଥାଇ ଭଗତା
ଅବଶ୍ୟ ସେ ତାହାନ୍ତ କରନ୍ତି ନା ଚିନ୍ତା । ୫୨ ।
ସେବକ ଚିନ୍ତା ଯେବେ ସ୍ୱାମୀକି ନ ଲାଗିବ
କେବଣ ମତେ ସେ ଏ ସଂସାରୁ ତରିବ । ୫୩ ।
ଯେତେକ ଯୋଗାଡ ତୁମ୍ଭର ମଢଫୁଲି
ତୁମ୍ଭର ମୁଣୋହି ନ କରୁ ମୁଂ ଆଗ ତା ପାଇଲି । ୫୪ ।
ସ୍ୱାମୀ ଲୟେ କରି ଦେଖ ନି ମୋହୋର ଗୁଆଣି
ଗନ୍ଧ ଆମୋଦଇ କର୍ପୂର ରସ ଜାଣି । ୫୫ ।
ସ୍ୱରୂପ ଦେଖି Cଶ୍ୱର ବିଷାଦ ହୋଇଲେ
ପାର୍ବତୀଙ୍କି ସଲ୍ଲଜ ହୋଇ ପଚାରିଲେ । ୫୬ ।
ବୃଷଭକୁ ନେଇ ଟି କେହୁ ଦିଲା ମୋ ଯୋଗାଡ
ତୁମ୍ଭେ ଜାଣ ନିକି ଦେବି ଏଥିର ତଥ୍ୟ ଯେ ବେଭାର । ୫୭ ।
ପାର୍ବତୀ ହସିଲେ Cଶ୍ୱରଙ୍କ ବଚନେ
ତୁମ୍ଭର ଆସିବା ବିଳମ୍ୱ ଦେଖିଣ ତ୍ରିଲୋଚନେ । ୫୮ ।
ସମସ୍ତ ବାଢିଣ ଦେବ ବସିଲି ମୁଂ ଭୁଞ୍ଜି
ୟେସନ ସମୟେଣ ଡମ୍ୱରୁ ଶବଦ ବାଜି । ୫୯ ।
କ୍ଷୁଧାୟେଣ ତୁମ୍ଭେ ମୋତେ କୋପ କରିବ ବୋଲି
ସବୁ ନେଇ ବୃଷଭ ଗୁଆଣିରେ ଭରିଲି । ୬୦ ।
ସଦାନନ୍ଦ ହସିଲେ ଗିରିଜାର ବଚନେ
ୟେହେର୍ଣ୍ଣକ କରି ଯେ ପ୍ରାପତଟି କରାନ୍ତି ଦେବତାମାନେ । ୬୧ ।
ବଦୟନ୍ତି ବ୍ୟାସେ ପାରେଶ୍ୱର ନାନେ
କରତାକୁ ସେବିଲେ ତପଫଳ ଶ୍ରୂତ ହାଦେ ଅଟଇ ୟେସନେ । ୬୨ ।
ଚାଲ ହୋ ରାଜା ୟେବେ ସାହାଡା ବୃକ୍ଷ ଯେ ଦେଖିବା
ଗାନ୍ଧାରୀକି ତାହା ପ୍ରଦାନ କରିବା । ୬୩ ।
ଭିତର ନବର ଅଗଣା ମଧ୍ୟ ସ୍ଥାନେ
ଗୋଲକ ବୃକ୍ଷ କଲେ ବରବେଶ ବିଧାନେ । ୬୪ ।
କନ୍ୟାବେଶ ଯେ କଲେକ ଗାନ୍ଧାରୀ
ମଙ୍ଗଳ ବାକ୍ୟେ ତାଙ୍କୁ ସୀଉକାର ବରଣ କରି । ୬୫ ।
ଉଦକ-ପାଦ ଗୋତ୍ର ଯେ ଶାକୋଟ ବୃକ୍ଷ
ବୃନ୍ଦା ଅର୍କ ଗୋତ୍ର ସେ ଗାନ୍ଧାରସେନ ବଂଶ । ୬୬ ।
ଉଭୟ କୁଳ ଗୋତ୍ର ଉଚ୍ଚାରିଲେ ମୁନ୍ୟେ
ଗୋଲକ ବୃକ୍ଷ ଗାନ୍ଧାରୀକି କଲେକ ପ୍ରଦାନେ । ୬୭ ।
ଗାନ୍ଧାରୀର କର ଗୋଲକ ବୃକ୍ଷ ଡାଳେ
କୁଶ ବନ୍ଧନ କରନ୍ତି ମୁନି ମନ୍ତ୍ରବଳେ । ୬୮ ।
ଗାନ୍ଧାରୀ ବୃକ୍ଷ ଯହୁଂ ୟେକ ଯୋଗ ହୋଇଲା
ସେ ସାହାଡା ବୃକ୍ଷ ଗୋଟି ତତ୍‍କ୍ଷଣାନ୍ତି ମଲା । ୬୯ ।
ଦେଖିଣ ଚକିତ ଯେ ହୋଇଲେ ମୁନି ବ୍ୟାସେ
ଗାନ୍ଧାର ସେନ ନୃପତି ବସିଲା ବିରସେ । ୭୦ ।
ବ୍ୟାସେ ବୋଇଲେ ତୁ ନ ଭାଳ ନୃପତି
ସମସ୍ତ ଅରଷ୍ଟି ଏହାର ହୋଇଲାନି ଶାନ୍ତି । ୭୧-୧୩୪୮ ।



୫୬ ।୨ ପାର୍ବତୀଙ୍କି ସନ୍ନିଧ୍ୟକୁ ରାଇଣ ପଚାରିଲେ । (ପା)
୬୯ ଗାନ୍ଧାରୀର କର ତହୁଂ ବୃକ୍ଷରେ ଲାଗିଲା ।
 ସାହାଡା ବୃକ୍ଷ ଗୋଟି ତତକ୍ଷଣେ ଜଳିଗଲା । (ପା)
ଗାନ୍ଧାରୀ ସହ ଧୃତରାଷ୍ଟ୍ରଙ୍କ ବିବାହ
ତୁ ୟେବେ ହାଦେ ଆମ୍ଭର ବଚନ କରିବା
ଗାନ୍ଧାରୀକି ତୋର ଆମ୍ଭ ଧୃତରାଷ୍ଟକଇ ଦେବା । ୧ ।
ବ୍ୟାସଙ୍କ ବଚନେ ରାଜା ସମଦଣ୍ଡ ସାଜି
ଚଳଇ ମହାରାଜା ହସ୍ତିନା ପୁର ମଝି । ୨ ।
ଗାନ୍ଧାରୀକି ଘେନି ଚଳିଲେ ବ୍ୟାସ ମହାଯତି
ଧୃତରାଷ୍ଟକୁ ପ୍ରଦାନ କଲେ ସେ ଯୁବତୀ । ୩ ।
ଧୃତରାଷ୍ଟ ବ୍ରହ୍ମ ଅସୁର କୃତ୍ତିକା ବୃଷରାଶି
ଗାନ୍ଧାରୀ ବ୍ରହ୍ମ ଅସୁରୀ ଆବର ଉଆଂସୀ । ୪ ।
ଧୃତରାଷ୍ଟ ନାୟେଂ ବରିଲା ଅନେକ କନ୍ୟା ମଲା
ଗାନ୍ଧାରୀକି ବରି ବାଇଶି ରାଜା ନାଶ ଗଲା । ୫ ।
ଧୃତରାଷ୍ଟ୍ରକଇ ନାହିଂ କନ୍ୟା ଗାନ୍ଧାରୀକି ନାହିଂ ବର
ୟେ ଜାତି ବ୍ରହ୍ମ ଅସୁରୀ ସେ ବ୍ରହ୍ମ ଅସୁର । ୬ ।
ଦୁହିଂଙ୍କର ୟେକ ଯୋଗ ହୋଇଲା ପୀରତି
ଧୃତରାଷ୍ଟ ଗାନ୍ଧାରୀ ହୋଇଲେ ୟେକ ମେଳମତି । ୭ ।
ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ
ଗାନ୍ଧାରୀକି ଧୃତରାଷ୍ଟ ଯେ ହୋଇଲେ ପ୍ରଦାନୁ । ୮ ।
ବେନି ଅସୁର ସେ ହୋଇଲେ ସମଯୋଗ
ବଢିଲା ପୀରତି ଉପୁଜିଲା ବହୁତ ରଙ୍ଗ । ୯-୧୩୫୭ ।



୫ ।୧ ନାୟେଂ-ନାମେ ।



କୁନ୍ତୀଙ୍କ ବାଲ୍ୟ ଚରିତ, ଦୁର୍ବାସାଙ୍କ ସେବା ଓ ତାଙ୍କଠାରୁ ବରପ୍ରାପ୍ତି
ବଇବସୁତ ମନୁ ପୁଛାକଲେ ଅଗସ୍ତିଙ୍କି
ପଣ୍ଡୁଙ୍କୁ କେମନ୍ତେ ବିଭା କଲେ କହିବା ବ୍ରହ୍ମ ବାକି । ୧ ।
ଶୁଣ ହୋ ମହାତମା ଯୁଗାନ୍ତେକ ପୁରୁଷ
ପଣ୍ଡୁର ଚରିତ ଶୁଣିମା ଅମିୟ ଦିବ୍ୟ ରସ । ୨ ।
ସିଦ୍ଧପୁର ନଗ୍ରେ କୁନ୍ତଭୋଜ ନୃପତି
ତାହାର ଭାରିଯା ନାମ ଅଟଇ ଜମ୍ୱୁବତୀ । ୩ ।
ମଦନ ମହାଦେବର ସେ ଅଟଇ କୁମାରୀ
କରବୀର ପୁରର ସେ ଅଟଇ ଅଧିକାରୀ । ୪ ।
କୁନ୍ତଭୋଜ ରାଜାର ସେ ୟେକଇ ଦୁହିତା
ଶ୍ରଦ୍ଧାୟେ ନୃପତି ନାମ ଦିଲେ ତାହାକୁ କୋଇନ୍ତା । ୫ ।
ବଡାଇ ସୁନ୍ଦର ସେ ଅଟଇ ଭାଗ୍ୟବନ୍ତୀ
ଅତି ସୁନ୍ଦର ସେ ଅତୁଳାୟିତ ଯୁବତୀ । ୬ ।
ପୁତ୍ର ନ ଥାଇ ସେ କୁନ୍ତଭୋଜ ରାଜାର
ୟେକା ଦୁଲାଳୀକି ତାର ସ୍ରାଗ ଯେ ଅପାର । ୭ ।
ବୃଷଭ ମାସ ପଞ୍ଚମୀ ବୃହସ୍ପତି ବାର
ଗୁରୁପୁଷ୍ୟା ଯେ ଅମୃତ ଯୋଗ ସେ ଦିନର । ୮ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ବବ ନାମେ କରଣ ଯେ ଶୂଳ ନାମେ ଯୋଗ
ବୃଷଭ ସଂକରାନ୍ତିକି ତେର ଭୋଗ । ୯ ।



୩ ।୧ ହଟପୁର ନଗ୍ର ରାଜା, ସାହାପୁର ନଗ୍ରରାଜା ।
୪ ।୧ ମଦନ ମହାସେନର ସେ ଅଟଇ କୁମାରୀ ।
୧ ।୨ ବାକି-ବାକ୍ୟ ।
୭ ।୨ ସ୍ରାଗ-ସରାଗ, ଶ୍ରଦ୍ଧା ।
ୟେମନ୍ତ ସମୟେଣ ଦୁର୍ଭାସା ମହାଋଷି
କୁନ୍ତଭୋଜ ରାଜା କଟକେ ପ୍ରବେଶ ହୋଇଲେ ଆସି । ୧୦ ।
ଦେଖି କୁନ୍ତଭୋଜ ରାଜା ପାଦଅର୍ଘ୍ୟ ଦେଲା
ନିସ୍ତରିଲି ମହାତମା ହୋ ଆଜଦିନ ମୋତେ ଭଲା । ୧୧ ।
ଅନେକ କାର୍ଯ୍ୟ ସୁଫଳ ହୋଇଲା ଆଜ ମୁକୁ
ମୁଂ କ୍ଷମ ହୋଇବି ତୋର ପାଦପଦ୍ମ ପଖାଳିବାକୁ । ୧୨ ।
ଦୁର୍ଭାସାୟେ ପ୍ରତିବାଚ ତୁ ଅଛୁ ନା କୁଶଳେ
ପାତ୍ର ଅମନାତ୍ୟେ ଖଟି ଅଛନ୍ତି ନା ସକଳେ । ୧୩ ।
ସମସ୍ତ କୁଶଳ ବୋଲି ବୋଇଲେ କୁନ୍ତଭୋଜ
ଜୀବନ ସୁଫଳ ମୁନି ହେ ଦେଖିଲି ମୁଂ ତୋତେ ଆଜ । ୧୪ ।
ଦୁର୍ଭାସାୟେ ବୋଇଲେ ଆମ୍ଭେ ଅଇଲୁ ତୋହୋର ରାଜ୍ୟକୁ
ଚତୁର୍ମାସ୍ୟା ବଞ୍ଚିବୁ ବସା ଖଣ୍ଡିୟେ ଦେବୁ ମୁକୁ । ୧୫ ।
ବଡାଇ ସ-ଦ ରାଜା ଦେଖିଲୁ ତୋର ପୁରୀ
ରହିବାକୁ ତୃଷ୍ଣା ଯେ ବଳିଲା ଆମ୍ଭରି । ୧୬ ।
କୁନ୍ତଭୋଜ ବୋଇଲେ ମୁଂ କିସ କରିବି
ରୁହାଇଲେ ତୁମ୍ଭନ୍ତ ଭଗତି ହୋଇ ନୁଆରିବି । ୧୭ ।
ଯାଅ ବୋଲି ବୋଇଲେ ତୋର କୋପ ଉପୁଜିବ ତନୁ
ଜାଣି ଅନୁଗ୍ରହ ମୋତେ କରିବା ତପୋଧନୁ । ୧୮ ।
ଦଶ ସହସ୍ର ଯୋଜନେ ମୁଂ ଅଟଇ ଅଧିକାରୀ ଚ୍ଚନ୍ଧଲଭରତ୍ତ
ଦକ୍ଷ ଭ୍ରାଥ ସୁତ ନାହିଂ ନା ମୋହୋରି । ୧୯ ।
ରାଜ୍ୟ ଚିନ୍ତାୟେଣ ନ ପୁଣ ପାସୋରଇ ତୋତେ
ତୁ Cଶ୍ୱର ସମାନେ ମହାଋଷି ନପୁଣ କୋପ କରୁ ମୋତେ । ୨୦ ।
ଦୁର୍ଭାସାୟେ ବୋଇଲେ ତୁ କାହୁଂ ଆମ୍ଭଙ୍କୁ ସେବା କରିବୁ
ତୋହୋର କରି ଆମ୍ଭଙ୍କୁ ଜଣେ ତୁ ଦେଇଥିବୁ । ୨୧ ।
ଆଶ୍ରମ ଗୋଟିକ ଲିପିବ ଅଗଣା ଝୋଟି ଦେବ
ପାଣି ଝରିୟେ ଆଣିମ ଫୁଲ ପୁଡାୟେ ତୋଳି ଦେବ । ୨୨ । ଓବସଟ୍ଟନ୍ଧତ୍ତଷ



୧୮ ଯାଅ ବୋଇଲେ କୋପ ତୋର ବଢିବ ବ୍ରହ୍ମସୁତ ।
 ଜାଣି ଅନୁଗ୍ରହ ମୋତେ କର ତପୋବନ୍ତ । ।
ପାଲଟା ବସ୍ତ୍ର ଖଣ୍ଡ ପଖାଳିବ ନେଇ
ୟେତେକ କରିଣ ସେଟି ଆମ୍ଭଙ୍କୁ ଭଗତି ହୋଇ । ୨୩ ।
କୁନ୍ତଭୋଜ ବୋଇଲା ମୁଂ ଆନକୁ କିଂପେ ଦେବି
ୟେକା ଦୁହିତା ଗୋଟିୟେ ମୋହୋର ତୁମ୍ଭଙ୍କୁ ଥାଉ ସେବି । ୨୪ ।
ଦୁହିତାଙ୍କୁ ରାଇ ସେ ଆଗ୍ୟାଂ ଦିଲେ କୁନ୍ତଭୋଜ
ଆଶ୍ରମ ଖଣ୍ଡିୟେ କଲେ ନଗ୍ରର ବାହିଜ । ୨୫ ।
କୋଇନ୍ତାୟେ ହୋଇଥାଇ ବିନୟ ଭଗତେ
ଦୁର୍ଭାସା ଋଷିଙ୍କି ସେବା କରଇ ଅନୁବ୍ରତେ । ୨୬ ।
ରାତ୍ର ପ୍ରଭାତରେ ଅଗଣା ପଅଂରି
ଗୋମୟ ଘେନି ଛେରା ପକାଇ ଯତ୍ନ କରି । ୨୭ ।
ନିତିପ୍ରତି ପାଚିଲା ଆମ୍ୱପତ୍ର ଲୁଚିୟେ ଆଣଇ ସାଉଣ୍ଟ
ପଖାଳି ପୀଢାରେ ଶୁଖାଇ ପାଲଟା କାଛୋଟି । ୨୮ ।
ଗଡୁ ତମ୍ୱାପାତ୍ରୀ କପୋରା ମାଜଇ ଆମ୍ୱିଳେ
ଆଶ୍ରମ ଖଣ୍ଡିକ ଲେପଇଂ କୃଷ୍ଣ ଗୋମୟରେ । ୨୯ ।
ବିଭୂତି ଗୁଡାୟେ ମେଦଇ ସଞ୍ଚ କରି
ପତ୍ର ଗୁଡାୟେ ଆଣଇ ସେ ବେଲ ଗଛରୁ ପାରି । ୩୦ ।
ବାଳୁତ ବୟସ ସେ ରାଜାର କୁମାରୀ
ସୁଗ୍ୟାନୀ ପଣେ ଥାଇ ଋଷିଙ୍କି ସେବା କରି । ୩୧ ।
ଋଷି ରାତ୍ରେ ସମାଧିରେ ବସିଥାନ୍ତି ଯେ ଭିତରେ
କପାଟ ଗୋଟି ପାଡି କୋଇନ୍ତା ବସିଥାଇ ବାହାର ଦୁଆରେ । ୩୨ ।
କୋଇନ୍ତାର ଭଗତେ ଅନେକ ସନ୍ତୋଷ ଦୁର୍ଭାସା
ନାନା ତୀର୍ଥକୁ ମୁନି ନ କଲେ ମନୀଷା । ୩୩ ।
କୁନ୍ତଭୋଜ ରାଜ୍ୟେ ମୁନି ରହିଲେ ନିଶ୍ଚିନ୍ତେ
ଚତୁର୍ମାସ୍ୟାକୁ ବୋଲି ରହିଲେ ପାଞ୍ଚବରଷ ପରିଯନ୍ତେ । ୩୪ ।
ମଉଦଧି ତୀର୍ଥେ ଅର୍ଦ୍ଧୋଦୟା ପଡି ପାଦ ଚାରି
ଦକ୍ଷିଣ ମଉଦଧିକି ସମସ୍ତେ ଯାଉଛନ୍ତି ତୀର୍ଥ କରି । ୩୫ ।



୩୨ ଋଷିଙ୍କ ଆଶ୍ରମେ ବସିଥାଇ ନିରାଧାରେ ।
 କପାଟ ପାଡି ଭିଡ ବସିଥାଇ ଦ୍ୱାରେ । ।
କୁନ୍ତଭୋଜ ରାଜାର ଅଗ୍ରତେ ମିଳିଲେ ତପୋବନ୍ତେ
ଦଣ୍ଡ କମଣ୍ଡଳ ମୁନି ତାମ୍ରପାତ୍ର ହସ୍ତେ । ୩୬ ।
ଦେଖିଣ ଉଠିଲା ମୁନି ମହୀଧର ସ୍ୱାମୀ
ମୁନିଙ୍କର ଚରଣେ ସେ ହୋଇଲା ପରିଣାମି । ୩୭ ।
ୟେତେକାଳେ ଅନୁଗ୍ରହ ମୋତେ କଲେକ ଦୁର୍ଭାସା
ସମୟେକ ଆସିଣ ପୂରିଲା ମନୀଷା । ୩୮ ।
ଦୁର୍ଭାସା ବୋଇଲେ ଆମ୍ଭେ ୟେଘାନ୍ତି ସେ ଅଇଲୁ
ପାଞ୍ଚବରଷ ହୋଇଲା ତୋର ରାଜ୍ୟରେ ରହିଲୁ । ୩୯ ।
ବୋଲଇ ନୃପତି ନିସ୍ତରିଲି ତପୋବନ୍ତ
ୟେମନ୍ତ ହୋଇ କେ ତୋତେ ହୋଇଛି ଭଗତ । ୪୦ ।
ଦୁର୍ଭାସାୟେ ବୋଇଲେ ବଡ ସୁସ୍ଥେଣ ଯେ ଥିଲୁ
କୋଇନ୍ତାଙ୍କର ଭଗତେ ନାନା ତୀର୍ଥ ଉପେକ୍ଷିଲୁ । ୪୧ ।
ଆମ୍ଭେ ତୋହୋର ପୁରେ ଅନେକ ପାଇଲଇ ସୁସ୍ଥ
ଆହୋ କୁନ୍ତଭୋଜ ତୋତେ ପ୍ରାପତ ହୋଉ ଶତେ ପୁତ୍ର । ୪୨ ।
ସୋମବଂଶେ ସୁଲକ୍ଷଣୀ ହୋଉ ତୋର କୋନ୍ତା
ବୀର୍ଯ୍ୟ ପ୍ରଦାନ କରୁ ୟେହାକୁ ଧର୍ମ ଯେ ଦେବତା । ୪୩ ।
ଧର୍ମବଳେ ବଳବନ୍ତା କ୍ଷତ୍ରୀ ହୋଇ ତୋର ପୁତ୍ର ହୋଉ ଜାତ
ପଞ୍ଚୁ କଟକରେ ଠାକୁରାଣୀ ହୋଉ ତୋ ଦୁହିତ । ୪୪ ।
ୟେସନେକ ବର ଦେଇ ଚଳନ୍ତି ବ୍ରହ୍ମଯତି
କୋଇନ୍ତାୟେ ଗୋଡାଇଛନ୍ତି ସେ ମୁନିଙ୍କ ପଛକତି । ୪୫ ।
ରାଜ୍ୟ ଛାଡି ମହାତ୍ମାୟେ ପଶିଲେ ବନସ୍ତରେ
କୋଇନ୍ତାୟେ ଗୋଡାଇ ଅଛନ୍ତି ପଞ୍ଚୁକୋଶ ପର୍ଯ୍ୟନ୍ତରେ । ୪୬ । ଚ୍ଚନ୍ଧଲଭରତ୍ତ କ୍ଷବଯସ୍ଥ ତ୍ତନ୍ଧଚ୍ଚଚ୍ଚଷଚ୍ଚଵ ୧୬ ହଲଜ୍ଞ
କୋଇନ୍ତାୟେ ଛିଙ୍କିଲେ ବନସ୍ତରେ ଫୁଟି
ଧାତିକାରେ ଦୁର୍ଭାସାୟେ ଚାହିଂଲେ ଲେଉଟି । ୪୭ ।
ଦୁର୍ଭାସାୟେ ବୋଇଲେ ତୁ ଗୋଡାଇ ଅଛୁ ଆC
ଆମ୍ଭନ୍ତ ଛାଡି ତୋହୋର ଚିତ୍ତ ନ ବଳଇ ଯାଇ । ୪୮ ।
ବାହୁଡି ଯାଅ ମା ଗୋ ନ ପଶ ବନସ୍ତକୁ
ବ୍ୟାଘ୍ର ଭଲ୍ଲୁକେ ଅଛନ୍ତି ନାଶ କରିବେଟି ତୁକୁ । ୪୯ ।



୪୬ ।୨ କୋଇନ୍ତାୟେ ଗୋଡାଇ ଅଛନ୍ତି ପଞ୍ଚତିରିଶ କୋଶ ପର୍ଯ୍ୟନ୍ତରେ ।
କୋଇନ୍ତାୟେ ବୋଇଲେ ମୁଂ Cଶ୍ୱର ସମାନେ ଋଷିଙ୍କି ସେବା କରି
ୟେତେକାଳ ସେବା କରି ମୁଂ ଯେ ନିଷ୍ଫଳ ହୋଇଲି । ୫୦ ।
ବାଲି କୁଢ ଗୋଟିୟେ କୁଢାଇ ପତ୍ର ଲୋଚିୟେ ତହିଂରେ ଦେଇ ଜ୍ଞଚ୍ଛ ରବଜ୍ଞଷକ୍ଷସ୍ଥ ଭଚ୍ଛଚ୍ଛଚ୍ଚ ଷଜ୍ଞ ବବ୍ଦବଷକ୍ଷବଭକ୍ଷର
ଲୟେ କରି ସେବିଲେ ପ୍ରସନ୍ନ ହୋଇ ସେହି । ୫୧ ।
ତୋହୋର ପରା ଋଷିଙ୍କି ୟେତେକାଳ ସେବା କଲି
ନିଷ୍ଫଳ ହୋଇଲା ମୁଂ କିଛି ନ ପାଇଲି । ୫୨ ।
ଦୁର୍ଭାସାୟେ ବୋଇଲେ ତୁ ତ ତୁନୀ ହୋଇଥିଲୁ
ପାଞ୍ଚବରଷ ଯେ ସେବା କରି କିଛିହିଂ ନ ମାଗିଲୁ । ୫୩ ।
ମହାମନ୍ତ୍ର ହାଦେ ଗୋ ନ ଦେଉଟି ଯାଚି
ଆମ୍ଭେ ବିଚାରିଲୁ ୟେହାର କାର୍ଯ୍ୟ ନାହିଂ କିଛି । ୫୪ ।
ୟେବେ ହେ ମହାତମା ମୋତେ ଅନୁଗ୍ରହ କରିବା
ସ୍ତିରୀ ଆମ୍ଭେ ମନ୍ଦଜାତି ପଦାର୍ଥେକ ଦେବା । ୫୫ ।
ଦୁର୍ଭାସାୟେ ବୋଇଲେ ଗୋ ଯେ ତୋହୋର ଇଛା
ଦେବୁ ଅବଶ୍ୟ ଯେମନ୍ତେ ସୁନ୍ଦରି ତୋର ପୂରୋଇ ମନବାଞ୍ଛା । ୫୬ ।
ମୁହିଂ ବାଳ ସ୍ତିରୀ ମୁନି ହେ ନ ଜାଣଇଂ ସନ୍ଦେହ
ଜାଣି ମହତମା ମୋତେ କରିବା ଅନୁଗ୍ରହ । ୫୭ ।
ଦୁର୍ଭାସାୟେ ବୋଇଲେ ଗୋ ଆC ସ୍ତିରୀଙ୍କର ଯେହ୍ନେ ବ୍ରତ
ସୁନ୍ଦର ଭ୍ରଥା ହୋଇବ ସୁଭିଗଂ୍ୟ ପଣ୍ଡିତ ଭାଗ୍ୟବନ୍ତ । ୫୮ ।
ସୁପୁତ୍ର ହୋଇବ ତୋର ଅତିଅନ୍ତ ବଳବନ୍ତା
ସାଂଗ୍ରାମକୁ କେବେହେଂ ନୋହିବ ପଛଗତା । ୫୯ ।
ୟେସନେକ ବାଞ୍ଛା ସ୍ତିରୀଙ୍କର ପ୍ରକୃତି
ସୁନ୍ଦର ପୁରୁଷ ଦେଖିଲେ ହୋଅନ୍ତି ଭୋଳମତି । ୬୦ ।
ଆମ୍ଭେ ଦେବୁ ତୋତେ ମହାମନ୍ତ୍ର ଜପାମାଳୀ
ୟେହା ଯତ୍ନ କରି ତୁ ଥାଅସି ସମ୍ଭାଳି । ୬୧ ।
ଶେଜ୍ୟା ଗତେଣ ଗୋ ସୁମରିବୁ ଯାହାକୁ
ସେ ଆସି ପ୍ରସନ୍ନ ହୋଇବ ଜାଣ ତୁକୁ । ୬୨ ।
ଯଦ୍ୟପି ବ୍ରହ୍ମା ଇନ୍ଦ୍ର ସୂର୍ଯ୍ୟ ପବନ ଯେ ବିଷ୍ଣୁ
ମୂର୍ଦ୍ଧନି ଫାଟି ପ୍ରାଣ ଯିବ ନ ଅଇଲେ ତା ଘଟୁଂ । ୬୩ ।
ଜପାମାଳୀ ଦେଇଣ ଯେ ଗଲେ ବ୍ରହ୍ମଯତି
ଅନ୍ତରୀକ୍ଷେ ମହାତମା ଗଲେ ତତ୍‍କ୍ଷଣାନ୍ତି । ୬୪-୧୪୨୧ ।



୫୦ ।୨ ୟେତେ କାଳ ଯାୟେ ସେବି କିଛି ଯାଚି ନ ପାଇଲି ।
୫୫ ।୨ ସ୍ତିରୀ ଆମ୍ଭେ ଅଭାଗି ପଦାର୍ଥେକ ଦେଇ ।
୫୯ ।୧ ସବୁଠାରୁ ପୁତ୍ର ହୋଇବ ଅତୀବ ବଳବନ୍ତା ।
୬୨ ।୨ ସେ ଆସି ପ୍ରବେଶ ହୋଇବ ଜାଣ ତୁକୁ ।
କର୍ଣ୍ଣଙ୍କ ଜନ୍ମ
ଦୁର୍ଭାସାଙ୍କ ବଚନ ୟେସନେକ ଶୁଣି
ବିଚାର କରଇ ସେ କୁନ୍ତଭୋଜର ଦୁଲଣୀ । ୧ ।
ୟେ ମହାଯତି ଯେବେ ମାଳା ଦେଇ ଗଲେ ମୋତେ
ୟେଥିର ତଦନ୍ତ ମୁଂ ଜାଣିମି କେମନ୍ତେ । ୨ ।
ଯମୁନା କୂଳେ ଦେବୀ ଶାଳପତ୍ର ଶେଜ୍ୟା ଗୋଟି କଲେ
ମେରୁ ପୃଷ୍ଠ ହୁଅନ୍ତେ କରତାର ସୁମରିଲେ । ୩ ।
ଅନ୍ତରୀକ୍ଷେ ଦେବ କରତାର ଆସନ କ-ିଲା
ଦୁର୍ଭାସାଙ୍କ ମହାମନ୍ତ୍ର ସେ କୋଇନ୍ତା ସୁମରିଲା । ୪ ।
ମୁଂ ୟେହା ବଞ୍ଚାଇ ନ ଯିବି କେମନ୍ତେ
ବିଜୟେ ବିରଞ୍ଚି ନାରାୟଣ କୋଇନ୍ତାଙ୍କ ଶେଜ୍ୟାଗତେ । ୫ ।
କୋଇନ୍ତାକୁ କରତାର ଧଇଲେ ନିଜ କୋଳେ
ମୁଖେ ଚୁମ୍ୱନ ଦେଲେ ମଦନ ରସ ଭୋଳେ । ୬ ।
କରପତ୍ର ଯୋଡିଣ ବୋଇଲେ ଭୋଜର କୁମାରୀ
କେ ଟି ତୁ ମହାତମା ମୋତେ ବଳାତ୍କାର କରି । ୭ ।
ବୋଲନ୍ତି ଆରେ ମୁହିଂ ସେ କରତାର ବିରଞ୍ଚି ନାରାୟଣ
ଋଷିଙ୍କର ମହାମନ୍ତ୍ରେ ମୋତେ କଲୁ ସୁମରଣ । ୮ ।
ୟେବେ ମୋତେ ଶୃଙ୍ଗାର ଦେବୁ ନାରେ ବାଳୀ
ଅନେକ ବାଗେ ତାକୁ କଟାଳ କଲେ ଅଂଶୁମାଳୀ । ୯ ।
କୋଇନ୍ତାୟେ ବୋଇଲେ ମୁଂ ଅବିଭାଇ ଅଟଇ ଅରଜବତୀ
ତୁ ଦିଗପାଳ ହୋଇ ମୋତେ କରୁଛୁ ଅନୀତି । ୧୦ ।
ଦିନକରନାଥ ବୋଇଲେ ତୁ ମନ୍ଦକୃତ କଲୁ
ଅଲାଗି ବାମା ହୋଇ ମୋତେ କିଂପେ ସୁମରିଲୁ । ୧୧ ।
ଭୋ କରତାର ମୁଂ ସୁମରିଲି ଋଷି ବିଦ୍ୟା ପରୀଖ ନିମନ୍ତେ
ସୁଗ୍ୟାନୀ ନାଥ ତୁ ମୋତେ ହରିବୁ କେମନ୍ତେ । ୧୨ ।
ବିରଞ୍ଚି ବୋଇଲେ ଦୁର୍ଭାସାଙ୍କର ମହାମନ୍ତ୍ର କେହୁ ମେଣ୍ଟି
ଅବଶ୍ୟ ପ୍ରାଣ ହାରିବ ମୂର୍ଧୁନା ଯାଇ ଫାଟି । ୧୩ ।
ତୁ ମୋତେ ସୁମରଣା କଲୁ ନ ବିଚାରି
ରମଣ ନ କଲେ ମୁଂ ତ ନ ଯାଇ ବାହୁଡି । ୧୪ ।
ଯମୁନା ନଦୀତୀରେ ଗହନ ଅଟବ୍ୟା
କୋଇନ୍ତାକୁ ଶୃଙ୍ଗାର ଇଚ୍ଛିଲେ କରତା ଆଦିଦେବା । ୧୫ ।
ଶାନ୍ତି ମୂର୍ତ୍ତି ହୋଇଣ ଯେ କମଳଲୋଚନ
ଇନ୍ଦ୍ରି ବଢାଇଲେ ଯେ ଭଗର ସମାନ । ୧୬ ।
ଅଖଳିତ କନ୍ୟା ସେ ଅଟଇ ସୂଚୀଭେଦ
ସୂଚୀନାଡ ସ୍ୱରୂପେଣ ଉପସ୍ଥ କଲେ ଦେବ । ୧୭ । ଔଚ୍ଚଚ୍ଛଦ୍ଧକ୍ଷରଯଵର ଚ୍ଛଳ ଷଚ୍ଚନ୍ଦରତ୍ତମଚ୍ଛନ୍ଧତ୍ତଜ୍ଞର
ବିବସନସାହୀ ସେ ହୋଇଣ ଦେବା ଦେବୀ
ଅଗ୍ୟାଂନ ବାଳ ସ୍ତିରୀ ସେ କାମେଣ ଅଭାବି । ୧୮ ।
କିଞ୍ଚିତ ଶୃଙ୍ଗାର ସେ କଲେ କରତାରେ
ବାହୁଡି ନ ଗଲେ ଦେବ ଦୁର୍ଭାସାଙ୍କ ମନ୍ତ୍ରଡରେ । ୧୯ ।
ବୀର୍ଯ୍ୟ ପତନ କାଳରେ ସେ ଭୋଜର କୁମାରୀ
ବଇକୁଲ୍ୟ ହୋଇ ଦେବୀ ଅନେକ ବିନୟ କରି । ୨୦ ।
ଭୋ କରତାର ନାଥ ନ ଛାଡ ତୋର ବୀର୍ଯ୍ୟ
ଅମୋହ ରେତ ଦେବ ମୋହୋର ଗର୍ଭେ ରହିବ ଆତ୍ମଜ । ୨୧ ।
ଅବିଭାଇତ କନ୍ୟା ଆବର ଅରଜବତୀ
ଆବର ଗର୍ଭେ ମୋହୋର ରହିବ ସନ୍ତତି । ୨୨ ।



୧୭ ସୂଚିନାଡ ସମାନେ କଲେକ ସଂଯୋଗ ।
 ସୂଚୀର ପ୍ରମାଣେ ଇନ୍ଦ୍ରି କଲେ ବିରଞ୍ଚି ଦେବ । ।
୧୮ ।୧ ବିବସନସାହୀ-ବିବସନଶାୟୀ ।
ପିତାର ବଦନ ମୁଂ ଚାହିବି କେମନ୍ତେ
ଆବର ପ୍ରଦାନ କେ ହୋଇବାକ ମୋତେ । ୨୩ ।
ଉଭୟ କୁଳକୁ ଉପୁଜିବ ବହୁତ ଲାଜ
ଅନୁଗ୍ରହ କରି ଦେବ ଗର୍ଭେ ନ ଛାଡ ତୋ ବୀର୍ଯ୍ୟ । ୨୪ ।
ଦିନକର ନାଥ ବୋଇଲେ ଗୋ ରତିରଂଗ କଲେ
ଲିଙ୍ଗ ଭଙ୍ଗ ଦୋଷ ହୋଅଇ ବୀର୍ଯ୍ୟ ନ ଛାଡିଲେ । ୨୫ ।
କୋଇନ୍ତା ବୋଇଲେ ଯେବଣ ବୀର୍ଯ୍ୟ ତୁ ଛାଡିବୁ ଦିନକର
ସଇନ୍ଦୁ ଉତପତ୍ତି ହୋଉ ଯେ କୁମର । ୨୬ ।
କୋଇନ୍ତାଙ୍କର ବଚନ ଶୁଣିଣ ବିରଞ୍ଚି
ଢାଳିଲା ମହାରେତ ଗର୍ଭେଣ ନ ସଞ୍ଚି । ୨୭ ।
ବୀର୍ଯ୍ୟ ପତନ କାଳେ ଦେବୀ ଗାଢେଣ କୋଳ କଲା
ଅନେକ ରଙ୍ଗେ ସ୍ୱାମୀ ଶୃଙ୍ଗାର ରସ ଦିଲା । ୨୮ ।
ଉପସ୍ଥ ଘୋଟିଲା କୋଇନ୍ତାଙ୍କର ଗର୍ଭଗତେ
ବିରଞ୍ଚି ବୋଇଲେ ପୁତ୍ର ଜାତ ହୋଉଛି ଟି ତୋତେ । ୨୯ ।
କୋଇନ୍ତା ବୋଇଲେ ଭୋ ଦେବ ଭବଦ୍ୱରୁ ଜାତ ନ ହୋଉ ସନ୍ତତି
ଭବ ଗଳନ୍ତେ ମୁଂ ଯେ ହୋଇବି ଅସତୀ । ୩୦ ।
କୁଳକୁ ଦୂଷିତ କଲି ଯେ ମୋହୋର ଦୁହିତା ପଣେ
ବିକଳ ଦେଖି ଦୟା କଲେ ବିରଞ୍ଚି ନାରାୟଣେ । ୩୧ ।
କର୍ଣ୍ଣ ଦ୍ୱାରେ ବୀର୍ଯ୍ୟ ଯେ ଟେକିଲେ ଉଜାଣି
ୟେସନେକେ ଅଛି ସେ ପୂର୍ବରୁ ନିର୍ବାଣି । ୩୨ ।



୨୬ ।୨ ସଦ୍ୟୁ ଉତପତ୍ତି ପୁତ୍ର ହୋଇବ ତୋହୋର ।
୩୧ ।୧ କୁଳକୁ ଦୂଷିତ କଲି ମୋହୋର ମନ୍ଦ ପଣେ ।
୩୧ କର୍ଣ୍ଣ କତି ବୋଲି ବୀର୍ଯ୍ୟ ଟେକିଲେ ଉଜାଣ ।
 ଯେହ୍ନେ ସେ ଅଛଇ ପୂର୍ବର ଭିଆଣ । ।
୩୨ ।୨ "ୟେସନେକେ......ନିର୍ବାଣି" ପାଦାନ୍ତ ପରେ ଅଧିକା ପାଠ:-
 ସଇନ୍ଦୁ ଜାତ ହୋଇ ବାହାର ହୋଇଲାକ କର୍ଣ୍ଣେ ।
 ଉତପତ୍ତି ହୋଇଲା ଦୂତୀ ଇନ୍ଦ୍ର ଯେହ୍ନେ । ।
୩୨ ।୨ ନିର୍ବାଣି-ନିର୍ମାଣି ।
ମହା ଅମୋହ ରେତ ଅକ୍ଷୟ ସେ ବୀର୍ଯ୍ୟ
କର୍ଣ୍ଣ ବାଟେ ସଇନ୍ଦୁ ଉପୁଜିଲା ଆତ୍ମଜ । ୩୩ ।
ଦେଖିଣ ପରମ ସାନନ୍ଦ ହୋଇଲେ କମଳଲୋଚନ
କୋଳକରି ନାମ ଦେଲେ ତାହାର ବୀର କର୍ଣ୍ଣ । ୩୪ ।
କର୍ଣ୍ଣେଣ ଚାପିଲେ ସ୍ୱାମୀ ଅମୃତ କୁଣ୍ଡଳ ବେନି
ତାଳୁରେ ଗୋପ୍ୟାନ କଲେ ଅମୃତ ଅଭେଦ କପଚ ମଣି । ୩୫ ।
ଶରୀରେ ଲେପନ କଲେ ବଜ୍ର ଯେ ଛଉରି
କର୍ଣ୍ଣେଣ କୁମରର ମହାବ୍ରହ୍ମ ମନ୍ତ୍ର ପଢି । ୩୬ ।
ଆକୁଞ୍ଚିତ କେଶ ରସାଣିଲା ପାଟିଆ କପାଳ
ଖଗେଶ୍ୱର ଚଛୁ ନାସା ସୁନ୍ଦର ଗଣ୍ଡସ୍ଥଳ । ୩୭ ।
ଶାର୍ଦ୍ଦୁଳ ଆକର୍ଷଣ ଦିଶଇ ଶରୀର ସରୋଜ
ହସ୍ତୀର ଥୋର ହସ୍ତ ଜିଣି ଦିଶଇ ବେନି ଭୁଜ । ୩୮ ।
ଆରକ୍ତ ବେନି ଲୋଚନ ବିରାଜିତ ବେନି ନେତ୍ର
କନକ କନ୍ଧ ପଟଳ ଯେହ୍ନେ ପର୍ଣ୍ଣ ପର୍ବତ । ୩୯ ।
ଅଫୁଟ ଚ-ାକଢି ଜାଣି ଦିଶଇ ଅଙ୍ଗୁଷ୍ଠି
ଉଲଟ କଦଳୀ ଜାନୁ ୟେସନ ସୁନ୍ଦର ଗୋଟି । ୪୦ ।
ସୁନ୍ଦର ସୁସଞ୍ଚ ଅତୁଳାୟିତ ବଳା
ଅନଙ୍ଗ ସୁନ୍ଦର ଜାଣି ତେଜ ଅନର୍ଗଳା । ୪୧ ।
ନାନା ଶହସ୍ର ତୋର ଶରୀରେ ନ ଫୁଟୁ
କୋନ୍ତ ପରଶୁ କୃପାଣ ତୋ ଶରୀରେ ନ କାଟୁ । ୪୨ । ଷଲଟ୍ଟରତ୍ତବ୍ଦଷଚ୍ଛନ୍ଧଜ୍ଞ ଭଚ୍ଛଯସ୍ଥ
ରଣେ ଅଭୟ ତୁ ହୁଅସିରେ କୁମର
ଦାନେଣ ସାହେର ତୁ ହୋଅସି ମହାବୀର । ୪୩ ।



୩୬ ।୨ କର୍ଣ୍ଣରେ କୁମରର ମହାମନ୍ତ୍ର ସ୍ୱରି ।
୪୦ ।୨ ଆରୋହଣ ଜାନୁ ଯେହ୍ନେ ଚଞ୍ଚଳ ମୁଦ୍ରା ଗୋଟି ।
 ଜଘଂ ଜାନୁ ଯେହ୍ନେ ସୁବଳିତ ସୁନ୍ଦର ଗୋଟି ।
୪୩ ।୨ ଦାନେଣ ସାଚା ତୁ ହୁଅରେ ମହାବୀର ।
୪୪ ।୨ ତ୍ରୈଲୋକ୍ୟେ ଜିଣନ୍ତା ହୋଇ ତୁ ସାଂଗ୍ରାମ କର ବାବୁ ।
୪୩ ।୨ ସାହେର-ସାଗର ।
ଯେତେବେଳେ ପରିଯନ୍ତେ ତୁ ରଥରେ ବସିଥିବୁ
ତ୍ରୈଲୋକ୍ୟେ ଜିଣନ୍ତା ତୋତେ ସାଂଗ୍ରାମେ ନୋହୁ କେରେ ବାବୁ । ୪୪ ।
ଅନେକ ବିଦ୍ୟା ତାକୁ ଦେଇଣ ମାରତଣ୍ଡ
ଉଦୟ ଗିରି ଭେଦି ବିକାଶିଲେ ଉଦ୍ଦଣ୍ଡ । ୪୫ ।
କୁମର କୋଳେ ଧରି ସେ ଭୋଜର କୁମାରୀ
କିସ ବୁଦ୍ଧି କରିବି ବୋଲିଣ ମନରେ ବିଚାରି । ୪୬ ।
ୟେ ସୁସଞ୍ଚ ପୁତ୍ର ଗୋଟିକି ମୁଂ କେମନ୍ତ କରିବି
ପିତା ମାତା ଛାମୁରେ ମୁଂ କି ବୋଲି ବୋଲିବି । ୪୭ ।
ଅବଶ୍ୟ ପଚାରିବେ ମୋତେ ବାଳୁତ ପୁତ୍ରକଇ ଦେଖି
ବୋଲିବେ କାହୁଂ ପାଇଲୁ ତୁ ୟେ ପୁତ୍ର ଗୋଟିକି । ୪୮ ।
ମାତା ପିତାଙ୍କ ଆଗରେ ମୁଂ କେମନ୍ତେ କହିବି ମିଥ୍ୟା
ସତ କହିଲେ ତ ହୋଇବ ଲଜ୍ୟା ଅପ୍ରମିତା । ୪୯ ।
ପରଦାରାୟେଣୀ ବୋଲି କେହି ପ୍ରଦାନ ନୋହିବେ
ସମସ୍ତେ ହେଂ ଦୁର୍ଭାସା ଋଷିଙ୍କି ଦୋଷ ଦେବେ । ୫୦ ।
ବୋଲିବେ ମୁନିଙ୍କ ସଂଗେ ଯେ ଥିଲାକ ସମୟେ
ଦୁର୍ଭାସାଙ୍କର ରମଣେ ଯେ ଉପୁଜିଲା ତନୟେ । ୫୧ ।
ୟେ ଜପାମାଳୀ ଥିଲେ କାହିଂକି ମୋର ଭୀତି
ଅନେକ ବାଗେ ମୁଂ ଯେ କରିବି ପୁତ୍ର ଉପପତ୍ତି । ୫୨ ।
କରେଣ ଘେନି ଦେବୀ କର୍ଦ୍ଦମ ଲୋଚିୟେ
ଆପଣେ ଗଢିଲେ ଦେବୀ ମଂଜୁଷ ଗୋଟିୟେ । ୫୩ ।
ତହିଂର ଭିତରେ ସେ ପୁତ୍ରକଇ ଭରି
ଯମୁନା ନଦୀକଇ ସେ ଦେଲେ ଫିଙ୍ଗି କରି । ୫୪ ।
ପ୍ରତକ୍ଷେ ବାଳ ଆଦିତ୍ୟ ପ୍ରାୟେ ତେଜ ଯେବଣ ତନୟେ
କର୍ଣ୍ଣର ତେଜ ଲାଗି କର୍ଦ୍ଦମ ହୋଇଲା ସୁବର୍ଣ୍ଣ ମଞ୍ଜୁଷର ପ୍ରାୟେ । ୫୫ ।
ଯମୁନା ନଦୀରେ ସେ ଗଲା ଉପୁଚିଆଇ
Cଶାନ୍ୟ ମୁଖ ହୋଇ ଯାଇଛି ହେଠ ବୁଡ ହୋଇ । ୫୬ ।
ବାରୁଣାବନ୍ତ ତହିଂ ପଞ୍ଚତିରିଶ ଯୁଣ
ସେ ମଂଜୁଷ ଲାଗିଲା ଯାଇ ଉତ୍ତରାଙ୍କ କୋଣ । ୫୭-୧୪୭୮ ।



୪୭ ।୨ ପିତା ମାତା ମୁଖ ମୁ କେମନ୍ତେ ଚାହିବି ।
୫୪ ।୨ ଯମୁନା ନଦୀକି ପିଙ୍ଗି ଦେଲେ ଲୋଚି କରି ।
୫୫ ।୨ ପୁତ୍ରର ତେଜ ଲାଗି କର୍ଦ୍ଦନ ହୋଇଲା ସୁବର୍ଣ୍ଣ ମଂଜୁଷା ପ୍ରାୟେ । ।
 କର୍ଦ୍ଦମ ସ୍ଥାନରେ କେତେକ ପୋଥିରେ କର୍ଦ୍ଦନ ଅଛି ।
୫୬ ।୨ ହେଠ-ଅଧ


କୁନ୍ତୀଙ୍କ ସହ ପଣ୍ଡୁଙ୍କର ବିବାହ
ଯମୁନା ଜଳେ ଯେ ପୁତ୍ରକୁ ପକାଇ
କୋଇନ୍ତା ଦେବୀ ଗଲେ ବିଷାଦ ପୂର୍ଣ୍ଣ ହୋଇ । ୧ ।
ଶରୀର ସମ୍ଭାଳି ତହୁଂ ଗଲେ ଦେବୀ କୋନ୍ତେ
ଅନ୍ତେଶ୍ୱରେ ପ୍ରବେଶ ହୋଇଲେ ଭୋଜର ଦୁହିତେ । ୨ ।
ଦୁର୍ଭାସାଙ୍କର କଲ୍ୟାଣ ଯେ ପ୍ରତକ୍ଷେ ହୋଇଲା
କୁନ୍ତଭୋଜ ନୃପତିର ତିନିପୁତ୍ର ଉପୁଜିଲା । ୩ ।
କର୍ଣ୍ଣଭୋଜ, ବୀରଭୋଜ, ଆବର ମୁକୁନ୍ଦଭୋଜ
ୟେମନ୍ତେ ଉପୁଜିଲେ ରାଜାର ତିନି ଯେ ଆତ୍ମଜ । ୪ ।
ବଳବନ୍ତ ସୁନ୍ଦର ସେ ଅଟନ୍ତି ଜଗଜିଣା
ବିଦ୍ୟାରେ କୁଶଳ ହୋଇଲେ ସେ କୁନ୍ତଭୋଜର ଦୁଲଣା । ୫ ।
କାର୍ତ୍ତିକମାସ ଶୁକଳପକ୍ଷ ବୁଧବାର ଯେ ପୂର୍ଣ୍ଣମୀ ଘତ୍ତଷସ୍ଥବ ଳତ୍ତରଜ୍ଞନ୍ଦଷବ୍ଦବକ୍ଷ ବନ୍ଦ ୠବଚ୍ଚଵବ
ଆକାମାବଇ ସ୍ନାହାନ ଦିନ ଗଙ୍ଗାକୁ ଗଲେ କୁନ୍ତଭୋଜ ସ୍ୱାମୀ । ୬ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର ବବହବଲବବଭବଷ
ସେହି ଗଙ୍ଗା ସ୍ନାହାନକୁ ଭୀଷ୍ମେ ଯେ ଅଇଲେ
କୁନ୍ତଭୋଜ ରାଜା ତୁଲେ ମଇତ୍ର ହୋଇଲେ । ୭ ।
ଦୁଇ ଲୋକଙ୍କର ହୋଇଲା ରୋହିଣୀ ବୃଷ ରାଶି ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ମଇତ୍ର ଯୋଗ ହୋଇଲେ ସେ ଗଙ୍ଗାକୂଳେ ବସି । ୮ ।
ପଣ୍ଡୁ କୁମର ଯାଇଅଛି ଯେ ଭୀଷ୍ମଙ୍କର ତୁଲେ
କୁମାରୀମାନଙ୍କର ତୁଲେ କୋଇନ୍ତାୟେ ଯାଇଥିଲେ । ୯ ।
ପଣ୍ଡୁ ବସିଲେ ଯାଇ ଭୀଷ୍ମଙ୍କର କୋଳେ
କୋଇନ୍ତାୟେ ବସିଛନ୍ତି କୁନ୍ତଭୋଜର ଜାନୁରେ । ୧୦ ।
ୟେହେନ୍ନେକ ସରୂପ ଦେଖିଲେ ସତ୍ୟବତୀ
କୁନ୍ତଭୋଜକୁ ପଚାରିଲେ କି ୟେ ତୋହୋର ଦୋହିତୀ । ୧୧ ।
ୟେ ଦୋହିତା ବୋଲି ବୋଇଲେ କୁନ୍ତଭୋଜ ରାୟେ
ପ୍ରଣପତ୍ୟ ହୋଇଲେ ଯାଇଂ ସତ୍ୟବତୀଙ୍କର ପାୟେ । ୧୨ ।
ପାରେଶ୍ୱର ବୋଇଲେ ତୁ ଶୁଣ ନରନାଥ
ଆମ୍ଭ ପୁତ୍ର ପଣ୍ଡୁକଇଂ ପ୍ରଦାନ କର ତୁ ତୋହୋର ଦୋହିତ । ୧୩ ।
ଶୁଣିଣ କୁନ୍ତଭୋଜ ସାନନ୍ଦ ହୋଇଲା
ଦେବଇ ଦୋହିତା ବୋଲି ସତ୍ୟ ଉଚ୍ଚାରିଲା । ୧୪
ସେଇ ତୀର୍ଥସ୍ଥାନେ ସେ ଉଷବ କରାଇଲା
ବିଭାର ଶୁଭଯୋଗ ଲଗ୍ନ ବେଳ ଧଇଲା । ୧୫ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର ରଚ୍ଚଵବଵରଲରଚ୍ଚନ୍ଦ ଚ୍ଛଳ ଙବଚ୍ଚଯନ୍ଧ
କାଶ୍ୟପ ଗୋତ୍ର ସେ କୁନ୍ତଭୋଜ ନରପତି
ସୋମବଂଶ ଗୋତ୍ରେ ଯେ ବିଚିତ୍ରବୀର୍ଯ୍ୟର ସନ୍ତତି । ୧୬ ।
ଓହୋକୁଳ ଗୋତ୍ର ଉଚ୍ଚାରଣ କଲେ ସତ୍ୟବାକି
ବିଭା ଶୁଭଯୋଗ କରାବନ୍ତି ପୁରୋହିତ ଉଦ୍ଦାଳକି । ୧୭ ।



୧୨ ।୧ ଦୁହିତା ପୁତ୍ର ଘେନି କୁନ୍ତଭୋଜ ରାୟେ ।
୧୭ ।୧ ଓହୋକୁଳ-ଉଭୟ କୁଳ । ବାକି-ବାକ୍ୟ ।
ଶୁଭେଣ ପ୍ରଦାନ ଯେ ହୋଇଲା କୁମାରୀ
ପଦ୍ମେକ ରଥ ଯଉତୁକ ଦିଲେକ ଦଣ୍ଡଧାରୀ । ୧୮ । ଚ୍ଚନ୍ଧଲଭରତ୍ତ
ବେନି ପଦ୍ମ ଗଜ ଯେ ଚାରି ପଦ୍ମ ହୟେ
ଦ୍ୱାଦଶ ଯୋଜନ ପୃଥୀ ରାଜା ଯଉତୁକ ଦିୟେ । ୧୯ । ସଂଖ୍ୟା ବତ୍ତରବ
ପାଞ୍ଚଲକ୍ଷ ପାଟଛତ୍ର ଆଲମ୍ୱ ୟେକଲକ୍ଷ ଅନେକ ବାଦ୍ୟ
ଯଉତୁକ ଦିଲା ରାଜା ପରମ ସାନନ୍ଦ । ୨୦ ।
ଶତେ ପଦ୍ମ ଗୋଧନ ଦିଲାକ ନୃପମଣି ଜ୍ଞଚ୍ଛ ଲବଚ୍ଚସ୍ଥ ମବନ୍ଦନ୍ଦକ୍ଷର ପଦ୍ମଙ୍ଗଲକ୍ଷ କୋଟି,
ଚଉବିଂଶ ଧନ ଭଣ୍ଡାର ଦାନ ଦିଲାକ ଆଣି । ୨୧ ।
ଭୀଷ୍ମେ ବୋଇଲେ ଶାୟେଂତନୁକୁ ଅତି ବିନୟେ କରି
ଅପୁତ୍ରିକ ଦୋଷୁଂ ମୁଂ ନୋହିବି ଦଣ୍ଡଧାରୀ । ୨୨ ।
ଭୂରିଶ୍ରବାୟେ ତ ନ ପଶିବେ ରାଜ୍ୟପଦେ
ଧୃତରାଷ୍ଟ ନାଶଗଲେ ସେ ହେଲେ ଚକ୍ଷୁ ଅନ୍ଧେ । ୨୩ ।
ବିଦୁର ବିଚକ୍ଷଣ ସେ ଅଟଇ ଅନ୍ୟ ଜାତି
ପଣ୍ଡୁଙ୍କୁ କରାଇବା କି ପଞ୍ଚୁ କଟକେ ଚକ୍ରବ୍ରତୀ । ୨୪ ।
ପାରେଶ୍ୱର ବୋଇଲେ ତୁ ସତ କି ମିଛ କହୁ
ପଣ୍ଡୁଙ୍କୁ ରାଜପଦ ଦିଲେ ତୁ ନିକି ଅମରିଷ ବହୁ । ୨୫ ।
ଭୀଷ୍ମେ ବୋଇଲେ ମୋର ଚିତ୍ତେ ଆନ ନାହିଂ
ସତ୍ୟ ସତ୍ୟ ବାକ୍ୟେ ଦୃଢ ବ୍ରତ କଲି ମୁହିଂ । ୨୬ ।
ପାରେଶ୍ୱର ଶାୟେଂତନୁ ଶୁଣି ପରମ ସାନନ୍ଦ ହୋଇଲେ
ରାଜ୍ୟେଣ ଅବିଷେକ ପଣ୍ଡୁଙ୍କୁ କରାଇଲେ । ୨୭ । ଙବଚ୍ଚଯନ୍ଧ ମତ୍ତଚ୍ଛଦ୍ଧଚ୍ଚରଯ



୨୦ ।୧ ପାଟଛତ୍ର ୟେକଲକ୍ଷ ଆଲମ୍ୱ ୟେମାନ ହାଦେ ।
 ଆଠ ସହସ୍ର ଆଲମ୍ୱ ଯେ ୟେକଲକ୍ଷ ବାଦ୍ୟେ । (ପା) ସଂ
୨୨ ।୨ ଅପୁତ୍ରିକ ଅପାଟତ ଦେବ ଦଣ୍ଡଧାରୀ ।
୨୩ ଭୂରିଶ୍ରବାୟେ ନ ପଶିଲେ ରାଜ୍ୟ ଧର୍ମେ ।
 ଧୃତରାଷ୍ଟ ନାଶ ଗଲେ ଅନ୍ଧର କରମେ । ।
 ଭୂରିଶ୍ରବାୟେ ନ ପଶିବେ ରାଜା ଯୋଗେ ।
 ଧୃତରାଷ୍ଟ ନାଶ ଗଲେ ଅନ୍ଧମନ୍ଦ ଲାଗେ । (ପା)
୨୬ ।୨ ସତ୍ୟ ସତ୍ୟ ବାକ୍ୟ ତ୍ରିବାର ସତ୍ୟ କଲି ମୁହିଂ । (ପା)
୨୫ ।୨ ଅମରିଷ-ଅମର୍ଷ (କ୍ରୋଧ-କ୍ଷମାର ଅଭାବ, Cର୍ଷା)
ବ୍ୟାସେ ବଶିଷ୍ଠେ ମାରକଣ୍ଡେ ଆଦି କରି
ପୂର୍ଣ୍ଣ ଅର୍ଘ୍ୟ ଦିଲେ ସମସ୍ତ ତପଚାରୀ । ୨୮ ।
ଅନେକ ଯାଗ ଯଗଂ୍ୟ କଲେ ପୂର୍ଣ୍ଣ ଯେ ଆହୁତି
କୋଟିୟେ ତୀର୍ଥ ଘେନି ପୁଷ୍କର କ୍ଷେତ୍ର ଆଧିପତି । ୨୯ ।
ଅବିଷେକ କଲେ କନେଇ ପଣ୍ଡୁ କୁମରର ଶିରେ
ଜୟ ଜୟ ବାଣୀ ଯେ ଶୁଭିଲା ତିନି ପୁରେ । ୩୦ ।
ବିଭା ଅବିଷେକ କଲେ କଳପବଟ ତଳେ
ନରେନ୍ଦ୍ର ପଦ ଦିଲେ ପଣ୍ଡୁଙ୍କୁ ଶୁଭବେଳେ । ୩୧ ।
ସମଦଣ୍ଡ ଘେନିଣ ଚଳନ୍ତି ନିଜ ଦେଶେ
ପୁରଜନମାନେ ଯେ ଅନେକ ହରଷେ । ୩୨ ।
କାଶୀ ଦେଶର ରାଜା ନାମ କାଶୀଶ୍ୱର
ଅନୁମତି ନାମେଣ ଥିଲା ଦୋହିତା ତାହାର । ୩୩ ।
ବିଦୁରକୁ ପ୍ରଦାନ କରାଇଲେ ଅନୁମତି ଯୁବତୀ
ସେ କାଶୀଶ୍ୱର ରାଜା ଯେ ଅଟଇ ବୈଶ୍ୟ ଜାତି । ୩୪ । ଷଚ୍ଚନ୍ଦରତ୍ତମବଜ୍ଞନ୍ଦର ଲବତ୍ତତ୍ତଷବଵର ଞ୍ଚବ୍ଦ ୠଷନ୍ଦବ
ଅନ୍ଧ ପଣ୍ଡୁ ବିଦୁର ହୋଇଲେ ତିନିଭ୍ରାଥେ
ପଣ୍ଡୁ ରାଜା ପଦେ ବସିଲେ ଧର୍ମ ଅର୍ଥେ । ୩୫ ।
ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତି
ତ୍ରୈଲୋକ୍ୟେ ବିଦିତ ହୋଇଲା ସେ ପଣ୍ଡୁ ନରପତି । ୩୬ ।
ଧାର୍ମିକ ବିବେକ ଦୟାଳୁ ସେ ପଣ୍ଡୁ ମହାରାଜା
ଦାନେ ଶୂରବନ୍ତା ସେ ଦେବ ବିପ୍ରେ ବଡ ପୂଜା । ୩୭ ।
ହବିର୍ଭାଗ ଦିଅଇ ରାଜା ଅନୁବ୍ରତେଣ ଆହୁତି
ନିଯୋଗ ଭିଆଣ ରାଜଯୋଗ କରୁଥାଇ ନିତି । ୩୮ ।
ଭୀଷ୍ମେ ବିଦ୍ୟା ଗୁରୁ ହୋଇଲେ ପଣ୍ଡୁଙ୍କୁ
ଅନେକ ବିଦ୍ୟା ଯେ ଶିଖାଇଲେ ତାହାଙ୍କୁ । ୩୯ ।



୩୩ ।୨ ଉଦନମହୀ ବୋଲି ଦୋହିତା ତାହାର ।
(ମହନମହୀ, ଉନ୍ମୀଳିତା, ଉଦାନବତୀ, ପୁଣ୍ୟାବତୀ ବୋଲି ଦୁହିତାର ନାମ-କରଣ ପୋଥି ବିଶେଷରେ ଦେଖାଯାଏ)
୩୭ ।୨ ଦାନେଣ ସାଚା ସେ ବିଦୁଜନେ ପୂଜା ।
୯ ।୨ ଆଧିପତି-ଅଧିପତି
୩୧ ।୧ ଅବିଷେକ-ଅଭିଷେକ
ଶାହାସ୍ର ବିଦ୍ୟା ଉତ୍ତମ ଧନୁସାର ବିଦ୍ୟା
ମାଲବିନ୍ଧା ବିଡମ୍ୱଣ ପଦମନ୍ତ୍ର ସିଦ୍ଧା । ୪୦ ।
ୟେମନ୍ତେ ମହାଭିଗଂ୍ୟ କ୍ଷତ୍ରୀବର ଅଟଇ
ବୁଦ୍ଧିବନ୍ତେ ବଳବନ୍ତେ ଅଷ୍ଟାଦଶ ବୟେଂଶ ଖଟଇ । ୪୧ ।
ଗୁଣବନ୍ତ ଭାଗ୍ୟବନ୍ତ ପଣ୍ଡିତ କ୍ଷତ୍ରି ମହାଯୋଧୀ
ସତ୍ୟ ବିବାଦୀ ନୋହଇ ସମସ୍ତ କଲା ସାଧି । ୪୨ ।
ସୂର୍ଯ୍ୟବଂଶ ରାଜା ଋତୁପନ୍ନ ନୃପତି
ପଣ୍ଡୁ ରାଜାକୁ ଖଟଇ ସେ ଅନୁବ୍ରତୀ । ୪୩ ।
ଗଙ୍ଗା ବଶିଂକ ରାଜା ଭୀଷ୍ମ ମହାରଥା
ଆଗିଆଣି ଥାଠେ ସେ ଚଳଇ ପ୍ରତିଗ୍ୟାଂ ସାମରଥା । ୪୪ ।
ହଇହୟ ବଂଶ ରାଜା ରୁଦ୍ରଦେବ ମହାମଲ୍ଲ
ତିରିଶ ଲକ୍ଷ ଯୋଦ୍ଧା ଘେନି ଖଟଇ ପଣ୍ଡୁ ନୃପତିର ତୁଲ । ୪୫ । ଚ୍ଚନ୍ଧଲଭରତ୍ତ ୩୦
ଅନ୍ଧେକ ଦେଶର ରାଜା ଅଟଇ ବିରୂପାକ୍ଷ
ଡାହାଣ ପଖାୟେ ଖଟନ୍ତି କ୍ଷତ୍ରୀ ନବଲକ୍ଷ । ୪୬ । ସଂଖ୍ୟା ୯
ଭୋଜବଂଶର ନୃପତି ବିଷ୍ଣୁ ଭୋଜସେନ
ପଞ୍ଚୁଲକ୍ଷ ଯୋଦ୍ଧା ଘେନି ଖଟଇ ପଣ୍ଡୁରାଜାର ସନ୍ନିଧାନ । ୪୭ । ୫
ବ୍ରହ୍ମ ଦେଶର ଠାକୁର ମଦନସେନ ବ୍ରହ୍ମ
ସମଦଣ୍ଡ ଘେନି ଖଟଇ ସେ ମହା ସମ୍ଭରେଣ । ୪୮ ।
ରୁଦ୍ର ବଂଶର ରାଜା ଭଇରବ ନୃପତି
ସେହି ପଣ୍ଡୁଙ୍କୁ ଖଟଇ ପରମ ସାନନ୍ଦ ମତି । ୪୯ ।
କାକୁସ୍ଥ ବଂଶର ନୃପତି ଇନ୍ଦ୍ରପାଦ
ସେହି ଖଟଇ ନୃପତି ସୋମବଂଶ ନରେନ୍ଦ୍ର । ୫୦ ।



୪୧ ।୨ ବୁଦ୍ଧିବନ୍ତେ ବଳବନ୍ତେ ଅଷ୍ଟାଦଶ କ୍ଷଉଣୀ ଅଟଇ । (ପା) ସଂ
୪୨ ।୨ ହତ୍ୟା ବିବାଦୀ ନୋହଇଂ ସମସ୍ତଙ୍କୁ ସାଧି । (ପା)
୪୫ ।୧ ହରିହର-ଅନେକ ପୋଥିରେ ।
୪୬ ।୧ ଅନ୍ଧେକ ବଂଶରେ ଯେ ରାଜା ବିରୂପାକ୍ଷ । (ପା)
୪୮ ।୨ ଖଟିଥାଇ ପଣ୍ଡୁ ନୃପତି ସନ୍ନିଧାନ । (ପା)
୪୧ ।୨ ବୟେଂଶ-ବଂଶ
୪୮ ।୨ ସମ୍ଭରେଣ-ସମ୍ଭର୍ବେଣ, ଆଡମ୍ୱରରେ
ନବ ଦୀପେ ସପତ ସାଗରେ ଯେତେ ରାଜା
ସୋମବଂଶ ନୃପତିଙ୍କି ସମସ୍ତେ କରନ୍ତି ପାଦ ପୂଜା । ୫୧ ।
ୟେମନ୍ତେ ପଣ୍ଡୁଙ୍କୁ ଖଟନ୍ତି ଅଷ୍ଟାଦଶ ବଂଶ
ସ୍ୱର୍ଗ ତୁଲ୍ୟ ସେ ବାରୁଣାବନ୍ତ ଦେଶ । ୫୨ ।
ଅନେକ ସମ୍ଭରେ ସେ ଖଟନ୍ତି ମହାରାଜେ
ଅନେକ ସନ୍ୟ ଘେନି ମଧ୍ୟ ସ୍ୱାର୍ଗେ ବିଜେ । ୫୩ ।
ପାରେଶ୍ୱର ଶାୟେଂତନୁ ଗାଧି ଜମଦଗ୍ନି
ୟେହାନ୍ତ ସେବା କରଇ ସେ ଶୁଭ ଅନକୂଳ ଘେନି । ୫୪ ।
ୟେହାଙ୍କର ପୁତ୍ରେ ଯେ ବ୍ୟାସେ ବିଶ୍ୱାମିତ୍ରେ
ପ୍ରଶୁରାମ ଭୀଷ୍ମେ ଅଟନ୍ତି ଚାରିଭ୍ରାଥେ । ୫୫ ।
ୟେହାନ୍ତ ଆରାଧନା କରନ୍ତି ନୃପ ପଣ୍ଡୁ
ସମସ୍ତେହେଂ ବାଞ୍ଛା କରନ୍ତି ପଣ୍ଡୁର ଆପାଦ ଖଣ୍ଡୁ । ୫୬ ।
ସପତ ଦୀପା ପୃଥୀରେ ଥାପିଲେ ପାରିଦଣ୍ଡ
ଶବଦ ଭେଦୀ ଶର ପେଷନ୍ତେ ପୃଥିବୀ ନବଖଣ୍ଡ । ୫୭ ।
ଜମ୍ୱୋଁଦୀପ ବାରରାଷ୍ଟ୍ର ଛତିଶ ମଣ୍ଡଳେ
ପାଶେକ ପାରିଦଣ୍ଡ ଯେ ଖଟନ୍ତି ସର୍ବ କାଳେ । ୫୮ ।
ଧୃତରାଷ୍ଟ ରହିଲେ ହସ୍ତିନା ଭୁବନେ
ଭୂରିଶ୍ରବାଙ୍କୁ ବସାଇଲେ ଇନ୍ଦ୍ରପ୍ରଶସ୍ତ ସ୍ଥାନେ । ୫୯ ।
ଭୀଷ୍ମେ ବସିଲେ ଯେ ଯମପ୍ରଶସ୍ଥ ସ୍ଥାନ ମାଡି
ଜଇନ୍ତା ରାଜ୍ୟେ ପଣ୍ଡୁରାଜା ବସିଲେ ବାରୁଣାବନ୍ତେ ବିଦୁରଙ୍କୁ ଛାଡି । ୬୦ ।
ଦେଖ ହୋ ପଣ୍ଡୁ ରାଜାର ଭାଗ୍ୟବନ୍ତ ପଣ
ସୋଦର ସମ୍ଭାଳି ଦିଗ ବିଜୟେ କରଇ ଆପଣ । ୬୧ ।
ଧ୍ୱଂସଇ ରିପୁ ଦର୍ପ ରଖଇ ତପୀଜନ
ଦଇତ ଦାନବର ଉପଦର୍ପ ନାହିଂ ତ୍ରିଭୁବନ । ୬୨ ।
ମାଢମୂଳ କରି ଯେ ଯଯାତି ଭିଆଇଲେ
ମାଢକ ବାଟିକରି ପଣ୍ଡୁରାୟେ ସିରିଜିଲେ । ୬୩ ।
ବାଟିୟେ ଯେ ଚଷଇ ପଉଟିୟେ ଦିଅଇ ସଞ୍ଜା କ୍ଷବଚ୍ଚଯ ତ୍ତରବ୍ଦରଚ୍ଚନ୍ଧର ଟ୍ଟବନ୍ଧନ୍ଦଷ ଳଚ୍ଛତ୍ତ ବ ଭବନ୍ଦଷ
ଦ୍ୱାଦଶ ଫଳ ଅରଜି ସୁଖେଣ ଦିନ ଖଟନ୍ତି ପରାଜ । ୬୪ । ସଂଖ୍ୟା
ଅନେକ ଧନ ଧାନ୍ୟ ସ-ଦ ଅଚଳି
ସାଧୁ ସାଧୁ ଧୁନି ସମସ୍ତେ ହେଂ ପଣ୍ଡୁଙ୍କୁହିଂ ବୋଲି । ୬୫-୧୫୫୯ ।



୫୬ ।୨ ୟେହାଙ୍କର ପ୍ରସନ୍ନେ ସମସ୍ତ ବିଘ୍ନଖଣ୍ଡୁ । (ପା)
୫୮ ।୨ ସନ୍ନିଧ୍ୟେ ପାରିଦଣ୍ଡ ଖଟନ୍ତି ସର୍ବକାଳେ । (ପା)
୬୨ ।୨ ଦତ୍ୟ ଦାନବଙ୍କର ଭୟ ନାହିଂ ତୀର୍ଥସ୍ଥାନ । (ପା)
୫୧ ।୧ ଦୀପ-ଦ୍ୱୀପ
୫୬ ।୨ ଆପାଦ-ଆପଦ
୫୮ ।୨ ପାଶେକ-ପାଖରେ
୬୫ ଅଚଳ ଧନ ଧାନ୍ୟ ସଂପଦ ଅଚଳନ୍ତି ।
 ସାଧୁ ସାଧୁ ଧୁନି ସମସ୍ତେ ପଣ୍ଡଙ୍କୁ ବୋଲନ୍ତି । (ପା)
୬୩ ।୨ ସିରିଜିଲେ-ସୃଜିଲେ
୬୫ ।୧ ଅଚଳି-ସ୍ଥିର
ପଣ୍ଡୁଙ୍କର ବନେ ଅବସ୍ଥିତି ଓ ରାଜ୍ୟ ପରିଚାଳନା
ତୁଳମାସ ପଞ୍ଚମୀ ଦିନ ପଣ୍ଡୁ ବିଜେ କଲେ ହସ୍ତିନାକୁ
ଧୀର ଧୀର ହୋଇ ଯାଉଛନ୍ତି ଧୃତରାଷ୍ଟଙ୍କୁ ଦ୍ରଶନ କରିବାକୁ । ୧ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ଧୃତରାଷ୍ଟ ବୋଲୁଛନ୍ତି ଗାନ୍ଧାରୀ ଅଗ୍ରତେ
କିଂପାଇ ବ୍ୟାସ ମୁନି ଜାତ କଲେ ଆବର ଯେ ମୋତେ । ୨ ।
ପଣ୍ଡୁରାୟେ ତାହା ଶୁଣିଲେ ପୁରକ ଅନ୍ତରେ
ଧୀରେଣ ତୁନୀ ହୋଇ ଶୁଣନ୍ତି ସେହିଠାରେ । ୩ ।
ଗାନ୍ଧାରୀ ପୁଚ୍ଛାକଲେ ଧୃତ ଯେ ରାଷ୍ଟଙ୍କୁ
ୟେତେ ବିରସ କଲ ସ୍ୱାମୀ କିଂପାଇ ମନକୁ । ୪ ।
ଧୃତରାଷ୍ଟ ବୋଇଲେ ତୁ ଶୁଣ ଗୋ ଗାନ୍ଧାରୀ
ସାବତ ସଂପଦ ହାଦେ ଦେଖିତ ନୁଆରି । ୫ ।
ମୁହିଂ ଅଟଇ ଜ୍ୟେଷ୍ଠ ପଣ୍ଡୁ ଅଟଇ କନିଷ୍ଠ ସାନୁଜ
ପୃଥିବୀରେ ବିକାଶିଲା ପଣ୍ଡୁର ବଳବୀର୍ଯ୍ୟ । ୬ ।



୩ ପଣ୍ଡୁ ରାଜାୟେ ତାହା ଶୁଣିଲେ ଅନ୍ତରେ
 ଥିରକରି ଲୟେ କରି ଅଛନ୍ତି ସେହିଠାରେ ।
୪ ।୨ ୟେତେ ଅବିଚାର ଦେବ କିଂପାଇଂ ତୁକୁ ।
ଅନେକ ସଂପଦ ତାର କହିତ କି ପାରି
ମରଣ ୟେହାଉଂ ଭଲ ସହିତ ନୁଆରି । ୭ ।
ଭଲ ଦିନ ଖୋଜ ଗୋ ପ୍ରାଗ ତୀର୍ଥ ଯିବା
ତ୍ରିବେଣୀ ସଂଗମେ ହାଦେ ଶରୀର ଝାସିବା । ୮ ।
ଛତ୍ରୀ ପଣ ହୋଇଣ ଯେବେ ପର ପୋଷଣ କରି
ରାଜା ହୋଇ ଯେବେ ସଂଗ୍ରାମେ ଭୟେ କରି । ୯ ।
ଦେବତା ହୋଇ ଯେବେ ପରରେ ନିର୍ଦ୍ଦୟା
ତୀର୍ଥ ହୋଇ ଯେବେ ହୋଅଇ ସେ ମାୟା । ୧୦ ।
ସୁନ୍ଦର ସ୍ତିରୀ ଯେବେ ହୁଅଇ ଦୁର୍ଭାଗୀ
ଇନ୍ଦ୍ରିୟ ନିଗ୍ରହଣ ନୋହଇ ଯେବଣ ଯୋଗୀ । ୧୧ ।
ପଣ୍ଡିତ ହୋଇ ଯେବେ ନୋହିବ ଉପାୟବନ୍ତ
ମହାତମାଙ୍କର ବଚନେ ୟେତେକ ଜୀବନ ବିଅର୍ଥ । ୧୨ ।
ଗାନ୍ଧାରୀ ବୋଇଲେ ଯୁଗତ ୟେହୁ କଥା
କପାଳ ନିହିତ କି ହୋଇବ ଅନ୍ୟଥା । ୧୩ ।
ଯାହା ସେ ଅରଜି ନାଥ ତାହା ହାଦେ ଭୁଞ୍ଜି
ସମସ୍ତେ ପୁଣ୍ୟବନ୍ତ ନୋହନ୍ତି ମୃତ୍ୟୁ ମଣ୍ଡଳ ମଝି । ୧୪ ।
ସ୍ୱାମୀ ସୁକୃତ ବୋଲିଣ ଯେବଣ ପୁରୁଷ
ନାନା ରୂପ ଧରଇ ସେ ନୋହଇ ପ୍ରାଣ ନାଶ । ୧୫ ।
ଖଣ୍ଡିଆ କୁବୁଜା ଯେ ଅପାରଗ ଛୋଟା
ବଳବନ୍ତ କେ ଖୁର୍ପ କେ ଉଚ୍ଛର୍ଗ କେହୁ ମୋଟା । ୧୬ ।
ସୁନ୍ଦର ପୁରୁଷ ସେ କ୍ଷତ୍ରିୟ ପଣ୍ଡିତ ପୁରୁଷ
କ୍ଷଣେ ବାତୁଳ ସେ କ୍ଷଣେ ହରଷ ବିରସ । ୧୭ ।



୧୨ ।୨ ମହାତମାଙ୍କ ବାକ୍ୟେ ୟେତେକ ଜୀବନ ନର୍କଗତ । (ପା)
୧୩ ।୨ କପାଳ ଲେଖନ, କପାଳ ଲିଖିତ । (ପା)
୧୫ ।୧ ସ୍ୱାମୀ କର୍ମ ବୋଲି ଯେବଣ ପୁରୁଷ । (ପା)
୧୧ ।୧ ଦୁର୍ଭାଗୀ-ମନ୍ଦଭାଗ୍ୟବତୀ
୭ ।୨ ନୁଆରି-ନପାରି
୧୬ ।୨ ଖୁର୍ପ-ଖର୍ବ-ବାଙ୍ଗରା, ଉଚ୍ଛର୍ଗ-ଉଚ୍ଚ
ଚେତନା ପୁରୁଷ ସେ ଚେତି ନ ଚେତଇ କ୍ଷଣେ
ସକଳ ବ୍ରହ୍ମାଣ୍ଡକୁ ସେ ପୁରୁଷ ୟେକା ଜଣେ । ୧୮ ।
କୁତୋହଳେ ଖେଳୁଥାଇ ସେ ନାନା ରୂପ ଧରି
କ୍ଷଣେ ଗୋରା କ୍ଷଣେ କଳା ଶ୍ୟାମଳ ରୂପେ ଅବତରି । ୧୯ ।
କ୍ଷଣେ ଖଣ୍ଡ ପାଙ୍ଗୁଳ କ୍ଷଣକେ ହୋଅଇ ଅନ୍ଧ (ପ୍ରଜ୍ଞା ତତ୍ତ୍ୱ)
ନାନା ବର୍ଣ୍ଣ ରୂପକୁ ତାହାର ଯେ ସଧ । ୨୦ ।
ସେ ସୁକୃତ ମହାତମା ଯେତେବେଳେ ଧରିଥାଇ ଯେବଣ ରୂପ
ଉତ୍ତପତି ମାନବମାନେ ହୁଅନ୍ତି ସେହି ଯେ ସରୂପ । ୨୧
ଛାଡ ମେଲ ତୁ ଅଭିମାନ ରାୟେ ନ ଭାଳ ନ ଚିନ୍ତ
ଦୁଖ ସୁଖ ସ୍ୱାମୀ ହୃଦଗତେ କରିଥାଅ ୟେକତ୍ୱ । ୨୨ ।
ବାହିଜ ପରର ଦେଖି ନୋହିବା ବିକଳ
ସୁଦଶା କୁଦଶା ହୋ ଅଳ୍ପ ହୋୟେ କାଳ । ୨୩ ।
ଚଇତନ ପୁରୁଷକୁ ନାଥ ୟେକତ୍ୱ କରା
ପଣ୍ଡୁଙ୍କୁ ପର ବୋଲି ଶରୀର ନ ହରା । ୨୪ ।
ୟେ ସଂସାର ଯାକ ଯେହୁ କରଇ ୟେକତ
ତେବେ ସେ ତରି ୟେଥୁଂ ହୁଅଇ ମୁକତ । ୨୫ ।
ଧୃତରାଷ୍ଟ ବୋଇଲେ ତୁ କହିଲୁ ନା ୟେମନ୍ତ
ପର ସଂପଦ ଦେଖି ମୁଂ ନ ପାରଇରେ ସଂଘାତ । ୨୬ ।
ଗାନ୍ଧାରୀ ବୋଇଲେ ଯେ ଅଟଇ ୟେ କଥା
ପାପୀଲୋକଙ୍କୁ ସେ ହୋଅଇ ଅନେକ ଅବସ୍ତା । ୨୭ ।



୧୮ ।୧ ଚେତନା ପୁରୁଷ ସେ ନ ଚେତଇ ଅନୁକ୍ଷଣେ । (ପା)
୨୪ ।୨ ପିଣ୍ଡକୁ ପ୍ରବୋଧ ନାଥ ଶରୀର ନ ହରା । (ପା)
୨୭ ।୧ ଗାନ୍ଧାରୀ ପ୍ରତିବାକ୍ୟ ଶୁଣ ସ୍ୱରୂପ ମୋର କଥା । (ପା)
୨୦ ।୧ ଖଣ୍ଡ-ବିକଳାଙ୍ଗ, ଖଣ୍ଡିଆ, ପାଙ୍ଗୁଳ-ପାଗଳ ବା ବିକୃତ ମସ୍ତିଷ୍କ
୨୧ ।୧ ସରୂପ-ସ୍ୱରୂପ
୨୩ ।୧ ବାହିଜ-ବାହ୍ୟ ଆଡମ୍ୱର ବା ସ-ଦ
୨୬ ।୨ ସଂଘାତ-ମିତଣୀ
ବିଚାର ନାୟେକ ଯେ ଅଟଇ ଜନ୍ତୁପତି
ଆକାଶେଣ ବିଚାରଇ ସେ ମଞ୍ଚେଣ ଦିଅଇ ଶାସ୍ତି । ୨୮ ।
ପାଙ୍ଗୁଳ ବଧିର ଖଣ୍ଡଣ କୁବୁଜ ଅଦୃଷ୍ଟି
ଯମର ଶାସ୍ତିମାନ ଦେବ ଅଟଇ ସବୁଟି । ୨୯ ।
ଜନମୁଂ ୟେମାନେ ବିକଟ ବାୟି
ମନ୍ଦ ପ୍ରକୃତି ୟେମାନେ ନ ପାରନ୍ତି କୁଶଳ ସହି । ୩୦ ।
ଡିଙ୍ଗର ସ୍ୱଭାବ ସେ ହିଂସା ଯେ ପ୍ରକୃତି
ଆପଣେ ବକ୍ର ୟେ ପର ସଂପଦ ଦେଖି ନୁଆରନ୍ତି । ୩୧ ।
ପରନିନ୍ଦା ପରହିଂସା ପରମାଦ ଛାଡ ହୋ ଧୃତରାଷ୍ଟ
ଅନିତ୍ୟ ସଂସାର ୟେ ମାୟା ଚିତ୍ରପଟ । ୩୨ ।
ଲୋଭ ମୋହ କାମ କ୍ରୋଧ ଅହଂକାର ହିଂସା
ୟେହା ଦୂର କରି ନାଥ କର ନିକଳଙ୍କ ମନୀଷା । ୩୩ ।
ଅନେକ ବାଗେଣ ଯେ ତିଆରଇ ଗାନ୍ଧାରୀ
ଶାନ୍ତି ମନ ଆତ୍ମା ନୋହିଲା ତାହାରି । ୩୪ ।
ଧୃତରାଷ୍ଟ ଗାନ୍ଧାରୀର ୟେମନ୍ତ ବୋଲିବାର ସମୟେ
ତୁନୀ ହୋଇ ସମସ୍ତ ଶୁଣୁଛନ୍ତି ପଣ୍ଡୁରାୟେ । ୩୫-୧୫୯୪ ।



୨୮ ।୧ ବିଷ୍ଣୁ ରଞ୍ଚନାରେ ସେ ଅଟଇ ଜନ୍ତୁପତି । (ପା)
୨୯ ପାଗଳ ବଧିର ଖଣ୍ଡିୟା କୁବୁଜ ।
 ଯମର ୟେ ଶାସ୍ତି ଅଟଇ ଦେବରାଜ । (ପା)
୩୦ ଜନମୁଂ ୟେମାନେ ଅଟନ୍ତି ବିକଟ ବାକି
 ମନ୍ଦ ପ୍ରକୃତି ୟେ ନ କହନ୍ତି ସଳଖି । (ପା)
 ଡିଙ୍ଗର ଲୋକଙ୍କର ହିଂସା ଯେ ପ୍ରକୃତି ।
 ଆପଣେ ହିଂସା ବହି ପର ସଂପଦ ଦେଖି ନ ପାରନ୍ତି । (ପା)
୩୩ ।୨ ୟେହା ଦୂର କରି ଶାନ୍ତି ମୂର୍ତ୍ତି ଧର ।
 ୟେହା ଦୂର କରି ନାଥ ଥିର କର ମନୀଷା । (ପା)
୩୪ ଅନେକ ବାଗେଣ ଯେ ଗାନ୍ଧାରୀ ତିଆରି
 କେହୁଣିସି ମତେ ନ ଘେନି ଦଣ୍ଡଧାରୀ । (ପା)
୨୯ ।୧ ଖଣ୍ଡଣ-ଖଣ୍ଡଅଙ୍ଗ ବିଶିଷ୍ଟ ପୁରୁଷ, ଖଣ୍ଡିଆ ।
୩୫ ଧୃତରାଷ୍ଟ ଗାନ୍ଧାରୀ ୟେସନେକ ସମସ୍ୟାୟେ
 ଅନ୍ତରେ ଥାଇ ଉହାଡେ ଶୁଣଇ ପଣ୍ଡୁରାୟେ । (ପା)
ପଣ୍ଡୁ ମହାରାଜାଙ୍କର ଧୃତରାଷ୍ଟ୍ରଙ୍କ ସହିତ ସାକ୍ଷାତ ଓ ମାଦ୍ରୀ ସହ ବିଭା
ଧାତିକାରେ ବିଜେ କଲେ ପଣ୍ଡୁରାଜ ସ୍ୱାମୀ
ଧୃତରାଷ୍ଟଙ୍କର ଚରଣେ ହୋଇଲେ ପରିଣାମି । ୧ ।
ଗାନ୍ଧାରୀ ଅନ୍ତର ହୋଇଲେ ଦେଖିଣ ରାଜାଙ୍କୁ
ସଂଜୟେ କହିଲେ ରାଜା ଧୃତ ଯେ ରାଷ୍ଟଙ୍କୁ । ୨ ।
ପଣ୍ଡୁ ବିଜେ କଲେ ହୋ ଶୁଣ ଧୃତରାଷ୍ଟ
ବାଞ୍ଛାସିଦ୍ଧ ହୋଉ ବୋଇଲେ ମନରେ ମହାତୁଷ୍ଟ । ୩ ।
ପଣ୍ଡୁ ବୋଇଲେ ତୁ ହୋ ଶୁଣସି କୁରୁପତି
ମୁହିଂ କେଉଂଣ ବାଗେ ତୁମ୍ଭଙ୍କୁ ନୋହିଲି ଭଗତି । ୪ ।
ତୋହୋର ଭଗତେ ମୁଂ ବ୍ରତଇ ସର୍ବକାଳେ
ତୁ ମୋତେ ପାପ ମନ ଧଇଲୁ ବକ୍ଷସ୍ଥଳେ । ୫ ।
ସ୍ୱାମୀ ମୋହୋର ସଂପଦ ଦେଖି ଉଷତ ନୋହିଲୁ
ସାବତ ସଂପଦ ବୋଲି ସେ ମୋତେ ଯେ ବୋଇଲୁ । ୬ ।
ଅମନାତ୍ୟ ପୁରୋହିତେ ସେ ହକାରିଲେ ନୃପତି
ଭୂରିଶ୍ରବା ଶାୟେଂତନୁ ଭୀଷ୍ମ ମହାରଥୀ । ୭ ।
ଆଜହୁଂ ସଂକଳ୍ପ ମୋର ହୋଇଲା ନିୟମ
ଧୃତରାଷ୍ଟଙ୍କୁ ସମର୍ପିଲି ଦଣ୍ଡ ସମସ୍ତ ରାଜ୍ୟଧର୍ମ । ୮ ।
ୟେ ପଞ୍ଚୁ କଟକେ ସ୍ୱାମୀ ତୁହି ସେ ଅଧିକାରୀ
ସଂସାର ପାଳିଣ ତୁ ଭୋଗ କର ବସୁନ୍ଧରୀ । ୯ ।



୧ ।୨ ହୋଇଲେ ପରିମାଣି-ପ୍ରଣାମ କଲେ
ସଂଜୟେ କହିଲେ ହୋ ଅନ୍ଧ କାହିଂ ନୃପ
ୟେହାରେ ଧ୍ୱଂସି ହୋଅଇ କି ରିପୁବଳ ଦର୍ପ? ୧୦ ।
ପଣ୍ଡୁ ବୋଇଲେ ମୁଂ ବନସ୍ତରେ ଥିବି
ପଞ୍ଚୁ କଟକ ରାଜ୍ୟ ମୁଂ ନିତ୍ୟେହେଂ ଭ୍ରମିବି । ୧୧ ।
ଦୁଷ୍ଟ ଚୋର ଦାନେବ ମୁଂ ସମସ୍ତ ମାରିବି
ଧୃତରାଷ୍ଟ ଆଗ୍ୟାଂ ମୁଂ ଶିରରେ ଧରିଥିବି । ୧୨ ।
ମୋହୋର ତହୁଂ ଅଧିକ ଭଗତି ହୋଇଥିବ ସଭିୟେଂ ଧୃତରାଷ୍ଟଙ୍କୁ
ଅନୀତି ହୋଇଲେ କହିବ ଯାଇଂ ମୁକୁ । ୧୩ ।
ଧୃତରାଷ୍ଟଙ୍କୁ ରାଜ୍ୟ ଦେଇ ପଣ୍ଡୁ ଯେ ନୃପତି
ରାଜ୍ୟରୁ ବାହାର ହୋଇଲେ ତୁଲେଣ ଦେବୀ କୁନ୍ତୀ । ୧୪ ।
ଭ୍ରମଇ ନରନାଥ ଗହନ ବିପିନେ
ମହା ପରିମଳ ଦିଶନ୍ତି ଉଚ୍ଚ ବୃକ୍ଷମାନେ । ୧୫ ।
ୟେମନ୍ତେଣ ପଣ୍ଡୁ ଭ୍ରମଇ ଘୋର ବନେ
ହସ୍ତିନାର Cଶାନ୍ୟ ଭାଗେ ବୃନ୍ଦାଅର୍କ ବନେ । ୧୬ ।
ଯମୁନା ନଦୀ ଯେ ବହଇ ଉତ୍ତରଗାମୀ ବଲନ୍ଧଚ୍ଚବ ଳକ୍ଷଚ୍ଛଦ୍ଧଷଚ୍ଚଵ ଚ୍ଚଚ୍ଛତ୍ତନ୍ଦଶଦ୍ଧବତ୍ତଯଜ୍ଞ
ଶତଶିଂଗ ପର୍ବତରେ ରହିଲେ ପଣ୍ଡୁଦେବ ସ୍ୱାମୀ । ୧୭ ।
ପାର୍ବଣ ଜୋତିଷପୁର ରାଜା ଭଗବାନ
ମଦନାବତୀ ବୋଲି ତାହାର ଭାରିଯା ବିଦ୍ୟମାନ । ୧୮ ।
ବନେ ମୃଗୟା ବିନୋଦ ସେ କରଇ ଭଗବାନ ନୃପତି
ମାଦ୍ରି ବୋଲିଣ ତାହାର ଦୁହିତା ଉତପତ୍ତି । ୧୯ ।
ବନେଣ ଭ୍ରମନ୍ତେ ସେ ପଣ୍ଡୁଙ୍କୁ ଭେଟିଲା
ମାଦ୍ରୀ କନ୍ୟାକୁ ରାୟେ ପ୍ରଦାନ କରିଦିଲା । ୨୦ ।
ଅନେକ ସମ୍ଭର୍ବେ ରାଜା ଦିଲାକ କୁମାରୀ
କୋଇନ୍ତା ମାଦ୍ରୀଙ୍କି ଘେନି ପଣ୍ଡୁ ରହିଲେ ଶତଶିଂଗ ଗିରି । ୨୧ ।
ବେନି ଭାରିଯାନ୍ତ ଘେନି ପଣ୍ଡୁ ବିହଡନ୍ତି ବନେ
ଯମପ୍ରଶସ୍ତ, ଇନ୍ଦ୍ରପ୍ରଶସ୍ତ, ହସ୍ତିନା, ବାରୁଣା, ଜଇନ୍ତା ଭ୍ରମଇ ପ୍ରତିଦିନେ । ୨୨ ।
ପ୍ରତିଦିନ ଦୁଷ୍ଟ ରାକ୍ଷସ ମାନନ୍ତ ମାରଇ ଯେ ଖେଦି
ଆପଣେ ଦୁଖେ ପଡଇ ଧୃତରାଷ୍ଟଙ୍କୁ ରାଜ୍ୟ ପରସିଦ୍ଧି । ୨୩ ।
ସିଂଘ ଶୁକଳ ତ୍ରୟୋଦଶୀ ଶଉରୀ ଯେ ବାର
ଶତଭିଷା ନକ୍ଷତ୍ର ଅଟଇ ବେଳ ଦଣ୍ଡ ତେର । ୨୪ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ତୈତିଳ ନାମେ କରଣ ଶୂଳ ନାମେ ଯୋଗ
ସିଂଘ ସଂକରାନ୍ତିକି ଅଣତିରିଶ ଦିନ ଭୋଗ । ୨୫-୧୬୧୯ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର



୧୨ ଦୁଷ୍ଟ ଚଉର୍ଯ୍ୟ ଦାନବ ମାରିବି ମୁଂ ଜାଣି
 ଧୃତରାଷ୍ଟ ଆଗ୍ୟାଂ ୟେଥକୁ ହୋଇବ ଧାରଣୀ । (ପା)
୧୫ ।୨ ମହା ପରିମଳ ଦିଶନ୍ତି ଉଚ୍ଚ ଶାଳମାନେ । (ପା)
୨୩ ।୨ ଆପଣେ ଦୁଖେ ପଡଇ ଧୃତରାଷ୍ଟଙ୍କୁ ରାଜ ସିଦ୍ଧି
 ଆପଣେ ଦୁଖେ ପଡଇ ଧୃତରାଷ୍ଟଙ୍କୁ ଦିୟେ ରାଜ୍ୟ ସଂପତ୍ତି । (ପା)
୨୫ ।୨ ସିଂଘ ସଂକରାନ୍ତି ଉଣେଇଶ ଦିନ ଭୋଗ । (ପା)
୨୨ ।୧ ଦିହଡନ୍ତି- ବିହରନ୍ତି
ପଣ୍ଡୁଙ୍କର ମୃଗୟା ଓ ଅଗ୍ନିକା ମହାଋଷିଙ୍କର ଶାପ ପ୍ରଦାନ
ସେଦିନ ପଣ୍ଡୁ ଯେ ପଶ୍ଚିମ ପ୍ରଦେଶେ
ଗହନ ବନେ ପଶିଲେ ମୃଗୟାର ରସେ । ୧ ।
ଶତଭିଷା ନକ୍ଷତ୍ରର ଭଗ୍ନ ପାଦ ବେଳେ
କର୍ମେ ଅର୍ଜି ଅଛି ଲେଖନ ଯାହା କପାଳେ । ୨ ।
ଭଗ୍ନ ପାଦ ବେଳେ ଯେ ବାହାର ହେଲେ ବନେ
ଲୋଡି ନ ପାଇଲେ ଯେ ଆହାର ଜୀବମାନେ । ୩ ।
ଅଜମିତ ବନେ ଯେ ଭବାନୀ ନାମେ ନଦୀ
ସରସ୍ୱତୀ ଧାରେ ଯେ ଦକ୍ଷିଣ ମୂର୍ତ୍ତି ଭେଦି । ୪ ।
ସେ ନଦୀର ପଶ୍ଚିମ କୋଣେ ଶରବୋଧନ ପର୍ବତ
ଗଙ୍ଗା କୂଳକୁ ସେ ଅଟଇ ଯେ ଯୁଣ ସାତ । ୫ ।
ଜୀବ ନ ପାଇଣ ମହାଶ୍ରମେ ନୃପବର
ବିଜୟେ ପଣ୍ଡୁରାୟେ ସେ ପର୍ବତ ଉପର । ୬ ।
ୟେସନେକ ସମୟେ ଯେ ହରିତା ନାମେ ମୃଗୁଣୀ
ତୃଷାୟେ ଅଇଲା ସେ ନଦୀକି ଲୋଡି ପାଣି । ୭ ।
ଅଗ୍ନିକା ମହଋଷି ତା ଅନ୍ତରୀକ୍ଷେ ଦେଖି
ଧାତିକାରେ ଯାଇଂ ସେ ଧଇଲେ ମୃଗୁଣୀକି । ୮ । ନ୍ଧଚ୍ଚଚ୍ଚବନ୍ଦନ୍ଧତ୍ତବକ୍ଷ ଷଚ୍ଚନ୍ଦରତ୍ତମଚ୍ଛନ୍ଧତ୍ତଜ୍ଞର
ମୃଗୁଣୀର ତୁଲେ ଶୃଙ୍ଗାର କରନ୍ତି ସେ ଯତି
ଗାଢ ଆଲିଙ୍ଗନେ ସେ ଯେ ଭଜିଲା ବିମତି । ୯ ।
ଋଷିଙ୍କର ଶୃଙ୍ଗାର ସେ ଯେ ମହାଭାରା ତେଜ
ରାବେକ ଦେଲା ସେ ଯେ ଶବଦ ବିସର୍ଜ । ୧୦ ।
ପଣ୍ଡୁ ଶୁଣିଲେ ତାହା ସପତ ଯୋଜନ ଦୂରେ ୭ ସଚ୍ଛସବଚ୍ଚ, ୫୬ ହଲଜ୍ଞ, ଜ୍ଞଚ୍ଛନ୍ଧଚ୍ଚଯ ଶଚ୍ଛଲଷଚ୍ଚଵ ବତ୍ତତ୍ତଚ୍ଛଦ୍ଧ
ଗଣ୍ଡାର ରାବ ପ୍ରାୟେକ ତା ମଣିଲେ ଦଣ୍ଡଧରେ । ୧୧ ।
ଯୁଗତେ ପଣ୍ଡୁ ଯେ ଅଟନ୍ତି ଶବଦଭେଦୀ
ଶବଦକୁ ମହାତମା ଶହସ୍ର ଘେନି ବିନ୍ଧ । ୧୧ । ସଂଖ୍ୟା
ଶବଦକୁ ନାରାଜ ଯେ ଗଲା ଅନ୍ତରୀକ୍ଷେ
ଧାତିକାରେ ପଡିଲା ମୃଗୁଣୀ ଋଷିର ବଛେ । ୧୨ ।
ଋଷିର ପିଠି କଛେ ପଡି ହୃଦୟ ଗତେ ଗଳି
ମୃଗୁଣୀର ହୃଦଗତେ ପଡି ପିଠିକି ନିକିଳି । ୧୩ ।
ୟେକା ନାରାଜକେ ଜଡିତ ହୋଇଲେକ ବେନି
ମୃଗୁଣୀ କି ଘେନି ଢଳି ପଡିଲେ ମହାମୁନି । ୧୪ ।
ମୃଗ ପଡିଲା ବୋଲି ଧାଇଂଲେ ପଣ୍ଡୁ ନୃପ
ଦେଖିଲେ ନାରାଜ ଘାତେ ଋଷି ହତ ଦର୍ପ । ୧୫ ।
ବାଳ ପୁଞ୍ଜା ଭିଡିଣ କଷା ବସନ କାଛଟି
ଶିରେଣ ଜଟା ଭାର କ୍ଷୀଣ ତନୁ ଯେ ଭ୍ରୁକୁଟି । ୧୬ ।
ଯାମଳା ବୃକ୍ଷ ଯେହ୍ନେ ଅଟଇ ଅଭିନ୍ନ
ହରଣୀ କୋଳେ ଘେନି ଅଛନ୍ତି ମହାମୁନ୍ୟ । ୧୭ ।



୩ ।୧ ଉତପାତ ବେଳେ ଯେ ବାହାର ରାଜନେ । (ପା)
୫ ।୨ ଉଷର୍ଗ ବିସ୍ତାର ସେ ଅଟଇ ଯୋଜନ ସାତ । (ପା)
୧୨ ।୧ ବଚ୍ଛେ-ବକ୍ଷେ-ବକ୍ଷସ୍ଥଳରେ
ଦେଖିଣ ଆଶ୍ଚର୍ଯ୍ୟ ହୋଇଲେ ମହାରାଜ
ନିର୍ଧୂମ ଅଗ୍ନି ଜାଣି ମୁନିବର ତେଜ । ୧୮ ।
ମୁଖେ ପାଣି ସିଞ୍ଚିଲେ କୁଞ୍ଜଗଳ ଆଧିପତି
ଚେତନା ପାଇ ସାଷ୍ଟାମ ହୋଇଲେ ବ୍ରହ୍ମଯତି । ୧୯ ।
ପଣ୍ଡୁ ପୁଛାକଲେ ତୁ କେବଣ ମହାତମା
ୟେଡେ ମହାମୁନିକି କିଂପେ କଷ୍ଠୋର କଲା କାମା । ୨୦ ।
ଶୃଙ୍ଗାର ଆରତେ କି ନ ପାଇଲୁ ସ୍ତିରୀ
ନିର୍ଜନ ସ୍ଥାନ ଦେଖି ହରିଲୁ ମୃଗନାରୀ । ୨୧ ।
କୋପେଣ ଶାପ ଯେ ଦେଲେ ଭଗବନ୍ତ
ଶୃଙ୍ଗାର କାଳେ ମୋତେ କଲୁରେ ଶରଘାତ । ୨୨ ।
ଯୁଗତେ ପର ଶୃଙ୍ଗାର ଭାଙ୍ଗିତ ନୁଆରି
ଲିଙ୍ଗ ଭଗ୍ନ କଲେ ବ୍ରହ୍ମହତ୍ୟା ଦୋଷ ସରି । ୨୩ ।
ବିନା ଅପରାଧେ ମୈଥୁନ କାଳେ ଶରଘାତ କଲୁ ପଣ୍ଡୁ
ତୋହୋର ଶୃଙ୍ଗାର କାଳେ ଅକସ୍ମାତେ ଅକାଳ କାଣ୍ଡ ପଡୁ । ୨୪ ।
ସ୍ତିରୀ ଯୋଗେଣ ତୁ କରନ୍ତେଣ ରତି ।
ତୁକୁ ହୋଉରେ ମୋହୋର ପ୍ରାୟେ ଶାସ୍ତି । ୨୫ ।
ରାଗେଣ ଶାପ ବିହଇ ତପୋବନ୍ତ
ପଣ୍ଡୁ ପୁଛାକଲେ ମହାତମା ଥିର ହୋଇ କହ ତଥ୍ୟ । ୨୬ ।
ତୁ କେ ଟି ୟେମନ୍ତ ହୋଇଲୁ ପରପଞ୍ଚ
ମୃଗେଣ ମାନୁଷେ କାହିଂ ଶୃଙ୍ଗାର ହୋୟେ ସଞ୍ଚ । ୨୭ ।
ଋଷି ବୋଇଲେ ତୁ ଶୁଣ ହୋ ସୋମବଂଶୀ
ବୃହସ୍ପତି ବଂଶେ ଉତପତ୍ତି ପାଠଋଷି । ୨୮ ।
ପାଠ ଋଷିଙ୍କ ତନୁଜ ମୁନି ଅରୁଣ ତେଜ
ୟେହାଙ୍କର ନନ୍ଦନ କାକୁସ୍ଥ ମହାବୀର୍ଯ୍ୟ । ୨୯ ।
ୟେହାର ନନ୍ଦନ ମୁନି ଯେ ସତ୍ୟତପା
ତାହାଙ୍କର ନନ୍ଦନ ହୋ ବିଧୂପ ବିରୂପା । ୩୦ ।



୨୦ ।୨ ୟେଡେ ମହାମୁନି ହୋଇ ହେଲୁ ପାପକର୍ମା । (ପା)
୨୮ ।୨ ବୃହସ୍ପତି ଦଇବତେ ଉତପତ୍ତି ପାଠଋଷି । (ପା)
୨୦ ।୨ କଷ୍ଠୋର-ବିଡମ୍ୱଣ, ଅନ୍ୟାୟ କାର୍ଯ୍ୟରେ ପ୍ରବର୍ତ୍ତିତ
୨୦ ।୨ କାମା-କାମଦେବ
ବିରୂପାର ନନ୍ଦନ ଜଳଦ ମହାଋଷି
ଜୀମୂତବାହନ ବୋଲି ତାହାର ଯେ ଶିଷି । ୩୧ ।
ଜୀମୂତବାହନଙ୍କର ପୁତ୍ର ଯମନିକ ଯତି
ଯମନିକର ନନ୍ଦନ ମୁନି ପ୍ରଜାପତି । ୩୨ ।
ପ୍ରଜାପତିର ନନ୍ଦନ ଅଗ୍ନିକାର ମହାଋଷି
ମୁଇଂ ସେ ଅଗ୍ନିକାର, ବାଳକାଳୁଂ ଋଷି । ୩୩ ।
ଯେତେବେଳେ ମୁଂ ଉପୁଜିଲି ମାତାର ଗରଭୁଂ
କ୍ଷୀର ପାନ ନ କଲି ବଞ୍ଚିଲି ଦିନ ସବୁ । ୩୪ ।
ଜନମ ହୁଂ ଆହାର ମୁଂ କଲଇଂ ଉପେକ୍ଷା
ଆହାର ନିଦ୍ରା ମଇଥୁନ ନ କଲଇ ବାଞ୍ଛା । ୩୫ ।
ୟେସନେକେ ବଞ୍ଚିଲି ମୋହୋର ଜନ୍ମଯାକେ
ସମସ୍ତ ଧର୍ମ ଘେନି ମୁଂ ବସିଲି ଘୋର ତପେ । ୩୬ ।
ପାଣି ପବନହୁଂ ମୋର ଆନ ନାହିଂ ଭୋଜି
ଛଡ ଋତୁ ବଞ୍ଚିଲି ନିରାକାର ତଲୟେ ଭଜି । ୩୭ ।
ୟେକ ଆସନେ ମୋର ସଞ୍ଚୟେ ଚାରି ଯୁଗ
ଚାରି ଯୁଗ ପୂରିଲେ ମୋହୋର ହୁଅଇ ରାତ୍ର ଦିବା ଭୋଗ । ୩୮ ।
ୟେହିମତେଣ ବର୍ତ୍ତିଲି ମୁହିଂ ଯୁଗ ମନୁ ତିନି
ମୋତେ ସେ ମନୁ ଅର୍ଥ ପଚାରଇ ପଦ୍ମଯୋନି । ୩୯ ।
କାଳ ଅନୀତି ଯହୁଂ ହୋଇଲାକ କଳି
ଶରୀର ଅବସାନ କଲି ମନ ଭୋଳି । ୪୦ ।
ୟେସନେକେ ଗଲି ଆକାଶ ଭୁବନକୁ
କାଳବିକାଳ ଦେଖି ଛାଡି ପଳାଇଲେ ମୁକୁ । ୪୧ ।



୩୨-୩୩ ଜୀମୂତ ବାହାନର ପୁତ୍ର ଯମନିକ ଯତି ।
 ଯମନିକର ନନ୍ଦନ ସୋଢଳ ମହାଯତି । ।
 ସୋଢଳର ନନ୍ଦନ ପ୍ରଜାପତି ମହାଋଷି ।
 ମୁହିଂ ତାହାଙ୍କର ଅଗ୍ନିକ ହୋଇଲି ବାଳଶିଷି । । (ପା)
୪୦ ।୨ ଶରୀର ଅବସାନ କଲି ମତଭୋଳି ।
 ଶରୀର ଅବସାନ କଲି ମହାଭୋଳି । (ପା)
ଦୂତଙ୍କର ତ୍ରାସ ଦେଖି ପଚାରଇ ନାଶକର
ମୁହିଂ ସେ ଅଭୟାରେ ତୁମ୍ଭର କାହାକଇଂ ଡର । ୪୨ ।
ବିନୟ ଭାବ ହୋଇ କହନ୍ତି ଚିତ୍ରଗୁପ୍ତ ବୀରେ
ପ୍ରଣପତ୍ୟ ହୁଅନ୍ତି କୃତାନ୍ତକର ଆଗରେ । ୪୩ ।
ଶୁଣ ଦେବ ଜନ୍ତୁନାଥ ତ୍ରୈଲୋକ୍ୟ ଆଧିପତି
ଅଗ୍ନିକାର ମହଋଷି ଦେବ ସଞ୍ଜୀବନୀ ପୁରକୁ ଆସିଣ ଅଛନ୍ତି । ୪୪ ।
ଋଷିଙ୍କର ତେଜ ଦିଶଇ କାଳ ଅନଳ ତେଜ ପ୍ରାୟେ
ତ୍ରାସେଣ କିଙ୍କରଗଣେ କରୁଛୁଂ ବଡ ଭୟେ । ୪୫ ।
ମହାଯୋଗ ପୁରୁଷ ସେ ପ୍ରତକ୍ଷେଣ ବ୍ରହ୍ମଦ୍ୱିଜା
ତେଣୁ କରି ତ୍ରାସେ ପଳାଇଲୁ ଶୁଣ ଜନ୍ତୁରାଜା । ୪୬ ।
ଋଷିଙ୍କି ଦେଖିଣ ଯେ ଉଭା ଜନ୍ତୁପତି
ବିନୟ ଭକ୍ତିଭାବେ ପଚାରଇ ସଞ୍ଜୀବନୀ ଚକ୍ରବ୍ରତୀ । ୪୭ ।
ଆହୋ ଅଗ୍ନିକାର ତୁମ୍ଭେ ଯେ ମଞ୍ଚପୁରେ ଥିଲ
ଚିରନ୍ତନ କୀରତି ତୁମ୍ଭେ କିସ କିସ ରୁହାଇଲ । ୪୮ ।
ବଦୟନ୍ତି ମହାତମା କଲୁ ଅନେକ ଧର୍ମ
ଯହୁଂ ସେ ବ୍ରାହ୍ମଣମାନଙ୍କର ନିତ୍ୟକର୍ମ । ୪୯ ।
ଅନେକ ଯାଗ ଯଗଂ୍ୟ କଲୁ ରାଜାର ନିମନ୍ତେ
ଖଣ୍ଡିଲୁ ମହାପାତେକ ଆପାଦ ଶାନ୍ତି ଅର୍ଥେ । ୫୦ ।
ମେଘେ ଅନାବୃଷ୍ଟି କରନ୍ତି ଯେବଣ କାଳେ
କୋଟି ହୋମ କରାଇ ବୃଷ୍ଟି କଲୁ ମଞ୍ଚସ୍ଥଳେ । ୫୧ ।
ଋଷିଙ୍କର ବଚନେ ବଦୟନ୍ତି ନାଶକର ଜନ୍ତୁପତି
ତୁମ୍ଭର ବଂଶକୁ କାରଣ ଅଛନ୍ତି କି ସନ୍ତତି । ୫୨ ।



୪୨ ।୨ ମୋହୋର ଥାଉଂରେ ତୁମ୍ଭଙ୍କୁ କାହାକଇ ଡର । (ପା)
୪୯ ।୨ ମହାତପେ ଆବୋରିଲୁ ମହାଯୋଗ ବ୍ରହ୍ମ । (ପା)
୪୯ ବଦୟନ୍ତି ମହାତମା କଲୁ ଅନେକ କର୍ମ
 ତେଣୁ ସେ ବ୍ରାହ୍ମଣମାନଙ୍କର ବିଦିତ ଧର୍ମ । (ପା)
୪୭ ।୨ ଚକ୍ରବ୍ରତୀ-ଚକ୍ରବର୍ତ୍ତୀ-ରାଜା
ଋଷି ବୋଇଲେ ଆମ୍ଭେ ହୋ ଦାରା ସଂଘରିଲୁ
ଅପାର କାଳ ପରିଯନ୍ତେ ଶୃଙ୍ଗାର ଲେଚ୍ଛିଲୁ । ୫୩ ।
ଅଣଦୋଷୀ ମହାତମା ନୁଆରିଲା ଦୋଷ ବାଛି
ବିଚାରଇ ନାଶକର ୟେଥେଂ ଶାସ୍ତି ଅଛି । ୫୪ ।
ୟେଡେ ଭିଗଂ୍ୟ ମହାତମା ହୋଇ କିଂପେ କଲୁ ୟେଡେ କୃତ୍ୟ
ସନ୍ତାନ ନ ଥିଲେ ସକଳ ଧର୍ମ ଅଟଇ ବିଅର୍ଥ । ୫୫ ।
ସନ୍ତାନ ଉପୁଜାଇଂ ସେ ନାନା ଧର୍ମ କର୍ମ କରି
ତୃତୀୟ ବୟସେ ଯେ ହୋଇ ତପଚାରୀ । ୫୬ ।
ସନ୍ତାନ ବିହୁନେ ସକଳ ଧର୍ମ ଦୂର କରି
ପରମ ପଣ୍ଡିତ ପୁରୁଷ ହୋଇ ତୁ ୟେହା କିଂପେ ନ ବିଚାରି । ୫୭ ।
ଯମର ବଚନେ ବଦୟନ୍ତି ମହାମୁନି
ଚତୁର୍ଥ ବୟସେ ଶୃଙ୍ଗାର ଇଚ୍ଛିଲୁ କନ୍ୟାୟେ ପ୍ରଦାନୀ । ୫୮ ।
ତାହାର ତୁଲେ ଅନେକ କଲୁ ଯେ ରମଣ
ଯେତେ ଶୃଙ୍ଗାରଟି ସମସ୍ତ ହୋଇଲା ଅକାରଣ । ୫୯ ।
ନାଶକର ବୋଇଲେ ତୁ ଯେ ଗ୍ୟାନେଣ ଉତ୍ତମ
କୁସ୍ଥାନେ ପଡିଲେ ମହାତ୍ମା ନାଶ ଯାଇ ସକଳ ଯେ ଧର୍ମ । ୬୦ ।
ସେ ଭାରିଯାର ତହିଂ ଯେବେ ନ ଉପୁଜିଲା ସନ୍ତତି
ଅନ୍ୟ କନ୍ୟାୟେ କିଂପାଇଂ ପ୍ରଦାନ ନୋହିଲୁ ମହାଯତି । ୬୧ ।
ଋଷି ପ୍ରତିବାଚ ଆମ୍ଭେ ହୋଇଲୁ ପଞ୍ଚୁ ବିଭା
କାହାରି ତହିଂ ପୁତ୍ର ନୋହିଲାରେ ବାବା । ୬୨ ।
ନାଶକର ବୋଇଲା ୟେବେ ସନ୍ତାନ ନୋହିଲା ୟେତେ ମତେ
ବୀର୍ଯ୍ୟ ତରଳ ହୋଇଲା ୟେ ଚତୁର୍ଥ ବୟସ ଅନ୍ତେ । ୬୩ । ଜ୍ଞରଲରଚ୍ଚ ମଚ୍ଛଚ୍ଚନ୍ଦରଚ୍ଚନ୍ଦ
ପଞ୍ଚଦଶ ପରିଯନ୍ତେ ବାଳୁତ ହୋଇଥାଇଂ
ବିଂଶ ପଞ୍ଚ ବରଷେ ଶୃଙ୍ଗାର ଇଚ୍ଛଇ । ୬୪ ।
ନାନା ସୁନ୍ଦର ହୋଇଥାଇଂ ପଞ୍ଚତିରିଶ ବରଷ ପରିଯନ୍ତେ
ମହାମତ୍ତ ହୋଇଥାଇ କାହିଂ ନ ଲେଖଇ ଦର୍ପ ଅର୍ଥେ । ୬୫ ।



୬୦ ।୨ କୁସ୍ଥାନେ ରହିଲେ ମହାତ୍ମା ନୁହଇ ଟି ପୁଣ୍ୟ । (ପା)
୫୩ ।୧ ସଂଘରିଲୁ-ସଂହରିଲୁ-ତ୍ୟାଗକଲୁ
ପଞ୍ଚତିରିଶ ବରଷ ଉତ୍ତାରେ ଛାଡଇ ସେ ସେମାନ
ବିଚକ୍ଷଣ ବୁଦ୍ଧି ଦିଶଇ ଇଚ୍ଛଇ ସନ୍ତାନମାନ । ୬୬ ।
ଚାଳିଶ ବରଷ ଯହୁଂ ହୋଅଇ ବୟସ
ତରୁଣ ବୁଦ୍ଧି ଆସି ହୋଅଇ ପ୍ରକାଶ । ୬୭ ।
ଧନ ସନ୍ତାନ ଇଚ୍ଛଇ ଆପଣେ ଆପେ ପୁଣି
ଦେବତା ବ୍ରାହ୍ମଣେ ଭଗତି ମାତା ପିତା ଜାଣି । ୬୮ ।
ଚାଳିଶ ଯାଇଣ ଯେ ପଞ୍ଚାଶ ବରଷ ପ୍ରବେଶ
ବୀର୍ଯ୍ୟ ପତନ ହୋଅଇ ନିଜ ତନୁ ଆଳସ୍ୟ । ୬୯ ।
ଷାଠିୟେ ବରଷ ହୋଅନ୍ତେଣ ପ୍ରାଣୀ
କାମ ଚନ୍ଦ୍ର ଛାଡଇ ସେ ରହଇ ଠାବ ଜାଣି । ୭୦ ।
ସତୁରି ବରଷ ହୋଇଲେ ହୋଅଇ ମତି ଭୋଳା
ବୀର୍ଯ୍ୟ ନାଶ ଗଲା ହୋ ତହିଂ ନାହିଂ କାମକଳା । ୭୧ ।
ଅଶୀ ବରଷ ହୋଇଲେ ଚିତ୍ତ ଭ୍ରମଇ ଯେ ସବୁ
ତହିଂ ସନ୍ତତି ଲୋଡିଲେ ଆଉ କାହିଂ ସେ ପାଇବୁ । ୭୨ । ବଵର
ଅପରାପର ନ ଚିହ୍ନଇ ନଉ ଯେ ବରଷେ
କୁଟୁମ୍ୱେ ଭ୍ରାନ୍ତି କରଇ ସୋଦର ନ ଚିହ୍ନଇ ପାଶେ । ୭୩ ।
ଶତେ ବରଷେ ହୋଇଲେ ହୋଅଇ ବାଳଭୋଳା
ସେ ପ୍ରାଣୀଙ୍କର ଲୋଡିଲେ ଆଉ କାହିଂ ରତି ମେଳା । ୭୪ । ବଵର
ଶୁଣ ହୋ ଅଗ୍ନିକାର କହଇ ମୁହିଂ ତୁକୁ
ୟେ ମାୟା ପଟଳ ଅଟଇ ଯେ ୟେ କଳି ଯୁଗକୁ । ୭୫ ।
ମହାତ୍ମା ପୁରୁଷ ହୋଇ ନ ପାରିଲୁ ତଥ୍ୟ ଜାଣି
ଅଦଉଡିରେ ବନ୍ଧନ ହୋଇ ନାଶ ଗଲେ ସର୍ବପ୍ରାଣୀ । ୭୬ ।
ମଧ୍ୟପୁରେ ଉତପତ୍ତି ହୋଇଲେ ସନ୍ତାନ ହିଂ ସେ ମୂଳ
ସନ୍ତାନ ନ ଥିଲେ ସମସ୍ତ ଧର୍ମ ହିଂ ନିଷ୍ଫଳ । ୭୭ ।
ତୁମ୍ଭେ ସେ ଭିଆଇଲ ୟେହା ଆଦି ଅନ୍ତ କରି
ମୋହୋର ହାଥେ ଦିଲ ତ୍ରିଗୁଣ ଦଉଡି । ୭୮ ।
ଯୁଗତେଣ ପୁତ୍ର ଜାତ ନୋହିଲା ମହଋଷି
ହଠକର୍ମ ଶାହାସ୍ରେ କିଂପେ ନୁଆରିଲ ପଶି । ୭୯ ।



୭୪ ।୨ ସେ ପ୍ରାଣୀ ତହିଂ ଆଉ ନାହିଂ କାମକଳା । (ପା)
ଷଟ କର୍ମ ଶାହାସ୍ରେ ଯେ ଭିଆଇଲେ ବିଶ୍ୱାମିତ୍ରେ
ୟେକ ଭାରିଯାରେ ପୁତ୍ର ନ ଉପୁଜିଲେ ଭିଆଇବ ଛଡ ଅର୍ଥେ । ୮୦ ।
ମୁକୁଇ ଆସି ବୋଇଲେ ଶୁଣସିରେ ଯମ
ଛଡ କର୍ମେ ଉପୁଜାଇଲେ ଦେବୁ ତାକୁ ମୋକ୍ଷ କର୍ମ । ୮୧ ।
ବିଭାଇ ଭାରିଯାରେ ଯେବେ ନ ଉପୁଜିବ ସନ୍ତତି
ପରର ଫଳିଲା ସ୍ତିରୀ ଯେବେ ହୁଅଇ ରଜବତୀ । ୮୨ ।
ଦୂତିକା ପେଷିଣ ତାହା ତହିଂ ଧନ ଦେଇ
ପାକାଶୁଦ୍ଧ ସ୍ନାନ ଦିନେ ପର ତୁଲେ ଶୃଙ୍ଗାର କରାଇ । ୮୩ । ଷଜ୍ଞଜ୍ଞନ୍ଧରକ୍ଷରଜ୍ଞଜ୍ଞ ନ୍ଦଚ୍ଛ ଵରନ୍ଦ ଷଜ୍ଞଜ୍ଞନ୍ଧର
ତହିଂ ମହାତମା ଯେବେ ନ ଉପୁଜଇ ସନ୍ତାନ
ଯାହାର ବୃତ୍ତି ନାହିଂ ସେ ଭୂମି କିଣି ଉପୁଜାଇବ ଶସ୍ୟମାନ । ୮୪ ।
ସେ ଶସ୍ୟ ଭୋଗ କରିବ ନାହିଂକି ସେ ପ୍ରାଣୀ
ବିଶ୍ୱାମିତ୍ରଙ୍କ ଶାହାସ୍ରେ ୟେସନେକ ପରମାଣି । ୮୫ ।
ତେଣେ ହେଂ କାରଣ ନା ହୁଅନ୍ତା ତୁମ୍ଭଙ୍କୁ
ଅଳପେ ବୁଦ୍ଧି ହୋଅନ୍ତା ନା ମୋତେ ଜିଣିବାକୁ । ୮୬ ।
ଅଗ୍ନିକାର ଋଷି ବୋଇଲେ ତାହିଂ ଅପାର ଆମ୍ଭେ କଲୁ
ତେମନ୍ତେହେଂ ପୁତ୍ର ଜାତ କରି ତ ନୁଆରିଲୁ । ୮୭ ।
ତାହା ଶୁଣି ବିରସ ଯେ ହୋଇଲେ ଜନ୍ତୁ Cଶ
ୟେଡେ ବଡ ମହାତମା ହୋଇଲୁ ନର୍କ ବାସ । ୮୮ ।
ଆରେକ ଉପାୟେ କି କରି ନ ପାରିଲୁ ମହାମୁନ୍ୟେ
ଧନ ଦେଇ ପୋଷି ନୁଆରିଲୁ କି ପରର ନନ୍ଦନେ । ୮୯ ।
ତାହାକୁ ବିଭାକଲେ ଧର୍ମ ପାଞ୍ଚ ଭାଗ ହୁଅନ୍ତା
ଭାଗେ ତୁମ୍ଭଙ୍କୁ ଚତୁର୍ଥ ଭାଗ ପିତାଙ୍କୁ ଲାଗନ୍ତା । ୯୦ ।
ତେଣେ ହେଂ କାରଣ ହୁଅନ୍ତା ତୁମ୍ଭଙ୍କୁ
ବଂଶକୁ କାରଣ ହୁଅନ୍ତା ସଂକେତ କରିବାକୁ । ୯୧ ।
ତୁମ୍ଭେ କି ନ ଜାଣ ମୁଂ କିସ କହିବଇଂ ତୁମ୍ଭଙ୍କୁ । ୯୨ ।
ଋଷି ବୋଇଲେ ହୋ ତାହାହିଂ ଆମ୍ଭେ କଲୁ
ଧନ ଦେଇ ପୁତ୍ରେକ ଅତି ଯତ୍ନେଣ ପୋଷିଲୁ । ୯୩ ।



୯୧ ।୨ ବଂଶକୁ ଥାଆନ୍ତା ନା ମୁକତ କରିବାକୁ । (ପା)
 ବଂଶକୁ ତୁମ୍ଭର ଥାଆନ୍ତା ନାମ ସଂକେତ କରିବାକୁ । (ପା)
ୟେସନେକ ଆମ୍ଭର କର୍ମେ ଅଛି ଅରଜିଲା
ବିଭାକାଳେ ସେ ପୁତ୍ର ହିଂ ପଡି ନାଶ ଗଲା । ୯୪ ।
ଋଷିଙ୍କର ବଚନେ ବିଷାଦ ନାଶକର
କାଳ ବିକାଳକୁ ରାଇଣ ବୋଇଲେ ଜନ୍ତୁଙ୍କ Cଶ୍ୱର । ୯୫ ।
ଆହୋ ପୁତ୍ର ଦୋହିତା ଯେବେ ୟେହାର ମଞ୍ଚେ ନାହିଂ
କୁମ୍ଭୀପାକ ନରକେ ପକାଅ ୟେହାଙ୍କୁରେ ନେଇ । ୯୬ ।
ଯମର ବଚନ ଶୁଣି କାଳ ଯେ ବିକାଳ
କୋପାନଳ ହୋଇ ଧଇଲେ ସେ ଅଗ୍ନିକାର ଋଷିଙ୍କର ବାଳ । ୯୭ ।
ଋଷିଙ୍କର ଅବସ୍ଥା ଯେ ଦେଖିଲେ ଧର୍ମଲୋକେ
ଆରେ ରହ ରହ ବୋଲିଣ ଉଚ୍ଚ ସ୍ୱରେ ଦେଲେ ଡାକେ । ୯୮ ।
ଋଷିଙ୍କର କେଶ ଛଡାଇଲେ ଆସି ପ୍ରସନ୍ନେ ନିରାକାରେ
ଆହୋ ନାଶକର ଆମ୍ଭଙ୍କୁ ଦେବୁ କି ଉପୁଗାରେ । ୯୯ ।
ୟେ ପଣ୍ଡିତ ମହାମୁନି ଅଟଇ କଳ୍ପ ଋଷି
ବେଳକ ମହାତମା ୟେହାକୁ ଉପୁଗାର କରସି । ୧୦୦ ।
ଆରେକ ଜନ୍ମ ଗୋଟି ୟେବେ ଛାଡସି ୟେହାଙ୍କୁ
ମଞ୍ଚପୁରେ ପୁତ୍ର ଜାତ କରି ୟେ ଆସନ୍ତୁ ସ୍ୱର୍ଗକୁ । ୧୦୧ ।
ଯମର ଆଗ୍ୟାଂୟେ ଯେ ଶାସ୍ତି ଦେଉଥିଲେ
ଧର୍ମ ଆତ୍ମା ଲୋକେ ତାହାଙ୍କୁ ଶାନ୍ତି କରାଇଲେ । ୧୦୨ ।
ନାଶକର ଦେବତା ପ୍ରତିବାଚ ଯାଅ ମଧ୍ୟ ସ୍ୱର୍ଗେ
ପୁତ୍ର ଜାତ କରି ମହାତ୍ମା ହୋ ଆସସି ତୁହି ବେଗେ । ୧୦୩ ।
ବନ୍ଧନୁଂ ପଳାଇ ଆସନ୍ତି ବ୍ରହ୍ମଋଷି
ଚିତ୍ରଗୁପତେ ତିଆରନ୍ତି ମୁନିଙ୍କି ଗୋଡାଇ ବେଗେ ଆସି । ୧୦୪ ।
ଜପତପମାନ ତୁମ୍ଭର ଛାଡ ହୋ ମହଋଷି
ସମସ୍ତ ତେଜ୍ୟା କରି ମୁନି ହେ ସନ୍ତାନ ଜାତ କରସି । ୧୦୫ ।



୯୪ ।୨ ବିଭା କରାଇଲୁ ବାବୁ ସେ ପୁତ୍ର ପଡି ମଲା । (ପା)
୯୫ ।୨ ଚଣ୍ଡ ପ୍ରଚଣ୍ଡକୁ ବୋଇଲେ କାଳଦଣ୍ଡ ଧର । (ପା)
୯୮ ।୧ ଋଷିଙ୍କର ବିକଳ ଦେଖିଣ ଧର୍ମଲୋକେ । (ପା)
୯୬ ।୧ ଦୋହିତା-ଦୁହିତା-ଝିଅ
୯୯ ।୧ ନିରାକାର-ସ୍ୱର୍ଗବାସୀ ଅର୍ଥରେ-ସ୍ୱର୍ଗସ୍ଥ ଧର୍ମବନ୍ତ ପୁରୁଷ
ବଦୟନ୍ତି ମୁନିବର ଶୁଣ ହୋ ପଣ୍ଡୁରାୟେ
ୟେସନେକ ଗତି ମୋତେ ହୋଇଲା ଯମର ସଭାୟେ । ୧୦୬ ।
ଧର୍ମେଣ ଅଇଲି ମୁଂ କୁଟୁମ୍ୱ ଜାତ ଅର୍ଥେ
ବିଶ୍ରମି ଭାଳି ବସିଲି ମୁଂ ବିଝଂଗିରି ପରବତେ । ୧୦୭ ।
ମନୁଷ୍ୟେ ଶୃଙ୍ଗାର ମୁଂ କଲଇଂ ଅପ୍ରମିତ
ଅନେକ ବାଗେଣ ପୁତ୍ର କୁଟୁମ୍ୱ ନୋହିଲାକ ଜାତ । ୧୦୮ ।
ୟେସନେକ ସମୟେ ହରିତା ନାମେ ମୃଗୁଣୀ
ଶୋଷରେ ଅଇଲା ସେ ଆହାର କରି ପାଣି । ୧୦୯ ।
ୟେ ମୃଗୁଣୀ ହାଦେ ଅଟଇ ପବିତ୍ର ଜୀବ
ୟେହାର ଚର୍ମ ଆସନ କରନ୍ତି ସଦାଶିବ । ୧୧୦ ।
ୟେଣୁ ସେ ଶୃଙ୍ଗାର କଲଇ ମୁଂ ଇଚ୍ଛା
ସନ୍ତାନ ଜାତ ଅର୍ଥେ କଳ୍ପିଲା ମନବାଞ୍ଛା । ୧୧୧ ।
ପାଣି ଆହାର କରି ଲେଉଟନ୍ତେ ମୃଗୁଣୀ
ଆକ୍ରେଷି ଧଇଲି ମୁଂ ବେଣ୍ଟକାର ଭାବ ଜାଣି । ୧୧୨ ।
ଶୃଙ୍ଗାର ଇଛନ୍ତେ ସନ୍ତାନ ଜାତ ଅର୍ଥେ
ବେନିଜନ ନାଶ ଗଲୁ ତୋହୋର ଶରଘାତେ । ୧୧୩ ।



୧୦୭ ।୨ ବିସ୍ମୟେ ବସି ଭାଳିଲି ନିର୍ଝର ଗିରି ପରବତେ । (ପା)
୧୧୦ ।୨ ୟେହାରେ ବାହାନ କରନ୍ତି ପବନ ଦେବ । (ପା)
୧୧୨ ।୨ ଆକ୍ରେଷି ଧଇଲି ମୁଂ ବେଣ୍ଟକାର ଭାବ ଜାଣି । ପାଦାନ୍ତ ପରେ ଅଧିକା ପାଠ-
 ଶୃଙ୍ଗାର ଇଚ୍ଛିଲୁ ସେ ସନ୍ତାନ ଜାତ ଅର୍ଥେ
 ନାଶକର ବଚନ ଯେ ଧରି ହୃଦଗତେ ।
 ଆକ୍ରେଷି ଧରନ୍ତେ ଡାକ ଦେଲା ଯେ ମୃଗୁଣୀ
 ବଳାତ୍କାର ମୋତେ କଲା ହୋ ମହାମୁନି ।
 ମୃଗର ଡାକନ୍ତେ ଶୁଣିଲୁ ପଣ୍ଡୁ ରାୟେ ।
 ନାରାଜେକ ଧରି ବିନ୍ଧିଲୁ ମୋର କାୟେ । ।
 ନାରାଜ ଛାଡନ୍ତେ ଉପରେ ମୋର ପଡି
 ମୃଗୁଣୀ ସଂଗତରେ ହୋଇଲୁ ବେଗେ ଜଡି । ।
 ୟେମନ୍ତେରେ ରାଜା ୟେ ଋଷିଙ୍କ ଅଗ୍ରତେ
 ବେନି କୁଳ ନାଶ କଲୁ ତୋହୋର ଶରଘାତେ ।
୧୦୭ ।୨ ବିଶ୍ରମି-ଟିକିଏ ସ୍ଥିର ହୋଇ ।
ତୁ ମହାରାଜା ପଞ୍ଚୁ କଟକେ ଆଧିପତି
ନାରାଜ କାଢ ମହାତମା ହୋ ପାଇଲୁ ନି ବଡ ଶାସ୍ତି । ୧୧୪ ।
ଋଷିର ବଚନେ ଯେ ଧଇଲେ ନାରାଜ
ବାମକର ପିଠିରେ ଦେଇ ମାଡିଲା ମହାରାଜ । ୧୧୫ ।
ନାରାଜ କାଢଇ ସେ ଗାଢେଣ ଉକ୍ଷୁଡି
ପ୍ରାଣତ୍ୟାଗ ହୋଇଲା ମହାତମା ଭୂମିରେଣ ପଡି । ୧୧୬ ।
ହରିତା ମୃଗୁଣୀ ଆବର ଅଗ୍ନିକାର ମହାଋଷି
ବୀର୍ଯ୍ୟ ପତନେ ହୋଇଲା ମୃଗୁଣୀ ଗର୍ଭବାସୀ । ୧୧୭ ।
ଦୁହିଙ୍କର ଆତ୍ମା ଅବସାନ କାଳେ
ଗର୍ଭରୁ ପୁତ୍ରେକ ଯେ ପଡିଲା ମହୀ ତଳେ । ୧୧୮ ।
ମୃଗର ଶରୀର ତାହାର ମଣିଷର ମୁଣ୍ଡ ଗୋଟି
ସେ ପୁତ୍ର ଦେଖିଣ ପ୍ରାଣ ଛାଡିଲେ ତପନିଷ୍ଠି । ୧୧୯ ।
କୃତାନ୍ତକ ଦେଖି କଲେ ଅନେକ ଯେ ପୂଜା
ସ୍ୱର୍ଗ ଆସ୍ଥାନେ ବସାଇଲେ ନେଇଣ ବିଡୋଜା । ୧୨୦ ।
ଯେବଣ ପୁତ୍ର ହାଦେ ଜାତ ହୋଇଲା ଋଷିଙ୍କର ବୀର୍ଯ୍ୟେ
କୋଳେଣ ଧଇଲେ ତାହା ପଣ୍ଡୁ ମହାରାଜେ । ୧୨୧ ।
ଆକାଶ ବାଣୀ ପଡିଲା ପଣ୍ଡୁ ମହାରାଜାଙ୍କୁ
ମୃଗଋଷି ବୋଲି ନାମ ଦିଅ ସେ ପୁତ୍ରକୁ । ୧୨୨ ।
ଶୁଖିଲା କାଠ କୁଢାଇ ଚିତା ଆରୋପଣ
ଋଷି ମୃଗୁଣୀ ଦୁହିଙ୍କି ଦହନ କଲେକ ଆପଣ । ୧୨୩ ।
ମୃଗୟା କୁମର ଘେନିଗଲେ ଶତଶିଂଗ ପର୍ବତେ
ବେନି ଭାରିଯାଙ୍କ ମୁଖ ନ ଚାହିଂଲେ ବ୍ରହ୍ମହତ୍ୟା ଦୋଷ ନିମନ୍ତେ । ୧୨୪ ।



୧୧୪ ।୨ ଶହସ୍ର କାଢ ବାବୁ ଦେହ ହେଉ ଶାନ୍ତି । (ପା)
୧୨୨ ।୨ ମୃଗୟା ଋଷି ବୋଲି ନାମ ଦିଅ ସେ ପୁତ୍ରକୁ । (ପା)
୧୧୬ ।୧ ଉକ୍ଷୁଡି-ଉଛୁଡି, ବଳପୂର୍ବକ ଆକର୍ଷଣ କରିବା-ବଳରେ ଟାଣିବା- ଉତ୍‍ଙ୍ଘସୃଙ୍ଘଣିଚ-ଉଷାରଣ କରିବା- ଟାଣି
ବାହାର କରିବା ।
୧୨୦ ।୨ ବିଡୋଜା-ଇନ୍ଦ୍ର
କୋଇନ୍ତାୟେ ପଚାରିଲେ ଶୁଣ ସ୍ୱାମୀ ମହାଗ୍ୟାଂତା
ଧାର୍ମିକ ବିବେକ ପଣ୍ଡିତ ସତ୍ୟବ୍ରତା । ୧୨୫ ।
ହେଠ ମାଥ ହୋଇ ସ୍ୱାମୀ କଥା କିଂପେ ଯେ ନ କହୁ
କେବଣ ଦ୍ରୋହ କଲୁ ଆମ୍ଭର ବଦନ ନ ଚାହୁଂ । ୧୨୬ ।
ପଣ୍ଡୁ ବୋଇଲେ ତୁମ୍ଭେ ଅଟ ମହାଗ୍ୟାନୀ
ବେନି ବଂଶେ ଉତପତ୍ତି ତୁମ୍ଭେ ମହାବ୍ରହ୍ମ ଘେନି । ୧୨୭ ।
ମୁହିଂ ମହାପାତକ କଲି ଶୁଣସି ଗୋ କୋଇନ୍ତା
ମୃଗୟା ବିନୋଦେ ହାଦେ ମୁହିଂ କଲି ବ୍ରହ୍ମହତ୍ୟା । ୧୨୮ ।
ଅଗ୍ନିକାର ମହାଋଷିଙ୍କି ମାଇଲି ଶୃଙ୍ଗାର କାଳେ
କୋପେଣ ମହାତ୍ମା ମୋତେ ଶାପ ଦିଲେ ପ୍ରାଣ ତ୍ୟାଗ ବେଳେ । ୧୨୯ ।
ଶୃଙ୍ଗାର କାଳେ ଅଦୋଷେ ନାରାଜ କଲୁ ପଣ୍ଡୁ
ତୋହୋର ଶୃଙ୍ଗାର କାଳେ ଅକାଳ କାଣ୍ଡ ପଡୁ । ୧୩୦ ।
ୟେଡେ ହତ୍ୟା କଲି ଶୁଣ ଗୋ ଭୋଜର କୁମାରୀ
ତେଣୁ ସେ ବିରସ ହୋଇ ବୁଲଇ ଦିଗାମ୍ୱରୀ । ୧୩୧ ।
କୋଇନ୍ତାୟେ ବୋଇଲେ ତୁମ୍ଭେ ଶୁଣ ଗୋ ପ୍ରାଣନାହା
ଦଇବ କୃତ ଲେଖନ ସ୍ୱାମୀ କରିଅଛି ଯାହା । ୧୩୨ ।
ଆପଣେ ଯାହା କରି ସ୍ୱାମୀ କର୍ମ ତାକୁ ବୋଲି
ତୁମ୍ଭର କିସ ଗଲା ସ୍ୱାମୀ ମୁହିଂ ହାଦେ ନାଶ ଗଲି । ୧୩୩ ।
ୟେ ପୁତ୍ର ଗୋଟି ସ୍ୱାମୀ ଅଟଇ କାହାର
ପଣ୍ଡୁ ବୋଇଲେ ୟେ ଅଗ୍ନିକାର ମହାଋଷିଙ୍କର । ୧୩୪ ।
ମୃଗ ମହଋଷି ବୋଲି ୟେ ପୁତ୍ରର ନାମ ଗୋଟି
ଅବସାନ କାଳେ ମୋତେ ସମର୍ପିଲେ ତପନିଷ୍ଠି । ୧୩୫ ।
କୋଇନ୍ତାୟେ ବୋଇଲେ ତୁମ୍ଭେ ଶୁଣ ପ୍ରାଣନାଥ
ଅଗ୍ନିକାର ବୋଲି ସେ କେବଣ ଭଗବନ୍ତ । ୧୩୬ ।



୧୨୫ ।୨ ଧାର୍ମିକ ବିବେକ ପଣ୍ଡିତ ଶକତା । (ପା)
୧୩୨ ।୨ ଦଇବ ଲେଖନ କେ ଆନ କରି ତାହା । (ପା)
୧୩୧ ।୨ ଦିଗାମ୍ୱରୀ-ଦିଗମ୍ୱର ଅର୍ଥେ-ସନ୍ନ୍ୟାସୀ-ଜୈନ ସନ୍ନ୍ୟାସୀ ରୂପେ-ନିଷ୍କାମହୋଇ
ୟେତେବଡ ମହାଋଷି ହୋଇ କର୍ମ ନ ଆଦରିଲା
କୋପ ନ ସଂଘରି ତୋତେ ଲେଉଟି ଶାପ ଦିଲା । ୧୩୭ ।
ଧୃତରାଷ୍ଟଙ୍କୁ ରାଜ୍ୟ ସମର୍ପିଲୁ ଧର୍ମ ଅର୍ଥେ
ଧର୍ମ ଝିଘାଂସ ଆସି ତୋତେ ହୋଇଲା ଯଥା ଅର୍ଥେ । ୧୩୮ ।
କର୍ମକୁ ଆଦରି ଯେ ରହିଲେ ଘୋର ବନେ
ତହୁଂ ମୃଗୟା ନ ଯାଇ ପଣ୍ଡୁ ଯେ ରାଜନେ । ୧୩୯ ।
ବ୍ୟାସଙ୍କୁ ସୁମରଣା କଲେ ପଣ୍ଡୁ ଯେ ନୃପତି
ମହା ବ୍ରହ୍ମଋଷି ଆସି ମିଳିଲେ ତତକ୍ଷଣାନ୍ତି । ୧୪୦ ।
ସଂଗତେଣ ଅଛନ୍ତି ଷାଠିୟେ ସହସ୍ର ଶିଷି ଚ୍ଚନ୍ଧଲଭରତ୍ତ
ଶତଶିଂଗ ପର୍ବତେ ମିଳିଲେ ବ୍ୟାସ ମହଋଷି । ୧୪୧ । ସଂଖ୍ୟା
ବଧୂନ୍ତ ଘେନି ପ୍ରଣପତ୍ୟ ହୋଇଲାକ ପଣ୍ଡୁ
ବ୍ୟାସ କଲ୍ୟାଣ କଲେ ତୋତେ ବନସ୍ତେ ପ୍ରମାଦ ନ ପଡୁ । ୧୪୨ ।
ଆସନ ପାଦାସନ ଦେଇ ପଣ୍ଡୁ ରାୟେ
ମସ୍ତକେ କର ଦେଇ ପୁଣ ପୁଣ ବିନୟେ । ୧୪୩ ।
ଶ୍ରୀବ୍ୟାସେ ଆଗ୍ୟାଂ ଦିଲେ ଶୁଣରେ ନନ୍ଦନ
କେମନ୍ତେ ବନେ ପଶିଲୁ କିସ ଅଭିମାନ । ୧୪୪ ।
ଇନ୍ଦ୍ର ପ୍ରଶସ୍ତ ରାଜ୍ୟ ବାବୁ ଛାଡିଲୁ କେମନ୍ତେ
ପଣ୍ଡୁ ବୋଇଲେ ଭୋ ତାତ ଧୃତରାଷ୍ଟଙ୍କ ନିମନ୍ତେ । ୧୪୫ ।
ଅନ୍ଧ ହୋଇଣ ସେ ରାଜପଦକୁ କଲେ ଇଚ୍ଛା
ମୁହିଂ ବୋଇଲି ହୋ ଭ୍ରାଥ ଭୋଗ କର ମନବାଞ୍ଛା । ୧୪୬ ।
ଧୃତରାଷ୍ଟଙ୍କୁ ରାଜ୍ୟ ଦେଇ ଭୋ ତାତ ପଶିଲି ଘୋର ବନେ
ଅନୁବ୍ରତେ ବଞ୍ଚଇ ଅଟବ୍ୟା ଗହନେ । ୧୪୭ ।
ମାରଇ କଉଣପ ରଖଇ ତପି ଜନେ
ଅନୁବ୍ରତେ ଭ୍ରମଇଂ ମୁଂ ଖଟଇ କଟକ ପଞ୍ଚୁସ୍ଥାନେ । ୧୪୮ ।
ବଦୟନ୍ତି ବ୍ୟାସେ ତୁ ହୋ ସାଧୁ ସହୋଦର
ଧୃତରାଷ୍ଟଙ୍କୁ ରାଜ୍ୟ ଦେଇ ଅବସ୍ଥା ପାଉ ବନସ୍ତର । ୧୪୯ ।



୧୩୭ ।୧ ତେଡେ ବଡ ମହଋଷି ୟେଡେ ୟେଡେ କର୍ମ ଆଚରିଲେ । (ପା)
୧୪୫ ।୨ ପଣ୍ଡୁ ବୋଇଲେ ୟେହା ବିହିଲେ ଧୃତରାଷ୍ଟ ଭ୍ରାଥେ । (ପା)
୧୩୭ ।୨ ସଂଘରି-ସଂହରି-ତ୍ୟାଗ କରି
ପଣ୍ଡୁ ବୋଇଲେ ମୁନି ହେ ଶୁଣିମା ମୋର କଷ୍ଟ
ଅଗ୍ନିକାର ମହାଋଷିଙ୍କି ମୁଂ କଲଇ ପ୍ରାଣେ ଭ୍ରଷ୍ଟ । ୧୫୦ ।
ବ୍ରହ୍ମହତ୍ୟା ଦୋଷ ମୁଂ ବସାଇଲି ମୋର କାୟେ
ଭୋ ବ୍ରହ୍ମଋଷି ମୋତେ କହିବା ଯେଣେ ପାତେକ ହେବ କ୍ଷୟେ । ୧୫୧ ।
ସୁବର୍ଣ୍ଣର ସିଂହାସନେ ବିଜେକଲେ ବ୍ୟାସେ
ବ୍ୟାସଙ୍କର ଛାମୁରେ ଉଭା ସର୍ବ ଶିଷ୍ୟେ । ୧୫୨ ।
ରତ୍ନ ଝରିରେ ନୀର ଘେନି ମୁନି ପାଦ ପଖାଳିଲେ ନୃପତି
ଅନେକ ପୂଜା କଲେ ବିନୟ ଭଗତି । ୧୫୩ ।
ବ୍ୟାସେ ବୋଇଲେ ତୁ ହୋ ନ ଭାଳ ନୃପମଣି
ଅଗ୍ନିକାର ମହାଋଷିଙ୍କି ଶରଘାତ କଲୁ ତୁ ନ ଜାଣି । ୧୫୪ ।
ଅଗ୍ୟାନୀ ଲୋକର ହୋ ବହୁତ ଦୋଷ ଯେ ନ ଥାଇ
ବ୍ୟାସେ ପଣ୍ଡୁକୁ ଶାନ୍ତି କରାନ୍ତି ଧର୍ମଶାସ୍ତ୍ର କଥା କହି । ୧୫୫ ।
ଅଗ୍ନିକାର ମହାଋଷି ଅର୍ଜିଲା ୟେ କିରତି
ପୂର୍ବର ନିର୍ମିଲା ତାର କପାଳ ଘଟସୂତ୍ରି । ୧୫୬ ।
ପଣ୍ଡୁ ବୋଇଲେ ବ୍ରହ୍ମବେତ୍ତା ମୁନି ଭୂତ ଭବିଷ୍ୟ ମହାଗ୍ୟାଂନୀ
କେବଣ ପାତକେ ଦୂଷିତ ହୋଇଲେ ଅଗ୍ନିକାର ମୁନି । ୧୫୭ ।
ବ୍ୟାସେ ବୋଇଲେ ବାବୁ ଶୁଣ ପଣ୍ଡୁ ନୃପ
ସତ୍ୟ ଯୁଗର ବାରତା ତୋତେ କହିବଇଂ ସରୂପ । ୧୫୮ ।
ଶୁଣ ସାବଧାନେ ହୋ ଅପାର କାଳର କଥା
କର୍ମ କଳ୍ପ ନାମ ସତ୍ୟ ଯୁଗର ବାରତା । ୧୫୯ ।
କୁଶ ଦୀପର ରାଜା ଯେ ଅନଙ୍ଗସେନ ନୃପତି
ତାହାର ଭାରିଯା ନାମ ଅଟଇ ରତ୍ନାବତୀ । ୧୬୦ ।
ରାଜା ହୋଇଣ ସେ ଅଟଇ ମହାଗ୍ୟାଂତା
ଜିତ ଇନ୍ଦ୍ରିୟ ପଣେ ସାଧନ ତାର ୟେକଇ ବନିତା । ୧୬୧ ।



୧୫୧ । ବ୍ରହ୍ମହତ୍ୟା ଦୋଷ ଯେ ଲାଗିଲା ମୋର କାୟେ । (ପା)
୧୫୬ ।୨ ଅଗ୍ନିକା ଋଷି ଅର୍ଜିଲା ୟେଡେ କୃତ୍ୟ । (ପା)
୧୫୮ ।୨ ସତ୍ୟଯୁଗ ବାରତା ତୋତେ କହିବା ସନ୍ଦେହ । (ପା)
୧୫୬ ।୧ କିରତି-କୃତି-କର୍ମ
ସ୍ୱାମୀ ଅପାର କଲା ସେ ଯତସତ କ୍ରିୟା
ଅନୁରାଧା ନକ୍ଷତ୍ରେ ଜାତ ତାର ପ୍ରିୟା । ୧୬୨ ।
ଯାହାର ନକ୍ଷତ୍ର ଅଟଇ ଅନୁରାଧା
ସ୍ତିରୀ ହୋଇଲେ ଦୋଚାରୀ କାମରେ ଶରଧା । ୧୬୩ ।
ପୁରୁଷ ହୋଇଣ ସେ ତେଜଇ ସର୍ବ ଧର୍ମ
ଅଷ୍ଟ ନକ୍ଷତ୍ରେ ସେ ଅଟଇ କଳାକାମ । ୧୬୪ ।
ଅଶ୍ୱିନୀ ରୋହିଣୀ ପୁଷ୍ୟା ଅନୁରାଧା
ସ୍ୱାତୀ ଶ୍ରବଣା ଶତଭିଷା ରେବତୀ କାମବାଧା । ୧୬୫ ।
ଅଷ୍ଟ ନକ୍ଷତ୍ରେ ଯେବେ ଉପୁଜଇ ସ୍ତିରୀ
ଅନୁବ୍ରତେ କାମ ବାଧା ସେ ଅଟଇ ଦୋଚାରୀ । ୧୬୬ ।
ୟେ ଅଷ୍ଟ ନକ୍ଷତ୍ରେ ଯେବେ ଉପୁଜଇ ପୁରୁଷ ସ୍ତିରୀ
ଅନୁବ୍ରତେ କାମ ବାଇ ହୁଅନ୍ତି ଅନ୍ୟାଚାରୀ । ୧୬୭ ।
ସେ କୁଶ ଦୀପର ରାଜା ଅଟଇ ସତ୍ୟବାଦୀ
ଭାରିଯା ପରଦାରେଣୀ ସେ ରାଜ୍ୟେଣ ପରସିଦ୍ଧି । ୧୬୮ ।
ସକଳ ତପ ଧର୍ମ ସେ ନ ଛାଡଇ ରାୟେ
ଜିତ ଇନ୍ଦ୍ରିୟ ପଦ ତାର ୟେକା ଭାରିଯାୟେ । ୧୬୯ ।
ଆବର ପ୍ରଦାନ ସେ ନୋହଇ ଦଣ୍ଡଧାରୀ
ୟେକା ଭାରିଯାୟେ ତାହାର ସେହି ସେ ମନୋହାରୀ । ୧୭୦ ।
ଭାରିଯାକୁ ତିଆରି ସେ ଭଟ୍ଟ ମିଶ୍ରନ୍ତ ବସାଇ
ପରଦାରା ଦୋଷେ ସ୍ତିରୀଙ୍କି ମୁକତି ଗତି ନାହିଂ । ୧୭୧ ।
ଶୁଣିମା ପରିଯନ୍ତେ ସେ ଘେନିଥାଇ ହୃଦେ
ରାଜା ଅନ୍ତର ହୋଇଲେ ସେ ଚଳଇ କାମ ଖେଦେ । ୧୭୨ ।



୧୬୨ ।୧ ଅପାର କାଳର ସେ ଯତସତ କ୍ରିୟା । (ପା)
୧୬୬ ୟେ ଅଷ୍ଟ ନକ୍ଷତ୍ରେ ଯେ ଅଟଇ ପୁଷ୍ପବତୀ ।
 ଅନୁବ୍ରତେ କାମକାରୀ ସେ ଅଟଇ ଯୁବତୀ । (ପା)
୧୬୭ ୟେ ଅଷ୍ଟ ନକ୍ଷତ୍ରେ ଯେବେ ଅଟଇ ସ୍ତିରୀ ପୁରୁଷ ।
 ଅନୁବ୍ରତେ କାମକାରୀ ଦୋଚାରୀ ଅବଶ୍ୟ । (ପା)
୧୬୯ ।୨ ଯତିଇନ୍ଦ୍ର ପଣେ ତାର ୟେକଇ ବନିତାୟେ । (ପା)
୧୭୨ ।୨ ରାଜା ଅନ୍ତର ହୋଇଲେ ସେ ଚଳଇ କାମ ସଧେ । (ପା)
ଅନେକ ବାଗେ ନୃପତି ତିଆରଇ ଦିବାରାତ୍ରେ
ପୁରାଣ ବାକ୍ୟ ଶୁଣାଇଲା ଦ୍ୱାଦଶ ବରଷ ପରିଯନ୍ତେ । ୧୭୩ ।
ଯେ ସେ ପାପ ଆଚରଇ ଅଟେ ମନ୍ଦ ଜାତି
କେବେହେଂ ସେ ନ ଛାଡିଲା ଅନୀତି ପ୍ରକୃତି । ୧୭୪ ।
ଅନେକ ଭୋଗ ଦେଇଣ ଯତନେ ପ୍ରତିପାଳି
ପରଦାରାଉଂ ଆନେ ନ ରସେ ଜଞ୍ଜାଳୀ । ୧୭୫ ।
ମକର ସଂକ୍ରାନ୍ତିକି ଗଲେ ସମୋଦ୍ର ସ୍ରାହାନେ
ଅଗ୍ନିକାର ଋଷିଙ୍କି ଦେଖିଲେ ଘୋର ବନେ । ୧୭୬ ।
ସଂଗେଣ ଅଛଇ ତାର ଅନେକ ପୋଇଲି
ଝଡା ବାକୁଟିଆଣି ଚାଙ୍ଗଡାୟିତ ମୁଦୁସୁଲୀ । ୧୭୭ ।
ଶୁଣ ହୋ ମହାରାଜ ସ୍ତିରୀଙ୍କର ପ୍ରକୃତି
ସେ ଋଷିଙ୍କି କୋଳ କରି ଧଇଲା ଯାଇ ଝାତି । ୧୭୮ ।
ଦଣ୍ଡ କମଣ୍ଡଳ ମୁନିଙ୍କର ପକାଇଲା ଉଛୁଡି
ଆକ୍ରେଷି କୋଳ କରି ଧଇଲା ଭୁଜରେ ଭୁଜ ଭିଡି । ୧୭୯ ।
ବୋଲଇ ଶିଂଶୁପା ଗଛ ତଳକୁ ଆସ ଯତି
ମୁଇଂ ରାଜକନ୍ୟା ମୋତେ ଦିଅସି ସୁରତି । ୧୮୦ ।
ଅପାର ସ୍ତିରୀ ଅଛନ୍ତି ସେ ପୁରୁଷ ଅଟଇ ୟେକା
ଦେଖିଣ ବ୍ରହ୍ମଋଷି ହୋଇଲେ ତାଟକା । ୧୮୧ ।
କୋପେଣ ମହାତମା ଛଡାଇ ଦେଲେ ପେଲି
ବିସ୍ମୟେ ହୋଇଣ ମୁନି ନାରାୟଣ ନାରାୟଣ ବୋଲି । ୧୮୨ ।
ମୁଖେ ଚୁମ୍ୱନ ଦେଇଣ ବୋଲଇ ଶତଶ୍ରିୟା
ବୁକୁ ଶୀତଳାଇ ଖାଇଲେ ଗଳା କୁଣ୍ଡିଆଉ କିରେ ଯତିୟା । ୧୮୩ ।
ଯଦ୍ୟପି ବିପ୍ର ତୁ ଅଟୁସି ଯୁଗତେ
ସୁଲଭ ଭୋଜନ ଦେଖିଲେ ପଳାଉ କେମନ୍ତେ । ୧୮୪ ।



୧୭୫ ।୨ ପର ଦାରାରୁ ଆନ ସେ ନ ଜାଣଇଂ ଜଞ୍ଜାଳୀ । । (ପା)
୧୮୩ ।୨ ବୁକୁ ପଣନ୍ତ କାଢି କୁଣ୍ଡି ଅଇତ ହିୟା । (ପା)
 ବୁକୁର ବସ୍ତ୍ର କାଢି ଆଉଜାନ୍ତି ହିୟା । (ପା)
ମୁହିଂ ରାଜାର ଭାରିଯା ରାଜାର କୁମାରୀ
ମୋହୋର ଅଙ୍ଗ ଲାଗି ପାତକ ଗଲାନି ତୋହୋରି । ୧୮୫ ।
କିଛିହିଂ ନ ବୋଲି ଚଳି ନ ପାରନ୍ତି ଅଗ୍ନିକାର
ଉଚ୍ଚେ ଡାକ ଦିଲା ହୋ ଅନଙ୍ଗସେନ ପ୍ରତିକାର କର । ୧୮୬ ।
ଶବଦଭେଦୀ ସେ ଯେ ଅନଙ୍ଗସେନ ରାୟେ
ପାଦୁକା ମନ୍ତ୍ର ମୌଷଧୀ ଜାଣଇ ସେ ମିଳିଲା ଅନ୍ତର୍ଦ୍ଧାୟେ । ୧୮୭ । କ୍ଷଷଵଶନ୍ଦ ଜ୍ଞଟ୍ଟରରଯ
ଦେଖିଲା ମହଋଷିଙ୍କି ଧରିଅଛି ଆପଣାର ରାଣୀ
ଦେଖିଣ ରାଗେ ଅଧର ଯେ କଂପାଇଲା ନୃପମଣି । ୧୮୮ ।
ମହଋଷି ବୋଲନ୍ତି ୟେ କେବଣ ରାକ୍ଷସୀ
ତୋହୋର ଥାଆନ୍ତେ ୟେ ମୋତେ କଟାଳ କରଇ ଆସି । ୧୮୯ ।
କୋପେଣ ରାଣୀର କେଶ ଧଇଲା ନୃପମଣି
ବିଜେ କର୍ଣ୍ଣକଟାରୀ ଘେନି ପକାଇଲା ହାଣି । ୧୯୦ ।
ମହଋଷି ଗଲେ ତହୁଂ ମହୋଦଧି ସ୍ନାହାନେ
ବିଜେ କଲେ ନରପତି ଆପଣା ଭୁବନେ । ୧୯୧ ।
ଯମ ଧର୍ମ ପୁରାଣେ ବିଚାର ହୋଇଲା
ଯମ ବୋଇଲା ରାଜା ସ୍ତିରୀ ହତ୍ୟା କଲା । ୧୯୨ ।
ଅନୁଆଗ୍ୟାଂ ହୋଇଲେ ୟେ ଅଗ୍ନିକାର ମହଋଷି
ତାହାର ଡାକ ଦିଲେ ରାଜା ହୋଇଲାକ ଆସି । ୧୯୩ ।



୧୮୫ ।୨ ମୋହୋର ଅଙ୍ଗଲାଗି ପାତକ ଗଲାନି ତୋହୋରି । ପାଦାନ୍ତ ପରେ ପାଠାନ୍ତର-
 ଲଜ୍ୟାଭାବ ଛାଡି ତୁ ମୋହୋର ସଂଗେ ଯାସି
 କିଛି ହିଂ ନ କହି ପାରଇ ଅଗ୍ନିକାର ମହଋଷି ।
 ଊର୍ଦ୍ଧେଣ ଡାକ ଦିଲା ଅନଙ୍ଗସେନ ତ୍ରାହି କର
 ଶବଦ ଭେଦୀ ସେ ଅନଙ୍ଗସେନ ନୃପବର । ।
 ପାଦୁକା ମନ୍ତ୍ର ମହୋଷଧି ସେ ଗୁଣିଲା ଅନ୍ତର୍ଦ୍ଧାନେ
 ଧାତିକାରେ ମିଳିଲା ସେ ମୁନିଙ୍କର ସନ୍ନିଧ୍ୟାନେ ।
୧୯୨ ।୨ ଅନଙ୍ଗସେନ ରାଜା ସ୍ତିରୀ ହତ୍ୟାରେ କାରେଣୀ ହୋଇଲା । (ପା)
୧୯୩ ।୧ ଅନୁଆଗ୍ୟାଂ ହୋଇଲେ-ଅନୁରୋଧ କଲେ (ଅନୁଜ୍ଞା)
ଯମ ବିଚାରେଣ ରାଜା ମହଋଷି
ୟେ ଦୁହେଂ ହୋଇଲେ ଯେ ସ୍ତିରୀ ହତ୍ୟା ଦୋଷୀ । ୧୯୪ ।
ଯମ ଧର୍ମ ପୁରାଣେ ପୁଣ ବିଚାର ହୋଇଲା
ରାଜା ମହଋଷିଙ୍କି ହତ୍ୟା ଦୋଷ ନ ଲାଗିଲା । ୧୯୫ ।
ଭାରିଯା ହୋଇ ଯେବେ ହୋଇଲା ପରଦାରାୟେଣୀ
ସ୍ୱାମୀ ଦଣ୍ଡିବ ନାହିଂ କି ? ଦୋଷ ପରିମାଣି । ୧୯୬ । ଐଙC ରନ୍ଥମରଟ୍ଟନ୍ଦଷଚ୍ଛଚ୍ଚଜ୍ଞ
ଯୁଗତେଣ ରାଜା ଆବର ସେ ତାହାର ପ୍ରିୟା
ଦୋଷକୁ ସେ ଶାସ୍ତି ଦିଲା ପାପ ନ ବୋଲିବା ତାହା । ୧୯୭
ଋଷି ତ୍ରାସ କଲେ ରାକ୍ଷାସୁଣୀ ପ୍ରାୟେ ମଣି
ତାହାର ଉପରେ ଦୋଷ ଗଲା ସେ ଅଟଇ ପରଦାରାୟେଣୀ । ୧୯୮ ।
ଋଷିଙ୍କି ଶୃଙ୍ଗାର ସେ କଳ୍ପିଲା ଅନୁକ୍ରମେ
ବନେଣ ଉପୁଜୁ ମୃଗୁଣୀ ରୂପ ଜନ୍ମେ । ୧୯୯ ।
ଅଗ୍ନିକାର ମହଋଷିଙ୍କି ଯେବେ ଇଚ୍ଛିଲା ରତି କରି
ମୃଗୁଣୀ ରୂପେ ଋଷିଙ୍କର ହୋଉ ମନୋହାରୀ । ୨୦୦ ।
ଋଷିରେଣ ନାଶ ଯେବେ ହୋଇଲା ଯୁବତି
ୟେ କନ୍ୟା ଯୋଗେ ନାଶ ଯାଉ ଅଗ୍ନିକାର ମହାଯତି । ୨୦୧ ।
ମୃଗୁଣୀ ଋଷି ଦୁହିଙ୍କରି ଶୃଙ୍ଗାର ଯେ ସରି
ପଣ୍ଡୁ ରାଜାୟେ ୟେହାଙ୍କୁ ନାରାଜ ଘାତ କରି । ୨୦୨ ।
ସ୍ତିରୀହତ୍ୟା ପାତକ ଯେ ଅଗ୍ନିକା ମହାଋଷିଙ୍କର ଥିଲା
ପଣ୍ଡୁଙ୍କର ନାରାଜ ଘାତେ ତାହାଙ୍କର ସମସ୍ତ କ୍ଷୟ ଗଲା । ୨୦୩ ।
ବ୍ୟାସେ କହିଲେ ତୁ ଶୁଣ ରାୟେ ପଣ୍ଡୁ
ଦେବତାଙ୍କର ସଞ୍ଚିତ ତୁ କିଂପାଇ ଧର୍ମ ଛାଡୁ । ୨୦୪ ।
ପଣ୍ଡୁ ବୋଇଲେ ମୋତେ କୋପେଣ ଶାପ ଦିଲା
ଶୃଙ୍ଗାର ବେଳେ ତୋତେ ଅକାଳ କାଣ୍ଡ ପଡୁରେ ବୋଇଲା । ୨୦୫ ।
ୟେସନେକ ବୋଲିଣ ଶାପ ଦିଲା ମୁକୁ
ବ୍ୟାସେ ବୋଇଲେ ବଡ ଦୁର୍ଭାର ଶାପ ଦିଲା ତୁକୁ । ୨୦୬ ।
ବ୍ୟାସେ ବୋଇଲେ ୟେ ହୋଇଲା ମହାକଷ୍ଟ
ତପି ଲୋକଙ୍କର ଶାପ କେବେହେଂ ନ ଲେଉଟ । ୨୦୭ ।
ବ୍ୟାସେ ତିଆରନ୍ତି ପଣ୍ଡୁଙ୍କୁ ୟେକାନ୍ତେ ବସାଇ
ବାବୁ ଦୁର୍ଭାସାଙ୍କର ମହାମନ୍ତ୍ର କୋଇନ୍ତାୟେ ଛନ୍ତି ପାଇ । ୨୦୮ ।
ବଧୂମାନଙ୍କୁ ତୁ ନ ଧରିବୁ ହିଂସାୟେ
ବାବୁ ସନ୍ତାନ ଉପୁଜାନ୍ତୁ ଯେଝାର ଉପାୟେ । ୨୦୯ ।
ବାବୁ ସ୍ତିରୀ ସେ ଅଟନ୍ତି ଅନେକ ବୁଦ୍ଧିମନ୍ତୀ
ଉପାୟେଣ କରି ହାଦେ ଜାତ ସେ କରନ୍ତି ସନ୍ତତି । ୨୧୦-୧୮୨୯ । ଦ୍ଧଚ୍ଛଲରଚ୍ଚ ହଚ୍ଚଚ୍ଛଦ୍ଧ ଶଚ୍ଛଦ୍ଧ ନ୍ଦଚ୍ଛ ଵରନ୍ଦ ମଶଷକ୍ଷଯତ୍ତରଚ୍ଚ



୧୯୪ ଚିତ୍ର ଗୁପ୍ତେ ବୋଇଲେ ରାଜା ଅଗ୍ନିକା ମହାଋଷି
 ୟେ ଦୁହେଂ ହୋଇଲେ ସ୍ତିରୀ ହତ୍ୟା ଦୋଷୀ । (ପା)
୨୦୭ ବ୍ୟାସେ ବୋଇଲେ ୟେହି ସେ ବଡ କଷଟହିଂ ।
 ତପିମାନଙ୍କର ଶାପ କେବେହେଂ ନ ମେଣ୍ଟଇ । (ପା)
 ବ୍ୟାସେ ବୋଇଲେ ୟେହି ସେ ବଡ କଷ୍ଟ
ତପିମାନଙ୍କର ଶାପ କେବେହେଂ ନୋହି ଭ୍ରଷ୍ଟ । (ପା)୨୦୯ ।୨ ସନ୍ତାନ ଜାତ କରାନ୍ତୁ ଯେ ଯାହାର ମନୀଷା ।
(ପା)
ଧୃତରାଷ୍ଟ୍ରଙ୍କର ପଣ୍ଡୁଙ୍କୁ ରାଜ୍ୟକୁ ଫେରାଇବା ନିମନ୍ତେ ଆସିବା ଓ ଶିବ ସ୍ତୁତି
ଅନେକ ବାଗେ ତିଆରିଲେ ବ୍ୟାସେ ଯେ ପଣ୍ଡୁଙ୍କୁ
ଚଳିଲେ ମହାମୁନି ଯେ ହସ୍ତିନା ଭୁବନକୁ । ୧ ।
ଯହିଂ ସେ ବିଜେ କରି ଅଛନ୍ତି ଧୃତରାଷ୍ଟେ
ପାରେଶ୍ୱର ନନ୍ଦନ ଯାଇ ମିଳିଲେ ନିକଟେ । ୨ ।
ସଞ୍ଜୟେ ବୋଇଲେ ସ୍ୱାମୀ ଶୁଣ କୁରୁନାଥ
ବ୍ୟାସେ ବିଜେ କଲେ ଆସି ତୋହୋର ଅଗ୍ରତ । ୩ ।
ଆସ୍ତାନ ତେଜିଣ ଉଠିଲେ ଅନ୍ଧରାଜା
ସତ୍ୟବତୀ ନନ୍ଦନର ପାଦେ କଲେ ପୂଜା । ୪ ।
କୃଷ୍ଣାଞ୍ଜନ ଛାଲ ଗୋଟିୟେ ରାଜା ଦିଲା
ଉଭା ହୋଇଣ ରାଜା ସମସ୍ତ ପୁଛା କଲା । ୫ ।



୫ ।୧ କୃଷ୍ଣାଞ୍ଜନ-କୃଷ୍ଣାଜିନ
ବ୍ୟାସେ ବୋଇଲେ ବାବୁ ଶୁଣ ଧୃତରାଷ୍ଟ
ପଣ୍ଡୁଙ୍କୁ ପଡିଲା ବନେ ଦୁସହ ସଂକଟ । ୬ ।
ଅଗ୍ନିକାର ମହଋଷିଙ୍କି ସେ ଶରଘାତ କଲା
କୋପେଣ ମହାତ୍ମା ତାକୁ ଦୁରାପଦ ଶାପ ଦିଲା । ୭ ।
ପିତା ବ୍ରହ୍ମଋଷିଙ୍କର ବଦନୁଂ ଅନ୍ଧ ୟେସନକ ବାକ୍ୟ ଶୁଣି
ରଥ ଗଜ ଅଶ୍ୱ ଯେ ସଇନି ପଲାଣି । ୮ ।
ସୁବର୍ଣ୍ଣ ପଲଙ୍କରେ ବିଜୟେ ଧୃତରାଷ୍ଟ
ହାନ୍ଦୋଳାରେ ଚଢି ଗାନ୍ଧାରୀ ବାହାର ନିକଟ । ୯ ।
ଦଶଲକ୍ଷ ରଥ ଯେ ପଞ୍ଚାଶ ଲକ୍ଷ ହସ୍ତୀ ଚ୍ଚନ୍ଧଲଭରତ୍ତ
ସତୁରି ଲକ୍ଷ ବାରୁ ପାଞ୍ଚ କ୍ଷଉଣୀ ପାଦାନ୍ତି । ୧୦ ।
ପାଟକ୍ଷତ୍ର ଆଲମ୍ୱ ବିମଳ ୟେକ ଲକ୍ଷେ
ଚାମର ଲକ୍ଷେ ଯେ ୟେକଲଖୀ ଲକ୍ଷେ । ୧୧ ।
ଉଦ୍ଦଣ୍ଡ ଲକ୍ଷେ ମୟୁର କଣ୍ଠା ଲକ୍ଷେ
ଶଙ୍ଖବାଦ୍ୟ ବୀରତୂର ବାଜେ ଲକ୍ଷେ ଲକ୍ଷେ । ୧୨ ।
ଟମକ ନିଶାଣ ଯେ ୟେମାନ ଲକ୍ଷେ ଲକ୍ଷେ
ହସ୍ତୀ ଘୋଡା ପାଇକ ପଲାଶି ଅଛନ୍ତି କାଛେ କାଛେ । ୧୩ ।
ୟେସନେକ ଥାଠ ଘେନି ଅମ୍ୱିକାର ବଳା
ବିହଡନ୍ତି ବନେ ସେ ତେଜ ଅନର୍ଗଳା । ୧୪ ।
ଚଳନ୍ତି ଯୋଦ୍ଧାୟେ କାନନ ବନ ଖେଦି
କାଳଅଗ୍ନି ନାମେଣ ଭେଟିଲେ ୟେକ ନଦୀ । ୧୫ ।
ସେ ନଦୀର କୂଳେ ବିଜେ ବିଶ୍ୱନାଥ
କାଳଅଗ୍ନି ନଦୀ ସେ ଅଟଇ ମହାତୀର୍ଥ । ୧୬ ।



୯ ।୧ ମୟୁର ଧ୍ୱଜ ରଥେ ବିଜୟେ ନରନାଥେ ।
୧୧ ।୧ ପାଟଛତ୍ର ଲକ୍ଷେ ଆଲମ୍ୱ ଚାମର ଲକ୍ଷେ ।
୧୨ ।୧ ୟେକଲଖୀ ଲକ୍ଷେ ଉଦ୍ଦଣ୍ଡହିଂ ଲକ୍ଷେ ।
୮ ।୨ ପଲାଣି-ଯାତ୍ରା ନିମନ୍ତେ ସାଜିବା ।
୧୩ ।୨ ପଲାଶି-ବେଗରେ ଗମନ କରି ।
ବିଦୁର ସଂଜୟେ ଧୃତରାଷ୍ଟ ମୂଳେ
ଗଙ୍ଗାର ନନ୍ଦନ ଯେ ଭୀଷ୍ମ ମହାବଳେ । ୧୭ ।
ତୀର୍ଥରେ ସ୍ନାହାନ କରି ବିଶ୍ୱନାଥଙ୍କୁ କଲେ ତୁସ୍ତି
କାଳଅଗ୍ନି ମହାଲିଙ୍ଗ ଜୟ ତୁ କାଶୀପତି । ୧୮ ।
ଉତପତ୍ତି ପ୍ରଳୟ ତୋ ତହୁଂ ନାହିଂ ଆନ
ଅନ୍ଧକ ବିଦାରଣ ଜୟ ତୁ ତ୍ରିଲୋଚନ । ୧୯ ।
ବଇଲ ବାହାନେ ଭ୍ରମଣି ଅନୁବ୍ରତେଣ ମତି ଭୋଳା
ଭଇରବ ରୂପ ଧରି ପାତିଲୁ ମହାଖଳା । ୨୦ ।
କମଳାର ନନ୍ଦନ ଅନଙ୍ଗ କାମଦେବ
ତାହାକୁ ଦହିଲୁ ତୁ ପିତାର ଅଭାବ । ୨୧ ।
ନିରାଳମ୍ୱ ପୁରୁଷ ତୁ ନ ଜାଣୁ ଦେବ କିଛି
ନାରାୟଣର ଅଭାବେ ତୁ କାଳକୂଟ ଭକ୍ଷି । ୨୨ ।
ସ୍ୱାମି କାଶୀପତି ନାଶ ଗଲା ତୋହୋର କୂଟବୁଦ୍ଧି
ଦୟା ସାଗର ନାଥ ତୁ ଶୃଙ୍ଗାର ବାରାନିଧି । ୨୩ ।
ୟେକା ଚରଣେକ ଚତୁର୍ଭୁଜ ତ୍ରିଲୋଚନ ପଞ୍ଚୁ ଯେ ବଦନ
ନାମ ବିଶ୍ୱନାଥ ତୁ ଗଙ୍ଗାର ରମଣ । ୨୪ ।
ଖପର କୋଠାର ଘେନି ମହାମତ୍ତ ଭୋଳା
ଡିବି ଡିବି ଡମ୍ୱରୁ ମତୁଆଳ ଖେଳା । ୨୫ ।
ଚଣ୍ଡିକା ମତୁଆଳ ଯୋଗ୍ନୀ ଘୋରରଡି
ପ୍ରେତ ପିଚାଶ ବେତାଳମାନନ୍ତ ଘେନି ଖେଡି । ୨୬ । ଲବକ୍ଷବଟ୍ଟତ୍ତଚ୍ଛଟ୍ଟଷଜ୍ଞଲ
ରକ୍ତବର୍ଣ୍ଣେ ତ୍ରାସ ସୁନ୍ଦର କପାଳୀ
ରକ୍ତ ବସନ ସିନ୍ଦୂର ରକତ ମନ୍ଦାରମାଳୀ । ୨୭ ।
ଅପୂର୍ବକର ନାଟ କୀର୍ତ୍ତି କାଳାନ୍ତ ଭୋଳା
ବୃଷଭ ବାହାନ ନାଥ ତେଜ ଅନର୍ଗଳା । ୨୮ ।



୧୭ ବିଦୁର ସଂଜୟ ମୂଳେ ଗଙ୍ଗାର ନନ୍ଦନ
 ରୁଦ୍ରନାଥଙ୍କୁ ସେ କରନ୍ତି ଦର୍ଶନ ।
୧୮ ତୁସ୍ତି-ସ୍ତୁତି ୨୩ ।୨ ଶୃଙ୍ଗାର ବାରାନିଧି- ଶୋଭା ସମୁଦ୍ର
୨୫ ।୧ କୋଠାର-ପରଶୁ-ପାର୍ସା ୨୬ ।୨ ପିଚାଶ-ପିଶାଚ, ୨୭ ।୧ ତ୍ରାସ-ଆଭା
୨୬ ।୨ ଖେଡି-ଖେଳି ।
ଅସାଷ୍ଟମ ମହାତମା କାୟ ମହାମତ୍ତା
ଅଚିନ୍ତା ପୁରୁଷ ନାଥ ପର ଦୁଖେଣ ଚିନ୍ତା । ୨୯ ।
ସିନ୍ଦୂର ବିଲେପନ ଅଣାକାର ରୂପ
କ୍ଷଣେ ବୃଦ୍ଧ କ୍ଷଣେ କନ୍ଦର୍ପ ସରୂପ । ୩୦ ।
କେ ମାତ ପିତା କେ ଭାରିଯା କେ ଭଗିନୀ
ନାଚନ୍ତି ଗାବନ୍ତି ଭଣ୍ଡ ଗୀତ ଘେନି । ୩୧ ।
କଡା ଦାଉଣ୍ଡି ଯେ ଟହ ଟହ ଘୁମୁରା ଵଶନ୍ଧଲତ୍ତବ ଯବଚ୍ଚମର
କେ କାହାଳ କରନ୍ତି କେ ନାଚନ୍ତି ତ୍ରିପୁରା । ୩୨ ।
ତ୍ରିଣାୟେକ ବୀଣାୟେକ ହେରମ୍ୱ ଗଣପତି
ନନ୍ଦୀ ମହାକାଳ ଚଣ୍ଡ ପ୍ରଚଣ୍ଡ ସେନାପତି । ୩୩ ।
ଜୟନ୍ତକ ଅଜୟନ୍ତକ ଜାତୁ ମଲ୍ଲ କ୍ଷେତ୍ରପାଳ
ଉନମତ୍ତର କାଳ କାଦମ୍ୱରୀ ପାନେ ମତ୍ତଭୋଳ । ୩୪ ।
ଧୁଧୁକାର ତାଣ୍ଡବ ପରପଞ୍ଚ ଯେ ଯୋଗୀ
ଅବଧୂତ ନାଥ ପିଙ୍ଗଳ ବଇରାଗୀ । ୩୫ ।
ବଳି ଭୋଜା ମାୟେଂସ ଭୋଜା ଆବର ପୋଡାବଳି
ଶଉର୍ଯ୍ୟବନ୍ତ ଭୋଳାନାଥ ନାନା ରଙ୍ଗେଣ କେଳି । ୩୬ ।
ଗିରିଜାର ବଲ୍ଲଭ ମହା ଭଇରବ ମୂରତି
ଶୂଦ୍ରମୁନି ସାରୋଳା ଦାସର ଅଟଇ ପ୍ରକୃତି । ୩୭ ।
ସ୍ୱାମୀ ଯାବତ ଚନ୍ଦ୍ର ଦିବାକର କାଳ
ତୋହୋର ଲୟ ମୋର ହୃଦରେ ସମ୍ଭାଳ । ୩୮ ।
ମୁହିଂ ମହାଭାରଥ ଯେ କହିବି ଆଦିପର୍ବ
ଦୁତୀୟ ଖଣ୍ଡ ୟେ ଅପୂର୍ବ ରସ ଭାବ । ୩୯-୧୮୬୮ । ଜ୍ଞରମଚ୍ଛଚ୍ଚଯ ଟ୍ଟବତ୍ତନ୍ଦ ଚ୍ଛଳ ଆଯଷଟ୍ଟବତ୍ତବ୍ଦବ??



୩୬ ଶମଶାନେ ମାୟେସଂ ଆବର ପୋଡାବଳି
 ବୀର୍ଯ୍ୟବନ୍ତ ଭୋଳାନାଥ ନାନାରଙ୍ଗେ ଖେଳି ।
 ପାଚକ ଭଜା ମାଂସ ଘୋଟିଣ ତାର ଖେଳା
 ମଦିରା ରସ ପାନେ ନିରନ୍ତରେ ଭୋଳା ।
ଶତଶୃଙ୍ଗ ପର୍ବତର ବର୍ଣ୍ଣନା
କାଳଅଗ୍ନି ନାଥ ପୂଜିଣ କୁରୁନାଥେ
ବିଜେ ସୋମବଂଶୀ ମଳୟ ବସନ୍ତ ପର୍ବତେ । ୧ ।
ଶତଶିଂଗ ନାମେଣ ଦେଖିଲେ ଯେବଣ ଗିରି
ଶୁଦ୍ଧ ସୁବର୍ଣ୍ଣ ଘଟଣ ଯୋଜନ ଶତେ ଚାରି । ୨ । ସଂ
ତହିଂ ଉପରେ ଯେ ଅଛଇ ରସ କୂପ
ଅଷ୍ଟ ଲୋହ ପକାଇଲେ ବିବିଧ ରତ୍ନ ରୂପ । ୩ ।
ବୃକ୍ଷ ଶ୍ୱେତ ବର୍ଣ୍ଣ ପତ୍ରେ ଧବଳ ବର୍ଣ୍ଣ
ପୁଷ୍ପ କନକ ବର୍ଣ୍ଣ ଉଦୟେ ଯେହ୍ନେ ଜହ୍ନ । ୪ ।
ବେନି ଶତ ଯୋଜନ ଉଷର୍ଗ ଚାରି ଶତ ଯୋଜନ ପୋତା ଉଷର୍ଗଙ୍ଗଉଦ୍ର୍ଧ୍ୱ, ଉପରକୁ
ତହିଂର ଉପରେ ଯେ ଯାଗ କଲେ ଦକ୍ଷ ଧାତା । ୫ ।
ସେ ପର୍ବତେ ବାଟ ଅଛି ପାତାଳ ଭୁବନକୁ
Cଶାନ ଶିଖେ ଉଠିଲେ ଯାଇ ଆକାଶ ଭୁବନକୁ । ୬ ।
ଜମ୍ୱୁ ଦୀପର ୟେ ମଧ୍ୟ ସ୍ଥାନ ଯେ ଅଟଇ
ପଞ୍ଚତିରିଶ ଧାରା ଗଙ୍ଗା ସେ ପର୍ବତେ ଫୁଟଇ । ୭ । ୩୫ ଭତ୍ତବଚ୍ଚମଶରଜ୍ଞ ଚ୍ଛଳ ୠବଚ୍ଚଵବ
ତହୁଂ ସେ ଉତପତ୍ତି ହୋଇଛନ୍ତି ସର୍ବ ନଦୀ
ମେରୁ ଆବୃତ ହୋଇ ସଙ୍ଗମ ମଉଦଧି । ୮ ।
ଶତେକ ଶିଂଗ ଅଛଇ ସେ ପର୍ବତ ଉପରେ
ସୁବର୍ଣ୍ଣର ଶିଂଗ ବସଇ ସେ Cଶାନ୍ୟା ଦିଗରେ । ୯ ।
ବଇଡୁର୍ଯ୍ୟ ଶିଂଗ ବସଇ ଦକ୍ଷିଣ ଭାଗ କତି କତି ଓବସଟ୍ଟନ୍ଧତ୍ତଷ
ହୀରା ଶିଂଗ ବସଇ ପଶ୍ଚିମ ମୂରତି । ୧୦ ।
ମାଣିକ୍ୟର ଜ୍ୟୋତି ଶିଂଗ ଉତ୍ତରେ ବସଇ
ମରକତ ଶିଂଗ ବାୟବ୍ୟ କୋଣେ ପ୍ରକାଶଇ । ୧୧ ।



୧ କାଳ ଅଗ୍ନି ନାଥ ପୂଜିଣ କୁରୁନାହା
 ବିଜୟେ ସୋମବଂଶୀ ମଳୟବସନ୍ତ ବନେ ଗିରିଗୁହା ।
୧୦ ।୨ ରୂପାର ଶିଂଗ ବସଇ ପଶ୍ଚିମ ମୂରତି
ଶତଶୃଙ୍ଗ-ଶତଶିଂଗ । ୩ ।୨ ଅଷ୍ଟଲୋହ-ଧାତୁ ୪ ।୨ ଜହ୍ନ-ଜ୍ୟୋଷ୍ନା । (ପ୍ରାକୃତ)
ନୀଳା ଶିଂଗ ବସଇ ନଇଋତ କୋଣେ
ଅଷ୍ଟ ରତ୍ନ ଶିଂଗ ଅଛଇ ଅଗ୍ନି କୋଣେ । ୧୨ ।
ୟେକ ୟେକ ଶିଂଗ ଯେ ଦ୍ୱାଦଶ ଯୋଜନ ସ୍ଥଳୀ ସ୍ଥଳୀଙ୍ଗଏରିଆ
ଶତେ ଯୋଜନ ଉଷର୍ଗ ପାଞ୍ଚ ଯୋଜନ ଅଗୁଳି । ୧୩ । ଶରଷଵଶନ୍ଦ ଚ୍ଛଳ ଟ୍ଟରବହଜ୍ଞ ଅଗୁଳିଙ୍ଗଓସାର
Cଶାନ୍ୟ କୋଣେଣ ବସଇ ଦିବାକର
ନୈଋତ କୋଣେ ବସଇ ଶଶଧର । ୧୪ ।
ମେଘେ ବିଶ୍ରାମ କରନ୍ତି ବାୟବ୍ୟର କୋଣେ
ଅଗ୍ନିକୋଣେ ବିଶ୍ରାମ କରନ୍ତି ଦେବ ନାରାୟଣେ । ୧୫ ।
Cଶାନ୍ୟ ଶିଂଗ କୋଣେ ଯେ ଆକାଶକୁ ପନ୍ଥ
ବାୟବ୍ୟ ଶିଂଗ କୋଣେ ବସନ୍ତି ବିଶ୍ୱନାଥ । ୧୬ ।
ମେରୁର ଅନୁଜ ଯେ ଶତଶିଂଗ ଗିରି
ଶ୍ରୀରାମଚନ୍ଦ୍ରଙ୍କ କାର୍ଯ୍ୟେ ତ୍ରେତୟା ଯୁଗେ ହନୁମନ୍ତ ନେଲା ଯେ ଉପାଡି । ୧୭ ।
ସୁସଞ୍ଚ ପର୍ବତ ବୋଲି ଶ୍ରୀରାମ ଦୟା କଲେ
ଅଙ୍ଗଦକୁ କହି ତାକୁ ଲୁଚାଇ ଥୋଇଲେ । ୧୮ ।
ସ୍ୱାମୀଙ୍କର ଆଗ୍ୟାଂ ୟେ ତାହା ଅଙ୍ଗଦ ଫିଙ୍ଗି ଦିଲା
ଜମ୍ୱୋଦୀପ ମଧ୍ୟ ସ୍ଥାନେ ଯାଇଣ ପଡିଲା । ୧୯ ।
ଆଦି Cଶାନ୍ୟେ ଯେ ଶତଶିଂଗ ଗିରି
ଅଳକା ଭୁବନକୁ ଅଗୁଳି ଗୁଣ ଚାରି । ୨୦ ।
ସେ ପର୍ବତ ଉପରେ ରହିଛନ୍ତି ପଣ୍ଡୁରାୟେ
ସପତ ଦୀପ ଦିଶଇ ତହିଂ ଥାଇଂ କଲେ ୟେକ ଲୟେ । ୨୧ ।
ସେବା କଲେ ପରସନ୍ନ ହୋଅଇ ପରବତ
ସେ ପର୍ବତେ ଜନମ ହୋଇଲେ ହୋଅନ୍ତି ଶୂରବନ୍ତ ବଳବନ୍ତ । ୨୨ ।
ଧୃତରାଷ୍ଟ ବିଜେ କଲେ ଶତଶିଂଗ ପର୍ବତେ
ପଣ୍ଡୁ ଦ୍ରଶନ କଲେ କୁରୁନାଥର ଅଗ୍ରତେ । ୨୩ ।
କରେଣ ଧାମଣା କାଠର ଧନୁ କଣ୍ଟା ବାୟେଂଶର ଗୁଣ ଭବଲଭଚ୍ଛଚ୍ଛ ଦ୍ଧଚ୍ଛଚ୍ଛଯ ଦ୍ଧରବଟ୍ଟଚ୍ଛଚ୍ଚଜ୍ଞ
ମଜୁର ପକ୍ଷୀ ଆଭରଣ ଫିରିକି ନାରାଜ ତ୍ରୋଣ । ୨୪ ।



୧୩ ।୨ ଉଷର୍ଗ-ଉନ୍ନତ, ଉଚ୍ଚ । ଅଗୁଳି-ଓସାର, ପ୍ରସ୍ଥ
୨୩ ।୧ ଦ୍ରଶନ-ଦର୍ଶନ ୨୪ ।୨ ମଜୁର-ମୟୂର
କଣ୍ଠେଣ ଗୁଞ୍ଜରା ମାଳୀ ଲୋହିତ ବର୍ଣ୍ଣ ଆଖି
ବିଜେ କର୍ଣ୍ଣ କଟାରି ମେଖଳା ଝିଙ୍କ ପକ୍ଷୀ । ୨୫ ।
ବେଣ୍ଟକାର ସରୂପେ ବିଜୟେ ପଣ୍ଡୁରାୟେ
ଧୃତରାଷ୍ଟ ଅଗ୍ରତେ କହିଲେ ସଂଜୟେ । ୨୬ ।
ପଣ୍ଡୁ ଦର୍ଶନ କଲେ, ଶୁଣ ଧୃତରାଷ୍ଟେ
ଅନେକ ମଧୁର ବଚନ କହନ୍ତି ରାୟେ ଜ୍ୟେଷ୍ଠେ । ୨୭ ।
ବାବୁ ପରମ କଲ୍ୟାଣ ହୋଉ ହୋଅ ତିରିଜୀବୀ ଆଷ୍ୟ
ଧନ ସନ୍ତାନ ବର୍ଦ୍ଧୁତ ହୋଉ ଚାଣ୍ଡେ ହୋଉ ଯଶ । ୨୮ ।
ବାବୁ ଶୁଣିଲି ମୁଂ ବନସ୍ତେ ଆପତ୍ତି ପଡିଲାକ ତୋତେ
ପାରେଶ୍ୱର ନନ୍ଦନ କହିଲେ ହାଦେ ଆସି ମୋତେ । ୨୯ ।
ଅନେକ ବଇକୁଲ୍ୟ ହୋଇଲା ମୋର ଚିତ୍ତେ । ୩୦ ।
କରପତ୍ର ଯେଡିଣ ଯେ ପଣ୍ଡୁ ମହାରଥା
ସଞ୍ଚପି କହିଲା ହାଦେ ସକଳ ବାରତା । ୩୧ ।
ଭୋ ଭ୍ରାଥ ଅଗ୍ନିକାର ମହାଋଷି ଶାପ୍ୟ ଦିଲାକ ମୋତେ
ଶୃଙ୍ଗାର କାଳେ ଅକାଳ କାଣ୍ଡ ପଡୁ ହାଦେ ତୋତେ । ୩୨ ।
ଅନେକ ବଇକୁଲ୍ୟ ହୋଇଲେ ଶୁଣି ଧୃତରାଷ୍ଟ
ଧର୍ମ ଆଶ୍ରେ କଲା ଲୋକଙ୍କୁ ବାବୁ ପଡଇ ସଂକଟ । ୩୩ । ଵଚ୍ଛଚ୍ଛଯ ତ୍ତରକ୍ଷଷଵଷଚ୍ଛନ୍ଧଜ୍ଞ ଟ୍ଟରଚ୍ଛଟ୍ଟକ୍ଷର ଜ୍ଞନ୍ଧଳଳରତ୍ତ
ରାଜ୍ୟକୁ ଯିବା ଚାଲ ବାବୁ ନ ଥିବା ୟେହୁ ଘୋର ବନେ
ଅନେକ ଆପାଦ ବାବୁ ସେ ଥାଇଟି ଅରଣ୍ୟେ । ୩୪ ।
ବୋଲନ୍ତି ପଣ୍ଡୁ ନୃପତି ଶୁଣ ମହାଗ୍ୟାଂତା
ସ୍ୱାମୀ ତୁମ୍ଭେ କିସ ଜାଣ ୟେ ପର୍ବତ ବାରତା । ୩୫ ।
ସ୍ୱାମି ତୁମ୍ଭେ ବିଜେ କରିଥାଅ ଯେ ହସ୍ତିନା
ସେ ପଞ୍ଚୁ କଟକେ ତୁମ୍ଭେ ଯେ ବଜ୍ରସେହ୍ନା । ୩୬ ।
ଅନେକ ବିନୋୟି ହୋଇ ପଣ୍ଡୁ ଯେ ନୃପତି
ବଡ କୁତୋହଳେ ଫଳ ଯୋଗାଡ ଆଣି ଦିଲେ ଅପ୍ରମିତି । ୩୭ ।
ସନ୍ୟ ସାଗର ଆଦି ଯେତେକ ରାଜାର ତୁଲେ ଥିଲେ
ଆମ୍ୱ ପଣସ କଦଳୀ ଦାରାକ୍ଷ ସମସ୍ତେ ଭୁଞ୍ଜିଲେ । ୩୮ ।
ଅନେକ ଯୋଗାଡ ଦିଲେ ପଣ୍ଡୁ ନରପତି
ଭୁଞ୍ଜିଣ ସାତ କ୍ଷଉଣୀ ବଳ ହୋଇଲେ ତ୍ରିପୁତି । ୩୯ ।
ମଣୋହି ସାରିଣ ଯେ ଆଞ୍ଚୋବନ କୟେ
କର୍ପୂର ତାମ୍ୱୋଳ ଯେ ଭୁଞ୍ଜିଲେ କୁରୁରାୟେ । ୪୦ ।
ଭୀଷ୍ମ ଭୂରିସର୍ବା ସଂଜୟେ ବିଦୁର
ସମଦଣ୍ଡ ଘେନି ବିଜୟେ ନିଜ ପୁର । ୪୧ ।
ଥୋକାୟେକ ଦୂର ପଣ୍ଡୁ ପାଛୋଟି ଅଇଲେ
ରତିକାମ ବୋଲିଣ ପର୍ବତ ତଳୁ ବାହୁଡିଲେ । ୪୨ ।
ଚଳନ୍ତି ଧୃତରାଷ୍ଟ ଥାଠ ସେନା ଘେନି
ହସ୍ତିନା ଭୁବନେ ଯାଇ ପ୍ରବେଶ ସଇନି । ୪୩-୧୯୧୧ ।



୨୫ ।୨ ବିଜେ କର୍ଣ୍ଣ କଟାରି ମେଖଳା ଝିଙ୍କ ପକ୍ଷୀ । ଭଷତ୍ତଯ ଳରବନ୍ଦଶରତ୍ତଜ୍ଞ ବଜ୍ଞ ଚ୍ଛତ୍ତଚ୍ଚବଲରଚ୍ଚନ୍ଦଜ୍ଞ
୨୭ ।୨ ଅନେକ ସମାର୍ଜନା ସାଧୁତା କରନ୍ତି ରାୟେ ଜ୍ୟେଷ୍ଠେ ।
୩୪ ।୨ ଅନେକ ବିପଦ ବାବୁ ପାଇବୁଟି ଅରଣ୍ୟେ ।
୨୬ ।୧ ବେଣ୍ଟକାର-ବ୍ୟାଧ ୨୮ ।୧ ତ୍ରିଜୀବୀ-ତ୍ରିକାଳଜୀବୀ, ତିରିଜୀବୀ-ଚିରଂଜୀବୀ
୩୦ ।୨ ବଇକୁଲ୍ୟ-ବିକଳ ଭାବ । ୩୪ ।୨ ଆପାଦ-ଆପଦ
୩୭ ।୨ ବଚ୍ଛା ଦୁହାଳି ଯୋଗାଡ ପଣ୍ଡୁ ଦିଲେ ଅପ୍ରମିତି ।
୩୮ ସନ୍ୟ ସାଗର ଆଦି ଯେତେକ ବଳ ଥିଲା
 ଆମ୍ୱ ପଣସ ନଟୀକାଳ ସବୁକୁହିଂ ଅଣ୍ଟିଲା ।
୪୦ ।୧ ଆଞ୍ଚୋବନ-ଆଚମନ-ମୁଖଧୌତ, କୟେ-କଲେ
ପଣ୍ଡୁ ଓ କୁନ୍ତୀଙ୍କ ଆଳାପ, ଅଗସ୍ତିଙ୍କ ଆଗମନ ଓ ଉପଦେଶ
ପଣ୍ଡୁ ରହିଲେ ଯେ ଶତଶିଂଗ ପର୍ବତେ
ପାକାପରଶ ଯେ ହୋଇଲେ ଦେବୀ କୋନ୍ତେ । ୧ ।
ଶୁଦ୍ଧ ସ୍ନାହାନ କଲେ ସେ ପଞ୍ଚମ ଦିବସେ
ରାତ୍ରେ ବିଜେ କଲେ ପଣ୍ଡୁ ରାଜାୟେ ପାଶେ । ୨ ।
ପଣ୍ଡୁ ବୋଇଲେ ଶୁଣସିରେ ପ୍ରାଣସଖି
ମୋର କର ଧରି ତୁ ହୋଇଲୁ ମହାଦୁଖୀ । ୩ ।
କୋଇନ୍ତାୟେ ବୋଇଲେ ସ୍ୱାମୀ ବିକଳ ନୋହିବା
ମୁହିଂ ରଜବତୀ ମୋତେ ଆକଟ କରାଇବା । ୪ ।
ପରମ ସାଧବୀ ଯେ ସୁଗ୍ୟାନୀ ଭାରିଯା
ତାହାର ଶରୀର ଆକର୍ଷଣ କଲେ ପଣ୍ଡୁରାଜା । ୫ ।
ଯୁବତୀ ପତି ଯେତେବେଳେ ୟେକ ଯୋଗ ହୋଇଲା
ପ୍ରତାପୀ କାମଦେବ ସେ ଅନେକ କଠୋର କଲା । ୬ ।
ପଣ୍ଡୁ ଇଚ୍ଛା କଲେ ଯହୁଂ ସେ ଶୃଙ୍ଗାର
ଧାତିକାରେ କୋଇନ୍ତାୟେ ତହୁଂ ହୋଇଲେ ବାହାର । ୭ ।
କୋଇନ୍ତାୟେ ତୁସ୍ତି କରନ୍ତି ପିତୃ ଯେ ଲୋକଙ୍କୁ
ସ୍ୱାମୀର ଅଭିଶାପ ହୋଇଲା ବଞ୍ଚିଲୁ ଶୃଙ୍ଗାରକୁ । ୮ ।
ତୁମ୍ଭର ଚରଣ କରୁଅଛୁଂ ଆମ୍ଭେ ସେବା
ୟେଥକୁ ମହାତମା ମୋତେ କୋପ ନ କରିବା । ୯ ।
ବଞ୍ଚିଲେ ଶୃଙ୍ଗାର ଛାଡିଲେ ରତି ଆଶା
ସଂକଳ୍ପ କରିଣ ଯେ ଛାଡିଲେ ମନୀଷା । ୧୦ ।
ରତି ଇଚ୍ଛା ନ କଲେ ସେ ମହତ ସାଧବୀ
ସ୍ୱାମୀର ନିମନ୍ତେ କରି ଶୃଙ୍ଗାର ମନେଣ ନ ଭାବି । ୧୧ ।
କୋଇନ୍ତାୟେ ତିଆରିଲେ ମାଦ୍ରୀଙ୍କି ହକାରି
କେତେକାଳ ବଞ୍ଚିବାଟି ଯୁବା ବୟସ ଧରି । ୧୨ ।
ମାଦ୍ରୀ ବୋଇଲେ ତୁମ୍ଭେ ନ ଭାଳ କିଛି ଲଜ୍ଜା
ସ୍ୱାମୀର ଅର୍ଜିଲା ସିନା ଭୁଞ୍ଜଇ ଭାରିଯା । ୧୩ ।
କାହାକଇଂ ଦୋଷ କରିଅଛୁଂ, ଅର୍ଜିଅଛୁଂ ପାପ
ଅକାରଣେ ନାଶ ଗଲାନି ଆମ୍ଭର ଯେ ତପ । ୧୪ ।
ଇଦଂ ପ୍ରତିବାଚ ଅଗସ୍ତି ଶୁଣ ହୋ ଦଣ୍ଡଧାରୀ
କର୍ମ ଆଦରିଣ ସେ ରହିଲେ ବେନି ନାରୀ । ୧୫ ।
ୟେଥୁ ଅନନ୍ତରେ ଶୁଣ ହୋ ନୃପରାୟେ
ଶ୍ରୀମହାଭାରଥ ଶୁଣି ପାତେକ କର କ୍ଷୟେ । ୧୬ ।



୧ ।୨ ପାକାପରଶ-ପାକାସ୍ପର୍ଶ (ରଜୋବତୀ)
୩ ।୨ ମୋହୋର ହାଥ ଧରି ତୁ ହୋଇଲୁ ନିରିମାଖୀ ।
୮ ।୧ ତୁସ୍ତି-ସ୍ତୁତି, ୮ ।୨ ବଞ୍ଚିଲୁ-ଛାଡିଲୁ
ଦାରା ସଂଘରିଲେ ପତି ଯେ ପତନୀ
ସ୍ୱାମୀ ଶଯ୍ୟାଗତ ନୋହିଲେ ଯୁଗତେ ବରଷ ତିନି । ୧୭ । ଚ୍ଚଚ୍ଛନ୍ଦ ଷଚ୍ଚ ଭରଯ ଳଚ୍ଛତ୍ତ ୩ ସ୍ଥରବତ୍ତଜ୍ଞ
ଶତଶିଂଗ ପର୍ବତେ ବିଜୟେ ପଣ୍ଡୁରାଜା ସ୍ୱାମୀ
କୋଇନ୍ତାୟେ ମଦନାବତୀ ଅଛନ୍ତି ପାରୁଶେ ଚାମର ଘେନି । ୧୮ ।
ବସନ୍ତ ଋତୁ ବୈଶାଖ ମାସ ଶୁକଳ ଯେ ପକ୍ଷ
ଅଗସ୍ତି ଭେଟିଲେ ଯାଇଂ ସେ ପଣ୍ଡୁଙ୍କୁ ପ୍ରତକ୍ଷ । ୧୯ ।
ଶୁକଳ ପକ୍ଷ ତୃତୀୟା ଆବର ଅର୍କବାର
କୃତ୍ତିକା ନକ୍ଷତ୍ର ଭୋଗ ସେ ଦିନର । ୨୦ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ତତ୍ତୁଲ୍ୟ ନାମେ କରଣ ଅତିଗଣ୍ଡ ନାମେ ଯୋଗ
ମେଷ ସଂକ୍ରାନ୍ତିକି ବେନି ଦିବସ ଯେ ଭୋଗ । ୨୧ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ସେ ଦିନ ବିଜେ କଲେ ଅଗସ୍ତି ମହାଋଷି
ତୁଲେଣ ଅଛନ୍ତି ତାହାଙ୍କର ଚାଳିଶ ସହସ୍ର ଶିଷି । ୨୨ । ୪୦,୦୦୦ ଜ୍ଞନ୍ଦନ୍ଧଯରଚ୍ଚନ୍ଦବ
ଅଗସ୍ତିଙ୍କି ଦେଖିଣ ସାନନ୍ଦ ପଣ୍ଡୁରାଜା
ପାଦାର୍ଘ୍ୟ ଦେଇଣ ଯେ ମୁନିଙ୍କି କଲେ ପାଦ ପୂଜା । ୨୩ ।
ବସନ କୁଣ୍ଡଳ ଆବର ବଇଜୟନ୍ତୀ ମାଳା
ସାନନ୍ଦେଣ ଦିଲେ ନେଇ ସେ ଅମ୍ୱାଳିକାର ବଳା । ୨୪ ।
ମୁନିଙ୍କର ପାଦ ଉଦକ ଜଳ ଆଣି
ଶିରରେ ନିବେଶିତ ପଣ୍ଡୁ ରାୟେ ପୁଣି । ୨୫ ।
କୃଷ୍ଣାଞ୍ଜନ ଛାଲ ଗୋଟିୟେ ଗୋଟିୟେ ଆଣି
ଆସନେ ବସିଲେ ବାଳଖିଲ୍ୟା ସକଳ ଯେ ମୁନି । ୨୬ ।
କୁଶଳ ବାରତା ଯେ ପଚାରନ୍ତି ବ୍ରହ୍ମଚାରୀ
କ୍ଷମେଣ ବ୍ରତି ଅଛୁ ନା ପଞ୍ଚୁ କଟକେ ଅଧିକାରୀ । ୨୭ ।
ସୋଦ୍ରିମା ପଣ ତୋର ଜାଣିଲୁ ଆମ୍ଭେ ତଥ୍ୟ
ଧୃତରାଷ୍ଟ ଅଟଇ ତୋର ଅଦକ୍ଷ ଅଯୋଗ୍ୟ ଜ୍ୟେଷ୍ଠ ଭ୍ରାଥ । ୨୮ । ଉଶତ୍ତଷନ୍ଦବତ୍ତବଜ୍ଞଶନ୍ଦତ୍ତବ ଷଚ୍ଚରଳଳଷମଷରଚ୍ଚନ୍ଦ



୨୫ ।୨ ଶିରେ ନିବେଶିତ ପଣ୍ଡୁ ରାଜାର ବେନିରାଣୀ
୧୭ ।୧ ପତନୀ-ପତ୍ନୀ-ସ୍ତ୍ରୀ ୨୬ ।୨ କୃଷ୍ଣାଞ୍ଜନ-କୃଷ୍ଣାଜିନ ୨୮ ।୧ ସୋଦ୍ରିମା-ସୋଦରିମା-ଭ୍ରାତୃସ୍ନେହ ।
ତାହାଙ୍କୁ ଦକ୍ଷ କରାଇଲୁ ଆପଣା ସ୍ୱାର୍ଥପଦେ
ଆପଣେ ବନଗାମୀ ହୋଇଲୁ ସୋଦର ପରମାଦେ । ୨୯ ।
ୟେ ସମସ୍ତ ଯିବ କଥାହିଂ ସେ ରହିଥିବ
ଦୟାଳୁ ଘଟକୁ ଧର୍ମ କେମନ୍ତେଣ ଛାଡିବ । ୩୦ ।
ପରେତେ ଗ୍ୟାନୀ ପିଣ୍ଡ ଅଟୁତୁ ରାୟେ ପଣ୍ଡୁ
ଅନ୍ଧକୁ ରାଜ୍ୟ ଦେଇ ତୁ ବନସ୍ତେ ଦୁଖ ପଡୁ । ୩୧ ।
ଅଇରି ଦର୍ପମନ ନିଶୋଧନ କରୁ ରାଜା
ସଂସାର ଜନ ରଖି ସୁଖେଣ ପାଳୁ ପ୍ରଜା । ୩୨ ।
ସାଧୁ ଜୀବନ ଗୋଟି ପଣ୍ଡୁ ଅଟଇ ତୋହୋରି
ରାଗ ମୋହ ଅହଙ୍କାର ପକାଇଲୁ ଦୂର କରି । ୩୩ ।
ସାବତେଣ ସଂପଦ ଦେଲୁ ନୋହଇ ସେ କ୍ଷମ
ସତ୍ୟେଣ ସଂସାର ପାଲିଲୁ ଜିଣିଲୁ ସବୁ ଧର୍ମ । ୩୪ । ଚ୍ଚଚ୍ଛନ୍ଦ ପାଳିଲୁ
ଶତ ସହସ୍ର ଦଣ୍ଡ ପ୍ରଣମିତ ପଣ୍ଡୁ ଯେ ନୃପତି
ତୁମ୍ଭର ପ୍ରସାଦେ ସମସ୍ତ ସାଧୁ ହେ ଅଗସ୍ତି । ୩୫ ।
ପଣ୍ଡୁ ପ୍ରତିବାକ୍ୟ ମୁନି ହେ ମୁଂ କଲି ମନ୍ଦକୃତ୍ୟ
ଋଷି ମୃଗୀ ସଙ୍ଗମ ଅଛି କି ୟେମନ୍ତ । ୩୬ ।
ଅଗସ୍ତି ବୋଇଲେ ହୋ ତପି ଲୋକମାନେ
ବଳବପୁ ବୟସେ ଯେ ଥାନ୍ତି ଘୋର ବନେ । ୩୭ ।
କାମଦେବ ବୋଲି କରି ସେ ଯେବଣ ପୁରୁଷଇ
ବତିଶ କଳା ଘେନିଣ ସେ ସବୁରି ଦେହେ ବସଇ । ୩୮ । ଜବଵରଜ୍ଞ ବକ୍ଷଜ୍ଞଚ୍ଛ ଜ୍ଞନ୍ଧଳଳରତ୍ତ ଳତ୍ତଚ୍ଛଲ କ୍ଷନ୍ଧଜ୍ଞନ୍ଦ
ତୈଲୋକ୍ୟେ ଜିଣିବାକୁ କେ ସମାନ ନାହିଂ ସେ କାମକୁ
ସେହି ସେ ନାଶ କରଇ ସମସ୍ତ ତପିମାନଙ୍କୁ । ୩୯ ।
ଯହିଂ ଧର୍ମ ତହିଙ୍କି ଦିଗୁଣ ଯୋଚଇ ଶର
ଦୁଲଭ ଗୋଟିୟେ ଅଛି କାମକୁ ଜିଣିମାକୁ କୋଟିକର । ୪୦ ।



୩୬ ।୨ ଋଷି ମୃଗୁଣୀ ସଙ୍ଗମ ଅଛି କି ୟେକ ଯୋଗମତ
 ଋଷିଙ୍କର ଶୃଙ୍ଗାର ଅଛି କି ମୃଗୁଣୀର ସଂଗତ ।
୩୮ ।୨ ବତିଶ କଳା ଘେନି ସମସ୍ତ ହୃଦେ କରେ ବାସ ।
୪୦ ।୨ ଦୁଲଭେ ସେ ଜିଣିବାକୁ ଗୋଟିଏ କୋଟିକର ।
୨୮ ।୧ ସୋଦ୍ରିମା-ସୋଦରିମା-ଭ୍ରାତୃସ୍ନେହ
୪୦ ।୧ ଦୁଲଭ-ଦୁର୍ଲଭ
ସେ କାମ ଯେତେବେଳେ କରଇ ଉନୁମତ୍ତ
କେ କାହାର ଗଉରୋବ କେ କାହାର ମାନିତ । ୪୧ ।
ବନସ୍ତରେ ସ୍ତିରୀନ୍ତ ସେ ପାଇବେ କାହିଂ ଲୋଡି
କେ ବିନ୍ଦୁ ପକାନ୍ତି ହସ୍ତରେ ରେତ କରି । ୪୨ । ଲବଜ୍ଞନ୍ଦନ୍ଧତ୍ତଭବନ୍ଦଷଚ୍ଛଚ୍ଚ ଭସ୍ଥ ଜ୍ଞବଵରଜ୍ଞ
ପକୁଂ କଦଳୀର ଚୋପା ଲାଇଣ କେ କରଇ ରତି
ତେମନ୍ତେ ହେଂ ଢାଳି କରି ରେତ ପକାବନ୍ତି । ୪୩ ।
କେ ମୃତ୍ତିକା ଖଣ୍ଡିରେ ଜଳା ଗୋଟିୟେ କରି
ପକାଇ ମହାରସ ଭିତରେ ପତ୍ର ଭରି । ୪୪ ।
କେ ଗାC ମଇଂଷୀ କେ ଅବା ମେଷ ଛେଳି
ନାନା ପ୍ରକାରେ କରନ୍ତି ରତି ରସ କେଳି । ୪୫ ।
ମୃଗୁଣୀ ଜୀବ ତ ପବିତ୍ର ହୋଇଲା
ଅମେଣ୍ଟଣ ତପୀ ୟେମନ୍ତେଣ ନାଶ ଗଲା । ୪୬ ।
ପଣ୍ଡୁ ବୋଇଲେକ ଅଗ୍ନିକାର ମହଋଷି
ମୃଗୁଣୀ ୟେକ ଘେନି ସେ ରମଇ ବନେ ପଶି । ୪୭ ।
ଶବଦ ଶୁଣି ମୁଂ ନାରାଜ କଲି ବୃଷ୍ଟି
ଋଷି ମୃଗୁଣୀ ଦୁହେଂ ଯେ ନାରାଜେଣ ଫୁଟି । ୪୮ ।
ରାଗେଣ ଶାପ୍ୟ ଦିଲା ମୋତେ ମୁନି ଗରୁ
ଶୃଙ୍ଗାର କାଳେ ତୋତେ ଅକାଳ କାଣ୍ଡ ପଡୁ । ୪୯ ।



୪୨ ବନସ୍ତରେ ସ୍ତିରୀଙ୍କି ପାଇବା କାହିଂ ଲୋଡି ।
 କେ ବୀର୍ଯ୍ୟ ପକାଇ ହସ୍ତରେ ଧରି କରି ।
 କେ ବିନ୍ଦୁ ପକାନ୍ତି ହାଥରେ ତରଳ କରି ।
୪୩ ପକ୍ୱ କଦଳୀ ଫଳ ଲାଇ କେ କରନ୍ତି ରତି
 କେଉଣସି ମତେ ରେତ ପକାବନ୍ତି ।
୪୪ କାସିକା ଗୋଟିୟେ ଜଳା ଗୋଟିୟେକ କରି
 ତହିଂ ସେ ରେତ ଯେ ଛାଡନ୍ତି ତପଚାରୀ ।
୪୯ ।୧ ରାଗେଣ ଶାପ ମୋତେ ଦିଲାକ ସେ ବଡୁ ।
୪୩ ।୧ ପକୁଂ-ଫଳ-ପାଚିଲା
୪୪ ।୧ କାସିକା-ଘଡି, କଳସ
୪୬ ।୬ ଅମେଣ୍ଟଣ-ଅମୋଘ, ୪୯ ।୧ ଗରୁ-ଗୁରୁ ୫୨ ।୧ ଦୁରାପଦ-ଦୁର୍ଲଘଂ୍ୟ
ଜନ୍ମ ତ ନିଷ୍ଫଳ ହୋଇଲା ନାଶ ଗଲା ବଂଶ
କହିବା ଅଗସ୍ତି ହୋ ମୋତେ ପ୍ରତିକାର କିସ । ୫୦ ।
ଅଗସ୍ତି ବୋଇଲେ ସେ ନୁହଇଟି ମତିଭୋଳା
ନାଶକର ଶାସ୍ତିରେ ମୃଗୁଣୀ ସଂଗେ ମେଳା । ୫୧ ।
ଦୁରାପଦ ଶାପ ତୁ ଯେ ପାଇଲୁ ମହାରାଜା
ନାଶ ଯିବୁଟି ରାଜା ଶୃଙ୍ଗାର ରସେ ନ ଯା । ୫୨ ।
କୋଇନ୍ତା ମାଦ୍ରୀ ବେନି ରାଣୀନ୍ତ ହକାରି
ତୁ ଆପଣେ ଆଗ୍ୟାଂ ଦେବୁ ନା ତିଆରି । ୫୩ ।
କେଉଂଣ ବାଗେ ଗୋ ଉତପତ୍ତି ହୋଅଇ ସନ୍ତତି
ତହିଂକି କାରଣ ତୁମ୍ଭେ କର ବେନି ଯେ ଯୁବତୀ । ୫୪ ।
ଶାହାସ୍ର ପୋଥି ଫେଇ ମୁନି ଶୁଣାନ୍ତି ବେନି ରାଣୀ
ସନ୍ତାନକୁ ଉପାୟ କର ଗୋ ଭୋଜର ଦୁଲଣୀ । ୫୫ ।
ଯତନେ ପର ରେତ ନ କଲ ତହିଂ ଇଚ୍ଛା
ସନ୍ତାନ ନିମନ୍ତେ କରିବ ନାହିଂ କି ଗୋ ମନବାଞ୍ଛା । ୫୬ ।
ସ୍ୱାମୀଙ୍କି ସଂକୋଚ ଗୋ ନ କର ମାହେଶ୍ୱରୀ
ପୁତ୍ର ଉପୁଜାଇ ଗୋ ଲଭ ସ୍ୱର୍ଗ ପୁରୀ । ୫୭ ।
ଅଗସ୍ତି ବୋଇଲେ ଗୋ ଶୁଣ ଦେବୀ କୋନ୍ତେ
ଦୁର୍ଭାସାଙ୍କ ମହାମନ୍ତ୍ର ଅଛି ତୋହୋର ଯେ ହସ୍ତେ । ୫୮ ।
ମାନବ ଇଚ୍ଛିଲେ ଗୋ ହୋଇବ ଦୋଚାରୀ
ଦେବତାନ୍ତ ଇଛା କର ଗୋ ହୁଅ ରତିକାରୀ । ୫୯ । ଚ୍ଚଚ୍ଛ ଜ୍ଞଷଚ୍ଚ ଷଚ୍ଚ ଷଚ୍ଚନ୍ଦରତ୍ତମଚ୍ଛନ୍ଧତ୍ତଜ୍ଞର ଦ୍ଧଷନ୍ଦଶ ଵଚ୍ଛଯଜ୍ଞ, ଅଧିଆ
ଦେବ କଳା ଘେନି ଗୋ ଦେବେ ହୁଅନ୍ତି ଜନମ
ଛାଡିବ ଦୁପାତକ ଉଦିତ ହେବ ଧର୍ମ । ୬୦ ।



୫୨ ।୨ ନାଶ ଯିବୁଟି ସ୍ତିରୀଙ୍କର ପାଶକୁ ନ ଯା ।
୫୬ ।୧ ଯତ୍ନେଣ ତୁ ଗୋ ନ କର ରତି ଇଚ୍ଛା ।
୫୮ ।୨ ଦୁର୍ଭାସାଙ୍କ ଜପାମାଳୀ ଅଛି ତୋହୋର ହସ୍ତେ ।
୫୯ ।୨ ଦେବତାନ୍ତ ଘେନି ଗୋ ହୁଅ ରତିକାରୀ ।
୬୦ ଦେବ କଳା ଘେନି ପୁତ୍ର ହେଉ ଜନମ
 ଖଣ୍ଡୁ ଦୁପାତକ ଉଦିତ ହୋଉ ଧର୍ମ
୫୨ ।୧ ଦୁରାପଦ-ଦୁର୍ଲଘଂ୍ୟ ୬୦ ।୨ ଦୁପାତକ-ଦୁଃଖ ଓ ପାପ
କୋଇନ୍ତା ବୋଇଲେ ତୁମ୍ଭେ ଗୁରୁ ପରମ ଗୁରୁ
ତୁମ୍ଭର ଆଗ୍ୟାଂ କେ ଅନ୍ୟସ୍ତା କରିପାରୁ । ୬୧ ।
ଅଗସ୍ତି ବୋଇଲେ ମା ଗୋ ୟେହେର୍ଣ୍ଣେକ ଅଛି ପୂର୍ବେ
ତୁମ୍ଭେ କିଛି ଅନ୍ତର ନ ଧର ମନେ ୟେବେ । ୬୨ ।
ଆଗୋ ସ୍ତିରୀଙ୍କର ଧର୍ମ ଗୋ ଅଟଇ ଯୁଗତି
ସ୍ୱାମୀର ବୀର୍ଯ୍ୟେ ଯେବେ ନ ଉପୁଜଇ ସନ୍ତତି । ୬୩ । ଷଚ୍ଚମଚ୍ଛଲଟ୍ଟବନ୍ଦଷଭଷକ୍ଷଷନ୍ଦସ୍ଥ ଦ୍ଧଷନ୍ଦଶ ଶନ୍ଧଜ୍ଞଭବଚ୍ଚଯ, ଵରନ୍ଦ
 ବଚ୍ଚଚ୍ଛନ୍ଦଶରତ୍ତ
ଆଗୋ ପରଦାର କରାଇ ଗୋ ଉପୁଜାଇ ବଂଶ
ସ୍ୱାମୀର ଅଭିଶାପ ତୁମର କିସ ଦୋଷ । ୬୪ ।
ତୁମ୍ଭର ଉପର ବଂଶେ ସନ୍ତାତି ବିହୁନେ
ଦେଖିଲଟିକି କେମନ୍ତେ କଲେ ଶାଶୁମାନେ । ୬୫ ।
ବ୍ୟାସେ ଅଟନ୍ତିଟିକି ତାହାଙ୍କର ଜ୍ୟେଷ୍ଠ ଶଶୁର
ତାହାନ୍ତ ଘେନି ପୁଣ ଇଛିଲେ ଶୃଙ୍ଗାର । ୬୬ ।
ଅନ୍ଧ ପଣ୍ଡୁ ବିଦୁର ଉପୁଜିଲେ ତିନିଭ୍ରାଥେ
ତୁ ଅର୍ଣ୍ଣପୂର୍ଣ୍ଣା ମା ଗୋ ଯୁଗତେ ଥାଅ ୟେଥେ । ୬୨ । ଅନ୍ନପୂର୍ଣ୍ଣା ଲଷଜ୍ଞଜ୍ଞଟ୍ଟରକ୍ଷନ୍ଦ
ୟେବେ ଯାଉଅଛୁଂ ଆମ୍ଭେ ଆସିବୁଂ ସମୟେ
ଆମ୍ଭର ଗୋଚରେ ଦେବୁଟି ତୋହୋର ତନୟେ ଗୋ ମାୟେ । ୬୮ ।
କୋଇନ୍ତାକୁ ବୋଇଲେ ମା ଗୋ ଆମ୍ଭର ବୁଦ୍ଧି କର
ଅବିଭାଇତ କାଳେ ତୁ ଇଛିଲୁ ଶୃଙ୍ଗାର କରତାର । ୬୯ ।
କର୍ଣ୍ଣ ଜନ୍ମ ହୋଇଲାଟି ଆଦିତ୍ୟଙ୍କର ବୀର୍ଯ୍ୟେ
ରାଧେବ ପାଳିଲାଟି ସେହୁ ତୋହୋର ଆତ୍ମଜେ । ୭୦ ।
କୋଇନ୍ତାୟେ ବୋଇଲେ ମୁନି ହେ ତୁମ୍ଭେ କାହିଂ ଥିଲ
ୟେ ମୋହୋର ମନ୍ତ୍ର ପରୀଖ ତୁମ୍ଭେ କେମନ୍ତେ ଜାଣିଲ । ୭୧ । ଆଵବଜ୍ଞନ୍ଦଷ ହଚ୍ଚରଦ୍ଧ ଚ୍ଛଳ ଔବତ୍ତଚ୍ଚବ'ଜ୍ଞ ଭଷତ୍ତନ୍ଦଶ
ଅଗସ୍ତି ପ୍ରତିବାଚ ଆମ୍ଭେ ଭୂତ ଭବିଷ୍ୟ ଗ୍ୟାଂତା
ପୁରାଣେ ସ୍ରିଜିଅଛୁଂ ଆଗତ ଭବିଷ କଥା । ୭୨



୬୧ ।୨ ତୁମ୍ଭର ଆଗ୍ୟାଂ କେ ଜନ୍ମେଣ ଆନ କରୁ ।
୬୨ ।୨ ତୁମ୍ଭେ କିଛି ଭ୍ରାନ୍ତି ନ କର ଗୋ ୟେବେ ।
୬୭ ।୨ ସ୍ତିରୀ ଅପର୍ଣ୍ଣାକୁ ସେ ଅଛଇ ଯୁଗତେ ।
ୟେବେ ତୋତେ ହୋ କହୁଅଛୁଂ ଆଗତକୁ
ଧର୍ମେଣ ପୁତ୍ର ଗୋ ପ୍ରାପତ ହେବ ତୁକୁ । ୭୩ ।
ପବନେଣ ପୁତ୍ର ହୋଇବ ସମ୍ଭୂତ
ଇନ୍ଦ୍ର ଦେବତା ତହୁଂ ଗୋ ପୁତ୍ରେକ ହେବ ଜାତ । ୭୪ ।
କର୍ଣ୍ଣକୁ ବୋଇଲେ ଗୋ ତୋର ହୋଇବ ପୁତ୍ର ଚାରି
ପୁଣିହିଂ ଯୁଝେଷ୍ଠି ଭୀମ ଅର୍ଜୁନ ତିନି ନାମ ଧରି । ୭୫ ।
ଯୁଝେଷ୍ଠି ହାଦେ ଯେ ପ୍ରତକ୍ଷେ ହୋଇବାକ ବ୍ରହ୍ମା
ଭୀମସେନ ହୋଇବ ଯେ Cଶ୍ୱର ମହାତମା । ୭୬ ।
ଅର୍ଜୁନ ହୋଇବ ଯେ ପ୍ରତକ୍ଷେ ବିଷ୍ଣୁନାଥ
ୟେମନ୍ତେ ବ୍ରହ୍ମା ବିଷ୍ଣୁ ଶିବ ହୋଇବେ ତିନି ପୁତ୍ରେ ଜାତ । ୭୭ ।
ମାଦ୍ରୀଙ୍କି ଦୟା କରିବୁଟି କୋନ୍ତ ଭୋଜର ଦୁଲାଳୀ
ୟେହାକୁହିଂ ଦେବୁଟି ବେଳେ ଦୁର୍ଭାସାଙ୍କ ମନ୍ତ୍ର ଜପାମାଳି । ୭୮ ।
ୟେହାର ତହୁଂ ଜାତ ହୋଇବ ପୁତ୍ର ବେନି ଗୋଟି
ଭାରାଭର ନିବାରିଣ କରିବେ ୟେ ନବସୃଷ୍ଟି । ୭୯ ।
ମା ଗୋ ୟେ କଥା ଅନ୍ତର, ନୋହଇଟି ଆନ
ଆମ୍ଭର ଶପତ ଟି ନ ଧର ଆନ ମନ । ୮୦ ।
ସୁଲକ୍ଷଣୀ ଆଶିଷ ଦେଲେ ମହାତ୍ମା ଅଗସ୍ତି
କୁଶ ଶେଜ୍ୟା ଗୋଟିୟେ ଦେଲେ ଦେବୀଙ୍କି ମନ୍ତ୍ରି । ୮୧ ।
ୟେ ଶେଜ୍ୟାରେ ଶୋଇଣ ଦୁର୍ଭାସାଙ୍କର ମହାମନ୍ତ୍ରେ
ଯାହାକୁ ସଂକେତ କରିବୁ ସେ ଭେଟିବ ଯୁଗତେ । ୮୨ ।
ମୋହନ ଅଞ୍ଜନ ଦିଲେ ଯେ ମଦନାକୁ
ୟେହାନ୍ତ ଘେନି ମୋହ ତୁ ଅଶ୍ୱିନୀ କୁମାରଙ୍କୁ । ୮୩ ।
ସୁକୁମାର ସୁନ୍ଦର ସେ ସଗ୍ୟାଂର ଅଟଇ ଚାଟ
କୁମାର ସମ୍ମୁଖେ ଯାକୁ ଅଛି ଆକାଶେ ପାଟ । ୮୪ ।
ସେ ବେନି କୁମାର ଗୋ ତୋତେ ଅନଙ୍ଗ ଭୋଗ କରାଇବେ
ବେନି ପୁତ୍ରେ ଉପୁଜିବେ ନାମ ଦେବୁ ନକୁଳ ସହଦେବେ । ୮୫ ।
ସହଦେବ ବୋଲିଣ ତୋର ଯେବଣ ପୁତ୍ର ଗୋଟି
ଭୂତ ଭବିଷ୍ୟ ତାହାକୁ ଦିଶିବ ନବସୃଷ୍ଟି । ୮୬ ।
ଅନେକ ପୁଣ୍ୟ ଧର୍ମ ସେ କରିବେ ଦ୍ୱାପରେ
ଚିରାନ୍ତନ କୀର୍ତ୍ତି ରୁହାଇବେ ସେ ମଧ୍ୟ ଭୁବନରେ । ୮୭ ।
କୋଇନ୍ତାକୁ ଭଗତି ଗୋ ହୋଇ ଥାଅସି ମଦନା
ମାଗୋ କୋଇନ୍ତା ୟେହାକୁ ଦୟା କରିଥିବୁଟି ୟେ ତୋହୋର ଦାସୀ ସିନା । ୮୮ ।
ଅଗସ୍ତିଙ୍କ ବଚନେ ସେ ହୋଇଲେ ପରମ ଶାନ୍ତି
ଛାଡିଲେ ଦୋଷାଦୋଷମାନ ହୋଇଣ ନିଭ୍ରାନ୍ତି । ୮୯ ।
ପଣ୍ଡୁରାଜା କୋଇନ୍ତା ମାଦ୍ରୀ ଘେନି ହୋଇଲେ ପରିଣାମି
ସେଠାରୁ ଅନ୍ତର୍ଧାନ ହୋଇଲେ ଅଗସ୍ତି ମହାମୁନି । ୯୦-୨୦୦୧ ।



୮୦ ।୧ ମାଗୋ ୟେ କଥା କେବେ ନ କରିବୁଟି ଆନ ।
୮୧ ।୨ ଶେଜ୍ୟା-ଶଯ୍ୟା
୮୪ ।୧ ସଂଗ୍ୟା-ସୂର୍ଯ୍ୟଙ୍କ ପତ୍ନୀ
୮୫ ।୧ ସେ ବେନି କୁମାରେ ତୋତେ ଭୋଗ୍ୟ ଯେ କରିବେ ।
୮୮ ।୨ ମାଗୋ କୋଇନ୍ତା ୟେହାକୁ ଦୟା କରିଥିବୁଟି ୟେ ତୋହୋର ଭୃତ୍ୟର ଭୃତ୍ୟ ସିନା
୮୭ ।୨ ଚିରାନ୍ତନ-ଚିରନ୍ତନ
ଯୁଧିଷ୍ଠିରଙ୍କ ଜନ୍ମ
ପଣ୍ଡୁ ତିଆରିଲେ ଶୁଣିଲଟିକି ପୁରାଣେ
ଦୁତୀ ବ୍ରହ୍ମା କହିଲେ ଶାହାସ୍ର ପରମାଣେ । ୧ ।
କୋଇନ୍ତାୟେ ବୋଇଲେ ଦେବ କହିଲେ ଅଗସ୍ତି
ତାହାଙ୍କର ବଚନେ ଯେହ୍ନେ ହୋଇବ ଫଳଶ୍ରୁତି । ୨ ।
ପଣ୍ଡୁ ବୋଇଲେ ଆବର ବିଳମ୍ୱ ନ କର
ଦେଖିବି ନନ୍ଦନ ଗୋ ସଂପ୍ରତେ ହୋଇବ ମନର । ୩ ।
କୋଇନ୍ତାୟେ ବୋଇଲେ ଆମ୍ଭେ ବୁଝିବାକ ଭଲ ତିଥି
ଇଛାୟେ ଯେବେ କରାଇବା ପୁତ୍ର ଉତପତ୍ତି । ୪ ।
ବିଚାର କରନ୍ତି ଯେ ଶତଶିଂଗ ପର୍ବତେ
ପଣ୍ଡୁ ଅନ୍ଧାରି ବିଜେ କରି ପଶିଲେ ବନସ୍ତେ । ୫ ।
ଯତନେଣ ଭାରିଯାନ୍ତ ଛାଡଇ ରାତ୍ରକାଳେ ରାୟେ
ଯେମନ୍ତେ ପାରନ୍ତୁ ସେ ଉପୁଜାନ୍ତୁ ତନୟେ । ୬ ।
ୟେମନ୍ତେଣ ମନେ ବିଚାରି ପଣ୍ଡୁ ବୁଲନ୍ତି ଘୋର ବନେ
କରନ୍ତି ବେଣ୍ଟ ମୃଗୟା ସେ ଗହନ ଅରଣ୍ୟେ । ୭ ।
ବଇଶାଖ ଶୁକଳପକ୍ଷ ପ୍ରତିପଦା ଚନ୍ଦ୍ରବାର
ଦ୍ୱିଜା ମେଷ ରାଶିକି ଭୋଗ ସେ ଦିନର । ୮ ।
ତୈତିଲ୍ୟ ନାମେ କରଣ ପ୍ରୀତି ନାମେ ଯୋଗ
ମେଷ ସଂକ୍ରାନ୍ତିକି ଉଣାଇଶ ଦିନ ଭୋଗ । ୯ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ସଂପୂର୍ଣ୍ଣ ହୋଇ ଅଛଇ ସାତ ଘଡି ରାତି
ମଦନାକୁ ବସାଇ ଭାଳନ୍ତି ଦେବୀ କୋନ୍ତୀ । ୧୦ ।
ଅଗସ୍ତିଙ୍କ ବଚନେ କୁଶ ଶେଜ୍ୟା ଗୋଟିଏ କଲେ
ଝୀନ ବସ୍ର ଗୋଟିୟେ ଉପରେ ଘୋଡାଇଲେ । ୧୧ ।
ଶଉଚ ଭାବ ହୋଇଣ ଦେବୀ ବେଶ ବେଶନ ହୋଇ
ପୁଷ୍ପ ପାଖୁଡା ଗୁଡା ଉପରେଣ କର୍ପୂର ଗୁଣ୍ଡିକି ଉଛାଇ । ୧୨ ।
ଦୁର୍ଭାସାଙ୍କ ଜପାମାଳୀ ଘେନିଲେ ଦେବୀ ହସ୍ତେ
ଭୋ ଧର୍ମ ଦେବତା ବୋଲି ସୁମରିଲେ ହୃଦଗତେ । ୧୩ ।
ନିଜ ପତିର ତୁଲେ ଗୋ ନୋହିଲାକ ରତି
ୟେହା ସେ ଅରଜିଲୁ ଆମ୍ଭେ ହୀନ ଯେ ଯୁବତୀ । ୧୪ ।
ୟେ କଷଣୁ ସ୍ୱାମୀ ଧର୍ମ ଦେବ କର ପାରି
ଧର୍ମ ଧର୍ମ ସୁମରଇ ଦେବୀ ଭୋଜର କୁମାରୀ । ୧୫ ।
ଆସନ କ-ିଲା ସ୍ୱାମୀ ନିରଞ୍ଜନ ପୁରୁଷ
ଶୁକ୍ଲାମ୍ୱର ପୁରୁଷ ଆସି ହୋଇଲେ ବେଗେ ଦୃଶ୍ୟ । ୧୬ ।



୪ ।୧ ପଣ୍ଡୁରାୟେ ବୋଇଲେ ତୁମ୍ଭେ ଶୁଣିଲଟିକି ସତୀ ।
୧୨ ଅଶଉଚ ଭାବ ଛାଡି ବେଶ ବେଶନ ହୋଇ ।
 ଶଉଚ ଭାବ ହୋଇଣ ସେ ବସନ ସାଚା ହୋଇ ।
୧୨ ।୨ ପୁଷ୍ପ ପାଖୁଡା ଉପରେକ କର୍ପୂର ଗୁଣ୍ଡିକି ବିଛାଇ ।
୧୬ ।୧ ଆସନ କଂପିଲା ଦେବୀ ଶୂନ୍ୟ ପୁରୁଷ ।
କୁଶ ଶଯ୍ୟା ଯୁଗତେ ଆସି ବିଜୟେ ଧର୍ମ ନିରଞ୍ଜନ
ଦେଖିଣ କୋଇନ୍ତାୟେ ବିନୟ ଭଗତି ମାନ । ୧୭ ।
ବାବୁ ଦୁର୍ଭାସା ମହଋଷିର ମନ୍ତ୍ର ପରସାଦେ
କୋଇନ୍ତାକୁ ଦୃଶ୍ୟ ହୋଇଲା ମନୁଷ୍ୟ ପ୍ରାୟେ ହାଦେ । ୧୮ ।
ଅନେକ ପୂଜା କରନ୍ତି ଦେବୀ ଯେ କୋଇନ୍ତା
ଦେଖିଣ ପରମ ସାନନ୍ଦ ସେ ଧର୍ମ ଦେବତା । ୧୯ ।
ଦେଖିଣ କୋଇନ୍ତାୟେ ହୋଇଲେ ଧୀରମତି
ଶୂନ୍ୟ ପୁରୁଷ ତୁଲେ ବଢାଇଲେ ଅନେକ ପୀରତି । ୨୦ ।
ଶୃଙ୍ଗାର ପରିତୋଷେ ଅକ୍ଷୟ ନିରଞ୍ଜନ
ତେଜିଲେ ବୀର୍ଯ୍ୟ ସେ ସମ୍ଭର୍ବେ ବିଦ୍ୟମାନ । ୨୧ ।
ଅମୃତ ଯୋଗେ ଅଢାଇ ପ୍ରହର ରାତି
ସଇନ୍ଦୁ ପୁତ୍ରେକ ଯେ ହୋଇଲା ଉତପତ୍ତି । ୨୨ ।
ଶୁକ୍ଲାମ୍ୱର ଶରୀର ଆଦିତ୍ୟ ତେଜ ଜାଣି
ନିକଳଙ୍କେ ଉତପତ୍ତି ସେ ଜାଣି ନିଶାମଣି । ୨୩ ।
ଆକାଶ ଭୁବନେ ବିକାଶିଲା ଯେ ଜ୍ୟୋତି
ପୁତ୍ରକଇ କୋଳେ ଧଇଲେ ଦେବୀ କୋନ୍ତୀ । ୨୪ ।
ସୁନ୍ଦର ନିର୍ମଳ ନିକଳଙ୍କ କାୟେ
ସୁକୁମାର ଶରୀର ଦିଶଇ ଶୁଦ୍ଧ ସଷ୍ଟିକର ପ୍ରାୟେ । ୨୫ । ସ୍ପଟିକ?
ଶ୍ରୀଖଣ୍ଡ କପାଳ ଯେ ଅମୂଲ୍ୟ ରେଖ ପାଟି
ତିଳ କୁସୁମ ନାସିକା ରକ୍ତ କୁମୁଦ ଦୃଷ୍ଟି । ୨୬ ।
ଲଳିତ ଶ୍ରବଣ ଯେ ପକୁଂ ବିମ୍ୱ ଓଷ୍ଠ ପକୁଂଙ୍ଗପକ୍ୱ
ବଳିଣ ବେନି ବାହୁ ଗଣ୍ଡସ୍ଥଳ ମୋଟ । ୨୭ ।
କନକ ମୃଣାଳ ବେନି ଯେ ବାହୁଟି
ସଂପୂର୍ଣ୍ଣ ଚନ୍ଦ୍ର ବଦନ କମଳ ମୁଖ ଗୋଟି । ୨୮ ।



୨୧ ।୧ ଶୃଙ୍ଗାର ସାରି ତୋଷେ ଅକ୍ଷୟ ନିରଞ୍ଜନ ।
୨୩ ।୨ ଯେସନେକ ଉଦେ ହୁଅନ୍ତି ନିଶାମଣି ।
୨୬ ।୧ ଶ୍ରୀଖଣ୍ଡ କପାଳ, ଶ୍ରୀଖଣ୍ଡ-ଚନ୍ଦନ, ତତ୍‍ସଦୃଶ ଶୁକ୍ଲବର୍ଣ୍ଣ କପାଳ ।
ଅଭୟେ ଆକର୍ଷଣ ବିକ୍ଷସ୍ଥଳ ଯେ ବିରାଜି
କନକ କଳ୍ପ ବୃକ୍ଷ ଗଜରିପୁ ମଝା ବୁଝି । ୨୯ ।
ପ୍ରଲମ୍ୱ ବାହୁ ଜାନୁ କମଳ ସୁସଞ୍ଚ
ନୋହଇ ସଂକୀର୍ଣ୍ଣ ସେ ନୋହଇ ପ୍ରଲମ୍ୱ ଉଞ୍ଚ । ୩୦ ।
ଆରକ୍ତ କୁସୁମ ଜାଣି ବେନି କରସ୍ଥଳୀ
ନିକଣ୍ଟେକ ଫୁଟେକ ଚେ-କ ଜାଣି ଶୋଭିତ ଅଙ୍ଗୁଳୀ । ୩୧ ।
ବିଘଂସିତ ଦଶନହ କୁନ୍ଦ ପାଖୁଡା ପ୍ରାୟେ ଜାଣି
ପୃଥୀକି ଅଳଙ୍କାର ପ୍ରାୟେ ଦିଶଇ ଆଜାନୁ ବେନି ପାଣି । ୩୨ ।
ବିକ୍ରମ ସିଂହ ଶୋଭା ଦିଶଇ ବେନି ଜାନୁ ଠାଣି
ବେନି ପାଦ କାନ୍ତି ରକତ କୁମୁଦ ଜାଣି । ୩୩ ।
ପୋୟେଳା ରେଖ ଯେହ୍ନେ ପାଦ ଦଶ ଅଙ୍ଗୁଷ୍ଠି
ସେବତୀ ପାଖୁଡା ଜାଣି ଦଶନହ ଫୁଟି । ୩୪ ।
ବେନି ପାଦ ସ୍ଥଳୀ ବିରାଜିତ ପଦ୍ମ ଚିହ୍ନ
ଶଙ୍ଖ ମଷ ଚିହ୍ନ ବେନି କରସ୍ଥଳେ ଗୋପ୍ୟାନ । ୩୫ ।
ଶରଦ ଆଦିତ୍ୟ ପ୍ରାୟେ ଘଟଣ ଯାହାର ତନୁ
ଯେ ସେ ମହାତ୍ମା ଭେଦିଲା ଶୂନ୍ୟ ଆସନୁଂ । ୩୬ ।
ମୁକତି ଗତି ପୁରୁଷ ସେ ଦ୍ୱାପର ଯୁଗକୁ
ପ୍ରତକ୍ଷେ ନିରଞ୍ଜନ ଜାତ କଲେ କାଳଦର୍ପ ଧଂସିବାକୁ । ୩୭ ।
ଉଦୟେ ଚନ୍ଦ୍ର ଯେହ୍ନେ ନିକଳଙ୍କ ସୂର୍ଯ୍ୟମଣି
ଲଲାଟେ ଶୂନ୍ୟ ପୁରୁଷ ଖଞ୍ଜିଲେ ତାହା ଆଣି । ୩୮ ।



୩୧ ।୧ ଅଫୁଟିତ ଚ-ା ଜାଣି ଦିଶଇ ଅଙ୍ଗୁଳି ।
୩୫ ।୨ ଶଙ୍ଖ ଚକ୍ର ଚିହ୍ନ, ଶଙ୍ଖ ପଦ୍ମ ଚିହ୍ନ ।
୩୮ ।୧ ଉଦୟ ପ୍ରାୟେ ଶୋଭା ନିଷ୍କଳଙ୍କ ସୂର୍ଯ୍ୟ ଜାଣି
 ଉଦୟେ ପାକ ସ୍ୱଭାବ ନିଷ୍କଳଙ୍କ ସୂର୍ଯ୍ୟ ଜାଣି ।
 ଉଦୟେ ପ୍ରାୟେ ପାବକ ସୁଦ୍ଧ ଯେ ସୂର୍ଯ୍ୟମଣି
 ଅମୃତାକ୍ଷ ରତ୍ନ ଯେ ଅଟଇ ସୂର୍ଯ୍ୟମଣି ।
୨୯ ।୧ ଆକର୍ଷଣ-ବଳପ୍ରକାଶକ
୨୯ ।୨ କନକ କଳ୍ପବୃକ୍ଷ-ସୁବର୍ଣ୍ଣ କଳ୍ପଲତା-ଇଛାପ୍ରଦ ବୃକ୍ଷ, ସୁବର୍ଣ୍ଣ ବାଞ୍ଛାତରୁ
୩୨ ।୧ ବିଘଂସିତ-ବିକସିତ
୩୪ ।୧ ପୋୟେଳା-ପ୍ରବାଳ ୩୪ ।୨ ନହ-ନଖ
ହୃଦୟେ ଭୂଷଣ ତାର କଣୟ ପୁଷ୍ପମାଳ
ଶଉଚବନ୍ତ ପୁଷ୍ପ ସ୍ଥାପିଲେ ଗଣ୍ଡସ୍ଥଳ । ୩୯ ।
ସଦୟେ ଶୋଭାବନ ସତ୍ୟ ପଞ୍ଚମୁଦ୍ରା
ପାପ ଆତ୍ମା ଛଡାଇଲେ ସେ ଅନାଦି ବ୍ରହ୍ମସିଦ୍ଧା । ୪୦ ।
ଭୂତ ଭବିଷ୍ୟ ଜାଣିମା ହୃଦଗତେ
ଦିବ୍ୟଚକ୍ଷୁ ପରାପତ କରାଇଲେ ସେ ନିରଞ୍ଜନ ଦଇବତେ । ୪୧ ।
ପୁତ୍ର କୋଳେ ଧରି ବଦୟନ୍ତି କରତା
ୟେ ମଧ୍ୟ ଭୁବନେ ହେବୁ ତୁହି ସେ ଧର୍ମ ଦେବତା । ୪୨ ।
ୟେ ମଞ୍ଚ ସ୍ୱର୍ଗେଣ ଦେବତାୟେ ହୋଉ ଯଦ୍ୟପି ଉତପତ୍ତି
ସମସ୍ତେ ହେଂ ତୋହୋର ଦାସ ତୁ ସବୁଙ୍କରି ଆଧିପତି । ୪୩ ।
ନାରାୟଣ ଉତପତ୍ତି ହୋଇବେ ମଞ୍ଚପୁରେ
ସେ ହରି ଆରାଧନା କରିବେ ତୋହୋର ପୟରେ । ୪୪ ।
କୋଟି ତାର୍ଥ ସ୍ନାନେଣ ବାବୁ ଯେତେ ଫଳ ଶ୍ରୁତି
ତବ ନାମ ସୁମରନ୍ତେ ସଂସାର ଜନେ ପାବନ୍ତୁ ସଦଗତି । ୪୫ ।
ଦ୍ରଶନେ ଲଭନ୍ତୁ କୋଟିୟେ ଅଶ୍ୱମେଧ ଯଗଂ୍ୟ ଫଳ
ୟେ ମଧ୍ୟ ଭୁବନକୁ ବାବୁ ତୁହି ସେ ଧର୍ମ ଦିଗପାଳ । ୪୬ । ସଂଖ୍ୟା
ଅନୁବ୍ରତେ ଧର୍ମବ୍ରତ ଯେ ତୋହୋର ଇଚ୍ଛା
ୟେବେ ୟେ ସୃଷ୍ଟି ବାବୁ ଧର୍ମେ କର ରକ୍ଷା । ୪୭ ।
ୟେସନେକ ବର ଦେଇ ସ୍ୱାମୀ ନିରଜଂନ
ଶୂନ୍ୟେଣ ମହାତମା ଯେ ହୋଇଲେ ଅନ୍ତର୍ଧାନ । ୪୮ ।
ପୁତ୍ରକୁ କୋଳେ ଧରି ବସିଛନ୍ତି ଦେବୀ କୋନ୍ତା
ମାଦ୍ରୀ ଆରୋପଣ କଲେ ଅଗ୍ନି ଯେ ଦେବତା । ୪୯ ।
ଧର୍ମ ସୁମରି କରି ପୁତ୍ର ଦିଲା ରାବ
ବିଜୟକେତନ ପର୍ବତେ ଥାଇ ଶୁଣିଲେ ପଣ୍ଡୁ ରାଜଦେବ । ୫୦ ।



୩୯ ହୃଦରେ ଭୂଷଣ ତାରକ ବ୍ରହ୍ମଗ୍ୟାଂନ
 ଶୌଚ ଧର୍ମ ସ୍ଥାପିଲା ପ୍ରହୁ ନିରଜଂନ ।
୪୮ ।୨ ଅନ୍ତର୍ଧାନ-ଅନ୍ତର୍ଦ୍ଧାନ
ଚତୁର୍ଦଶ ଘଡି ଆସି ହୋଇଅଛି ରାତି
ଶ୍ରୀହସ୍ତେ ଧନୁ ଧରି ଆସି ମିଳିଲେ ପଣ୍ଡୁ ଯେ ନୃପତି । ୫୧ ।
ପର୍ବତ ତଳେ ବିଜୟେ ଅମ୍ୱାଳିକା ତନୟେ
ଅନ୍ଧାର ଭେଦି ପର୍ବତ ଦିଶୁଅଛି ଦିବସର ପ୍ରାୟେ । ୫୨ ।
ଗିରିବର ଶିଖରେ ଯାଇ ଉଠିଲେ ନୃପମଣି
ପାଷାଣ ଝଡୁ ଅଛି ପୁତ୍ରର ରାବ ଶୁଣି । ୫୩ ।
ସ୍ୱର୍ଗ ତେଜି ଚନ୍ଦ୍ର ଦେବତା କି ପର୍ବତେ ଉଦୟେ
ରାତ୍ରକାଳେ ପର୍ବତ ଦିଶଇ ଶୁକ୍ଲାମ୍ୱର ପ୍ରାୟେ । ୫୪ ।
ହରଷେ ପଣ୍ଡୁରାଜା ବିଜେ କଲେ ସନ୍ନିଧାନେ
ସାନନ୍ଦେ ଅଶ୍ରୁଜଳ ବହଇ ବେନି ଯେ ନୟନେ । ୫୫ ।
ପୁତ୍ରକଇ ଦେଖଇ ରାଜା ଅନେକ ହରଷେ
ମାଦ୍ରୀ ବୋଇଲେ ଦେବ ନୁ ଆସ ପୁତ୍ରପାଶେ । ୫୬ ।
ଗଣ୍ଡମୂଳ ଦୋଷ ଜାଣିମା ତଥ୍ୟ କରି ଢନ୍ଧଯଶଷଜ୍ଞନ୍ଦଶଷତ୍ତବ'ଜ୍ଞ ଵବଚ୍ଚଯବ ଯଚ୍ଛଜ୍ଞଶ
ଶୁଣିଣ ହସିଲେ ସେ ପଣ୍ଡୁ ଦଣ୍ଡଧାରୀ । ୫୭ ।
କୁନ୍ତଭୋଜର ନନ୍ଦନୀ ଆଦି ଯେ ଅପର୍ଣ୍ଣା
ୟେ ଦୋଷରୁ ଉତ୍ତାରିବାକୁ ସେ ପରମ ପଣ୍ଡିତ ସିନା । ୫୮ ।
ବ୍ରାହ୍ମଣ ରୂପ ଧରି ଦେବଗୁରୁ ବୃହସ୍ପତି
ଶ୍ରୀହସ୍ତେ ଧରିଛନ୍ତି ସେ ସପତାଙ୍ଗ ପୋଥି । ୫୯ ।
ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ
ସୋମ ବଂଶେଣ ପଣ୍ଡୁରାଜା ଧର୍ମେ ଜାତ ତନୁ । ୬୦ ।
ମେଷମାସ ଶୁକଳ ପକ୍ଷ ପ୍ରତିପଦାର ତିଥି
ଚନ୍ଦ୍ରବାର ଭୋଗ ଅଢାଇ ପ୍ରହର ରାତି । ୬୧ ।
ତୈତିଳ ନାମେ କରଣ ପ୍ରୀତି ନାମ ଯୋଗ
ଦ୍ୱିଜା ନକ୍ଷତ୍ରର ସତାଇଶ ଦଣ୍ଡ ଭୋଗ । ୬୨ ।
ମେଷ ରାଶିକୁ ଯେ ନାହିଂ ପାପ ଗ୍ରହଦୋଷ
ମେଷ ରାଶିରେ ଯେ ସୂର୍ଯ୍ୟ କରିଛନ୍ତି ବାସ । ୬୩ ।
ମଙ୍ଗଳ କ୍ଷେତ୍ରୀ ହୋଇଣ ଉପୁଜିଲା ବଳା
ମିତ୍ର ଘରେ ରହି ଚନ୍ଦ୍ର ହୋଇଅଛି ମେଳା । ୬୪ ।



୫୪ ।୧ ସ୍ୱର୍ଗ ତେଜି ଇନ୍ଦ୍ର ଦେବତା କି ପର୍ବତେ ଉଦୟେ ।
ଚଉଧର୍ମ ନାମ କାଳ ଅମୃତ ଘରେଣ ସ୍ଥିତି
Cଶାନ୍ୟେଣ ଯୋଗିନୀ ଯେ ମହାଲକ୍ଷ୍ମୀ ମୂର୍ତ୍ତି । ୬୫ ।
ମାହେନ୍ଦ୍ର ଯୋଗ ଘେନିଣ ସେ ଉତପତ୍ତି ନନ୍ଦନ
ବୃହସ୍ପତିଙ୍କର ବଚନେ ସେ ସାନନ୍ଦ ପଣ୍ଡୁରାଜନ । ୬୬ ।ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ସୁବର୍ଣ୍ଣସ୍ଥାଳୀରେ ପଞ୍ଚୁରତ୍ନ ଘେନି ରାୟେ
ଗୁଆ ଘୃତ ପୂରୋଇ ଅଷ୍ଟ ରତ୍ନେ ଦୀପ ଯେ ଗୋଟିଏ । ୬୭ ।
ପଞ୍ଚୁ ମାଣିକ୍ୟ ଘେନି ଅର୍ଘ୍ୟ ସେ ଯୋଗାଡି
ଥିର ଲଗ୍ନେ ପୁତ୍ର ଦେଖିତେ ବିଜୟେ ଦଣ୍ଡଧାରୀ । ୬୮ ।
ବୃହସ୍ପତି ବୋଇଲେ ୟେଥି ପାପଦୋଷ ଗଣ୍ଡଯୋଗ ନାହିଂ
ଲଭସି କୋଟିୟେ ପୁଣ୍ୟ ୟେ ପୁତ୍ର ମୁଖ ଚାହିଂ । ୬୯ ।
ପଣ୍ଡିତଙ୍କର ବଚନେ ସାନନ୍ଦ ମହାରାଜା
ଜନ୍ମର ମନ୍ଦିରେ ପଶି ଦେଖଇ ଆତ୍ମଜା । ୭୦ ।
ଅର୍ଘ୍ୟ ନେଇଣ ରାଜନ ଜୟେ ଧୁନି ତୋଳି
ଶୂନ୍ୟେ ଦେବସ୍ତିରୀ ମାନେ ଦିଅନ୍ତି ହୁଳହୁଳି । ୭୧ ।
ଦେଖିଲେକ ପଣ୍ଡୁରାଜା ପୁତ୍ରର ବଦନ
ଆକାଶରୁ ଅଦଭୁତେ ପୁଷ୍ପ ବୃଷ୍ଟିକଲା ମଘବାନ । ୭୨ ।
ସାଧୁ ସାଧୁ ବୋଲି ଧୁନି ଶୁଭିଲା ଗୋଟିୟେ
ଗଗନୁଂ ପୁଷ୍ପ ବୃଷ୍ଟି କଲେକ ଦେବତାୟେ । ୭୩ ।
ପୁତ୍ରକଇ ଦେଖି ରାୟେ ଅନେକ ଉଷତ
ବୁଡିଲାର ବଂଶ ମୋର ଧର୍ମେଣ ଉଦିତ । ୭୪ ।
ସାଧୁ ସାଧୁ କୋଇନ୍ତାୟେ ଗୋ ଜୀବନ ତୋହୋର
ଦୁର୍ଭାସାଙ୍କର ମନ୍ତ୍ର ସେ ମୋତେ ହୋଇଲା ଉପଗାର । ୭୫ ।
କେବଣ କ୍ଷଣକେ ଭଗତି ହୋଇ ତୋଷିଲୁ ମହଋଷି
ତୋହୋର ପ୍ରସନ୍ନେ ଗୋ ମୁଂ ହୋଇଲି ସ୍ୱର୍ଗବାସୀ । ୭୬ ।
ଅନେକ ପୁରସରି ବୋଲନ୍ତି ପଣ୍ଡୁରାୟେ
ତୋହୋର ସେ ପୁଣ୍ୟ ନା ବୋଲନ୍ତି କୋଇନ୍ତାୟେ । ୭୭ ।



୬୫ ।୧ ଚଉଧର୍ମ ବେଳକାଳ ଅମୃତାକ୍ଷେଣ ସ୍ଥିତି ।
୬୭ ।୧ ସୁବର୍ଣ୍ଣ ସ୍ଥାଳୀରେ ପଞ୍ଚୁ ମାଣିକ୍ୟ ପୂରୋଇ ରାୟେ ।
୭୦ ।୧ ଦେବଗୁରୁ ବଚନେ ସାନନ୍ଦ ପଣ୍ଡୁରାଜା ।
ପଣ୍ଡୁ ପ୍ରତିବାଚ ଶୁଣ କୁନ୍ତ ଭୋଜର ଦୋହିତା
ପୁତ୍ର ଗୋଟିକର ନାମ ଦେସି ସଂସାର ଜନହିତା । ୭୮ ।
କୋଇନ୍ତାୟେ ନାମ ତୋଳନ୍ତି କରେ ଘେନିଣ ଅର୍ଘ୍ୟଗୋଟି
ୟେ ପୁତ୍ର ନାମ ମୋର ହୋଇବ ଯୁଝେଷ୍ଠି । ୭୯ ।
ଅନେକ ସାନନ୍ଦ ଯେ ମଙ୍ଗଳ ଧୁନି ତୋଳି
ଯୁଝେଷ୍ଠି ନାମ ଗୋଟି ସଂସାର ହିତକାରୀ । ୮୦ ।
ପୁତ୍ର ଉଦିତ ଉଷବ କରାଇଲେ ନୃପମଣି
ପୂଜନ୍ତି ମଙ୍ଗଳା ଦିଉଛି ଗୋସାମଣୀ । ୮୧ ।
ପୁତ୍ର ପ୍ରତିପାଳିଲେ ପଣ୍ଡୁ ଯେ ନୃପତି
ଶତଶିଂଗ ପର୍ବତେ ରାଜା ଅନୁବ୍ରତେ ଥାନ୍ତି । ୮୨ ।
ରାତ୍ରେଣ ଭ୍ରମଇ ସେ ପଞ୍ଚୁ କଟକ ପୁରୀ
ଦେଖିଲେ ନାଶ କରଇ ଦୁର୍ଭାର ଦୁଷ୍ଟ ଅଇରି । ୮୩ ।
ଦେଶାଉର ବାରତା କହିଲେ ହସ୍ତିନା ଭୁବନେ
ପଣ୍ଡୁରାଜାର ପୁତ୍ର ଉତପତ୍ତି ଦେବ ହୋଇଲା ବିଦ୍ୟମାନେ । ୮୪ ।
ଶୁଣିଣ ସାନନ୍ଦ ସେ ଅମ୍ୱିକାର ସୁତ
ଉଛବ କରାଇଲା ରାଜା ପଞ୍ଚୁ ଯେ ପ୍ରଶସ୍ତ । ୮୫ ।
ସନ୍ତତି ଉଛବ ବୋଲିଣ ରାଜା ନଗ୍ରେଣ ଘୋଷଣ
ଅନେକ ଦାନ ଦିଅଇ ନୃପତି କୁରୁରାଣ । ୮୬ ।



୭୯ କୋଇନ୍ତାୟେ ନାମ ତୋଳନ୍ତି କରେ ଅର୍ଘ୍ୟ ଘେନି
 ଯୁଝେଷ୍ଠି ନାମ ଦିଲେ କୋନ୍ତଭୋଜର ନନ୍ଦିନୀ ।
୮୧ ।୧ ପୂଜନ୍ତି ସର୍ବମଙ୍ଗଳା ଦୁର୍ଗା ମହାମାରି ।
୮୩ ।୨ ନାଶ କରଇ ଦୁଷ୍ଟ ଦାନବ ଅଇରୀ ।
୮୪ ଦେଶାଉର ବାରତା କଲା ସେ ହସ୍ତିନା ନବରେ ।
 ପଣ୍ଡୁର ପୁତ୍ର ଉପୁଜିଲା ଶତଶିଂଗ ପର୍ବତରେ ।
୮୧ ।୨ ମଙ୍ଗଳା ଦିଉଛି-ଷଠିଦିଉଛି-ଦୁର୍ଗାଙ୍କ ଷଷ୍ଠୀକଳା ଓ ସ୍କନ୍ଦଭାର୍ଯ୍ୟା-ଶିଶୁଙ୍କର ରକ୍ଷାକାରିଣୀ ।
୮୪ ।୧ ଦେଶାଉର-ଡଗର
ସୁବର୍ଣ୍ଣ ରଥେକ ସାଜିଣ ଧୃତରାଷ୍ଟ
ଗାନ୍ଧାରୀର ସହିତେ ବିଜେ କଲେ କୁରୁରାଜ ଶ୍ରେଷ୍ଠ । ୮୭ ।
ଶାୟେଂତନୁ ପାରେଶ୍ୱର ଭୀଷ୍ମ ଭୁରିସର୍ବା
ବିଦୁର ସମେତେ ଘେନି କୁରୁରାଜ ଦେବା । ୮୮ ।
ପଣ୍ଡୁର ପୁତ୍ର ଜନ୍ମ ଶୁଣି ବ୍ୟାସ ମହଋଷି
ତୁଲେଣ ଅଛନ୍ତି ତାଙ୍କର ଷାଠିଏ ସହସ୍ର ଶିଷି । ୮୯ । ସଂ
ପ୍ରବେଶ ହେଲେ ମହାତମା ଶତଶିଂଗ ପରବତେ
ବଶିଷ୍ଠ ମାରକଣ୍ଡ ଦୁର୍ଭାସା ସମେତେ । ୯୦ ।
ପୌଲସ୍ତି ବିଶର୍ବା ଋଷି ସୁଦେବ ଅଗସ୍ତି
ଶତଶିଂଗ ପର୍ବତରେ ବିଜୟେ ତତକ୍ଷଣାନ୍ତି । ୯୧ ।
ବିଶ୍ୱାମିତ୍ର ଜନକ ଆବର ସୁମନ୍ତକ
ଦେବଋଷି ବ୍ରହ୍ମଋଷି ରାଜଋଷି ବାଳଖିଲ୍ୟା ଯେ ଶୌନକ । ୯୨ ।
କୁନ୍ତଭୋଜ ରାଜା ସହିତେ ସାଜିଣ ସମଦଣ୍ଡ
ଅନେକ ସମ୍ଭର୍ବେ ବିଜୟେ ଶତଶିଂଗ ମଧ୍ୟଖଣ୍ଡ । ୯୩ ।
ଦେଖି ଋଷିଗଣମାନଙ୍କୁ ପଣ୍ଡୁ କଲେ ପାଦପୂଜା
ସମସ୍ତକଇଂ କୃଷ୍ଣାଞ୍ଜନ ଛାଲ ଦିଲେ ମହାରାଜା । ୯୪ ।
ଗଣ୍ଡାଜୀବ ମାରିଣ କରନ୍ତି ପିତୃ କାମ୍ୟଶ୍ରାଦ୍ଧ
ପୁତ୍ରକୁ ଆଶିଷ କରାଇ ରାଜାର ବହୁତ ସଧ । ୯୫ ।
ବନଫଳ କନ୍ଦମୂଳ ଋଷିଙ୍କି ଭୋଜନ
ୟେସନେକ ସମ୍ଭର୍ବ କରାଇ ରାଜନ । ୯୬ ।
ସମାର୍ଜନା କଲା ରାଜା ସମସ୍ତ ତପନିଷ୍ଠି
ଧୃତରାଷ୍ଟଙ୍କୁ ପଣ୍ଡୁରାୟେ ଆସଇ ପାଛୋଟି । ୯୭ ।
ଅନୁମାନ ପର୍ବତେ ଭେଟିଲେ ଧୃତରାଷ୍ଟେ
ପଣ୍ଡୁ ପ୍ରଣପତ୍ୟ ଯାଇଂ କୁରୁସାଇଂ ନିକଟେ । ୯୮ ।



୮୮ ।୨ ସତ୍ୟବତୀ ସହିତେ କୁରୁରାଜ ଠାବ ।
୯୫ ।୨ ପୁତ୍ରକୁ ଆଣି ରାଜା ବିଜେ ସଭାମଧ୍ୟ ।
୯୮ ।୨ ପଣ୍ଡୁ ପ୍ରଣପତ୍ୟ ହୋଇଲାକ ପଦପୃଷ୍ଠେ ।
୯୪ ।୨ କୃଷ୍ଣାଞ୍ଜନ-କୃଷ୍ଣାଜିନ, କୃଷ୍ଣସାର ମୃଗଚର୍ମ ।
ବିଦୁର କହିଲେ ଯେ ଧୃତରାଷ୍ଟ ରାଜାକୁ
ପଣ୍ଡୁରାୟେ ଦ୍ରଶନ ହାଦେ ଆସି କଲେକ ତୁମ୍ଭଙ୍କୁ । ୯୯ ।
ଶୁଣିଣ କଲ୍ୟାଣ ବାଞ୍ଛା କଲେ ମହାରାୟେ
ଯାହା ବାଞ୍ଛା କଲୁ ପ୍ରାପତ ହୋଉ ତୋୟେ । ୧୦୦ ।
ସମଦଣ୍ଡ ଘେନିଣ ସେ ବିଜୟେ କୁରୁପତି
ପୁତ୍ର ଉଚ୍ଛବ କରାନ୍ତି ମହାତୋଷ ମତି । ୧୦୧ ।
ପୁତ୍ରକୁ କୋଳେ ଧରିଣ ସେ ଦେଖନ୍ତି ଗାନ୍ଧାରୀ
ଧୃତରାଷ୍ଟ କୋଳେ ପୁତ୍ର ଦିଲେ ତୋଳି କରି । ୧୦୨ ।
ପୁତ୍ରକୁ କୋଳେ ଧରି ସାନନ୍ଦ କୁରୁବଇଂ
ଶରୀର ଶୀତଳ ହୋଇଲା ହୃଦରେ ଲଗାଇ । ୧୦୩ ।
ଧନ୍ୟ ଧନ୍ୟ ସାଧବୀ ସେ ଭୋଜର କୁମାରୀ
ବଂଶ ଉଦ୍ଧାରିଲା ୟେ ବୁଦ୍ଧି ଉପାୟେ କରି । ୧୦୪ । ମକ୍ଷରବ୍ଦରତ୍ତ ନ୍ଦଚ୍ଛ ମଚ୍ଛଚ୍ଚନ୍ଦଷଚ୍ଚନ୍ଧର ନ୍ଦଶର ଯସ୍ଥଚ୍ଚବଜ୍ଞନ୍ଦସ୍ଥ
ସେ କୋନ୍ତ ଭୋଜ ନୃପତି ଯେ ଘେନିଣ ସଇନି
ଶତଶିଂଗ ପର୍ବତେ ପ୍ରବେଶ ସମଦଣ୍ଡ ଘେନି । ୧୦୫ ।
ଦୋହିତା ଜାମାତା ନାତି ଦେଖିଣ ସେ ରାଜା
ଅନେକ ଧନରତ୍ନ ଦେଇ ବହୁତ କଲା ପୂଜା । ୧୦୬ ।
କୋଇନ୍ତାଙ୍କ କୋଳେ ଯେ ପୁତ୍ରକୁ ବସାଇ
ସର୍ବ ଅଳଙ୍କାର ବେଶ ବେଶନ କରାଇ । ୧୦୭ ।
ଖିରି ଉଚ୍ଛବ ବନ୍ଦାପନା କରନ୍ତି ଶୁଭଯୋଗେ
ଜଗତ ଉଷତ ଉଲ୍ଲାସ ମଞ୍ଚପୁର ସ୍ୱର୍ଗେ । ୧୦୮ ।
ପାଞ୍ଚଦିନ ରହିଲେ ସେ ଶତଶିଂଗ ପର୍ବତେ
ଋଷିମାନେ କଲ୍ୟାଣ କରନ୍ତି ମହାମନ୍ତ୍ରେ । ୧୦୯ । ସଂଖ୍ୟା
ଧର୍ମ ବର୍ଦ୍ଧୁତ ହୋଉରେ ତୋହୋର ଯୁଝେଷ୍ଠି
ସ୍ୱର୍ଗରେ ବସୁ ଦିଗପାଳ ମେଳେ ୟେହି ଦେହଗୋଟି । ୧୧୦ ।
ୟେସନେକ ବାଞ୍ଛା କଲେକ ସକଳ ମହାଋଷି
ଶୁଣିଣ ପଣ୍ଡୁ ମହାରାଜା ମନେଣ ମହାତୋଷୀ । ୧୧୧ ।



୧୦୪ ।୨ ବଂଶ ଉଦିତ କଲା ପୁତ୍ର ଜାତ କରି ।
୧୦୦ ।୨ ତୋୟେ-ତୁମ୍ଭଙ୍କୁ
୧୦୩ ।୧ କୁରୁବଇଂ-କୁରୁପତି
ପଣ୍ଡୁକୁ କୋଳେ ଧରି ବଦୟନ୍ତି ଧୃତରାଷ୍ଟେ
ରାଜ୍ୟକୁ ଚାଲ ବାବୁ ବନସ୍ତେ ପଡଇ ନିକି କଷ୍ଟେ । ୧୧୨ ।
ପଣ୍ଡୁ ବୋଲନ୍ତି ଭ୍ରାଥ ଶୁଣିମା ମୋହୋର ବାଣୀ
ୟେ ଶତଶିଂଗ ପର୍ବତ ଅଟଇ ଅମର ଭୁବନ ଜାଣି । ୧୧୩ ।
ୟେହାଉଂ ରାଜ୍ୟ ତୋର ନହୋଇ ବଡ ସୁସ୍ଥ
ୟେଥକୁ ନିକଟ ହାଦେ ଅଟଇ ସକଳ ତୀର୍ଥ । ୧୧୪ ।
ରାଜ୍ୟହିଂ ରଖିବି ତପୋବନ ହିଂ ରଖିବି
ତୁମ୍ଭ ଆଗ୍ୟାଂ ଘେନି ୟେହି ପର୍ବତରେ ଥିବି । ୧୧୫ ।
ତୁ କ୍ଷେମ ହୋଇ ସ୍ୱାମୀ ଥାଅସି କୁଶଳେ
ମୁହିଂ ରିପୁ ଧଂସଇ ତୋହୋର ବାହୁବଳେ । ୧୧୬ ।
ସନ୍ତାନକୁ ଇଛା ତୁ କର ନୃପମଣି
ଗାନ୍ଧାରୀକି ପୁତ୍ର ନାହିଂ ମୁଂ ବଶିଷ୍ଠଙ୍କ ତହୁଂ ଅଛି ଶୁଣି । ୧୧୭ ।
ୟେସନେକ ପ୍ରବୋଧି ସେ ପଣ୍ଡୁ ମହାରାଜା
ଧୃତରାଷ୍ଟ ନୃପତିକି ସେ କଲେ ପାଦ ପୂଜା । ୧୧୮ ।
ଅନେକ ସମ୍ଭର୍ବେଣ ଚଳଇ କୁରୁପତି
ବିଜୟେ ମହାରାଜା କୁଞ୍ଜଗଳ ଦେଶ ଚକ୍ରବର୍ତ୍ତୀ । ୧୧୯ ।
ଥୋକାୟେ ଦୂର ପଣ୍ଡୁ ଅଇଲେ ପାଛୋଟି
ବ୍ୟାସଙ୍କ ଚରଣେ କରଇ ପ୍ରଣପତ୍ୟ ଶିରଲୋଟି । ୧୨୦ ।
ବୁଡନ୍ତେଣ ବଂଶ ସ୍ୱାମୀ ତୁହି ସେ କଲୁ ରକ୍ଷା
ୟେବେ ଯେମନ୍ତେ ଧୃତରାଷ୍ଟଙ୍କର ସନ୍ତାନ ହୋଅଇ ସେ କଥା କର ବାଞ୍ଛା । ୧୨୧ ।
ତହୁଂ ଅନ୍ତର୍ଧାନେ ଗଲେ ସମସ୍ତ ମହାଋଷି
ବାହୁଡଇ ପଣ୍ଡୁ ରାଜା ଧୃତରାଷ୍ଟଙ୍କୁ ନିବେଶି । ୧୨୨ ।
ଶତଶିଂଗ ପର୍ବତେ ରାଜା ହୋଇଲେ ପ୍ରବେଶ
କୁନ୍ତଭୋଜ ନୃପତି ଗଲେ ନିଜ ଦେଶ । ୧୨୩ ।
ରହିଲେ ପଣ୍ଡୁ ଯେ ଭାରିଯାନ୍ତ ଘେନି
ଧୃତରାଷ୍ଟ ତୁଲେ ହସ୍ତିନାକୁ ଗଲେ ବ୍ୟାସ ମହାମୁନି । ୧୨୪-୨୧୨୫ ।



୧୧୬ ।୨ ମୁଂ ରିପୁ ଧଂସଇ ତୋହୋର ପୁଣ୍ୟବଳେ ।
୧୧୮ ୟେସନେକ କହି ଯେ ପଣ୍ଡୁ ମହାରାଜା
 ଧୃତରାଷ୍ଟଙ୍କ ଚରଣେ କଲେ ଦିବ୍ୟ ପୂଜା ।
୧୧୪ ।୧ ୟେହାଉଂ-ଏହାଠାରୁ
୧୧୯ ।୧ ସମ୍ଭର୍ବେଣ-ଆଡମ୍ୱରେ

ଦୁର୍ଯେ୍ୟାଧନ ପ୍ରଭୃତିଙ୍କ ଜନ୍ମ
ଅନେକ ବିନୟ ଭାବ ଅମ୍ୱିକାର ସୁତ
ଗାନ୍ଧାରୀ ଧୃତରାଷ୍ଟ ବ୍ୟାସଙ୍କୁ ଅନେକ ଭଗତ । ୧ ।
ପୁତ୍ରଦାନ ଅର୍ଥେ ପ୍ରାର୍ଥନା କରନ୍ତି ନୃପତି
ଶୁଣି ବିଚାର କରନ୍ତି ପଣ୍ଡିତ ଭିଗଂ୍ୟ ଯତି । ୨ ।
ଧ୍ୟାୟେ କରି ଜାଣିଲେ ସେ ପଣ୍ଡିତ ବ୍ରହ୍ମବେତ୍ତା
ଧୃତରାଷ୍ଟ ବୀର୍ଯ୍ୟେ ପୁତ୍ର ନାହିଂ ବିଚାରନ୍ତି ମହାଗ୍ୟାଂତା । ୩ ।
ଶୁଣ ହୋ ମହାରାଜା ବଦୟନ୍ତି ମହାଯତି
ଗାନ୍ଧାରୀର ଗର୍ଭେ ତୋର ନାହିଂ ପୁତ୍ର ଯେ ସନ୍ତତି । ୪ ।
ଲାଗିଲା ମହାଭୟେ ବ୍ୟାସଙ୍କର ବଚନେ
ବଂଶକୁ କାରଣ ମୋତେ କରିବା ମହାମୁନ୍ୟେ । ୫ ।
ବ୍ୟାସେ ପ୍ରତିବାକ୍ୟ ଶୁଣସି ହୋ ବାବା
ସନ୍ତାନ ନିମନ୍ତେ ମହାଯଗଂ୍ୟ କରାଇବା । ୬ ।
ଧୃତରାଷ୍ଟ ବୋଇଲେ ମୁଂ ନ ଜାଣଇ ଯଗଂ୍ୟ ତଥ୍ୟ
ତୋହୋର ଆଗ୍ୟାଂ ପ୍ରମାଣେ ମୁଂ ଦେବଇ ସମସ୍ତ । ୭ ।
ବିଛାମାସ ଶୁକଳ ଚଉଠୀ ଯେ ତିଥି ଗୁରୁବାର
ଶ୍ରବଣା ନକ୍ଷତ୍ର ଯେ ଅଟଇ ସେ ଦିନର । ୮ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ବାଣିଜ୍ୟେ ନାମେ କରଣ ଶୂଳ ନାମେ ଯୋଗ
ବିଛା ସଙ୍କରାନ୍ତିକି ଚଉଦିନ ଭୋଗ । ୯ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ୟେସନେକେ ଅନକୂଳ କରନ୍ତି ବ୍ରହ୍ମଯତି
ଯମୁନା ନଦୀକୂଳେ ଯଗଂ୍ୟ ଆରୋପନ୍ତି । ୧୦ ।



୪ ।୨ ଗାନ୍ଧାରୀର କ୍ଷେତ୍ରେ ନାହିଂ ଆବର ପୁତ୍ର ଯେ ପ୍ରାପତି ।
ହଳ ଘେନି ଭୂମି ଚିରିଲେ ଶୁଭଯୋଗେ ଆରୋପନ୍ତି
ମାଘିତିଳ ବୁଣନ୍ତି ଜଳ ଉଦେ ପାଗେ । ୧୧ ।
ମହାରସ ପାଇଣ ସେ ପବିତ୍ର ତିଳ ଉଠି
ମକର ମାସ ମଧ୍ୟରେ ତିଳ ପଡଇ ସେ ଫୁଟି । ୧୨ । ବଵତ୍ତଷମନ୍ଧକ୍ଷନ୍ଦନ୍ଧତ୍ତର କୃଷି
ଯଗଂ୍ୟଶାଳ ତୋଳିଲେ ଶୁଭ ଅନକୂଳେ
ଦିଗପାଳମାନନ୍ତ ବରିଲେ ଶୁଭ ଯେ ମଙ୍ଗଳେ । ୧୩ ।
ବଶିଷ୍ଠ ମାରକଣ୍ଡ ବିଶ୍ୱାମିତ୍ର ଅଗସ୍ତି
ଯଗ୍ୟେଂ ଯାଗନିକ ବରିଲେ ପାରେଶ୍ୱର ସନ୍ତତି । ୧୪ ।
ଉଦ୍ଦାଳେକ ବାମଦେବ ଧୌମ୍ୟ ପୁରୋହିତେ
ବାହାର ବରଣେ ଯାଗନିକ ସୁମନ୍ତେ । ୧୫ ।
ବ୍ରହ୍ମା ବରଣ ହୋଇଲେ ଦୁର୍ଭାସା ତପୋବନ୍ତେ
ଯାଗକୁଣ୍ଡ ଖୋଳନ୍ତି ଶାହାସ୍ର ଯୁଗତେ । ୧୬ ।
ଅନେକ ବାଳଖିଲ୍ୟା ମିଳିଲେ ବ୍ରହ୍ମଋଷି
ଶୁଭ ଯୋଗ ଘେନିଣ ଦୁର୍ଭାସାୟେ ମହାଯଗ୍ୟେଂ ବସି । ୧୭ ।
ବଦୟନ୍ତି ଅଗସ୍ତି ଶୁଣ ହୋ ବଇବସୁତ ମନୁ
ପ୍ରଥମ ମହାଯାଗ ଅନକୂଳ କଲେ ମକର ପଞ୍ଚମୀର ଦିନୁ । ୧୮ ।
ଚନ୍ଦ୍ରବାର ନକ୍ଷତ୍ର ସେ ଦିନ ଉତ୍ତରା ଫାଲଗୁନି
ବାଳବ ନାମେ କରଣ ସଉଭାଗ୍ୟ ଯୋଗ ଘେନି । ୧୯ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ବୈଶ୍ୱାନର ବରଣ କଲେ ବିଶ୍ୱାମିତ୍ର ତୁଲେ
ଦ୍ୱାଦଶ ସମିଧ ଯବ ତିଳ କଲେ । ୨୦ ।
ଉଚ୍ଛମନ୍ଧଲରଚ୍ଚନ୍ଦଜ୍ଞ ଙଉଋ
Cଚ୍ଛଲଟ୍ଟକ୍ଷରନ୍ଦର
Cକ୍ଷଷମହ ଏରତ୍ତର ଞ୍ଜ ଞଟ୍ଟଵତ୍ତବଯର
ଊନ୍ଥଟ୍ଟବଚ୍ଚଯରଯ ଋରବନ୍ଦନ୍ଧତ୍ତରଜ୍ଞ
ଞଚ୍ଚକ୍ଷଷଲଷନ୍ଦରଯ ଙବଵରଜ୍ଞ
ଗୁଆ ଘୃତ ଲକ୍ଷେକ ଭାର ଅନେକ ଶୀତଳ ଦ୍ରବ୍ୟ
ବାହୁଟିଆ କୃଷ୍ଣାଞ୍ଜନ ଛାଲ ସବୁ ଥିବ । ୨୧ ।
ୟେସନେକ ଆରମ୍ଭେ ଯେ ଯଗଂ୍ୟର ଭିଆଣ
ଚତୁର୍ବେଦୀ ଲକ୍ଷେକ ବ୍ରାହ୍ମଣ ବରଣ । ୨୨ ।
ବିଜୟେ ମହାରାଜା ଧୃତରାଷ୍ଟ ନୃପତି
ତୁଲେଣ ଛନ୍ତି ଗାନ୍ଧାରୀ ଗାନ୍ଧାରସେନର ଦୋହିତୀ । ୨୩ ।



୧୧-ପଦ ପୂର୍ବରେ ଗୋଟିଏ ପୋଥିରେ ଅଧିକା ପଦ ଅଛି ।
 ସକଳ ଘେନି ମୁନି ଶୁଭ ଯୋଗେ ଚଳନ୍ତି ।
 ସେ ନଦୀ କୂଳେ ଯଗଂ୍ୟ ଭୂମି ଖଣ୍ଡିୟେ କରନ୍ତି ।
ସ୍ୱହସ୍ତେ ଘେନିଲା ରାୟେ କନକ ଆଞ୍ଜୁଳି
ମହାଯଗଂ୍ୟ କୁଣ୍ଡରେ ଅଷ୍ଟଉତ୍ତରଶତ ବେଳ ଦିଅନ୍ତି ତୋଳି । ୨୪ ।
ଅଶ୍ୱମେଧେ ଶତେ ଘୃତ ଆଞ୍ଜୁଳି ଦେଇ ତୋଳି
ଯବ ତିଳ ବୃଷ୍ଟି ସେ କରନ୍ତି ମହୀଆଳୀ । ୨୫ ।
ପାଖୁଡା କୁସୁମ ଶତେ ବେଳ ବୃଷ୍ଟି
ମହାମନ୍ତ୍ର ଆଧ୍ୟାନ କରନ୍ତି ସକଳ ତପନିଷ୍ଠି । ୨୬ ।
ସହସ୍ରେକ ବ୍ରାହ୍ମଣ ଦିଅନ୍ତି ହବିର୍ଭାଗ
ଅନେକ ପକୁଂ ଯେ ଶୀତଳ ସର୍ବ ଦ୍ରବ୍ୟ ଭୋଗ । ୨୭ ।
ନତ୍ୟକର୍ମ ବିଧାନ ସାରିଲେ ତପୋବନ୍ତେ
ବିଜୟେ ଧୃତରାଷ୍ଟ ଗମନ୍ତି ପଞ୍ଚୁତୀର୍ଥେ । ୨୮ ।
ପଞ୍ଚୁ କଟକ ବେଢି ଅଛନ୍ତି ପଞ୍ଚୁତୀର୍ଥ
ସ୍ନାହାନ ସାରି ଆସଇ ଅମ୍ୱିକାର ସୁତ । ୨୯ ।
ଅନେକ ଘୃତ ସେ ବରଷନ୍ତି ଆହୁତି
ଅଜପା ମନ୍ତ୍ରେ ବରଣ ମାରକଣ୍ଡ ଯତି । ୩୦ ।
ପଞ୍ଚ ଦିବସ ଆହୁତି ଦିଅନ୍ତି ତପୋବନ୍ତେ
ଅନୁବ୍ରତେ ଅଗ୍ନି ବୁଲଇ ବାମାବର୍ତ୍ତେ । ୩୧ ।
ବ୍ୟାସେ ବୋଇଲେ ୟେଥେ ଦିଅନ୍ତେ ଆହୁତି
ଦୋହିତା ମାତ୍ର ତୋହୋର ହୋଇବ ଉତପତ୍ତି । ୩୨ ।
ଧୃତରାଷ୍ଟ ବୋଇଲେ ମୁନି ହେ ତେତେଣ ପ୍ରିୟୋଜନ କିସ
ପୁତ୍ର ସନ୍ତାନ ଉତପତ୍ତି ହୋଇଲେଟି ରକ୍ଷା ହେବ ବଂଶ । ୩୩ ।
ପୁଣି ଅଗ୍ନିକି ଯେ କରନ୍ତି ବହୁତ ସ୍ତୁତି
ମହାମନ୍ତ୍ର ବାକ୍ୟେ ହାଦେ ଦିଅନ୍ତି ଆହୁତି । ୩୪ ।
ଯହୁଂ କଷ୍ଠୋର କଲେ ବ୍ୟାସ ମହାମୁନି
ଡାହାଣାବର୍ତ୍ତେକ ହୋଇଣ ବୁଲଇ ବହନି । ୩୫ ।
କନକ ରସାଣ ଭାଣ୍ଡ ବସାଇଲେ କୁଣ୍ଡର ଭିତରେ
ଘୃତ ଦେଇ ତଣ୍ଡୁଳ ମେଲିଲେ ବ୍ୟାସ ମୁନିବରେ । ୩୬ ।
ଫୁଟାଇ ତଣ୍ଡୁଳ କାଢିଲେ ବ୍ୟାସ ତପନିଷ୍ଠି
କୁଶଳେ ବସାଇଲେ ପରିମଳ ଅନ୍ନ ଫୁଟି । ୩୭ ।
ମାରକଣ୍ଡେ ବୋଇଲେ ହୋ ଶୁଣ କୁରୁବୀର
ସ୍ନାହାନ କରି ଆସୁ ଗାନ୍ଧାରୀ ଭାରିଯା ତୋହୋର । ୩୮ ।
(ୟେହାଶୁଣି) ନିତ୍ୟକର୍ମ ସାରି ଅଇଲେ ଗାନ୍ଧାରସେନ ଦୁଲଣୀ
ବିଷ୍ଣୁ ବାକ୍ୟ କରନ୍ତି ଅମୃତ ଯୋଗ ଜାଣି । ୩୯ ।
ଦେଖିଲେ ଅନ୍ନ ଯେ ଫୁଟିଅଛି ଶତେ ଗୋଟି
ବାଛିଣ କାଢିଲେ ତାହା ମାରକଣ୍ଡ ତପନିଷ୍ଠି । ୪୦ ।
ଉଚ୍ଛମନ୍ଧଲରଚ୍ଚନ୍ଦଜ୍ଞ ଙଉଋ
Cଚ୍ଛଲଟ୍ଟକ୍ଷରନ୍ଦର
Cକ୍ଷଷମହ ଏରତ୍ତର ଞ୍ଜ ଞଟ୍ଟଵତ୍ତବଯର
ଊନ୍ଥଟ୍ଟବଚ୍ଚଯରଯ ଋରବନ୍ଦନ୍ଧତ୍ତରଜ୍ଞ
ଞଚ୍ଚକ୍ଷଷଲଷନ୍ଦରଯ ଙବଵରଜ୍ଞ
ବଦୟନ୍ତି ମହାତ୍ମାୟେ ମା ଗୋ ଆସ ଆୟି ମାଗ ବର
ୟେ ମନବାଞ୍ଛା ଯେ ସିଦ୍ଧ ହୋଉ ଗୋ ତୋହୋର । ୪୧ ।
ଯେହ୍ନେ କଳପଣା ହୁଅଇ ମିଳଇ ତୋର ବାଞ୍ଛା
ହରଷ ହୋଇ ଆୟି ମାଗ ବର ଇଛା । ୪୨ ।
ଶତ ସହସ୍ର ଦଣ୍ଡ ହୋଇଣ ପ୍ରଳମ୍ୱିତ
ପୁଣ ପୁଣ ବିନୟେ ବହୁତ ଭଗତ । ୪୩ ।
ତୁମ୍ଭେ ବ୍ରହ୍ମଋଷି ମୋତେ ସଦୟେ କରିବା
ଯେବେ ଅନଗୃହ ମୋତେ ଶତେ ପୁତ୍ର ଦେବା । ୪୪ ।
ଗାନ୍ଧାରୀ ବଚନ ଶୁଣିଣ ସନ୍ତୋଷ ତପୋଧନ
ରତ୍ନଭାଣ୍ଡେ ପାଇଲେ ସେ ଶତଗୋଟି ଅନ୍ନ । ୪୫ ।
ଗାନ୍ଧାରୀକି ବୋଇଲେ ଆୟି ପ୍ରାଶନ ଏହା କର
ବାଞ୍ଛା ପ୍ରାପତ ଯେ ହୋଇବ ତୋହୋର । ୪୬ ।
ଯେହ୍ନେ ସିଦ୍ଧ ବାଞ୍ଛା ପ୍ରାପତ ହୋଇଲା
ତିନି ପୋଷେ ତଣ୍ଡୁଳ ମା ଗୋ ଶତେ ଗୋଟି ଫୁଟିଲା । ୪୭ ।
ୟେହାକୁ ଗ୍ରାସ ଆୟି କର ମହାସତୀ
ଅରଜିଲୁ ଅନେକ ପୁଣ୍ୟ ତୁ ହୋଇଲୁ ପୁତ୍ରବନ୍ତୀ । ୪୮ ।
ଋଷିଙ୍କର ବଚନେ ଗ୍ରାସ କଲା ଅନ୍ନ
ଯାଗ ସମାପତ ସେ କଲେ ମହାମୁନ୍ୟ । ୪୯ ।
ଅନେକ ଦାନ ଦକ୍ଷିଣା ଦେଲେ ଧୃତରାଷ୍ଟ
ଋଷିମାନେ କଲ୍ୟାଣ କଲେ ମହାତୁଷ୍ଟ । ୫୦ ।
ଅନେକ କାଳକୁ ଗୋ ରହୁ ଦେବୀ କଥା
ଉପୁଜୁ ଶତେ ପୁତ୍ର ଗୋ ହୁଅନ୍ତୁ ଭାଗ୍ୟ ବଳବନ୍ତା । ୫୧ ।
ୟେସନେକ ବର ଦିଲେ ସମସ୍ତ ତପୋଧନି
ହରଷେ ଧୃତରାଷ୍ଟ ଋଷିଙ୍କର କଲ୍ୟାଣ ଘେନି । ୫୨ ।
ଋଷିଙ୍କି ସନ୍ତୋଷ ରାଜା କଲା ଭଗତି ଭାବେ
ଚଳିଲେ ମୁନିନାମେ ଯେ ଯାହାର ଠାବେ । ୫୩ ।
ରାଜାଗଣମାନେ ଗଲେ ଯେ ଯାହର ଭୁବନେ
ଲଭଇ ଧୃତରାଷ୍ଟ ଅନେକ ପୁଣ୍ୟମାନେ । ୫୪ ।
ଦାନେଣ ଅତି ପୁଣ୍ୟବନ୍ତ ଯେ ହୋଇଲେ ନୃପବର
ଅନୁବ୍ରତେ ଧର୍ମ ରାଜା ସଦୟା ଶରୀର । ୫୫ ।
ଶୁଣଇ ଧର୍ମ ପୁରାଣ ରାଜା ଭାରିଯା ସହିତେ
ଦେବମନ୍ତ୍ରେ ବରଣ ଯେ କରଇ ଅନୁବ୍ରତେ । ୫୬ ।
ଅନେକ ଉଷବ ରାଜ୍ୟେ କରାଇ ହରଷେ
ସାନନ୍ଦ ଚିତ୍ତେ ରାଜା ପିତୃ ଦେବତା ପୋଷେ । ୫୭ ।
ଋଷିଙ୍କର ମହାମନ୍ତ୍ର କେହୁ ଆନ କରି
ମହାମନ୍ତ୍ରେ ଗାନ୍ଧାରୀ ଯେ ହୋଇଲା ଗର୍ଭ ଭାରି । ୫୮ ।
ପ୍ରକୃତି ଅନ୍ତରେ ସେ ଅନୁଆନେ ଇଚ୍ଛା
ଯାହା ମାଗଇ ନୃପତି ଦିଅଇ ମନବାଞ୍ଛା । ୫୯ ।
ନିଦାଘ କାଳେ ଯେ ବଇଶାଖ ମାସଇ
ଗଙ୍ଗା ସ୍ନାହାନେ ଗାନ୍ଧାରୀ ବିମାନ ଚଢି ଆସଇ । ୬୦ ।
ବିମାନୁଂ ଓହ୍ଳାଇ ଦେବୀ ବସଇ ଗଙ୍ଗାକୂଳେ
ଚଳି ନ ପାରଇ ସେ ଗର୍ଭର ବିକଳେ । ୬୧ ।
ଶତେପୁତ୍ର ଗର୍ଭରେ ଯେ ହୋଇଲା ମହାଭାରି
ସମ୍ଭାଳି ନ ପାରି ସେ ପକାଇଲା ଉଦୁଗାରି । ୬୨ । ସଂଖ୍ୟା
ଋଷିଙ୍କ ଅନ୍ନ ଯେ ଅତୁଟ ହୋଇଥିଲା
ଉଚ୍ଛମନ୍ଧଲରଚ୍ଚନ୍ଦଜ୍ଞ ଙଉଋ
Cଚ୍ଛଲଟ୍ଟକ୍ଷରନ୍ଦର
Cକ୍ଷଷମହ ଏରତ୍ତର ଞ୍ଜ ଞଟ୍ଟଵତ୍ତବଯର
ଊନ୍ଥଟ୍ଟବଚ୍ଚଯରଯ ଋରବନ୍ଦନ୍ଧତ୍ତରଜ୍ଞ
ଞଚ୍ଚକ୍ଷଷଲଷନ୍ଦରଯ ଙବଵରଜ୍ଞ
ପକାଇ ଗାନ୍ଧାରୀ ଯେ ମୂର୍ଚ୍ଛାଗତ ଗଲା । ୬୩ ।
ଋଷିଙ୍କ ସଂଚିତ ଯେ ଅମଳାନ ଚରୁ ଅନ୍ନ
ଜଳେ ପଡି ଦିଶଇ ସେ କନକର ବର୍ଣ୍ଣ । ୬୪ ।



୫୫ ।୨ ଅନୁବ୍ରତେ ଧର୍ମ ରାଜା ଦୟାବୀର ।
୬୪ ।୧ ଅମଳାନ-ଅମ୍ଳାନ-ଶୁଦ୍ଧ
ଗାନ୍ଧାରୀ ପଡିଛି ଯେ ଗତ ଆତ୍ମା ହୋଇ
ଗଙ୍ଗା ସ୍ରାହାନ କରି ଯାନ୍ତେ ବ୍ୟାସେ ଭେଟିଲେକ ଯାଇଂ । ୬୫ ।
ଦେଖିଲେ ମୂର୍ଚ୍ଛାଗତେ ପଡିଛି ଗାନ୍ଧାରୀ
କମଣ୍ଡଳୁ ପାଣି ଛିଞ୍ଚିଲେ ବ୍ୟାସେ ବ୍ରହ୍ମଚାରୀ । ୬୬ ।
ମହାମନ୍ତ୍ର ପାଇ ସେ ଦେବୀ ହୋଇଲେ ସଚେତନ
ଦେଖିଣ ବିରସ ହୋଇଲେ ପାରେଶ୍ୱରଙ୍କ ନନ୍ଦନ । ୬୭ ।
ଦୁଖେଣ ଅରଜିଲୁ ଯେବଣ ଆହୁତି
ୟେହେନେକ ବିପାକ କର୍ମ ନୋହିଲାକ ସନ୍ତତି । ୬୮ ।
ଶାହାସ୍ର ନିନ୍ଦିତ ଯେ ହୋଉଛି ଯୁଗତେ
ସମସ୍ତ ଅନ୍ନ ୟେକରୁଣ୍ଡ କରି ଘେନିଲେ ତପୋବନ୍ତେ । ୬୯ ।
କମଣ୍ଡଳୁ ପାଣି ଛିଞ୍ଚି ମୁନି ଜୀବନ୍ୟାସ କଲେ
ଅମୃତ ଦୃଷ୍ଟିରେ ଚାହିଂ ଉଠ ଉଠରେ ବୋଇଲେ । ୭୦ ।
ପ୍ରତ୍ୟକ୍ଷେ ନାରାୟଣ ସେ ଯେବଣ ମହାମୁନି
ଶତେପୁତ୍ର ଜନ୍ମ ହୋଇଲେ ମହାବୀର୍ଯ୍ୟ ଘେନି । ୭୧ ।
ଅତ୍ୟନ୍ତ ସୁନ୍ଦର ସେ ମକରଧ୍ୱଜ ପ୍ରାୟେ
ତିନିଭୁବନ ମୋହନ୍ତି ସେ ବାଳୁତ ତନୟେ । ୭୨ ।
ଦେଖିଣ ଗାନ୍ଧାରୀ ଯେ ସେପରମ ସାନନ୍ଦେ
ବ୍ୟାସେ ବୋଇଲେ ଆୟି ପୁତ୍ର ସମ୍ଭାଳ ତୋ ହାଦେ । ୭୩ ।
ଶତେପୁତ୍ର ବିମାନେ ଶୁଆଇ ଗାନ୍ଧାରୀ
ସେହିଠାରେ ଅନ୍ତର୍ଧାନ ହୋଇଲେ ବ୍ୟାସ ବ୍ରହ୍ମଚାରୀ । ୭୪ ।
ପୁତ୍ରନ୍ତ ଘେନି ଦେବୀ ବିଜୟେ ନିଜପୁରେ
ବିଦୁର କହିଲେ ଧୃତରାଷ୍ଟଙ୍କ ଆଗରେ । ୭୫ ।
ସାବଧାନ ହୋଇ ଶୁଣିମା ଦଣ୍ଡଧାରୀ
ଶତେପୁତ୍ର ଘେନିଣ ହାଦେ ବିଜୟେ ଗାନ୍ଧାରୀ । ୭୬ ।
ଅନେକ ହରଷ ହୋଇଲେ ଶୁଣି ଅନ୍ଧରାୟେ
ଆଣି କୋଳେ ଦେ ସି ମୁଂ ଧରଇ ତନୟେ । ୭୭ ।
ପ୍ରଥମ ପୁତ୍ରକୁ ଘେନିଣ ବିଦୁର
କୁମରଙ୍କୁ ଦିଲେ ନେଇ ଧୃତରାଷ୍ଟଙ୍କ କୋଳର । ୭୮ ।



୭୧ ।୨ ଶତେ ପୁତ୍ର ଜନ୍ମ ହୋଇଲେ ମହା ତେଜ ଘେନି ।
ପ୍ରଥମ ପୁତ୍ରକୁ କୋଳେ ଘେନିଣ କୁରୁପତି
ହୃଦୟରେ ଚକ୍ଷୁ ଘେନି ସେ ବାରଇ ତୋଷମତି । ୭୯ ।
ଅନ୍ଧ ବୋଇଲା ବିଦୁର ୟେ ପୁତ୍ର କେବଣ ଲକ୍ଷଣବନ୍ତ
ବିଦୁରେ ବୋଇଲେ ୟେ ପନ୍ନଗା ନାରାୟଣ ସଂଜାତ । ୮୦ ।
ଦୁଇ ପାଦରେ ୟେହାର ଅଛଇ ପଦ୍ମଚିହ୍ନ
ଶଙ୍ଖ ପଦ୍ମନିଧି ବେନି କର ତଳେ ଶୋହାବନ । ୮୧ ।
ଯବ ସଷ୍ୟ ଆରୋପଣ ୟେହାର ଦକ୍ଷିଣ କରସ୍ଥଳୀ
ଉଚ୍ଛମନ୍ଧଲରଚ୍ଚନ୍ଦଜ୍ଞ ଙଉଋ
Cଚ୍ଛଲଟ୍ଟକ୍ଷରନ୍ଦର
Cକ୍ଷଷମହ ଏରତ୍ତର ଞ୍ଜ ଞଟ୍ଟଵତ୍ତବଯର
ଊନ୍ଥଟ୍ଟବଚ୍ଚଯରଯ ଋରବନ୍ଦନ୍ଧତ୍ତରଜ୍ଞ
ଞଚ୍ଚକ୍ଷଷଲଷନ୍ଦରଯ ଙବଵରଜ୍ଞ
ଉଭୟ ପଦ୍ମ ବିଦ୍ୟମାନ ଶୋହାବନ ଅଙ୍ଗୁଳି । ୮୨ ।
ଚଉରାଶି ଲକ୍ଷଣ ଚଉଷଠୀ ଗୁଣବନ୍ତା
ଆକର୍ଷଣ ମୂରତି ତାତ ୟେ ମହା ବଳବନ୍ତା । ୮୩ । ସଂଖ୍ୟା
ୟେହେର୍ଣ୍ଣକ ଲକ୍ଷଣବନ୍ତ ସ୍ୱାମୀ ତୋହୋର ପ୍ରଥମ ପୁତ୍ର ଗୋଟି
ଜଗୁଜନମୋହନ ପନ୍ନଗା ନାରାୟଣ ସେ ଟି । ୮୪ ।
ପୃଥିକି ଧାରଣା ୟେ ହୋଇବ ୟେକା ଜଣେ
ଲକ୍ଷେ ରାଜା ଖଟିଥିବେ ୟେହାର ଚରଣେ । ୮୫ ।
ଜମ୍ୱୁଦୀପ ମଧ୍ୟରେ ହୋଇବ ୟେକଛତ୍ର ରାଜା
ୟେହାର ପ୍ରସାଦେ ପାଇବୁ ଅନେକ ତୁ ପୂଜା । ୮୬ ।
ଗୁଣକଇ କାରଣ ୟେ ତୋର ହୋଇଲା ତନୟେ
ସ-ଦ ହିଂ ଅରଜିବ ନାଥ ୟେ ଅଳପ ସମୟେ । ୮୭ ।
ତ୍ରୈଲୋକ୍ୟ ସାଧ୍ୟ ୟେ କରିବ ସର୍ବନୃପେ
ମାନଗୋବିନ୍ଦ ବୀରଧୂ ୟେ ବୋଲାଇବ ପ୍ରତାପେ । ୮୮ ।
ଗୁଣବନ୍ତ ବିବେକ ଧାର୍ମିକ ବିଧ୍ୱଂସ
ପୁଣ ୟେ ପୁତ୍ର ପ୍ରମାଦେ ନାଶ ଯିବ ତୋର ବଂଶ । ୮୯ ।



୭୯ ।୨ ଶରୀର ଆଉଂସି ମୁଖେ ଚୁମ୍ୱନ ଦେଲେ ଥିରମତି ।
 ହୃଦରେ ଲକ୍ଷଣ ସେ ବାରଇ ତୋଷମତି । ।
୮୫ ।୧ ପୃଥିବୀକି କାରେଣି ହୋଇବ ୟେକା ଜଣେ ।
୮୬ ।୨ ସମସ୍ତ ଭୂପାଳ ମାନେ କରିବେ ପାଦ ପୂଜା ।
୮୮ ତ୍ରୈଲୋକ୍ୟ ସାଧ୍ୟ କରିବ ୟେ ୟେକ ନୃପ ରୂପେ ।
 ମାନଗୋବିନ୍ଦ ରୂପ ୟେ ହୋଇ ପରତାପେ ।
୮୧ ।୨ ଶୋହାବନ-ଶୋଭାବନ
୮୯ ।୧ ବିଧ୍ୱଂସ-ଶତ୍ରୁ ଭାବାପନ୍ନ, ବିନାଶଶୀଳ
ଦୁଷ୍ଟ ପ୍ରକୃତି ଅସଂଖ୍ୟ ସେ କଳହ ପ୍ରିୟା
କୋଟିପାଦେ ଅନୁବ୍ରତେ କନ୍ଧରେ ଥିବେ ଶ୍ରିୟା । ୯୦ ।
କୁଳ କ୍ଷୟାନ୍ତକ ୟେହୁ ହୋଇବ ତୋର ପୁତ୍ର
ମହାମାନୀ ମଧୁପିଙ୍ଗଳ ଅଶାନ୍ତି ପ୍ରକୃତି ନ ସହିବ ଜଗତ । ୯୧ ।
ଅପଖ୍ୟାତି ଅପକୀର୍ତ୍ତି ଅର୍ଜିବ ବହୁତ ଜଗତେ
କଳି ଅଂଶେ ଜାତ ହୋଇଲା ୟେ ତୋହୋର ଜ୍ୟେଷ୍ଠ ପୁତ୍ରେ । ୯୨ ।
ୟେତେକାଳ ପରିଯନ୍ତେ ତୋହୋର ପୁତ୍ର ଯେ ନ ଥିଲା
ଦୁର୍ଭାସାଙ୍କର ମହାମନ୍ତ୍ରେ ତୋର ଶତେକ ପୁତ୍ର ଉପୁଜିଲା । ୯୩ ।
ୟେକ ପୁତ୍ରକୁ ଯେବେ ମୂର୍ଚ୍ଚି ପାରିବୁ ଦଣ୍ଡଧାରୀ
ଆଗ୍ୟାଂ ଦେବୁ ୟେହାକୁ କି ପକାଇବି ମାରି ।୯୪ ।
ୟେକ ପୁତ୍ର ନାଶଗଲେ ତୋର ଅନେଶ୍ୱତ ପୁତ୍ର ଭଲେ ଥିବେ
ଚିରାନ୍ତନ ପୃଥୀ ଭୋଗ କରିବୁ ତୋତେ ଧର୍ମ ନ ଛାଡିବେ । ୯୫ ।
ଧୃତରାଷ୍ଟ ପଚାରିଲେ ଶୁଣସି ହୋ ବିଦୁର
ଆରେ ବାବୁ ଅନେଶ୍ୱତ ପୁତ୍ରକଇ କହନି ବିଚାର । ୯୬ ।
ଆରେକ ପୁତ୍ର ପୁଣି ଦିଲାକ କୋଳର
ବୋଇଲେ ବିଦୁର ୟେ ପୁତ୍ର ନିଅସି ଦଣ୍ଡଧର । ୯୭ ।
ଦୁଜ ପୁତ୍ର କୋଳରେ ଧଇଲେ ଧୃତରାଷ୍ଟ
ପର୍ବତ ସମାନେ ଗରୁ ସେ ମହା ମହା ବଳିଷ୍ଠ । ୯୮ ।
କରପତ୍ର ଯୋଡିଣ ସେ ବୋଲଇ ବିଦୁର
ୟେ ମହା ଦର୍ପିଷ୍ଠ ସ୍ୱାମୀ ଦୁଷ୍ଟ ଯେ ଦୃଭାର । ୯୯ ।
ଉଚ୍ଛମନ୍ଧଲରଚ୍ଚନ୍ଦଜ୍ଞ ଙଉଋ
Cଚ୍ଛଲଟ୍ଟକ୍ଷରନ୍ଦର
Cକ୍ଷଷମହ ଏରତ୍ତର ଞ୍ଜ ଞଟ୍ଟଵତ୍ତବଯର
ଊନ୍ଥଟ୍ଟବଚ୍ଚଯରଯ ଋରବନ୍ଦନ୍ଧତ୍ତରଜ୍ଞ
ଞଚ୍ଚକ୍ଷଷଲଷନ୍ଦରଯ ଙବଵରଜ୍ଞ
ଗୋଟି ଗୋଟି କରି ଲକ୍ଷଣ ବିଚାରଇ ବିଦୁର ମହାତମା
ୟେକୁଂ ୟେକ ଦୁଷ୍ଟ ଯେ ଅଟନ୍ତି ଅପ୍ରତିମା । ୧୦୦ ।
ଅପ୍ରୀତି ଲକ୍ଷଣ ୟେ ସମସ୍ତେ ମହାଦୁଷ୍ଟ
ୟେବେ ଆନନ୍ଦ ହୋଉଂଛୁ ପଛନ୍ତେ ପାଇବୁ ଦାରୁଣ କଷ୍ଟ । ୧୦୧ ।



୯୫ ।୨ ଚିରାନ୍ତନ ରାଜ୍ୟ ତୋତେ ଲକ୍ଷ୍ମୀ ନ ଛାଡିବେ ।
୧୦୦ ଗୋଟି ଗୋଟି କରି ଲକ୍ଷଣ ବିଚାରଇ ବିଦୁର ମହାଯତି
 ୟେକେ ୟେକେ ଦୁଷ୍ଟ ୟେ ଅନେଶ୍ୱତ ପ୍ରକୃତି ।
୯୧ ।୨ ମଧୁ-ମଦମତ୍ତ, ପିଙ୍ଗଳ-ଯେ ଅସାଧୁ ଓ ବିରକ୍ତିପ୍ରଦ କଥା କହେ (ମରହଟ୍ଟି ଅଭିଧାନ)
ଗୁଣବନ୍ତ ଉପୁଜାଇ ଯେବେ ନାଶଗଲେ ହାଦେ ବଳା
ସେହି ସେ ମହାକଷ୍ଟ ବୋଲି ବିଦୁର ବୋଇଲା । ୧୦୨ ।
ଧୃତରାଷ୍ଟ ବୋଇଲେ ବାବୁ ୟେହା ସେ କହିଲୁ
ପୁତ୍ରେକ ମୂର୍ଚ୍ଛିବାକୁ ବୋଇଲୁ ପୁଣି ସବୁନ୍ତି ବାଛିଲୁ । ୧୦୩ ।
ପୁଣି ସବୁନ୍ତି ଯେ ବୋଇଲୁ ଦୋଷକାରୀ
କର୍ମେ ଯାହା ଫଳିବ ତାହା କେହୁ ଆନ କରି । ୧୦୪ ।
ଭାଗ୍ୟେ ଯେ ପ୍ରାପତ ତାହା ମୂର୍ଚ୍ଛିବା କେମନ୍ତେ
ଲୟେ କରି ଧୃତରାଷ୍ଟ ଚିନ୍ତିଲା ବ୍ୟାସ ତପୋବନ୍ତେ । ୧୦୫ ।
ପାରେଶ୍ୱରଙ୍କର ନନ୍ଦନ ସତ୍ୟବତୀଙ୍କର ସୁତ
ବ୍ୟାସେ ବିଜେ କଲେ ଆସି କୁରୁନାଥର ଅଗ୍ରତ । ୧୦୬ ।
ସଞ୍ଜୟେ ବୋଇଲେ ଶୁଣ ଧୃତରାଷ୍ଟ ମହାଛତ୍ରୀ
ପାରେଶ୍ୱର ନନ୍ଦନ ଯେ ବିଜେ କଲେ ଧାତି । ୧୦୭ ।
ଆସ୍ତାନ ତେଜି ଉଠିଲେ ଯେ କୁରୁବଇ ସ୍ୱାମୀ
ବ୍ୟାସ ଚରଣେ ଶତ ସହସ୍ର ଦଣ୍ଡ ପରିଣାମି । ୧୦୮ । ସଂଖ୍ୟା
ସମସ୍ତ ପୁତ୍ରଙ୍କୁ ଧୃତରାଷ୍ଟ ବ୍ୟାସଙ୍କ ସନ୍ନିଧ୍ୟେ ଦିଲେ ନେଇ
ୟେକା ପଲଙ୍କ ଗୋଟିକରେ ସବୁ ପୁତ୍ରମାନଙ୍କୁ ଶୁଆଇ । ୧୦୯ ।
ଭୋ ବ୍ୟାସେ ତୋହୋର ପରସାଦେ ମୋହୋର ଶତେ ତନୁ
ପୁତ୍ରନ୍ତ ତୋହୋର କୋଳେ ଧରି କଲ୍ୟାଣ କର ଅବଧାନୁ । ୧୧୦ ।
ପ୍ରଥମ ପୁତ୍ର ଗୋଟି ନେଇ ବିଦୁର ବ୍ୟାସଙ୍କର କୋଳେ ଦିଲା
ବଡ ବିଚକ୍ଷଣ ବୋଲି ମହାମୁନି ବୋଇଲା । ୧୧୧ ।
ଶରୀର ଆଉଂଶି ବୋଇଲେ ତୋହୋର ଶରୀର ବଜ୍ର ହୋଉ
ଆମ୍ଭର ସର୍ଜନ ୟେହାର ତହିଂ କଥାୟେ ଥାଉ । ୧୧୨ ।
ବାଳୁତ ବେନି ଜାନୁ ୟେକଠାରେ ଲାଗିଥିଲା
ତହିଂରେ ହସ୍ତ ନ ଲାଗିଲା ଛିଦ୍ର ଯେ ରହିଲା । ୧୧୩ ।
ଅଇବ୍ରତେକ ସିଂହର ତୋହୋର ହୋଉ ପରାକର୍ମ
ଜଗଜିଣା ହୋଅ ତୋତେ କେହୁ ଜିଣନ୍ତା ନୋହୁ ସାଂଗ୍ରାମ । ୧୧୪ ।
ୟେସନେକ ବର ଯହୁଂ ଦିଲେ ତପୋବନ୍ତେ
କାନ୍ଦନ୍ତେ ଦକ୍ଷିଣ ଚରଣ ବାଜିଲା ବ୍ୟାସଙ୍କ ହୃଦଗତେ । ୧୧୫ ।



୧୦୮ ।୧ କୁରୁବଇ-କୁରୁପତି
ଅସାଷ୍ଟମ ହୋଇ ଯେ ପଡିଲେ ବ୍ରହ୍ମଯତି
ନାସିକା ବାଟେ ଶ୍ରୋଣିତ ବହଇ ଅପ୍ରମିତି । ୧୧୬ ।
ସାଷ୍ଟାମ ହୋଇଲେ ତହିଂ ବସିଲେ ବ୍ରହ୍ମବେତ୍ତା
ୟେହିକ୍ଷଣି ବର ଦିଲୁରେ ୟେଡେକ ବଳବନ୍ତା । ୧୧୭ ।
ଉଚ୍ଛମନ୍ଧଲରଚ୍ଚନ୍ଦଜ୍ଞ ଙଉଋ
Cଚ୍ଛଲଟ୍ଟକ୍ଷରନ୍ଦର
Cକ୍ଷଷମହ ଏରତ୍ତର ଞ୍ଜ ଞଟ୍ଟଵତ୍ତବଯର
ଊନ୍ଥଟ୍ଟବଚ୍ଚଯରଯ ଋରବନ୍ଦନ୍ଧତ୍ତରଜ୍ଞ
ଞଚ୍ଚକ୍ଷଷଲଷନ୍ଦରଯ ଙବଵରଜ୍ଞ
କଳ୍ପ ଆତ୍ମା ମୋ ତୁଟିଲା ତୋହୋର ଚରଣ ବାଜୁଂ
ସାଂଗ୍ରାମ କାଳେ ତୋହୋର ୟେହି ଚରଣ ଭାଞ୍ଜୁ । ୧୧୮ ।
ଅଇବ୍ରତେକ ସିଂହର ପ୍ରାକର୍ମ ତୋହୋର
ୟେକା ସିଂହର ପ୍ରାକର୍ମେ ତୁ ହୋଅ ଅପହାର । ୧୧୯ ।
ପ୍ରଥମେ ଦୁର୍ବୁଦ୍ଧି ଯେ ଚିନ୍ତା କରାଇଲୁ ମନ
ୟେ ତୋହୋର ପୁତ୍ର ନାମ ହୋଉ ଦ୍ରିଯୋଧନ । ୧୨୦ ।
ଧୃତରାଷ୍ଟଙ୍କ ଅଗ୍ରତେ ୟେହା ସଞ୍ଜୟେ କହିଲା
ନିକଲଙ୍କ ପୁତ୍ରକୁ ହାଦେ କଳଙ୍କ ଲାଗିଲା । ୧୨୧ ।
ଶୁଣିଣ ବିରସ ଯେ ହୋଇଲା ନୃପତି କୁରୁ ବୀର
ତଲୟେ କରି ଚିନ୍ତିଲେ ସେ ଦୁର୍ଭାସା ମୁନିବର । ୧୨୨ ।
ଦଣ୍ଡ କମଣ୍ଡଳ କଷା କଉପୁନି
ପ୍ରବେଶ ହୋଇଲେ ମହାତ୍ମା କୁରୁନାଥର ସନ୍ନିଧାନି । ୧୨୩
ସଞ୍ଜୟ କହିଲେ ହୋ ଶୁଣ କୁରୁପତି
ବିଜେ କଲେ ମହାତ୍ମା ଦୁର୍ଭାସା ମହାଯତି । ୧୨୪ ।
ଆସ୍ତାନ ତେଜିଣ ସେ ଉଠିଲା କୁରୁରାୟେ
ମୁନିଙ୍କ ପଦ୍ମପାଦେ ଅର୍ଘ୍ୟ ପୂଜା କୟେ । ୧୨୫ ।
ଦୁର୍ଭାସା ମୁନି ହୋ ମୋର ପୁତ୍ରନ୍ତ ତୁ ଚାହାଂ
ତୋହୋର ପ୍ରସାଦେ ଯେ ପାଇଲି ମୁଂ ୟେହା । ୧୨୬ ।
ଦୁର୍ଭାସାୟେ ବୋଇଲେ ଶୁଣ ହେ ମୁନି ବ୍ୟାସେ
ପୁତ୍ରଙ୍କର ନାମ କିସ କିସ ଦେଲଟି ସନ୍ତୋଷେ । ୧୨୭ ।



୧୧୮ ।୧ କଳ୍ପ ଆତ୍ମା ଦେହ ମୋର ପ୍ରାସ ପାଇଲା ତୋ ଚରଣ ବାଜି ।
୧୨୦ ପ୍ରଥମେ ଦୁର୍ବୁଦ୍ଧି କଲୁରେ ନନ୍ଦନ ।
 ତୋହୋର ନାମ ଗୋଟି ହୋଉରେ ଦୁର୍ଯେ୍ୟାଧନ । ।
୧୧୯ ।୨ ଅପହାର-ନାଶ
ବୋଲନ୍ତି ବ୍ୟାସେ ୟେ ଜ୍ୟେଷ୍ଠ ପୁତ୍ରକୁ
ଦୁଷ୍ଟ ବୁଦ୍ଧି ଜାଣି ଦ୍ରିଯୋଧନ ନାମ ହାଦେ ଦିଲଇଂ ୟେହାକୁ । ୧୨୮ ।
ଦୁଜ ପୁତ୍ର ଗୋଟିକ ଦୁର୍ଭାସା ଧଇଲେକ କୋଳେ
ମୁଖେ ଚୁମ୍ୱନ ଦେଇ ଲଗାଇଲେ ବକ୍ଷସ୍ଥଳେ । ୧୨୯ ।
ପୁଣି ବିଚାରୁଛନ୍ତି ଦୁର୍ଭାସା ତପୋବନ୍ତେ
କୋଳେ ଧରି ବୋଇଲେ ଶତେ ସିଂଘ ପ୍ରାକର୍ମ ହୋଉ ତୋତେ । ୧୩୦ ।
ହସ୍ତ ଗୋଟି ମୁଷ୍ଟି କରି କାନ୍ଦନ୍ତେଣ ବାଳ
ସେ ମୁଷ୍ଟି ବାଜିଲା ଦୁର୍ଭାସାଙ୍କ ବକ୍ଷସ୍ଥଳ । ୧୩୧ ।
ଉତ୍ତାନଶାହୀ ହୋଇ ପଡିଲେ ମହାମୁନି
ଘଡିକେ ଚେତନ ପାଇଲେ ସାଷ୍ଟମ ଯେ ଘେନି । ୧୩୨ ।
ମୁଷ୍ଟି ବାଜନ୍ତେଣ ମୁନି ଅସାଷ୍ଟମ ହୋଇଲେ
ସେ ଦୁସହ ଘାତ ପାଇ ତାହାକଇ ଦୁଶାସନ ନାମ ଦିଲେ । ୧୩୩ ।
ଆପଣାର ସର୍ଜନା ବୋଲି ଇଚ୍ଛାୟେ ଯେବେ ଅନଗୃହ କଲେ
ରାଗ ସହି ନ ପାରି ଶାପ ତାକୁ ମୁନି ଯେ ବିହିଲେ । ୧୩୪ ।
ଆରେ ଦକ୍ଷିଣ ଭୁଜେ ପ୍ରହାର କଲୁ ମୋତେ ମୁଥେ
ଆତ୍ମା ବିସର୍ଜନ ହୋଇଲା ତୋହୋର ମୁଥଘାତେ । ୧୩୫ ।
ମୋହୋର ଶାପ ତୋତେ ନ ଯାଉରେ ଗଡି
ସୋଦର ଶାସ୍ତି ଦେଉ ତୋତେ ଦକ୍ଷିଣ ଭୁଜ ଉପାଡି । ୧୩୬ ।
ୟେସନେକ ଶାପ ଦିଲେ ଦୁର୍ଭାସା ମହଋଷି
ଉଚ୍ଛମନ୍ଧଲରଚ୍ଚନ୍ଦଜ୍ଞ ଙଉଋ
Cଚ୍ଛଲଟ୍ଟକ୍ଷରନ୍ଦର
Cକ୍ଷଷମହ ଏରତ୍ତର ଞ୍ଜ ଞଟ୍ଟଵତ୍ତବଯର
ଊନ୍ଥଟ୍ଟବଚ୍ଚଯରଯ ଋରବନ୍ଦନ୍ଧତ୍ତରଜ୍ଞ
ଞଚ୍ଚକ୍ଷଷଲଷନ୍ଦରଯ ଙବଵରଜ୍ଞ
ଶାପ କଥା ଶୁଣି ବ୍ୟାସେ ମନେ ମନେ ହସି । ୧୩୭ ।
ସଞ୍ଜୟ ବୋଇଲେ ହୋ ଶୁଣ ଧୃତରାଷ୍ଟ
ଋଷିମାନଙ୍କରେ ତୋତେ ହୋଉଛି ପୁତ୍ର କଷ୍ଟ । ୧୩୮ ।
ଜାତ ହିଂ କଲେ ବର ହିଂ ହାଦେ ଦିଲେ
ରାଗ ସହି ନୁଆରି ଶାପ ହିଂ ପ୍ରାଭବିଲେ । ୧୩୯ ।



୧୨୮ ।୨ ଦ୍ରିଯୋଧନ ନାମ ହାଦେ ଦିଲଇଂ ୟେହାକୁ ।
୧୩୭ ୟେସନକ ଶାପ ଦିଲେ ଦୁର୍ଭାସା ତପୋନିଷ୍ଠି
 ଶାପ କଥା ଶୁଣି ମୁନି ବିସ୍ମୟେ ମନତୁଷ୍ଟି
୧୩୯ ।୧ ରାଗ ସହି ନ ପାରି ପ୍ରାଭବ ବିହିଲେ ।
୧୩୯ ।୨ ଶାପହିଂ ପ୍ରାଭବିଲେ-ଶାପରୂପ ପରାଭବକୁ ପ୍ରଦାନ କଲେ ।
ଯେହ୍ନେ ସେ କର୍ମେଣ ପ୍ରାପତ ହୋଇଲା ତୁକୁ
ପୁତ୍ରନ୍ତ କୋଳେ ନ ଦିଅ ଋଷିମାନଙ୍କୁ । ୧୪୦ ।
ବ୍ୟାସେ ବୋଇଲେ ଯେ ଦୁର୍ଭାସାଙ୍କର ମହାମନ୍ତ୍ରେ
ଶତେ ପୁତ୍ର ପ୍ରାପତ ହୋଇଲାକ ରାଜା ତୋତେ । ୧୪୧ ।
ଦୁ ଅକ୍ଷରେ ହାଦେ ସବୁଙ୍କରି ନାମ
ପ୍ରଥମ ପୁତ୍ର ନାମ ଯେ ହୋଇଲା ଦୁର୍ଯୋଧନ । ୧୪୨ ।
ଦୁଜେଣ କୁମାର ହୋଇଲା ଦୁଶାସନ
ଶତେକ ପୁତ୍ର ନାମଟି ଦେବାକ ଅନୁମାନ । ୧୪୩ ।
ତିଜ କୁମାର ନାମ ଦିଲେ ଯେ ଦୁର୍ମନ
ଚତୁର୍ଥ କୁମାର ଯେ ଦୁର୍ବାଳ ବୋଲି ନାମ । ୧୪୪ ।
ଦୁର୍ଜନ ନାମେ ପୁତ୍ର ହୋଇଲା ପଞ୍ଚମେ
ଦୁର୍ବୀର ନାମ ଯେ ହୋଇଲା ଷଷ୍ଠମେ । ୧୪୫ ।
ଦୁରାନ୍ତକ ନାମ ଯେ ହୋଇଲା ସପ୍ତମେ
ଦୁର୍ବିନ୍ଦ ନାମ ଯେ ହୋଇଲା ଅଷ୍ଟମେ । ୧୪୬ ।
ଦୁରନ୍ତ ନାମ ହୋଇଲା ନବମେ
ଦୁସହ ନାମ ଯେ ହୋଇଲା ଦଶମେ । ୧୪୭ ।
ୟେକାଦଶ ନାମ ହୋଇଲା ଦୁରାମ । ୧୪୮ ।
ଦୁସମ ନାମ ଯେ ହୋଇଲା ଦ୍ୱାଦଶମେ
ତ୍ରୟୋଦଶମେ ନାମ ହୋଇଲା ଦୁଷ୍କାମେ । ୧୪୯ ।
ଚତୁର୍ଦ୍ଦଶମେ ନାମ ଦୁର୍ମାଳୀ ହୋଇଲା
ପଞ୍ଚୁଦଶ ନାମ ଦୁକୁଳ ଯେ ହେଲା । ୧୫୦ ।
ଦୁକର୍ଣ୍ଣ ନାମଟି ଅଟେ ଆର ଭାଇ
ଦୁର୍ହଣ ନାମେ ଯେ ସପ୍ତଦଶ କୁମାର ହୋଇ । ୧୫୧ ।
ଦୁର୍ଦକ୍ଷ ନାମ ଯେ ଆରେକ ପୁତ୍ର ଗୋଟି
ଦୁର୍ଗମ ନାମ ଆରେକ ବଳିଷ୍ଠି । ୧୫୨ ।
ଦୁରାଷ୍ଟ ନାମେ ହୋଇଲା ବିଂଶ ବାଳ
ୟେକବିଂଶ ନାମ ହୋଇଲା ଦୁର୍ବଳ । ୧୫୩ ।
ଦୁଷକ ବୋଲି ବାଇଶି ପୁତ୍ର ନାମ
ଦୁର୍ଭାର ବୋଲି ଆରେକ ପୁତ୍ର ନାମ । ୧୫୪ ।
ଚତୁର୍ବିଂଶ ନାମ ଦିଲେ ଦୁର୍ଭୀମ
ପଞ୍ଚବିଂଶ ନାମ ହୋଇଲା ଦୁର୍ନାମ । ୧୫୫ ।
ଦୁରାଣ ନାମ କୁମର ଷଷ୍ଠ ବିଂଶ
ଉଚ୍ଛମନ୍ଧଲରଚ୍ଚନ୍ଦଜ୍ଞ ଙଉଋ
Cଚ୍ଛଲଟ୍ଟକ୍ଷରନ୍ଦର
Cକ୍ଷଷମହ ଏରତ୍ତର ଞ୍ଜ ଞଟ୍ଟଵତ୍ତବଯର
ଊନ୍ଥଟ୍ଟବଚ୍ଚଯରଯ ଋରବନ୍ଦନ୍ଧତ୍ତରଜ୍ଞ
ଞଚ୍ଚକ୍ଷଷଲଷନ୍ଦରଯ ଙବଵରଜ୍ଞ
ସପ୍ତବିଂଶ ପୁତ୍ର ନାମ ଦିଲେକ ଦୁର୍ଦ୍ଧଂସ । ୧୫୬ ।
ତହିଂର କନିଷ୍ଠ ନାମ ଦିଲେ ଦୁସନ
ଊନତ୍ରିଂଶ ଦୂଷଣ ନାମ ଅନୁଜ ବିଦ୍ୟମାନ । ୧୫୭ ।
ତ୍ରିଂଶ ପୁତ୍ର ନାମ ହୋଇଲା ଯେ ଦୁଷ୍ଟ
ୟେକତ୍ରିଂଶ ଦୁରାନ୍ତନ ହୋଇଲା ବଳିଷ୍ଠ । ୧୫୮ ।
ଦୁର୍ଦଣ୍ଡ ବୋଲି ତାହାର ସାନୁଜ
ତାହାର ସାନ ନାମ ଦିଲେ ଯେ ଦୁରାଜ । ୧୫୯ ।
ଚଉତ୍ରିଂଶ ପୁତ୍ରର ନାମ ହୋଇଲା ଦୁର୍ଦାନ
ତହୁଂ ଜାତ ହେଲେ ଦୁର୍ଭାନୁ ଦୁରାକ୍ଷ ଦୁରାଶନ । ୧୬୦ ।
ଦୁଶୟ ଦୁସନ୍ତେକ ଦୁସ୍ତର ଦୁର୍ବହଣ
ଦୁର୍ମାଳ ଦୁରାନନ୍ଦ ଦୁର୍ହରି ଦୁର୍ମର୍ଷଣ । ୧୬୧ ।
ଦୁରାପଦ ଦୂରକ ଦୁର୍ଦାସ ଦୁକାଳ ଦୁରାୟ
ଦୁରାନନ ଦୁର୍ଗତ ଦୁଷ୍ପାପ ଦୁରାଳୟ । ୧୬୨ ।
ଦୁର୍ମତି ଦୁରଙ୍ଗ ଦୁର୍ଜୟ ଦୁର୍ନିଧି ଦୁର୍ଦ୍ଧାର
ଦୁରାକର୍ଣ୍ଣ ଦୁର୍ଭାଷ ଦୁର୍ଭାବ ଦୁଷ୍କର । ୧୬୩ ।
ଦୁଶିବ ଦୁର୍ମୋହ ଦୁର୍ଭଗ ଦୁର୍ଲୟ ଦୁର୍ଭୟ ଦୁରାମୟ
ଦୁକେତୁ ଦୁରାୟନ ଦୁସିଦ୍ଧି ଦୁତନୁ ଦୁସିଂହ ଦୁରାଶୟ । ୧୬୪ ।
ଦୁର୍ବାହ ଦୁର୍ନିରୀକ୍ଷ ଦୁର୍ବହ ଦୁର୍ମଦ
ଦୁରାତ୍ମା ଦୁରାଚାର ଦୁସ୍ତେଜ ଦୁରାସଦ । ୧୬୫ ।
ଦୁର୍ମୋକ ଦୁର୍ମୁଖ ଦୁର୍ଦ୍ଦାନ୍ତ ଦୁଶଳ ଦୁର୍ବାକ
ଦୁର୍ବିଗାହ ଦୁର୍ବିନୀତ ତୁରାଧ ଦୁରକ୍ଷକ । ୧୬୬ ।
ଦୁରଭିସନ୍ଧି ଦୁର୍ଣ୍ଣୟ ଦୁରୂହ ଦୁର୍ମେଧ୍ୟ
ଦୁର୍ଦ୍ଦର୍ଷ ଦୁର୍ବିମୋଚନ ଦୁର୍ଭେଦ୍ୟ ଦୁସାଧ୍ୟ । ୧୬୭ ।
ଦୁର୍ଭାସା ବୋଇଲେ ଶୁଣ ହୋ ଧୃତରାଷ୍ଟ
ୟେକୁଂ ୟେକ ପୁତ୍ର ତୋର ମହା ଯେ ବଳିଷ୍ଠ । ୧୬୮ ।
ଶୂରବନ୍ଥ ପୁତ୍ରନ୍ତ ତୁ ଘେନି କୁରୁବଇଂ
ସୁଖେଣ ତୁ ରାଜ୍ୟ କର ନରବଇ । ୧୬୯ ।
ପଣ୍ଡୁର ପ୍ରସାଦେ ତୋତେ ନାହିଂନା ଅନୀତି
ଆପଣେ କଷ୍ଟେ ସେତୋତେ ଶୁଭ ଚିନ୍ତି । ୧୭୦ ।
ତିଆରିଣ ତୀର୍ଥକଇ ଗଲେକ ଦୁର୍ଭାସା
ବ୍ୟାସେ ବିଜେ କଲେ ଯାଇଂ ଶତଶିଂଗ ବସା । ୧୭୧ ।
ପଣ୍ଡୁରାୟ ପ୍ରଳମ୍ୱିତ ବ୍ୟାସଙ୍କର ପଦ୍ମପାଦେ
ଅନେକ ସ-ଦ ସ୍ୱାମୀ ହେ ତୁମ୍ଭର ପରସାଦେ । ୧୭୨ ।
କେଉଂଣ ଭୁବନେ ତୁମ୍ଭେ ଥିଲ ପିତାମହ
ହସ୍ତିନାର କୁଶଳ ବାରତା ମୋତେ କହ । ୧୭୩ ।
ବ୍ୟାସେ ବୋଇଲେ ହୋ ଦୁର୍ଭାସାଙ୍କର ମନ୍ତ୍ରବଳେ
ଶତେପୁତ୍ର ଉପୁଜିଲା ଗାନ୍ଧାରୀର କୋଳେ । ୧୭୪ । ସଂଖ୍ୟା
ମହା ଆରମ୍ଭେ କୁମରେ ବଡାଇ ବଳବନ୍ତା
ଦୁଷ୍ଟ ପ୍ରକୃତି ସେ ହୋଇବେ ଜଗୁଜିତା । ୧୭୫ ।
ତିଆରସି ପଣ୍ଡୁ ହୋ ତୋହୋର ଭାରିଯାକୁ
ଗାନ୍ଧାରୀ ପୁତ୍ର ରାଜ୍ୟ ନୋହିବଟି ତୁକୁ । ୧୭୬ ।
ଦେବତାଙ୍କର ମଧ୍ୟେ ବଳବନ୍ତ ମରୁତ
ସେ ପବନର ବୀର୍ଯ୍ୟେ ଉପୁଜିଲା ହନୁମନ୍ତ । ୧୭୭ ।
ତ୍ରେତାଯୁଗରେ ସେ ହୋଇଲା ମହାଛତ୍ରୀ
ପର୍ବତେ ସେତୁ ବାନ୍ଧିଲା ୟେକଘାନ୍ତି । ୧୭୮ ।
ଉଚ୍ଛମନ୍ଧଲରଚ୍ଚନ୍ଦଜ୍ଞ ଙଉଋ
Cଚ୍ଛଲଟ୍ଟକ୍ଷରନ୍ଦର
Cକ୍ଷଷମହ ଏରତ୍ତର ଞ୍ଜ ଞଟ୍ଟଵତ୍ତବଯର
ଊନ୍ଥଟ୍ଟବଚ୍ଚଯରଯ ଋରବନ୍ଦନ୍ଧତ୍ତରଜ୍ଞ
ଞଚ୍ଚକ୍ଷଷଲଷନ୍ଦରଯ ଙବଵରଜ୍ଞ
ଶ୍ରୀରାମ ପ୍ରସନ୍ନେ ସେ ହୋଇଲା ତ୍ରିଜୀବୀ
ପବନର ବୀର୍ଯ୍ୟେ ପୁତ୍ର ଗୋଟିୟେ କରସି ଗୋ ଦେବି । ୧୭୯ ।
ଅମରାଧି ନାଥ ଗୋ ସେ ଇନ୍ଦ୍ର ଯେ ଦେବତା
ତେଣେ ହେଂ ପୁତ୍ର ଗୋଟିୟେ ଜାତ କରା ଗୋ ମାତା । ୧୮୦ ।



୧୭୦ ପଣ୍ଡୁର ପ୍ରସାଦେ ତୋତେ ନାହିଂ ନା କିଛି ଭୀତି ।
 ଆପଣେ କଷ୍ଟପାଇ ତୋତେ ଶୁଭ ଚିନ୍ତେ କୁରୁପତି । ।
୧୭୬ ।୨ ଗାନ୍ଧାରୀ ପୁତ୍ରଙ୍କର ରାଜ୍ୟ ନ ଦେବେଟି ତୁମ୍ଭଙ୍କୁ ।
୧୬୯ ।୨ ନରବଇ-ନରପତି
ୟେତେକ କାର୍ଯ୍ୟ ଗୋ ହୋଅଇଟି ସିନା ତୋହୋର
ତୁ ମହାଭିଗଂ୍ୟ ଗୋ ବିଚାରି କାର୍ଯ୍ୟ କର । ୧୮୧ ।
କହିଣ ବ୍ୟାସେ ଗଲେ ଶୂନ୍ୟ ଭୁବନେ
ଅନ୍ତରୀକ୍ଷ ହୋଇଣ ଚଳିଲେ ଗଗନେ । ୧୮୨-୨୩୦୭ ।



୧୮୧ ।୨ ତୁ ମହାଦେବୀ ଗୋ ବିଚାର କାର୍ଯ୍ୟ କର ।
୧୯୨ କହିଣ ବ୍ୟାସେ ଯେ ଗଲେ ଅନ୍ତର୍ଦ୍ଧାନେ ।
 ଅମରାଧି ପରେ ପ୍ରବେଶ ମହାଶୂନ୍ୟେ ।
ଭୀମ ଜନ୍ମ
ଅନେକ ସାନନ୍ଦ ହୋଇଲେ କୋଇନ୍ତାୟେ ପୁତ୍ରକଇଂ ଦେଖି
ଅତିଅନ୍ତ ସ୍ନେହେଣ ସେ ପାଳନ୍ତି ଯୁଝେଷ୍ଠିକି । ୧ ।
ସାତ ବରଷ ଯେ ହୋଇଲେ ଧର୍ମସୁତ
ଚାଲନ୍ତେଣ ଚରଣ ନ ବାଜଇ ଭୂମିଗତ । ୨ ।
ଦିନେକ ଦେହରେ କଣ୍ଟିଲା ମଶା ଗୋଟିୟେ
ଧୀର କରି ଉଡାଇ ଦିଲା ବାଳୁତ ତନୟେ । ୩ ।
ଦିନେକ ଲିମ୍ୱ ଗଛରୁ ଝିଣ୍ଟିପିଟି ଗୋଟିଏ ପଡିଲା
ପର୍ବତରେ ପଡନ୍ତେଣ ସେହି ଅସାଷ୍ଟମ ହୋଇଲା । ୪ ।
ଖେଳୁଂ ଖେଳୁଂ ତାହା ଯୁଝେଷ୍ଟି କୁମର ଦେଖି
ଲକ୍ଷଣବନ୍ତ କୁମର ତାହା କାନରେଣ ଫୁଙ୍କି । ୫ ।
କୋଇନ୍ତାୟେ ଦେଖିଣ ତାହା ହୋଇଲେ ଆଶ୍ରିଯ
ବିଚାରନ୍ତି ୟେ ପୁତ୍ରରେ ନୋହିବ କିଛୁ କାର୍ଯ୍ୟ । ୬ ।
ଆଦ୍ୟହୁଂ ଗାନ୍ଧାରୀ ଯେ ଅଟଇ ହିଂସାକାରୀ
ୟେ ପୁତ୍ରକୁ ଘେନି କି କାର୍ଯ୍ୟ କରି ପାରି । ୭ ।
ଅତିହିଂ ଧର୍ମପଣେ କି ରହଇ ଛତ୍ରୀପଣ
ଦୁଖ ପଡି ଉପୁଜାଇଲି ନୋହିଲା କାରଣ । ୮ ।
ଭୋ ଧର୍ମପୁରୁଷ ୟେହେର୍ଣ୍ଣେକ ମୋର କର୍ମ
କେବଣ ପାପକ୍ଷଣେ ହୋଇଲି ମୁହିଂ ଜନ୍ମ । ୯ ।



୯ ।୨ କେବଣ ପାପକର୍ମେ ହୋଇଲି ମୁହିଂ ଜନ୍ମ ।
ସ୍ତିରୀ ଜନ୍ମରେ ମୁଂ ହୋଇଲି ଅସତୀ
କେତେ ଭ୍ରଥାରେ ଦିନ ଯିବ କର୍ମର ଅଗତି । ୧୦ ।
ପ୍ରଥମେ ଆଦିତ୍ୟ ଦୁଜେଣ ପଣ୍ଡୁରାୟେ
ତୃତୀୟେ ଧର୍ମଦେବତା ବୀର୍ଯ୍ୟ ପ୍ରଦାନ କୟେ । ୧୧ ।
ୟେତେକେହେଂ ଭୋ ଧର୍ମଦେବତା ନୋହିଲା ମୋର କାର୍ଯ୍ୟ
ୟେଡେ ବଡ ରାଜକୁଳେ ଉପୁଜି ଲେଛିଲି ସର୍ବ ଲାଜ । ୧୨ ।
ସଂସାରେ ଉପୁଜି ଦେବ ନ କଲି କିଛି ଧର୍ମ
କେମନ୍ତେ କରି ମୁକତ କରିବଟି ଯମ । ୧୩ ।
ରାଗ ମୋହ ଅହଙ୍କାର ଥିଲେ ଉପୁଜିଟି ଅନେକ ପାପ
ରାଜପଦେ ବସିଲେ ବଡାଇ ପରତାପ । ୧୪ ।
ୟେତେକ ବିଚାର କରନ୍ତେଣ ଦେବୀ ବସି
ଆଦିତ୍ୟ ଅସ୍ତ ହୋଇଲେ ପ୍ରବେଶ ଆସି ନିଶି । ୧୫ ।
ଅନ୍ଧାରି ବିଜେ କଲେ ପଣ୍ଡୁ ଗହନ ବିପିନେ
ବେନି ଭାରିଜା ପୁତ୍ର ଗୋଟି ଅଛନ୍ତି ସେ ସ୍ଥାନେ । ୧୬ ।
ମାଦ୍ରୀର କୋଳେ ଦେବୀ ସମର୍ପିଲେ ପୁତ୍ର ଗୋଟି
ଗୀତରସେ ମଦନା ନିଦ୍ରା କରଇଲା ଯୁଝେଷ୍ଠି । ୧୭ ।
ଶ୍ରାବଣ ଶୁକଳ ପକ୍ଷ ତୃତୀୟାର ତିଥି
ତୃତୀୟା ତେର ଦଣ୍ଡ ଉତ୍ତାରେ ଚଉଠୀ ବାର ବୃହସ୍ପତି । ୧୮ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ନକ୍ଷତ୍ର ଯେ ପୂରା ସେ ଦିନର ଭୋଗ
ତତ୍ତୁଲ୍ୟ ନାମେ କରଣ ସିଦ୍ଧ ନାମେ ଯୋଗ । ୧୯ ।
ଶେଯ୍ୟାୟେକ ସୁସଞ୍ଚ ଯେ ଆପଣେ କୋନ୍ତା ଦେବୀ କଲେ
ତହିଂର ଉପରେ ବସି ଦୁର୍ଭାସାଙ୍କର ଜପାମାଳୀ ଘେନିଲେ । ୨୦ ।
ପଞ୍ଚୁଭୁତ ଆତ୍ମାରେ ଲୟେ କରିଣ ଦେବୀ କୋଇନ୍ତା
ଧ୍ୟାନେଣ ସୁମରିଲେ ସେ ଦୁର୍ଦ୍ଦଣ୍ଡ ପବନ ଦେବତା । ୨୧ ।



୧୦ ।୨ କେତେ ଭ୍ରଥାରେ ଦିନଯିବ କର୍ମର ଅପ୍ରୀତି
 କେତେ ଭ୍ରଥାରେ ଦିନଯିବ ହୋଇଲି ଅଗତି ।
୧୪ ।୨ ରାଜଦ୍ୱନ୍ଦେ ପଶିଲେ ବଢଇ ପରିତାପ ।
୧୨ ।୨ ଲେଛିଲି-ଛାଡିଲି
୧୪ ।୨ ପରତାପ-ପ୍ରତାପ
ଅମୃତ ପୁରୁଷ ସେ ଋଷିର ମହାମନ୍ତ୍ରେ
ବିଜେ କଲେ ପବନ ଦେବତା କୋଇନ୍ତାଙ୍କର ଶେଯ୍ୟାଇ ଯୁଗତେ । ୨୨ ।
ବାମ କରେ ପାଶ ଯେ ଦକ୍ଷିଣେ ମୁଦୁଗର ପୁଣି
ତେଖିଣ ପଚାରନ୍ତି କୁନ୍ତଭୋଜର ଦୁଲଣୀ । ୨୩ ।
ମହାପ୍ରଚଣ୍ଡ ତେଜ ଦିଶଇ ଲୋହିତ ବର୍ଣ୍ଣ ରୂପେ
ଅଦଭୁତ ମହାତ୍ମା କାହୁଂ ବିଜେ କଲୁ ମୋହୋର ସମୀପେ । ୨୪ ।
ବଦୟନ୍ତି ଶୂନ୍ୟେ ପୁରୁଷ ତୁ ଯାହା ସୁମରିଲୁ କୋଇନ୍ତା
ଚେତନା ପୁରୁଷ ହାଦେ ମୁଂ ପବନ ଦେବତା । ୨୫ ।
ତୁ ମୋତେ ଅଭିଳାଷ କଲୁ କୋନ୍ତଭୋଜର ଦୁଲାଳୀ
ଅମୃତ ପୁରୁଷ ମୁଂ ବିଜେ କଲି ଦୁର୍ଭାସାଙ୍କର ମନ୍ତ୍ର ଭୟେ କରି । ୨୬ ।
ସରୂପ ଜାଣି ଦେବୀ ସଲଜ୍ଜିତ ମତି
ପବନ ଦେବତାୟେ କୋଇନ୍ତାଙ୍କୁ କୋଳେ ଧଇଲେ ତତକ୍ଷଣାନ୍ତି । ୨୭ ।
ୟେସନେକ ପ୍ରଭୁ ଭାରିଯା ବିବସନଶାହୀ
ମଦନା ହିଂ ଯତନେ ଛାଡିଗଲା ସନ୍ନିଧ୍ୟେ କେହି ନାହିଂ । ୨୮ ।
ମରୁତ ଦେବତା ତୁଲେ ଯହୁଂ ଶୃଙ୍ଗାରକୁ ଇଚ୍ଛା
ବଢିଲା ରତିରଙ୍ଗ ଓହୋ କୁଳର ମନବାଞ୍ଛା । ୨୯ ।
ଚନ୍ଦ୍ର ପବନ ଘେନି ପଞ୍ଚିଶ ପ୍ରକୃତି
ବଳବନ୍ତ ଦେବତାର ଶୃଙ୍ଗାର ସହିଲା ସେ ଅନାଦି ଶକତି । ୩୦ ।
ଚନ୍ଦ୍ରମେଳକ ଘେନି ବିଷ୍ଣୁ ବାତ ପ୍ରସନ୍ନେ
ଛାଡିଲା ମହାବୀର୍ଯ୍ୟ ସେ ଦୁର୍ଦଣ୍ଡ ପବନେ । ୩୧ ।
ପବନ ଦେବତାର ସେ ଅମୋହ ରେତ ପଡି
ମୂର୍ଚ୍ଛାଗତ ହୋଇ ପଡିଲେ କୋଇନ୍ତାୟେ ସହିତ ନୁଆରି । ୩୨ ।
କୋଳ କରି ଧଇଲେ ପବନ ଦେଇଣ ଜୀବନ୍ୟାସ
ଆପଣାର ଆତ୍ମା ଯାଇ ତାହାର ଗର୍ଭରେ ପ୍ରବେଶ । ୩୩ ।



୨୯ ମରୁତ ଦେବତା ଦେବୀ ଶୃଙ୍ଗାର ରସ ଇଚ୍ଛା ।
 ବଢିଲାକ ଶୃଙ୍ଗାର ପୂରିଲା ମନବାଞ୍ଛା । ।
୩୧ ।୧ ଚନ୍ଦ୍ରବଳ ଘେନି ବିଷ୍ଣୁବାତ ପ୍ରସନ୍ନେ (ପବନେ)
୩୨ ।୧ ଅମୋହ-ଅମୋଘ
ଯହୁଂ ମହାଭାରା ସହି ନ ପାରିଲେ ଦେବୀ କୋନ୍ତୀ
ସଇନ୍ଦୁ ପୁତ୍ରେକ ଯେ ହୋଇଲା ଉତପତ୍ତି । ୩୪ ।
କୋଇନ୍ଥାଙ୍କର ଗର୍ଭରୁ ପୁତ୍ରେକ ଅବତରି
ଥରହର କ-ୁଅଛି ଚାରିଶତ ଯୁଣ ଶତଶିଂଗ ଗିରି । ୩୫ । ସଂଖ୍ୟା
ପୁତ୍ରରାବେ କ-ିଲା ଆକାଶ ସପତ ବ୍ରହ୍ମାଣ୍ଡ
ଆଠଲକ୍ଷ ପର୍ବତ ଘେନି କ-ିଲା ମେଦିନୀ ନବଖଣ୍ଡ । ୩୬ । ସଂଖ୍ୟା
ପୁତ୍ର ଦେଖି ପବନ ଦେବତା ସାନନ୍ଦ ଚିତ୍ତେ
ଦେଖଇ ଭୁବି ଭୁବନ ସେ କ-ଇ ଅପ୍ରମିତେ । ୩୭
ଦେବରାଜା ଗିରିରାଜା କ-ଇ ଯମରାଜା
ଭୀମସେନ ନାମ ଦିଲେ ପବନ ଦେବରାଜା । ୩୮ ।
ପୁତ୍ରକଇ ନାମ ଦେଇ ସେ ଚଳିଲେ ପବନ ପୁଣି
ନନ୍ଦନ ଦେଖି ସାନନ୍ଦ କୁନ୍ତଭୋଜର ଦୁଲଣୀ । ୩୯ ।
ମହାଘୋର ଅନ୍ଧକାର ବରଷନ୍ତି ମେହେ
କ୍ଷେପନ୍ତି ବଳାହକେ ଯେହ୍ନେ ବିଜୁଳି କନକରେହେ । ୪୦ ।
ପୁତ୍ରଗୋଟି ଘେନି ଦେବୀ ରାତ୍ରକାଳେ ପର୍ବତେ ଅଛଇଂ ବସି
ମହାମତ୍ତ ବ୍ୟାଘ୍ରେକ ଗର୍ଜନ କଲା ଆସି । ୪୧ ।
ବ୍ୟାଘ୍ରର ଗର୍ଜନ ଶୁଣି ତ୍ରାସିଲେ ଦେବୀ କୋଇନ୍ତେ
ଭୟେଣ ଛାଡି ପଳାଇଲେ ପୁତ୍ରକୁ ପକାଇ ଶତଶିଂଗ ପର୍ବତେ । ୪୨ ।
ଚାରିଶତ ଯୋଜନ ଯେବଣ ମହାଗିରି
ସେ ପର୍ବତ ରସାଂଗତ ହୋଇଲା କୁମର ଯହୁଂ ପଡି । ୪୩ ।
ମହାଭାରା ପର୍ବତ ଯହୁଂ ପଶିଲା ରାସାନ୍ତଳେ
ଦେଖିଣ ତ୍ରାସିଲେ ସକଳ ଦିଗପାଳେ । ୪୪ ।
ପୁତ୍ରନ୍ତ ତଳେ ପକାଇ କୁନ୍ତୀ ପଳାଇଲେ ଡରେ
ଧାତିକାରେ ଉଠିଲେ ସେ ବୃକ୍ଷର ଉପରେ । ୪୫ ।



୩୯ ।୧ ପୁତ୍ରକଇ ନାମ ଦେଇ ସେ ଚଳିଲେ ପ୍ରାଣମଣି ।
୪୦ ।୧ ମେହେ-ମେଘେ ୪୦ ।୨ ରେହେ-ରେଖେ ।
୪୧ ।୨ ପୋଥିମାନଙ୍କରେ ବ୍ୟାଘ୍ର ସ୍ଥାନରେ ବ୍ରାଘ ଅଛି ।
ପର୍ବତେ ପଡି କାନ୍ଦଇ ସେ ବାଳଶିଷି
ଶ୍ରାବଣମାସ ଘୋର ଅନ୍ଧକାର ପଛିମୁଂ ବତାସ କରି ବରଷି । ୪୬ ।
ପଡିଅଛି ନନ୍ଦନ ଉତ୍ତାନଶାହୀ ହୋଇଂ
କାନ୍ଦଇ ନନ୍ଦନ ଯେ ବାଳୁତ ରାବ ଦେଇ । ୪୭ ।
ଗର୍ଜନ ନାଦ କରି ଧାମଇ ମତ୍ତ ବ୍ରାଘ
ପୁତ୍ରକୁ ଘୋଟିଲା ସେ କରିବ ଆଧାର ଯୋଗ । ୪୮ ।
କାନ୍ଦଇ ସେ ଭୀମସେନ ଚରଣ ହଲାଇ
ବ୍ୟାଘ୍ରର ମୃଧୁନିରେ ବାଜିଲା ପାଦ ଯାଇ । ୪୯ ।
ଭୀମର ଦକ୍ଷିଣ ଚରଣ ବାଜିଲା ବ୍ୟାଘ୍ରର ମୃଧୁନା
ବାଜନ୍ତେ ମୃଧୁନା ତାର ହୋଇଲା ଶତେ ଚୂନା । ୫୦ ।
ରୁଧିର ବୃଷ୍ଟି ହୋଇ ପଡିଲାକ ବ୍ୟାଘ୍ର
ରଜନୀ ପ୍ରଭାତ ହୋଇଲା କାନ୍ଦଇ ଯେ ପୁତ୍ର । ୫୧ ।
କୋଇନ୍ତାୟେ ଉଠିଛନ୍ତି ବୃକ୍ଷର ଉପରେ
ପଣ୍ଡୁ ଆସି ହୋଇଲେ ଶତଶିଂଗ ପର୍ବତରେ । ୫୨ ।
ଦେଖିଲେ କାନ୍ଦୁଅଛି ସୁନ୍ଦର ବାଳୁତ
ପୁତ୍ର ପାଦତଳେ ବ୍ୟାଘ୍ର ହୋଇଅଛି ହତ । ୫୩ ।
ପୁଣ ଯେ ରୋଦନ କରନ୍ତେ ବାଳୁତ
ସରୂପ ଦେଖିଣ ପଣ୍ଡୁ ହୋଇଲେ ଚକିତ । ୫୪



୪୭ ।୧ କାନ୍ଦଇ ନନ୍ଦନ ଯେ ମେଘ ଗରଜଇ ।
୫୦ ବାଳୁତ ପୁଅର ପାଦ ବାଜି ବ୍ୟାଘ୍ରର ମୃଧୁନ
 ବାଜି ବ୍ୟାଘ୍ର ମୁଣ୍ଡ ହୋଇଲା ଶତେ ଚୂର୍ଣ୍ଣ ।
ଅନ୍ୟ ପୋଥିରେ-
୫୧ ରୁଧୀର ବୃଷ୍ଟି ହୋଇଁପଡିଛି ବ୍ୟାଘ୍ରବର ।
 ରଜନୀ ପ୍ରଭାତ ହୋଇଲା ପଡିଛି ପର୍ବତ ଉପର । ।
 ପଣ୍ଡୁ ଆସି ହୋଇଲେ ଶତଶିଂଗ ପର୍ବତେ ।
 ଦେଖିଲେ ରୋଦନ କରଇ ସୁନ୍ଦର ବାଳୁତେ । ।
 ପୁତ୍ର ଦେଖି ପଣ୍ଡୁରାଜା ହୋଇଲେ ହରଷ ଚିତ୍ତ ।
 ବିଚାରଇ କେବଣ ମାୟା ୟେ ରୋଦନ, କରଇ ବାଳୁତ । ।
୪୭ ।୧ ଉତ୍ତାନଶାହୀ-ଉତ୍ତାନଶାୟୀ
୪୮ ।୨ ଆଧାର-ଆହାର
୪୮ ।୧ ବ୍ରାଘ-ବ୍ୟାଘ୍ର
ଚଉଦିଗକୁ ଅନାଇ ଅମ୍ୱାଳିକା ସୁତ
ଭାଳିଲେ ମାୟା କରିଛି କେବଣ ଦଇବତ । ୫୫ ।
କେବଣ ମହାତ୍ମା ୟେ ପୁତ୍ର ଗଲା ଛାଡି
କେଣିକି ଗଲା ପୁତ୍ର ୟେକା ଅଛି ପଡି । ୫୬ ।
ଅନଙ୍ଗ ଶରୀର ଜାଣି ବ୍ରହ୍ମାଣ୍ଡ ତେଜ ଫୁଟି
ବିଚାରନ୍ତି ପଣ୍ଡୁରାୟେ ୟେ କାହାର ପୁତ୍ର ଗୋଟି । ୫୭ ।
ସ୍ୱାମୀକି ଦେଖିଣ କୋନ୍ତଭୋଜର କୁମାରୀ
ଭୟ ଛାଡିଣ ଦେବୀ ବୃକ୍ଷରୁ ଅବତରି । ୫୮ ।
ପଣ୍ଡୁର ଦେଖନ୍ତେଣ ଯେ କାନ୍ଦଇ କୁମର
ବାମପାଦ ଅଙ୍ଗୁଷ୍ଠି ବୋଜିଲା ପର୍ବତ ଶିଖର । ୫୯ ।
ଅନାଦି ସିଦ୍ଧ ସେ ଅଟଇ ଗିରିବର
ଶିଂଗ ତୁଟନ୍ତେ ଅନୁବ୍ରତେ ବହୁଅଛି କ୍ଷୀର । ୬୦ ।
ଶିଂଗ ଦ୍ୱାଦଶ ଯୋଜନ ତଳି ଶତେ ଯୋଜନ ଶିର
ବାମପାଦ ଅଙ୍ଗୁଷ୍ଠି ଲାଗି ହୋଇଲା ଶତେ ଚୂର । ୬୧ ।
କୋପେ ପ୍ରଜ୍ଜ୍ୱଳିତ ହୋଇଇଲା ଡିଙ୍ଗର
ପ୍ରଥମରେ ପାଦ ମତେ କଲୁରେ ପ୍ରହାର । ୬୨ ।
ରାଗେଣ ବ୍ୟଥା ପାଇ ବୋଇଲା ଗିରିବର
ବାଳୁତ ବୟସୁଂ ୟେତେ ପ୍ରାକର୍ମ ତୋହୋର । ୬୩ ।
ଜନ୍ମ ହୋଇଲୁ ତୁ ମୋହୋର କୋଳର
ମୋର ଶାପ ତୋତେ ଫଳୁରେ ମରୁତ କୁମର । ୬୪ ।
ଆରେ ଆରେ ଭୀମା ତୁ ପ୍ରଥମ ଯୁଦ୍ଧେ ହାର । ୬୫ ।
ୟେସନେକ ଶାପ ଯହୁଂ ଗିରିବର ଦିଲା
ଆସିଣ କୋଇନ୍ତା ଦେବୀ ପୁତ୍ରନ୍ତ ସମ୍ଭାଳିଲା । ୬୬ ।
ପଣ୍ଡୁ ପୁଚ୍ଛା କଲେ କୋନ୍ତା ୟେ କାହାର ନନ୍ଦନ
ୟେ ପୁତ୍ର ଦେଖି ସାନନ୍ଦ ହୋଇଲା ମୋ ମନ । ୬୭ ।



୫୫ ।୨ ଦେବକୁମାର ପ୍ରାୟେ ଦିଶେ ପୁଣ ୟେ ତ । ।
୬୦ ।୨ ଶିଂଗ ତୁଟନ୍ତେ ଅନୁବ୍ରତେ ବହଇ ରୋଧିର । ।
୬୨ ।୨ ପ୍ରାକର୍ମ-ପରାକ୍ରମ
ଆହୋ ସ୍ୱାମୀ ତୁମ୍ଭେ ଛାଡିଣ ଗଲ ଯେବଣ ରାତି
ମେଘ ଅନ୍ଧାର କରି ବରଷଇ ଘୋରମୂର୍ତ୍ତି । ୬୮ ।
କାମେଣ ସୁମରିଲି ମୁଂ ପବନ ଦେବତାଙ୍କୁ
ସେ ମହାପୁରୁଷ ଆସି ଆବୋରିଲେ ମୁକୁ । ୬୯ ।
ତାହାରେଣ ପୁତ୍ରେକ ପ୍ରାପତ ହୋଇଲା ଯେ ମୋତେ
ଭୀମସେନ ନାମ ୟେହାକୁ ଦିଲେକ ମରୁତେ । ୭୦ ।
ଶୁଣିଣ ପଣ୍ଡୁରାୟେ ହୋଇଲେ ଅନେକ ଉଷତ
ବୋଇଲେ ପୁତ୍ର ଗୋଟି ମୋର କୋଳେ ଦିଅସି ସଂଘାତ । ୭୧ ।
ୟେତେ ବୋଲି ପୁତ୍ରକୁ ଧଇଲେ ପଣ୍ଡୁ ନରନାଥ । ୭୨ ।
ୟେ ପର୍ବତ ଶାପ ଦିଲା ଯେ ପୁଅକୁ
ଅନେକ ବିନୋୟୀ ହୋଇ ଦେବୀ କହିଲେ ପର୍ବତକୁ । ୭୩ ।
ହେ ମହତ ପର୍ବତ ଆମ୍ଭନ୍ତ ସମ୍ଭାଳିଲୁ
ପବନ ଦେବତାର ପୁଅର ଆର୍ଦ୍ଦୋଳି ସହିତ ନୁଆରିଲୁ । ୭୪ ।
ତୋହୋର ତହିଂ ଆମ୍ଭେ କରୁଅଛୁଂ ବାସ
ତୁ ସୟଳ ଆମ୍ଭର ଯେ ସହିବୁ ଦଶ ଦୋଷ । ୭୫ ।
ନିକଳଙ୍କ କରି ମୁଂ ଯେ ପୁତ୍ର କଲି ଜାତ
ବାଳୁତକୁ କୋପ କିେ- କଲୁ ହେ ମହତ ପର୍ବତ । ୭୬ ।
ପୁତ୍ରକଇ ଶାପ ମୋର ଦିଲୁ ନ ବିଚାରି
ତୁମ୍ଭଙ୍କୁ କାଟନ୍ତୁ ଜନେ ଖଣ୍ଡ ଖଣ୍ଡ କରି । ୭୭ ।
ଆବର ଶାପ ଦେଇଂ ଲୋଡୁଛଇ କୋନ୍ତେ
ବିନୟ ଭାବ ହୋଇ ବୋଲାଇ ପରବତେ । ୭୮ ।
ରାଗେଣ ଯେବଣ ଶାପ ଦେଲୁସି ଗୋ ମାୟେ
ଖଣ୍ଡ ଖଣ୍ଡ କରାଇଲୁ ଅତୁଟ ମୋର କାୟେ । ୭୯ ।
ଆହୁରିହିଂ ଶାପ ଦେଇ ଲୋଡୁଅଛୁ ମୋତେ
ରହ ରହ ମାତା ଗୋ ମୁଂ ପ୍ରସନ୍ନ ହୋଇଲ ହିଂ ତୋତେ । ୮୦ ।



୬୯ ।୧ ତ୍ରାସେଣ ସୁମରିଲି ପବନ ଦେବତାଙ୍କୁ
୭୦ ।୧ ତାହାର କଲ୍ୟାଣେ ପୁତ୍ର ପ୍ରାପତ ହୋଇଲାକ ମୋତେ । ।
୭୫ ।୨ ପବନ ଦେବତା ଅରୋପଣଏ ବିସରିଲୁ । ।
୭୫ ।୨ ଆବର ଅଚଳ ତୁ ସହିବୁ ନା ସର୍ବ ଦୋଷ ।
ଅବଶ୍ୟ ୟେ ପୁତ୍ର ତୋର ପ୍ରଥମ ଯୁଝରେ ହାରିବ
ଦୁଜ ଯୁଝରେ ମୋତେ ସୁମରଣା କରିବ । ୮୧ ।
ପବନର ବୀର୍ଯ୍ୟେ ଜାତ ୟେ ତୋହୋର ପୁତ୍ର ଭୀମ
ଶତେ ସିଂଘର ୟେହାର ହୋଇବ ପରାକ୍ରମ । ୮୨ ।
ମୁଂ ୟେତେବେଳେ ବସିବି ୟେହାର ଦକ୍ଷିଣ ପାଣି
ବ୍ରିକୋଦର ମୂରିତ ହୋଇବ ବ୍ରହ୍ମାଣ୍ଡ ଶିରୋମଣି । ୮୩ ।
ଯଦ୍ୟପି ବ୍ରହ୍ମା ବିଷ୍ଣୁ ମହେଶ୍ୱର ହୋଇବ
ବ୍ରିକୋଦର ମୂରତି ଦେଖି ସବୁନ୍ତି ଭୟେ ଉପୁଜିବ । ୮୪ ।
ଯେତେବେଳେ କ୍ରୀଡାକଲୁ ନିରଞ୍ଜନ ଦେବତାଙ୍କୁ ଘେନି
ତୋହୋର ନାମ ଗୋଟା ଗୋ ପ୍ରତକ୍ଷେ ନିରଞ୍ଜନୀ । ୮୫ ।
ପବନକଇ ଘେନିଣ ରମଣ କଲୁ ଗୋ ଆଜ ରାତି
ପ୍ରଭଞ୍ଜନୀ ନାମ ତୋର ଆଜ ହୁଂ ଦେବୀ କୋନ୍ତୀ । ୮୬ ।
ସତ୍ୟଯୁଗ ଅନ୍ତେ ତ୍ରେତୟା ଯୁଗେ ଗଉତମ ମହାମୁନି
ଅହଲ୍ୟା ମହାସତୀ ଗୋ ତାହାର ଭାବିନୀ । ୮୭ ।
ଋଷିଙ୍କର ଘରେ ଉତପତ୍ତି ଅନାଦିରୂପ ଘେନି
ପିତାମାତାୟେ ନାମ ତୋର ଦିଲେ ପ୍ରଭଞ୍ଜନୀ । ୮୮ ।
ସେ ଜନମେ ସହିଲୁ ତୁ ବୀର୍ଯ୍ୟଦାତା ମରୁତ
ମହାବଳବନ୍ତ ତୋର ତହୁଂ ଜାତ ହୋଇଲେ ହନୁମନ୍ତ । ୮୯ ।
ତ୍ରେତୟା ଯୁଗେ ପ୍ରଦାନ ତୋତେ ହୋଇଲେ ଉତଙ୍ଗ
ପୁଣି ପବନେ ହୋଇଲା ତୋର ରତି ରଙ୍ଗ । ୯୦ ।
ସେ ମହାବୀର୍ଯ୍ୟର ଭାରା ତୁହି ସିନା ସହୁ
ପୃଥୀର ନିମନ୍ତେ ତୁହି ମହାଭାରା ଯେ ବହୁ । ୯୧ ।
ୟେବେ କୋନ୍ତ ଭୋଜର ଘରେ ହୋଇଲୁ ଉତପତ୍ତି
ପ୍ରଥମରେ ତୋଷିଲୁ ଗୋ ଦୁର୍ଭାସା ମହାଯତି । ୯୨ ।
ସେ ତୋତେ ପ୍ରସନ୍ନ ହୋଇଲେ ଦୟା ପ୍ରତିପାଳି
ଅଜପା ମହାମନ୍ତେଣ ଦିଲେକ ଜପାମାଳୀ । ୯୩ ।



୮୧ ।୨ ଦୁଜ ଯୁଦ୍ଧରେ ମୋତେ ୟେ ବାରେକ ସୁମରିବ ।
୮୭ ।୨ ଅହଲ୍ୟା ମହାସତୀ ଗୋ ତାହାର ଘରଣୀ ।
୯୦ ।୧ ଉତଙ୍ଗ-ଉତଙ୍କ
ତୁ ଯେ ପରମ ବୈଷ୍ଣବୀ ଦେବୀ ଯେ ଅର୍ଣ୍ଣପୂର୍ଣ୍ଣା
ମୋତେ ସେ ଦୟାକର ଗୋ ପଣ୍ଡୁରାଜା ବାମା । ୯୪ ।
ଶୁଣିଣ ସନ୍ତୋଷ ଯେ କୋଇନ୍ତା ହୋଇଲେ
ତୁ ମହତ ଗିରିବର ବୋଲିଣ ବୋଇଲେ । ୯୫ ।
ମୋହୋ ଶାପ ତୋତେ ନୋହିବାକ ଆନ
ଥୋକାୟେ ଖଣ୍ଡ ହୋଇ ହୋଇବ ଦେବତାମାନ । ୯୬ ।
ଜଗତଯାକ ତୋତେ ଆରାଧନା କରିବେ
ତୋହୋର ଥିଲା ଥାନେ ଦେବତାୟେ ବସିବେ । ୯୭ ।
ବଦନ୍ତି ଅଗସ୍ତ ଶୁଣସି ମହାରଥା
ଶୁଣ ସାବଧାନେ ଭୀମସେନର ବାଳକାଳ କଥା । ୯୮ ।
ଭୀମକୁ ଶୁଆଇଣ ଦେବୀ କୋନ୍ତ ଭୋଜର କୁମାରୀ
ରାନ୍ଧଣା ବିଧି ଯୋଗାଡମାନ ଦେବୀ ସାରି । ୯୯ ।
ମାଦ୍ରୀ କୋଇନ୍ତାୟେ ଗଲେ ଗଙ୍ଗା ଯେ ସ୍ନାହାନେ
ପଣ୍ଡୁ ରହିଛନ୍ତି ଯେ ଉଦ୍ଦାଳକ ବନେ । ୧୦୦ ।
ରାନ୍ଧଣାଶାଳରେ ସେ ପଶିଲା ମାରୁତି
ପାକଶାଳେ ଯାଇ ମିଳିଲା ତଡତି । ୧୦୧ ।
ଭାତ ତିଉଣ ଯେତେ ଥିଲାଟି ରାନ୍ଧଣା
ସବୁଠାରୁ ଅଧେ ଅଧେ ଭୁଞ୍ଜଇ ବାଳୁତ ଦୁଲଣା । ୧୦୨ ।
ବାହୁଡିଣ ଆସି ଭୀମସେନ ସେହିଠାରେ ଶୁତେ
ସ୍ନାହାନ ସାରି ଅଇଲେ ଦେବୀ ଯେ କୋଇନ୍ତେ । ୧୯୩ ।
ପଣ୍ଡୁ ବିଜେ କଲେ ନିତ୍ୟକର୍ମ ସାରି
ମଣୋହିଠାରେ ସେ ବିଜୟେ ଦଣ୍ଡଧାରୀ । ୧୦୪ ।
କୋଇନ୍ତା ଦେବୀ ବିଜେ କଲେ ରାନ୍ଧଣାଶାଳରେ
ଦେଖିଲେ ଅଧେ ଅଧେ ନାହିଂ ରାନ୍ଧଣଆ ହାଣ୍ଡିରେ । ୧୦୫ ।
ବାହୁଡି କହିଲେ ଯାଇ ପଣ୍ଡୁରାଜା ଆଗେ
ଭୋ ଦେବ ଅଧେ ଅଧେ ନାହିଂ ରାନ୍ଧଣା ଯୋଗାଡ ପାଗେ । ୧୦୬ ।



୧୦୦ ମାଦ୍ରୀ କୋନ୍ତୀ ଦୋହେଂ ଗଲେ ସ୍ନାନସାରି ।
 ପଣ୍ଡୁ ଯେ ରହିଛନ୍ତି ଉଦ୍ୟାନ ନାମେ ଗିରି । ।
୧୦୩ ।୧ ଶୁତେ-ଶୁଏ
ପଣ୍ଡୁ ବୋଇଲେ ଶିଝିଲାର ପଂକୁ ଅନ୍ନ
ବିଶୋଇଲେ ହୁଅଇ ସେ ଅଳପ ବିଧାନ । ୧୦୭ ।
ଆହୁତିକ ଆଧାର ଦିଲେ ଅନ୍ନ ଯେ ମେଞ୍ଜନ
ଦେବ ପିତୃ ଦେଇ ଆପଣେ କଲେକ ଭୋଜନ । ୧୦୮ ।
ଏହିମତି ବାଳୁତ ଭୁଞ୍ଜଇ ନିତି ପ୍ରତି
ଦିନୁଂ ଦିନୁଂ ଆଧାରେ ବଢିଲା ପୀରତି । ୧୦୯ ।
ପୁଆଇ ପୁଆଇ କରି ଭୁଞ୍ଜୁ ଭୁଞ୍ଜୁ ଅଳପ ରହିଲା
ଏହିମତ ବରଷ ପରିଯନ୍ତେ ଗଲା । ୧୧୦ ।
ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚଉଠି ସୌରିବାର
ଉତ୍ତରାଷାଢା ନକ୍ଷତ୍ର ଭୋଗ ସେ ଦିନର । ୧୧୧ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ବବନାମେ କରଣ ସିଦ୍ଧି ନାମେ ଯୋଗ
ଋଷଭ ସଂକ୍ରାନ୍ତିକି ଦ୍ୱାଦଶ ଦିନ ଭୋଗ । ୧୧୨ ।
ସେଦିନ ପାକଶାଳେ ପଶିଣ ବାଳଶିଷି
ମହାସରାଗ କରି ସମସ୍ତ ଗରାସି । ୧୧୩ ।
ଭୁଞ୍ଜୁ ଭୁଞ୍ଜୁ ନନ୍ଦନ ସମସ୍ତ କଲା ଭକ୍ଷା
ଯୋଗାଡ ସରିଲା ହାଣ୍ଡିମାନ ହେଲା ତୁଚ୍ଛା । ୧୧୪ ।
ବାହୁଡି ଶୋଇଲା ଯାଇ ଶଯ୍ୟାରେ ଯୁଗତେ
ସ୍ନାହାନ ସାରି ପ୍ରବେଶ ହେଲେ ଦେବୀ କୋନ୍ତେ । ୧୧୫ ।
ପଣ୍ଡୁ ବିଜେ କଲେ ଆସି ଆପଣା ଆସନେ
କୋଇନ୍ତାୟେ ବିଜେ କଲେ ପାକଶାଳା ଭୁବନେ । ୧୧୬ ।
ପ୍ରଥମ ଓରେୟାରେ ଦେଖିଲେ ତହିଂ କିଛି ନାହିଂ
ଆଶ୍ରିଜ ହୋଇଲେଦେବୀ ସମସ୍ତ ପାକ ଚାହିଂ । ୧୧୭ ।
ବିସ୍ମୟେ ହୋଇ ପ୍ରବେଶ ହୋଇଲେ ପଣ୍ଡୁ ରାଜାଙ୍କର କତି
କେବଣ ଚରିତ ବୋଲି ପୁଚ୍ଛା କୟେ ପଣ୍ଡୁ ନୃପତି । ୧୧୮ ।



୧୦୭ ।୨ ବିଶୋଇଲେ-ବିଶ୍ରାମ କରିବା ପରେ-ରହିଗଲା ପରେ
୧୦୮ ।୧ ମେଞ୍ଜନ-ବ୍ୟଞ୍ଜନ ୧୧୦ ।୧ ପୁଆଇ-ଅନ୍ନ ବ୍ୟଞ୍ଜନାଦି ପ୍ରାପ୍ତ କରାଇ
୧୧୧ ।୧ ସୌରିବାର-ସୂର୍ଯ୍ୟପୁତ୍ର ଶନିବାର
୧୧୭ ।୧ ଓରେୟା-ଓରିଆ-ଉରିଆ-ଅନ୍ନପାତ୍ର
କୋଇନ୍ତାୟେ ବୋଇଲେ ଦେବୀ ମଣୋହି ଯୋଗାଡ
କିଛିହିଂ ନାହିଂ ଦେବ ହାଣ୍ଡିମାନଙ୍କର । ୧୧୯ ।
ପଣ୍ଡୁ ପ୍ରତିବାଚ ତୁ ଥିର ହୋଇଥାଅ ପ୍ରିୟା
ତଦନ୍ତ କରି ଦେବୀ ବୁଝିବା ଆମ୍ଭେ ୟେହା । ୧୨୦ ।
ଶୀତଳ ଦ୍ରବ୍ୟମାନ ଭୁଞ୍ଜିଲେ ନୃପମଣି
ଦିନ ଅସ୍ତ ଗଲା ପାହିଲା ରୟଣୀ । ୧୨୧ ।
ପଣ୍ଡୁ ବୋଇଲେ ଆଜ କ୍ଷୁଧା ବଡ ଲାଗି
ଦୁଗୁଣା ମଡ଼ଫୁଲି ରାନ୍ଧଣା କର ବେଗି । ୧୨୨ ।
କୋଇନ୍ତା ମାଦ୍ରୀ ଯେ ପାକ ସଞ୍ଚା କଲେ
କବାଟ କିଳି ତିନିହେଂ ସ୍ନାହାନକୁ ଗଲେ । ୧୨୩ ।
ବଦୟନ୍ତି ଅଗସ୍ତି ଶୁଣସି ମହତ
ଭୀମସେନ ବାଳୁତ କୁତୁହୋଳ ଚରିତ । ୧୨୪ ।
ଶୋଇଲା ଠାବରୁ ଗୁଳୁଗୁଞ୍ଚା ମାରି ଉଠି
ରାନ୍ଧଣା ଶାଳେ ପଶି ପାକନ୍ତ କରଇ ଅଇଂଠି । ୧୨୫ ।
ପଣ୍ଡୁ ଗୁପତ ହୋଇ ବସିଥିଲେ ପରବତେ
ଧାତିକାରେ କବାଟ ଫେଡିଣ ପଶିଲେ ଗୃହଗତେ । ୧୨୬ ।
ମଡଫୁଲି ଘରେ ଯେ ପଶିଲେ ଗୁପତ ହୋଇ
ଦେଖିଲେ ଭୀମସେନ ପାକନ୍ତ ସବୁ ଖାଇ । ୧୨୭ ।



୧୨୪ ।୧ ବଦନ୍ତି ଅଗସ୍ତି ପରେ ଅନ୍ୟ ପୋଥିରେ ଅଧିକା ପାଠ-
 ବଦୟନ୍ତି ଅଗସ୍ତି ଶୁଣ ଯୁଗ ମହୀ ରାଜନ ।
 ବାଳୁଂ କୁତୋହୋଳ ଚରିତ ବିଧାନ । ।
 ୟେକଦିନେ ପଣ୍ଡୁ ଗୁପତ ଥାନେ ବସି ।
 ଶୋଇଲା ଠାବରୁ ବାଳୁତ ଉଠିଆସି । ।
 ସମସ୍ତ ପଦାର୍ଥ ଯେ କରଇ ଉତ୍ତିଷ୍ଠ ।
 ରାନ୍ଧଣାଶାଳେ ପଶି ପାଗ କରେ ନଷ୍ଟ । ।
 ପଣ୍ଡୁ ଭିତରେ ପଶିଲେ ଗୁପତେ ।
 ଧାତିକାରେ କପାଟ ଫେଡି ପଶିଲେ ଗୃହଗତେ । ।
୧୨୧ ।୨ ରୟଣୀ-ରାତ୍ରି, ରଜନୀ ୧୨୨ ।୨ ମଡଫୁଲି-ଅନ୍ନବ୍ୟଞ୍ଜନାଦି
୧୨୫ ।୧ ଗୁଳୁଗୁଞ୍ଚା-ଗୁଳୁଗୁଚା ମାରି, ପେଟେଇ ହାମୁଡି ଉଠି
୧୨୭ ।୧ ମଡଫୁଲି ଘରେ-ରାନ୍ଧଣା ଘରେ
ବେସାଳିନ୍ତ କରେ ଘେନି ବିସ୍ତାର କରଇ ତୁଣ୍ଡ
ୟେକା ଗ୍ରାସକେ ଢୋକଇ ତ୍ରିପୁତି କରଇ ପିଣ୍ଡ । ୧୨୮ ।
ରାଗେଣ ପଣ୍ଡୁ ବୋଇଲେ କୋପ ସଂଘରି ନ ପାରି
ହାଣିମି ବୋଲି ସେ ଖଡଗ ବେଗେ ଲୋଡି । ୧୨୯ ।
ସାଂଜୋୟା ଶାଳେ ପଶି ଆଣନ୍ତେ ଅସିବର
ବାହାର ହୋଇ ପଳାଇ ସେ ବାଳୁତ କୁମର । ୧୩୦ ।
ଅସିପତ୍ର ଘେନି ରାୟେ ଅଛନ୍ତି ଗୋଡାଇ
ପବନହୁଂ ବେଗେ ବାଳୁତ କୁମର ପଳାଇ । ୧୩୧ ।
ବନ କନ୍ଦର ପର୍ବତ ନିର୍ଝର ଅଟବ୍ୟା
ମହାରାଜେ ଗୋଡାବନ୍ତି ପଣ୍ଡୁରାଜ ଦେବା । ୧୩୨ ।
ଭୀମସେନ ପଳାନ୍ତେ ପଣ୍ଡୁ ଗୋଡାଇ ପଛକତି
ପଣ୍ଡୁର ପଛେ ଅଗ୍ନି ବ୍ରାହ୍ମଣେକ ହୋଇଣ ଧାମନ୍ତି । ୧୩୩ ।
ପଣ୍ଡୁ ବୋଇଲେ ମୋହୋର ଅବଶ୍ୟ ନିୟମ
ନିଶ୍ଚୟେ ଆଜ ତୋର ଶିର ଛେଦି ବିରେ ଭୀମ । ୧୩୪ ।
କୋଇନ୍ତା ମାଦ୍ରୀ ଦୁହେଂ ସ୍ନାହାନ କରି ଆସୁଥିଲେ
ଧାଇଂଣ କୋଳ କରି ପଣ୍ଡୁ ରାଜାଙ୍କୁ ଧଇଲେ । ୧୩୫ ।
ରାଗେଣ ମହାରାଜା ଯେ ଅନେକ ମନ୍ଦ ବୋଲି
କୋପେଣ ବେନି ଭାରିଯାନ୍ତ ପକାଇଲେ ପେଲି । ୧୩୬ ।
ବିକଳ ହୋଇ କରି ବୋଇଲେ କୋଇନ୍ତାୟେ
ଅଗ୍ୟାନେ ଦୋଷ କଲା ବାଳୁତ ତନୟେ । ୧୩୭ ।



୧୨୮ ବେସାଳି ଟେକିଣ ବିସ୍ତାର କରେ ତୁଣ୍ଡେ
 ଗରାସକେ କ୍ଷେପି ତୃପତି କରେ ପିଣ୍ଡେ ।
୧୩୦ ।୧ ସାଂଜୋ ପରେ ବସିଣ କାଢନ୍ତେ ଅସିବର ।
୧୨୮ ।୧ ବେସାଳିନ୍ତ-ବୃହତ୍‍ ଭୋଜନ ପାତ୍ର ବିଶେଷତଃ ପତ୍ରର ବଡ ଠୋଲା ବା ଦନା
 (ମରହଟ୍ଟୀ-ଖଚ୍ଛକ୍ଷରଜ୍ଞଦ୍ଧଚ୍ଛତ୍ତନ୍ଦଶ ଉଷମନ୍ଦଷଚ୍ଛଚ୍ଚବତ୍ତସ୍ଥ)
 ଆ ଟ୍ଟକ୍ଷବନ୍ଦର ଚ୍ଛତ୍ତ ଟ୍ଟକ୍ଷବନ୍ଦକ୍ଷରଜ୍ଞ ଳଚ୍ଛତ୍ତଲରଯ ଭସ୍ଥ କ୍ଷରବବ୍ଦରଜ୍ଞ ନ୍ଦବମହରଯ ନ୍ଦଚ୍ଛଵରନ୍ଦଶରତ୍ତ
୧୩୦ ।୧ ସାଂଜୋୟା ଶାଳେ-ସାଞ୍ଜୁ-କବଚ-ଖଡଗ ରଖିବାର ଖୋଳ, ୟେଉଁ ଘରେ ସାଞ୍ଜମାନ ଥାଏ ।
କାହିଂର ପଣ୍ଡାୟେ ତୁମ୍ଭେ ଧର୍ମ ଦଇବତ
ପୁତ୍ର ଗୋଟିକ ମୋହୋର ରକ୍ଷା କରିବା ମହତ । ୧୩୮ ।
ରୋଦନ କରିଣ ଯେ ପଳାଇ ପୁତ୍ର ଆଗେ
ଅସିବର ଉହାଇ ଗୋଡାଇ ପଣ୍ଡୁ ରାଗେ । ୧୩୯ ।
ପଣ୍ଡୁର ପଛକତି ବିଚକ୍ଷଣ ବ୍ରାହ୍ମଣେକ ହୋଇ
ଅଗ୍ନି ଦେବତାୟେ ପଛେ ଅଛନ୍ତି ଗୋଡାଇ । ୧୪୦ ।
ତାହାଙ୍କର ପଛକତି କୋଇନ୍ତାୟେ ଗୋଡାବନ୍ତି
ମାଦ୍ରୀଦେବୀ ପଛରେ ଧାପ ଦେଇଛନ୍ତି । ୧୪୧ ।
ୟେମନ୍ତେପଳାଇ ସେ ଯେ ବାଳୁତ ନନ୍ଦନ
ଭୀମସେନ ପଳାଇଲା ଶତଷଠି ଯୋଜନ । ୧୪୨ ।
ଉଦ୍ର୍ଧ୍ୱବାହୁ ବୋଲିଣ ଯେ ପର୍ବତ ଗୋଟିଏ
ସନ୍ଧ୍ୟାବେଳେ ଝୁଣ୍ଟିଲା ତାହା ବାଳୁତ ତନୟେ । ୧୪୩ ।
ତିନି ଯୋଜନ ଆୟତନ ସେ ପର୍ବତ ପ୍ରଚଣ୍ଡା
ଭୀମସେନ ଝୁଣ୍ଟନ୍ତେଣ ହୋଇଲା ମସିଗୁଣ୍ଡା । ୧୪୪ । ସଂଖ୍ୟା
ସେ ପର୍ବତ ତଳେ ଅଛି ନଦୀ ଯେ ଗୋଟିୟେ
ତହିଂ ଯାଇ ହୁଡି ପଡିଲା ବାଳୁତ ତନୟେ । ୧୪୫ ।
ରାଗେ ଡେଇଂ ପଡିଲା ପଣ୍ଡୁ ବାଳୁତ ଉପର
ବାମ କରେ ଆକ୍ରୋଷି ଧଇଲା ଭୀମସେନର ବାଳ । ୧୪୬ ।
ଖଡଗ ଘେନିଣ ପଣ୍ଡୁ ହାଣି ଲୋଡଇ ନିର୍ଭରେ
ଖଣ୍ଡା ଧଇଲେ ଯାଇଂ ଦେବ ବୈଶ୍ୱାନରେ । ୧୪୭ ।
କୋପେଣ ଉଚ୍ଛୁଡନ୍ତେ ପଣ୍ଡୁ ଦେବରାୟେ
ମାରିବି ୟେ ଦୁଷ୍ଟ ପୁତ୍ର ଛାଡ ହୋ ପଣ୍ଡାୟେ । ୧୪୮ ।



୧୩୮ କାହିଂର ପଣ୍ଡାୟେ ତୁମେ କାହିଂର ଦଇବତ ।
 ପୁତ୍ର ଗୋଟିକ ମୋହୋର ରକ୍ଷା କରିବା ତପୋବନ୍ତ ।
୧୪୧ ତାହାଙ୍କର ପଛକତି ଗୋଡାବନ୍ତି ମାଦ୍ରୀ କୋଇନ୍ତା
 ଅତି ବ୍ୟାକୁଳ ସେ ରାଜାର ବେନି ବନିତା
୧୪୬ ।୧ ରାଗେଣ ଧାଇଂଣ ସେ ପଣ୍ଡୁ ମହୀପାଳ ।
୧୩୯ ।୨ ଉହାଇ-ଉଭାକରି-ତୋଳି ୧୪୧ ।୨ ଧାପ-ବେଗରେ ଯାଉଛନ୍ତି ।
ଅଗ୍ନି ବୋଇଲେ ରାଜା କୋପ କି-ା ୟେତେ
ଅଗ୍ୟାନ ବାଳକ ୟେହାର ଦୋଷ ଅଛି କେତେ । ୧୪୯ ।
ଆହୋ ରାଜା ତୁମ୍ଭେ ଥିର କରନି ନିଶ୍ୱାସ
ବାଳ ଛାଡି ରାୟେ ଥିର ହୋଇ ବସ । ୧୫୦ ।
କୁନ୍ତୀ ମାଦ୍ରୀ ଦୁହେଂ ରାଜା ବାମ ହସ୍ତକୁ ଧଇଲେ
କୌଣସି ମତେ ଚୂଳଗୋଟି ଛଡାଇ ନ ପାରିଲେ । ୧୫୧ ।
ବୈଶ୍ୱାନର ବୋଇଲେ ବାଳୁତର କିସ ଦୋଷ ବାବୁ
ସଞ୍ଚପି କରିଣ କହନି ମୋତେ ସବୁ । ୧୫୨ ।
ପଣ୍ଡୁ ବୋଇଲେ ତୁ ଶୁଣ ସୁଗ୍ୟାନୀ ଦ୍ୱିଜ ଶ୍ରେଷ୍ଠା
ପାକମାନ ସବୁ ମୋର କରି ଅଇଂଠା । ୧୫୩ ।
ଭାରିଯା କହନ୍ତି ମୁନି ଜାଣଇଂ ୟେମନ୍ତ
ପାକ ନାଶ କଲାନି ୟେ ବର୍ଷ ପରିଯନ୍ତ । ୧୫୪ ।
ଦେବ ପିତୃ ଅତିଥି ଅଗ୍ନି ଆଦି କରି
ୟେହାର ଉତ୍ତିଷ୍ଟମାନ ଦିଅଇ ସବୁଙ୍କୁହିଂ ନ ବିଚାରି । ୧୫୫ ।
ବରଷକ ଦିନୁଂ ୟେହାର ୟେହେନେକ ପ୍ରକୃତି
ୟେ ମନ୍ଦ ଦୁଷ୍ଟକୁ ମୁଂ ଥୋଇବି କେମନ୍ତି । ୧୫୬ ।
ଦଇନି କରୁଅଛି ପଣ୍ଡାୟେ ୟେହାର ପାଇଂ ନ ବୋଲ
ୟେହାର ବ୍ରତିଥିଲେ ମୋହୋର କାଳେହେଂ ନାହିଂ ଭଲ । ୧୫୭ ।
ସମସ୍ତ କ୍ରିୟା ମୋର ଭାଙ୍ଗିଲା ମହାଦୁଷ୍ଟ
ବାଳୁତ କାଳୁଂ ୟେହାର ହୋଇଲା ୟେଡେ ପେଟ । ୧୫୮ ।
ବୈଶ୍ୱାନର ବୋଇଲେ ପଣ୍ଡୁ ୟେମନ୍ତ ତୋର କଥା
କଣକଳ୍ପ ଦୋଷକୁ ଦେଉ ୟେଡେକ ଅବସ୍ଥା । ୧୫୯ ।
ବାଳପୁଅ ଆବର ମାଛି ସଙ୍ଗେ ସରି
ଅଗ୍ୟାନ ମୂଢ ଲୋକ ସେ ୟେଥକୁ ବିଚାରି । ୧୬୦ ।
ତୁ ଯେ ବୋଇଲୁ ମୁଂ ଦିଅଇ ପିତୃ ଲୋକଙ୍କୁ
ପିତୃଲୋକେ ଆଶା କରନ୍ତି ବାଳୁତ ଉତ୍ତିଷ୍ଟକୁ । ୧୬୧ ।
ଯେବେ ବ୍ରହ୍ମହତ୍ୟା ଗୋହତ୍ୟା କରିଥିବ
ସନ୍ତାନ ଥିଲେ ଶାସ୍ତି ନ ଦିଅଇ ଯମ ଦେବ । ୧୬୨ ।



୧୫୯ ।୨ କଣକଳ୍ପ ଦୋଷକୁ ଶିର ଛେଦନ ଅବସ୍ଥା ।
୧୫୫ ।୨ ଉତ୍ତିଷ୍ଟ-ଉଚ୍ଛିଷ୍ଟ
ୟେ ଅବା ପାତକ କଲା ମୂର୍ଖ ଯେ ଅଗ୍ୟାନେ
ପୁତ୍ର ଗୋଟିଏ ଅଛି, ୟେହାର ମୋକ୍ଷ କରିବା କାରଣେ । ୧୬୩ ।
ସନ୍ତାନକୁ ଆଶ କରଇ ଯମର ବିଚାର
ତାହାକୁ ଶାସ୍ତି ଦେଇ ନ ପାରଇ ନାଶକର । ୧୬୪ ।
ଅନେକ ପୁଣ୍ୟ କରି ଯେବେ ଅପୁତ୍ରିକ ହୋଇ ମରଇ
ଅନେକ ଅବସ୍ଥା ତାକୁ ଦିଅଇ ଜନ୍ତୁସାଇଂ । ୧୬୫ ।
ଶଉଚ ଅଶଉଚ ହୋଇ ବ୍ରତିଥାଉ ବାଳ
ବଂଶକୁ କାରଣ ସେ ହୋଇଥାଇ ସର୍ବକାଳ । ୧୬୬ ।
ୟେହା ବିଚାର କର ତୁ ପଣ୍ଡୁ ମହୀପାଳ । ୧୬୭ ।
ବାଳୁତ ଅଇଂଠା ପାଇଲେ ପିତୃଗଣେ
ବହୁତ ସାନନ୍ଦ ତାଙ୍କର ଉପୁଜଇ ମନେ । ୧୬୮ ।
ପଣ୍ଡୁ ବୋଇଲେ ଯେବେ ପିତୃଲୋକେ ହୋଇଲେ ତ୍ରିପୁତି
ଇଷ୍ଟଦେବତାମାନନ୍ତ ଯେ ଅନ୍ନ ଦିଅଇ ମୁଂ ନିତି । ୧୬୯ ।
ସେ ଧର୍ମ ମୋହୋର ନାଶ ଗଲା ହୋ ଦ୍ୱିଜବର
ଛାଡକି ନା ଖଡଗେ ଛେଦିବି ୟେହାର ଶିର । ୧୭୦ ।
ଦେବତାୟେ କାହିଂ ଥଆନ୍ତି ହୋ ମହାବୀରା
ଶରୀରରେ ସେ ନିଜ ଦେବତା ବଦନ୍ତି ଦୋହୋରା । ୧୭୧ ।
ପ୍ରଥମ ଶିର ତାଳୁରେ ବିଜେ କରନ୍ତି ବ୍ରହ୍ମା
କପାଳ ପାଟିରେ ହାଦେ ନାରାୟଣ ମହାତମା । ୧୭୨ ।
ଚନ୍ଦ୍ର ସୂର୍ଯ୍ୟ ଦେବତା ଅଟନ୍ତି ଚକ୍ଷୁ ବେନି
ନାସିକାୟେ ବସଇ ପବନ ମହାଗ୍ୟାନୀ । ୧୭୩ ।
ଦୁଇ ଆଡେ ଯେ କର୍ଣ୍ଣସ୍ଥଳୀ ବେନି
ରୁଦ୍ର ଦେବତା ବସଇ ଭ୍ରୂକୁଟିଗଣ ଘେନି । ୧୭୪ ।
ବେନି ଶ୍ରବଣେ ବସଇ ରାୟେ ଚଇତନ
ଗର୍ଭଭେଦି ବସଇ ରାୟେ ଶୂନ୍ୟ ନିରଞ୍ଜନ । ୧୭୫ ।



୧୬୮ ବାଳୁତ ଉତ୍ତିଷ୍ଟ ଇଚ୍ଛନ୍ତି ପିତୃଗଣେ
 ୟେସନେକ ବାଣୀ ସେ ଉପୁଜେ ପୁରାଣେ ।
୧୭୧ ।୨ ଶରୀରେ ସକଳ ଦେବେ ବସନ୍ତି ବୋଲନ୍ତି ଦୋହୋରା ।
୧୭୧ ।୧ ଦୋହୋରା-ଅଗ୍ମି
ବତିଶ ଦନ୍ତ ଯେ ବସଇ ବେନି ପାଟି
ବଜ୍ର ନିର୍ଘାତ ବସନ୍ତି ଗ୍ରହଗଣ ଘେନିଟି । ୧୭୬ ।
ଅନୁସରି ରୁଚିର ସଦନ ମଉଳି
ଶୁକ୍ର ବୃହସ୍ପତି ବସନ୍ତି ବେନି ଯେ ଚହଳି । ୧୭୭ ।
ଋକ୍ଷ ତୁଲେ ବସଇ ଯେବଣ ଓଷ୍ଠ
ସେହି ସେ ଇନ୍ଦ୍ର ଆସନ କରଇ ସୁର ରାଷ୍ଟ । ୧୭୮ ।
ଗଣ୍ଡସ୍ଥଳ ଆବୋରି ବସନ୍ତି ପଞ୍ଚତିରିଶ ଦେବତା
କୃତ କୃତାନ୍ତକଗଣ ଆଦି ଜିତା । ୧୭୯ । ସଂଖ୍ୟା
ସଲୀଳ ଶଇଳ ଶୋଭାବନ ସମୀର
ମନ ତଲୟେ ଯେ ଗ୍ୟାନ ବୁଦ୍ଧି କଣ୍ଠର । ୧୮୦ ।
କଣ୍ଠର ତଳେ ବସନ୍ତି ୟେତେକ ଦେବତା
ହୃଦଗତେ ରୋମେ ବସନ୍ତି ନକ୍ଷତ୍ର ଅପ୍ରମିତା । ୧୮୧ ।
ଦ୍ୱାଦଶ ବିଶ୍ୱେଦେବା ବସନ୍ତି ହୃଦଗତେ
ସନକ ସନାତନ ବସନ୍ତି କରସ୍ଥଳ ଯୁଗତେ । ୧୮୨ ।
ଚଉଦ ବିଦ୍ୟାୟେ ବସନ୍ତି ବେନି କରସ୍ଥଳୀ
ସାଧନ ତଲୟେ ବସନ୍ତି ଆକ୍ରଷଣ ମହାବଳୀ । ୧୮୩ ।
ପ୍ରାକର୍ମ ଗ୍ୟାନବନ୍ତ ବଳବନ୍ତ ଶକତା
ବେନି ଭୁଜେ ବସନ୍ତି ସତାଇଶ ଦେବତା । ୧୮୪ ।
ନାଭିଠାରୁ ଉପରକୁ ତାଳୁ ବ୍ରହ୍ମଦ୍ୱାର ଯାକେ
ୟେଥେଂ ଭୋଗ କରନ୍ତି ତେତିଶ କୋଟି ଦେବଲୋକେ । ୧୮୫ । ସଂଖ୍ୟା
ପିତୃ ଦଇବତ ପୁରୁଷ ବସନ୍ତି ନାଭିମଣ୍ଡଳ ମାଡି
ସଂକଳ୍ପ ଉଦକ ଅନ୍ତେ ସେହୁ ଯାନ୍ତି ଛାଡି । ୧୮୬ ।
ତିନି ଦିହୁଡିୟେ ଆକାଶକୁ ଉଜାଣି
ଧାତୁ ଭେଦି ତଳକୁ ବହଇ ନବଝର ପାଣି । ୧୮୭ ।



୧୭୬ ।୨ ବେନି ବଜ୍ର ପାଟି ଆପଣେ ଅଗ୍ନି ସେଟି ।
ଉପରକୁ ବହଇ ଧାରେ ତଳକୁ ବହଇ ଧାରେ
ଆଗକୁ ବହଇ ଧାରେ ଧାରେକ ପଡଇ ଆକାଶରେ । ୧୮୮ ।
ପୃଥିବୀ ଆପ ତେଜ ବାୟବ୍ୟ ଆକାଶ
ପଞ୍ଚଧାତୁ ଭେଦି ୟେ ଦ୍ୱାଦଶ ପୁରୁଷ । ୧୮୯ ।
କାଳ କାମ ଅର୍ଥ ଧର୍ମ ଅନୁସ୍ୱାର ପାଞ୍ଚ
ସିଦ୍ଧ ପୁରୁଷମାନଙ୍କ ୟେ ଦୃଢ ସଞ୍ଚ । ୧୯୦ ।
ବେନି ଜାନୁ ମାଡି ନାଭି ମଣ୍ଡଳ ପରିଯନ୍ତେ
ଯୋଗ ପୁରୁଷମାନେ ୟେଥେ ବସନ୍ତି ପଞ୍ଚଶତେ । ୧୯୧ ।
ତୁ ୟେ ବୋଇଲୁ ମୁଂ ଦେବତାଙ୍କୁ ଦିଅଇ ଅନ୍ନ
ଶରୀରେ ସେ ଥାନ୍ତି ନା ସମସ୍ତ ଦେବତାମାନ । ୧୯୨ ।
ପଣ୍ଡୁ ବୋଇଲେ ଯେ ଭୂମିରେ ପତ୍ର ପାଡି
ନାମ ସଂକେତ କରି ଯେ କରସ୍ଥଳେ ପାଣି ଛାଡି । ୧୯୩ ।
ପଣ୍ଡାୟେ ବୋଇଲେ ତାହା ଆମ୍ଭେ କହୁଂ ତୋହୋର ଆଗେ
ସେ ଅନ୍ନକୁ ପାଆନ୍ତି ଯେ ଅଷ୍ଟକୁଳା ନାଗେ । ୧୯୪ ।
ହାଣ୍ଡିୟା ଚାଣ୍ଡାଳିୟା ଆମ୍ୱୁଆ କ୍ଷାଙ୍କରା
ଭାଲୁଙ୍କା ରାକ୍ଷସା କ୍ଷେପଣୀ କ୍ଷେତ୍ରପାଳା । ୧୯୫ ।
ୟେତେକ ପିଶାଚ ବୀରମାନେ ଅଇଂଠା ଚଣ୍ଡବୋଲି
ପ୍ରତିବାୟେ ଭୁଞ୍ଜିଲେ ପତ୍ରେ ଦିଅଇ କର ତୋଳି । ୧୯୬ ।
ପତ୍ରରୁ ଯାଇଣ ଯେବେ ପଡଇ ଭୂଇଂରେ
ତାହା ଆହାର କରନ୍ତି ଅଇଂଠା ଅଷ୍ଟବୀରେ । ୧୯୭ ।
ପଞ୍ଚ ଅସୁର ଅଛନ୍ତି ହୋ ପଞ୍ଚଭୂତ ଆତ୍ମାକୁ
ବାହାରେ ମେଞ୍ଚାୟେ ଦେଲେ ସେ ଭୋଗ୍ୟ ହୋଅଇ ତାହାଙ୍କୁ । ୧୯୮ ।
ଚଣ୍ଡ ପ୍ରଚଣ୍ଡ ଦୃଦଣ୍ଡ ମହାକାଳ ଅନଳ
ସେ ମେଞ୍ଚିକି ଖାଇ ଜୀଅନ୍ତି ୟେମାନେ ରକ୍ଷାପାଳ । ୧୯୯ ।



୧୯୧ ।୧ ବେନି ନାଡିବାଡି କମଳ ପରିଯନ୍ତେ ।
୧୯୫ ହାଣ୍ଡିଆ ପଖାଳିଆ ଆନ୍ତିଆ ଖକିରା ଅନ୍ନ
 ତାରକା ରାକ୍ଷାସୁଣୀ ଖାଖର ପ୍ରେତମାନ
୧୯୬ ।୧ ୟେତେକ ପିଶାଚ ଚଣ୍ଡମାନେ ଅଇଂଠା ବୀର ବୋଲି
ବାହାର ମେଞ୍ଚିୟେ ନ ଦେଇ ଭୁଞ୍ଜନ୍ତି ଯେ ଅନ୍ନ
ଅସୁର ଭୋଜନ ହାଦେ ହୋଇଟି ସେଦିନ । ୨୦୦ ।
ହିରଣ୍ୟଗର୍ଭ ବୋଲି ଅଷ୍ଟ ହସ୍ତୀବର ବିଧାନ
ପାଦ ଅରବିନ୍ଦେ ହୋଅଇ ଗୋପ୍ୟାନ । ୨୦୧ ।
ପାଦ ଶଉଚ ଜଳରେ ସେହୁଅନ୍ତି ତ୍ରିପୁତି
ସମସ୍ତ ଦେବତାୟେ ଯେ ଶରୀରେ ଅଛନ୍ତି । ୨୦୨ ।
ଜନଜନ୍ତୁ ଥିଲେ ସେ ଦେବତାୟେ ପାଆନ୍ତି ପୂଜା
ଆପଣେ ଅତି ତ୍ରିପୁତି ହୋଇଲେ ସମସ୍ତେ ହୁଅନ୍ତି ପୂଜା । ୨୦୩ ।
ପଣ୍ଡୁ ବୋଇଲେ ହୋ ତେବତାୟେ ହୋଇଲେ ତ୍ରିପୁତି
ଦୋହରା ଅଗ୍ନିରେ ମୁଂ ଆହୁତି ଦିଅଇ ନିତି । ୨୦୪ ।
ଅଗ୍ନିକି ଅତ୍ରିପୁତି କଲେ ନାଶଯାଇ ପିଣ୍ଡ
ୟେ ଯେ ଅନୀତି କଲା ପୁତ୍ରର କେମନ୍ତେ ନ କାଟିବି ମୁଣ୍ଡ । ୨୦୫ ।
ପଣ୍ଡା ବୋଇଲେ ତୁ ନ ଜାଣି ହୁଡିଲୁ ୟେବେ
ଅଗ୍ନି ଦେବତାୟେ ଥାଆନ୍ତି ସବୁଙ୍କରି ଗର୍ଭେ । ୨୦୬ ।
ସବ୍ୟେ ଅସବ୍ୟେ ଯବେ କରଇ ଭକ୍ଷ
ସମସ୍ତ ଦହନ କରଇ ସେ ଅଗ୍ନି ପରତକ୍ଷ । ୨୦୭ ।
ଅଗ୍ନି ତେବତାୟେ ନ ଜାଣନ୍ତି ନା ଉତ୍ତିଷ୍ଟ
ସମସ୍ତ ଭକ୍ଷନ୍ତି ୟେ କ୍ରୋଟାନଳ ଦୁଷ୍ଟ । ୨୦୮ ।
ଉତ୍ତିଷ୍ଟ ଅଣଉତ୍ତିଷ୍ଟ ସେ ନ ଜାଣନ୍ତି କିଛି
ଦହନ ପାନ ପୁରୁଷ ସେ ସମସ୍ତ ପାରେ ଭଛି । ୨୦୯ ।
କହୁ କହୁ ରୋଷେଣ କହିଲେ ମହାତମା
ଆମ୍ଭେ ସେ ଦୋହରା ଅଗ୍ନି ବୈଶ୍ୱାନର ଦେବବ୍ରହ୍ମା । ୨୧୦ ।
ତୁ ଆଜ ସିନା ଦେଖିଲୁ ହୋ ପଣ୍ଡୁ
ଦେଢବରଷ ହୋଇଲାନି ହୋ ଉତ୍ତିଷ୍ଟ ମାନ ଛାଡୁ । ୨୧୧ ।



୨୦୧ ।୧ ହିରଣ୍ୟଗର୍ଭ ବୋଲି ଆଠହାତୀ ବର୍ଦ୍ଧମାନ ।
୨୦୩ ।୨ ଆପଣେ ତ୍ରିପୁତି ସେ ଆପଣେ ହନ୍ତି ପୂଜା ।
୨୦୮ ।୨ ସମସ୍ତ ଭକ୍ଷନ୍ତି ୟେ କ୍ରୋଟାନଳ ପ୍ରତକ୍ଷ ।
୨୦୮ ।୨ ଦୁଷ୍ଟ-ପ୍ରତ୍ୟକ୍ଷ
ସମସ୍ତ ଭକ୍ଷି ଆମେ ହୋଉ ଯେ ତ୍ରିପୁତି
ବାଳୁତଙ୍କର ଦୋଷ ଘେନିବାର ନୋହଇ ଯୁଗତି । ୨୧୨ ।
ଅଗ୍ନିର ପ୍ରତିବାକ୍ୟେ ଶାନ୍ତ ପଣ୍ଡୁରାଜା
ତତକ୍ଷଣେ କେଶ ରାଜା ଛାଡିଲା ଆତ୍ମଜା । ୨୧୩ ।
ପଣ୍ଡୁ ବୋଇଲେ ଯେବେ ବୈଶ୍ୱାନର ଦେବ
ତୁମ୍ଭ ନିଜ ସରୂପ ମୋତେ ଦେଖାଇବ । ୨୧୪ ।
ଯେମନ୍ତେ ମୋହୋର ମନେ ପ୍ରତେ ଯାଇଂ
ନିଜ ସରୂପ ମୋତେ ଦେଖାଇବା ଗୋସାଇଂ । ୨୧୫ ।
ପଣ୍ଡୁର ବଚନେ ବୋଲନ୍ତି ବୈଶ୍ୱାନର
ମୋହୋର ନିଜ ସରୂପ ଯେବେ ଦେଖିବାକୁ ଶରଧା ତୋହୋର । ୨୧୬ ।
ପଣ୍ଡୁ ବୋଇଲେ ଦେବ ସ-ଦ ନିମନ୍ତେ
ନିଜ ଶରୀର ଦେଖାଇବା ମୋତେ । ୨୧୭ ।
ପଣ୍ଡୁର ବଚନେ ସାନନ୍ଦେ ଅଗ୍ନି ଦଇବତେ
ଆପଣାର ନିଜ ଶରୀର ବିକାଶିଲେ ଜଗତେ । ୨୧୮ ।
ମହା ଅନଳ ବିକାଶିଲା ଜ୍ୟୋତି
କୋଟିୟେ ତେଜ ହୋଇ ବିକାଶିଲେ ଅଗ୍ନି ମୂର୍ତ୍ତି । ୨୧୯ ।
ମହା କାଳାନଳ ବିକାଶିଲା କାୟେ
ଦେଖିଣ ପଣ୍ଡୁକୁ ଲାଗିଲା ମହାଭୟେ । ୨୨୦ ।
ଭୟେଣ ଅନ୍ତର ହେଲେ ନୃପମଣି
କୋଇନ୍ତା ମାଦ୍ରୀ ପଳାଇଲେ ବେନି ରାଣୀ । ୨୨୧ ।
ମହାଭୟେ ପଣ୍ଡୁ ପଳାଇଲେ ବହନ
ଅଗ୍ନି ଦେବତା ପାରୁଶେ ଅଛଇ ଭୀମସେନ । ୨୨୨ ।
ଅନଳ ଜ୍ୟୋତିକି ତାର କିଛି ଭୟ ନାହିଂ
ଅଗ୍ନି ଦେବତାଙ୍କ କୋଳେ ଅଛି ରହି । ୨୨୩ ।
ମହା ଭୟେ କରି ପଳାଇଲେ ନୃପବର
ବେନି ରାଣୀ ଘେନି ରହିଲେ ଯୋଜନକ ଅନ୍ତର । ୨୨୪ ।
ଦୋହୋରାଙ୍କ ମୂର୍ତ୍ତି ଦେଖି ପଣ୍ଡୁ ନୃପତି
ଅଗ୍ନି ଦେବତାଙ୍କୁ କରଇ ବହୁତ ତୁସ୍ତି । ୨୨୫ ।
ଜୟ ତୁ ବୈଶ୍ୱାନର ଅନାଦି ସିଦ୍ଧ ଦେବତା
ଜୟ ତୁ ବୈଶ୍ୱାନର ସୟଳ ଦହନ୍ତା । ୨୨୬ ।
ଜୟ ତୁ ବୈଶ୍ୱାନର ଅନନ୍ତ କାଳବଞ୍ଚା
ଜୟ ତୁ ବୈଶ୍ୱାନର ଅନନ୍ତ ରୁପ ସଚ୍ଚା । ୨୨୭ ।
ଜୟ ତୁ ବୈଶ୍ୱାନର ଅନାଦି ସିଦ୍ଧ ବ୍ରହ୍ମା
ଜୟ ତୁ ବୈଶ୍ୱାନର ଦାବାନଳ ମହାତ୍ମା । ୨୨୮ ।
ପିଙ୍ଗଳ ଜଟାଶିର ରୁପ ଅନଳ ବ୍ରହ୍ମ
ଜୟ ତୁ ବୈଶ୍ୱାନର ଯଗଂ୍ୟରେ ପୂର୍ଣ୍ଣକାମ । ୨୨୯ ।
ଜୟ ତୁ ଜୟ ଦେବ ଜ୍ୱଳିତ ଅନଳ
ହାନ୍ଦୋଳା ଲହରୀ ଦେବ ତୁହି ସେ ମହାବଳ । ୨୩୦ ।
ଜୟ ତୁ ଜୟ ତୁ ଦେବ କ୍ରୋଟ ଅନଳ ନାଥା
ବ୍ରହ୍ମ ନିରାକାର ମହାତ୍ମା ଆକାଶ କରତା । ୨୩୧ ।
ଜୟ ତୁ ଜୟ ତୁ ଦେବ ଯୋଗ ଯେ ଅନଳ
ଜୟ ତୁ ଜୟ ତୁ ଦେବ ବଡବା ଅନଳ । ୨୩୨ ।
ଜୟ ତୁ ଜୟ ତୁ ନିର୍ଘାତ ବଜ୍ର ସଚୀ
ଜୟ ତୁ ଜୟ ତୁ ଦେବ ପାତାଳ ଅନଳ ରୁଚି । ୨୩୩ ।
ଜୟ ତୁ ଜୟ ତୁ ଦେବ ମହାବ୍ରହ୍ମ ଅଗ୍ନି
ଜୟ ତୁ ଜୟ ତୁ ସୁର ତରଙ୍ଗ ମୁନି । ୨୩୪ ।
ଜୟ ତୁ ଜୟ ତୁ ଦେବ ନିତ୍ୟକର୍ମ ଦୋହୋରା
ଜୟ ତୁ ଜୟ ତୁ ଦେବ ସର୍ବଭକ୍ଷ ସଚରା । ୨୩୫ ।
ଜୟ ତୁ ଜୟ ତୁ ଦେବ ସ୍ୱାହା ସ୍ୱଧା ଚରଣେ ନମାମି
ମୁହିଂ ତୋହୋର ଚରଣ ତଳେ ଶତେ ସହସ୍ର ଦଣ୍ଡ ପରଣାମି । ୨୩୬ । ସଂଖ୍ୟା
ଗୋପ୍ୟାନ ପୁରୁଷ ସ୍ୱାମୀ ତୁ ସମସ୍ତ ପ୍ରତିପାଳୁ
ନିରାକାର ଦଇବତ ତୁ ଚଳୁ ଯେ ଅଚଳୁ । ୨୩୭ ।
ଶରଦ ଶିଶିର ହେମ ବସନ୍ତ, ଗ୍ରୀଷମ ବରଷା
ୟେ ଛଡ ଋତୁ ହେତୁ ତୁ ଦ୍ୱାଦଶ ଯେ ମାସା । ୨୩୮ ।
ଋତୁକେ ହେଉ ତୁ ଆନ ଆନ ଯେ ମୂରତି
ତୋହୋର ଉତ୍ତିଷ୍ଠ ଖାଇ ସଚରାଚର ବର୍ତ୍ତି । ୨୩୯ ।



୨୩୩ ।୨ ଜୟ ତୁ ଜୟ ତୁ ଦେବ ପାତାଳ ଅନଳଗ୍ରାସୀ ।
କାହିଂରେଣ ଅଛୁ ନାଥ ହାଦେ କାହିଂରେଣ ନାହୁଂ
ଆହାରେଣ ଦର୍ପ ତୋହୋର ଗୋପ୍ୟାନେ ଦେଖାଉ । ୨୪୦ ।
ଶ୍ୱେତ ରାଜା ଯଗ୍ୟେଂ ଦେବ ଅନେକ ଘୃତ ଭକ୍ଷି
ଲୁଦୁବୁଦ ହୋଇ ଦେବ ମନ୍ଦାଗ୍ନି ହୋଇଅଛି । ୨୪୧ ।
କେବଣ ପୁରୁଷ ସଞ୍ଚପି କହିବ ତୋହୋର ଚିହ୍ନବର୍ଣ୍ଣ ଗୋଟି
ୟେକଲୟେ ସରଇ ମେଦିନୀ ନବ କୋଟି । ୨୪୨ । ସଂଖ୍ୟା
ସ୍ୱେଦଜ, ଅଣ୍ଡଜ, ଉଭ୍ଭିଜ୍ଜ, ଜରାୟୁଜ ଚାରିଖାନି
ବିନା ଅଗ୍ନିରେ ତ କେହି ନ ବ୍ରତନ୍ତି ପ୍ରାଣୀ । ୨୪୩ ।
ଭିତରେ ଦେବ ତୁହି ବାହାରେ ଦେବ ତୁହି
ମହା ଅନଳ ରୂପେଣ ଦେବ ସକଳ ଦ୍ରବ୍ୟ ଦହି । ୨୪୪ ।
ନାନା ପାତକ ଯେବେ କରିଥିବ ପ୍ରାଣୀ
ହୋମ କରିଣ ତୋର ତହିଂ ପକାବନ୍ତି ଆଣି । ୨୪୫ ।
ଅଭୟା ପୁରୁଷ ତୁ ସମସ୍ତ ଦେବ ବହୁ
ଆପଣା ଶରୀରରେ ଲାଇ ଦେବ ସର୍ବପାପ ଦହୁ । ୨୪୬ ।
ସାଧୁ ମାହେଶ୍ୱରୀ ସେ ଦକ୍ଷର କୁମାରୀ
ତବ ତେଜ ଶୀତଳ କଲେ ହୋଇଲେ ମନୋହାରୀ । ୨୪୭ ।
ଶ୍ରୀ ଦୋହୋରା ଅଗ୍ନିଙ୍କର ସେବେ ପଦ୍ମପାଦେ
ଧର୍ମ ବର୍ଦ୍ଧୁତ ହୋଇବ ସ୍ୱାମୀ ତୋହୋର ପ୍ରସାଦେ । ୨୪୮ ।
ଶ୍ରୀ ବୈଶ୍ୱାନର ଅଗ୍ନିଙ୍କର ଚରଣେ ମୁହିଂ ଦାସ
ଶୂଦ୍ରମୁନି ସାରୋଳାଦାସ ଜନ୍ମେ ଜନ୍ମେ ଅଭ୍ୟାସ । ୨୪୯ ।
ୟେସନେକ ସ୍ତୁତି ଯହୁ କଲେ ପଣ୍ଡୁ ନୃପତି
ମହାତେଜ ଛାଡି ଅଗ୍ନି ହୋଇଲେ ଶାନ୍ତିମୂର୍ତ୍ତି । ୨୫୦ ।
ପଣ୍ଡୁ କୋଇନ୍ତା ମାଦ୍ରୀ ହୋଇଲେ ସନ୍ନିଧାନ
ଦେଖି ଅଗ୍ନି ଦେବତା ହୋଇଲେ ତୋଷମନ । ୨୫୧ ।



୨୪୦ କାହିଂରେ ଅଛୁ, କେଉଂଠାରେ ନାହୁଂ
 କାହାରେଣ ଦର୍ପ ତୁ ତୋହୋର ଦେଖାଉ । ।
 ପଣ୍ଡୁ ବୋଇଲେ ନିଜ ରୂପ ମୋତେ କି-ା ନ ଦେଖାଉ । ।
୨୪୪ ।୨ କାଳାନଳ ରୂପେଣ ତୁମେ ସକଳ ଜନ୍ତୁ ଦହି ।
କୋଇନ୍ତା ମାଦ୍ରୀ ଦେବୀ ଦୁହେଂ ଆୟେ
ପ୍ରଣପତ୍ୟ ହେଲେ ଅଗ୍ନି ଦେବତାଙ୍କ ପାୟେ । ୨୫୨ ।
ଭୀମସେନଙ୍କୁ ଆଶ୍ୱାସନା କଲେ ବୈଶ୍ୱାନର
ଶାନ୍ତି ହୋଇ ମହାତ୍ମା ତାଙ୍କୁ ଦିଲେ ବର । ୨୫୩ ।
ବୈଶ୍ୱାନର ବୋଇଲେ ତୋହୋର ଆହାରେ ଏଡେ ଶ୍ରଦ୍ଧା
କ୍ରୋଟ ଅନଳେ ତୋତେ ହୋଉ ବଡ଼ କ୍ଷୁଧା । ୨୫୪ ।
ଆହାରେ ଅତ୍ରିପୁତି ହୁଅସିରେ ଭୀମା
ଆହୋ ପଣ୍ଡୁ ୟେ ପୁତ୍ର ତୋହୋର ଉଦ୍ଧରିବ ସୀମା । ୨୫୫ ।
ପଣ୍ଡୁ ବୋଇଲେ ୟେ ଆଜହୁଂ ୟେଡେ ଅତ୍ରିପୁତି
ଅସଂକ୍ଷେପକ ଖାଇବ ୟେ କାହୁଂ ଦେବି ନିତି । ୨୫୬ ।
ଦୋହୋରାୟେ ବୋଇଲେ ଆମ୍ଭେ ହୋଇଲୁ ପ୍ରସନ୍ନ
ନିତିପ୍ରତି ରାନ୍ଧଣା ୟେହାକୁ ହୋଇବ ବିଦ୍ୟମାନ । ୨୫୭ ।
ଗଉରୀ ଶଉରୀ ଆବର ନଳବିଧି
ୟେ ତିନି ପାକ ୟେହାକୁ ହୋଇବ ପରସିଦ୍ଧି । ୨୫୮ ।
ଅକଟା ଅବଟା ଯେ କଞ୍ଚା ଯୋଗାଡର
ୟେହା ହସ୍ତ ଲାଗନ୍ତେ ହୋଇବ ଅମିୟ ରସସାର । ୨୫୯ ।
ଭୋଜନେ ଅତ୍ରିପୁତି ହୋଉ ତୋହୋର ବଳା
ସଂଗ୍ରାମେ ଅତ୍ରିପୁତ୍ରି ହୋଉ ଅଚାର୍ଗଳା । ୨୬୦ ।
ଶୃଙ୍ଗାରେ ଅତ୍ରିପୁତ୍ରି ହୁଅସିରେ ଭୀମ
ବ୍ରିକୋଦର ମୂରତିକି ତୋର କେହି ନୋହିବେ ସମ । ୨୬୧ ।
ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତି
ପଣ୍ଡୁ ପ୍ରଣପତ୍ୟ ହେଲେ ବୈଶ୍ୱାନର କତି । ୨୬୨ ।
ବହୁତ ପ୍ରସନ୍ନ ହେଲେ ବାଳୁତ କୁମରକୁ
ବୈଶ୍ୱାନର ପ୍ରସନ୍ନ ହୋଇଲେ ଭୀମସେନକୁ । ୨୬୩ ।
ବର ଦେଇ ବୈଶ୍ୱାନର ଗଲେ ଅନ୍ତର୍ଧାନେ
ପଣ୍ଡୁ ବାହୁଡି ବିଜେ କଲେ ମନୋହର ବନେ । ୨୬୪ ।
ଭୀମସେନକୁ କାଖେ ଘେନିଲେ ପଣ୍ଡୁ ରାଜା
ତାହାଙ୍କର ପଛରେ ଗୋଡାବନ୍ତି ବେନି ଯେ ଭାରିଯା । ୨୬୫ ।
ପ୍ରବେଶ ହୋଇଲେ ଯାଇ ଶତଶିଂଗ ପର୍ବତେ
ପୁତ୍ର ଭାରିଯା ଘେନି ରହିଲେ ନିଶ୍ଚିନ୍ତେ । ୨୬୬ ।
ବଇବସୁତ ମନୁ ପଚାରିଲେ ଅଗସ୍ତି ମହାଦେବ
କୋଇନ୍ତାଙ୍କ କଥା ତ ଅତି ଅସମ୍ଭବ । ୨୬୭ ।
ଧର୍ମ ଦେବତାଙ୍କର ସେ ସହିଲା ଆରଦୋଳି
ପବନ ଦେବତା ଯେ ସେ ଅଟଇ ମହାବଳୀ । ୨୬୮ ।
ମାନବୀ ହୋଇଣ ସେ ଦେବତାଙ୍କୁ ଦିଅଇ ରତି
ୟେ ବଡ ଆଶ୍ରିଜ କଥା କହିବା ଅଗସ୍ତି । ୨୬୯ ।
ଶୁଣ ହୋ ମନୁ ପୁରୁଷ ବଦୟନ୍ତି ଅଗସ୍ତି ମହାମୁନ୍ୟେ
ସତ୍ୟଯୁଗେ ଅଞ୍ଜନା ୟେ ଅଟଇ ପୂର୍ବଜନ୍ମେ । ୨୭୦ ।
ସେକାଳେ ପବନ ଦେବତା ସଙ୍ଗରେ ପୀରତି
Cଶ୍ୱର ବୀର୍ଯ୍ୟ ଆଣି ଦିଲାକ ତଡତି । ୨୭୧ ।
ସେ ବୀର୍ଯ୍ୟ ସମ୍ଭାଳି ଇଚ୍ଛିଲା ଗର୍ଭଗତେ
ତହୁଂ ଜନ୍ମ ହୋଇଲେ ବୀର ହନୁମନ୍ତେ । ୨୭୨ ।
ସେ ହନୁମନ୍ତଟି ତ୍ରେତୟା ଯୁଗେ ମହାମଲ୍ଲ
ଶ୍ରୀ ରାମଚନ୍ଦ୍ର ତାହାକୁ ବୁଝେଲେକ ଭଲ । ୨୭୩ ।
ସତ୍ୟଯୁଗରେ ଯେ ଅଞ୍ଜନା ରୂପ ଧରି
ୟେବେ କୋନ୍ତୋଭୋଜ ରାଜାର ଘରେ ଅବତରି । ୨୭୪ ।
ଦ୍ୱାପରଯୁଗେ ଯେ ସେ ଭାରା ନିବାରିବା ଅର୍ଥେ
ପବନ ଦେବତା ଆସି ସମ୍ଭର୍ବେ ଭେଟିଲା ଯୁଗତେ । ୨୭୫ ।
ତହୁଂଟି ଜାତ କଲେ ଭୀମସେନ ତାହାର ପୁତ୍ର
ୟେ ଯୁଗେ ଭାଗ ଯେ କରିବ ରସାଂଗତ । ୨୭୬ ।
ଶତଶିଂଗ ବହୁତ କଲା କୋଇନ୍ତାଙ୍କୁ ବିନୟେ
କୋଇନ୍ତାଙ୍କୁ ପଣ୍ଡୁ ରାଜା କଲାକ ମହାଭୟେ । ୨୭୭ ।
ମୁହିଂ ଅଗ୍ୟାନ ଯେ ଗ୍ୟାନ ମୋର ନାହିଂ
ତୁ ଅନାଦି ଅପର୍ଣ୍ଣା ଅଛୁ ୟେହେନେକ ରୂପ ବହି । ୨୭୮ ।
ଶତଶିଂଗ ପର୍ବତ କହନ୍ତେ ତୁ ଅଟୁ ମହାଦେବୀ
ଆଝୁଂ କୋଇନ୍ତା ଗୋ ତୋତେ ଥିବି ମୁହିଂ ସେବି । ୨୭୯ ।
କହିଣ ପର୍ବତ ଯେ ହୋଇଲା ଗୋପ୍ୟାନ
କୋଇନ୍ତାୟେ ବିନୟ ଭାବେ ଖଟନ୍ତି ପବନ । ୨୮୦ ।
ଯୁଝେଷ୍ଠି ଭୀମସେନ କୋଇନ୍ତାଙ୍କର ପୁତ୍ର ବେନି
ଅତିସ୍ନେହେ ପାଳନ୍ତି ମାଦ୍ରୀ ମକରଧ୍ୱଜର ନନ୍ଦିନୀ । ୨୮୧ ।
ଭୀମସେନର ସପତ ବରଷ ଉତ୍ତାରେ
ଦୁଷ୍ଟ ପ୍ରକୃତି ଦେଖି କୋଇନ୍ତାୟେ କରନ୍ତି ବିଚାରେ । ୨୮୨ ।
ବଳବନ୍ତ ମୂର୍ଖ ୟେ ହୋଇବ ଅପଣ୍ଡିତ
ଧନୁ ଶହସ୍ର ବିଦ୍ୟାରେ ୟେ ନୋହିବ ନିର୍ଜିତ । ୨୮୩-୨୫୯୦ ।



୨୭୬ ।୨ ୟେ ଯୁଗେ ଭାର ୟେ କରିବ ସମାପତ ।
ଅର୍ଜୁନଙ୍କ ଜନ୍ମ
ଫାଲଗୁନ ମାସ ପୂର୍ଣ୍ଣିମା ଅନ୍ତରେଣ ତିଥି
କୃଷ୍ଣପକ୍ଷ ଦ୍ୱିତୀୟା ପଣ୍ଡିତ ବାର ରାତି । ୧ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ନକ୍ଷତ୍ର ଭୋଗ ଯେ ଉତ୍ତରା ଫାଲଗୁନୀ
ପଣ୍ଡୁରାଜା ମୃଗୟାକୁ ବିଜୟେ ଯୁଝେଷ୍ଠି ଭୀମସେନ ଘେନି । ୨ ।
ମହାନିଶା କାଳେ ଶେଯ୍ୟାର ଯୁଗତେ କୋନ୍ତଭୋଜ ରାଜାର ଦୁଲାଳୀ
ଶ୍ରୀହସ୍ତେ ଘେନିଲେ ସେ ଦୁର୍ଭାସାଙ୍କ ଜପାମାଳୀ । ୩ ।
ଧ୍ୟାନେଣ ସୁମରଣା ସେ କଲେକ ଦେବରାଜ
ଜାଣିଣ ଅନେକ ଅଳଙ୍କାରେ ବାସବ ଦେବ ସଜ । ୪ ।
ହୃଦରେ ଲମ୍ୱାଇ ପାରିଜାତକ ପୁଷ୍ପମାଳା
କୋଟିୟେ ଅଭିଷେକ ଅଳଙ୍କାର ଶୋଭିତ ଢଳହଳା । ୫ ।
ଶ୍ରୀଅଙ୍ଗେ ଲେପନ ମୃଗଲାଭ କସ୍ତୁରୀ
କୋଇନ୍ତାଙ୍କ ଶେଯ୍ୟାରେ ଆସି ବିଜୟେ ବଜ୍ରଧାରୀ । ୬ ।
ଦେଖିଣ ସାନନ୍ଦ ଯେ ଭୋଜର ଦୁଲାଳୀ
ତୀର୍ଥଜଳ ଘେନି ପାଦ ସେ ପଖାଳି । ୭ ।
ପାଦଅର୍ଘ୍ୟ ଦେଇଣ କୋଇନ୍ତାୟେ କରନ୍ତି ଅନେକ ସ୍ତୁତି
ଜୟ ତୁ ସୁରନାଥ ଅମର ଆଧିପତି । ୮ ।
ଜମ୍ଭୋ ଦଇତ୍ୟ ଦର୍ପ ଧଂସିଲୁ ଦେବ ଅବହେଳେ
ତେଣୁ ସେ ଜମ୍ଭୋଭେଦୀ ନାମ ବହିଲୁ କୁତୋହଳେ । ୯ ।
ଅଭୟେ ମୁଦୁଗର କରେଣ ବଜ୍ର ଶକତି
ହେଳେଣ ନାଶିଲୁ ହିରଣ୍ୟକଶିପୁର ନାତି । ୧୦ ।
ଅଜଙ୍ଗମ ଅକ- ଅସିବର ପରଶୁ କୁଠାରେ
ବାହନ ଇଚ୍ଛିଲୁ ଦେବ ଅଇରାବ୍ରତର ଉପରେ । ୧୧ ।
ଶଚୀର ବଲ୍ଲଭ ନାଥ ଅନଙ୍ଗ କାମମୂର୍ତ୍ତି
ଚଉଷଠୀ କୋଟି ବିଦ୍ୟାଧରୀଙ୍କି ଅଭିଳାଷ ନିତି ପ୍ରତି । ୧୨ ।
ଅମରାଧିନାଥ ତୁ ଅଳକାପୁର ରକ୍ଷା
ଅଦିତିର ନନ୍ଦନ କଶ୍ୟପର ବଚ୍ଛା । ୧୩ ।
ଅଣାକାର ପୁରୁଷ ତୁ ଦେଖିଲୁ ବର୍ଣ୍ଣଚିହ୍ନ
ତେଣୁ ସେ ଲଲାଟ ତୋର ହୋଇଲା ସୁବର୍ଣ୍ଣ । ୧୪ ।
ସ୍ୱର୍ଗର ଠାକୁର ତୁ ବୃନ୍ଦାଅର୍କ କୁଳଦକ୍ଷ
କୋଟିଏ ଭୁବନ ଦୃଷ୍ଟି ତୁ ଅଟୁ ସହସ୍ରାକ୍ଷ । ୧୫ ।
ଅନେକ ବିଳାସୁଣୀ ଖଟନ୍ତି ଅନୁବ୍ରତେ
ଭରହରଷ ନାୟକ ଦେବ କସ୍ୟପର ଗୋତ୍ରେ । ୧୬ ।
କୋଟିଏ ଭୁବନର ତୁ ଖଣ୍ଡୁସି ଅରଷ୍ଟି
ତୋହୋର ଆଗ୍ୟାଂୟେଣ ମେଘ ସଚରାଚର ବୃଷ୍ଟି । ୧୭ ।
ସଦା ଆନନ୍ଦ ନାଥ ତୁ ବାହନ ମତ୍ତନାଗ
ପାତାଳ ଥମ୍ୱ ତୋହୋର ଅନନ୍ତ ଉଡଙ୍ଗ । ୧୮ ।



୧୦ ।୨ ହେଳେ ବଧିଲୁ ପର୍ବତଙ୍କ ପକ୍ଷୀ
 ହେଳେ ଭିଧ୍ୱସିଂଲୁ ନାଥ ଦୈତ୍ୟ ଯେ ନୃପତି ।
୧୫ ।୧ ବୃନ୍ଦଅର୍କ-ବୃନ୍ଦାରକ-ଦେବ । ୧୮ ।୨ ଥମ୍ୱ-ସ୍ତମ୍ଭ ।
ବ୍ରହ୍ମଦତ୍ୟ ମୁଣ୍ଡ ମୋଡିଲୁ ଚନ୍ଦ୍ର ବୋଲେ
ରିପୁ ପୁରୁଖ ପଳାବନ୍ତି ତୋହୋର ଶହସ୍ର ଧଇଲେ । ୧୯ । ସଂଖ୍ୟା
ଲୋଭେଣ ହରିଲୁ ନାଥ ଗଉତମର ପତନୀ
ସେ ମହାତମାର ଶାପେ ତୁ ହୋଇଲୁ ସହସ୍ର ଯୋନି । ୨୦ । ସଂଖ୍ୟା
ଶାନ୍ତି ହୋଇଲା ସେ ଆପାଦ ମାନସ ସରୋବରେ
ଦୁଷ୍ଟ ନିବାରଣ କଲୁ ନାଥ ନିର୍ଘାତ ବଜ୍ରଶରେ । ୨୧ ।
ତୁ ଦେବ ଜଳ ସ୍ଥଳ ନିରାକୁଳ ଅନାଦି
କୃତାନ୍ତକ ନାଥ ସ୍ୱାମୀ ଜୟ ତୁ ଜମ୍ଭୋଭେଦୀ । ୨୨ ।
ସପତ ସାଗର ଜଳ ସ୍ଥଳ ନାଥ ନବଦ୍ୱୀପା ପୃଥୀ
ତୋହରେଣ ଦେବ ସଚରାଚର ବ୍ରତି । ୨୩ ।
ଯମଦଣ୍ଡ କାଳଦଣ୍ଡ ଶୂଳଦଣ୍ଡ
ଦଣ୍ଡାଧିପତି ଦେବ ତୁହି ସେ ସର୍ବଦଣ୍ଡ ଖଣ୍ଡ । ୨୪ ।
ବେଦବର ମନ୍ତ୍ରବର ଶାହାସ୍ରବର ନାଥ
ସତ୍ୟବନ୍ତ ପୁରୁଷ ସ୍ୱାମୀ ତୁ ପରମ ପଦାର୍ଥ । ୨୫ ।
ଦର୍ଶନେ ପ୍ରସନ୍ନେ ତୁ ଦୁର୍ଗତି ଦୁଖ ଧଂସି
ଯମର ଉପରେ ଦୈବତ ସକଳ ଦର୍ପ ବିନାଶୀ । ୨୬ ।
ବ୍ରହ୍ମାର ଉପରେଣ ତୋହୋର ବ୍ରହ୍ମପଦ
ମହେଶ୍ୱର ଉପରେ ତୁ ମହେଶ ଦେବ ଇନ୍ଦ୍ର । ୨୭ ।
କଉସ୍ତୁଭ ମଣି ବିରାଜିତ ଯାର ହୃଦେ
ଚନ୍ଦ୍ର କିରଣ ମଣି ଲଲାଟ ସାନନ୍ଦେ । ୨୮ ।
ଜାତ ଅନ୍ତ କରି ନାଥ ତୁହି ସେ ଭିଆନ୍ତା
ନିର୍ଭୟା ପୁରୁଷ ତୁ ଯେ ପ୍ରସନ୍ନେ ଗତି ଦ୍ୟନ୍ତା । ୨୯ ।
ସୟଳ ସାହେରନାଥ ଭଗତ ଜଗହିତା
ମୁହିଂ ମନୁଷ ଜନ୍ମ ମଞ୍ଚପୁରେ ନ ଛାଡୁ ମୋର ଚିନ୍ତା । ୩୦ ।



୨୫ ଦେବଙ୍କର ଦେବ ତୁ ଅଟୁ ସୁରନାଥ
 ବେଦ ଶାହାସ୍ରର ନାଥ ତୁ ପରମ ପରମାର୍ଥ ।
 ସତ୍ୟବନ୍ତ ପୁରୁଷ ନାଥ ଆବର ପରମାର୍ଥ ।
୩୦ ।୧ ସୟଳ ସଞ୍ଚିତ ତୁ ଜଗତଜନ ଚିନ୍ତା ।
୧୯ ।୨ ରିପୁ ପୁରୁଖ-ରିପୁ ପୁରୁଷ
ନାଶକର ନିଶାକର ଯାହାର ଆଗ୍ୟାଂରେଣ ବର୍ତ୍ତି
ତେଣୁ କରି ତୋତେ ମୁଂ ପ୍ରାର୍ଥନା କରଇ ଅଭ୍ୟର୍ଥୀ । ୩୧ ।
ଶ୍ରୀ ଅମରାଧିନାଥ ଚରଣ ମମ ହୃଦେ
ଶୂଦ୍ରମୁନି ସୋରୋଳ ଦାସ ବଦୟନ୍ତି ପରମ ସାନନ୍ଦେ । ୩୨ ।
କହନ୍ତି ଅଗସ୍ତି ଶୁଣ ଆହୋ ଯୁଗପତି
ଏହି ମନୁ ତବ ଅର୍ଥେ ଜଗତେ ବିଖ୍ୟାତି । ୩୩ ।
ଇନ୍ଦ୍ର ଦେବତାଙ୍କୁ କୋଇନ୍ତାୟେ କଲେ ପୂଜା
ଶୃଙ୍ଗାର ସ-ଦ ରସ ମାଗଇ ଦେବରାଜା । ୩୪ ।
କୁନ୍ତଭୋଜର ନନ୍ଦନୀ ସେ କାର୍ଯ୍ୟେଣ କାର୍ଯ୍ୟବନ୍ତୀ
ଭାରାଭର ବହନ୍ତି ସେ ଅନାଦି ଦଇବତୀ । ୩୫ ।
କୋଇନ୍ତାଙ୍କର ତୁସ୍ତି ଯେ ଶୁଣିଣ ବଜ୍ରଧାରୀ
ମହା ସନ୍ତୋଷେଣ ଆଲିଙ୍ଗନ ଚୁମ୍ୱନ ସେହୁ କରି । ୩୬ ।
ବଂଶେଣ ନିକଳଙ୍କ ମହାମନ୍ତ୍ରେଣ ନିର୍ଦ୍ଦୋଷୀ
ଇନ୍ଦ୍ରେଣ ରମଣ ଯେ ବଢିଲା ମହାନିଶି । ୩୭ ।
ଶତଶିଂଗ ପର୍ବତୁଂ ସେ ଗଙ୍ଗା ହୋଇଛି ଉତପତ୍ତି
ପାତାଳ ଭେଦିଛି ପଞ୍ଚଚିରିଶ ଧାରା ମୂର୍ତ୍ତି । ୩୮ । ସଂଖ୍ୟା
ପାବିନୀ ଭାବିନୀ କାମିନୀ ପାପନାଶିନୀ
ଗଙ୍ଗା ଗୋମତୀ ନର୍ମଦା ବଇତ୍ରଣୀ । ୩୯ ।
ମେଖଳା ତ୍ରିପୁରା ଭାଲୁଙ୍କୀ ଭଇରୋବୀ
ଯମୁନା ସରସ୍ୱତୀ ପାତାଳ ସମ୍ଭବୀ । ୪୦ ।
କାଶା କଉଶିକୀ ଅରଣ୍ୟ ମେଖଳା
ବେଣୀ ଗଉତମା ନାରାୟଣୀ ଚଞ୍ଚଳା । ୪୧ ।
ବିଜୟା ଚିତ୍ରଉତପଳା ଗଗନଗୁପତା
ଚନ୍ଦ୍ରଭାଗା ବୃହସ୍ପତୀ ନନ୍ଦିନୀ ବୃଦ୍ଧମାତା । ୪୨ ।
ତମସା ସଉଭଦ୍ରା ଚଉରୀ ଧବଳାଙ୍ଗୀ
ବୃଦ୍ଧୟୀ ହରପ୍ରିୟା ଅନନ୍ତା ଯୋଗାଙ୍ଗୀ । ୪୩



୪୩ ।୧ ସଉଭଦ୍ରା-ସୁଭଦ୍ରା
ପଞ୍ଚତିରିଶ ଧାରା ସେ ପର୍ବତେ ଫୁଟଇ
ମହାତୀର୍ଥ ମାନେ ସେ ବିଷ୍ଣୁ ପାଦ ଅଟଇ । ୪୪ ।
ତହିଂ ମିଶ୍ରିତ ଯେ ସରସ୍ୱତୀ ତ୍ରିବେଣୀ
ତହିଂର ତୀରେ ଇନ୍ଦ୍ର କୋଇନ୍ତାଙ୍କର ରମଣି । ୪୫ ।
ସେ ନଦୀର ତୀରେ ଅଛି ଅର୍ଜ୍ଜୁନ ନାମେ ବନ
ଶୀତଳ ଅମିୟ ବହଇ ପବନ । ୪୬ ।
ବିଶେଷେ ବସନ୍ତ ଋତୁ ମୀନମାସ କୃଷ୍ଣପକ୍ଷ ପ୍ରଥମ ଦୁତୀୟା
ଭୃଗୁବାର ଉତ୍ତରା ଫାଲୁଗୁନୀ ଶତଶ୍ରିୟା । ୪୭ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ବାଣିଜ୍ୟ ନାମେ କରଣ ଧୃତି ନାମେ ଯୋଗ
କନ୍ୟା ଚନ୍ଦ୍ରମାକୁ ସପତମ ଦଣ୍ଡ ଭୋଗ । ୪୮ ।
ଦୁତୀୟା ଘରେ ଶନିଚର ଚତୁର୍ଥେ ବୃହସ୍ପତି
ଅମୃତାକ୍ଷ ନାମେ କାଳ ପାତାଳେ ଭୋଗ ରାତି । ୪୯ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ରାହୁ ନବମରେ ଚନ୍ଦ୍ର ବଳୀୟାର ଯୋଗେ
ଇନ୍ଦ୍ରଙ୍କର ଶୃଙ୍ଗାର କୋଇନ୍ତା ଦେବୀଙ୍କର ସଙ୍ଗେ । ୫୦ ।
କୋଇନ୍ତାୟେ ବୋଇଲେ ଦେବ ଶୁଣିମା ସୁରପତି
ସଇନ୍ଦୁ ପୁତ୍ରେକ କରିବୁଟି ଉତପତ୍ତି । ୫୧ ।
ପୁତ୍ରର ଦର୍ପ ମୁଂ ସହି ନୁଆରଇ ଭାରି
ମଣ୍ଡଳାଧିପତି ତୁ ଆକାଶକୁ ଅଧିକାରୀ । ୫୨ ।
ମହାବଳବନ୍ତା ତୁ ଦେବତାଙ୍କର ରାଜ
ମୁହିଂ ମାନୁଷୀଟି ସହି ନୁଆରଇ ୟେ ତୋହୋର ବୀର୍ଯ୍ୟ । ୫୩ ।
ଆଦିହୁଂ ଅବିଭାଇତ କାଳେ ମୋତେ ଆଦିତ୍ୟ ରମଣ କଲା
ସଇନ୍ଦୁ ପୁତ୍ରେକ ଉତପତ୍ତି ଯେ ହୋଇଲା । ୫୪ ।
ସେହି ପ୍ରକୃତି ଯେ ଭାବିଲାକ ମୋର ଅଙ୍ଗେ
ୟେବେ ମୁଂ ଗର୍ଭର ଭାରା ସହିବି କେବଣ ବାଗେ । ୫୫ ।
ଶୁଣିଣ ସାନନ୍ଦ ଯେ ପୁରନ୍ଦର ଦେବତା
କୋଇନ୍ତାୟେ ରମଣ ଇଚ୍ଛଇ ବରଦାତା । ୫୬ ।



୪୪ Cଶାନ ମୂରତି ହୋଇ ଯାଇ ସାଗରେ ଭେଟଇ
 ମହାତୀର୍ଥ ମାନେ ସେ ବିଷ୍ଣୁ ପ୍ରତିଷ୍ଠା ଅଟଇ
୪୫ ।୧ ତହିଂ ମିଶ୍ରିତ ଯେ ସୁରନଦୀ ତ୍ରିବେଣୀ ।
ବିଶେଷେ କାମିନୀ ସେ ପ୍ରୋଢାୟେ ବୟସୀ
ଦେବରାଜା ତୁଲେଣ କ୍ରିଡାରଙ୍ଗେ ରସି । ୫୭ ।
ଅପଛରୀ ରମଣୀ ସେ ରତି ଶାସ୍ରେ ଜିତା
ଚନ୍ଦ୍ର ପବନ ବାରିଣ ସେ ଶୃଙ୍ଗାରେ ଶକତା । ୫୮ ।
ସ୍ତିରୀଜନଙ୍କର ସଭାବ ସେ ଗାଢ ଶୃଙ୍ଗାରେଣ ତ୍ରିପୁତି
ଅଗ୍ନିଦେବତା ଯେହ୍ନେ ଘୃତେ ହୋନ୍ତି ଶାନ୍ତି ମୂର୍ତ୍ତି । ୫୯ ।
ମତ୍ତ ତନୁ ଘେନି ଯେବଣ ପୁରୁଷ ପାବନ୍ତି କେଳି
ରାତ୍ର ଦିବସେ ସେ ସହି ପାରନ୍ତି ଆର୍ଦୋଳି । ୬୦ ।
ମନ ଚଇତନ ୟେକତ୍ୱ କଲା ସଞ୍ଚା
ପବନ ହେଠାଇଣ ଉଜାଣି କଲାକ ସେ ବଞ୍ଚା । ୬୧ ।
ଶ୍ରୁତି ସ୍ମୃତି ଧୃତି ଶାନ୍ତି ସୁଷୁମୁନା
ୟେ ପଞ୍ଚନାଡି ଅଟଇ ଶରୀରକୁ ବଜ୍ରସେହ୍ନା । ୬୨ ।
ତରଳ ତାରଳ ଇଅଂଳା ପିଅଂଳା ଘୋଟି
ନବ ନାଡି ମୂଳେଣ ଅଛଇ ବାଆସ୍ତୋରି କୋଟି । ୬୩ । ସଂଖ୍ୟା
ୟେହାନ୍ତ ୟେକତ୍ୱ କରି ପଞ୍ଚମଶର ଭୋଗୀ
ଅନଙ୍ଗ ବଞ୍ଚାଇଲା ସେ ପୁରୁଷ ପରମ ଯୋଗୀ । ୬୪ ।
ଅଗ୍ୟାନେ ହେଠାଇଲା ସେ ଟେକିଲା ୟେକ ବ୍ରହ୍ମେ
ବାସ୍ତରୀ କ୍ରୀଡା କଲେ ଭବ ଯେ ସାଂଗ୍ରାମେ । ୬୫ ।
ଖେପଇ ବାସବ ଯେ ନଖଦନ୍ତ ଶର
କୋଇନ୍ତାୟେ ବଞ୍ଚାବନ୍ତି ନ ଫୁଟଇ ଶରୀର । ୬୬ ।
ଓହୋବଳ ସଂଗ୍ରାମେ ବଢିଲା ରସଯୁଦ୍ଧ
ଭବ ଭଗ ଶାନ୍ତି ଯେ ନୋହିଲା କାମବନ୍ଧ । ୬୭ ।



୫୮ ।୨ ଚନ୍ଦ୍ରକଳା ଜାଣଇ ସେ ଶୃଙ୍ଗାରେ ଶକତା
 ଚନ୍ଦ୍ର ପବନ ମାରିଣ ସେ ଶୃଙ୍ଗାରେ ଶକତା
୬୧ ମନ ଚଇତନ ୟେକତ୍ୱ କଲା ସାଚି ।
 ପବନ ହେଠାଇଣ ଉଜାଣି ବନ୍ଧ ଆମଞ୍ଚି ।
୬୫ ।୧ ଅଗ୍ୟାନେ ଧଇଲା ଯେ ଚଳିଲା ୟେକ ବ୍ରହ୍ମ ।
୬୭ ।୨ କେହି କାହାକୁ ଯେ ନ କରନ୍ତି ସାଧ୍ୟେ ।
ଅଦୁଷ୍ଟି ନାରାଜ ବିନ୍ଧଇ ପଞ୍ଚବାଣ
ଭାବେ ଅନ୍ୟୋଅନି ପୀଡୁଛି ମୟାଣ । ୬୮ ।
ବିଶେଷେ ବନ ଗହନ ନିଗମ ସ୍ଥାନ ଭୂମି
ଆକାଶେ ଦୃଶ୍ୟଭାବ ରୋହିଣୀ ବଲ୍ଲଭ ଦେବସ୍ୱାମୀ । ୬୯ ।
ବସନ୍ତେ ଚନ୍ଦ୍ରମାୟେ ମହା ନିରିମଳ
ସମସ୍ତ ଦିଶଇ ସେ ଦିବସହୁଂ ପରିମଳ । ୭୦ ।
ଅଶାନ୍ତ ଶୃଙ୍ଗାରେଣ ଅତୁଷ୍ଟ ଦେବରାଜ
ରଜନୀ ନିକଟେ ଶେଷ ସେ ଛାଡିଲେ ମହାବୀର୍ଯ୍ୟ । ୭୧ ।
ଦୁହେଂ ମନ ଶାନ୍ତି ସେ ପରମ ସାନନ୍ଦୁଂ
ସୁସଞ୍ଚେ କୁମାରେକ ଉତପତ୍ତି ହୋଇଲା ସଇନ୍ଦୁ । ୭୨ ।
ମାତଳି ମେଳେ ଯେ ଥିଲେ ଚଞ୍ଚଳାଗଣ ଅନ୍ତରୀକ୍ଷେ
ପୁଷ୍ପକ ଘେନିଣ ଯାଇଂ ମିଳିଲେ ସହସ୍ରାକ୍ଷେ । ୭୩ । ସଂଖ୍ୟା
ଦେବଗଣେ ଦୁନ୍ଦୁଭି ବଜାନ୍ତି ରଙ୍ଗେ ଘେନି
ଚଉଷଠି କୋଟି ଅପଛଇରୀ ଦିଲେ ହୁଳହୁଳି ଧୂନି । ୭୪ । ସଂଖ୍ୟା
ଅମଳାଣ ବସ୍ତ୍ର ଯେ ପିନ୍ଧିଣ ସର୍ବ ବାଳୀ
କେହୁ କୋନ୍ତାଙ୍କୁ ଧରଇ କେ ପୁତ୍ରକୁ ସମ୍ଭାଳି । ୭୫ ।
ତପତ ଜଳ ଘେନି ସୁବାସିତ ପାଣି
ପୁତ୍ର ଅଙ୍ଗ ପଖାଳନ୍ତି ଅତ୍ୟନ୍ତ କୋମଳ ଜାଣି । ୭୬ ।
ମଧୁ ଘୃତ କପିଳାର କ୍ଷୀର ଯେ ପ୍ରବର୍ତ୍ତି
କୁମାରର ଅଙ୍ଗେ ନେଇ ଲେପନ କରନ୍ତି । ୭୭ ।
ଆପଣେ ଥାଇଣ ସେ ସୁରେଶ୍ୱର ରାଜା
ଶ୍ରୀହସ୍ତେ ଅର୍ଘ୍ୟ ଘେନି କୁମାରକୁ କଲେ ପୂଜା । ୭୮ ।
ରମ୍ଭା ଉର୍ବଶୀ ମଦନା ମେନକା କାମସେଣା
ଶେଯ୍ୟାୟେ ଯୁଗତେ ଶୁଆଇଲେ ସମସ୍ତେ ଅପର୍ଣ୍ଣା । ୭୯ ।
ନୀଳେନ୍ଦୀ ଦଳ ପରାୟେ କୁମରର ତନୁ
ବିଚିତ୍ର ବେଶନ ରୂପ ସୁନ୍ଦର କି କୋଟି ସୂର୍ଯ୍ୟଭାନୁ । ୮୦ ।
ଅତି ସୁନ୍ଦର ସେ ଅର୍ଜ୍ଜୁନ ନାମେ ବନ
ସେ ବନେଣ ଯେ ପୁତ୍ର ହୋଇଲା ଉତପନ୍ନ । ୮୧ ।
ଅତିଅନ୍ତ ହରଷ ହୋଇଣ ମଘବାନ
ଅର୍ଜ୍ଜୁନ ବନ ଦେଖି ପୁତ୍ର ନାମ ଦିଲେ ଅରଜୁନ । ୮୨ ।
ବୃହସ୍ପତି ଗଣିଲେ ସପତାଙ୍କ ପାଞ୍ଜି ଘେନି
ପୁତ୍ର ଜାତ ହୋଇଲା ଉତ୍ତରା ଫାଲୁଗୁନୀ । ୮୩ ।
ବୃହସ୍ପତି ବୋଇଲେ ଅତିଅନ୍ତେ ସୁନ୍ଦର ସଉଚ୍ଛମ
ତେଣୁ ଦେବଗୁରୁ ଦିଲେ ଫାଲଗୁନି ୟେହାର ନାମ । ୮୪ ।
ଉତ୍ତରା ଫାଲଗୁନୀ ହୋଇଲା କନ୍ୟା ରାଶି
ଗଣ୍ଡମୂଳ ନାସ୍ତି ମାହିନ୍ଦ୍ର ଯୋଗ ଭାଷି । ୮୫ ।
ସର୍ବ ଗୁଣେ ସୁନ୍ଦର ସୁଲକ୍ଷଣ ସୁରବଇଂର ବଳା
ଅମର ଆସନକୁ ବିଜୟେ ଆଖଣ୍ଡଳା । ୮୬ ।
ଅମର ଅଳଙ୍କାର ଯେତେ ଦେବରାଜାର ଥିଲା
ପୁତ୍ରକଇ ମଣ୍ଡିଣ ସୁରନାଥ ବେଗେ ଗଲା । ୮୭ ।
ଉର୍ବଶୀ ଆସି ଧଇଲେ କୋଳରେ
ସବ୍ୟସାଚୀ ନାମ ଦିଲେ ଯୁବତୀ ରତ୍ନ ସାରେ । ୮୮ ।
ପଣ୍ଡୁ ପ୍ରବେଶ ହୋଇଲେ ସୁର ନଦୀ କୂଳେ
ତ୍ରିଭୁବନ ମୋହନ ପୁତ୍ର କୋଇନ୍ତାଙ୍କର କୋଳେ । ୮୯ ।
ଦେଖିଣ ମହାରାଜା ଅନେକ ସାନନ୍ଦେ
ବହୁତ ପୁରସରି କୋଇନ୍ତାଙ୍କୁ ହାଦେ । ୯୦ ।
ଯୁଝେଷ୍ଠି ଭୀମ ଅରଜୁନ ଯେ ପୁତ୍ର ତିନି
ପାଳନ୍ତି କୋଇନ୍ତାୟେ ମାଦ୍ରୀ ଦେବୀ ଘେନି । ୯୨ ।



୮୨ ଅତିଅନ୍ତ ହରଷ ଯେ ହୋଇଲେ ମଘବାନ ।
 ରୂପ ବଳେଣ ପୁତ୍ରକୁ ନାମ ଦିଲେ ଅରଜୁନ ।
୮୫ ।୧ ଗଣ୍ଡମୂଳ ନାସ୍ତି ବୋଲିଣ ଗୁରୁ ଭାଷି ।
୮୬ ।୨ ଅମରଗଣ ଘେନି ବିଜୟେ ଆଖଣ୍ଡଳା ।
 ଅମର ଭୁବନେ ବିଜୟେ ଆଖଣ୍ଡଳା ।
୯୦ ।୨ ବହୁତ ପ୍ରଶଂସିଲେ କୋଇନ୍ତାଙ୍କୁ ଆନନ୍ଦେ ।
 ବହୁତ ପୁରୁଷାର୍ଥ କୋନ୍ତାଙ୍କୁ ଆନନ୍ଦେ ।
୮୪ ।୧ ସଉଚ୍ଛମ-ସୌଷ୍ଠବ ବା ସୁସମଶବ୍ଦଜ ସୁସମ-ସୁଦ୍ଧାକାର, ସୌଷ୍ଠବ-ସୁଡଉଲ
୮୬ ।୧ ସୁରବଇଂ-ସୁରପତି
ବଇବସୁତ ମନୁ ବୋଇଲେ ଶୁଣ ଅଗସ୍ତିୟେ
ମୁକୁଇଂ ଫେଡିବ କଥାୟେକ ସନ୍ଦେହେ । ୯୨ ।
ଧର୍ମ ଦେବତାୟେ ଯେବଣ ପୁତ୍ର ଗୋଟି
ତାହାର ନାମ ଦିଲେ କି-ା ଧର୍ମ ଯେ ଯୁଝେଷ୍ଠି । ୯୩ ।
ଅଗସ୍ତି ପ୍ରତିବାକ୍ୟ ଶୁଣିମା ମହାରାଜେ
ପ୍ରଥମେ କର୍ଣ୍ଣ ଉପୁଜିଲା ୟେ ପୁତ୍ର ହୋଇଲା ଦୁଜେ । ୯୪ ।
କୋଇନ୍ତାୟେ ବୋଇଲେ କର୍ଣ୍ଣ ମହୋର ଜ୍ୟେଷ୍ଠ
ଗଙ୍ଗାରେ ପକାଇଲି ମୁଂ ବାଳୁତ ଗ୍ୟାନ ଭ୍ରଷ୍ଟ । ୯୫ ।
ସେ ପୁତ୍ର ଲୋଡିଲେ ପାଇବି ଆର କାହିଂ
ଦୁଜେ ଉପୁଜିଲା ଜ୍ୟେଷ୍ଠ ପୁତ୍ର ୟେହି । ୯୬ ।
ମହାଗ୍ୟାନବନ୍ତ ୟେ ଅହର୍ନିଶି କର୍ମ
ତେନ୍ୟାୟଂରୁ କରି ନାମ ଦିଲେ ଯୁଝେଷ୍ଠି ଦେବ ଧର୍ମ । ୯୭ ।
କୋଇନ୍ତା ଦେବୀଙ୍କର ଯେ ତିନି ପୁତ୍ର ଉପୁଜିଲା
କୋଇନ୍ତାଙ୍କୁ ଭଗତି ହୋଇଂ ମଦନା କିସ କଲା । ୯୮ ।
ତିନି ପୁତ୍ର ଘେନି ସେ କୋଇନ୍ତା ଦେବୀ ଭାଳି
ସହି ନୁଆରଇ ଆଉ ପର ଶୃଙ୍ଗାର ଆର୍ଦୋଳି । ୯୯ ।
ଆପଣା ସ୍ୱାମୀ ଜାଣଇଂ ଆପଣା ଭାରିଯାର ଚିନ୍ତା
ପର ପୁରୁଷ ଶୃଙ୍ଗାରେ ବଡାଇ ଅବସ୍ତା । ୧୦୦-୨୬୯୦ ।



୯୯ ।୨ ପଞ୍ଚଭୁତ ଆତ୍ମାରେ ଡାକିଣ ବିକଳି ।
୯୬ ।୨ ଦୁଜେ-ଜ୍ୟେଷ୍ଠି-ଯୁଜେଷ୍ଠି ୯୭ ।୧ ତେନ୍ୟାୟଂରୁ-ସେହି ହେତୁରୁ
ପୁତ୍ର ନିମନ୍ତେ ମାଦ୍ରୀର ନାରାୟଣଙ୍କୁ ସ୍ମରଣ, ନାରାୟଣଙ୍କ ନାସ୍ତିରେ ଦୁର୍ବାସାଙ୍କର ଅନ୍ୟ ଦେବତାଙ୍କୁ ସ୍ମରଣ କରିବାକୁ
ମାଦ୍ରୀଙ୍କୁ କଥନ
ନ ପାରଇ ସହି ତାର ଶୃଙ୍ଗାର ଆର୍ଦ୍ଦୋଳି
ମଦନାକୁ ବସାଇ ଦେବୀ ସନ୍ନିଧ୍ୟରେ ଭାଳି । ୧ ।
ତୁ ମାଦ୍ରୀ ମୋହୋର ସପତଣୀ ହୋଇଲୁ ଅବା
ଭୃତ୍ୟର ଭୃତ୍ୟ ହୋଇଣ ତୁ ମୋତେ ବହୁତ କଲୁ ସେବା । ୨ ।
ତୁ ମୋହୋର ଅଭିନ୍ନ ପ୍ରାଣର ସଂଘାତୁଣୀ
ମୋତେ ସେବା କରି ହୋଇବୁ କି ଅପୁତ୍ରିକ ଲକ୍ଷଣୀ । ୩ ।
କୋଇନ୍ତାୟେ ମାଦ୍ରୀକି ଦଲେ ଜପାମାଳି
ଦିଗପାଳ ଗୋଟିକୁ ସୁମରଣା କର ମନର ହିଆଳୀ । ୪ ।
ଆପଣେ ଥାଇ କୋନ୍ତଭୋଜର ଦୁହିତେ
ମଦନାକୁ ସଞ୍ଚିତ କଲେ ସେ ଶେଯ୍ୟାର ଯୁଗତେ । ୫ ।
ମଦନା ମହାଦେବୀ ଯେ ଅଟଇ କୁମାରୀ
ୟେହାର ମାତା ଅଟଇ ମଳୟ ବସନ୍ତା ଅପଛରୀ । ୬ ।
ବାସବର କୋପେ ସେ ପାଇ ଅଭିଶାପ
ମଧ୍ୟ ପୁରେ ଉପୁଜିଲା ଧରି ମାନୁଷୀ ସରୂପ । ୭ ।
ତାହାର ଦୋହିତା ୟେ ମଦନାବତୀ ନାମ
ବାଛିଣ ପଣ୍ଡୁ ରାଜାକୁ କଲାକ ପ୍ରଦାନ । ୮ ।
ତାହାର ରୂପଗୁଣ କହିତ କି ପାରି
ପୃଥିବୀ ଅଳଙ୍କାର ସେ ଅଟଇ ସୁନ୍ଦରୀ । ୯ ।
କରେଣ କୋଇନ୍ତାୟେ ଦିଲେକ ଜପାମାଳି
ଯାହାକୁ ଇଚ୍ଛା ତୋର ସୁମର ମନେ ଭାଳି । ୧୦ ।
ୟେତେକ ତିଆରି ଗଲେ ଦେବୀ କୋନ୍ତେ
ମାଦ୍ରୀ ବେଶନ ହୋଇଲା ଶେଯ୍ୟାର ଯୁଗତେ । ୧୧ ।
ବୋଇଲେ ଧର୍ମ ପବନ ଇନ୍ଦ୍ରେ କୋଇନ୍ତାୟେ ପୁତ୍ର କଲେ ଜାତ
ଦେବତାଙ୍କ ମଧ୍ୟେ ଆଉ ନାହିଂ ବଲବନ୍ତ । ୧୨ ।
ନାରାୟଣ ଦେବାତାଙ୍କୁ ସୁମରିବି ଆଜ
ବିଷ୍ଣୁଙ୍କର ବୀର୍ଯ୍ୟେ ମୋର ଉପୁଜୁ ତନୁଜ । ୧୩ ।
ମୋହୋର ପୁତ୍ରଗୋଟି ହୋଇବ ଯେ ବଳବନ୍ତ
ସପତ ବ୍ରହ୍ମଣ୍ଡକୁ ସେ ହୋଇବ ଯେ ୟେକଛତ୍ର । ୧୪ ।



୧୨ ।୨ ଶୋଭନ ହୋଇ ଦେବୀ ବସିଲେ ଶେଯ୍ୟାର ଯୁଗତେ ।
୪ ।୨ ହିଆଳୀ-ଆନନ୍ଦଦାୟକ ୫ ।୨ ସଞ୍ଚିତ-ସ୍ଥାପିତ
ଗାନ୍ଧାରୀ ପୁତ୍ରନ୍ତ କୋଇନ୍ତା ପୁତ୍ରନ୍ତ ଜିଣି
ୟେ ମୋହୋର କୁମର ହୋଉ ୟେକାଙ୍ଗ ନୃପମଣି । ୧୫ ।
ୟେତେକ ବିଚାରି ଦେବୀ ୟେକାନ୍ତ ନିଶାକାଳେ
ନାରାୟଣ ସୁମରଇ ସେ ଦୁର୍ଭାସା ମନ୍ତ୍ରବଳେ । ୧୬ ।
ବଇନେତ୍ରେୟ ବାହାନେଣ ସେ ଦେବ ନାରାୟଣ
ଅନ୍ତରୀଚ୍ଛ୍ୟେ ବିଜେ କଲେ ଶତଶିଂଗ ପର୍ବତେଣ । ୧୭ ।
ଅନେକ ବେଶନ ହୋଇ ମଦନସେନର କୁମାରୀ
ଅର୍ଘ୍ୟ ତଳେ ଥୋଇଲା ସେ ନାରାୟଣ ନାରାୟଣ ସୁମରି । ୧୮ ।
ୟେମନ୍ତ ସମୟେ ଯାଇଂ ଶ୍ରୀକୃଷ୍ଣ ବିଜେ କଲେ
ଦେଖିଣ ମାଦ୍ରୀଦେବୀ ଆସନ ତେଜ୍ୟା କଲେ । ୧୯ ।
ନାରାୟଣ ବୋଇଲେ ତୁ ଶୁଣ ପଣ୍ଡୁର ପାଟରାଣୀ
ନିରାକାର ବୋଧିଲା ତୋହୋର ଜ୍ୟେଷ୍ଠ ସପତଣୀ । ୨୦ ।
ତାହାର ବୀର୍ଯ୍ୟେ ଉପୁଜିଲା ଯେବଣ ପୁତ୍ର ଗୋଟି
ନିରଞ୍ଜନ ଦେବତା ସେ ମୋହୋର ଠାକୁର ଯୁଝେଷ୍ଠି । ୨୧ ।
ତୁ ମୋହୋର ମାତା ଗୋ ପ୍ରତକ୍ଷେ ନିରଞ୍ଜନୀ
ପୁତ୍ରକୁ କି-ା ସୁମରିଲୁ ମହାମନ୍ତ୍ର ଘେନି । ୨୨ ।
ଋଷିର ମହାମନ୍ତ୍ର ଗୋ କେମନ୍ତେ ଯିବି ମେଣ୍ଟି
ନିଜ ପ୍ରାଣ ବିସର୍ଜିବି ମୃଧୁନା ଯିବ ଫାଟି । ୨୩ ।
ମାତାର ତୁଲେ ଗୋ କାହିଂ ପୁତ୍ରର କାମ ଭେଟ
ମୋତେ କରାଇଲୁ ଗୋ ଦୁସହ ସଂକଟ । ୨୪ ।
ତୁ କି-ା ବିଚାର ଗୋ ନ କଲୁ ୟେହା ମନେ
ଗ୍ୟାନ ଥାଉଂ ଥାଉଂ ଗୁରୁପତ୍ନୀ ହରିବି କେସନେ । ୨୫ ।
ୟେମନ୍ତ କର୍ମ କି-ା କଲୁ ଗୋ ମାହେଶ୍ୱରୀ
ମୋତେ ସୁମରିଲୁ କଥାନ୍ତ ନ ବିଚାରି । ୨୬ ।
ୟେବେ କିସ ବିଚାର କର ଗୋ ମହାତ୍ମାଣୀ
ମାଦ୍ରୀ ଆଶ୍ରିଜ ହୋଇଲେ ନାରାୟଣଙ୍କ ବଚନ ଶୁଣି । ୨୭ ।
ମମ କର୍ମେ ୟେହେନେକ ଫଳ ଫଳିଲା ଚକ୍ରପାଣି । ୨୮ ।



୧୬ ।୧ ୟେମନ୍ତ ବିଚାରି ସେ ସ-ୂର୍ଣ୍ଣ ନିଶାକାଳେ ।
୧୭ ।୧ ବଇନେତ୍ରେୟ-ବୈନତେୟ, ଗରୁଡ, ବିନତା ପୁତ୍ର
ଅନ୍ତରେ ଥାଇଂ ଯେ ଦେଖୁଥିଲେ ଦେବୀ କୋଇନ୍ତା
ଧାତିକାରେ ବିଜେ କଲେ ଧର୍ମର ବନିତା । ୨୯ ।
ଦେଖିଲେ ନାରାୟଣ ଶଙ୍ଖ ଚକ୍ରଧାରୀ
କୋଦଣ୍ଡ ଧରିଣ ନାଥ ବିଜୟେ କି ବିଚାରି । ୩୦ ।
ନାରାୟଣଙ୍କ ବିଜେ ଦେଖି କୋଇନ୍ତାୟେ ଆଶ୍ରିଜ
ସୁଗ୍ୟାନୀ ମାଦ୍ରୀ ତ ପାଇଲା ଦେବରାଜ । ୩୧ ।
ୟେହାର ବୀର୍ଯ୍ୟେ ଉତପତ୍ତି ହୋଇଲେ ସନ୍ତତି
ନାରାୟଣ ତନୁଜ ଯେ ହୋଇବ ୟେକଛତ୍ରୀ । ୩୨ ।
କୋଇନ୍ତାକୁ ଦେଖିଣ ସେ ଦେବ ଚକ୍ରଧାରୀ
ଧାତିକାରେ ନାରାୟଣ ଗରୁଡ ପିଠିରୁ ଅବତରି । ୩୩ ।
ନାରାୟଣ ବୋଇଲେ ମାଗୋ ନିରଞ୍ଜନ ତୋଷିଲୁ ମହାମନ୍ତ୍ର ବଳେ
ଧର୍ମ ଦେବତାୟେ ବିଜେ କଲେ ଆସି ତୋର କୋଳେ । ୩୪ ।
ବିବୁଧାଦିଗଣ ଯାହାର ନ ଦେଖନ୍ତି ବର୍ଣ୍ଣ ଚିହ୍ନ
ସେ ଧର୍ମ ମହାତମା ତୋତେ ହୋଇଲେ ପ୍ରସନ୍ନ । ୩୫ ।
ଆମ୍ଭେ ଯେ ତୁମ୍ଭର ପୁତ୍ର ତୁମ୍ଭେ ଆମ୍ଭର ମାୟେ
ତୁମ୍ଭେ କି-ା ଚିନ୍ତିଲ ମାଗୋ ୟେସନେକ ଉପାୟେ । ୩୬ ।
ଗୁରୁପତ୍ନୀ ଶିଷ୍ୟପୁତ୍ର କାହିଂ ଅଛି ୟେକ ଯୋଗ
ଦୁର୍ଭାସାଙ୍କ ମନ୍ତ୍ର କେହ୍ନେ କରିବି ପରିତ୍ୟାଗ । ୩୭ ।
ୟେ କଥା ବିଚାର ଗୋ କରିବା ମାହେଶ୍ୱରୀ
କୋଇନ୍ତାୟେ ବୋଇଲେ ୟେ ତ ନ ଜାଣିଲା ବିଚାର କରି । ୩୮ ।
ୟେହା କହୁଂ କୋଇନ୍ତାକୁ ଲାଗିଲା ମହାଭୀତି
ତହିଂକି ପ୍ରିୟଯୋଗ ଜଗନ୍ନାଥେ କରନ୍ତି ନାସ୍ତି । ୩୯ ।
କୋଇନ୍ତାୟେ ବୋଇଲେ ତୁମ୍ଭେ ବିଜେ କରିବା ଦାମୋଦର
ଆଗୋ ମାଦ୍ରୀ ତୁ ଆନ ଦେବତା ସୁମର । ୪୦ ।
ଗୋବିନ୍ଦ ବୋଇଲେ ମାଗୋ ଦୁଃସହ ହୋଇଲାକ ମୋତେ
ଦୁର୍ଭାସାଙ୍କର ମହାମନ୍ତ୍ର ମୁଂ ବଞ୍ଚିମି କେମନ୍ତେ । ୪୧ ।
ୟେଥକୁ ପ୍ରତିକାର ସିନା ସେହି ଋଷିହିଂ ଜାଣନ୍ତି
ତାହାଙ୍କୁ ସୁମରଣା କର ମାଗୋ କୁନ୍ତୀ । ୪୨ ।
ଶୁଣିଣ ସାନନ୍ଦ ଯେ ଭୋଜରାଜର କୁମାରୀ
ୟେକ ଲୟେ କରି ଦୁର୍ଭାସାଙ୍କୁ ଯେ ସୁମରି । ୪୩ ।
ଦଣ୍ଡ କମଣ୍ଡଳ କଷା କଉପୁନୀ ଶୀତାଂସୁ
ତାମ୍ର ବର୍ଣ୍ଣ ଗାତ୍ର ଅଙ୍ଗେଣ ଲେପନ ପାଂଶୁ । ୪୪ ।
ନାରାୟଣଙ୍କୁ ଦେଖିଲେ ଦୁର୍ଭାସା ମହଋଷି
ଅର୍ଘ୍ୟ ଘେନି ପୂଜା କଲେ ଯେ ପଣ୍ଡୁରାଜାର ପାଟବଂଶୀ । ୪୫ ।
ଦୁର୍ଭାସାୟେ ବୋଇଲେ ମାଗୋ ମାଦ୍ରୀ ତୁ ମନ୍ଦ କୃତ୍ୟ କଲୁ
ନାରାୟଣ ଦେବତାଙ୍କୁ କିେ- ସୁମରିଲୁ । ୪୬ ।
ଦୁର୍ଭାସାଙ୍କ ବଚନେ ବଦୟନ୍ତି ଦାମୋଦର
ଭୋ ମୁନିବର ତୋହୋର ବଚନ ୟେଥିକି ପ୍ରତିକାର କର । ୪୭ ।
ନାରାୟଣଙ୍କ ଆପଦ ଖଣ୍ଡିଲେ ଦୁର୍ଭାସା
ଆନ ପୁରୁଷକୁ ମଦନାବତୀ ଗୋ ବଳାଅ ମନୀଷା । ୪୮-୨୭୩୮ ।



୩୪ ।୨ ଦୁତି ନିରଞ୍ଜନ ଉପୁଜିଲେ ତୋର କୋଳେ ।
୩୫ ।୨ ସେ ସିଦ୍ଧ ମହାତ୍ମା ତୋତେ ହୋଇଲେ ପ୍ରସନ୍ନ ।
୩୬ ।୨ ତୁମ୍ଭେ ଚିନ୍ତିଲ କି-ା ମାଗୋ ଆମ୍ଭନ୍ତ ଉପାୟେ ।
୪୧ ।୨ ଦୁର୍ଭାସାଙ୍କର ମହାମନ୍ତ୍ର ମେଣ୍ଟିବି କେମନ୍ତେ ।
୪୭ ।୨ ତୋହୋର ବଚନେ ୟେଥକୁ ଅଛି କି ପ୍ରତିକାର ।
ଦୁର୍ବାସାଙ୍କର କୁନ୍ତୀଙ୍କ ପୁତ୍ର ଦର୍ଶନ କାଳରେ ହରି ଅର୍ଜୁନଙ୍କର ସାକ୍ଷାତ । ବ୍ୟାସଙ୍କୁ କୃଷ୍ଣ-ଅର୍ଜ୍ଜୁନର ମିତ୍ରତା ଯୁଗ ଯୁଗ
କରି ହେବା ବର୍ଣ୍ଣନା । କୃଷ୍ଣଙ୍କ ଦ୍ୱାରା ବିଶ୍ୱରୂପ ଦର୍ଶନ
ଦୁର୍ଭାସା ବୋଇଲେ ଆଗୋ କୁନ୍ତଭୋଜର କୁମାରୀ
ଦେଖିବା ଆଣନି ଗୋ ପୁତ୍ରନ୍ତ ତୋହୋରି । ୧ ।
ଶୁଣିଣ ଉଷତ ଯେ ପଣ୍ଡୁର ପାଟରାଣୀ
ଯୁଝେଷ୍ଠି ଭୀମ ଅର୍ଜୁନ ତିନି କଇ ଆଣି । ୨ ।
ପୁତ୍ରନ୍ତ ଘେନିଣ ସେ ଭୋଜର ନନ୍ଦନୀ
ଶତସହସ୍ର ଦଣ୍ଡ ପ୍ରଲମ୍ୱ ଦୁର୍ଭାସା ମହାମୁନି । ୩ । ସଂଖ୍ୟା
ଦୁର୍ଭାସାୟେ ବୋଇଲେ ତୋର ପୂରୁ ମନବାଞ୍ଛା
ସୁଖେ ପଞ୍ଚୁ କଟକ ଭୋଗ କର ଯେ ତୋହୋର ସଇଚ୍ଛା । ୪ ।
ନାରାୟଣ ନିରୋପନ୍ତି ଯୁଝେଷ୍ଠିଙ୍କ ବଦନ
ଶୁକ୍ଲାମ୍ୱର ପୁରୁଷ ୟେ ପ୍ରତକ୍ଷେ ନିରଞ୍ଜନ । ୫ ।
ଧବଳ ଶରୀର ଶୁଦ୍ଧ ସଷ୍ଟିକର ପ୍ରାୟେ
ନାରାୟଣ ପ୍ରଣପତ୍ୟ ହୋଇଲେ ଯୁଝେଷ୍ଠିଙ୍କ ପଦ୍ମପାୟେ । ୬ ।
ମହା ଧାର୍ମିକ ସେ ବିବେକ ଗୁଣବନ୍ତା
ଅଜପା ଲୟେ କଲ୍ୟାଣ କଲେ ନ କହିଣ କଥା । ୭ ।
ନାରାୟଣ ବିଚାରନ୍ତି ୟେ ପୁରୁଷ ମହାବ୍ରହ୍ମ
ଜନ୍ମର ସୁଫଳ ହୋଇଲା ପାଇଲି ଦରଶନ । ୮ ।
ଅନେକ ସାନନ୍ଦ ସେ ହୋଇଲେ ଦେଖିଣ ଅର୍ଜୁନକୁ
ହୃଦରେ ଲଗାଇ ବୋଇଲେ ମୋହୋର ୟେହି ସେ କଳାବୁକୁ । ୯ ।
ଗଳାରେ ଲମ୍ୱାଇଲେ କୃଷ୍ଣ ମରକତ ମଣି
ଅନେକ ଅଳଙ୍କାର ଆଭରଣ କଲେ ଦେବ ଚକ୍ରପାଣି । ୧୦ ।
ଅନେକ ସନ୍ତୋଷେ ନାରାୟଣ ବୋଇଲେ
କୋଳରେ ଧରି ହରି ଦୁତିକୃଷ୍ଣ ନାମ ଦିଲେ । ୧୧ ।
ଯହୁଂ ଅର୍ଜୁନକୁ କୋଳେ ଧଇଲେ ଶ୍ରୀପତି
ସରୂପ ବାରଣ ନୋହିଲା ଦୁହିଂଙ୍କର ୟେକ ମୂର୍ତ୍ତି । ୧୨ ।
ଅର୍ଜୁନକୁ ଘେନିଣ ଦେବ ବନମାଳୀ
ମଥୁରା ନ ଗଲେ ଶତଶିଂଗ ପର୍ବତେଣ ଖେଳି । ୧୩ ।



୭ ।୨ ଅକ୍ଷୟ କଲ୍ୟାଣ କଲେ ଦେବ ନ କହିଲେ କଥା ।
୮ ।୨ ଜନ୍ମର ସୁଫଳ ହୋଇଲା ଭେଟିଲି ନିରଞ୍ଜନ ।
୮ ନାରାୟଣ ବିଚାରନ୍ତି ୟେ ପୁରୁଷ ମହାବ୍ରହ୍ମି ।
 ଜନ୍ମର ସୁଫଳ ମୋର ଦେଖିଲି ଦେବସ୍ୱାମୀ ।
୧୩ ।୨ ମଥୁରାରୁ ଆସନ୍ତି ଶତଶିଂଗ ପର୍ବତକୁ ଖେଳି
 ମଥୁରାଉଂ ଆସନ୍ତି ଶତଶିଂଗ ପର୍ବତେଣ ଖେଳି ।
୬ ।୧ ସଷ୍ଟିକ-ସ୍ଫଟିକ ।
ମହା ଅରଣ୍ୟେ ପଶନ୍ତି କ୍ରୀଡା ରଙ୍ଗରସେ
ରାତ୍ରେଣ ଅର୍ଜୁନର ମେଳେ, ମଥୁରା ଦିବସେ । ୧୪ ।
କୃଷ୍ଣ ଅର୍ଜୁନ ଦୁହେଂ ଅଛନ୍ତି ଯମୁନା କୂଳେ ବସି
ବାରି ତ ନ ହୁଅନ୍ତି ଦୁହେଂ ୟେକ ସରୂପ ପ୍ରାୟେ ଦିଶି । ୧୫ ।
ହସନ୍ତି ରସନ୍ତି ଖେଳନ୍ତି ସେ କ୍ରୀଡା ରଙ୍ଗ ରସେ
ୟେମନ୍ତର ସମୟେ ଆସି ମିଳିଲେ ମୁନି ବ୍ୟାସେ । ୧୬ ।
ବ୍ୟାସଙ୍କୁ ଦେଖି ଉଠିଲେ କୃଷ୍ଣ ଅରଜୁନ
ଶତସହସ୍ର ଦଣ୍ଡ ପ୍ରଲମ୍ୱ ହୋଇଲେ ପଣ୍ଡୁନାନ । ୧୭ । ସଂଖ୍ୟା
ବ୍ୟାସେ ପ୍ରତିବାକ୍ୟ ତୁମ୍ଭର ବହୁତ ଅନ୍ତର
ଶତଶିଂଗ ପର୍ବତକୁ ମଥୁରା ଚାରି ସହସ୍ର ଯୋଜନ ଦୂର । ୧୮ । ସଂଖ୍ୟା
ୟେତେ ଦୂରେ ଥାଇଂ ତୁମ୍ଭର କେମନ୍ତେ ୟେଡେକ ପୀରତି
ମନୁଷ୍ୟ ଦେଖି ନାରାୟଣ କେମନ୍ତେ ଧୀର ମତି । ୧୯ ।
ନାରାୟଣ ବଦନ୍ତି ଶୁଣ ମୁନି ବ୍ୟାସେ
କୁମୁଦ ଥାଇ ଜଳେ ଚନ୍ଦ୍ର ଥାଇ ଆକାଶେ । ୨୦ ।
ଦୁଇ ଲକ୍ଷ ଯୋଜନ ବହୁତ ଅନ୍ତର
କୁମୁଦବନ୍ଧୁ ନାମ କି-ା ବହିଲା ଶଶଧର । ୨୧ । ସଂଖ୍ୟା
ଯାହାରେ ଯାହାରେ ସେ ଅଟଇ ପ୍ରୀତିଭାବ
କେ ଆକାଶେ କେହୁ ପାତାଳେ କେହୁ ରାତ୍ର ଦିବ । ୨୨ ।
ଦୀପିତ ସତ୍ୟଯୁଗେ ମୁଂ ନାରାୟଣ ଅବତାର
ୟେ ମୋହୋର ଅର୍ଜୁନ ଅଟଇ ବ୍ରାହ୍ମଣ ଦାମୋଦର । ୨୩ ।
ଶୁକ୍ଲାମ୍ୱର ସତ୍ୟଯୁଗେ ଅଣାକାର ବିଷ୍ଣୁ ଦ୍ୱାରେ
ଜୟେ ବିଜୟେ ହୋଇ ଥାଇଂ ବୈକୁଣ୍ଠ ପୁରେ । ୨୪ ।
ଭବାନୀ ସତ୍ୟଯୁଗେ ମୁଂ ଅଟଇ ନୀଳାମ୍ୱର
ୟେ ମୋହୋର ସଖା ଅଟଇ ରୁଦ୍ର ଅବତାର । ୨୫ ।
ବିଧୃତ ସତ୍ୟଯୁଗେ ମୁଂ ଅଟଇ ବିଷ୍ଣୁ ନାଥ
ସନକ ନାମେ ବ୍ରହ୍ମା ୟେ ମୋର ପଞ୍ଚଭୁତ । ୨୬ ।



୨୦ କୁମୁଦ ଥାଇ ଯେ ଅକାଦ ଜଳ ଗମ୍ଭୀରେ
 ଚନ୍ଦ୍ର ଦେବତା ଥାଇ ଆକାଶ ଶୂନ୍ୟ ପୁରେ ।
୨୩ ।୧ ଦୀପ୍ତି ସତ୍ୟଯୁଗେ ମୁଂ ଅଣାକାର ଅବତାର ।
ଅଭିନ୍ନ ସତ୍ୟଯୁଗେ ମୁଂ ଅଟଇ ଅନନ୍ତ
ଇନ୍ଦ୍ର ଅବତାରେ ୟେ ମୋହୋର ପ୍ରାଣହିତ । ୨୭ ।
ହରି ମେଖଳା ସତ୍ୟଯୁଗେ ମୁଂ ଗରୁଡ ନାରାୟଣ
ୟେ ମୋହୋର ମିତ୍ର ଟି ଶ୍ରୀବଷ ବ୍ରାହ୍ମଣ । ୨୮ ।
ୟେହୁ ମୋହୋରେ ପ୍ରୀତିହୋଇ ବହୁତ ଗର୍ବ କଲା
ତୋ ତହୁଂ ବଡ ହୋଇବି ବୋଲି ବୋଲିଣ ବୋଇଲା । ୨୯ ।
ସେ କଥାକୁ ୟେହାକୁ ମୁଂ ଅନେକ ରାଗ କଲି
ଅନ୍ଧ ଅନ୍ଧୁଣୀ ଘରେ ଜାତ କରାଇଲି । ୩୦ ।
ଦରିଦ୍ର ଅବସ୍ଥା ହୋଇ ମାଗୁଥାଇ ଭିକ୍ଷା
ୟେଡେ ଶାସ୍ତି ହେଲା ମୋତେ ଦଣ୍ଡେହେଂ ନ କଲା ଉପେକ୍ଷା । ୩୧ ।
ଦିନେ ଭିକ ମାଗି ଯାଉଅଛି ୟେ ନଗ୍ରକୁ
ମାୟା କରି ଲୁଚାଇଲି ମୁଂ ଲୋକ ଯେ ମାନଙ୍କୁ । ୩୨ ।
ଅପାର ନଗ୍ର ଉଡ୍ରାଦି ଶିବପୁର ଆଦି କରି
ଆରତେଣ ଭ୍ରମିଲାନି ଦେଶ ନଗ୍ର ଚାରି । ୩୩ ।
ଜନ ମନୁଷ୍ୟ କାହିଂ ଯେ ନ ଦେଖି
ବାହୁଡି ଆଶ୍ରମକୁ ଆସଇ ମହାଦୁଖୀ । ୩୪ ।
ଜଗନ୍ନାଥ ପାଷାଣ ୟେ ଦେଖିଣ କୋପ କଲା
ବାମ ପାଦ ନେଇ ମୋର ହୃଦରେ ମାଇଲା । ୩୫ ।
ମୂର୍ତ୍ତିବନ୍ତ ହୋଇଣ ମୁହିଂ ଉଭା ଯେ ହୋଇଲି
ବଥା ପାଇଲୁ ବୋଲି ମୁଂ ତାର ବେନି ପାଦ ମଞ୍ଚାଳିଲି । ୩୬ ।
ଭୋ ବ୍ୟାସେ ୟେହାର ମୋହୋର ଭାବ ୟେଡେ ହାଦେ
ୟେହାର ପାଦଚିହ୍ନ ଦେଖ ହୋ ମୋହୋର ହୃଦେ । ୩୭ ।
ହିରଣ୍ୟ ସତ୍ୟଯୁଗେ ମୁଂ ନରସିଂହ ମୂରତି
ୟେହୁ ପ୍ରହଲାଦ ରୂପେ ହିରଣ୍ୟ ଘରେ ଉତପତ୍ତି । ୩୮ ।
ହିରଣ୍ୟ ବିଦାରି ମୁଂ ୟେହାଙ୍କୁ ବସାଇଲି କୋଳେ
ଚିରନ୍ତନ ପଦ ଦେଲି ଗଗନ ମଣ୍ଡଳେ । ୩୯ ।
କୁତୂହୋଳ ଇଚ୍ଛାୟେ ସାଂଗ୍ରାମ ପୁଣ କଲୁ
ଶସ୍ତ ପ୍ରଶସ୍ତ ହୋଇଣ ଅବତାର ହେଲୁ । ୪୦ ।
ଗ୍ରହଯୋଗ ଇଚ୍ଛାହିଂ ହୋଇ କୁତୂହୋଳେ
ନାମ ବହିଲୁ ହାଦେ ଆମ୍ଭେ କେତୁ ଯେ ମଙ୍ଗଳେ । ୪୧ ।
ମୁହିଂ କେତୁ ହାଦେ ମଙ୍ଗଳ ଅଟେ ୟେହୁ
କାଳ ଅନରୂପେ ଆମ୍ଭେ ଛଡ଼ା ଛଡି ନୋହୁଂ । ୪୨ ।
ୟେ ମହୀ ମଣ୍ଡଳେ ସତ୍ୟଯୁଗେ ପ୍ରଶୁରାମ ଅବତାରେ
ଦୁହେଂ ଜନମ ହୋଇଲୁ ଜମଦ ଅଗ୍ନି ଘରେ । ୪୩ ।
ମୁହିଂ ପରଶୁରାମ ୟେ ଅଟଇ ନୀଳରାମ
କ୍ଷତ୍ରୀ ଅନ୍ତ କରିମ ପାଳିଲୁଂ ଅନେକ ଧର୍ମ । ୪୪ ।
ତ୍ରିଜୀବି ହୋଇଲୁଂ ପ୍ରଶୁରାମ ଅବତାରେ
ଆନ କଳାୟେ ଉପୁଜିଲୁଂ ଦଶରଥ ଘରେ । ୪୫ ।
ମୁହିଂ ଯେ ହାଦେ ଶ୍ରୀରାମ ୟେ ଅଟଇ ବୀର ଭ୍ରଥ
ୟେବେ ଦ୍ୱାପରଯୁଗେ ଆମ୍ଭେ ହୋଇଲୁ କୃଷ୍ଣ ପାଥ । ୪୬ ।
ଅନେକ ଅବତାର ଆମ୍ଭେ ହୋଉଅଛୁଂ ୟେହି ମତେ
ତୁମ୍ଭେ ବ୍ୟାସେ ଆମ୍ଭନ୍ତ ଅନ୍ତର କର ଯେ କେମନ୍ତେ । ୪୭ ।
ବ୍ୟାସେ ବୋଇଲେ ତୁମ୍ଭେ କହିଲ ଦେବରାଜା
ମୋତେ ନାରାୟଣ, ଦେଖି, ସ-୍ରତେ ଉପୁଜା । ୪୮ ।
କୁଷ୍ଣ ଅର୍ଜ୍ଜୁନ ତୁମ୍ଭେ ୟେକ କଳା ବେନି
ଭାରାଭର ନିବାରଣ ଅର୍ଥେ ତୁମ୍ଭେ ଉତପତ୍ତି ହୋଇଲ ମେଦିନୀ । ୪୯ ।
ତୁ ସ୍ୱାମୀ ୟେହାକୁ ବିଶ୍ୱରୂପ ଦେଖା
ୟେ ଯେବେ ଦେଖି ପାରଇ ଅଟଇ ତୋର ସଖା । ୫୦ ।
ଗୋବିନ୍ଦେ ବୋଇଲେ ହୋ କେମନ୍ତ ଫାଲଗୁନି
ଅର୍ଜ୍ଜୁନ ବୋଇଲେ ସଂପ୍ରତେ ଯାନ୍ତୁ ବ୍ୟାସ ମହାମୁନି । ୫୧ ।
କେମନ୍ତ ଟି ବିଶ୍ୱରୂପ ଅଟଇ ତୋହୋର
ଦେଖିବାକୁ ଇଚ୍ଛା ଦେବ ଅଛଇ ମୋହୋର । ୫୨ ।
ନାରାୟଣ ପ୍ରସନ୍ନ ହୋଇଲେ ଅର୍ଜ୍ଜୁନ ବଚନେ
ଧଇଲେ ବିଶ୍ୱରୂପ ଦେବ ସ୍ୱାମୀ କମଳଲୋଚନେ । ୫୩ ।



୪୬ ମୁହିଂ ଶ୍ରୀରାମ ୟେ ଅଟଇ ଲକ୍ଷଣ ।
 ତ୍ରେତୟାରେ ଉପୁଜିଲୁ ୟେସନ ରୂପେଣ ।
୪୮ ।୨ ମୋତେ ନାରାୟଣ ତୁ ସ-୍ରତେ ଉପୁଜା ।
ବ୍ୟାସଙ୍କ ବଚନେ ଅର୍ଜୁନ କୁତୋହୋଳେ
କ୍ଷଣକେ ମୃଧୁନି ଲାଗିଲା ଗଗନମଣ୍ଡଳେ । ୫୪ ।
ଆକାଶେ ଘୋଟିଲା ସେ ନାରାୟଣ କାୟା
ସ୍ୱର୍ଗେ ଶିର ହୋଇଲା ଅଦଭୁଦେ ମାୟା । ୫୫ ।
ଆକାଶେଣ ଶିର ପାଦ ଯେ ରାସାନ୍ତଳ
ମଧ୍ୟ ଭୁବନ ହୋଇଲା ନାଭି ଯେ ମଣ୍ଡଳ । ୫୬ ।
ଶୂନ୍ୟ ମଣ୍ଡଳ ଯେ ବକ୍ଷସ୍ଥଳେ ହୋଇଲା
ମଣ୍ଡଳ ଶିଖା ଖଣ୍ଡି ଗଣ୍ଡସ୍ଥଳେ ବିକାଶିଲା ।୫୭ ।
ବେନି ଲୋଚନ ଯେ ହୋଇଲା ଚନ୍ଦ୍ର ସୂର୍ଯ୍ୟେ
ଦେବତାୟେ ରୋମାବଳୀ ହୋଇଲେ ସହଜେ । ୫୮ ।
ଚକ୍ରଧର ସ୍ୱାମୀ ହୋଇଲେ ଚତୁର୍ଭୁଜେ
ପଞ୍ଚବିଂଶ ଅଗ୍ନି ବିରାଜିଲେ ତେଜେ । ୫୯ ।
କରତଳ ମଧ୍ୟେ ଯେ ବିକାଶିଲେ ଅଙ୍ଗୁଷ୍ଠି
ପର୍ବତମାନେ ତହିଂ ହୋଇଲେ ଗୋପ୍ୟାନଟି । ୬୦ତ୍ସ଼ ।
ସପତ ସାଗର ଯେ ସିନ୍ଧୁ ମହାଘୋଷ
ଦକ୍ଷିଣ କରସ୍ଥଳେ ସେ ହୋଇଲା ଗଣ୍ଡୂଷ । ୬୧ ।
ନାରାୟଣ କରତଳେ ରହିଲା ଯହୁଂ ପାଣି
ତହୁଂ ସେ ଭୁଜକୁ ପାଣି ବୋଲିଣ ବଖାଣି । ୬୨ ।
ଚାରିଖାନି ଚଉରାଶୀ କୋଟି ଜୀବ ପୃଥିବୀର ମୂଳେ
ୟେମାନେ ରହିଲେ ନାରାୟଣଙ୍କ ବାମ କରସ୍ଥଳେ । ୬୩ । ସଂଖ୍ୟା
ୟେହେନେକ ବିଶ୍ୱରୂପ ଧଇଲେ ଜଗତଭୂତ
ୟେକା ଶରୀର ବିକାଶିଲା ତିନି ଯେ ଜଗତ । ୬୪ । ସଂଖ୍ୟା
ଅର୍ଜୁନର ବଦନ ଚାହାନ୍ତି ମୁନି ବ୍ୟାସେ
ନ ପୁଣ ଦହିଜ ହୁଅଇ କୃଷ୍ଣର ତରାସେ । ୬୫ ।



୫୭ ।୨ ମଣ୍ଡଳା ଶିଖିଖଣ୍ଡ ଅନେକ ବିକାଶିଲା ।
୬୩ ।୨ ୟେମାନେ ରହିଲେ ନାରାୟଣଙ୍କ ବକ୍ଷସ୍ଥଳେ ।
୬୫ ।୨ ତରାସେ-ଜ୍ୟୋତିରେ
ବ୍ରହ୍ମା ଦେବତା ଯାହା ଦେଖିତ ନୁଆରିଲା
କରସ୍ଥଳୀ ଗଙ୍ଗାରେ ବୁଡିଣ ପଡିଲା । ୬୬ ।
ଶ୍ୱେତରାଜା ଯଗଂ୍ୟ କାଳେ ଅଗ୍ନି କୁଣ୍ଡରେ ପାଂଶୁ
ରୁଦ୍ର ଦେବତା ତହିଂ ପଡି ଲୋଟି ହୋଇଲେ ଶୀତାଂଶୁ । ୬୭ ।
ସେ ପାଉଂଶରେ ପଡି ରୁଦ୍ର ଦେବତା ମୂର୍ଚ୍ଛା ଯାନ୍ତି
ତେଣୁ ସେ ହର ନାମ ବହିଲେ ପଶୁପତି । ୬୮ ।
ପବନ ଯେ ଆତଯାତ ନାରାୟଣଙ୍କ ନାସାଗ୍ରତେ
ତେଣୁ ସେ ବିଷ୍ଣୁ ବାତ ନାମ ବହିଲେ ମରୁତେ । ୬୯ ।
ସମସ୍ତ ବୁଡିଲା ନାରାୟଣଙ୍କ କାୟାକେ
ବିଷ୍ଣୁ ଆଶ୍ରକେ ରହିଲେ ସମସ୍ତ ବୃନ୍ଦାଅର୍କେ । ୭୦ ।
ଅର୍ଜୁନ ହସିଲା ବାଳୁତ ମତି ବୃଦ୍ଧପ୍ରାୟେ
ବୋଇଲା ଆବର ବଢିବୁ ନା ୟେତିକି ତୋର କାୟେ । ୭୧ ।
ଶୁଣିଣ ହସିଲେ ଯେ ପାରେଶ୍ୱର ସନ୍ତତି
ଭୋ ଦେବ ନାରାୟଣ ହୋଅସି ଶାନ୍ତିମୂର୍ତ୍ତି । ୭୨ ।
ୟେ କାୟା ଘୋଟିଲା ବ୍ରହ୍ମାଣ୍ଡ କୋଟି ଚାରି
ଅର୍ଜୁନ ବୋଇଲା ଭୋ ଦେବ ତୋହୋର ଅଛିଟି କି ଆହୁରି । ୭୩ ।
ମୁହିଂ ହାଦେ ତୋର ଉଦରେ ପଶଇ କାଳେ କାଳେ
ୟେ ତୋହୋର ଲୋମେ ମୁଂ ଲୀନ ହୋଇ ସର୍ବକାଳେ । ୭୪ ।
ମୁଂ ତୋତେ ଭୟ କଲି ନାଥ ଦେଖିଣ ତୋହୋର ବିଶ୍ୱମୂର୍ତ୍ତି
ଭାବେ ବୋଲଇ ଆହୁରି ବଢିବୁ ନା ଶିରୀପତି । ୭୫ ।
ବ୍ୟାସେ ବୋଇଲେ ମୋହୋର ତୋ ତହୁଂ ବାନ୍ଧବ ନାହିଂ ବୋଲି ଜାଣିଥିଲି
ଆଉ ୟେଡେ ଜଣେ ଅଛି ବୋଲି ୟେବେ ସେ ପ୍ରତେ ଗଲି । ୭୬ ।
ବ୍ୟାସେ ବୋଇଲେ ଅର୍ଜୁନ ହୋ ତୋହୋର ଜୀବନ ସାଧୁ ସାଧୁ
ନାରାୟଣର ବଲ୍ଲଭ ତୁହି ସେ ପ୍ରାଣ ବନ୍ଧୁ । ୭୭ ।
ଅର୍ଜୁନର ଭୟ ଦେଖିଣ ଜନାର୍ଦ୍ଦନ
ଛାଡିଲେ ବିଶ୍ୱରୂପ ହୋଇଲେ ସାମାନ୍ୟ । ୭୮ ।
ଅର୍ଜୁନକୁ କୋଳ କରି ବଦୟନ୍ତି ମୁନି ବ୍ୟାସେ
ଭାରା ନିବାରଣ କରିବୁ ଭାରତେ ଭାରୋଇ ମଲ୍ଲ ତୁ ସେ । ୭୯ ।
ଅର୍ଜୁନକୁ ଛାଡିଲେ ଶତଶିଂଗ ପରବତେ
ବ୍ୟାସେ ତତକ୍ଷଣେ ହୋଇଗଲେ ଅନ୍ତର୍ଗତେ । ୮୦ ।
ଶ୍ରୀକୃଷ୍ଣ ଗଲେ ଯେ ମଥୁରା ଭୁବନେ
ଗୋପପୁରେ ପ୍ରବେଶ ବାଳୁତ ବିଧାନେ । ୮୧-୨୮୧୯ ।



୬୮ ।୧ ସେ ଖାଇ କୁଣ୍ଡରେ ପଡି ରୁଦ୍ର ମୂର୍ଚ୍ଛାଯାନ୍ତି ।
୭୪ ।୨ ୟେ ତୋହୋର ଶରୀର ଲୀନ ହୋଅଇ ଯୋଗବଳେ ।
୭୦ ।୨ ବୃନ୍ଦାଅର୍କେ-ବୃନ୍ଦାରକେ, ଦେବତାମାନେ
ନକୁଳଙ୍କର ଜନ୍ମ
ଅଶିଣ ଶୁକଳ ଯେ ଦଶମୀ ଗୁରୁବାର
ଶରଦ ଋତୁ ମଧ୍ୟେ ଶ୍ରବଣା ନକ୍ଷତ୍ର ସାର । ୧ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
କୌଳବ ନାମେ କରଣ ଶୂଳ ନାମେ ଯୋଗ
କନ୍ୟା ସଙ୍କରାନ୍ତିକି ପଞ୍ଚିଶ ଦିନ ଭୋଗ । ୨ ।
ସେ ଦିନ ପଣ୍ଡୁ ଅନ୍ଧାରି ବିଜେ କଲେ ବନେ
ମାଦ୍ରୀ ବସିଛନ୍ତି ଯେ ଶେଯ୍ୟାର ବିଧାନେ । ୩ ।
ବୋଇଲେ ଦୁର୍ଭାସାଙ୍କ ମନ୍ତ୍ରେ ମୁଂ ନାରାୟଣ ସୁମରିଲି
ଅପ୍ରାପତ ହୋଇଲା ମୁଂ ବୁଝି ନୁଆରିଲି । ୪ ।
ମୁହିଂ ବାଳୁତ ଯେ ଅଟଇ ସୁକୁମାରୀ
ଗାଢ ଶୃଙ୍ଗାର ବୀର୍ଯ୍ୟ ମୁଂ ନ ପାରଇ ସଂହରି । ୫ ।
ଅଶ୍ୱନୀକୁମାର ଯେ ଆଦିତ୍ୟଙ୍କର ସୁତ
ଦେବେ ବଡ ବଲବନ୍ତା କୁମାର ଭାଗ୍ୟବନ୍ତ । ୬ ।



୫ ।୧ ମୁହିଂ ନାହୁଲୀ ଯେ ଅଟଇ ସୁକୁମାରୀ ।
୬ ।୧ ସେ ବଡ ସର୍ବଜ୍ଞ ବଳବନ୍ତ ଭିଜ୍ଞବନ୍ତ ।
୧ ।୧ ଅଶିଣ-ଆଶ୍ୱିନ ୫ ।୨ ସଂହରି-ସଂଭରି
ଶ୍ରୀହସ୍ତେ ଘେନିଲେ ସେ ଦୁର୍ଭାସାଙ୍କର ଜପାମାଳୀ
ଲୟେ କରି ସୁମରିଲେ ଦୁତୀ ଅଂଶୁମାଳୀ । ୭ ।
ସୁରବର ସୁନ୍ଦର ସେ ଲୋହିତାକ୍ଷ ରୂପ
ଅମୃତାକ୍ଷ ପୁରୁଷ ସେ ପ୍ରତକ୍ଷେ କନ୍ଦର୍ପ । ୮ ।
ରାତ୍ରରେ ସେ ତେଜ ଲାଗିଲା ଶତଶିଂଗ ପର୍ବତ
ଦିବସ ପ୍ରାୟ ଦିଶିଲା କୁମାର ଉଦବେଗ ଗତ । ୯ ।
ଅନେକ ଅଳଙ୍କାର ଭୂଷଣ ତାର କାୟେ
ଦେଖିଣ ପୂଜା କଲା ସେ କୁମାରକୁ ନିଭୟେ । ୧୦ ।
କୁମାରଙ୍କ ତୁଲେ ସେ ମଦନା ପୀରତି
ରହସ ଛଛନ୍ଦ୍ରେଣ ମନେଣ ତ୍ରିପୁତି । ୧୧ ।
ହାସ୍ୟ ପରିହାସ୍ୟ ଯେ ଶୃଙ୍ଗାର ବିନୋଦେ
ପ୍ରେମ ଚାଟୁ ପଟଳ ପରମ ଆନନ୍ଦେ । ୧୨ ।
ମାଦ୍ରୀର ରଜେ ଅଶ୍ୱନୀକୁମାରଙ୍କ ବୀର୍ଯ୍ୟେ
ସଇନ୍ଦୁ ଉପତପ୍ତି ହୋଇଲା ୟେକଇ ଆତ୍ମଜେ । ୧୩ ।
କୁମାର ସମ୍ଭବେ ନକୁଳ ବୋଲି ବଳା
ତାକୁ ଅଶ୍ୱିନୀ ନାମ ଦିଲେ ଅଚାର୍ଗଳା । ୧୪ ।
ନବଘନ ଅନ୍ଧାର ଯେ ବାହିନୀ କୂଳ ଘେନି
ନବକୁଳ ସଙ୍ଗମ ୟେକଇ କାମିନୀ । ୧୫ ।
ନବନଦୀ କୂଳେ ଯେଣୁ କୁମାର ଉପୁଜିଲା
ତେଣୁ କରି ମହାତ୍ମା ନକୁଳ ନାମ ଦିଲା । ୧୬ ।
ଅତି ସୁକୁମାର ଯେ ସେହୁ ବାଳଶିଷ
ନିର୍ଧୂମ ଅଗ୍ନି ଜାଣି ତେଜ ତା ବିକାଶି । ୧୭ ।
ଶ୍ରବଣା ନକ୍ଷତ୍ରେ ଯେ ଉପୁଜିଲାକ ବାଳ
ଅତି ସୁକୁମାର ସେ କୁମାର ନକୁଳ । ୧୮ ।
ତହୁଂ ଅଶ୍ୱିନୀ କୁମାରେ ଅନ୍ତରୀକ୍ଷେ ଚଳିଗଲେ
ଅତି ଆନନ୍ଦେ ମାଦ୍ରୀ ପୁତ୍ରକୁ ପାଳିଲେ । ୧୯ ।
କୋଇନ୍ତାଙ୍କର ତିନି ପୁତ୍ର ଗାନ୍ଧାରୀର ଶତେ ପୁତ୍ର
ମାଦ୍ରୀର ୟେକ ପୁତ୍ର ହୋଇଲା ସମ୍ଭୁତ । ୨୦ । ସଂଖ୍ୟା
ଦେଖି ପଣ୍ଡୁ ରାଜା ହୋଇଲେ ଆନନ୍ଦ
ଚାରି ପୁତ୍ରକଇ କୋଇନ୍ତାୟେ ପାଳିଲେ ସାନନ୍ଦ । ୨୧-୨୮୪୦ । ସଂଖ୍ୟା



୧୧ ।୨ ରହସ୍ୟ ସୁଷମରେ ଏକମେଳେ ରତି ।
୧୩ ।୨ ସଦ୍ୟୁ ଉତପତ୍ତି ହୋଇଲା ୟେକଇ ଆତ୍ମଜେ ।
୧୪ ଅଲେଖ ଘଟଣ ଜାଣି ଦିଶଇ ସେ ବାଳ
 କୁମାର ସମ୍ଭବୁଂ ଯେ ଉପୁଜଇ ନକୁଳ ।
୧୧ ।୨ ଛଛନ୍ଦ୍ରେଣ-ସ୍ୱଚ୍ଛନ୍ଦେନ
ଦୁର୍ବାସାଙ୍କ ହସ୍ତିନା ଗମନ, ତାଙ୍କ ବରରେ ଗାନ୍ଧାରୀଙ୍କର ପୁନର୍ବାର ଏକ ପୁତ୍ର ଓ କନ୍ୟା ଜନ୍ମ
ଭାଦ୍ରବ ଶୁକ୍ଲ ଯେ ଅଷ୍ଟମୀର ହାଦେ ଦିନ
ଦୁର୍ଭାସା ମହଋଷିୟେ ହସ୍ତିନାକୁ ଗବନ । ୧ ।
ଗାନ୍ଧାରୀ ସ୍ରାହାନ କରି ଆସଇ ଯମୁନା ନଦୀ ତୀରେ
ୟେମନ୍ତ ସମୟେ ଯାଇ ପ୍ରବେଶ ଦୁର୍ଭାସା ମୁନିବରେ । ୨ ।
ଦୁର୍ଭାସାଙ୍କୁ ଦେଖିଣ ଯେ ପ୍ରଣପତ୍ୟ ଗାନ୍ଧାରୀ
ଆଶିଷ୍ୟ ବାଞ୍ଛା ତାକୁ କଲେ ବ୍ରହ୍ମଚାରୀ । ୩ ।
ଗାନ୍ଧାରୀ ବୋଇଲେ ତୁମ୍ଭେ ପ୍ରତକ୍ଷେ ବ୍ରହ୍ମବେତ୍ତା
କେଉଂଣ ଲକ୍ଷଣେ ତୁମ୍ଭଙ୍କୁ ଭଗତି ହୋଇଲେ କୋଇନ୍ତା । ୪ ।
ଦୁର୍ଭାସାୟେ ବୋଇଲେ ଆଉ ଇଚ୍ଛା ଯେବେ ତୋହୋର
ହୋଇବ ପ୍ରାପତ ତୋତେ ମାଗୁ କିନା ବର । ୫ ।
ମହାମନ୍ତ୍ର ଆମ୍ଭେ ଦେଇ ନ ପାରୁଂ ହାଦେ ଯାଚି
ମାଗ ତୋହୋର ଇଚ୍ଛା ଯେଣେ ତୋତେ ରୁଚି । ୬ ।



୧ ।୨ ଗବନ-ଗମନ
ଗାନ୍ଧାରୀ ବୋଇଲେ ମୁନି ହେ ତୁମ୍ଭର ମନ୍ତ୍ରବଳେ
ଶତପୁତ୍ର ପାଇଲି ମୁଂ କର୍ମର ସୁଫଳେ । ୭ ।
ପୁତ୍ରନ୍ତ କୋଳେ ଧରି ବୋଇଲେ ବ୍ୟାସ ତପନିଷ୍ଠ
ସଜ୍ଜନ ନୁହନ୍ତି ପୁତ୍ର ତୋହୋର ସମସ୍ତେ ମହାଦୁଷ୍ଟ । ୮ ।
ଅବିଚାରେ ବାଞ୍ଛା କଲୁ ଧୃତରାଷ୍ଟ ରାଣୀ
ରାଜ୍ୟକୁ କେହି ତୋହୋର ନୋହିବେ କାରେଣି । ୯ ।
ଗାନ୍ଧାରୀ ବୋଇଲେ ମୋତେ ଅନୁଗୃହ କରିବା
ବଂଶକୁ କାରଣ କରିବା ମୋତେ ଗୋଟିୟେ ପୁତ୍ର ଦେବା । ୧୦ ।
ଆବର ଦେବା ମୋତେ ଦୋହିତା ଗୋଟିୟେ
ଭଗତି ଘେନି ମହାତ୍ମା ମୋତେ କରିବା ସଦୟେ । ୧୧ ।
ଗାନ୍ଧାରୀ କଟାଳ କଲେ ଯମୁନା ନଦୀ କୂଳେ
ଦେଖ ହୋ ମହାତମା ଦୁର୍ଭାସାଙ୍କର ମନ୍ତ୍ର ବଲେ । ୧୨ ।
ସନ୍ତତି ଜାତ କର ବୋଲି ରାମ ଯେ ତୁଳସୀ
ତହୁଂ ଫୁଲ ଗୋଟିୟେ ପତ୍ର ଗୋଟିୟେ ତୋଳିଲେ ମହଋଷି । ୧୩ ।
ୟେହା ଆୟି ଆପ୍ୟାନ ତୁ କରସି ଗାନ୍ଧାରୀ
ପଣ୍ଡିତ ପୁତ୍ରେକେ ପାଇବୁ କନ୍ୟା ସୁନ୍ଦରୀ ସୁକୁମାରୀ । ୧୪ ।
କମଣ୍ଡଳୁ ପାଣି ଚଳୁ ୟେକ ଦିଲେ ପତନିଷ୍ଠି
ଗାନ୍ଧାରୀ ଗର୍ଭଗତ କଲା ହୋଇଣ ମହାତୁଷ୍ଟି । ୧୫ ।
ଋଷିଙ୍କର ମହାମନ୍ତ୍ର ଅନ୍ତର ନୋହିଲା
ପୁତ୍ରେକ ଦୁହିତାୟେ ତାର ଗର୍ଭରେ ରହିଲା । ୧୬ ।
ମହାମନ୍ତ୍ର ଦେଇ କରି ଗଲେ ଯେ ଦୁର୍ଭାସା
ଗାନ୍ଧାରୀ ଶରୀର ଯେ ହୋଇଲା ମହା ଅଳସା । ୧୭ ।
ଧୃତରାଷ୍ଟ ପୁଚ୍ଛାକଲେ ଶୁଣ ଗୋ ଗାନ୍ଧାରୀ
ଉଦର ଆଉଂଶି ବୋଇଲେ ତୁ ତ ହୋଇଲୁ ଗର୍ଭଭାରି । ୧୮ ।
ଗାନ୍ଧାରୀ ବୋଇଲେ ଦୁର୍ଭାସାୟେ ଦୟା କଲେ ମୋତେ
ଗର୍ଭେ ପୁତ୍ର ଦୁହିତା ରହିଲେ ଋଷିଙ୍କର ମନ୍ତ୍ରେ । ୧୯ ।
ଶୁଣିଣ ବିରସ ହୋଇଲେ ଧୃତରାଷ୍ଟ
ଅପାର କୁଟୁମ୍ୱେ ବହୁତ ଅଛି କଷ୍ଟ । ୨୦ ।



୧୩ ।୧ ରାମ ତୁଳସୀ-ଧଳା ତୁଳସୀ
ଗାନ୍ଧାରୀ ବୋଇଲେ ସେ ଅଟନ୍ତି ଅଜାତି
ପରମ ପଣ୍ଡିତ ପୁତ୍ର ହୋଇବ ୟେ ଘାନ୍ତି । ୨୧ ।
ଧନୁ ଶୁକଳ ପକ୍ଷ ଯେ ତ୍ରୟୋଦଶୀ ଦିନ
ସଉରିବାର ନକ୍ଷତ୍ର ମୃଗୁଶିରା ମିଥୁନ । ୨୨ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ବେଳ ମଧ୍ୟ ସ୍ଥାନେ ବିଜୟେ ଦିନକର
ଶୁଭ ଲଗ୍ନ ଯୋଗେ ଉତପତ୍ତି ହୋଇଲା କୁମର । ୨୩ ।
ଗାନ୍ଧାରୀ ଦେଖଇଲା ବତିଶ ଗୁଣେ ସୁସଞ୍ଚ
ସେ ପୁତ୍ରର ନାମ ଦିଲେଟି ଦୁରୁଦଛ । ୨୪ । ସଂଖ୍ୟା
ତାହାକୁ ଗୋଡାଇ ୟେକ ଦୋହିତାୟେ ହୋଇଲା
ସୁନ୍ଦର ପଣ ଦେଖିଣ ଗାନ୍ଧାରୀ ଦୃଶିଲା ନାମ ଦିଲା । ୨୫ ।
ଦୃଦକ୍ଷ ଦୃଶିଲା ଉତପତ୍ତି ହୋଇଲେକ ବେନି
ଅନେକ ହରଷ ଯେ ଗାନ୍ଧାରସେନର ନନ୍ଦନୀ । ୨୬ ।
ୟେମନ୍ତ ଧୃତରାଷ୍ଟର ୟେକ ଉତ୍ତର ଶତେପୁତ୍ର
ଦୃଶିଲା ନାମ ହୋଇଲା ୟେକହିଂ ଦୋହିତ । ୨୭ ।
ଦୁର୍ଭାସାଙ୍କର ମନ୍ତ୍ରେ ଯେ ସନ୍ତାନ ହୋଇଲା
ଦୁ ଅକ୍ଷରେ ଧୃତରାଷ୍ଟ ସବୁରି ନାମ ଦିଲା । ୨୮-୨୮୬୮ ।



୨୪ ।୨ ଦୁରୁଦଛ-ଦୁରୁଦକ୍ଷ-(ଅତିଶୟ ଦକ୍ଷ ଅର୍ଥରେ) ଯଥା ଦୁରୁବଳ
୨୫ ।୨ ଦୃଶିଲା-ଦେଖିବାର ଯୋଗ୍ୟା
ଗାନ୍ଧାରୀଙ୍କ ଅନ୍ଧପଟଳ ବାନ୍ଧିବା, କୁନ୍ତୀଙ୍କର ହସ୍ତିନାକୁ ଯିବା, କର୍ଣ୍ଣକୁ ଦେଖିବା ଓ ଗାନ୍ଧାରୀଙ୍କୁ ଅନ୍ଧ ପଟଳ ବାନ୍ଧିବାରୁ
ନିବର୍ତ୍ତାଇବା
ବଦୟନ୍ତି ଅଗସ୍ତି ଶୁଣ ନରପତି
ୟେଥୁ ଅନନ୍ତରେ କଥା ଶୁଣ ଦିବ୍ୟରୀତି । ୧ ।
ସ୍ୱାମୀର ଅନ୍ଧପଣ ଦେଖିଣ ଗାନ୍ଧାରୀ
ଆପଣେ ଆପଣେ ଦେବୀ ମନରେ ବିସରି । ୨ ।
କେବଣ ପାତକ ସ୍ୱାମୀ କରମ ବିପଦ
ସନ୍ତାନ ଉଛବ ରାଜା ନ ଦେଖଇ ସ-ଦ । ୩ ।
ସ୍ୱାମୀର ଅନ୍ଧପଟଳ ଯେବେ ବେନି ଆଖି
ମୁହିଂ ସେ ପାମରୀ କିସ ତାହାର ଦୁଖ ଦେଖି । ୪ ।
କପାଳେଶ୍ୱର ତୀର୍ଥେ ଦେବୀ ସଂକଳ୍ପ ଯେ କଲା
ସ୍ୱାମୀର ଦୁଖ ନ ଦେଖଇବି ବୋଲି ଅନ୍ଧପଟଳ ବାନ୍ଧିଲା । ୫ ।
ଗାନ୍ଧାରୀକି କଢାବଇ ଦେବୀ ରାଧେବ କୁମାରୀ
ସଞ୍ଜୟର ଦୁହିତା ସେ ମାଧବସେନର ମନୋହାରୀ । ୬ ।
ଧୃତରାଷ୍ଟଙ୍କୁ କଢାବଇ ସେ ସଞ୍ଜୟେ ମହାମନ୍ତ୍ରୀ
ୟେସନେକ ବଞ୍ଚଇ ହସ୍ତିନାୟେ କୁରୁପତି । ୭ ।
ବ୍ୟାସେ କହିଲେ ଯାଇ ଶତଶିଂଗ ପର୍ବତେ
କୋଇନ୍ତା ମାଦ୍ରୀ ଦେବୀ ପଣ୍ଡୁର ଅଗ୍ରତେ । ୮ ।
ଧୃତରାଷ୍ଟ ଅନ୍ଧପଣ ଦେଖିଣ ନ ପାରି
ଆପଣେ ଅନ୍ଧପଟଳ ବାନ୍ଧିଲା ଗାନ୍ଧାରୀ । ୯ ।
ଶୁଣିଣ ପଣ୍ଡୁ ଯେ ମନରେ ବିସରି
ମନେଣ ଆରତ ହୋଇଲେ ପଣ୍ଡୁ ନୃପଧାରୀ । ୧୦ ।
ବ୍ୟାସଙ୍କର ବଚନେ ପଣ୍ଡୁ ଅନେକ ବିକଳ
ଗାନ୍ଧାରୀ କି ନିମନ୍ତେ ବାନ୍ଧିଲେ ଅନ୍ଧ ଯେ ପଟଳ । ୧୧ ।
ଭୋଜନ ଶୟନ ଗବନେ ଯେ ବାଟ କଢାଉଣ ଥିଲା
ୟେବେହେଂ ସ୍ୱାମୀକି ବଡ କଟାଳ ପଡିଲା । ୧୨ ।
କୋଇନ୍ତାୟେ ବୋଇଲେ ସ୍ୱାମୀ ଚାଲ ହସ୍ତିନାକୁ ଯିବା
ଗାନ୍ଧାରୀଙ୍କ ଅନ୍ଧପଟଳ ଚକ୍ଷୁରୁ କଢାଇବା । ୧୩ ।



୪ ।୨ ମୁହିଂ ରାଢେଣୀ କିସ ସ-ଦ ୟେବେ ଦେଖି ।
୮ ବ୍ୟାସେ ବିଜେକଲେ ସେ ଶତଶିଂଗ ପର୍ବତେ ।
 କୋଇନ୍ତା ମାଦ୍ରୀ ପଣ୍ଡୁ ବହୁ ବିନୟ ମତେ ।
 ଗାନ୍ଧାରୀ ଅନ୍ଧ ପଟଳ ବହନ୍ତି ବିଗଂ୍ୟବନ୍ତେ
 ପଣ୍ଡୁ ତାହା ଶୁଣିଲେ ଶତଶିଂଗ ପର୍ବତେ ।
୧୨ ।୨ ୟେବେହେଂ ସ୍ୱାମୀକି ବଡ କଷ୍ଠୋର ପଡିଲା ।
୧୦ ।୧ ବିସରି-ବିଚାରି
ପଣ୍ଡ ବୋଇଲେ ସେ ଅନ୍ଧ ଅନ୍ଧୁଣୀର ଅବସ୍ତା
ମୋହୋର ବେଳେ ଦେଖି ତାହା ନୋହିବ ଗୋ କୋଇନ୍ତା । ୧୪ ।
କୋଇନ୍ତା ବୋଇଲେ ମୁଂ ଯିବି ହସ୍ତିନାକୁ
ଅନେକ ବାଗେ ତିଆରିବି ଗାନ୍ଧାରସେନ ଦୁହିତାକୁ । ୧୫ ।
ପଣ୍ଡୁ ବୋଇଲେ ୟେ ମିଳଇ ଉଚିତ
ଯାଆ, ଯାଆ ବାମା ଗୋ ବହନ ହୋଇ ଆସ କୋନ୍ତ । ୧୬ ।
ପୁଅନ୍ତ ଘେନିଣ ଯାଅ ଗୋ ତୋହୋର ତୁଲେ
ଅନ୍ଧପଟଳ ଫେଡିବ ସେହୁ ଗୋ ଯୁଝେଷ୍ଠିଙ୍କି ଦେଖିଲେ । ୧୭ ।
କୋଇନ୍ତାୟେ ସଜ ହୋଇଲେ ହସ୍ତିନା ଭୁବନକୁ
ଧୃତରାଷ୍ଟ ଗାନ୍ଧାରୀ ପୁଅନ୍ତ ଦେଖିବାକୁ । ୧୮ ।
କୋଇନ୍ତାୟେ ତିଆରିଲେ ଶୁଣ ଗୋ ମଦନା
ଆଗୋ ସ୍ୱାମୀଙ୍କି ସେବି ଥାଅ ମୁଂ ବହନ ଆସଇ ସିନା । ୧୯ ।
ୟେ ତୋହୋର ରୂପଗୁଣ ସୁସଞ୍ଚ ହାଦେ ଦେଖି
ନ ପୁଣ ପଣ୍ଡୁ ବିଜୟେ କରନ୍ତିଟି ତୋହୋର ତହିଂକି । ୨୦ ।
ଶୁଣିଣ ହସିଲା ଯେ ଭାବିନୀ ମଦନା
ୟେମନ୍ତ କଥାକୁ ଦେବୀ ଗୋ ମୁହିଂ ସେ ବଜ୍ରସେହ୍ନା । ୨୧ ।
କୋଇନ୍ତାୟେ ତିଆରିଲେ ସମ୍ଭାଳ ମଦନା
ୟେତେ ତିଆରି ଦେବୀ ଗବନ ହସ୍ତିନା । ୨୨ ।
ଆହୋ ଶିପ ପାଦ ବୋଲି ଏକଇ ଶବରେ
ତୁଲେ ତା ଘେନିଲା ସେ ଦାରାକ୍ଷ ଫଳ ଭାରେ । ୨୩ ।
ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ କୁମାର
ଚାରୁପୁତ୍ରଙ୍କୁ କଲେ ସର୍ବାଙ୍ଗ ଅଳଙ୍କାର । ୨୪ । ସଂଖ୍ୟା
ବନସ୍ତରେ ଥାଆନ୍ତି ୟେକଡା ନାମେ ମେଷ
ଅର୍ଜୁନ ନକୁଳ ବାହାନ କଲେ ବେନି ଶିଷ । ୨୫ ।



୧୬ ।୧ ପଣ୍ଡୁ ବୋଇଲେ ଗୋ ୟେ ମିଳଇ ଯୁଗତ ।
୨୨ ।୧ କୋଇନ୍ତାୟେ ତିଆରିଲେ ଆକଟ ବଚନ ।
୨୫ ।୧ ଇକଡା, ଇତିକା, ଏକଡା, ଇତ୍ୟାଦି ପାଠ ପୋଥିମାନଙ୍କରେ ଅଛି ।
ଧବଳ ଚୋଖାର ତୁରଙ୍ଗ ବେନି ଗୋଟି
ତାହା ଆରୋହଣ କଲେ ଭୀମ ଯେ ଯୁଝେଷ୍ଠି । ୨୬ ।
ପୁଅନ୍ତ ଘେନିଣ କୋନ୍ତଭୋଜର କୁମାରୀ
ହସ୍ତିନା ଭୁବନକୁ ବିଜୟ କଲେ ମାହେଶ୍ୱରୀ । ୨୭ ।
ମକର ମାସ କୃଷ୍ଣପକ୍ଷ ଦୁତୀୟାର ତିଥି
ସଉରି ବାର ମଘା ନକ୍ଷତ୍ର ଯୁଗତି । ୨୮ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ବିଷ୍ଟି ନାମେ କରଣ ପ୍ରୀତି ନାମେ ଯୋଗ
କୋଇନ୍ତାୟେ ବିଜେକଲେ ହସ୍ତିନା ଭୁବନ ମାର୍ଗ । ୨୯ ।
ରାଧେବୀ କନ୍ୟାକୁ ଦେଖିଲେ ଯମୁନା ସ୍ରାହାନେ
କୋଇନ୍ତାକୁ ପ୍ରଣପତ୍ୟ ଅନେକ ଭକ୍ତି ମାନ୍ୟେ । ୩୦ ।
ଦେଖିଣ କୋଳ କଲେ କୋନ୍ତଭୋଜର ନନ୍ଦନୀ
କୁଶଳ ବାରତା ଯେ ପୁଚ୍ଛଇ ପୁଣ ପୁଣି । ୩୧ ।
ରାଧେବୀ ବୋଇଲେ ଗୋ ତୋର ପୁତ୍ର ଚାରିଗୋଟି
କ୍ଷମା ସାଧବୀ ତୁ ଉଦ୍ଧରନ୍ତା ନବ ସୃଷ୍ଟି । ୩୨ ।
କୋଇନ୍ତାୟେ ପୁଚ୍ଛା କଲେ ହୋଇଣ ହରଷ
ଆଗୋ ରାଧେବୀ ତୋର ପୁତ୍ର ଦୁହିତା କିସ । ୩୩ ।
ରାଧେବୀ ବୋଇଲେ ତୁ ମୋ ପ୍ରାଣ ଅଧିକାରୀ
ପ୍ରିୟ ଲୋକ ତୁଲେ ମିଥ୍ୟା କହି ତ କି ପାରି । ୩୪ ।
ବରଷ ବାଇଶ ଗୋ ପୂର୍ବା ପୂର୍ବୀ କଥା
ୟେହି ଯମୁନାରେ ସ୍ନାନ କରନ୍ତେ ଗୋ ମାତା । ୩୫ ।
ଜଳେ ଉପୁଚିଆଇଂ ଆସୁଛି ମଞ୍ଜୁଷା ଗୋଟିୟେ
ମହାତେଜେ ଦିଶୁଅଛି ନିର୍ଧୂମ ଅଗିନି ପରାୟେ । ୩୬ ।
ତାହା ଧଇଲି ମୁଂ ସ୍ରାହାନର କାଳେ
ମହାଭାର ପାଇ ପାଣି ପକାଇଲି କୂଳେ । ୩୭ ।
ପାଷାଣେ ସେ ପଡିଣ ହୋଇଲା ବେନି ଫାଳ
ତହୁଂ ବାହାର ହୋଇଲା ୟେକଇ ଦୁଲାଳ । ୩୮ ।



୨୬ ।୧ ଧବଳ ଚୋଖାର ବାଜି ବାରଣ ବେନି ଗୋଟି ।
ଲୋହିତ ବର୍ଣ୍ଣ ତେଜ ବାଳ ଆଦିତ୍ୟର ପ୍ରାୟେ
ଶ୍ରବଣେ ଅମୃତ କୁଣ୍ଡଳ ବଜ୍ରଛଉରୀ ନିର୍ମିତ ଯେ କାୟ । ୩୯ ।
ତାଳୁରେ ବିରାଜଇ ଅଭେଦ କପଚମଣି
ୟେମନ୍ତ ପୁତ୍ର ଗୋଟି ମୁଂ ପାଇଲି ଗୋସାମଣୀ । ୪୦ ।
ରାଧେବୀ ବଚନେ ହସିଲେ ମାହେଶ୍ୱରୀ
ତୋତେ ସେ ପ୍ରାପତ ହୋଇଲାକି ପାଳିଲୁ ଯତ୍ନକରି । ୪୧ ।
ମା ଗୋ ଦୁର୍ଭାସାୟେ ମୋତେ ଜପାମାଳା ଦିଲେ ବାଳକାଳେ
ବିଦ୍ୟା ପରୀକ୍ଷ ନିମନ୍ତେ ସୁମରିଲି ଆଦିତ୍ୟଙ୍କୁ ମନ୍ତ୍ରବଳେ । ୪୨ ।
ଶୃଙ୍ଗାର କଲେ ମୋତେ ଦିନକର ନାଥ
ସଇନ୍ଦୁ ପୁତ୍ରେକ ଯେ ହୋଇଲା ସମ୍ଭତ । ୪୩ ।
କର୍ଣ୍ଣର ବାଟେ ଗୋ ପୁତ୍ର ହୋଇଲା ଉତପତ୍ତି
କର୍ଣ୍ଣ ବୋଲି ନାମ ଦିଲେ ବଦୟନ୍ତି ଦେବୀ କୋନ୍ତି । ୪୪ ।
ଲାଜେଣ ନ ନେଲି ଗୋ ପିତାର ରାଜ୍ୟକୁ
ମଞ୍ଜୁଷେ ଭରି ପକାଇଲି ଯମୁନା ଭିତରକୁ । ୪୫ ।
ମୋହୋର ସୁଫଳ ଗୋ ତୋହୋର ପରମ ଯେ ଭାଗ୍ୟ
ସେ ମୋହୋର ନନ୍ଦନ ଗୋ ହୋଇଲା ତୋତେ ଯୋଗ୍ୟ । ୪୬ ।
ମୋହୋର ଜ୍ୟେଷ୍ଠପୁତ୍ର ଗୋଟି ହୋଇଲା ତୋତେ ଶାଖା
ଆଗୋ ରାଧେବୀ ତୁ ମୁକୁଇଂ କର୍ଣ୍ଣକୁ ଆଣି ଦେଖା । ୪୭ ।
ଶୁଣିଣ ସାନନ୍ଦ ଯେ ସଞ୍ଜୟ କୁମାରୀ
କୋଇନ୍ତାକୁ ଘେନି ବିଜେ ଆପଣା ନିଜପୁରୀ । ୪୮ ।
ରାଇଣ ରାଧେବୀ ଯେ ଆଣିଲା କର୍ଣ୍ଣକୁ
କୋଇନ୍ତାୟେ ବୋଇଲେ ବାଭିୟେ ଚିହ୍ନିଲୁ ଟିକି ମୁକୁ । ୪୯ ।
କରପତ୍ର ଯୋଡିଣ ଯେ ବୋଲଇ ବୀର କର୍ଣ୍ଣ
ମୁହିଂ ଜାଣଇଂ ଗୋ ସମସ୍ତ ବିଧାନ । ୫୦ ।
ଅବିଭାଇତ କାଳେ ଗୋ ମନ୍ତ୍ର ପରୀକ୍ଷ ନିମନ୍ତେ
ଆଦିତ୍ୟ ଦେବତାଙ୍କୁ ସୁମରିଲୁ ଅଭିନବ ବନସ୍ତେ । ୫୧ ।
ଛିଦ୍ରେଣ ଶୃଙ୍ଗାର ତୋତେ କଲେ କରତାର
କର୍ଣ୍ଣ ବାଟେ ତୋହୋର ମୁଂ ହୋଇଲି ବାହାର । ୫୨ ।



୫୨ ।୧ ଛିଦ୍ରେଣ-କ୍ଷୁଦ୍ରେଣ
ମାଟିର ମଞ୍ଜୁଷ କରି ମୋତେ ଯତନେହେଂ ଭରି
ଜଳରେ ଭରି ମେଲିଲୁ ନିରାଶ ମୋତେ କରି । ୫୩ ।
ଉପୁଚିଆଇଂ ଅଇଲି ଜଳର ଉଦଯାନେ
ହସ୍ତିନାୟେ ଲାଗିଲି ଗୋ ପଞ୍ଚ ସହସ୍ର ଯୋଜନେ । ୫୪ । ସଂଖ୍ୟା
ରାଧେବୀ କନ୍ୟା ପାଳିଲା ମୋତେ ଧର୍ମେ
ରାଧେବ ନାମ ମୋତେ ଦିଲେ ନିଜକର୍ମେ । ୫୫ ।
ଧୃତରାଷ୍ଟର ନନ୍ଦନ ଗୋ ଅଟଇ ଦ୍ରିଯୋଧନ
ଅନେକ ପ୍ରୀତି ଗୋ ତାହାର ମୋହୋର ଅଭେଦ ମନ । ୫୬ ।
ମୋହୋର ଅଟଇ ଗୋ ଜ୍ୟେଷ୍ଠା ନକ୍ଷତ୍ର ରାଶି
ଜ୍ୟେଷ୍ଠା ନକ୍ଷତ୍ରରେ ଜାତ ଗାନ୍ଧାରୀର ଶିଷି । ୫୭ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ୟେମନ୍ତେ ୟେକ ରାଶିରେ ମଇତ୍ର ଆମ୍ଭେ ହୋଇଲୁ ଯେ ବେନି
ଦଣ୍ଡେ ମରୁଛି ନ ପାରୁ ଦିବା ଯେ ରୟେଣୀ । ୫୮ ।
ଚାରିପୁତ୍ରନ୍ତ ରାଇଣ ଦେବୀ ଯେ କୋଇନ୍ତେ
ବାବୁ ପ୍ରଣପତ୍ୟ ହୁଅରେ କର୍ଣ୍ଣର ପାଦଗତେ । ୫୯ ।
ୟେ ତୁମ୍ଭର ଜ୍ୟେଷ୍ଠଭ୍ରାଥ ଅଟଇ ସମ ପିତା
ମୁହିଂ ତୁମ୍ଭର ଅଟଇରେ ଗର୍ଭଧାରୀ ମାତା । ୬୦ ।
ମାତାଙ୍କର ବଚନେ ନକୁଳ ଅର୍ଜୁନ ଭୀମ ଯେ ଯୁଝେଷ୍ଠି
କର୍ଣ୍ଣର ପାଦତଳେ ଯାଇଂ ସମସ୍ତେହେଂ ଲୋଟି । ୬୧ ।
ଅନେକ କଲ୍ୟାଣ କଲା କର୍ଣ୍ଣ ଜ୍ୟେଷ୍ଠଭ୍ରାଥ
ରାଧେବୀ କନ୍ୟାର ଯେ ଅନେକ ହରଷ ଚିତ୍ତ । ୬୨ ।
କର୍ଣ୍ଣ ମାତାଙ୍କୁ ଯେ ହୋଇଲା ପରିଣାମ
ୟେ ପୁତ୍ରମାନଙ୍କର ଗୋ କିସ କିସ ନାମ । ୬୩ ।
ମାତାୟେ ବୋଇଲେ ବାବୁ ୟେ ଜ୍ୟେଷ୍ଠ ପୁତ୍ର ଗୋଟି
ୟେହାର ନାମ ବାବୁ ହୋ ଅଟଇ ଯୁଝେଷ୍ଠି । ୬୪ ।
କର୍ଣ୍ଣ ବୋଇଲା ମା ଗୋ ମନ୍ଦ କୃତ୍ୟ କଲୁ
ଦୁଜ ପୁତ୍ରକୁ କେସନେ ଜ୍ୟେଷ୍ଠ ନାମ ଦିଲୁ । ୬୫ ।
ମୋତେ ଜ୍ୟେଷ୍ଠ ପଣେ ଥୋଇଲୁ କାହିଂ ମାତେ
ୟେ ପୁତ୍ରନ୍ତ ତୋର ଆବର ମୁଂ ସମ୍ଭାଳିବି କେମନ୍ତେ । ୬୬ ।



୫୪ ।୧ ଉଦଯାନେ-ଜଳର ଉପରକୁ ଉଠିବାରେ, ଉଜାଣିରେ-
ତୁ ସେ ମାତା ହୋଇ ମୋତେ କଲୁ ଗୋ ନିରାଶ
ମୁଂ ବାଳୁତ ହୋଇ କେହ୍ନେ ବଢାଇବି ମୁହାଂସ । ୬୭ ।
କୋଇନ୍ତା ପ୍ରତିବାଚ ତୁ ନ ହୋଅସି ବିମନ
ମୋହୋର ସଙ୍ଗେ ଚଳ ଜ୍ୟେଷ୍ଠ ଦେବୀ ନାମ । ୬୮ ।
ୟେ ଭ୍ରାଥଙ୍କ ଉପରେ ତୋତେ ରାଜା କରାଇବି
ଧୃତରାଷ୍ଟଙ୍କ ତହୁଂ ମାଗି ପଞ୍ଚୁ କଟକେ ତୋତେ ଛତ୍ର ଧରାଇବି । ୬୯ ।
ଜେଷ୍ଠ ନାମ ତୋତେ ଦେବଇ ସମ୍ଭର୍ବେ
ଚାରି ଭାଇ ତୋତେ ସେବା କରୁଥିବେ । ୭୦ ।
ଆସ ବାବୁ ଯିବା ଆମ୍ଭର ପୁରକୁ
ଶତଶିଂଗେ ଦର୍ଶନ କରିବୁ ପଣ୍ଡୁକୁ । ୭୧ ।
ୟେ ଦୁଜ ପୁତ୍ର ହୋଇ ଗୋ ବହିଲା ଜ୍ୟେଷ୍ଠ ନାମ
ୟେହାକୁ ମାଇଲେ ସିନା ଦିଶିବ ମୋହୋରି ଧର୍ମ । ୭୨ ।
ୟେହାର ଥିଲେ ମୋହୋର ସ-ଦ ନାହିଂ କିଛି
ୟେ ଯେବେ ମୋତେ ମାରଇ ୟେହାର ଜ୍ୟେଷ୍ଠ ନାମ ହୋଉସି । ୭୩ ।
ୟେ ମୋହୋର ବ୍ରତଟି ଅଟଇ ନିୟମ
ୟେମାନଙ୍କର ତୁଲେ ମୁହିଂ ନୋହିଲଇ ସରିସମ । ୭୪ ।
ୟେତେ ବୋଲି କର୍ଣ୍ଣ ଗଲାକ ତହୁଂ ରାଗେ
ଆଉ ବେଳେ ନୋହିଲା ସେ କୋଇନ୍ତାଙ୍କର ଆଗେ । ୭୫ ।
ପୁଅନ୍ତ ଘେନି କୋନ୍ତଭୋଜର କୁମାରୀ
ନାରାୟଣ ନାରାୟଣ ବୋଲି ଅନେକ ବିସରି । ୭୬-୨୯୪୪ ।



୬୭ ତୁ ସେ ମାତା ହୋଇ କଲୁ ମୋତେ ଝିଂଘାସା ।
 ମୁଂ ବାଳୁତ ହୋଇ କେମନ୍ତେ ବଢାଇବି ଆଶ ।
୭୨ ।୨ ୟେହାକୁ ମାଇଲେ ମୋର ଜ୍ୟେଷ୍ଠ ପଦ ଅଛି ।
୭୪ ।୧ ୟେ ମୋହୋର ସଂକଳ୍ପ ଅଛଇ ନିୟମ ।
କୁନ୍ତୀଙ୍କର ହସ୍ତିନା ପ୍ରବେଶ ଓ ଗାନ୍ଧାରୀକୁ ଅନ୍ଧପଟଳ ଛାଡିବାକୁ ଅନୁରୋଧ
ଶୁଣ ହୋ ଯୁଗଧର ବୋଲନ୍ତି ବ୍ରହ୍ମବେତ୍ତା
ଧୃତରାଷ୍ଟ ମନ୍ଦିରେ ବିଜେ କଲେକ କୋଇନ୍ତା । ୧ ।
ସଞ୍ଜୟ ଜଣାଇଲେ ଧୃତରାଷ୍ଟ ଅଗ୍ରତେ
ଚାରିପୁତ୍ର ଘେନି ବିଜେ କଲେ ଦେବୀ କୋନ୍ତେ । ୨ ।
ଶୁଣି ଉଠିଲେ ଗାନ୍ଧାରସେନର କୁମାରୀ
ଚାରିପୁତ୍ର ଘେନି କୋନ୍ତୀ ଗାନ୍ଧାରୀଙ୍କ ଚରଣେ ପଡି । ୩ । ସଂଖ୍ୟା
ଅନେକ କଲ୍ୟାଣ ବାଞ୍ଛନ୍ତି ଗାନ୍ଧାରସେନର କୁମାରୀ
ଅହେଓ ସୁଲକ୍ଷଣୀ ହୋଅ ଗୋ ବ୍ରତଚାରୀ । ୪ ।
ପୁତ୍ରନ୍ତ ଦେଖିଣ ସେ ଧୃତରାଷ୍ଟ ହରଷ
ଚାରି କୁମାରେ ପିତା ଚରଣେ ଆବେଶ । ୫ ।
ସଞ୍ଜୟେ କହିଲେ ଶୁଣ ଅନ୍ଧ ଧୃତରାଷ୍ଟ
ପଣ୍ଡୁର ତନୟେ ଦିଅ ତବ ପାଦ ପୃଷ୍ଠ । ୬ ।
ପୁତ୍ରେ କୋଳେ ବସାଇ ଅନ୍ଧ ରାଜନ
ଅନେକ ଉଷତ ହୋଅଇ ମନେ ମନ । ୭ ।
ପୁତ୍ରକୁ କୋଳେ ଧରି ଧୃତରାଷ୍ଟ ନୃପତି
ଗାନ୍ଧାରୀ ଚରଣେ ପ୍ରଳମ୍ୱିତ ଦେବୀ କୋନ୍ତୀ । ୮ ।
କୁଶଳ ସମ୍ଭାଷଣ ହୋଇଲେ ବେନି ଜନ
ଗାନ୍ଧାରିକି ପ୍ରଳମ୍ୱ କଲେ ଭୀମ ଯୁଝେଷ୍ଠି ନକୁଳ ଅର୍ଜୁନ । ୯ ।
କୋଇନ୍ତାୟେ ବୋଇଲେ ମା ଗୋ ୟେ କଥା କି ଯୋଗାଇ
କି-ା ଅନ୍ଧ ପଟଳ ଗୋ ବାନ୍ଧିଲ ମହାମାୟି । ୧୦ ।
ଗାନ୍ଧାରୀ ବୋଇଲେ ମୋର ଯେସନେକ ସ୍ୱାମୀର ଯୋଗ
ମୁହିଂ ତାହାର ଭାରିଯା କରିବି ଟିକି ଭୋଗ? । ୧୧ ।
କୋଇନ୍ତାୟେ ବୋଇଲେ ଗୋ ନୁହଇ ୟେ ପଦ
ପୁଅ ଗୋଟିମାନଙ୍କର ଦେଖିବୁଟି ନା ସ-ଦ । ୧୨ ।
ଅନେକ ଦୁଖେ ଗୋ ଅରଜିଲୁ ପୁଅଙ୍କୁ
ୟେବେ ପ୍ରତିପାଳଣା କରିବୁଟିକି ୟେହାଙ୍କୁ । ୧୩ ।
ଗାନ୍ଧାରୀ ବୋଇଲେ ସମସ୍ତେ ମୋର ଦୁଷ୍ଟ
ଯାହା କର୍ମେ ଅର୍ଜି ଅଛଇଂ ଧୃତରାଷ୍ଟ । ୧୪ ।
ସ୍ୱାମୀର ଯେବେ ଦୃଶ୍ୟ ନାହିଂ ମୋର କିସ ଦୃଶ୍ୟ
ସ୍ୱାମୀ ଯେବେ ମୋହୋର ଅଦୃଶ୍ୟ ତେବେ ନାହିଂ ମୋହୋର ଦୃଶ୍ୟ । ୧୫ ।



୪ ।୨ ଅହେଓ-ଅହିଅ, ଅବିଧବା
ତୁ ମୋହୋର ମାତା ଗୋ ନ ବୋଲ ମୋତେ ଆନ
ମୋର କୁମରଙ୍କର ମାତା ଗୋ ସାର ଅଭିମାନ । ୧୬ ।
କାହାରି ବୋଲ ସେ ନ କଲା ଗାନ୍ଧାରୀ
ସୁଖେ ଅନ୍ଧ ପଟଳ ବାନ୍ଧିଲା ଧୃତରାଷ୍ଟ ମନୋହାରୀ । ୧୭ ।
ଦ୍ରିଯୋଧନ ଯୁଝେଷ୍ଠି ଭାଇ ୟେକମେଳେ
ପାଞ୍ଚ ଉତ୍ତର ଶତେ ଭ୍ରାଥ ଖେଳନ୍ତି କୁତୋହଳେ । ୧୮-୨୯୬୨ ।
ସହଦେବଙ୍କ ଜନ୍ମ
ଶୁଣ ହୋ ଯୋଗେଶ୍ୱର ବୋଲନ୍ତି ବ୍ରହ୍ମବେତ୍ତା
ମାଦ୍ରୀକି ଛାଡିଣ ଯେ ଅଇଲେ ଦେବୀ କୋଇନ୍ତା । ୧ ।
ମହାନିଶା କାଳେ ସେ ମଦନସେର କୁମାରୀ
ଉତ୍ତନସାହୀ ହୋଇ ପଲଙ୍ଗେ ଅଛଇ ପହୁଡି । ୨ ।
କରେଣ ଦୁର୍ଭାସାଙ୍କର ଘେନି ଅଛି ଜପାମାଳୀ
ଭୋ ଧରମ ଦେବତା ବୋଲି ପଞ୍ଚୁମନେ ଭାଳି । ୩ ।
ୟେ ଯେ ଅଲେଖ ତିଳକ ଶୃଙ୍ଗାର ସୁରତି
ଭାରିଯାର ରୂପ ବିଳସିବ ନିଜ ପତି । ୪ ।
ଭୋ ମହାରାଜା ୟେମନ୍ତ କି-ା କଲୁ ପଣ୍ଡୁ
ଆବର ବର ପାଇଲୁ ନାରାଜ ହୃଦେ ପଡୁ । ୫ ।
କରେ ଧରି ଅଛଇ ଦୁର୍ଭାସାଙ୍କ ଜପାମାଳୀ
ସ୍ୱାମୀକି ସୁମରିଣ ସେ କର୍ମ ଘେନି ଭାଳି । ୬ ।
ପଣ୍ଡୁ ନାମ ଜପଇ ସେ ଜପାମାଳା ଘେନି
ଅନ୍ତରୀକ୍ଷେ ମିଳିଲେ ପାଇ ପଣ୍ଡୁ ନୃପମଣି । ୭ ।
ଦେଖିଣ ତ୍ରାସିଲେ ସେ ସୁନ୍ଦରୀ ମଦନା
ତୁମ୍ଭର ଆମ୍ଭର ସ୍ୱାମୀ ଛାଡ ବ୍ରତ ସିନା । ୮ ।



୨ ।୧ ମହାନିଶାକାଳେ ସେ ମଦନ ମହାଦେବର କୁମାରୀ ।
୩ ।୨ ଭୋ କର୍ମ ପୁରୁଷ ୟେମନ୍ତ କଲୁ ବୋଲି ଭାଳି ।
ତୁହି କି-ା ନିଶା ରାତିରେ ଅଇଲୁ ଆମ୍ଭର ତହିଂକି
ମୁହିଂ ତ୍ରାସିଲି ସ୍ୱାମୀ ତୁମ୍ଭର ଆଗତ ଦେଖି । ୯ ।
ପଣ୍ଡୁ ବୋଇଲେ ଦୁର୍ଭାସାଙ୍କର ଜପାମାଳୀ ହସ୍ତେ ଘେନି ସୁମରିଲୁ ମୋତେ
ୟେହାକୁ ବଞ୍ଚାଇ ମୁଂ ଯିବଇଂ କେମନ୍ତେ । ୧୦ ।
ଦେବେ ଦାନବେ ଯାହା ନ ପାରନ୍ତି ମେଣ୍ଟି
ଅବଶ୍ୟ ସ୍ୱପ୍ରାଣ ବିସର୍ଜିବି ମୃଧ୍‍ନା ଯିବ ଫାଟି । ୧୧ ।
ସଞ୍ଚୟେ ମୃତ୍ୟୁ ମୋହୋର ହୋଇଲା ନିକଟ
ମୃତୁକାଳେ ପୁଅନ୍ତି ମୁଂ ନ ପାଇଲି ଭେଟ । ୧୨ ।
ୟେ ମନ୍ତ୍ର ମେଣ୍ଟିଲେ ଗୋ ନ ବ୍ରତଇ ସଂଘାତୁଣୀ
ଶୃଙ୍ଗାର କଲେ ଗୋ ମରିବି ୟେହିକ୍ଷଣି । ୧୩ ।
ଆବର କିପାଇଂ ରମଣ ଛାଡିବି ମନ ଇଛା
ଅକାରଣେ ସୁନ୍ଦରୀ ଗୋ ତୁ କଲୁ ମନ ବାଞ୍ଛା । ୧୪ ।
ମାଦ୍ରୀ ବୋଇଲେ ମୁଂ ନ ଚିନ୍ତଇ ତୋତେ
ଅଦଭୁତେ ନୃପତି ଭେଟିଲୁ କି-ା ମୋତେ । ୧୫ ।
ବିଶେଷେ ଅଟଇ ୟେ ନିର୍ଜନ ସ୍ଥାନ ଭୂମି
କୋଇନ୍ତାୟେ ନାହାନ୍ତି ମାଦ୍ରୀକି କଟାଳିଲେ ପଣ୍ଡୁ ନୃପମଣି । ୧୬ ।
ପଲଙ୍କ ଉପରେ ବସିଲେ ଦେବ ମାଡି
ମଦନାକୁ କୋଳ କଲେ ସ୍ୱାମୀ ସେ ଶାପକୁ ଭୟ ଛାଡି । ୧୭ ।
ମାଦ୍ରୀ ସୁମରଇ ନାରାୟଣ ତ୍ରାହି ତ୍ରାହି
ମୁହିଂ ସ୍ତିରୀ ମାତ୍ରକ ପୁରୁଷ ବଳବନ୍ତା ୟେହି । ୧୮ ।
ପୁରୁଷ ବଳ କଲେ ସ୍ତିରୀ କାହିଂ ରଖି
ୟେହେନେକ ଘଟଶୂତ୍ର ବିହି ଅଛି ଲେଖି । ୧୯ ।
ଧର୍ମ ଧର୍ମ ସୁମରଇ ମଦନ ମହାଦେବର ନନ୍ଦନୀ
ପଣ୍ଡୁ ବିବସନ କଲେ ମାଦ୍ରୀକି କୋଳେ ଘେନି । ୨୦ ।
ଯହିଂ ସେ ପାତକ ତହିଂ କାମଦେବର ଅନୀତି
ସମସ୍ତ ବୁଡାଇଲା ଅନଙ୍ଗ ସେନାପତି । ୨୧ ।
ବିପରୀତ ବୁଦ୍ଧି ପ୍ରସରଇ ନଶିବାର ବେଳେ
ମଦନାକୁ ପଣ୍ଡୁରାଜା ଧଇଲେକ ଯାଇଂ ବଳେ । ୨୨ ।



୨୧ ।୨ ଅହନ୍ତା ବୁଡାଇଲା ଅନଙ୍ଗ ସେନାପତି ।
ମାଦ୍ରୀର ତୁଲେ ଯେ ବଢିଲା ଶୃଙ୍ଗାର
ହାସ୍ୟ ଉଲ୍ଲାସ ଯେହ୍ନେ କାମର ବେଭାର । ୨୩ ।
ପଣ୍ଡୁ ରାଜାର ରମଣ ନାହିଂ ତିନିଶ ବରଷ ପରିଯନ୍ତେ
କାମ ସଂହାରଣ କଲା ସେ ମହାଯୋଗ ମତେ । ୨୪ । ସଂଖ୍ୟା
ଅନେକ ରମଣ ବଢିଲା ପୀରତି
ବହୁତ ଶୃଙ୍ଗାରେ ସେ ଅଶାନ୍ତି ଅତ୍ରିପୁତି । ୨୫ ।
ଦଇବର ଘଟସୂତ୍ର କେହୁ ଆନ କରି
ଯାହା ସେ ଶାପ ଦିଲେ ଅଗ୍ନିକାର ବ୍ରହ୍ମଚାରୀ । ୨୬ ।
ହେଠ ପୂରା ଶୃଙ୍ଗାର ସମୟେ ଅପ୍ରମିତେ
ନିର୍ଘାତ ନାରାଜେକ ପଡିଲା ଅଦଭୁତେ । ୨୭ ।
ମହାଋଷିଙ୍କର ଶାପ କେହୁ ଆନ କରିପାରୁ
ବୋଇଲେ ଯେ ତୋହୋର ଶୃଙ୍ଗାର କାଳେ ଅକାଳ କାଣ୍ଡ ପଡୁ । ୨୮ ।
ସେ ଋଷିର ଶାପ ଯେ ଅନ୍ୟଥା ନୋହିଲା
ପଣ୍ଡୁର ଶୃଙ୍ଗାର କାଳେ ଅଦଭୁତେ ଆସି ନାରାଜ ପଡିଲା । ୨୯ ।
ଆକାଶୁଂ ପଡିଲା ଶର ପଣ୍ଡୁ ରାଜାର ପିଠି
ମାଦ୍ରୀର ହୃଦଗତେ ବାହାର ହୋଇଗଲା ଫୁଟି । ୩୦ ।
ମହାତେଜ ବଳବନ୍ତା ଅଭିଶାପ ବାଣ
ଅଦଭୁତେ ପଡି ହରିଲା ପଣ୍ଡୁ ମାଦ୍ରୀଙ୍କର ପ୍ରାଣ । ୩୧ ।
ଶୃଙ୍ଗାର ପ୍ରାନ୍ତ ଯେ ହୋଇଲା ନିକଟ
ବୀର୍ଯ୍ୟ ପ୍ରଦାନ ହୋଇଲା ଉଭୟ ସଂକଟ । ୩୨ ।
ଯେବଣ ବୀର୍ଯ୍ୟ ପଡିଲା ମାଦ୍ରୀର ଗର୍ଭଗତେ
ସେ ଅମୋହ ରେତ ନାଶ ନୋହିଲା ଯୁଗତେ । ୩୩ ।
ମାଦ୍ରୀ ପ୍ରାଣତ୍ୟାଜ ହୋଇଲା ଶରଘାତେ
ସଇନ୍ଦୁ ପୁତ୍ରେକ ଯେ ହୋଇଲା ଉପଜାତେ । ୩୪ ।
ଶୁଣ ହୋ ମହାରାଜା ବଦୟନ୍ତି ଅଗସ୍ତି
ସୋମବଂଶ ଠାକୁର ପଞ୍ଚୁ କଟକେ ଆଧିପତି । ୩୫ ।



୨୩ ।୨ ହାସ ରସ ଯେତେ କ୍ରୀଡା ରଙ୍ଗ ବେଭାର ।
୨୪ ।୨ ସଂହାରଣ-ତ୍ୟାଗ କରାଇଲ-ସଂହରଣ-ତ୍ୟାଗକଲା
ଯାହା ସେ ଅରଜିଲା କର୍ମର ବିପତ୍ତି
କାହାର ବେଳେ ସେ ହୋଇବ ଅନିତି । ୩୬ ।
ଅଲଘିଂତ କର୍ମ ପଣେ ଯେ ପଣ୍ଡୁ ନାଶଗଲା
କେହି ଜଣେ ପୁତ୍ର ଯେ ଆବୋରନ୍ତା ନୋହିଲା । ୩୭ ।
ପୁତ୍ର ଗୋଟି ପଡିଅଛି ଭୂମିର ମଧ୍ୟେ
ବାଳୁତ କୁମର କାନ୍ଦଇ ଅତି କ୍ରୋଧେ । ୩୮ ।
ୟେମନ୍ତର ସମୟେ ଯେ ରୟଣୀ ପ୍ରଭାତ
ଉଦେଗିରୁ ପ୍ରଦକ୍ଷିଣ ଦିନକର ନାଥ । ୩୯ ।
ତ୍ରୈଲୋକ୍ୟ ବ୍ରହ୍ମାଣ୍ଡର ସେ ଅଟଇ ଦିବ୍ୟ ଆଖି
ପାପ ପୁଣ୍ୟ ବିପଦ ସ-ଦ ସମସ୍ତ ହିଂ ଦେଖି । ୪୦ ।
ଲକ୍ଷେକ ଯୋଜନେ ଥାଇ ଦେଖିଲେ କରତାର
ମାତା ପିତା ପ୍ରାଣତ୍ୟାଗ ପୁତ୍ରେକ ହୋଇଛି ଅବତାର । ୪୧ ।
ଗହନ ଘୋର ଅରଣ୍ୟ ଅଟଇ ଅଟବ୍ୟା
ଶତଶିଂଗେ ପ୍ରାଣତ୍ୟାଗ ପଣ୍ଡୁ ରାଜଦେବା । ୪୨ ।
ଅନେକ ଜୀବଜନ୍ତୁ ମାନେ ତହିଂ ଛନ୍ତି ପୂରି
ବ୍ୟାଘ୍ର ଭାଲୁକ ଗ୍ରିଧିନୀ ପ୍ରେତ ତହିଂ ଭୂରି । ୪୩ ।
ୟେମାନେ ବେଢିଲେ ସେ ଅପାର ଗହନ
ମୃତୁପିଣ୍ଡ ବାଳୁତ କୁମାର ଭକ୍ଷିତେ କଲେ ମନ । ୪୪ ।
ବାଳୁତ ପୁତ୍ର ଚିଆଇଂ ଚାହିଂଲା ମୁଖ ତୋଳି
ପିଚାଶ ଜୀବମାନେ ଗଲେ ସର୍ବେ ଜଳି । ୪୫ ।
କୁମାର ନୟନ ତେଜ ଯେ କାଳାନଳ ଜାଣି
ଶୂନ୍ୟ ପୁରୁଷମାନେ ତ୍ରାସିଲେ ଗଗନ ଯେ ମଣି । ୪୬ ।
ଆକାଶେଣ ଦେଖିଲେ ଯେ ଗଗନ ବିହାରୀ
ଚିନ୍ତାମଣି ପୁରୁଷ ସେ ସକଳ ଚିନ୍ତାକାରୀ । ୪୭ ।
ଆଗ୍ୟାଂ ଦିଲେ ଅଶ୍ୱିନୀ କୁମାରନ୍ତ ରାଇ
ପୁତ୍ରକଇ ତୁମ୍ଭର ହୋ ସମ୍ଭାଳ ବେଗେ ଯାଇ । ୪୮ ।



୪୭ ।୨ ଦୟା ବସିଲା ଦିନମଣି ନାଥଙ୍କର ପୁତ୍ରକୁ ଦେଖି କରି ।
୩୬ ।୨ ଅନିତି-ଅନିତ୍ୟ, ଅଳ୍ପକ୍ଷଣ ସ୍ଥାୟୀ ।
୪୩ ।୨ ଭୂରି-ପ୍ରଚୁର ।
ସେ ପୁତ୍ରରେ କାରଣ ହୋଇବ ତୁକୁଇ । ୪୯ ।
ବିରଞ୍ଚି ନାରାୟଣଙ୍କର ଆଗ୍ୟାଂ ପରମାଣେ
ଅଶ୍ୱିନୀ କୁମାରେ ଯାଇ ଭେଟିଲେ ତତକ୍ଷଣେ । ୫୦ ।
ଦେଖିଲେ ନନ୍ଦନ ପଡିଛି ଉତ୍ତାନସାହୀ ହୋଇ
କୁମାରକୁ କୋଳ କରି ଧଇଲେ ଗୁଣଗ୍ରାହୀ । ୫୧ ।
ଜାତ ହୋଇଲା ପୁତ୍ର ଯେ ସମ୍ଭାଳନ୍ତା ନୋହିଲା
କ୍ଷୀର ପାନ ନ ପାଇ ଯେ କୁମର ନାଶ ଗଲା । ୫୨ ।
ଅଶ୍ୱିନୀ କୁମାରେ କୋଳ କରି ଧଇଲେ ବାଳ ବଛି
ଦେଖିଲେ ପୁତ୍ର ଶରୀରେ ପ୍ରାଣ ନାହିଂ କିଛି । ୫୩ ।
କାନ ଫୁଙ୍କନ୍ତି ମହାତ୍ମା ଆଦିତ୍ୟର ଶିଷି
ମୃତୁ ଗତ କୁମର ସେ ଚେତନା ନ ଦିଶି । ୫୪ ।
ଭାଳନ୍ତି ଅଶ୍ୱିନୀ କୁମାରେ ମୁଂ ଯେ ମନ୍ଦକୃତ୍ୟ କଲି
ଅକାରଣେ ଆସି ମୃତୁ ପିଣ୍ଡକୁ ଛୁଇଂଲି । ୫୫ ।
ଗଗନେ ସେ ଆଗ୍ୟାଂ ମୋତେ ଦିଲେ କରତାର
ବୋଇଲେ ପୁତ୍ର ଯାଇଂ ସମ୍ଭାଳସି ତୋହୋର । ୫୬ ।
ଆସନ୍ତେଣ ପୁତ୍ର ଗୋଟି ପ୍ରାଣେ ନାଶ ଗଲା
ମୋହୋର ଧରିବା ଯାୟେ ଆତ୍ମା କି-ାଇ ନଥିଲା । ୫୭ ।
ୟେ ମୃତୁ ପିଣ୍ଡକୁ ପକାଇ ବାହୁଡିଣ ଗଲେ
ଦେବତାୟେ ହାସ୍ୟ କରିବେ ନା ମୋତେ ସେ ଦେଖିଲେ । ୫୮ ।
ୟେତେକ ବିଚାରି ସେ କୁମାର ମହାତ୍ମା
ଆପଣା ତନୁରୁ ସେ କାଢିଲେ ଅର୍ଦ୍ଧ ଆତ୍ମା । ୫୯ ।
ସେ ମୃତୁ ପିଣ୍ଡରେ ପ୍ରବେଶ କରାଇଲେ ଜୀବ
ଜୀବନ୍ୟାସ ମନ୍ତ୍ର ପଢିଲେ ଅଶ୍ୱିନୀକୁମାର ଦେବ । ୬୦ ।
ଅମୃତ ଭାବେ ଚାହିଂଣ ଫୁଙ୍କିଲେ କାମ ଗୋଟି
ଗତ ଆତ୍ମା କୁମର ଚାହିଂଲା ୟେକ ଦୃଷ୍ଟି । ୬୧ ।
ଆପଣା ତହୁଂ କାଢି ଭରି ଦିଲେ ଯହୁଂ ଜୀବ
ତେଣୁ କରି ଅଶ୍ୱିନୀ କୁମାରେ ନାମ ଦିଲେ ସହଦେବ । ୬୨ ।



୫୪ ।୧ ସ୍ଥାନମାନ ଫୁଙ୍କନ୍ତି ସେ ଆଦିତ୍ୟର ଶିଷି ।
ତୋଷେଣ ବର ଦିଲେ ପ୍ରସନ୍ନେ ଅଶ୍ୱିନୀ
ଆରେ କୁମର କରକୁ ଚାହାନ୍ତେ ଦିଶୁ ତୋତେ ବ୍ରହ୍ମାଣ୍ଡ କୋଟି ତିନି । ୬୩ । ସଂଖ୍ୟା
ଭୂତ ଭବିଷ୍ୟତ ଗ୍ୟାଂତା ହୁଅରେ ସହଦେବ
ମନ୍ତ୍ରୀ ପଣେ ତୋତେ ଦୃଶ୍ୟ ହୋଉ ଗତ ଆଗତ ସର୍ବ । ୬୪ ।
ଯେ ତୋତେ ପଚାରିବ ଗତ ଆଗତ କଥା
ଅବଶ୍ୟ ତୁ କହିବୁ ଭୂତ ଭିବଷ୍ୟ ବାରତା । ୬୫ ।
ଆହୋ ୟେସନେକ ବର ତାକୁ ଦିଲେ କୁମାର ଅଶ୍ୱିନୀ
ମହାତ୍ମାର ପ୍ରସନ୍ନେ ସେ ହୋଇଲେ ମହାଗ୍ୟାନୀ । ୬୬ ।
କୁମାର ଆଗ୍ୟାଂ ଦିଲେ ସେ ବିଶ୍ୱ ଦେବତାଙ୍କୁ
କୋଇନ୍ତାୟେ ଆସିବା ଯାୟେ ସମ୍ଭାଳି ଥାଅ ପୁତ୍ରକୁ । ୬୭ ।
ସହଦେବଙ୍କୁ ଦିଲେ ନେଇ ବିଶ୍ୱଦେବାଙ୍କର କୋଳେ
ଚଳିଲେ ଅଶ୍ୱିନୀ କୁମାର ଆକାଶ ମଣ୍ଡଳେ । ୬୮-୩୦୩୦ ।
କୁନ୍ତୀଙ୍କର ହସ୍ତିନା ପ୍ରବେଶ ଓ ପଣ୍ଡୁଙ୍କ ମୃତ୍ୟୁରେ ଶୋକ ପ୍ରକାଶ
ବଇବସୁତ ମନୁ ପୁଛା କଲେ ହୋ ଅଗସ୍ତି
ହସ୍ତିନାରେ ପ୍ରବେଶ ଆସି ହୋଇଲେ ଦେବୀ କୁନ୍ତୀ । ୧ ।
କର୍ଣ୍ଣର ନଗରୁ ମାତା ଅଇଲେ ତଡବେଗେ
ସଞ୍ଜୟେ କହନ୍ତି ଧୃତରାଷ୍ଟଙ୍କର ଆଗେ । ୨ ।
ପଣ୍ଡୁ ପାଟରାଣୀ ତୁମ୍ଭଙ୍କୁ ଅବଧାରୀ
ପୁତ୍ରବନ୍ତୀ ଯଶୋବନ୍ତୀ ହୁଅରେ ଭୋଜର କୁମାରୀ । ୩ ।
ଗାନ୍ଧାରୀ ତାହାଙ୍କର ସନ୍ନିଧ୍ୟରେ ଛନ୍ତି ବସି
ସାନନ୍ଦ ହୋଇ ବେନି ଜନ କୁଶଳ ସମ୍ଭାଷି । ୪ ।
ଦିନା ଦୁଇ ତିନି ରହିଲେ ଭୋଜରାଜର କୁମାରୀ
ଦ୍ରିଯୋଧନର ସଙ୍ଗତରେ ଖେଳନ୍ତି ଭାଇ ଚାରି । ୫ । ସଂଖ୍ୟା
ଅଗସ୍ତି ବୋଇଲେ ହୋ ଶୁଣ ଦଣ୍ଡଧାରୀ
ଗଙ୍ଗାକଇ କୋଇନ୍ତା ଗଲେ ସ୍ନାହାନ ଯେ କରି । ୬ ।
ଅନେକ ଅଳଙ୍କାର ଭରି ଭୋଜର କୁମାରୀ
ଶ୍ରୀହସ୍ତେ ଦର୍ପଣ ଘେନି ଆପଣ ରୂପ ଅନୁସରି । ୭ ।
ଦେଖଇ ଅଲେଖ ତିଳଖ ଦିଶଇ ବିଭଳି
ଅଲକ୍ଷଣ ଦେବୀ ମନେ ମନେ ଭାଳି । ୮ ।
ବିଚାରିଣ ବୋଇଲେ କୋଇନ୍ତାୟେ କେମନ୍ତେ ଦିଶଇ ମୋର କାୟେ
ଶରୀର ଦିଶିଲା ମୋର ବିଧବା ଲକ୍ଷଣ ପ୍ରାୟେ । ୯ ।
କି ଅବା ବନେ ପ୍ରମାଦ ପଡିଲା ପଣ୍ଡୁଙ୍କୁ
କି ଅବା ପ୍ରମାଦ ପଡିଲା କୋନ୍ତଭୋଜ ରାଜାଙ୍କୁ । ୧୦ ।
ଜାତ କଲା ପିତା କି ଆବର ସ୍ୱାମୀ ଦେବତା
ଦୁହିଂଙ୍କ ଅବସାନେ ବିଭଳିତ ଦିଶଇ ବନିତା । ୧୧ ।
ମୁହିଂ ଯେ ପଣ୍ଡୁଙ୍କୁ ଛାଡି ଅଇଲି ବନେ
ମଦନାର ତୁଲେ ଅବା କ୍ରୀଡା କଲେ କି ତୋଷ ମନେ । ୧୨ ।
ସଂଚୟେ ସ୍ୱାମୀ ମୋର ରମଣ କି ଇଛା କଲା
ଋଷିର ଶାପ ସେ ମେଣ୍ଟଣ ନ ଗଲା । ୧୩ ।
ଛାଡିଣ ଅଇଲି ନ ପାରିବି ଦେଖି
ଅନେକ କ୍ରୋଧ ଅବସ୍ଥାରେ ଲୁଅ ବହଇ ବେନି ଆଖି । ୧୪ ।
କୋଇନ୍ତାୟେ ବିଜେ କଲେ ଗାନ୍ଧାରୀ ସମୀପେ
ପଣ୍ଡୁଙ୍କୁ ପ୍ରମାଦ ଆଗୋ ପଡିଲା କି ବନସ୍ତେ । ୧୫ ।
ମୁଂ ବହନ ଯାଉଛି ଶତଶିଂଗ ପର୍ବତେ
ସ୍ୱାମୀର ବଦନ ଆଉ ଚାହିଂବି କେବଣ ମତେ । ୧୬ ।
ଗାନ୍ଧାରୀ ବୋଇଲେ ଗୋ ନୋହଇ ୟେମନ୍ତ
ତ୍ରଇଲୋକେ ଅଜୟେ ସେ ପଣ୍ଡୁ ନରନାଥ । ୧୭ ।
ଶବଦ ଭେଦୀ ମହାତ୍ମ ତ୍ରୈଲୋକ୍ୟେ ଅଧିକାରୀ
ତିନି ଭୁବନ ମଧ୍ୟରେ ଗୋ କେ ଅବା ତାହାକୁ ସରି । ୧୮ ।
କୋଇନ୍ତାୟେ ବୋଇଲେ ଗୋ ପଡିଲାନି ଅପଚୟେ
ମାଦ୍ରୀର ମେଳେ ନାଶ ଗଲାନି ପଣ୍ଡୁରାୟେ । ୧୯ ।
ୟେହି ବିଚାର ସତ ଗୋ ଅଟଇ ଗାନ୍ଧାରୀ
ଆବର ପଣ୍ଡୁଙ୍କୁ କି ପାଇବି ମୁହିଂ ଲୋଡି କରି । ୨୦ ।



୨୦ ।୧ ୟେ ବିଚାର ନିୟତ ଗୋ ଅଟଇ ଗାନ୍ଧାରୀ ।
ବହନ ସଜ ଯେ ହୋଇଲେ ଦେବୀ କୋନ୍ତେ
ଧୃତରାଷ୍ଟ ଆଗ୍ୟାଂ ଦିଲେ ବିଦୁର ସମେତେ । ୨୧ ।
ସଞ୍ଜୟେ ତୁ ଯାଅ ଭୀଷ୍ମଙ୍କୁ ଆଦି କରି
ବଧୂଙ୍କର ସଙ୍ଗତେ ଶତଶିଂଗ ଗିରି । ୨୨ ।
ଅଲୋକିତ ବଚନ କହିଲେ ଦେବୀ ଯେ କୋଇନ୍ତେ
ପଣ୍ଡୁଙ୍କୁ ଘେନି ଆସ ତୋହୋର ସଙ୍ଗତେ । ୨୩ ।
ବିଦୁର ବୋଇଲେ ମାୟେ ଗୋ ତୋ ପୋୟେ ୟେଥେ ଥାନ୍ତୁ
ଭୂରିସର୍ବାୟେ ପଛେ ତୋ ପୋଅନ୍ତ ଘେନି ଯାନ୍ତୁ । ୨୪ ।
ଧୃତରାଷ୍ଟ ଗାନ୍ଧାରୀ ସନ୍ନିଧ୍ୟେ ପୋଅନ୍ତ ମାନ ଦେଇ
ବାବୁ ତୁମ୍ଭେ ୟେଥେ ଖେଳୁଥାଅ ମୁଂ ନଦୀରୁ ଆସେ ଯାଇଂ । ୨୫ ।
ପଙ୍କୁ କଦଳୀ ଖଣ୍ଡ ରସ ଦିବ୍ୟ ପଦାର୍ଥ ମାନ
ପୁଅଙ୍କର ହାଥେ ଦେଇ କରାଇଲେ ତୋଷ ମନ । ୨୬ ।
ଦ୍ରିଯୋଧନ ଧୁଶାସନ ସଙ୍ଗେଣ ଖେଳନ୍ତି
ପୁଅନ୍ତ ଛାଡି ତହୁଂ ଚଳିଲେ ଦେବୀ କୋନ୍ତୀ । ୨୭ ।
ଭୀଷ୍ମ ଭୂରିସର୍ବା ସଞ୍ଜୟ ବିଦୁର
ୟେମାନେ ଆରୋହିଲେ ରଥର ଉପର । ୨୮ ।
ବିମନେ ଆରୋହୀ କୋନ୍ତଭୋଜର ଦୁହିତା
ଶତଶିଂଗ ପର୍ବତକୁ ବୋଲି ବାଟ କଢାନ୍ତି ଦେବୀ କୋନ୍ତା । ୨୯ ।
ବୃନ୍ଦାଅର୍କ ବନେ ସେ ହୋଇଲେ ପ୍ରବେଶ
ଦେଖିଲେ ଯେ ଅମଙ୍ଗଳ ବନସ୍ତ ଦଶଦିଶ । ୩୦ । ସଂଖ୍ୟା
ହା ହା ବଲ୍ଲଭ ବୋଲି ବୋଲନ୍ତି କୋନ୍ତଭୋଜର ନନ୍ଦନୀ
ଜୀବନ୍ତେଣ ପଣ୍ଡୁଙ୍କୁ କି ଦେଖିବ ଚକ୍ଷୁ ଘେନି । ୩୧ ।
ଶିବପାଦ ନାମେଣ ଯେବଣ ଶବର
ସେ ଯାଇଥିଲା କୋଇନ୍ତାଙ୍କ ସଙ୍ଗତର । ୩୨ ।
ଯହୁଂ ବିଅର୍ଥ ୟେଣେ ହୋଇଲେ ପଣ୍ଡୁରାଜା
ହସ୍ତିନାକୁ ଯାଉଅଛି ସେ କିରାତ ଭାରିଯା । ୩୩ ।



୨୯ ।୧ ହାନ୍ଦୋଳାୟେ ଆରୋହି କୁନ୍ତଭୋଜର ଦୁହିତା ।
୩୩ ।୧ ଯହୁଂ ପ୍ରାଣ ବିସର୍ଜନ ହୋଇଲେ ପଣ୍ଡ ରାଜା ।
କୋଇନ୍ତାୟେ ପଚାରିଲେ ଆଲୋ କିରାତୁଣୀ
ପଣ୍ଡୁ ମାଦ୍ରୀଙ୍କର କହ ଶୁଭ ବାଣୀ । ୩୪ ।
ପୋୟେଳା ନାମେ କିରାତୁଣୀ ସେ କୋଇନ୍ତାୟେ ବୋଲେ
ପଣ୍ଡ ମାଦ୍ରୀ ଗୋ ତୋର ଶତଶିଂଗେ ଛନ୍ତି ଭଲେ । ୩୫ ।
ଉଷତ ହୋଇଲେ ଶୁଣି କୋନ୍ତଭୋଜର ବାଳୀ
ହୃଦର ବ୍ୟଥା ଦେବୀ ଛାଡିଲେ ବିକଳି । ୩୬ ।
ଧାତିକାରେ ବିଜେ କଲେ ପର୍ବତ ଶିଖରେ
ପଣ୍ଡୁ ମାଦ୍ରୀ ପଡିଛନ୍ତି ଆତ୍ମ ଅଚେତରେ । ୩୭ ।
ଉଲଗ୍ନସାହୀ ହୋଇ ମାଦ୍ରୀ ପଡିଛଇ ପଲଙ୍କ ଉପରେ
ଦୁହିଂଙ୍କର ଶରୀର ଫୁଟିଅଛି କାଳଚକ୍ର ଶରେ । ୩୮ ।
ବିଦୁର ଦେଖିଣ ପଡିଲେ ମୂର୍ଚ୍ଛାଗେତ
ବିମାନୁ କୋଇନ୍ତାୟେ ପଡିଲେ କି ଜାଣି ବଜ୍ରଘାତେ । ୩୯ ।
ହା, ହା ନାଥ ବୋଲି ରୋବନ୍ତି ମାହେଶ୍ୱରୀ
ଗୁଣସାର ନାଥ କି-ା ନାଶ ଗଲା ହୁଡି । ୪୦ ।
ସ୍ୱାମୀକି କୋଳ କରି ହୃଦରେ ଲଗାଇ
ଶତଚନ୍ଦ୍ର ବଦନ ଗୋଟିର ମୁଂ ଆପାଦ ଘେନି ଯାଇ । ୪୧ ।
ପ୍ରାଣର ବଲ୍ଲଭ ମୋର ଦୁଖୀର ସଂଘାତ ଗୋଟି
ମୃତପିଣ୍ଡ ଘେନିଣ ଦେବୀ ପଡଇ ମହୀ ଲୋଟି । ୪୨ ।
ହା, ହା ଜଗବଦନ ନାଥ ମୋତେ କେଉଂଣ ଗତି କଲୁ
ଗଭୀର ସମୋଦ୍ରେ ମୋହୋର ଭେଳା ବୁଡାଇଲୁ । ୪୩ ।
ଧର୍ମେଣ ରାଜ୍ୟ ରକ୍ଷା କଲୁ ପ୍ରାଣଗୁରୁ
ପାପ ଲଘିଂଲୁ ଧର୍ମ ଅଧର୍ମ ବିଚାର ନକରୁ । ୪୪ ।
ମୁହିଂ ରାଢେଣୀ କି-ା ଛାଡି ଗଲି ତୋତେ
ମାଦ୍ରୀ ୟେମନ୍ତ କର୍ମ କଲା ଅଦଭୁତେ । ୪୫ ।
ଆହା ପ୍ରାଣନାଥ ପଞ୍ଚୁ କଟକେ ଅଧିକାରୀ
ଶୋକ ସମୋଦ୍ରେ ମୋତେ ଗଲୁଛାଡି କରି । ୪୬ ।



୩୮ ।୧ ଉତ୍ତାନସାହୀ ହୋଇ ମାଦ୍ରୀ ପଡିଛି ପଲଙ୍କ ଉପରେ ।
୪୫ ।୨ ମାଦ୍ରୀ ୟେମନ୍ତ ତୋତେ କଲା ଅନମିତେ ।
କୋଇନ୍ତାଙ୍କର କୋଳରୁ ଛଡାଇ ମୃତୁ ଶବ
ଆପଣେ କୋଳ କରି ଧଇଲେ ଗାଙ୍ଗେବ । ୪୭ ।
ଭୂରିସର୍ବାୟେ ପଣ୍ଡୁଙ୍କୁ ଧଇଲେକ କୋଳେ
ଆମ୍ଭେ ଅଛୁ ବାବୁ ତୁରେ ପଶିବୁ ଅନଳେ । ୪୮ ।
ତୁ ସେ ଜମ୍ୱୋଦୀପକୁ ଅଳଙ୍କାର ଗୋଟି
ୟେତେ କୃତ୍ୟ କଲା ତୋତେ ଅଗ୍ନିକାର ତପୋନିଷ୍ଠି । ୪୯ ।
ୟେହାଙ୍କର କ୍ରୋଧ ଦେଖି ବିଶ୍ୱଦେବା ପୁରୁଷେ
ସହଦେବ କୁମରକୁ ଆଣିଲେ ହରଷେ । ୫୦ ।
କୋଇନ୍ତାଙ୍କର କୋଳେ ନେଇ ଦିଲେ ବିଶ୍ୱଦେବେ
ପଣ୍ଡୁର ପୁତ୍ର ଗୋଟି ଯେ ୟେହାର ନାମ ସହଦେବେ । ୫୧ ।
ମାଦ୍ରୀର ତୁଲେ ରମଣ କରିବାର ବେଳେ
ୟେ ପୁତ୍ର ଗୋଟି ଉତପତ୍ତି ହୋଇଲା ପଣ୍ଡୁର ନାଶକାଳେ । ୫୨ ।
ଅଶ୍ୱିନୀ କୁମାରେ ପାଳିଲେ ମହାମନ୍ତ୍ର ଦେଇ
ଆପଣାର ତହୁଂ ଅର୍ଦ୍ଧ ଆୟୁଷ ଲଗାଇ । ୫୩ ।
ସତ୍ତ୍ୱକୁ ଭାଞ୍ଜିଣ ୟେ ପୁତ୍ରକୁ ଦିଲେ ଜୀବ
ତେଣୁ କରି ୟେହାର ନାମ ଦିଲେ ସହଦେବ । ୫୪ ।
ଶୁଣିଣ କୋଇନ୍ତାୟେ ପୁତ୍ରକୁ ପ୍ରତିପାଳି
କ୍ରୋଧ ସମ୍ଭାଳିଲେ କୋନ୍ତଭୋଜର ଦୁଲାଳୀ । ୫୫ ।
ଭୂରିସର୍ବାୟେ ପଣ୍ଡୁଙ୍କୁ ଧରିଥିଲେ କୋଳେ
ଶୋକଭର ହୋଇଲଗାଇଲେ ବକ୍ଷସ୍ଥଳେ । ୫୬ ।
ଭୂରିସର୍ବା ଭୀଷ୍ମ କଲେ କ୍ରୋଧ ସଂଘରଣ
କୋଇନ୍ତାକୁ ବୋଇଲେ ଗୋ ଛାଡ ତୁ କାରୁଣ୍ୟ । ୫୭ ।
ଯେ ସେ ଗଲା ତାହା ଲୋଡିଲେ ପାଇବା ଆଉ କାହିଂ
ଚିତା ଆରୋପଣ କଲେ ଗଙ୍ଗା କୂଳେ ନେଇ । ୫୮ ।
ଚନ୍ଦନ ଅଗର ସରଳ କାଷ୍ଠ ଆବର ଦେବଦାରୁ
ଅଗ୍ନି ଆରୋପଣ କଲେ ତେଜ ସେ ବିସ୍ତାରୁ । ୫୯ ।
ଅଗ୍ନି ଦାନ ଦିଲେ ଯେ ମହାମନ୍ତ୍ର ବାକ୍ୟେ
ହିରଣ୍ୟ ଦାନ ଦିଲେ ଗୋଧନ ଅନେକେ । ୬୦ ।



୫୯ ।୧ ସରଳ-ଶାଳ ଗଛ
ସୁବର୍ଣ୍ଣ ପଲଙ୍କରେ ଶୁଆଇଲେ ମୃତୁ ଶବ
ବେନିକତି ଧଇଲେ ଭୂରିସର୍ବା ଗାଙ୍ଗେବ । ୬୧ ।
ଅନେକ କ୍ରୋଧ କଲେ ପଣ୍ଡୁର ବଦନ ଦେଖି
ବ୍ରହ୍ମାଣ୍ଡକୁ ଧାରଣା ତୁ ହୋଇଲୁ ନିରିମାଖୀ । ୬୨ ।
ତିନିବାର ପ୍ରତିକ୍ଷଣ କଲେ ବହନିକି
ଅନଳେ ବସାଇଲେ ପଣ୍ଡୁ ନୃପତିକି । ୬୩ ।
କୋଇନ୍ତାୟେ ମାଦ୍ରୀକି ଯେ କୋଳ କରି ନେଲେ
ଆନ ଅଗ୍ନି ଆରୋପଣ କରି ମାଦ୍ରୀକି ଶୁଆଇଲେ । ୬୪ ।
ଶମଶାନ ଭୂମିକି ବାଳୁତ ସହଦେବକଇ ନେଲେ
ତିଳ କୁସୁମ ଘୃତ ଘେନିଣ ମୁଖା ଅଗ୍ନି ଦିଆଇଲେ । ୬୫ ।
ଦହନ କଲେ ସେ ପଣ୍ଡୁ ମଦନାକୁ
ଅନେକ ହରଷ ହେଲେ ପୁତ୍ର ଦେଖି ପାଶୋରିଲେ ପଣ୍ଡୁଙ୍କୁ । ୬୬ ।
ପଣ୍ଡୁ ମାଦ୍ରୀ ଦୁହିଙ୍କି ଅଗ୍ନି ସଂସ୍କାର କରି
ଅଗ୍ନି ଶାନ୍ତି କଲେ ଜଳ ଅବଧାରି । ୬୭ ।
ଶ୍ମଶାନ ଭୂମିରୁ ଆସିଲେ ସହଦେବ କୋନ୍ତୀ
ଶୀତଳ ଦ୍ରବ୍ୟମାନ ପରାଶନ କରାନ୍ତି । ୬୮ ।
ଭୂରିସର୍ବାୟେ ବୋଇଲେ ମା ଗୋ ବହନ ହୋଇ ଯିବା
ଧୃତରାଷ୍ଟ ଅଗ୍ରତେ ଯାଇ ପ୍ରେତକାର୍ଯ୍ୟ କରାଇବା । ୬୯ ।
କୋଇନ୍ତାୟେ ବୋଇଲେ ଗୁରୁୟେ ହସ୍ତିନାକୁ ଯାଆନ୍ତୁ
ମୁହିଂ କିପାଇଂ ଯିବି ଶତଶିଂଗ ପରବତୁଂ । ୭୦-୩୧୦୦ ।



୬୫ ସହଦେବ ହସ୍ତେ ଦିଆଇଲେ ମାଦ୍ରୀକି ମୁଖାଅଗ୍ନି
 ଶ୍ମଶାନ ଭୂମିରୁ ଆଣିଲେ ପଣ୍ଡୁ ନୃପରାଣୀ ।
୬୩ ।୧ ପ୍ରତିକ୍ଷଣ-ପ୍ରଦକ୍ଷିଣ ୬୮ ।୨ ପରାଶନ-ପ୍ରାଶନ-ଭକ୍ଷଣ
କୁନ୍ତୀଙ୍କର ଶତଶୃଙ୍ଗ ପର୍ବତରେ ରହିବା ଓ ଭୀଷ୍ମଙ୍କ ଦ୍ୱାରା ଧୃତରାଷ୍ଟ୍ରଙ୍କୁ ପଣ୍ଡୁଙ୍କୁ ମୃତ୍ୟୁ ଖବର କହିବା
ପୁଅନ୍ତ ଅଣାଇ ଦିଅ ମୋର ୟେଥ
ମୁହିଂ ରହି ପାରିବି କି ଗାନ୍ଧାରୀ ସଙ୍ଗତ । ୧ ।
ଦୁଷ୍ଟ ପ୍ରକୃତି ସେ ଅଟଇ ଗାନ୍ଧାରୀ
ପୁତ୍ର ଗୋଟି ମାନେ ତାର ଅଟନ୍ତି ଦୁଷ୍ଟ ଆଚାରୀ । ୨ ।
ତାହାର ବେଳେ ମୋତେ ନୋହଇ ସମ୍ଭାଳି
ସେ ସହି ନ ପାରିବେ ମୋର ଭୀମାର ଆରଦୋଳି । ୩ ।
ସୋଦରେ ସୋଦରେ ଦ୍ୱନ୍ଦ ହୋଇବାକ କି କେମନ୍ତେ
ପୁଅନ୍ତ ଘେନି ମୁଂ ୟେଥେ ଥାଇଂନା ନିଶ୍ଚିନ୍ତେ । ୪ ।
ଭୀଷ୍ମଙ୍କୁ ପରିଣାମି ବୋଲନ୍ତି ଦେବୀ କୋନ୍ତେ
ପୁଅନ୍ତ ବହନ କରି ଅଣାଇବା ୟେଥେ । ୫ ।
ଭୀଷ୍ମେ ବୋଇଲେ ମା ଗୋ ନୋହଇ ୟେମନ୍ତ
ପଣ୍ଡୁର ତେଜେ ୟେଥେ ହୋଇଥିଲୁ ନିଶ୍ଚିନ୍ତ । ୬ ।
ଅସୁର ବଳ ଦୁଷ୍ଟ ରାକ୍ଷସ ଶିର ଛେଦି
ତ୍ରଇଲୋକ୍ୟେ ଅସମ୍ଭବ ପଣ୍ଡୁ ଅଟଇ ଶବଦଭେଦୀ । ୭ ।
ତେଡେ ବଡ ଛତ୍ରୀ ଗୋ ପାର ନ ଗଲାଟି କାଳେ
ଅବିଶାପ ହୋଇଲାଟି ଗୋ କର୍ମର ଅବଳେ । ୮ ।
ଅଦୋଷେଣ ସେ ନାଶ ଗଲାଟି ରାୟେ ପଣ୍ଡୁ
ରାଜ୍ୟକୁ ଯିବା ଗୋ ମାୟେ ୟେ ବନସ୍ତ ପୁଡୁ ପୁଡୁ । ୯ ।
କୋଇନ୍ତାୟେ ବୋଇଲେ ଆମ୍ଭେ ରହିଥିଲୁଂ ୟେଥେ
ନିର୍ଦ୍ୱନ୍ଦୀ ହୋଇଥିଲୁ ତିନିଶ ପଞ୍ଚାଶ ବର୍ଷ ପରିଯନ୍ତେ । ୧୦ । ସଂଖ୍ୟା
ୟେ ଥାନ ଛାଡି ଯିବାକୁ ନ ବଳଇ ମୋର ଇଛା
ତହିଂକି ମୋତେ ନେଇ କରି ନ ପାରିବଟି ରକ୍ଷା । ୧୧ ।
ୟେତେବେଳ ପରିଯନ୍ତେ ସ୍ୱାମୀ ତ ମୋର ନାହିଂ
ୟେମନ୍ତେହେଂ ପର୍ବତ ଅଛି ମୋତେ ସହି । ୧୨ ।
ସ୍ୱାମୀର ଶବ ଯେ ମୋର ପଡିଲାକ ୟେଥେ
କେମନ୍ତେ ଯିବି ପ୍ରେତକାର୍ଯ୍ୟ ନ ସରିବା ପରିଯନ୍ତେ । ୧୩ ।
ୟେବେ ତୁମ୍ଭେ ଦେବ ବିଜେ କରି ଯିବା
ପୁଅନ୍ତ ଘେନିଣ ମୋର ବହନ ଆସିବ । ୧୪ ।
କୋଇନ୍ତାୟେ ଯେ ସେ ପରମ ମାହେଶ୍ୱରୀ
ଚଳିଲେ ଗାଙ୍ଗେବ ଯେ ଦେବୀର ଆଗ୍ୟାଂୟେଣ କରି । ୧୫ ।
ଭୀଷ୍ମ ଭୂରିସର୍ବା ବିଦୁର ସହିତେ
ବାହୁଡିଣ ଆସନ୍ତି ୟେ କୋଇନ୍ତାକୁ ଛାଡିଣ ବନସ୍ତେ । ୧୬ ।
ହସ୍ତିନା ରାଜ୍ୟରେ ଯେ ପ୍ରବେଶ ହୋଇଲେ
ଧୃତରାଷ୍ଟ ଆଗେ ଯାଇ ଗାଙ୍ଗେବ ବସିଲେ । ୧୭ ।
ସଞ୍ଜୟେ କହିଲେ ଶୁଣ ଆହୋ କୁରୁପତି
ସନ୍ନିଧ୍ୟେ ବିଜେ କଲେ ଭୀଷ୍ମ ମହାରଥୀ । ୧୮ ।
ଆସ୍ଥାନ ତେଜି ଯେ ଉଠିଲେ ସୋମବଂଶୀ
ଭୀଷ୍ମଙ୍କ ଚରଣେ ଧୃତରାଷ୍ଟ ଶିର ଯେ ନିବେଶି । ୧୯-୩୧୧୯ ।
ଭୀଷ୍ମଙ୍କ ମୁଖରୁ ପଣ୍ଡୁଙ୍କ ମୃତ୍ୟୁ ବାର୍ତ୍ତା ଶୁଣି ଧୃତରାଷ୍ଟ୍ରଙ୍କ ଶୋକ
ତୁମ୍ଭେ ଯେ ଗଲ ଶତଶିଂଗ ପର୍ବତକୁ
ତୁଲେ କିେ- ନ ଆଣିଲ ପଣ୍ଡୁ ଯେ ରାଜାଙ୍କୁ । ୧ ।
ଭୀଷ୍ମେ ବୋଇଲେ ସେ ତହିଂରେ ରହିଲା
ଶତଶିଂଗ ପର୍ବତକୁ ବୋଲି ତାକୁ ଦଇବ ସ୍ରିଜିଲା । ୨ ।
ଆମ୍ଭେ ୟେହିକ୍ଷଣି ବାହୁଡିଣ ଯିବୁ
ପୁଅନ୍ତ ନେଇ ତାର ଶତଶିଂଗେ ଦେବୁ । ୩ ।
ଭୀଷ୍ମଙ୍କ ତହୁଂ ଶୁଣି ପଣ୍ଡୁର କୁମାରେ
ଲାଟ ଖେଳୁଥିଲେ ଦ୍ରିଯୋଧନ ସଙ୍ଗତରେ । ୪ ।
ବାରତା ପାଇଣ ସେ ଅଇଲେକ ବାଳେ
ଦେଖିଣ ଭୀଷ୍ମ ପୁଅଙ୍କୁ ଧଇଲେକ କୋଳେ । ୫ ।
ଯୁଝେଷ୍ଠି ଭୀମ ଯେ ଅର୍ଜୁନ ନକୁଳ
ଦେଖିଣ ଗାଙ୍ଗେବ ନୟନୁଂ ବହେ ଅଶ୍ରୁଜଳ । ୬ ।
ଅନେକ କରି ପଚାରନ୍ତି ଧୃତରାଷ୍ଟେ
ଭୀଷ୍ମେ କହିଣ ନ ପାରନ୍ତି କ୍ରୋଧର ଗରିଷ୍ଠେ । ୭ ।
ଧୃତରାଷ୍ଟ ବୋଇଲେ ଶୁଣିମା ମହାଗୁରୁ
କି ନିମନ୍ତେ କ୍ରୋଥ ଗତ କହିତ ନୁଆରୁ । ୮ ।
ଭୀଷ୍ମେ ବୋଇଲେ ଶୁଣ ତୁ ରାଜସୁତେ
ବଡ ଦୁଲଭ କଥା ତୋତେ କହିବା ୟେକାନ୍ତେ । ୯ ।
ଯୁଝେଷ୍ଠି ପୁଛାକଲେ ଭୀଷ୍ମଙ୍କ କୋଳେ ବସି
ମାତାୟେ ଆମ୍ଭର କେତେବେଳେ ହୋଇବେ ୟେଥେଂ ଆସି । ୧୦ ।
ଭୀଷ୍ମେ ବୋଇଲେ ବାବୁ ଆସୁଛନ୍ତି ପନ୍ଥେ
ପୁଅନ୍ତ ଘେନିଗଲେ ସେ ଭୋଜନର ନିମନ୍ତେ । ୧୧ ।
ଭୀଷ୍ମେ ୟେକାନ୍ତେ କହିଲେ ଧୃତରାଷ୍ଟଙ୍କୁ
ଆହୋ କୁରୁନାଥ ବିପତ୍ତି ପଡିଲା ପଣ୍ଡୁଙ୍କୁ । ୧୨ ।
ଗାନ୍ଧାରୀ ଅନ୍ଧପଟଳ ବାନ୍ଧିବାକ ଶୁଣି
ପୁତ୍ରନ୍ତ ଘେନି ୟେଥକୁ ଅଇଲେ କୋନ୍ତ ଭୋଜର ଦୁଲଣୀ । ୧୩ ।
ପଣ୍ଡୁ ତେଣେ ମୁରୁଛି ନ ପାରିଲେ ଶୃଙ୍ଗାର
ମଦନାର ତୁଲେ ବଢିଲ ପ୍ରିୟ ଭାବ ଅପାର । ୧୪ ।
ଯାହା ସେ ଶାପ ଦିଲେ ଅଗ୍ନିକାର ମହଋଷି
ଓହୋକୁଳ ଶୃଙ୍ଗାର କରନ୍ତେଣ ମହାନିଶି । ୧୫ ।
ମହାତ୍ମାର ଶାପ ନ ପାରିଲା ମେଣ୍ଟି
ଅନ୍ତରୀଛେ ନାରାଜ ପଡିଲା ଦୁହିଙ୍କର ଶରୀର ଗଲା ଫୁଟି । ୧୬ ।
ପଣ୍ଡୁ ମାଦ୍ରୀ ଦୁହେଂ ହାଦେ ନାଶ ଗଲେ
ସେ ସମୟେ ସଇନ୍ଦୁ ପୁତ୍ରେକ ଜନ୍ମିଲେ । ୧୭ ।
ଅଶ୍ୱିନୀ କୁମାର ତାକୁ ପ୍ରାଣଦାନ କଲା
ସହଦେବ ବୋଲି ସେହୁ ପୁତ୍ର ନାମ ଦିଲା । ୧୮ ।
ଆମ୍ଭେ ଯାଇ ପ୍ରବେଶ ହୋଇଲୁ ଶତଶିଂଗେ
ଦେଖିଲୁ ପଣ୍ଡୁଙ୍କ ୟେସନକ ବିଯୋଗେ । ୧୯ ।
କୁମାର ଗୋଟିକି ସମ୍ଭାଳି ଥିଲେ ବିଶ୍ୱଦେବାୟେ
କୋଇନ୍ତାଙ୍କର କୋଳେ ଆଣି ଦିଲେ ସେ ବାଳୁତ ତନୟେ । ୨୦ ।
ଅନେକ କ୍ରୋଧ ସେ କୋଇନ୍ତା ଦେବୀ କଲା
ପଣ୍ଡୁର ଅବସ୍ତା ଦେଖି କାହାର ଦେହ ନ ରହିଲା । ୨୧ ।
ଚିତା ବହନି ଆମ୍ଭେ କଲୁ ଆରୋପଣ
ପଣ୍ଡ ମାଦ୍ରୀଙ୍କି ଦହନ କଲୁ ତତକ୍ଷଣ । ୨୨ ।
କୋଇନ୍ତା ନ ଅଇଲେ ଶତଶିଂଗ ପର୍ବତୁଂ
ତାହାର ପୁଅନ୍ତ ଘେନି ଆମ୍ଭେ ଯିବୁଂ ୟେଥୁଂ । ୨୩ ।
ଭୀଷ୍ମଙ୍କର ମୁଖୁଂ ୟେସନକ ବାଣୀ ଶୁଣି
ଅନ୍ଧରାଜା ଶୋକ କଲା ମହାକ୍ରୋଧ ବାଣୀ । ୨୪ ।
ଧୃତରାଷ୍ଟ ରାୟେ ରାଇଲେ ଦେବୀ ଗାନ୍ଧାରୀକି
ଶତଶିଂଗ ପର୍ବତକୁ ଯିବା ଗୋ ପୁଅନ୍ତ ଘେନି ପଣ୍ଡୁଙ୍କୁ ଯେ ଦେଖି । ୨୫ ।
ସ୍ୱାମୀର ଅଗ୍ରତେ ଗାନ୍ଧାରୀ ବୋଇଲା
ମୋତେ ଲୁଚାଇବାର କିସ କାରଣ ହୋଇଲା । ୨୬ ।
ପଣ୍ଡୁ ନାଶ ଗଲାର ହୋଇଲାନି ପାଞ୍ଚଦିନ
ତହିଂକି ଯାଇ କିସ କରିବା ରାଜନ । ୨୭ ।
ଛାଡିଲେ ଆଶ ସେ ହୋଇଲେ ନିରାଶ
କ୍ରୋଧ କରିଣ ସେ କରନ୍ତି ଉପବାସ । ୨୮ ।
ପ୍ରେତ କାର୍ଯ୍ୟ କଲେ ସେ ରାଇଣ ପୁରୋହିତେ
ପୋୟେ ନ ଜାଣନ୍ତୁ ପ୍ରେତକାର୍ଯ୍ୟ କରାଅ ଗୁପତେ । ୨୯ ।
ଭୋ ଦେବ ଭୀଷ୍ମ ତୁମ୍ଭେ ବାହୁଡିଣ ଯିବା
କୋଇନ୍ତା କୁମର ଗୋଟିକି ଘେନିଣ ଆସିବା । ୩୦ ।
ଗାନ୍ଧାରୀ ବୋଇଲେ ମୁଂ ଯିବଇଂ ଶତଶିଂଗ ପରବତେ
କ୍ରୋଧ ଶାନ୍ତି କରାଇ କୋଇନ୍ତାଙ୍କୁ ଘେନି ଆସିବି ସାଥେ । ୩୧ ।
ପୋୟେଙ୍କର କ୍ରୋଧ ନ ଦେଖିବା ନିମନ୍ତେ
ଧୃତରାଷ୍ଟ ପ୍ରେତକାର୍ଯ୍ୟ କରାନ୍ତି ଗୁପତେ । ୩୨-୩୧୫୧ ।
ଗାନ୍ଧାରୀଙ୍କର ଶତଶୃଙ୍ଗ ପର୍ବତକୁ କୁନ୍ତୀଙ୍କୁ ଆଣିବା ନିମନ୍ତେ ଗମନ, ବ୍ୟାସଙ୍କର କୁନ୍ତୀଙ୍କୁ ଉପଦେଶ
ୟେଥୁ ଅନନ୍ତରେ ଶୁଣ ହୋ ନୃପନାଥେ
ୟେମନ୍ତେଣ ତହିଂ ଗଲା ଦିନା କେତେ । ୧ ।
ଧୃତରାଷ୍ଟ ଗାନ୍ଧାରୀ ବିଚାରି ହୃଦଗତେ । ୨ ।
ଗାନ୍ଧାରୀ ବିଜେ କଲେ ହସ୍ତିନା ଭୁବନୁଂ
ଆଗେ ସହସ୍ରେକ ରଥ ଘେନିଣ ଗଙ୍ଗାଙ୍କର ତନୁ । ୩ । ସଂଖ୍ୟା
ସହସ୍ରେକ ପରିବାରୀ ଘେନି ଗାନ୍ଧାରସେନର ଦୁଲଣୀ
ଚଳନ୍ତି ମହାସତୀ କୋଇନ୍ତା ଦେବୀଙ୍କର ଆଣି । ୪ । ସଂଖ୍ୟା
ବ୍ୟାସେ ବିଜେ କଲେ ଶତଶିଂଗ ପର୍ବତେ
ଦେଖିଣ ନିଉଛାଳି କଲେକ ଦେବୀ କୋନ୍ତେ । ୫ ।
ପୁତ୍ର ଗୋଟିକି ନେଇ ଦିଲେ ବ୍ୟାସଙ୍କ କ୍ରୋଡରେ
ପୁତ୍ର ଦେଖିଣ ସାନନ୍ଦ ହୋଇଲେ ମୁନିବରେ । ୬ ।
ହରଷେ ପୁତ୍ରକୁ ବର ଦିଲେ ପତନିଷ୍ଠି
ଭୂତ ଭବିଷ୍ୟ ଗତ-ଆଗତ ହୋଉ ତୋତେ ଦୃଷ୍ଟି । ୭ ।
କୋଇନ୍ତାଙ୍କୁ ତିଆରନ୍ତି ପାରେଶ୍ୱରଙ୍କ ତନୟେ
ପଣ୍ଡୁ ଅଭାବେଣ କ୍ରୋଧିତ ନୋହ ଆଗେ ମାୟେ । ୮ ।
ଛାଡସି କ୍ରୋଧ ତୁ ଗୋ ଭୋଜର କୁମାରୀ
ପୁତ୍ରନ୍ତ ଘେନି ଆୟି ସୁଖେ ଥାଅସି ରାଜ୍ୟ କରି । ୯ ।
କୋଇନ୍ତାୟେ ବୋଇଲେ ମୁଂ ପ୍ରୟାଗ ତୀର୍ଥେ ଯିବି
ବାଞ୍ଛାବଟ ତଳେ ମୁଂ ପ୍ରାଣ ବିସର୍ଜିବି । ୧୦ ।
ବ୍ୟାସେ ବୋଇଲେ ଗୋ ନୋହଇଟି ୟେମନ୍ତ
ଅନେକ ଦୋଷଟି ଗୋ ହୋଅଇ ଆତ୍ମାଘାତ । ୧୧ ।
ପଞ୍ଚୁ ଗୋଟି ପୁତ୍ର ଗୋ ପାଇଲୁ ତୋର କର୍ମେ
ୟେ ପଞ୍ଚୁରାଜ୍ୟ ମାତା ଗୋ ପାଳିଲୁ ତୋର ଧର୍ମେ । ୧୨ ।
ତୁମ୍ଭେ ବିରସ କି-ାଇ ଗୋ ହୋଉଛ ମହାଦେବୀ
କୁନ୍ତଭୋଜର ନନ୍ଦନୀ ଗୋ ତୁ ପରମ ସାଧବୀ । ୧୩ ।
ୟେ ସଂସାର ଯାକ ଗୋ ମାୟା ପଟଳ ସିନା
ବିପରୀତ ମାୟା ଫାଶ ଗୋ ଦଇବ ରଞ୍ଚନା । ୧୪ ।
ସୁଖେଣ ଦିନ ଗୋ ନେବ ଦେବୀ କୋନ୍ତେ
ଭାରା ନିବାରଣ କରିବେ ୟେ ତୋହୋର ପୁତ୍ରେ । ୧୫ ।
ଜାତ ହୋଇଲେ ଗୋ ଅବଶ୍ୟ ହୋଇ ମୃତୁ
ୟେମନ୍ତେଣ ଚାରି ଯୁଗ ହୋୟେ ଆତୁଯାତୁ । ୧୬ ।
ୟେମନ୍ତେଣ ପଛରେ ଗୋ ଚଳନ୍ତି ପଥଶ୍ରାନ୍ତି
ଆତଯାତ ଲୋକେ କି ଗୋ ବିଳମ୍ୱେ ରହିଥାନ୍ତି । ୧୭ ।
ତୁ ଦେବୀ ଗୋ କିଛିହିଂ ଭ୍ରାନ୍ତି ନ କର ୟେଥିକି
ଯେତେବେଳେ ଧର୍ମ ଥାଇ ସମସ୍ତ ପୁଣ୍ୟ ଦେଖି । ୧୮ ।
ଆମ୍ଭେ ପ୍ରଳୟ କାଳେ ପଶୁ ବିଷ୍ଣୁ ନାଥ ପଞ୍ଜରାୟେ
କାଳ ଉଚିତ ମରଣକୁ ବଡ ଭୟେ । ୧୯ ।
ସୁଖ ଭୋଗ ଇଛା ହୋ କରନ୍ତି ଯେବଣ ପ୍ରାଣୀ
ମୃତୁ ସମାପତ କରଇ ଗୋ ନିଶ୍ଚୟେ ନିକଟେ ଆଣି । ୨୦ ।
ଯେ ସେ ଗଲା ତାହା ଲୋଡିଲେ ନ ପାଇ
ଥିଲା ପୁଅନ୍ତ ଯତନେ ୟେବେ ସମ୍ଭାଳ ଗୋ ଆC । ୨୧ ।
ଯୁଝେଷ୍ଠି ବୋଲିଣ ତୋର ଯେବଣ ପୁତ୍ର ଗୋଟି
ପ୍ରତକ୍ଷେ ଦେଖୁ ସିନା ନିରଞ୍ଜନ ଦେବତା ଅଟେ ସେଟି । ୨୨ ।
ଭୀମ ଚରିତ୍ର ଗୋ ଅସଂଖ୍ୟ ଅଟଇ ମୋତେ
ଅର୍ଜୁନ ବୋଲିଣ ସେ ନାରାୟଣଙ୍କ ପଞ୍ଚଭୂତେ । ୨୩ ।
ନକୁଳ ବୋଲିଣ ସେ ଯେବଣ ପୁତ୍ର ଅଟଇ
କୁମାର ମୁଖେ ତାକୁ ଆକାଶେ ପାଟ ଅଛଇ । ୨୪ ।
ୟେ ବାଳୁତ ପୁଅ ଗୋଟିର ୟେହେନେକ ଲକ୍ଷଣ
ସ୍ତରି ପ୍ରମଦା ଗୋ ତୁମ୍ଭେ ତଥ୍ୟହିଂ ନ ଜାଣ । ୨୫ ।
ତୀର୍ଥକୁ ଇଛା ଯେବେ କଲସି ଗୋ ମାୟେ
ବଡ ବଡ ହୋଅନ୍ତୁ ଗୋ ତୋହୋର ତନୟେ । ୨୬ ।
ସ୍ତିରିଙ୍କର ଧର୍ମ ତୋତେ ଗୋ ହୋଉ ପରାପତ
ପୁତ୍ରନ୍ତ ଘେନିଣ ଗୋ ରାଜ୍ୟ ପ୍ରାପତି ଚିନ୍ତ । ୨୭ ।
ପଣ୍ଡିତ ପଣେ ଗୋ ସଂଘର ସର୍ବକଥା
ଆମ୍ଭନ୍ତ ଦେଖି ଗୋ ଛାଡ ନିଜ ସ୍ୱାମୀର ଯେ ଚିନ୍ତା । ୨୮ ।
ୟେମନ୍ତେ ଅନେକ ତିଆରିଲେ ବ୍ୟାସ ମହାଯତି
ଦଣ୍ଡ ଘେନିଣ ଭୀଷ୍ମେ ପ୍ରବେଶ ହୋଇଲେ ଝାତି । ୨୯ ।



୧୭ ଯେମନ୍ତେ ପଥୁକୀ ଗଛ ମୂଳରେ ବସନ୍ତି
 ଶ୍ରମ ସାରିଣ ସେ ଯେଝା ମତେ ଚଳି ଯାନ୍ତି ।
ବ୍ୟାସଙ୍କର ପାଦତଳେ ସମସ୍ତେ ହୋଇଲେ ପରଣାମି
କ୍ଷମେ ଆଶିଷ କଲ୍ୟାଣ ବ୍ୟାସ ମହାମୁନି । ୩୦ ।
ଆପଣେ ପ୍ରୋହିତ ଯେ ହୋଇଲେ ଉଦ୍ଦାଳକେ
ପ୍ରେତକାର୍ଯ୍ୟ ବିଧି କରନ୍ତି ବେଦବାକ୍ୟେ । ୩୧ ।
ଶ୍ରାଦ୍ଧକର୍ମ ସେ ଯେ କଲେ ଶମଶାନେ
ଘୃତ ପାରଣା କଲେ ୟେକାଦଶ ଦିନେ । ୩୨ ।
ଘୃତ ଘେନି ସଞ୍ଜୟ ଗଲେ ହସ୍ତିନାକୁ
ଧୃତରାଷ୍ଟ ଭଣ୍ଡିକରି ରଖିଅଛନ୍ତି ପୁଅଙ୍କୁ । ୩୩ ।
ଯୁଝେଷ୍ଠି ଦ୍ରିଯୋଧନର ଅନେକ ପୀରତି
ଖେଳ ରସେ ଭାବେ ପାସୋରି ମାତା ପିତା ଦୁହିନ୍ତି । ୩୪ ।
ବନସ୍ତରେ ଥିଲେ ସେ ସଙ୍ଗମେଳ ନାହିଂ
କୁତୋହୋଳେ ରହିଲେ ସେ ଧୃତରାଷ୍ଟଙ୍କୁ ଚାହିଂ । ୩୫ ।
ଯୁଝେଷ୍ଠି ପଚାରିଲେ ଧୃତରାଷ୍ଟଙ୍କ କୋଳେ ବସି
ପିତା ମାତ ତହିଂକି ଯିବୁ ତାତ ଆଗ୍ୟାଂ ମୋତେ ଦେସି । ୩୬ ।
ଧୃତରାଷ୍ଟ ପ୍ରତିବାକ୍ୟ ଶୁଣରେ ତନୟେ
ୟେଥକୁ ଆସୁ ଅଛନ୍ତି ସିନା ତୁମ୍ଭର ବାପ ମାୟେ । ୩୭ ।
ଗାନ୍ଧାରୀ ଗଲେଣି ବାବୁ ତାହାଙ୍କୁ ଆଣିମାକୁ
ପୋଡଇ କି ନା କି-ା ଯିବା ଗହନ ବନସ୍ତକୁ । ୩୮ ।
ଭଲ ଭଲ ପଦାର୍ଥମାନ ଦିଲେକ ଅପୂର୍ବ
ସର୍ବ ଅଳଙ୍କାର କଲେ ପୁଅନ୍ତ ରାଜଦେବ । ୩୯ ।
ପହରଣ କରାଇଲେ ଦେବାଙ୍ଗ ବସ୍ରନ୍ତ
ଯେସନକ ବାଗେ ଭଣ୍ଡି ବାଳୁତ ପୁଅନ୍ତ । ୪୦ ।
ଧୃତରାଷ୍ଟେ ସୁମରନ୍ତି ଭୋ ଦେବଧର୍ମ
ବାଳୁତ ପୁତ୍ରନ୍ତ ହୋଇଲା ୟେହେନେକ କର୍ମ । ୪୧ ।



୩୩ ।୨ ଧୃତରାଷ୍ଟ ମୂର୍ଚ୍ଛାଉ ଅଛନ୍ତି ବାଳୁତ ପୁତ୍ରଙ୍କୁ ।
୩୫ ।୨ କୁତୋହୋଳେ ରହିଲେ ଧୃତରାଷ୍ଟଙ୍କୁ ଦାହି ।
୩୩ ।୨ ମୂର୍ଚ୍ଛାଉ-ଭୂଲାଉ, ମୋହକରି
୩୫ ।୨ ଚାହିଂ-ମୁଖ ଚାହିଂ, ଧୃତରାଷ୍ଟଙ୍କ ଅନୁରୋଧରେ
ୟେସନେକ ଯୋଗମାନ କଲୁ କି ପ୍ରଜାପତି
ପିତାର ଅଭାବେ ପୁତ୍ର କେବଣ ବାଗେ ବ୍ରତି । ୪୨ ।
ଧୃତରାଷ୍ଟ ବୋଇଲେ ହେ ଦଇବ ତୁ ସ୍ରିଜିଲୁ ସଚରାଚର
ବିନା ଅପରାଧେ କିେ- ନାଶ କଲୁ ଯେ ସଂସାର । ୪୩ ।
ନୋହୁ ନୋହୁ ୟେଡେ କଷ୍ଟ ୟେ ନୋହୁ ସଂସାରକୁ
କେବଣ ଭାବେ ଜନମ କରାଉ ସମସ୍ତଙ୍କୁ । ୪୪ ।
ଜାତହୁଂ କଲୁ ଯେବେ ମରିବେ ନା ପ୍ରାଣୀ
ତୋହୋର ତହୁଂ ବିଗଂ୍ୟ ଆବର କେ ପରିମାଣି । ୪୫ ।
ଯେବେ ସ୍ରିଜିଲୁ ସେ ହୋଇବ ଚିରନ୍ତନ
ମହତ ଲୋକର ବାକ୍ୟ କି-ା ହୋଇବାକ ଆନ । ୪୬ ।
କିମ୍ଭୂତ ମାୟା ୟେ ନ ପାରିଲୁ ବୁଝି
ନାଶକର ଲେଖା ତ ନ ପାରିଲୁ ଶୁଝି । ୪୭ ।
ୟେଡେ ୟେଡେ ଦେବତା କଲେ ୟେଡେ କୃତ୍ୟ
ତାହା ନାଶ କରିବାକୁ ଭିଆଇଲେ ୟେମନ୍ତ । ୪୮ ।
କେହି ନୁଆରିବ ନାମକଇ ବଞ୍ଚି
ନ ଜାଣି ପ୍ରାଣୀ ମରନ୍ତି କି-ା ଆମ୍ଭେ ସଞ୍ଚି । ୪୯ ।
ଅବୟେ ପୁରୁଷ ଯାହା ସଞ୍ଚିଲା ଦୃଢ କରି
କାଳାନ୍ତେକ ପୁରୁଷ ଯେ ଧଂସିଲା ଦଣ୍ଡଧାରୀ । ୫୦ ।
କରାଳୀ ବଲ୍ଲଭ ପଦ୍ମପାଦେ ମୋର ସେବା
ଶୂଦ୍ରମୁନି ସାରୋଳ ଦାସକୁ ଚିର ଆଷ୍ୟ ଦେବା । ୫୧-୩୨୦୨ ।



୪୪ ।୨ କି ନ୍ୟାୟୁଂ ମୃତୁ ଜାତ କରାଇ ଜନମାନଙ୍କୁ ।
୪୬ ।୨ ମହତଙ୍କର ବାକ୍ୟ କେବେହେଂ ନୋହେ ଆନ ।
ଧୃତରାଷ୍ଟ୍ରଙ୍କ ଶୋକରେ ଯୁଧିଷ୍ଠିର ତତ୍ତ୍ୱ କଥା କହି ସାନ୍ତ୍ୱନା ପ୍ରଦାନ କରିବା
ବଦୟନ୍ତି ଅଗସ୍ତି ଶୁଣ ମନୁ ଗ୍ୟାଂତା
ୟେଥିର ଉତ୍ତାରୁ ହୋଇଲା ଯେତେ କଥା । ୧ ।
ରୋଗାର୍ତ୍ତୀ ଅପଣ୍ଡିତ ଅଗ୍ୟାନୀ ଜନ ଲୋକେ
ମଲା ଲୋକଙ୍କୁ ସେ ବିଚାର କରନ୍ତି ଶୋକେ । ୨ ।
ତାହାର ଯେତେ ପୁଣ୍ୟ ମୁକତି ଗତି ଦେବା
ଯୁଝେଷ୍ଠି କହନ୍ତି ଶୁଣ ହୋ ରାଜଦେବା । ୩ ।
ଧୃତରାଷ୍ଟ ଯହୁଂ ବିସରିଲେ ପୁଅନ୍ତ କୋଳେ ଧରି
ଅନ୍ଧ ଲୋଚନରୁ ବହଇ କ୍ରୋଧ ଅଶ୍ରୁ ବାରି । ୪ ।
ଯୁଝେଷ୍ଠି ବୋଇଲେ ଶୁଣିମା ଜ୍ୟେଷ୍ଠ ତାତ
ପୃଥୀପତି ହୋଇ କି-ା କ୍ରୋଧ ଅପ୍ରମିତ । ୫ ।
ଯୁଗତେ ରାଜ୍ୟେ ଯେବେ ରାଜା ହୋୟେ କ୍ରୋଧୀ
ମନ୍ଦ ବୃଦ୍ଧି ହୋଅଇ ଶରୀରେ ହୋୟେ ବ୍ୟାଧି । ୬ ।
ଅଭିଷେକ ହୋଇବା ରାଜାର ଅଶ୍ରୁଜଳ ପଡନ୍ତେଣ ସୃଷ୍ଟି
ପୃଥୀ ଫଳଦାୟକ ନୋହଇ ଇନ୍ଦ୍ରନ କରଇ ବୃଷ୍ଟି । ୭ ।
ନୃପତି ହୋଇ ଯେବେ ହୋଅଇ କ୍ରୋଧକାରୀ
ସନ୍ତାନ ହାନି ହୋଅଇ କନ୍ଧରୁ ଛାଡଇ ଶିରୀ । ୮ ।
ରାଜା ହୋଇ ଯେବେ କ୍ରୋଧ କରଇ ଭୋ ପିତା
ପ୍ରଥମେ ହବିର୍ଭାଗ ନ ଘେନଇ ଅଗ୍ନି ଯେ ଦେବତା । ୯ ।
ରାଜାର ଧର୍ମେ ସେ ବ୍ରତଇ ମହୀୟାଳୀ
ରାଜାର କ୍ରୋଧ ଦେଖ ସମସ୍ତେ ହୋଅନ୍ତ ବିକଳି । ୧୦ ।
ରାଜା ହୋଇ ଯେବେ ଅଦଭୁତେଣ କ୍ରୋଧୀ
ବୀର୍ଯ୍ୟ ହାନି ହୋଅଇ ଶତ୍ରୁ ନୋହଇ ସାଧି । ୧୧ ।
ପରରାଷ୍ଟ୍ର ଚାରଗଣେ ଗୁପତେ ଥାଆନ୍ତିଟି ପିତା
ରାଜ୍ୟର ବିଲକ୍ଷଣ ପରରାଷ୍ଟ୍ରକୁ ହୋଅଇ ବାରତା । ୧୨ ।
ଚକ୍ଷୁ ଅବା ତୋହୋର ହୋଇଲା ଅଦୃଶ୍ୟ
ବଳବନ୍ତ ପଣ୍ଡିତ ତୁ ଗ୍ୟାଂତା ଭୂତ ଯେ ଭବିଷ୍ୟ । ୧୩ ।
ଆହାରେଣ ଜିତା ହାଦେ ହୋଇବାକ ରାଜା
ଶୃଙ୍ଗାରେଣ ଜିତା ହୋଇ ବିଳସିବ ଅନେକ ଭାରିଯା । ୧୪ ।
ଶହସ୍ରେ ଶାହସ୍ରେଣ ହୋଇବ ଜଗୁଜିତା
ପରରାଷ୍ଟ୍ରେ ଜିଣିମ ବାହାନେ ନିର୍ଜିତା । ୧୫ ।



୧୧ ।୧ ରାଜା ହୋଇ ଯେବେ ଅନମିତେ କ୍ରୋଧୀ ।
ଆଗ୍ୟାଂରେ ଥିବେ ପାତ୍ର ମନ୍ତ୍ରୀ ଗୋ ଶକତା । ୧୬ ।
ପ୍ରତାପ ଗୁଣ ବହିବ ହୋଇ ଅଣକ୍ରୋଧୀ
ପରଭୂମି ଘେନିମ ସମରେଣ ନିରୋଧୀ । ୧୭ ।
ଦଣ୍ଡେ ଦଣ୍ଡିଲେ ରାଜାକୁ ନୋହଇ ଅଧର୍ମ
କ୍ଷତ୍ରୀ କୁଳକୁ ନାଥ ୟେସନେକ ନିଜ କର୍ମ । ୧୮ ।
ୟେସନେକ ପରମାର୍ଥ କଥା ଧୃତରାଷ୍ଟଙ୍କୁ କହିଲେ ଯୁଝେଷ୍ଠି
ଶୁଣିଣ ରାଜା ବୋଇଲେ ତୁ ମୋହୋର ସାଧୁ ପୁତ୍ର ଗୋଟି । ୧୯ ।
ୟେଡେ ଗ୍ୟାନବନ୍ତ ତୁ ବାଳୁତ ବୟସୁଂ
ନ ପଢି ପଣ୍ଡିତ ବାବୁ କେମନ୍ତେ ବିଘଂସୁ । ୨୦ ।
ହୃଦରେ କଳଙ୍କ ଘେନିଲେ ରାଜା ଯୁଝେଷ୍ଠି ଗୁଣ ବାଛି
ଆବର ପୁଅଙ୍କର ମୋର ଜୀବନ କାହିଂ ଅଛି । ୨୧ ।
ବାଳୁତ ପୁତ୍ର ବୋଲି ମୁଂ ଖେଳାଇଲି ୟେହାଙ୍କୁ
ଅନ୍ତେଣ ବ୍ରହ୍ମଗ୍ୟାନ ୟେ ଶିଖାଇଲା ମୁକୁ । ୨୨ ।
ରାଗ ଖଣ୍ଡି ଧରି ଧୃତରାଷ୍ଟ ବୋଇଲା
ବାବୁ ତୋହୋର ପିତା ପଣ୍ଡୁ ଶତଶିଂଗେ ନାଶ ଗଲା । ୨୩ ।
ଶୁଦ୍ଧ ଘୃତ ଘେନିଣ ଅଇଲେ ସଞ୍ଜୟେ
ୟେଥୁଂ ଗଣ୍ଡୁଷ କର ବାବୁ ଲିତାୟେ, ଲିତାୟେ । ୨୪ ।
ଯୁଝେଷ୍ଠି ବୋଇଲେ ବାବୁ ପଣ୍ଡୁର ନିମନ୍ତେ
ତହିଂକି ସନ୍ତାପ କି ନା ତାତ କରୁଅଛୁ ୟେତେ । ୨୫ ।
ପାପ ଯେ କଲା ପଣ୍ଡୁ ଅଳପେ ନାଶ ଗଲା
ଆମ୍ଭର କୃତ୍ୟମାନ ସେ ଦେଖି ନ ପାରିଲା । ୨୬ ।
ମଲେ ଗଲେ ପଣ୍ଡୁ ଆମ୍ଭର ନାହିଂ ଚିନ୍ତା
ତୁ ମାତ୍ର କ୍ଷମେ କୁଶଳେ ଥାଅସି ଜ୍ୟେଷ୍ଠ ପିତା । ୨୭ ।
ଭୋ ତାତ ରୋଗିତ ଅପଣ୍ଡିତ ଅଗ୍ୟାନୀ ଯଉଂ ଲୋକ
ମଲା ଲୋକଙ୍କୁ ୟେମାନେ କରୁଥାନ୍ତି ଶୋକ । ୨୮ ।



୧୮ ।୨ କ୍ଷତ୍ରୀକୁଳକୁ ରାଜା ୟେସନେକ ବିଧାନ
୨୦ ।୨ ନ ପଢି ପଣ୍ଡିତ ବାବୁ କେମନ୍ତେ ବୁଦ୍ଧି ଭାଷୁ ।
୨୧ ।୨ ଆବର ପୁଅଙ୍କର ମୋର ରାଜ୍ୟ କାହିଂ ଅଛି ।
୨୮ ଭୋ ତାତ ଅପାବନ ମୂର୍ଖ ଯେ ଅଟନ୍ତି ଯେବଣ ଲୋକ ।
 ମଲା ଲୋକ ମରନ୍ତି କି-ା କରନ୍ତି ଶୋକ ।
ତାହାର ପୁଣ୍ୟ ଥିଲା ସେ ଭୋଗ କରୁଥିଲା
ତାହାର ପୁଣ୍ୟ ସରିଲା ସେ ଅଳପେ ନାଶ ଗଲା । ୨୯ ।
ତୋହୋର ମୋହୋର ଶୋକ କଲେ କିସ ହୋଇବ ମଲା ଲୋକକୁ
ଆପଣେ କଷ୍ଟୀ ହୋଇଲେ କି ପାଇବା ପିତାକୁ । ୩୦ ।
ଯୁଝେଷ୍ଠି ତିଆରିଲେ ଧୃତ ଯେ ରାଷ୍ଟଙ୍କୁ
ଅନ୍ଧ ବୋଇଲା ତୁ ଧାରଣା ହୋଇଲୁ ପଞ୍ଚୁକଟକକୁ । ୩୧ ।
ୟେ କୁଳକୁ ଉତପତ୍ତି ତୁହି ସେ ମହାବ୍ରହ୍ମି
ଶୋକ କ୍ରୋଧ ତେଜିଲା ସେ କୁରୁରାଜ ସ୍ୱାମୀ । ୩୨ ।
ପାଞ୍ଚ ଉତ୍ତର ଶତେ ପୁତ୍ରେ ଘେନି ଅନ୍ଧ ଗଙ୍ଗାୟେ ସେ କଲେ ସ୍ନାନ
ଶୁଦ୍ଧ ଘୃତ ପାରଣା କରାଇଲେ ଉଦ୍ଦାଳକ ମହାମୁନ୍ୟ । ୩୩-୩୨୩୫ ।
ଗାନ୍ଧାରୀଙ୍କ କଥାରେ କୁନ୍ତୀଙ୍କ ଶତଶୃଙ୍ଗକୁ ସ୍ତୁତି ଓ ହସ୍ତିନା ଗମନ
ବଦୟନ୍ତି ଅଗସ୍ତି ଶୁଣସି ମନୁ ରାୟେ
ପୁତ୍ରଙ୍କୁ ନ ଦେଖିଣ ସେ ବିକଳ କୋଇନ୍ତାୟେ । ୧ ।
କୋଇନ୍ତାଙ୍କ ଅଗ୍ରତେ ସେ କହିଲେ ଭୂରିସର୍ବା
ଭୋ ମାତା ହସ୍ତିନା ପୁରକୁ ଚାଲ ଯିବା । ୨ ।
ମା ଗୋ ବାଟ ଚାହିଂ ଧୃତରାଷ୍ଟ ରାୟେ
ଅନ୍ନ ଭୋଜନ ନାହିଂ ଗୋ ତୁମ୍ଭର ଯିବା ଯାୟେ । ୩ ।
ଆମ୍ଭର ବଚନ ଗୋ ନ କର ବୋଲି ମାୟେ
ଗାନ୍ଧାରୀକି ପଠିଆଇଲେ ଧୃତରାଷ୍ଟ ରାୟେ । ୪ ।
ସେ ଚାରିପୁତ୍ର ଗୋ ଅଛନ୍ତି ତୋର ତହିଂ
ୟେ ପୁତ୍ର ଘେନି ଚାଲ ଯିବା ମହାମାୟୀ । ୫ ।
ଗାନ୍ଧାରୀ କୋଳ କରି ଧଇଲେ କୋଇନ୍ତାଙ୍କୁ
ମା ଗୋ ଯିବା ଚାଲ ଆମ୍ଭ ସଙ୍ଗେ ହସ୍ତିନା ଭୁବନକୁ । ୬ ।
କୋଇନ୍ତାୟେ ବୋଇଲେ ଗୋ ତୁମ୍ଭେ ନୋହସି ଦୟାବନ୍ତ
ସମ୍ଭାଳି ନ ପାରିବ ଗୋ ମୋହୋର ପୁଅନ୍ତ । ୭
ୟେବେ ମୋତେ ଅପାର କରିଛ ସଦୟେ
କାଳେ ମୋତେ ସମ୍ଭାଳି ନ ପାରିବ ବୋଇଲେ କୋଇନ୍ତାୟେ । ୮ ।
ସେ ଚାରି ପୁତ୍ର ଗୋ ଥାଆନ୍ତୁ ତୋର ତହିଂ
ୟେ ସାନ ପୁତ୍ର ଗୋ ଘେନି ୟେଥେ ଥାଇଂ ରହି । ୯ । ସଂଖ୍ୟା
କୋଇନ୍ତାଙ୍କର ଅଗ୍ରତେ କହନ୍ତି ଗାନ୍ଧାରୀ
ରାଜ୍ୟ ଛାଡି ବନେ କି ଥିବୁ ଦୁଖ ପଡି । ୧୦ ।
ୟେ ସଂସାର ଦୁଖ ନ ଦେଖିବି ବୋଲି
ତେଣୁ କରି ହାଦେ ମୁଂ ଅନ୍ଧପଟଳ ବାନ୍ଧିଲି । ୧୧ ।
ଅନ୍ଧ ଅନ୍ଧୁଣୀ ଆମ୍ଭେ ହୋଇଲୁ ଅଚଳ
ସବୁ ପୁଅନ୍ତ ମାତା ଯତନେ ପ୍ରତିପାଳ । ୧୨ ।
କେତେକାଳ ବ୍ରତିବୁଂ ଆମ୍ଭେ ଅନ୍ଧ ଯେ ଅନ୍ଧୁଣୀ
ତୁହି ସେ ପଞ୍ଚୁରାଜ୍ୟକୁ ହୋଇବୁ କାରେଣୀ । ୧୩ ।
ୟେକା ପଣ୍ଡୁକୁ ମାତ୍ର ଗୋ ମୁଂ ଦେଇ ନ ପାରିବି
ତୋହୋର ଆଗ୍ୟାଂବ୍ରତୀ ହୋଇ ପୁତ୍ରେ ଥିବେ ସେବି । ୧୪ ।
ଉଠିଣ ଗାନ୍ଧାରୀ କୋଇନ୍ତାକୁ କୋଳ କଲେ
ମୁଂ ତୋହୋର ଆପାଦ ଘେନି ଯାଇଂ କି ନା ଶିର ଆଉଂଶିଲେ । ୧୫ ।
କୋଳ କରି ନେଇ କୋଇନ୍ତାଙ୍କୁ ବସାଇଲେ ରଥେ
ସହଦେବଙ୍କୁ କୋଳେ ଧଇଲେ ଦେବୀ କୋନ୍ତେ । ୧୬ ।
ଶିବପାଦ ନାମେ ରାଇଲେ କିରାତକୁ
ତୁ ବାବୁ ଅନେକ ଭଗତ ହୋଇଥିଲୁ ପଣ୍ଡୁଙ୍କୁ । ୧୭ ।
ଶତଶିଂଗ ପର୍ବତେ ରାଜ୍ୟ କର ତୁ ନିଶ୍ଚିନ୍ତେ
ୟେ ଧନମାନ ତୁ ବିଳସ ସୁଚିତ୍ତେ । ୧୮ ।
ଅନେକ ପୁରୁଷାର୍ଥ ଥାଇ ସର୍ବ ଦ୍ୱାରେ
ଜଗତ ହିତ ତୋତେ ବୋଲନ୍ତି ପଣ୍ଡୁ ନୃପବରେ । ୧୯ ।
ତୁହି ସଖା ହୋଇଲୁ ୟେହୁ ବନସ୍ତକୁ
ଅନେକ ଭଗତ ଭାବେ ଖଟିଥିଲୁ ପଣ୍ଡୁଙ୍କୁ । ୨୦ ।
ୟେବେ ୟେଥେ କିରାତ ତୁ ହୋଅ ମହୀପାଳ
ଆମ୍ଭଙ୍କୁ ସ୍ନେହ କରିଥିବୁଟି ଚିରକାଳ । ୨୧ ।
ତୁହି ସର୍ବକାଳେ ସ୍ନେହ କରିଥିବୁ ମୁକୁ
ୟେଥକୁ ଅଇଲେ ସମ୍ଭାଳିବୁ ତୁ ମୋହୋର ପୁଅଙ୍କୁ । ୨୨ ।
ଭୋ ମହତ ଗିରିବର ମୋତେ ଦୟା କରିଥିବା
ମୋହୋ ପାପ କରମେ ତୋତେ କରି ନ ପାରିଲି ସେବା । ୨୩ ।
ହିମବନ୍ତର ନନ୍ଦନ ଗିରିଜାର ଜ୍ୟେଷ୍ଠ ଭ୍ରାଥ
ଶରଣ ରକ୍ଷଣ ସ୍ୱାମୀ ତୁ ଗିରିବର ମହତ । ୨୪ ।
ପର୍ବତ ସ୍ତୁତି କର ଆସନ୍ତି ଶାକମ୍ୱରୀ
ଲେଉଟି, ଲେଉଟି ଚାହିଂ ଅଇଲେ ଯୁଣ ଚାରି । ୨୫ । ସଂଖ୍ୟା
ଭୀଷ୍ମ ଭୂରିସର୍ବା ଗାନ୍ଧାରୀ କୋଇନ୍ତା ଦେବୀ
ହସ୍ତିନାକୁ ଚିଳିଲେ ବ୍ୟାସଙ୍କର ପଦ ସେବି । ୨୬ ।
ବ୍ୟାସେ ବୋଲେ ଗୋ ଶୁଣସି ଗାନ୍ଧାରୀ
ଯେମନ୍ତେ କୋଇନ୍ତାୟେ ପଣ୍ଡୁଙ୍କୁ ନ ସୁମରି । ୨୭ ।
ଯତନ କରି ଗୋ ୟେହାଙ୍କୁ ଥାଅସି ପ୍ରତିପାଳି
ତୁ ମହତ କୁଳୀଣ ଗୋ ଅଟୁ ଶୁଦ୍ଧଶାଳୀ । ୨୮ ।
ଶତଶିଂଗ ଛାଡିଲା ସେ ତୋହୋର ପ୍ରତିଆଶୁ
ଆମ୍ଭେ ହସ୍ତିନାକୁ ସମୟେକେ ଯାଇଂ ଆସୁ । ୨୯ ।
ତିଆରିଣ ବାହୁଡିଲେ ପାରେଶ୍ୱରଙ୍କ ସୁତ
ପ୍ରୟାଗେଣ ପ୍ରବେଶ ହୋଇଲେକ ତପୋବନ୍ତ । ୩୦ ।
ହସ୍ତିନାରେ ପ୍ରବେଶ ଯାଇ ହୋଇଲେ ଦେବୀ କୋନ୍ତେ
ସଞ୍ଜୟେ କହିଲେ ଧୃତରାଷ୍ଟଙ୍କ ଅଗ୍ରତେ । ୩୧ ।
ଭୋ ଧୃତରାଷ୍ଟ ଆଣିଲୁ ଆମ୍ଭେ କୋଇନ୍ତାଙ୍କୁ
କୋଳେ ନେଇ ଦିଲେ ନନ୍ଦନ ସହଦେବଙ୍କୁ । ୩୨ ।
ହୃଦେ ଭରିଣ ସେ ବୋଲଇ ଅନ୍ଧରାୟେ
ୟେହେନେକ ଅରକ୍ଷିତ ତୁ ହୋଇଲୁରେ ତନୟେ । ୩୩ ।
କ୍ରୋଧ ସମ୍ଭାଳମ ସେ କଲେକ ସମସ୍ତେ
ଗରୁ ଚିନ୍ତାଭରେ ସେ ରହିଲେ କୋଇନ୍ତେ । ୩୪ ।
ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ
ୟେ ପଞ୍ଚାନନ୍ଦନ ଯେ ହୋଇଲେ ୟେକଠାବ । ୩୫-୩୨୬୯ ।
ରାଜକୁମାରଙ୍କ ବିଦ୍ୟାଶିକ୍ଷା ପ୍ରସଙ୍ଗେ ଦ୍ରୋଣଙ୍କ ଜନ୍ମ ଉପାଖ୍ୟାନ
ବଦୟନ୍ତି ଅଗସ୍ତି ଶୁଣ ହୋ ଯୁଗପତି
ପଞ୍ଚୁପୁତ୍ର ପାଳି ରହିଲେ ଦେବୀ କୋନ୍ତୀ । ୧ ।
କାଶୀପତିବୋଲି କର ୟେକଇ ଦ୍ୱିଜବର
ପାଠ ଗୁରୁ ହୋଇଲେ ସେ ସବୁ ଭାଇଙ୍କର । ୨ ।
ଧୃତରାଷ୍ଟ ବୋଇଲେ ଭୀଷ୍ମଙ୍କର ପାଶେ
ସମସ୍ତ ପୁତ୍ରମାନଙ୍କୁ ବିଦ୍ୟା ଶିଖାଅ ଆଦେଶେ । ୩ ।
ଭାଗ୍ୟବର ବିଦ୍ୟାଗୁରୁ ହୋଇଲେ ତୁମ୍ଭଙ୍କୁ
ସେ ବିଦ୍ୟା ପ୍ରସନ୍ନେ ଯେ ଶିଖାଅ ପୁଅଙ୍କୁ । ୪ ।
ଇନ୍ଦ୍ରପ୍ରଶସ୍ତ କତିରେ ହିରଣ୍ୟକ ବନ
ତହିଂ ନେଇ ଆଖଡା କଲେ ଗୋପ୍ୟ ଥାନ । ୫ ।
ଭୀଷ୍ମେ ବିଦ୍ୟାଗୁରୁ ହୋଇଲେ ଆଖଡାର
ବିଦ୍ୟା ଆରମ୍ଭ ଯେ କଲେ କ୍ଷତ୍ରି ବର । ୬ ।
ସକାଳ ମଧ୍ୟାହ୍ନ ଦୁଇବେଳ ଆଖଡା
ଦ୍ୱିପ୍ରହରେ ସର୍ବ ପାଠ ପଢନ୍ତି ସର୍ବ ବୀରା । ୭ ।
ବଇବସୁତ ମନୁ ଯେ ପଚାରିଲେ ବ୍ରହ୍ମଚାରୀ
ଭୀଷ୍ମେ ବିଦ୍ୟାଗୁରୁ ହୋଇଲେ ଦଣ୍ଡଧାରୀ । ୮ ।
ଦ୍ରୋଣେ ବିଦ୍ୟାଗୁରୁ ହୋଇଲେ କେମନ୍ତେ
କାହିଂ ଯାଇ ମିଳିଲେ ସେ ଭାରଦ୍ୱାଦଶଙ୍କ ସୁତେ । ୯ ।
ଭାରଦ୍ୱାଦଶଙ୍କ ନନ୍ଦନ ଅଟନ୍ତି ଗୁରୁ ଦ୍ରୋଣେ
କ୍ଷତ୍ରୀ ବିଦ୍ୟା ସେ କାହିଂ ପାଇଲେ କି କାରଣେ । ୧୦ ।
ୟେଥର ଚରିତ ମୋରେ କହିବା ତପନିଷ୍ଠି
ଶୁଣିଣ ଭ୍ରାନ୍ତି ମନରୁ ଯାଉ ମୋର ଫିଟି । ୧୧ ।
ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ
କଶ୍ୟପ ଗୋତ୍ରୀ ଯେ ଅଟନ୍ତି ଶତମନୁ । ୧୨ ।
ଶତମନୁର ପୁତ୍ର ତାରଣ ମହଋଷି
ଅଜମୀଢ ବୋଲି କରି ୟେହାଙ୍କର ଶିଷି । ୧୩ ।
ଅଜମୀଢ ନନ୍ଦନ ଅଟଇ କୃତକେଶୀ
ବ୍ରହ୍ମରାକ୍ଷସ ହୋଇ ସେ ଅନେକ ଜୀବ ନାଶି । ୧୪ ।
କୃଷ୍ଣ ଅବତାରେ ତାକୁ ମାଇଲେ ଦେବ ହରି
ୟେହାର ନନ୍ଦନ ଯେ ଅଟଇ ସଉଭରି । ୧୫ ।
ସଉଭରିର ନନ୍ଦନ ନାରାୟଣ ମହଋଷି
ସ୍ୱୟେଂଣ ତପୋବନ୍ତ ପୁରୁଷ ତପସ୍ୱୀ । ୧୬ ।
ନାରାୟଣର ନନ୍ଦନ ମଦନ ତପୋବନ୍ତା
ୟେହାର ନନ୍ଦନ ନାମ ହେଲା ବ୍ରହ୍ମବେତ୍ତା । ୧୭ ।
ବ୍ରହ୍ମବେତ୍ତାର ନନ୍ଦନ ଶରଦ ମହଋଷି
ଭାନୁବନ୍ତବୋଲି କରି ଏହାଙ୍କର ଶିଷି । ୧୮ ।
ଭାନୁବନ୍ତର ନନ୍ଦନ ସୁଦେବ ବ୍ରାହ୍ମଣ
ତାହାଙ୍କର ନନ୍ଦନ ମାରକଣ୍ଡ ଦେବ ଜାଣ । ୧୯ ।
ମାରକଣ୍ଡର ନନ୍ଦନ ତୀରଣ ତେଜ ମୁନି
ତାହାର ନନ୍ଦନ ଅଟଇ ଶାନ୍ତିପନୀ । ୨୦ ।
ୟେହାଙ୍କର ନନ୍ଦନ ଅରୁଣ ମହଋଷି
ଜଳଦ ବୋଲିଣ ୟେହାଙ୍କର ଶିଷି । ୨୧ ।
ଜଳଦର ନନ୍ଦନ ଦ୍ୱାଦଶ ବିଶ୍ୱଦେବା
ୟେ ସେ ମୃଗପାଳ ଖଟନ୍ତି ମଘବା । ୨୨ ।
ଦ୍ୱାଦଶ ବିଶ୍ୱଦେବାୟେ ସଂଘରଣ କଲେ ରତି
ବିଭା ହୋଇଣ ସେ ଉପେକ୍ଷିଲେ ଯୁବତୀ । ୨୩ ।
ପୁରୁଷ ନପୁଂସକ ସେ ହୋଇଲେ ମହାଯତି
ନିରାଶି ଭାଙ୍ଗିଲେ ସେ ଅନଙ୍ଗ ଦର୍ପ ମୂର୍ତ୍ତି । ୨୪ ।
ବ୍ୟାସେ କହିଲେ ସେ ଅପୁତ୍ରିକ ହୋଇଲେ
ଯମ ଶାସ୍ତି ଦିଅଇ ସଂଜୀବନୀ ପୁର ଗଲେ । ୨୫ ।



୧୪ ।୧ ଅନନ୍ତ ନନ୍ଦନ ଅଟଇ କୃତକେଶୀ ।
୨୦ ।୧ ତୀରଣ ତେଜ-ତୀର୍ଣ୍ଣତେଜ
୨୦ ।୨ ଶାନ୍ତିପନୀ-ସାନ୍ଦୀପନୀ
୨୩ ।୧ ସଂଘରଣ-ସଂହରଣ-ତ୍ୟାଗ
ଅନେକ ପାତକ ଯେବେ ମଧ୍ୟ ପୁରେ କରି ଥିବ
ସନ୍ତାନ ଥିଲେ ୟେହାନ୍ତ ଦଣ୍ଡି ନ ପାରଇ ଯମଦେବ । ୨୬ ।
ଧର୍ମଲୋକ ବିଚାରି ବୋଲନ୍ତି ୟେହାନ୍ତ ନ ଦିଅ ଶାସ୍ତି
ମଞ୍ଚେ ସନ୍ତାନ ଅଛି ୟେହାକୁ କରିବେ ସଦଗତି । ୨୭ ।
ପୁତ୍ର ଯେବେ ୟେହାଙ୍କର ନ କରିବ ଧର୍ମ ବାଟ
ତେତେ ବେଳେ ପଛେ ୟେହାର ମାଂସ କାଟ । ୨୮ ।
ଅପୁତ୍ରିକ ହୋଇ ଯେ ମରନ୍ତି ଯେବଣ ପ୍ରାଣୀ
ଧାତିକାରେ ନାଶକର ତାକୁ ଶାସ୍ତି ଦିଅଇ ଆଣି । ୨୯ ।
ସନ୍ତାନ ଯାହାର ଗୋଟିୟେ ଥାଇ ପିତାର ମରନ୍ତେ
ପିତାକୁ ଯମ ଶାସ୍ତି ଦେଇ ନ ପାରଇ ସେ ପୁତ୍ର ମରିବା ପରିଯନ୍ତେ । ୩୦ ।
ବିଶ୍ୱଦେବାୟେ ଶୁଣିଲେ ବ୍ୟାସଙ୍କର ପୁରାଣେ
ପୁତ୍ର ଜାତ କରିବାକୁ ଇଛନ୍ତି ପୁଣ ମନେ । ୩୧ ।
କାମସେଣା ନାମେଣ ୟେକଇ ଅପକ୍ଷରୀ
ବାସବ ଦେବତାର ସଙ୍ଗେ ସେ କ୍ରୀଡା ରଙ୍ଗ କରି । ୩୨ ।
କାମ କୁତୁହୋଳେ ସେ ପ୍ରେମରସ ଭରେ
ଇନ୍ଦ୍ର ଦେବତାଙ୍କୁ ସେ ନିନ୍ଦା କଲାକ ଶୃଙ୍ଗାରେ । ୩୩ ।
ବୋଇଲା ଇନ୍ଦ୍ର ତୁ ହୋ ମୋତେ ରମଣେ ନୋହୁ ସରି
ଅଭୟେ କାମେନୀ ସେଇନ୍ଦ୍ରକୁ ତଳେ ପାଡି । ୩୪ ।
କରଇ ରମଣ ସେ ଇନ୍ଦ୍ର ବାସବର ଉପରେଣ ଉଠି
ଇନ୍ଦ୍ର ଦେବତା ତାହାକୁ ବିକୋତିଲା ତଦ୍ୟାପି ନ ପାରିଲା ଉଠି ଫୁଟି । ୩୫ ।
କାମ ଖଳିତ ଯହୁଂ ହୋଇଲାକ ବାଳୀ
ଅଚେତ ହୋଇ ପଲଙ୍କ ତଳେ ପଡିଲା ସେ ଢଳି । ୩୬ ।
ଇନ୍ଦ୍ର ଦେବତାଙ୍କ ଶରୀରେ ବିଦାରଣ ନଖ, ଦନ୍ତ, ଘାୟେ
ଶରୀର ଯାକ ବିକୋତିଲା କଣ୍ଟିଲତା ପ୍ରାୟେ । ୩୭ ।
କାମ କାଳେ ତାହାର ଗୋଚର ନ ଗଲା
ଶୃଙ୍ଗାର ନିଗ୍ରହେ ଇନ୍ଦ୍ର ଦେବତାର କୋପ ଯେ ବଢିଲା । ୩୮ ।
ମୁହିଂ ରତି ଶାହାସ୍ରେଣ ନିର୍ଜିତା ବେଶ୍ୟାନ୍ତ ବିକୋତି
କୋଟିୟେ ବିଳାସୁଣୀ ମୁଂ ରମଣ କରଇ ନିତି । ୩୯ ।
ତୋତେ ହାରିଲି ମୁଂ ଶୃଙ୍ଗାର ରତିକାଳେ
ପୁରୁଷ କୁଳକୁ ଦୁଷିଲୁ ତୁ ଅମର ମଣ୍ଡଳେ । ୪୦ ।
ମୋହୋରେ ତ୍ରିପୁତି ତୁ ନୋହିଲୁ ଶୃଙ୍ଗାରେ
ବାତୁଳୀ ହୋଇ ତୁ ଲୋ ବୁଲ ମଧ୍ୟପୁରେ । ୪୧ ।
ଅଭାବେ ଭ୍ରମ ତୁ ଲୋ ଲାଜ କର ଉପେକ୍ଷା
ଥନ ଜାନୁ ଭବମାର୍ଗ ତୋର ମଞ୍ଚପୁରେ ଦେଖା । ୪୨ ।
ମଞ୍ଚେଣ ବୁଲୁଥିବୁ ତୁ ଉଲଗ୍ନସାହୀ ହୋଇ
ସମସ୍ତେ ଶୃଙ୍ଗାର ତୋତେ କରନ୍ତୁ ଥନ ଜାନୁ ଚାହିଂ । ୪୩ ।
ମୋହୋରେ ତ୍ରିପୁତି ଯେ ନୋହିଲୁ ରତିକାଳେ
ଲକ୍ଷେ ଇନ୍ଦ୍ରି ଭୋଗ କର ତୁ ଲୋ ମଞ୍ଚମଣ୍ଡଳେ । ୪୪ । ସଂଖ୍ୟା
କାର୍ପୁଣ୍ୟ ହୋଇ ବାଳୀ କହଇ ଉତ୍ତର
ଭୋ ବାସବ ଦେବତା ମୋତେ କର ପ୍ରତିକାର । ୪୫ ।
ସ୍ତିରୀ ହୋଇଣ ମୁଂ ହୋଇଲି ମହାଗର୍ବୀ
ପ୍ରକୃତି ଜାଣି ନୁଆରିଲି ମୁହିଂ ସେବି । ୪୬ ।
ମୁହିଂ ଅମର ଅଷ୍ଟ ନାୟେକାରେ ଅଟଇ ୟେକ
କେତେ କାଳରେ ଖଣ୍ଡିବି ମୋହୋର ପାତେକ । ୪୭ ।
ଭାବିନୀ ଭାବେ ପୁଣି ଦୟା କଲେ ଇନ୍ଦ୍ର
ତ୍ରେତୟା ଯୁଗେ ତୁ ଅନେକ କରାଇବୁ ମନ୍ଦ । ୪୮ ।
ତ୍ରେତୟା ଯୁଗ ତେରଲକ୍ଷ ପଞ୍ଚଚାଳିଶ ସହସ୍ର ବରଷ ପରିଯନ୍ତେ
ବିଶ୍ୱେ ଦେବତାୟେ ତୋତେ ରମନ୍ତୁ ତ୍ରେତୟା ଯୁଗ ଅନ୍ତେ । ୪୯ । ସଂଖ୍ୟା
ତାହାଙ୍କର ବୀର୍ଯ୍ୟେ ଉପୁଜିବ ୟେକ ପୁତ୍ର
ସେ ପୁତ୍ର ଦର୍ଶନ ମାତ୍ରେ ତୋତେ ସ୍ୱର୍ଗ ହୋଉ ପରାପତ । ୫୦ ।
ୟେସନେକ ଶାପ ଯହୁଂ ଦିଲେ ପୁରନ୍ଦର
ମଞ୍ଚେ ଆସି ବାତୁଳୀ ହୋଇଣ ସେ ବୁଲଇ ବନସ୍ତର । ୫୧ ।
ତ୍ରିଭୁବନ ମୋହିନୀ ସେ ଅପୂର୍ବ ଚଞ୍ଚଳା
ଥନ ଜାନୁ ଦେଖାଇ ସେ ବୁଲଇ ଲଙ୍ଗଳା । ୫୨ ।
ବିଶ୍ୱ ଦେବତାୟେ ତାକୁ ଦେଖନ୍ତି ନିତି ପ୍ରତି
ୟେହୁ ଦେଖଇ ତାକୁ ଇଛାୟେ କରଇ ରତି । ୫୩ ।



୪୫ ।୧ କିଙ୍କର ହୋଇ ବାଳୀ କହଇ ଉତ୍ତର ।
କାମେନୀକୁ ଗାଢେ ଶାପ ଦିଲେ ସୁରସାଇଂ
ଶାପ ଚେରେଷ୍ଟା ଲାଗିଲା ହୋଇଲା ସେ କାମେ ବାଇ । ୫୪ ।
ତୁଳ ମାସ କୃଷ୍ଣପକ୍ଷ ଦ୍ୱିତୀୟାର ତିଥି
ଦ୍ୱିଜା ନକ୍ଷତ୍ର ଯେ ବାର ବୃହସ୍ପତି । ୫୫ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
କୌଳବ ନାମେ କରଣ ବ୍ୟତିପାତ ନାମେ ଯୋଗ
ତୁଳ ସଂକ୍ରାନ୍ତିକି ଚାରି ଦିବସ ଯାଇ ଭୋଗ । ୫୬ ।
ସେ ଦିନ ଭ୍ରମିଣ ଯାଉଛି ବାତୁଳୀ
ଉତ୍ରାଙ୍କୁର ତୀର୍ଥରେ ସେ ଶରୀର ପଖାଳି । ୫୭ ।
କଣୟ ଗିରି ଉପରେ ଅଛଇ ବାଳୀ ଶୋଇ
ଦ୍ୱାଦଶ ପୁରୁଷ ଯେ ମୋହ ଗଲେ ଚାହିଂ । ୫୮ । ସଂଖ୍ୟା
ବୋଇଲେ ଅଟଇ ୟେ ତ ଆକାଶର ଅପକ୍ଷରୀ
ଅତି ଗର୍ବେ ୟେହାକୁ ଶାପ ଦିଲେ ବଜ୍ରଧାରୀ । ୫୯ ।
ୟେହାର ତୁଲେ ହୋ ସଭିୟେ ରମଣ କର
ଅବିକ୍ଷଣେ ଧ୍ୟାୟେ କରି ଶୃଙ୍ଗାର । ୬୦ ।
ସମସ୍ତେ ଛାଡିବା ହୋ ୟେକ ଯୋଗ କରି ବୀର୍ଯ୍ୟ
ବିତକ୍ଷଣ ହୋଇଣ ୟେଥୁଂ ଉପୁଜିବ ଆତ୍ମଜ । ୬୧ ।
ବନେ ପର୍ବତେ ତ ୟେକା ଅଛଇ ଯୁବତୀ
ବିଶ୍ୱଦେବାୟେ ତାହାକୁ ଶୃଙ୍ଗାର କଲେ ଧାତି । ୬୨ ।
ରତି ଭୋଗ କଲେ ସେ ଦ୍ୱାଦଶ ବିଶ୍ୱଦେବ
ସବୁହିଂ ବୀର୍ଯ୍ୟ ପ୍ରଦାନ କଲେ ଭବ । ୬୩ ।
ଦ୍ୱାଦଶ ବୀର୍ଯ୍ୟ ୟେକା ଗର୍ଭେଣ ରହିଲା
ୟେକଇ ପୁତ୍ର ସେ ମହାଭାରା ପାଇଲା । ୬୪ । ସଂଖ୍ୟା
କକାଡା ମାସ ଆବର ପୂର୍ଣ୍ଣିମାର ରାତ୍ର
ରବିବାର କୁମ୍ଭ ରାଶି ଶତଭିଷା ନକ୍ଷତ୍ର । ୬୫ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ବିଷ୍ଟି ନାମେ କରଣ ଅତିଗଣ୍ଡ ଯୋଗ
କକଡା ସଂକରାନ୍ତିର ନବଦିନ ଭୋଗ । ୬୬ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର



୬୩ ଦ୍ୱାଦଶହିଂ ବୀର୍ଯ୍ୟ ଛାଡିଲେ ଅସମ୍ଭବ ।
 ସବୁରି ବୀର୍ଯ୍ୟ ପ୍ରଦାନ କଲେ ଗର୍ଭ ।
୬୧ ବିତକ୍ଷଣ-ବିଚକ୍ଷଣ
ତିଥି ବାର ନକ୍ଷତ୍ର ଯେ ଚନ୍ଦ୍ର ଯୋଗବଳେ
ପୁତ୍ରେକ ଉପୁଜିଲା ଯେ ମହାନିଶା କାଳେ । ୬୭ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
କୁମର ମହାପ୍ରତାପୀ ମହାଭୀଷ୍ମ ରୂପୀ
ପେଟ ବିଦାରିଣ ପୁତ୍ର ଜନମ ହୋଇଲେ କ୍ଷେପି । ୬୮ ।
ଦ୍ୱାଦଶ ବଦନ ଦ୍ୱାଦଶ ତାର ଭୁଜ
ଆଦିତ୍ୟକୁ ଲାଗିଲା କୁମାରର ତେଜ । ୬୯ । ସଂଖ୍ୟା
ପୁତ୍ର ଜନ୍ମିଲା ଯେ ମାତା ନାଶ ଗଲା
ବିଶ୍ୱଦେବା ପୁରୁଷ ତାହା କୋଳେଣ ଧଇଲା । ୭୦ ।
ସ୍ୱରୂପ ଦେଖିଣ ତୋଷ ହୋଇଲେ ମହାଯତି
ଦ୍ୱାଦଶ ବଦନ ଯେ ସବୁଙ୍କରି ମୂର୍ତ୍ତି । ୭୧ । ସଂଖ୍ୟା
ମହାଭାରା ପାଇଣ ଯେ ମାତା ନାଶ ଗଲା
ଦ୍ୱାଦଶ ବିଶ୍ୱଦେବାଙ୍କ ବୀର୍ଯ୍ୟ ସଂହରି ହୋଇଲା । ୭୨ । ସଂଖ୍ୟା
ପୁତ୍ର କୋଳେ ଧରି ସେ ଦ୍ୱାଦଶ ପୁରୁଷ
ତୋଷେଣ ନାମ ତାକୁ ଦିଲେ ଭାରଦ୍ୱାଦଶ । ୭୩ । ସଂଖ୍ୟା
ପୁତ୍ର ଉପୁଜାଇ ସେ ବାତୁଳୀ ନାଶ ଗଲା
ଅମର ପୁରେ ସୁରନାଥଙ୍କୁ ଦ୍ରଶନ ସେହୁ କଲା । ୭୪ ।
ଦେଖିଣ ସାନନ୍ଦ ଯେ ହୋଇଲେ ମଘବାନ
ଶାପକୁ ଅନଗୃହ କଲେ ସୁରରାଜ ପୁଣ । ୭୫ ।
ବିଶ୍ୱଦେବା ସମର୍ପିଲେ ଯଦୁ ମହାଋଷିଙ୍କି
ସେ ନେଇ ପାଳିଲେ ଅଗ୍ୟାନ ବାଳ ଶିଷିକି । ୭୬-୩୩୪୬ ।



୭୨ ।୨ ଦ୍ୱାଦଶ ବିଶ୍ୱଦେବା ବୀର୍ଯ୍ୟ ସଙ୍ଗ ହେଲା ।
 ଦ୍ୱାଦଶ ବିଶ୍ୱଦେବାଙ୍କ ସଙ୍ଗମେ ହୋଇଲା ।
ଦ୍ରୋଣଙ୍କ ଜନ୍ମ ଓ କୃପୀସହ ବିବାହ
ବଦୟନ୍ତି ଅଗସ୍ତି ଶୁଣ ବୈବସୁତ ମନୁ
ୟେ ସେ ଭାରଦ୍ୱାଦଶ ବଢିଲା ବ୍ରହ୍ମଗ୍ୟାନୁଂ । ୧ ।
ଆହୋ ମନ୍ଦପାଳ ଋଷିଙ୍କର ଭାର୍ଯ୍ୟା ଭାନୁମତୀ
ତାହାର ନନ୍ଦନୀ ଯେ ଶ୍ରିୟା ସରସ୍ୱତୀ । ୨ ।
ଭାରଦ୍ୱାଦଶେ ପ୍ରଦାନ ହୋଇଲେ ସେ କନ୍ୟାକୁ
ବନ୍ଦାପନା କାଳୁଂ ରମଣ ନ କଲା ଯେ ତାକୁ । ୩ ।
ତପରେଣ ଇନ୍ଦ୍ରି ମାଇଲେ ବ୍ରହ୍ମଋଷି
ଶିଷୁମୁନା ଟେକି ସେ ହୋଇଲେ ତପବାସୀ । ୪ ।
ସେ ଶ୍ରିୟା ଭଗତି ହୋଇ ଥାଇ ଅନୁବ୍ରତେ
ଶୃଙ୍ଗାର ଲେଛଇଲେ ସେ ଶତବରଷ ପରିଯନ୍ତେ । ୫ । ସଂଖ୍ୟା
ପ୍ରୟାଗ ତୀର୍ଥରେ ପୁରାଣ ପଢୁଅଛନ୍ତି ଅଗସ୍ତି
ଯେତେ ଥିଲେ ତପ, ସନ୍ତାନ ନ ଥିଲେ ନାହିଂ ସଦଗତି । ୬ ।
ୟେସନେକ ଚରିତ ଶୁଣିଲେ ପୁରାଣ ବଚନେ
ଅନେକ ବିରସ ବାଳୀ ସନ୍ତାନ ବିହୁନେ । ୭ ।
ଶ୍ରିୟା ପୁଛା କଲେ ପୁରାଣ ବେଳେ ଅଗସ୍ତିଙ୍କି
ସ୍ୱାମୀ ପରଦାରା ଶୃଙ୍ଗାର କଲେ କିସ ଦୋଷ ସ୍ତିରୀକି । ୮ ।
ଅଗସ୍ତି ବୋଇଲେ ମା ଗୋ କରିବାନା ଉପାୟେ
ଅଷ୍ଟ ପ୍ରକାରେ ଜାତ କରିବା ଅଛି ତ ତନୟେ । ୯ ।
ନିଜ ସ୍ୱାମୀ ବୀର୍ଯ୍ୟେ ଯେବେ ନୋହିଲା ସନ୍ତତି
ଯଗଂ୍ୟ କରାଇ ସେ ସନ୍ତାନ କରିବ ଉତପତ୍ତି । ୧୦ ।
ତେଣେ ପୁତ୍ର ଯେବେ ନୋହିଲାକ ଜାତ
ତୀର୍ଥ ସେ ପଶି ଲୋଡିବ ଯେ ଫଳ ପ୍ରାପତ । ୧୧ ।
ୟେମନ୍ତେ ହେଂ ଯେବେ ନୋହିଲା ସନ୍ତାନ
ରାମାୟଣ ଶୁଣ ମା ଗୋ ଆଦି ଅନ୍ତ ମଧ୍ୟମାନ । ୧୨ ।
ତେତେ ବାଗେ ଯେବେ ନୋହିଲା ସନ୍ତାନ
ପର ପୁତ୍ର ଗୋଟିଏ କିଣି କରିବ ପାଳନ । ୧୩ ।
ତହିଂରେ ଯେବେ ପୁତ୍ର ନ ପାଇବ ଲୋଡି
ପରଦାରା କରାଇ ହୋଇବ ଦୋଚାରୀ । ୧୪ ।
ତେତେ ବାଗେ ଯେବେ ନୋହିବ ଆତ୍ମଜା
ଧର୍ମ ଅର୍ଥେ ବିଭା ହୋଇବା ଆପଣା ଭଣଞ୍ଜା । ୧୫ ।



୧୧ ।୨ ତୀର୍ଥରେ ପଶି ଲୋଡିବ ଭଲ ପଦାର୍ଥ ।
ୟେତେ ବାଗେ ଯେବେ ନୋହିବ ସନ୍ତତି
ବାଟେ ବୃକ୍ଷ ଲଗାଇବା ବୋଇଲେ ଅଗସ୍ତି । ୧୬ ।
ଅଷ୍ଟ ପ୍ରକାରେଣ ସନ୍ତତି ଜାତ କଥା
ସ୍ତିରୀ ଜନମାନଙ୍କୁ ଗୋ ବଡ ଦୁଲ୍ଲଭ ଅଟଇ ମାତା । ୧୭ ।
ୟେତେ ବାଗେ ଯେବେ ନୁଆରିଲା ସନ୍ତତି ଜାତ କରି
ପ୍ରାଗେ ଝାସିଲେ ହୋଅଇ ଅପୁତ୍ରିକ ଦୋଷୁଂ ତରି । ୧୮ ।
ପ୍ରାଗ ତ୍ରିବେଣୀରେ ଝାସିଲେ ଫିଟଇ ଅପୁତ୍ରିକ ଦୋଷ
ଯମ ଦେବତା ଆସି ନୁଆରନ୍ତିଟି ତାହାର ପାଶ । ୧୯ ।
ପୁରାଣ ବାକ୍ୟ ଯହୁଂ କହିଲେ ଅଗସ୍ତି
ଶୁଣି ବିସରିଲେ ସେ ଶ୍ରିୟା ସରସ୍ୱତୀ । ୨୦ ।
ସେହି ବାଞ୍ଛା ବଚ ତଳେଣ ଦେବୀ ବସି
ଦ୍ରୋଣ ପକ୍ଷୀକି ଭଗତି ଭାବେ ଭାବିଲା ଶୁଭ୍ରକେଶୀ । ୨୧ ।
ଶତେ ବରଷ ଲୟେ କଲା ମହାସତୀ
ଦେଖିଣ ବୋଇଲେ ଦ୍ରୋଣ ପନ୍ଥୀ ମହାଯତି । ୨୨ । ସଂଖ୍ୟା
ଧର୍ମ ପକ୍ଷୀ ବୋଇଲେ ବର ତୁ ମାଗରେ ଶ୍ରିୟା
ବିନୟ ଭାବେ ବୋଇଲେ ଭାରଦ୍ୱାଦଶଙ୍କର ପ୍ରିୟା । ୨୩ ।
ଭୋ ଧର୍ମ ପକ୍ଷୀ ମୋତେ ଅନଗୃହ କରିବା
ଅତିଭିଗଂ୍ୟ କରିଣ ମୋତେ ପୁତ୍ର ଗୋଟିୟେକ ଦେବା । ୨୪ ।
ଅତି ନିରେଖ ଦେଖି ଦୟା କଲେ ଧର୍ମ ପକ୍ଷୀ
ହୃଦଗତେ ଦୟା ବସିଲା ତାହାର କଷ୍ଟ ଦେଖି । ୨୫ ।
ଦକ୍ଷ ଣ ଅଂଗୁ ପକ୍ଷ ଦେଲେ ଡିମ୍ୱ ଯେ ଗୋଟିୟେ
ୟେହା ନେଇଣ ଯତନ କରସି ଗୋ ମାୟେ । ୨୬ ।
ୟେଥୁଂ ଉତପତ୍ତି ହୋଇବ ଯେବଣ ପୁତ୍ର ସନ୍ତତି
ମହାଭିଗଂ୍ୟ ବଳବନ୍ତା ସେ ହୋଇବ ମହାଛତ୍ରୀ । ୨୭ ।



୧୬ ।୨ ବାଟେ ରୂପିଲେ ସେ ଖଣ୍ଡଇ ଦୁର୍ଗତି
 ଗହନ ବନ ପଥେ ଜଳଛତ୍ର ଦେବ କହିଲେ ଅଗସ୍ତି (ପା)
୧୭ ଅଷ୍ଟ ପ୍ରକାରେଣ ସନ୍ତତି ଜାତ କଥା ।
 ସ୍ତିରୀ ଜନ୍ମ ଗୋ ବଡ ଦୁଲ୍ଲଭ ଅଟଇ ମାତା । (ପା)
୨୦ ।୨ ବିସରିଲେ-ବିଚାରିଲେ
ଦ୍ରୋଣ ପକ୍ଷୀ ଡିମ୍ୱ ଘେନିଣ ସେ ଶ୍ରିୟା ସରସ୍ୱତୀ
ସେହି ପ୍ରାଗ ତୀର୍ଥେ ତାହାକଇ ଧରିଥାଇ ନିତି । ୨୮ ।
ପଞ୍ଚଦଶ ବରଷେ ସେ ଫୁଟିଲା ଡିମ୍ୱ ଗୋଟି
ମହାବ୍ରହ୍ମେ ପୁତ୍ରେକ ବାହର ହେଲା ଡିମ୍ୱ ଫୁଟି । ୨୯ । ସଂଖ୍ୟା
ମନିଷର ଶରୀର ହୋ ଧର୍ମ ପକ୍ଷୀର ବଦନ
ସୂଚୀମୁଖ ଓଷ୍ଠ ରକତ ତାମ୍ର ବର୍ଣ୍ଣ । ୩୦ ।
ବେନି ଭୁଜେଣ ଅଛି ପକ୍ଷ ଲତାୟେ ଲତାୟେ
ପ୍ରତକ୍ଷେ ଦିଶଇ ସେ ଗରୁଡ ପକ୍ଷୀର ପରାୟେ । ୩୧ ।
ଦେଖିଣ ସନ୍ତୋଷ ହୋଇଲେ ଭାର ଯେ ଦ୍ୱାଦଶେ
ଦ୍ରୋଣ ପକ୍ଷୀ ପରସାଦେ ପାଇଲାଟି ୟେହେନେକ ଶିଷେ । ୩୨ । ସଂଖ୍ୟା
କୁମାରକୁ ତୋଳିଣ ଧଇଲେ ତପନିଷ୍ଠି
ବୋଇଲେ ୟେହାର ନାମ ହୋଉ ଦ୍ରୋଣ ଗୋଟି । ୩୩ ।
ଅଗସ୍ତି ବୋଇଲେ ଶୁମ ବଇବସୁତ ମନୁ
ସେ ଦ୍ରୋଣ ହୋଇଲେ ଭାରଦ୍ୱାଦଶଙ୍କ ତନୁ । ୩୪ ।
ଅତି ଯତନ କରି ସେ କୁମାରନ୍ତ ପାଳିଲେ
ସପତ ବରଷେ ସେତାକୁ ବଡୁବ୍ରତ କଲେ । ୩୫ । ସଂଖ୍ୟା
ଆହୋ କୁଶବ୍ରହ୍ମା ବୋଲି ସେଶୁକବ୍ରହ୍ମର ବଳା
ପ୍ରଜାପତିଙ୍କର ଗୋତ୍ରେ ସେ, ତାହାର ତେଜ ଅନର୍ଗଳା । ୩୬ ।
କୁଶବ୍ରହ୍ମଙ୍କର ପୁତ୍ର ଯେ ଆଚାର୍ଯ୍ୟେ
ତାହାଙ୍କର କୃପୀ ବୋଲିଣ ଭଗ୍ନୀ ଯେ । ୩୭ ।
ଭାରଦ୍ୱାଦଶ ସେ କନ୍ୟାକୁ ସୁସଞ୍ଚ ଦେଖି
ଦ୍ରୋଣକୁ ବିଭା କରାଇଲେ ସେ କୁମାରୀ କୃପୀକି । ୩୮ ।
କୃପୀ କନ୍ୟାକୁ ଘେନି ଦ୍ରୋଣେ ଯେ ଅଇଲେ
ବାଳୁତ କାଳୁଂ ସେ ତୀର୍ଥବାସୀ ତ ହୋଇଲେ । ୩୯ ।
ଚନ୍ଦ୍ରଭାଗା ତୀର୍ଥେ ସେ ଭେଟିଲେ ପ୍ରଶୁରାମକୁ
ଜମଦଗ୍ନିଙ୍କ ନନ୍ଦନ ପଚାରିଲେ ଦ୍ରୋଣଙ୍କୁ । ୪୦ ।
ବେଦ ଆଧ୍ୟାନ ଜାଣୁ ନି ଟିକି ବାବୁ
ମହାମନ୍ତର ଉଂକାର କରନି ଆମ୍ଭେ ପରୀକ୍ଷ କରିବୁଂ । ୪୧ ।
ଯଦୁର୍ବେଦ ଉଂକାରିଲେ ଭୂତ ଯେ ଭବିଷ୍ୟେ
ବ୍ରହ୍ମାଣ୍ଡ କ-ିଲା ସେ ମହାମନ୍ତ୍ର ତ୍ରାସେ । ୪୨ ।
ପ୍ରଶୁରାମ ଅଛନ୍ତି ପ୍ରାଗବଟ ତୀର୍ଥେ
ଆସନ କ-ିଲା ଜମଦଗ୍ନିଙ୍କର ସୁତେ । ୪୩ ।
କ୍ଷଣକେ ବିଶ୍ରାମ ନାହିଂ ମହାବ୍ରହ୍ମ ତପୀ
ତୀର୍ଥବାସେ ଆଗମନ ଯେ ଶହସ୍ର ଧର୍ମ ଆରୋପି । ୪୪ । ସଂଖ୍ୟା
ମକର ମାସେ ଦାନ ଦେଇଅଛନ୍ତି ପ୍ରାଗେ
ଛତ୍ରିବିଦ୍ୟା ଛାଡି ପଶିଲେ ଧର୍ମ ମାର୍ଗେ । ୪୫ ।
ଦ୍ରୋଣ ରହିଅଛନ୍ତି ଯେ ଆକାଶ ଗଙ୍ଗା କୂଳେ
ଭିକ୍ଷାପାତ୍ର କରି ବ୍ରତିଲେ ଧର୍ମ ବଳେ । ୪୬ ।
ଭିକ୍ଷାପାତ୍ର ଧରି ବଞ୍ଚନ୍ତି ବେନି ପ୍ରାଣୀ
ନଗ୍ରେ ଭିକ୍ଷା ମାଗି ବ୍ରତନ୍ତି ଗଙ୍ଗାକୂଳେ ଆଣି । ୪୭-୩୩୯୩ ।



୪୨ ।୧ ଯଦୁର୍ବେଦ ଅଭ୍ୟାସ କଲେକ ହରଷେ । (ପା)
ଦ୍ରୋଣ ଓ ଦ୍ରୁପଦଙ୍କ ଚରିତ
ଶୁଣ ହୋ ସେ ପଞ୍ଚାଳ ଦେଶର ରାଜା ଯେ ଦ୍ରୋପତ
ତାହାର ବଇରି ଯେ ଅଟଇ କିରାତ । ୧ ।
ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ଗୁରୁବାର
କିରାତ ଦଣ୍ଡ କଲା ଦ୍ରୋପଦ ଉପର । ୨ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ଦ୍ରୋପଦ କିରାତର ହୋଇଲା ଅନେକ ଯୁଦ୍ଧ
ବହୁତ ଯୋଦ୍ଧାୟେ ପଡିଲେ ସାଂଗ୍ରାମର ମଧ୍ୟ । ୩ ।
ସାଂଗ୍ରାମରେ ଅପ୍ରାଂଜୟେ ପାଇଲେ ଦ୍ରୋପଦ
ଦଣ୍ଡ ଭଗ୍ନ ହୋଇ ପଳାଇଲେ ପାଂଚାଳ ନରେନ୍ଦ୍ର । ୪ ।
ଭାଜିଣ ଦ୍ରୋପଦ ପଲାଇଲା ରାଜ୍ୟ ଛାଡି
କିରାତ ନୃପତି ବସିଲା ପାଂଚାଳ ଦେଶ ମାଡି । ୫ ।



୧ ।୧ ଦ୍ରୋପଦ, ଦ୍ରୋପତ-ଦ୍ରୁପଦ
୪ ।୧ ଅପ୍ରାଂଜୟେ-ପରାଜୟ ଅର୍ଥରେ
ହତ ରାଜ୍ୟ ହୋଇ ଯେ ଦ୍ରୋପଦ ପଳାଇଲା
ଗଙ୍ଗାକୂଳେ ରାଜା ଭଗନସ୍ତ ହୋଇଣ ରହିଲା । ୬ ।
ମହାଭଇରୋବୀ ଯେ ଗଙ୍ଗା ନଦୀ କୂଳେ
ଦ୍ରୋଣ ରହିଛନ୍ତି ସେ ସ୍ଥାନେ ସର୍ବକାଳେ । ୭ ।
ନିତ୍ୟକର୍ମ ସାରି ଦ୍ରୋଣ ବସିଚନ୍ତି ତପେ
ଦ୍ରୋପଦେଶ୍ୱର ଆସି ମିଳିଲା ସମୀପେ । ୮ ।
ଦ୍ରୋଣଙ୍କୁ ନମସ୍କାର ହୋଇଲେ ଦ୍ରୋପଦ
କଲ୍ୟାଣ ବାଞ୍ଛାକଲେ ରାଜା ତୋତେ ନ ପଡୁ ପ୍ରମାଦ । ୯ ।
କେବଣ ଦେଶର ବୀର ନୃପତି ତୁ ଅଟୁ
ରାଜ୍ୟ ଭାର ତେଜି କି-ା ବନବାସ ଖଟୁ । ୧୦ ।
ବତିଶ ଗୁଣେ ସୁନ୍ଦର ସୁକୁମାର ଅଟଇ ତୋର କାୟେ
ମୃଧୁନା ଅବିଷେକୀ ଅଟୁ ଦିଶୁଛି ହତରାଜ୍ୟ ପ୍ରାୟେ । ୧୧ । ସଂଖ୍ୟା
ଦ୍ରୋପଦ ବୋଇଲେ ତୁମ୍ଭେ ଶୁଣିମା ବ୍ରହ୍ମଚାରୀ
ପାଂଚାଳ ଦେଶର ମୁଂ ଅଟଇ ଅଧିକାରୀ । ୧୨ ।
ମୋହୋର ରାଜ୍ୟକୁ ବାହିଲା କିରାତ ମହୀପାଳେ
ରାଜ୍ୟଭାର ସିଂହାସନ ଘେନିଲା ମୋର ବଳେ । ୧୩ ।
ପାଞ୍ଚାଳ ନୃପତି ମୁଂ ପଞ୍ଚୁକଟକେ ଆଧିପତି
ମୋହୋର ନାମ ଗୋସାଇଂ ଦ୍ରୋପଦ ନୃପତି । ୧୪ ।
ଦ୍ରୋଣ ବୋଇଲେ ସେ ମନ ମନେଣ ବିଚାରି
ତୋହୋର ମୋହୋର ନାମ ୟେକା ଅକ୍ଷରେ ପଡି । ୧୫ ।
ଆମ୍ଭର ନାମ ଦ୍ରୋଣ ତୁମ୍ଭର ନାମ ଦ୍ରୋପତ
ତୁ ମହାରାଜା ଆମ୍ଭର ହୋଇଲୁ ମଇତ୍ର । ୧୬ ।
ଦ୍ରୋପଦ ବୋଇଲା ଦେବ ବୋଲିବାକୁ ନୋହିଲି ମୁଂ କ୍ଷମ
ତୁମ୍ଭେ ମହାଭିଗଂ୍ୟ ଅଟ ହୋ ମହାବ୍ରହ୍ମ । ୧୭ ।
ଠାକୁର ଦାସର ୟେକା ନାମ ହୋଇଲେ
ସେହିକି ମଇତ୍ର ହୋଇବ ଦ୍ରୋପଦ ବୋଇଲେ । ୧୮ ।
ଦ୍ରୋଣେ ବୋଇଲେ ମିତ ହୋଇଲ କି ବାଇ
ନାମର ମଇତ୍ର ହୋ ଅତି ଭାଗ୍ୟରେ ସେ ପାଇ । ୧୯ ।



୧୧ ।୨ ଅବିଷେକୀ-ଅଭିଷେକୀ
ତୋହୋର ମୋହୋର ଅଛିନି ପୀରତି
ଶୁଣିଣ ସାନନ୍ଦ ହୋଇଲେ ଦ୍ରୋପଦ ନୃପତି । ୨୦ ।
ଆହୋ ଦ୍ରୋଣ ଅନେକ ଯେ ଯାଉଛନ୍ତି ଦାନ
ପ୍ରତିଗ୍ରହ କରି ମହାତ୍ମା ଅର୍ଜିଲେ ଅନେକ ଧନ । ୨୧ ।
ମହା ବେଦାନ୍ତୀ ଦେଖି ପ୍ରଶୁରାମ ନୃପତି
ଦ୍ରୋଣକୁ ବହୁତ ଦାନ କଲେ ଭଣ୍ଡାର ଆଧିପତି । ୨୨ ।
ଦ୍ରୋପଦ ରାଜାର ଯହୁଂ ସେ ବିପତ୍ତି ଦେଖିଲେ
ଅନେକ ଧନ ଥିଲା ଦ୍ରୋଣ ଦ୍ରୋପଦକୁ ଦିଲେ । ୨୩ ।
ଅନେକ ଦାନ ଘେନନ୍ତି ଦ୍ରୋପଦର ନିମନ୍ତେ
ଯେସନେକ ଲାଗଇ ଦ୍ରୋଣ ଦିଅନ୍ତି ନିତ୍ୟେ ନିତ୍ୟେ । ୨୪ ।
ରାଜ୍ୟରୁ ନୃପତି ଧନ ଆଣିଥିଲା ଯେତେ
ଥାଠକୁ ଅଣ୍ଟିଲା ନବ ବରଷ ପରିଯନ୍ତେ । ୨୫ । ସଂଖ୍ୟା
ଧର୍ମ ବାସନା ସେ ଅଟଇ ଦ୍ରୋପଦ ନୃପତି
ଆନ ଭୂମି ନ ଲଂଘଇ ନ ଯାଇ ଆନ କତି । ୨୬ ।
ୟେତେ ବାଗେଣ ସେ ଦ୍ରୋପଦ ରାୟେ ବ୍ରତି । ୨୭ ।
କିରାତ ରାଜା ତାହାର ରାଜ୍ୟ ମାଡି ବସିଥିଲା
ୟେକୋଇଶ ବରଷ ପରିଯନ୍ତେ ରାଜ୍ୟ ନ ଛାଡିଲା । ୨୮ । ସଂଖ୍ୟା
ରାଜାର ଥାଠକୁ ଯହୁଂ ନ ମିଳିଲା ଅନ୍ନ
ତେଣୁ କରି ମଲେ ସନ୍ୟ ମୋର ଥାଠ ହୋଇଲା କ୍ଷୀଣ । ୨୯ ।
ଦ୍ରୋଣ ବୋଇଲେ ସମସ୍ତ ଥାଠକୁ ହକାରି
ଯାହାକୁ ଯେତେ ଲାଗଇ ତାହାକୁ ଆମ୍ଭେ ଦେବୁ ପଡି । ୩୦ ।
ହସ୍ତୀ ଘୋଡାକୁ ଦିଲେ ଚରଣୀ ପିଉଣି ଆଦି କରି
ୟେମନ୍ତେ ଦ୍ରୋଣ ସମ୍ଭାଳିଲେ ଦ୍ରୋପଦ ଥାଠକୁ ଆବୋରି । ୩୧ ।
ଦ୍ରୋଣଙ୍କର ଭାରିଯା ଯେ କୃପୀ ମାହେଶ୍ୱରୀ
ଅତୁଟ ବିଦ୍ୟା ଯେ ପ୍ରସନ୍ନ ତାହାରି । ୩୨ ।



୨୯ ।୧ କାନ୍ତାର ପାଇଲେ ଯହୁଂ ନ ପାଇଲେ ଅନ୍ନ (ପା)
୩୦ ।୧ ଦ୍ରୋଣ ବୋଇଲେ ମଇତ୍ର ତୋର ସୈନ୍ୟକୁ ଯେତେ ଲୋଡି । (ପା)
୩୨ ।୨ ଅନ୍ନପୂର୍ଣ୍ଣା ବିଦ୍ୟାୟେ ପ୍ରସନ୍ନ ତାହାରି । (ପା)
ଦକ୍ଷିଣ କରେ ଅଛି ତାର ଶଂଖ ପଦ୍ମନିଧି
ଦିଲେ ଦାନ ନ ସରଇ ତାର ମହିମା ପ୍ରସିଦ୍ଧି । ୩୩ ।
ୟେକ କଠାକରେ ଅନ୍ନ ଯେ ରାନ୍ଧିଲେ
ଥାଠକୁ ଅନ୍ନ ଅଣ୍ଟଇ ନ ସରଇ ଭଲେ ପରଶିଲେ । ୩୪ ।
ସେ ମହାସତୀ ଅନ୍ନ ଦିଅଇଟି ନିତ୍ୟେ
ନିତି ପ୍ରତି ପୁଣ ଯାହାକୁ ଯେତେ ଲାଗଇ ଯୁଗତେ । ୩୫ ।
ସ୍ତିରୀ ପୁରୁଷ ପୁତ୍ର ସଭିୟେଂ ଆଦି କରି
ରହିଲେ ନିଶ୍ଚିନ୍ତେ ପଞ୍ଚାଳ ଦେଶକୁ ପାସୋରି । ୩୬ ।
ଦ୍ରୋଣ ଦିଅନ୍ତି ଯେ ଅଷ୍ଟରତ୍ନମାନ
ଯାହାକୁ ଯେତେ ଲାଗଇ ଅଳଙ୍କାର ବିଧାନ । ୩୭ ।
ଦ୍ରୋଣଙ୍କର ପ୍ରସାଦେ ରହିଲେ ନିଶ୍ଚନ୍ତେ
ରହିଲେ ଦ୍ରୋପଦ ଚଉବିଂଶ ବରଷ ପରିଯନ୍ତେ । ୩୮ । ସଂଖ୍ୟା
ଅଗସ୍ତି ବୋଇଲେ ଶୁଣ ହୋ ଯୁଗପତି
ମଇତ୍ର ଯୋଗ ହୋଇଲେ ୟେନେକ ପୀରତି । ୩୯ ।
କିରାତ ରାଜା ସେ ପଞ୍ଚାଳ ଦେଶେ ଅଛି ରହି
ଅନେକ ସୁସ୍ଥେଣ ସେ ପାଳିଲାକ ମହୀ । ୪୦ ।
ଆପଣା ରାଜ୍ୟରେ ସେ ପାତ୍ରକୁ ବସାଇଣ ଥିଲା
ତାହାର ରାଜ୍ୟକୁ ତେଣେ ଦରଦସେନ ଯେ ବାହିଲା । ୪୧ ।
ଦେଶାଉର ବାରତା କଲା ବ୍ରହ୍ମ ବୈତରଣୀ କୂଳେ
କିରାତ ବିଜେ କରିଅଛି ରଣସ୍ତମ୍ଭ ପର୍ବତର ତଳେ । ୪୨ ।
କିରାତର ଅଗ୍ରତରେ କହନ୍ତି ମୁନେହି
ସ୍ୱାମୀ ଆବର କି-ା ପଞ୍ଚାଳ ଦେଶେ ରହି । ୪୩ ।
ତୋହୋର ଦେଶକୁ ତେଣେ ବାହିଲା ଦରଦ
ଆପଣା ଦେଶ ଛାଡି ପର ଦେଶରେ କି ସ-ଦ । ୪୪ ।
ୟେହୁ ବଳ ବୟେସ ଦେବ ସର୍ବଦା ନ ଥିବ
ଯେ ଯାହାର ରାଜ୍ୟ ପୁଣ ସେହୁ ସେ ଘେନିବ । ୪୫ ।
ଚିରନ୍ତନ କାଳକୁ ୟେହି କଥା ରହିଥିବ । ୪୬ ।



୩୪ ।୧ ୟେକ କୁଡୋଇଆରେ ଅନ୍ନ ସେ ରାନ୍ଧିଲେ । (ପା)
ତୁଳ ମାସ ଶୁକ୍ଲ ପକ୍ଷ ଦଶମୀର ଦିନ
ପଞ୍ଚାଳ ଦେଶ ଛାଡିଲା ଯେ କିରାତ ରାଜନ । ୪୭ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ଆପଣା ଦେଶକୁ ସେ ଗଲାକ କିରାତ
ଦରଦର ତୁଲେ ସଂଗ୍ରାମ ହୋଇଲା ଅପ୍ରମିତ । ୪୮ ।
ପଞ୍ଚାଳ ଦେଶେ ଯେ ଦ୍ରୋପଦ ରାଜାର ଲୋକ ଥିଲେ
ରାଜାର ଆଗେ ଯାଇ ବାରତା କହିଲେ । ୪୯ ।
ଭୋ ସ୍ୱାମୀ କିରାତ ରାଜା ଯେ ଆମ୍ଭ ରାଜ୍ୟ ଘେନିଥିଲା
ତାହାର ରାଷ୍ଟ୍ରକୁ ଦେବ କିରାତ ବାହୁଡି ଗଲା । ୫୦ ।
ଆମ୍ଭର ରାଜ୍ୟକୁ ଦେବ ବହନ ଚଳି ଆସ
ଶୁଣିଣ ଦ୍ରୋପଦ ନୃପତି ସେ ହୋଇଲା ହରଷ । ୫୧ ।
ଦ୍ରୋଣଙ୍କର ପାଦତଳେ ଦ୍ରୋପଦ ରାଜା ପରିଣାମି
ତୋହୋରେଣ ମୋହୋର ଆପାଦ ଖଣ୍ଡଣ ଗଲା ଦେବ ସ୍ୱାମୀ । ୫୨ ।
କିରାତ ରାଜା ଯେ ଛାଡିଲା ମୋହୋର ଦେଶ
ଭୋ ମଇତ୍ର ମୋହୋର ରାଜ୍ୟକୁ ଯିବା ଆସ । ୫୩ ।
ଦ୍ରୋଣେ ପରମ ସାନନ୍ଦ ହୋଇଲେ ତାହା ଶୁଣି
ଧର୍ମେଣ ତୋହୋର ରାଜ୍ୟ ପ୍ରାପତ ହୋଇଲା ନୃପମଣି । ୫୪ ।
ସଂପଦ ବିପଦ ୟେ ସମୟେ ସମୟେ
ଅନୁବ୍ରତେ ପ୍ରାଣୀକି ବିପଦ ନାହିଂ କାୟେ । ୫୫ ।
ଭୋ ମଇତ୍ର ଯାଅସି ତୋହୋର ମଣ୍ଡଳେ
ସୁବିଧାନେ ରାଜ୍ୟେ ତୋର ବସ ଶୁଭବେଳେ । ୫୬ ।
ତୋହୋର ରାଜ୍ୟ ୟେବେ କର ଯାଇ ସୁସ୍ତେ
ଜନ ସଂସାର ଭଜନ୍ତୁ ଖଟନ୍ତୁ ଅମନାତ୍ୟେ । ୫୭ ।
ଆଗ୍ୟାଂ ପ୍ରମାଣେ ଚଳନ୍ତି ପ୍ରକୃତି ନିଯୋଗୀ
ରାଜ୍ୟ ଭୋଗ ସ-ଦ ତୋତେ ମଣ୍ଡଳ ହୋଉ ଭୋଗୀ । ୫୮ ।
ସଂସାର ତୋହୋର ଭଜଇ ଯେତେବେଳେ
ଆମ୍ଭେ ପ୍ରବେଶ ହୋଇବୁ ତୋହୋର ସୁବିଧାନ ମଙ୍ଗଳେ । ୫୯ ।



୫୩ ତେଣୁ କିରାତ ଗଲା ଆମ୍ଭର ଦେଶ ଛାଡି
 ଶୁଭଯୋଗେ ରାଜା ବସିବା ଯାଇ ମାଡି । (ପା)
୫୮ ।୨ ସୁଖେଣ ବ୍ରତ ତୁମ୍ଭେ ମଣ୍ଡଳ ହେଉ ଭୋଗୀ ।
ଦ୍ରୋପଦେ ପ୍ରଣିପତ୍ୟ ଦ୍ରୋଣଙ୍କର ପଦ୍ମପାଦେ
ସମସ୍ତ କୁଶଳ ସିନା ତୁମ୍ଭର ପରସାଦେ । ୬୦ ।
ଭୋ ମଇତ୍ର ଚାଲିଯିବା ମୋହୋରେ ଅଛି ଯେବେ ସଦୟେ
ରାଜ୍ୟେ ମୋହୋର କାର୍ଯ୍ୟ ନାହିଂ ସର୍ବଦା ତୋତେ ଲୟେ । ୬୧ ।
ଦ୍ରୋଣେ ବୋଇଲେ ତୁ ମତେ କଟାଳ ନ କର
କଥାୟେ କହି ହେ ବଚନ ନିରାଧାର । ୬୨ ।
କୃପୀ କନ୍ୟା ଯେ ହୋଇଅଛି ଆଶାବତୀ
ଚାରିମାସ ହୋଇଲା ଅଳସ ପ୍ରକୃତି । ୬୩ । ସଂଖ୍ୟା
ଗର୍ଭିଣୀ ସ୍ତିରୀକି ଆନ ଠାବ କରି ତ ନ ପାରି
ଭୋ ମଇତ୍ର ଯିବୁଂ ପ୍ରସବ ହୋଇଲେ ନାରୀ । ୬୪ ।
ଦ୍ରହସିତେ କହିଲେ ଭାରଦ୍ୱାଦଶଙ୍କ ତନୁ
ରାଜ୍ୟେ ଭୋଗ ପଶିଲେ ନ ପୁଣ ମୋତେ ଚିହ୍ନୁ । ୬୫ ।
ଦ୍ରୋପଦ ବୋଇଲେ ମୋହୋର ୟେହେନେକ କର୍ମ
ନିଶ୍ଚୟ ମୋତେ ଯେବେ ଛାଡିବଟି ଧର୍ମ । ୬୬ ।
ତେତେବେଳେ ତୋତେ ଅବା ନ ଚିହ୍ନିବି
ଅପ୍ରତେ ହୋଇଲେ ସଞ୍ଚୟେ ନାଶ ଯିବି । ୬୭ ।
ଦ୍ରୋଣେ ବୋଇଲେ ତୁ ନ କର ମନେ କିଛି ଭ୍ରାନ୍ତି
ତୋହୋର ମୋହୋର ଜନ୍ମେ ଜନ୍ମେ ୟେସନେକ ପୀରତି । ୬୮-୩୪୬୧ ।
ଦ୍ରୁପଦଙ୍କ ରାଜ୍ୟପ୍ରାପ୍ତି ଓ ତାଙ୍କ ଦ୍ୱାରା ଦ୍ରୋଣଙ୍କ ଅପମାନ
ଅନେକ କଲ୍ୟାଣ କଲେକ ତପୋବନ୍ତ
ଅନେକ ଧନ ଦିଲେ ଭାରଦ୍ୱାଦଶଙ୍କ ସୁତ । ୧ ।
ସମଦଣ୍ଡ ଘେନି ତହୁଂ ଗଲେକ ଦ୍ରୋପଦ
ପଞ୍ଚାଳ ଦେଶରେ ସେ ପ୍ରବେଶ ନରଇନ୍ଦ୍ର । ୨ ।
ପଞ୍ଚାଳ କଟକେ ଭିଆଇଲେ ନିଜ ପୁର
ସମସ୍ତ ଖଟିଲେ ସାୟେନ୍ତ ପାତ୍ର ପରିବାର । ୩ ।
ରାଜ୍ୟେ ଦ୍ରୋପଦ ବସିଲେ ନିଶ୍ଚିନ୍ତେ
ସଂସାର ପାଳନ କରାଇଲେ ଅନୁବ୍ରତେ । ୪ ।
ଦ୍ରୋଣେ ରହିଛନ୍ତି ମହାଭୈରବୀ ଗଙ୍ଗାକୂଳେ
କୃପୀକି ପୁରାଣ ବାକ୍ୟ କହନ୍ତି ପ୍ରାତକାଳେ । ୫ ।
ଗଙ୍ଗାକୂଳେ ଦ୍ରୋଣେ ରହିଲେ ସୀମନ୍ତେ
ସେ ବିଧି ବନ୍ଦାପନା ପୁତ୍ର କାର୍ଯ୍ୟ ଅର୍ଥେ । ୬ ।
ସିଂହ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି
ସଉରିବାର ସେଦିନ ନକ୍ଷତ୍ର ରେବତୀ । ୭ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ବିଷ୍ଟି ନାମେ କରଣ ଶୂଳ ନାମେ ଯୋଗ
ସପତମୀ ଚନ୍ଦ୍ର ହେଲା ଦିନଶେଷ ଭୋଗ । ୮ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ରେବତୀର ଭୋଗ ରାତ୍ର ପାଞ୍ଚଘଡି ଗଲା
ଆଦ୍ୟ ନକ୍ଷତ୍ର ଅଶ୍ୱିନୀ ପ୍ରବେଶ ହୋଇଲା । ୯ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ୟେ ତିନି ଦଣ୍ଡର ମଧ୍ୟେ ପୁତ୍ରେକ ହୋଇଲା ଜାତ
ମାତା ଗଣ୍ଡକୁ ପାଇଲା କୃପୀ ହୋଇଲା ହତ । ୧୦ ।
ପୁତ୍ର ଜାତ ହୋଅନ୍ତେ ମାତା ନାଶ ଗଲା
ଅଶସ୍ତମା ବୋଲି ଦ୍ରୋଣ ପୁତ୍ର ନାମ ଦିଲା । ୧୧ ।
ଅନେକ ବଇକୁଲ୍ୟ ସେ ହୋଇଲା ମହାତମା
ଅତି ଯତନେ ପାଳିଲେ ପୁତ୍ର ଅଶସ୍ତମା । ୧୨ ।
କୃପୀ ନାଶ ଗଲା ପୁତ୍ରକଇ ପ୍ରସବି
ଭାରିଯାକୁ ଦହନ କଲେ ଆରୋପିଣ ହବି । ୧୩ ।
ଅଗ୍ନି ସଂସ୍କାର କଲେକ ଦ୍ୱିଜବରେ
ପାଣିର ଫେଣ ନେଇ ଦିଅନ୍ତି ପୁତ୍ରର ତୁଣ୍ଡରେ । ୧୪ ।
ବନସ୍ତରେ ଥାଇ ସେ ଅମୃତା ନାମେ ଲାଇ
ତହିଂର ରସ ଦେଇ ଜୀଆନ୍ତି ବାଳୁତ ପୋଇ । ୧୫ ।
ମନେ ବିଚାରିଲେ ଦ୍ରୋଣେ ପଡିଲା ପରମାଦ
ଆମ୍ଭର ମଇତ୍ର ଯେ ଅଟନ୍ତି ଦ୍ରୋପଦ । ୧୬ ।
ମଇତ୍ର ତହିଂକି ୟେ ପୁତ୍ର ଗୋଟିକି ଘେନି ଯିବୁ
ଧେନୁ ଗାC ଗୋଟିୟେ ମାଗିଣ ଆଣିବୁ । ୧୭ ।



୬ ।୧ ସୀମନ୍ତେ-ସୀମନ୍ତୋନ୍ନୟନ କର୍ମ, ୟେହା ଗର୍ଭାଧାନାଦି ଦଶସଂସ୍କାର ମଧ୍ୟରେ ।
ଆବର ମାଗିବୁ ଆଶ୍ରମ ଖଣ୍ଡିୟେ
ସୁସ୍ତେଣ ରହିବୁ ପୁତ୍ର ଗୋଟି ବଡ ହେବା ଯାୟେ । ୧୮ ।
ବିପଦର କାଳ ମଇତ୍ର ହିଂ ସେ ସମ୍ଭାଳଇ
ସୋହଦ୍ର ଆଶ୍ରେ ନ ଯୋଗାଇ ବିପଦ କାଳକି । ୧୯ ।
ପତ୍ନୀ ଭ୍ରଷ୍ଟ ହୋଇଣ ସେ ଚିନ୍ତା ଅନ୍ତରାଳେ
ଦ୍ରୋଣେ ଚଳିଲେ ହୋ ରାଜ୍ୟ ଯେ ପଞ୍ଚାଳେ । ୨୦ ।
କୋଳେଣ ପୁତ୍ର ଯେ ଘେନିଣ ଅଶସ୍ତମା
ଦ୍ରୋପଦ ରାଜ୍ୟେ ଯାଇ ପ୍ୱେଶ ମହାତମା । ୨୧ ।
ହସ୍ତେ ଦଣ୍ଡ କମଣ୍ଡଳ ବାଳ ପୁତ୍ର ଘେନି
ସିଂଘଦ୍ୱାର ଲୋକେ ତାଙ୍କୁ ନ ପାରିଲେ ଚିହ୍ନି । ୨୨ ।
ଅନେକ ରଥ ଗଜ ଅଶ୍ୱ ଯେ ସଇନି
ଗହଳ ଧନ୍ଦୋଳ ଘାୟେ କତିରେ ଆଉଜିଲେ ମୁନି । ୨୩ ।
ଦ୍ରୋଣ ବୋଇଲେ ଦ୍ୱାର ନାୟେକକୁ ଚାହିଂ
ରାଜାର ଛାମୁରେ ବାବୁ ଜଣାଅ କି ନା ଯାଇଂ । ୨୪ ।
ଆମ୍ଭେ ରାଜାଙ୍କର ମଇତ୍ର ହାଦେ ଅଟୁଂ ବାବୁ
ଦ୍ୱାର ଛାଡିବୁ କି ଆମ୍ଭେ ଦ୍ରଶନ କରିବୁ । ୨୫ ।
ତାହା ଶୁଣି ହସିଲେ ଯେ ଦ୍ୱାରପାଳମାନେ
ବୋଇଲେ ପଳା ଯା ବ୍ରାହ୍ମଣ ବାତୁଲ ଅଗ୍ୟାନେ । ୨୬ ।
ତୁ ଅଟୁ ଦରିଦ୍ର ଭିଖାରୀ ବ୍ରାହ୍ମଣ ଦେଶାନ୍ତରୀ
ରାଜାକୁ ମଇତ୍ର ବୋଲୁ ଭୟ କିଂପା ନ କରି । ୨୭ ।
ଥୋକାୟେ ବୋଇଲେ ଆମ୍ଭର ଅଧିକାରୀ
ହତ ରାଜ୍ୟ କାଳେ ସେ ଥିଲେ ଦେଶାନ୍ତର କରି । ୨୮ ।
ସେକାଳରେ ଅବା ହୋଇଥିବେ ମଇତ୍ର
ଜଣାଇବା ପଣ୍ଡାୟେ ତୁମ୍ଭେ ରହିଥାଅ ୟେଥ । ୨୯ ।
ରଥ ଗଜ ଅଶ୍ୱ ସଇନି ବଡାଇ ଗହନ
କତିୟେ ହୋଇ ବସିଥାଅ କରାଇବା ଦ୍ରଶନ । ୩୦ ।
ଦେବାର୍ଚ୍ଚନା ସାରି ରାୟେ ରସାଣ ଲାଗି ହୋଇ
ଆସ୍ତାନ ନବରେ ବିଜେ ବାଂକିୟାରେ ଯାଇଂ । ୩୧ ।



୨୫ ।୨ ତୁମ୍ଭେ ଛାମୁରେ ଜଣାଇଲେ ଦର୍ଶନ କରିବୁ । (ପା)
ୟେମନ୍ତର ସମୟେ ଦ୍ୱାର ନାୟକ ବେଗେ ଗଲା
ପ୍ରଣପତ୍ୟ ହୋଇଣ ଯେ ମଥାରେ ହାଥ ଦିଲା । ୩୨ ।
ଅବଧାନ ଭୋ ଦେବ ପଞ୍ଚାଳ ଆଧିପତି
ତୁମ୍ଭର ମଇତ୍ର ଦେବ ଆସିଣ ଅଛନ୍ତି । ୩୩ ।
ଦ୍ରୋପଦେ ବୋଇଲେ ଯେବେ ଅଇଲେ ମଇତ୍ରେ
ରଥ ଗଜ ଅଶ୍ୱ ପାଦାନ୍ତି ବଳ ଅଛନ୍ତି କେତେ । ୩୪ ।
ଦ୍ୱାରପାଳ ବୋଇଲେ ଶୁଣିମା ଦେବରାୟେ
ଦରିଦ୍ର ବ୍ରାହ୍ମଣେକ କୋଳେ ବାଳୁତ ପୁତ୍ର ଗୋଟିୟେ । ୩୫ ।
ଦଇବେ ହେଠମାଥ ରସ ଲାଗି ହୋଇ
ମହାମତ୍ତ ବେଳେ ସେ ଲାଗିଛି ଗଞ୍ଜାଇ । ୩୬ ।
ୟେମନ୍ତର ସମୟେ ଚାର କହିଲା ବାରତ
ଶୁଣିଣ କୋପ କଲେ ନୃପତି ଦ୍ରୋପତ । ୩୭ ।
ଆହୋ ରାଜ୍ୟରେ ମୋହୋର ପାତ୍ର ମନ୍ତ୍ରୀ ନାହାନ୍ତି ଯେ ପୁଣ
ରାଜାର ମଇତ୍ର ବୋଲଉଛି ଭିକ୍ଷୁକ ବ୍ରାହ୍ମଣ । ୩୮ ।
ୟେତେ ମାତ୍ରକ କଥା ନାହିଂନା ବିଚାରକୁ
ୟେସନେକ ବାରତା ଯେ ଜଣାଇଲ ମୁକୁ । ୩୯ ।
ମହାପ୍ରଭୁ ପଣେ ବୋଇଲେ ଦଣ୍ଡଧାରୀ
ମୋହୋର ଛାମୁରୁ ୟେହାକୁ ନିଅରେ ବାଳ ଧରି । ୪୦ ।
ଜଣାଇଲା ଦୂତ ଯେ ଦ୍ୱାର ଚାରମାନନ୍ତ
ଅନେକ ଦଣ୍ଡମଣ୍ଡ କରାଇଲେ ନୃପତ୍ୟ । ୪୧ ।
ଅପରାଧ ପାଇଣ ସେ ଦୂତେ ଅଚି କୋପାନଳ
ଧାଇଂ ଧାଇଂ ଧଇଲେ ସେ ଦ୍ରୋଣଙ୍କର ବାଳ । ୪୨ ।
କାହିଂର ଅଟୁ ତୁରେ ଦାନୁଆ ବ୍ରାହ୍ମଣ
ରାଜାଙ୍କର ମଇତ୍ର ବୋଲି ବୋଇଲୁ ଅକାରଣ । ୪୩ ।
ତୋହୋରେଣ ଗଞ୍ଜଣା ପାଇଲୁ ଅପ୍ରମାଦେ
ଧର୍ମେ ବଞ୍ଚିଲୁ ଆମ୍ଭେ କିଂଚିତ ଅପରାଧେ । ୪୪ ।



୩୯ ୟେତେକ ପାତେକ କଥା ନୋହିଲା ନିବାରଣ କରିବାକୁ
 ୟେ ବାରତା ଜଣାଇବାକୁ ବୋଇଲା ଆମ୍ଭଙ୍କୁ । (ପା)
୪୨ ।୧ ପ୍ରାଞ୍ଜୟେ ପାଇଣ ସେ ଅତି କୋପାନଳ । (ପା)
କେ ଯାଇ ତାହାର କେଶ ଧଇଲେ କୋପ କରି
କେ ଲେଡା ଗୋଇଠା ବିଧା କହୁଣି ଅଛନ୍ତି ମାରି । ୪୫ ।
କେ ତୁଣ୍ଡେ ବିଣ୍ଡା ମାଡି ପକାବନ୍ତି ଧୂଳି
ବାଳୁତ ପୁଅ ଗୋଟି ଦେଉଅଛି ବୋବାଳି । ୪୬ ।
କେ କୁରୁଳି ଗାଲରେ ମାରନ୍ତି ନେଇ ବିଧା
କେ ଗୋଡେ ଫିଙ୍ଗାଇ ଗଲେ ପକାବନ୍ତି ଖୁନ୍ଦା । ୪୭ ।
ଅଇଣ୍ଠା ପତରେଣ ଟେଳା ମାରନ୍ତି ମିଶାଇ
ଧୂଳି ଆଞ୍ଜୁଳାୟେ କେ ମାରନ୍ତି ତାକୁ ନେଇ । ୪୮ ।
ହୁରିୟା ଜୁରିୟାମାନେ ମାରୁଛନ୍ତି ବେଢି କରି
ବଡ ବେଗେ ନଗ୍ରୁଂ ଦିଲେ ବାହାର କରି । ୪୯ ।
ବିକଳେ ଦ୍ରୋଣ ପୁଅ ଗୋଟି ଲଗାଇଛନ୍ତି ହିଆରେ
ବରଷଣ ପରାୟେ ଟେଳା ପଡୁଛନ୍ତି ଉପରେ । ୫୦ ।
ଅନେକ ପ୍ରାଭବ ପାଇଣ ଯେ ଅଇଲେ ବାହୁଡି
ବାହୁଡିଲେ ହୁରିଆମାନେ ନଗ୍ର ବାହାରେ ଛାଡି । ୫୧ ।
କେଶୀ ନଦୀକୂଳେ ବସି ବିଚାରନ୍ତି ଦ୍ରୋଣେ
ଚାଣ୍ଡାଳ ମୋଢା ତହିଂକି ଆମ୍ଭେ ଅଇଲୁ ଅକାରଣେ । ୫୨ ।
ଆହେ ପ୍ରଜାପତି ୟେମନ୍ତ କରି ଲେଖି
ରାଜପଣ ହେଲେ ୟେତେ ଗର୍ବ ହାଦେ ଦେଖି । ୫୩ ।
ଯେତେକ ବାଗେ ସମ୍ଭାଳିଲି ମୁଂହି ବନେ
କ୍ଷଣକର ଉପୁଗାର ଅହର୍ନିଶି ଥାଇ ମନେ । ୫୪ ।
ମୁଂ ୟେହାକୁ ସମ୍ଭାଳିଲି ଚଉବିଂଶ ବରଷ ପରିଯନ୍ତେ
ୟେଥକୁ ଉପୁଗାର ମାନ ହୋଇଲା ୟେତେ ମୋତେ । ୫୫ । ସଂଖ୍ୟା
ଶାହାସ୍ର ମିଥ୍ୟା କି ହୋଇଲା ଅବିଚାରେ
ଧର୍ମ ନାଶ ଗଲା ମୋର ପର ଉପୁଗାରେ । ୫୬-୩୫୧୭ ।



୫୧ ଅନେକ ପ୍ରାଭବ ପାଇଲେ ତପଚାରୀ
 ବାହୁଡିଲେ ହୁରିୟାମାନେ ନଗ୍ରୁଂ ବାହାର କରି । (ପା)
୫୪ ।୨ କ୍ଷଣକର ଉପୁଗାର ନ ରଖିଲା ମନେ । (ପା)
ଦ୍ରୋଣଙ୍କର ପର୍ଶୁରାମଙ୍କଠାରୁ ଅସ୍ତ୍ର ପ୍ରାପ୍ତି
ଦ୍ରୋଣେ ଯାଉଛନ୍ତି ସନ୍ତାପିଣ କର୍ମକୁ
ମଣିକର୍ଣ୍ଣିକା ତୀର୍ଥେ ମୁଣ୍ଡାଇବୁଂ କେଶକୁ । ୧ ।
କୋଟିୟେ ତୀର୍ଥରେ ବୁଡିଲା ଅଛି ଯେବଣ ବାଳ
ୟେ କେଶ ବିକୋତି ଧଇଲେ ପାପିଷ୍ଠ ଚାଣ୍ଡାଳ । ୨ ।
ପ୍ରୟାଗ ତ୍ରିବେଣୀରେ ଯାଇ କରିବା ସ୍ରାହାନ
ତହିଂ ସେ ହରିବି ନା ଦୁସହ ପାପମାନ । ୩ ।
ୟେତେ ବିଚାରିଣ ସେ ଭାରଦ୍ୱାଦଶଙ୍କ ସୁତ
ଅଶସ୍ତମାକଇ ଘେନି ଚଳିଲେ ପ୍ରାଗବଟ ତୀର୍ଥ । ୪ ।
ସେ ମହାତୀର୍ଥେ ପ୍ରଶୁରାମ ଛନ୍ତି ରହି
ଦ୍ରୋଣେ ବିକଳେ ବେଦ ଆଧ୍ୟାନ କଲେ ପ୍ରଶୁରାମଙ୍କ ମୁଖ ଚାହିଂ । ୫ ।
ଯଦୁର୍ବେଦ ଆଧ୍ୟାନ କଲେ ପଞ୍ଚତିରିଶ ଶ୍ଳୋକ ବାଛି
ଶୁଣି ପ୍ରଶୁରାମ ଥମ୍ଭୀଭୂତ ହୋଇ ନ ଫୁରଇ କିଛି । ୬ । ସଂଖ୍ୟା
ରହ ରହ ବ୍ରାହ୍ମଣ ତୁ ଅଟୁ ମହାବ୍ରହ୍ମ ବେଦୀ
ୟେଡେ ବଡ ବ୍ରାହ୍ମଣ ହୋଇ ତୁ କେବଣ ଅର୍ଥେ ୟେଡେ କ୍ରୋଧୀ । ୭ ।
ଦ୍ରୋଣେ ବୋଇଲେ ଶୁଣ ଜମଦଗ୍ନିଙ୍କର ଶିଷି
ମୁହିଂ ଭାରଦ୍ୱାଦଶଙ୍କ ନନ୍ଦନ ଦୁଜେ ଗୋତ୍ର ପାଠଋଷି । ୮ ।
ମୁହିଂ ଅନେକ ଗଞ୍ଜି ହୋଇଲି ଭୋ ପ୍ରଶୁରାମ
ମୋହୋର ନାମ ସାରି ଉଦ୍ଧରି ଧର ଧର୍ମ । ୯ ।
ଶୁଣିଣ ପ୍ରଶୁରାମ ଅନେକ ସାନନ୍ଦ ମନ
ସତ୍ୟ କଲୁ ମାଗ ଦ୍ୱିଜ ଯେଣେ କଲୁ ଧ୍ୟାନ । ୧୦ ।
ଡାହାଣାବ୍ରତେକ ଶଙ୍ଖ ଜଳ ତିଳ ଲାଇ
ପ୍ରଶୁରାମ ଦ୍ରୋଣଙ୍କର ହସ୍ତେ ଦିଲେ ନେଇ । ୧୧ ।
ପ୍ରଶୁରାମେ ଦେଉଛନ୍ତି ଉପର ହସ୍ତ କରି
ସଂକଳ୍ପ ବାକ୍ୟେଣ ସତ୍ୟ ସତ୍ୟ ଯେ ଉଚ୍ଚାରି । ୧୨ ।



୯ ।୨ ମୋହୋର ମାନ ଉଦ୍ଧାର କରି ରଖିବ ସେ ଧର୍ମ ।
୧୧ ।୧ ଡାହାଣାବ୍ରତେକ ଶଙ୍ଖ-ଦକ୍ଷିଣାବର୍ତ୍ତ ଶଙ୍ଖ ।
ତଳହସ୍ତ କରିଣ ଯେ ଘେନୁଛନ୍ତି ଦ୍ରୋଣେ
ମାଗ ହୋ ଦ୍ୱିଜବର ତୋତେ କାରଣ ହୋଅଇ ଯେଣେ । ୧୩ ।
ତୁ ଯେ ଅନଳ ନାରାୟଣ ମୋତେ ପ୍ରସନ୍ନ ହୋଇବୁ
ତୋହୋର ଶସ୍ର ଶାସ୍ରମାନ ସବୁ ମୋତେ ଦେବୁ । ୧୪ ।
ପ୍ରଶୁରାମେ ବୋଇଲେ ଯାହା ମାଗିଲୁ ଦ୍ୱିଜବର
ତୋତେ ପ୍ରାପତ ହୋଉ ମୋହୋର ସମସ୍ତ ଶସ୍ର ମନ୍ତ୍ର ସାର । ୧୫ ।
ତଳହସ୍ତ କରିଣ ପାତି ଅଛନ୍ତି ଦ୍ରୋଣେ
ଉପର ହସ୍ତ କରିଣ ପ୍ରଶୁରାମେ ତୋଳି ଦିଲେ ଧନୁତ୍ରୋଣେ । ୧୬ ।
ପ୍ରଶୁ ମୁଦୁଗର କୋଠାର ଶକତି
କୋନ୍ତ ଅସିବର ବିଜେ କର୍ଣ୍ଣକଟାରି ଯେ କାତି । ୧୭ ।
ବଜ୍ର ଶର ଅନଳ ଶର ଅମୋହ ଶକତି
କାଳ ଫାଶ ନାଗ ଫାଶ ବ୍ରହ୍ମ ଶର ଦିଅନ୍ତି । ୧୮ ।
ଅଗ୍ନି ଗଦା ହେମ ଗଦା ଗରୁଡ ପନ୍ନଗା ଶର
ସୂର୍ଯ୍ୟାବ୍ରତେକ ଗଦା ବ୍ରହ୍ମ ଗଦା ଅଗ୍ନିଶର । ୧୯ ।
ବ୍ରହ୍ମ ଶକତି ରୁଦ୍ର ଶକତି ମହାକାଳ ଶକତି
ମୂଷଳ କାଇଂସିକା ସୂର୍ଯ୍ୟାବ୍ରତେକ ଶକତି ଅନଳ ଶକତି । ୨୦ ।
ଜମଦଗ୍ନିଙ୍କର ପୁତ୍ର ପ୍ରସନ୍ନ ହୋଇଲେ
ସମସ୍ତ ଶହସ୍ର ଶାହାସ୍ର ତ୍ରୋଣମାନ ଯେ ଦ୍ରୋଣଙ୍କ ହସ୍ତେ ଦିଲେ । ୨୧ । ସଂଖ୍ୟା
ପ୍ରଶୁରାମ ବୋଇଲେ ମୋର ସତ୍ୟ ସତ୍ୟ
ନ ସାଧି ସମସ୍ତ ବିଦ୍ୟା ଦାନ ତୋତେ ହୋଉ ପରାପତ ।୨୨ ।
ସମସ୍ତ ବିଦ୍ୟା ଦାନ ଦିଲେ ପ୍ରଶୁରାମ ଧର୍ମ ଅର୍ଥେ
ଦ୍ରୋଣେ ଘେନିଲେ ଦ୍ରୋପଦକୁ ସାଧିବା ନିମନ୍ତେ । ୨୩ ।
ଯେହ୍ନେ ଆଗ୍ୟାଂ ଦିଲେ ଜମଦଗ୍ନିଙ୍କର ଶିଷି
ନ ସାଧି ଛତ୍ରୀ ହୋଇଲେ ଦ୍ରୋଣ ମହଋଷି । ୨୪ ।
ଆକ୍ରଷଣ ଗଣ୍ଠି ମୁଠି ପ୍ରତଗ୍ୟାଂ ଗୁଣ ମାନ
ସମସ୍ତ ତୋଷେ ଦିଲେ ରେଣୁକା ନନ୍ଦନ । ୨୫ ।



୧୩ ।୨ ତୋଷେ ବୋଇଲେ ଯେ ଇଛା ମାଗ ହୋଇଲି ପ୍ରସନ୍ନ ।
୧୪ ।୧ ତୁ ଯେବେ ଦ୍ୱିଜବର ମୋତେ ପ୍ରସନ୍ନ ହୋଇବୁ ।
ଅନେକ ଶସ୍ରମାନ ଯେତେକ ସାଧିଥିଲେ
ତୋଷେଣ ଦ୍ରୋଣଙ୍କୁ ପ୍ରଶୁରାମ ଦିଲେ । ୨୬ ।
ଆମ୍ଭେ ସମୟେ ଯେ ସାଧିଲୁ ସମସ୍ତ ବିଦ୍ୟା
ୟେବେ ନ ସାଧି ବ୍ରାହ୍ମଣ ତୁ ହୋଇବୁ ତପସିଦ୍ଧା । ୨୭ ।
ୟେତ ପାଟବଂଶୀ ବିଦ୍ୟାଶୀ ବ୍ରାହ୍ମଣ
ସମସ୍ତ ବିଦ୍ୟା ତୋତେ ପ୍ରାପତ ହୋଉ ଦ୍ରୋଣ । ୨୮ ।
ପ୍ରଶୁରାମ ବୋଇଲେ ହେ ସମସ୍ତ ଶସ୍ରମାନେ
ତ୍ରୟଲୋକ୍ୟ ଖେଦୁଥିଲେ ଆମ୍ଭର ଯେହ୍ନେ ବଚନେ । ୨୯ ।
ଦ୍ରୋଣକୁ ସେହିମତ ହୁଅ ହେ ପରାପତ
ଶହସ୍ର ଗୁରୁ ହୋଉ ଦ୍ରୋଣ ଜଗତେ ବିଖ୍ୟାତ । ୩୦ । ସଂଖ୍ୟା
ଶହସ୍ର ମାନ ଚଳିବାକୁ ମନ୍ତ୍ରମାନ ସହିତେ
ୟେମାନ ହିଂ ପ୍ରାପତ ହୋଉ ହେ ଦ୍ରୋଣ ତୋତେ । ୩୧ । ସଂଖ୍ୟା
ପ୍ରଶୁରାମଙ୍କ ବିଦ୍ୟା ବୋଲି ବୋଲନ୍ତୁ ଜଗତେ
ଗୁରୁପଣକୁ ସମସ୍ତେ ହୋଅନ୍ତୁ ଭଗତେ । ୩୨ ।
ବିଦ୍ୟାମାନ ମୋର ତହୁଂ ଘେନି ହୋଅ ଦ୍ରୋଣ ଗୁରୁ
ଯୋଦ୍ଧା କୁଳେ ତୋତେ ସମସ୍ତେ ବନ୍ଦନା ଯେ କରୁ । ୩୩ ।
ଦ୍ରୋଣ ବୋଇଲେ ହୋ ପ୍ରଶୁରାମ ତୁମ୍ଭେ ଯେ ପ୍ରସନ୍ନ ହୋଇଲ ମୁକୁ
ବିନୟ ଭାବ ହୋଇ ବନ୍ଦନା କରନ୍ତି ତାହାଙ୍କୁ । ୩୪-୩୫୫୧ ।



୨୮ ।୧ ୟେତେ ପାଠବଂଶୀ ସୁବିଦ୍ୟା ବ୍ରାହ୍ମଣ । (ପା)
ପର୍ଶୁରାମଙ୍କ ବନ୍ଦନା
ଜୟ ଜୟ କାଳାନ୍ତେକ ଛତ୍ରୀ ବର୍ଗ ଧ୍ୱଂସା
ମହାତ୍ମା ପୁରୁଷ ତୁ ନିର୍ଦ୍ଦୟେ ନିରଂଶା ।୧ ।
ଶୁଦ୍ଧ ସଷ୍ଟିକ ବିରାଜିତ ଯାହାର ତେଜବର୍ଣ୍ଣ
ଶୂର ସୋହଡ ନାଥ ଜଗତ ମୋହନ । ୨ ।



୧ ଜୟ ତୁ ଜୟ ତୁ କ୍ଷତ୍ରିୟ କାଳାନ୍ତକ ଦର୍ପ ଗଞ୍ଜି
 ମହା ପୁରୁଷ ତୁ ପ୍ରପଞ୍ଚ ନିର୍ଭୟେ ଯମ ପାଞ୍ଜି । (ପା)
୧ ।୧ ନିରଂଶା-ଅପୁତ୍ରିକ, ନିରହଂସା-ପାପଶୂନ୍ୟ-(ନିରଂଶା)
୨ ।୨ ସୋହଡ-ସୁନ୍ଦର
ପରମ ବ୍ରହ୍ମ ପୁରୁଷ ହୃଦଗତେ ବିଦ୍ୟା ସାଧି
ଦ୍ରଶନେ ପାପ ହରନ୍ତା ପ୍ରସନ୍ନେ କାର୍ଯ୍ୟ ସିଦ୍ଧି । ୩ ।
କୃପା ସାଗର ନାଥ ଦାରିଦ୍ର ଦୁଖନିଧି । ୪ ।
ଭୂଅ ଭାର ହରଣ ତୁ ପୁରୁଷ ଅସକନ୍ଦା
ଜମ୍ୱୁ ପଟଳ ରୁଚିର ପୁରୁଷ ଅଜପା ଲୟେ ଛନ୍ଦା । ୫ ।
ଜୟ ତୁ ଜୟ ତୁ ୟୋଗାନ୍ତକ ପୁରୁଷ ସତ୍ୟଯୁଗ ଭୋଗୀ
ଜୟ ତୁ ଜୟ ତୁ ଯୋଗାନ୍ତକ ସାତୁକ୍ୟ ପରମ ଯୋଗୀ । ୬ ।
ଆକର୍ଷଣ କୃପାଜଳ ସୁବିକଟ ଦୃଷ୍ଟି
ପାଦକ ଅନ୍ତକ ବିକ୍ରମ ବିକଟି । ୭ ।
ଶହସ୍ର ବିଦ୍ୟାରେ ତୁ ସହସ୍ର ଅର୍ଜୁନ ଦର୍ପଧଂସୁ
ସୁର ଦର୍ପ ଧଂସନ କରେଣ ତୋର ତୀଖ ପ୍ରଶୁ । ୮ । ସଂଖ୍ୟା
ଆଗ୍ୟାଂକର ଠାକୁର ତୁ ଯାହାର ଅଣବଞ୍ଚା
ୟେକ ଶରେ ଦିସ ଭଂଜନ ଧ୍ୱଂସନ୍ତା ସର୍ବସଞ୍ଚା । ୯ ।
କୃପା ସାଗର ନାଥ ଦରିଦ୍ର ଦୁଖ ବିଧ୍ୱଂସା
ବାଞ୍ଛା ସାଗର ନାଥ ସ୍ୱାମୀ ପୂରାଅ ମନବାଞ୍ଛା । ୧୦ ।
ଅତିଅନ୍ତ ବିକଟାଳ ପିତାର ବଚନ ପ୍ରତିପାଳି
ମାତା ଭ୍ରାଥାଙ୍କର ରୁଧିର କଲୁ ବଳି । ୧୧ ।
ତୁ ଦେବ ସଂସାରେ ସମସ୍ତ ଦର୍ପ ଗଞ୍ଜୁ
ପ୍ରାଣ ଉଦ୍ଧାରଣ ନାଥ ଦୁସହ ଦର୍ପ ଗଞ୍ଜୁ । ୧୨ ।
ୟେ ସଚରାଚର ପୃଥିବୀ କି ତୁହି ସେ ୟେକ ଦେବ
ସଦାନନ୍ଦ ପୁରୁଷ ତୁ ଅଭୟେ ସଦାଶିବ । ୧୩ ।
ସମସ୍ତେ ନିରେଖ ତୁହି ସେ ସର୍ବ ଟାଣ
ସପତ ବ୍ରହ୍ମାଣ୍ଡେ ତୋର ମେଣ୍ଟନ୍ତା ନାହିଂ ଆନ । ୧୪ ।



୮ ।୧ ଶହସ୍ର ବିଦ୍ୟାରେ ତୁ ସହସ୍ର ଅର୍ଜୁନ, ସଉଦାସର ଦର୍ପ ଧ୍ୱଂସୁ
 ଶହସ୍ର ବିଦ୍ୟାରେ ତୁ ସହସ୍ରା ଅର୍ଜୁନ ଶୂର ଦର୍ପ ଧ୍ୱଂସୁ । (ପା)
୫ ।୧ ଭୂଅ-ପୃଥିବୀ, ବା ପଞ୍ଚଭୂତ । ୫ ।୨ ପୁରୁଷ ଅସକନ୍ଦ-ପୁରୁଷ ରାଜ, ପୁରୁଷ ଶ୍ରେଷ୍ଠ (ସ୍କନ୍ଦ-ରାଜା)
୬ ।୧ ଆକର୍ଷଣ-ଅନ୍ୟକୁ ବଶୀଭୂତ କାରୀ, କୃପାଜଳ-ଦୟାର ଉଷ
୭ ।୨ ପାଦକ ଅନ୍ତକ-ପାଦକର ଯମ-ପାତକ ଅନ୍ତକ-ପାପ ବା ପାପୀ ନାଶକାରୀ
ଅଂଶାବତାରେ ଦେବ ଅନନ୍ତ କୋଟି ମୂର୍ତ୍ତି
ପ୍ରଶୁରାମ ଅବତାରେ ନାହିଂନା ଆନ ଛତ୍ରୀ । ୧୫ ।
ରାଗ ନ ସହିଲୁ ନାଥ ପିତାର ନିମନ୍ତେ
କ୍ଷତ୍ରୀ ଅନ୍ତ କଲୁ ନାଥ ୟେକୋଇଶ ବାର ପରିଯନ୍ତେ । ୧୬ । ସଂଖ୍ୟା
କେବଣ ଯୋଗ ବଳେ ସ୍ୱାମୀ ବଢିଲା ତୋର ନାମ
ମହା ଭୟେ ଉପୁଜିଲା ନାମ ପ୍ରଶୁରାମ । ୧୭ ।
ଅନେକ ପାତକ ଦେବ ତୋର ଦ୍ରଶନେ ଭଂଜା
ଦୁରିତ ନିବାରଣ ନାଥ ନାଶକର ଦର୍ପ ଗଞ୍ଜା । ୧୮ ।
ଯାବତ ଚନ୍ଦ୍ର ଯେ ଦିବାକର ବ୍ରତି ଥାଉ
ପ୍ରଶୁରାମ ନାମ ଗୋଟି ମୋର ହୃଦେ ରହୁ । ୧୯ ।
ଜନ୍ମେ ଜନ୍ମେ ଭାବଇଂ ମୁହିଂ ତବ ପଦ୍ମ ପାୟେ
ଶୂଦ୍ରମୁନି ସାରୋଳା ଦାସ ସେବଇ ପ୍ରଶୁରାମ ଧ୍ୟାୟେ । ୨୦-୩୫୭୧ ।
ଦ୍ରୋଣଙ୍କର ହସ୍ତିନା ଆଗମନ, କୃପଙ୍କ ଘରେ ବାସ ଓ ଗୁରୁପଦ ଲାଭ
ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ
ପ୍ରଶୁରାମଙ୍କ ବନ୍ଦନା କଲେ ଭାରଦ୍ୱାଦଶଙ୍କ ତନୁ । ୧ ।
ସମସ୍ତ ବିଦ୍ୟା ଦିଲେ ସେ ଜମଦଅଗ୍ନିଙ୍କ ଶିଷି
ବିଦ୍ୟା ସାର୍ଥୁକ ହୋଇଲେ ଦ୍ରୋଣ ମହାଋଷି । ୨ ।
ଶସ୍ରମାନ ଘେନିଲେ ଗୁରୁ ଦ୍ରୋଣେ
ୟେ ଯେବେ ପ୍ରାପତ ହୋଇଲା ନା ଜାଣିମା ୟେଥିର କାରଣେ । ୩ ।



୩ "ୟେ ଯେବେ ପ୍ରାପତ ହୋଇଲା ନା ଜାଣିମା ୟେଥିର କାରଣେ" ପାଦାନ୍ତ ପରେ 'ଅନ୍ୟ' ପୋଥିରେ ଅଧିକା
ପାଠ:
 ଜୟୁ ତୁ ସରସ୍ୱତୀ ଗୋ ବିଷ୍ଣୁର ପାଟରାଣୀ
 ବେଦ ଭାରତ ତୁ ଜାତ କଲୁ ପଦ୍ମ ଯୋନି ।
 ଶ୍ୱେତ ବଦନୀ ଗୋ ଶୁକ୍ଲ ବର୍ଣ୍ଣ ଜ୍ୟୋତି
 କାଶୀ ଦେଶରୁ ମା ଗୋ ହୋଇଲୁ ଉତପତ୍ତି ।
ଦ୍ରୁପଦ ଯେ ଆମ୍ଭନ୍ତ ଦିଲା ଅନେକ ଶାସ୍ତି
ଶରୀରେ ବ୍ୟଥା ପାଇଲୁ ଅନେକ ଦୁର୍ଗତି । ୪ ।
ସଂଗ୍ରାମ କରିବୁ ଆମ୍ଭେ ଦ୍ରୁପଦର ତୁଲେ
ଯୁଦ୍ଧ କରି ନ ପାରିବୁ ୟେ ବାଳୁତ ପୁତ୍ର ଥିଲେ । ୫ ।
ହସ୍ତିନାୟେ ଅଛନ୍ତି ଯେ କୃପ ନାମେ ଆଚାର୍ଯ୍ୟେ
ତାହାର ଘରେ ନେଇ ଛାଡିବା ବାଳୁତ ଆତ୍ମଜେ । ୬ ।
ପୁତ୍ର ରୁହାଇ ଆସିବୁ ପଞ୍ଚାଳ ଦେଶେ
ଦ୍ରୁପଦର ତୁଲେ ଯୁଦ୍ଧ କରିବୁ ନିରାଶେ । ୭ ।
ୟେତେକ ବିଚାରି ସେ ଗଲେ ହସ୍ତିନାକୁ
କରପତ୍ରେ ଧନୁ ତ୍ରୋଣେ କାଖେ ଘେନିଲେ ଅଶସ୍ତମାକୁ । ୮ ।
ପ୍ରବେଶ ହୋଇଲେ ଯାଇଂ କୃପ ଆଚାର୍ଯ୍ୟଙ୍କ ଘରେ
ଦେଖିଣ ଆଚାର୍ଯ୍ୟେ ଆଶ୍ରିତ ହୋଇଲେ ସନିନ୍ଧରେ । ୯ ।
କୃପାଚାର୍ଯ୍ୟ ପୁଛାକଲେ ଭଗ୍ନୀକି ନ ଦେଖି
ସଂଗରେ ତୁମ୍ଭେ କିଂପା ନ ଆଣିଲ କୃପୀକି । ୧୦ ।
ୟେ ପୁତ୍ର ଗୋଟି ହାଦେ କାହାର ହୋ ଦ୍ରୋଣେ
ତପୀପଣ ଛାଡି କିଂପେ ଧଇଲ ଧନୁ ତ୍ରୋଣେ । ୧୧ ।
ଅନେକ ବାଗେ ଯେ ପଚାରିଲେ କୃପେ
ଆସନେ ବସାଇଲେ ଗଉରୋବେ ସମୀପେ । ୧୨ ।
ସ୍ନାହାନ କରାଇ ଭୋଜନ ଦିଲେ ତ୍ରିପୁତି
ଆଞ୍ଚୋବନ ସାରି ଆସନେ ବସାଇଲେ ମହାଯତି । ୧୩ ।



ଅରୁଣ ଲୋଚନୀ ଗୋ ଗରୁଡ ଖଗ ନାସା
ବିଶାଳ କଟି ଗୋ ବୃଷାଳ ଦନ୍ତ ଭାସା ।
ବାହୁ ଯୁଗଳ ଗୋ ବୀଣା ଯନ୍ତ୍ରଧାରୀ
ନାନା କଉତୁକେ ଶ୍ରୀବିଷ୍ଣୁ ମନୋହାରୀ ।
ସ୍ନାନ ଦାନ ପାନ ମା ଗୋ ଅତିୟ ଗହନ
ଅଣ୍ଡିର କୋକିଳ ୟେହ୍ନେ ଚୂତ ଘନ ।
ଶରୀର ଶକତା ମା ଗୋ ବିଦ୍ୟାରେ ଆଧିପତି
ତେଣୁ କରି ପିତା ନାମ ଦିଲେ ସରସ୍ୱତୀ ।
କୃପ ଆଚାର୍ଯ୍ୟେ ପୁଚ୍ଛା କଲେକ ଦ୍ରୋଣଙ୍କୁ
ୟେ ଶହସ୍ରମାନ ହେ କେ ଦିଲା ତୁମ୍ଭଙ୍କୁ । ୧୪ । ସଂଖ୍ୟା
ସୁସ୍ଥ ହୋଇ କହନ୍ତି ହରଷ ଭାବ ହୋଇ
ମୁକତିକଇଂ କାରଣ ପାଇଲୁ ୟେ ପୁତ୍ରକଇ । ୧୫ ।
ଆହୋ କୃପାଚାର୍ଯ୍ୟେ ବିପଦ ଆମ୍ଭକଇଂ ପଡିଲା
ୟେ ପୁତ୍ର ପ୍ରସବି ହାଦେ କୃପୀ ନାଶ ଗଲା । ୧୬ ।
କୃପେ ବିଷାଦ ହୋଇଲେ ତାହା ଶୁଣି
ଅତି ଦେଶାନ୍ତରୀ ହୋଇଲୁ ଅପ୍ରମାଣି । ୧୭ ।
ୟେଥେଂ ଯେବେ କରିଥଆନ୍ତ ଗୃହବାସ
ଆମ୍ଭ ଭଗ୍ନୀ କିଂପେ ହୁଅନ୍ତା ପ୍ରାଣ ନାଶ । ୧୮ ।
କୃପ ଆଚାର୍ଯ୍ୟଙ୍କର ଭାରିଯା ଲଘୁମଣି
ତାହା ଗୋଚରେ ଅଶସ୍ତମାକଇ ସମର୍ପିଲେ ଆଣି । ୧୯ ।
ୟେ ପୁତ୍ର ଗୋଟିକି ଗୋ ପାଳସି ଯତନେ
ଆମ୍ଭର ପୁତ୍ର ହୋ ହାଦେ ୟେହାକୁ ନ ଦେଖିବୁ ଭିନ୍ନେ । ୨୦ ।
ୟେତେ ଶୁଣି ଲଘୁ ପୁତ୍ରକୁ କାଖେ ଘେନି
ଆଶ୍ୱାସନା କରି ମୁଖେ ଚୁମ୍ୱନ ଦିଲେ ପୁଣି । ୨୧ ।
ସମସ୍ତ ଶହସ୍ରମାନ ଘେନିଣ ଦ୍ରୋଣ ମହାକ୍ଷତ୍ରୀ
ବନସ୍ତେ ପଶି ବିଦ୍ୟା ସାଧନ୍ତି ନିତି ପ୍ରତି । ୨୨ । ସଂଖ୍ୟା
ପ୍ରଶୁରାମଙ୍କର ଶିକ୍ଷାୟେ ଚଳନ୍ତି ଶସ୍ରମାନ
ଶରଘାତ ହୋଇପଡନ୍ତି ସମସ୍ତ ଜୀବମାନ । ୨୩ ।
ହରିଣ ବାହୁଟିଆ ଗଣ୍ଡା ଜୀବ ମାରି
କୃପ ଆଚାର୍ଯ୍ୟ ଘରକୁ ଆଣନ୍ତି ଭାର କରି । ୨୪ ।
ଶିବପୁର ନଗ୍ର କୌଶିକ ବ୍ରାହ୍ମଣ
ତାହାର ତହୁଂ କନ୍ୟା ଗୋଟିୟେ ପ୍ରଦାନ ହୋଇଲେ ଦ୍ରୋଣ । ୨୫ । ସଂଖ୍ୟା
ସେ କନ୍ୟାର ନାମ ଯେ ଅଟଇ ହରିତା
ସେ କୁମାରୀ ହୋଇଲା ଦ୍ରୋଣଙ୍କର ବନିତା । ୨୬ ।
ଫାଲଗୁନ୍ୟ ଶୁକଳପକ୍ଷ ସଉରିବାର ଷଷ୍ଠୀ
କୃପ ଆଚାର୍ଯ୍ୟେ ରାଇଲେ ଦ୍ରୋଣ ତପନିଷ୍ଠି । ୨୭ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ବାରୁଣାବନ୍ତ ଆଖଡାକୁ ଚାଲ ଆମ୍ଭେ ଯିବା
ରାଜକୁମରମାନଙ୍କର ଶର ସାଧନ ଦେଖିବା । ୨୮ ।
କୃପେ ଦ୍ରୋଣେ ଗଲେ ହସ୍ତିନା ଆଖଡାକୁ
ଭୀଷ୍ମେ ପୁଅନ୍ତ ଖେଳାଉଛନ୍ତି ଶହସ୍ର ସୂତ୍ର ଜାଣିମାକୁ । ୨୯ । ସଂଖ୍ୟା
ଦ୍ରୋଣେ କୃପେ ଦୁହେଂ ଉଭା ହୋଇଣ ଅଛନ୍ତି
ଦେଖିଲେ ସମସ୍ତେ ଶର ସାଧନା କରନ୍ତି । ୩୦ ।
ଖେଳେ ଦ୍ରିଯୋଧନ ଲାଟ ଗୋଟିୟେ ମାରିଣ ଯେ ଦିଲା
ସେ ଲାଟ ଜୀର୍ଣ୍ଣ କୂପରେ ଯାଇଣ ପଡିଲା । ୩୧ ।
ଭୀଷ୍ମଙ୍କର ଅଗ୍ରତେ କହିଲେ ଯାଇଂ ଚାଟ
ବାମ୍ଫୀର ଭିତରେ ଦେବ ପଡିଲା ଯାଇ ଲାଟ । ୩୨ ।
ସଭିୟେ ରୁଣ୍ଡ ହୋଇଲେ ବାମ୍ଫୀ କୂପ ବେଢି
ଦେଖିଲେ ସାତତାଳ ଗଭୀରେ ଲାଟ ଅଛି ପଡି । ୩୩ । ସଂଖ୍ୟା
ଦ୍ରିଯୋଧନ ବୋଇଲା ୟେହା କାଢିବା କେମନ୍ତେ
ପଶିତ ନୁଆରିଲୁ ଗଭୀର ଅପ୍ରମିତେ । ୩୪ ।
ଦ୍ରୋଣ ବୋଇଲେ ୟେ ସାମାନ୍ୟ କୂପ ଗୋଟି
ୟେ ଛାର ପୁଣ କିସ ଦୃଷ୍ଟି ବିଦ୍ୟା ସେଟି । ୩୫ ।
ଦ୍ରିଯୋଧନ ବୋଇଲା ତୁମ୍ଭେ ହୋ କାହିଂର ବ୍ରାହ୍ମଣ
ଦୃଷ୍ଟି ବିଦ୍ୟା ବୋଇଲେ ଯେବେ ଲାଟ ଦେଖି ଆଣ । ୩୬ ।
କୃପାଚାର୍ଯ୍ୟଙ୍କୁ ବୋଇଲେ ଭାରଦ୍ୱାଦଶଙ୍କ ତନୟେ
ଉପାଡି ଆଣ ହୋ ଗୁଗୁଚିଆ ଲୋଚିୟେ । ୩୭ ।



୨୯ ।୨ ଭୀଷ୍ମେ ପୁଅଙ୍କୁ କୋଥ ଖେଳାଉଛନ୍ତି ସୂତ୍ର ଜାଣିବାକୁ ।
 ଭୀଷ୍ମେ ପୁଅଙ୍କୁ ଫନ୍ଦ କରାଉଛନ୍ତି ବିଦ୍ୟା ଜାଣିମାକୁ ।
 କୋଥ ଖେଳାବନ୍ତି ସେ ମହାଶାନ୍ତି ମୂର୍ତ୍ତି ।
 ଫନ୍ଦ ଖେଳ ଦେଖନ୍ତେ ଦେଖ ତୋଷ ମତି ।
୩୧ ।୨ ସୀଆ କୂପ ଗୋଟିକେ ସେ ଯାଇଣ ପଡିଲା
 ସୀତା କୂପରେ ସେ ଯାଇଣ ପଡିଲା ।
୩୫ ।୨ ୟେ ଛାର କି ସାମାନ୍ୟ ଦୃଷ୍ଟି ବିଦ୍ୟା ହେଟି ।
୩୬ ।୨ ଉପାଡି ଆଣ ହୋ ଗୁଳୁଚିଆର ଫଳ ଲୋଚିୟେ ।
୨୯ ।୨ କୋଥ-ଆମ୍ୱଟାକୁଆରେ ଖେଳ - (ଖବତ୍ତଶବନ୍ଦଶଷ ଉଷମନ୍ଦଷଚ୍ଛଚ୍ଚବତ୍ତସ୍ଥ, ଖଚ୍ଛକ୍ଷରଜ୍ଞଦ୍ଧଚ୍ଛତ୍ତନ୍ଦଶ), କୋଥ, କୋୟ ଉଭୟ
ପାଠ ଅଛି ।
କୃପ ଆଚାର୍ଯ୍ୟେ ତାହା ଘେନି ଅଇଲେ ବହନ
ଗୁଗୁଚିୟା ଶର ଗୋଟିୟେ ଘେନିଲେକ ଦ୍ରୋଣ । ୩୮ । ସଂଖ୍ୟା
ମନ୍ତ୍ର ପଢି ମାଇଲେ ସେ କୁପର ଭିତରେ
ଗୁରୁଚିୟା ଶର ଯାଇ ବସିଲା ଲାଟର ଉପରେ । ୩୯ ।
ପୁଣ ଆରେକ ଗୋଟିୟେ ଦିଲେ ଦ୍ରୋଣ ଫିଙ୍ଗି
ସେ ଗୋଟି ଉପରେ ୟେ ଗୋଟି ବସିଲା ଯାଇ ବେଗି । ୪୦ । ସଂଖ୍ୟା
ପୁଣ ଗୋଟିଏ ଫିଙ୍ଗି ଦିଲେ ଭିତରେ
ୟେ ଗୋଟି ବସିଲା ଯାଇ ସେ ଗୋଟି ଉପରେ । ୪୧ । ସଂଖ୍ୟା
ଦ୍ରୋଣଙ୍କର ମନ୍ତ୍ର ମହିଂମା ଦେଖନ୍ତି ସର୍ବ ନୃପ କୁମରେ
ଗୁଗୁଚିଆ ଶର ଛାଡିଲେ ସାତ ତାଳ କୂପରେ । ୪୨ । ସଂଖ୍ୟା
ଦ୍ରୋଣେ ଘେନିଲେ ଯେଉଂ ଉପର ଶର ଗୋଟି
କୂପରୁ ବାହାର ଯେ ହୋଇ ଅଇଲା ଲାଟ ଗୋଟି । ୪୩ । ସଂଖ୍ୟା
ଭୀଷ୍ମଙ୍କ ଛାମୁରେ ଯେ ପକାଇଲେ ନେଇ
ସମସ୍ତେ ଆଶ୍ରିଜ ହୋଇଲେ ତାହା ଚାହିଂ । ୪୪ ।
କାହାକଇଂ ଗୋଚର ନାହିଂ ନ ଦିଶଇ ବାଟ
ଗୁଗୁଚିଆ ନାରାଜେ ସେ ବାହାର ହୋଇଲା ଲାଟ । ୪୫ ।
ଗୁରୁଶ୍ରେଷ୍ଠ ହୋଇଲ ହୋ ତୁମ୍ଭେ ଦ୍ୱିଜବର
ୟେ ଘାନ୍ତି ଜାଣିବା ଦେଖି ବିଦ୍ୟା ଯେ ତୁମ୍ଭର । ୪୬ ।
ହସ୍ତରୁ ବଚ୍ଛା ମୁଦି ପକାଇଲେ କୂପରେ ଦ୍ରିଯୋଧନ
ୟେ ଘାନ୍ତି ବୁଝିବା ନ ତୋହୋର ମନ୍ତ୍ର ଗୁଣ ପୁଣ । ୪୭ ।
ଦ୍ରୋଣେ ବୋଇଲେ ୟେ ନୋହେ ଅସଂକ୍ଷେପ
ସମୋଦ୍ର ନଦୀ ନୋହଇ ୟେ ଛାର ମାତ୍ର କୂପ । ୪୮ ।
ପ୍ରତଗ୍ୟାଂ ଗାଢ ଦେଖିଣ ଦ୍ରିଯୋଧନ ହଟୁଂ
ହସ୍ତୁଂ ଦ୍ରୋଣେ ଆପଣେ ଯେ କାଢିଲେ କୁଶବଟୁ । ୪୯ ।
କୁଶବଟୁ ପକାଇଲେ କୂପର ଭିତରେ
ମୁଦି ଆବୋରି ବସିଲା ଯାଇ ଚାରି ଫେରେ । ୫୦ ।



୪୩ ।୧ ଦ୍ରୋଣେ ତୋଳିଲେ ସେ ଉପର ଫଳ ଗୋଟି ।
୪୯ ।୧ ପ୍ରୋଢି ଗାଢ ଦେଖି ଦ୍ରିଯୋଧନ ହଟୁଂ ।
୪୭ ।୧ ବଚ୍ଛା-ଉତ୍କୃଷ୍ଟ
ଆସରେ ବୋଲିଣ ଡାକ ଦିଲେ ଦ୍ରୋଣ ଗୁରୁ
କୁଶବଟୁ ଲାଗି ମୁଦି ବାହାର ହୋଇଲା କୂପରୁ । ୫୧ ।
ଭୀଷ୍ମଙ୍କ ଛାମୁରେ ମୁଦି ପକାଇଲେ ନେଇ
ଭୀଷ୍ମେ ଆଶ୍ରିଜ ହୋଇଲେ ତାହାକଇଂ ଚାହିଂ । ୫୨ ।
ଭୀଷ୍ମେ ବୋଇଲେ ଶୁଣସି ହୋ ବ୍ରାହ୍ମଣ
ଭାରଦ୍ୱାଦଶଙ୍କ ନନ୍ଦନ ଅଟ କି ତୁମ୍ଭେ ଦ୍ରୋଣ । ୫୩ ।
କୃପ ଆଚାର୍ଯ୍ୟେ ବୋଇଲେ ୟେହି ସେ ଦ୍ରୋଣ ଅଟନ୍ତି
ପ୍ରଶୁରାମଙ୍କ ବିଦ୍ୟା ୟେ ସମସ୍ତ ଜାଣନ୍ତି । ୫୪ ।
ଭୀଷ୍ମେ ବୋଇଲେ ଦ୍ରୋଣେ ଦୟା କର ୟେ ପୁଅଙ୍କୁ
ବିଦ୍ୟାଗୁରୁ ହୋଇ ବିଦ୍ୟା ଖିଖାଅ ହୋ ୟେହାଙ୍କୁ । ୫୫ ।
ଅନେକ ବାଗେ ବୋଇଲେ କୃପ ଯେ ଆଚାର୍ଯ୍ୟେ
ତହୁଂ ବିଦ୍ୟାଗୁରୁ ହୋଇଲେ ଭାରଦ୍ୱାଦଶଙ୍କର ଆତ୍ମଜେ । ୫୬ ।
ତୁଳ ମାସ କୃଷ୍ଣ ପକ୍ଷ ଚଉଠୀ ଗୁରୁବାର
ରୋହିଣୀ ନକ୍ଷତ୍ର ଯେ ବୃଷ ରାଶି ଅଟଇ ସେ ଦିନର । ୫୭ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ତୈତିଳ ନାମେ କରମ ଶିବ ନାମେ ଯୋଗ
ତୁଳ ସଂକ୍ରାନ୍ତିକି ପଚିଶ ଦିନ ଭୋଗ । ୫୮ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ସେ ଦିନ ବିଦ୍ୟାକୁ ଅନକୂଳ କଲେ ଦ୍ରୋଣ
ଗଣନାଥ ଆଖଡା ଚଣ୍ଡୀ ପୂଜିଲେ ତତକ୍ଷଣ । ୫୯
ସକାଳ ସନ୍ଧ୍ୟାୟେ ବେନି ବେଳ ସାଧନ୍ତି ଆଖଡା
ମଧ୍ୟାହ୍ନ ବେଳେ ପାଠ ପଢନ୍ତି ସର୍ବ ବୀରା । ୬୦
ଧାଉଡି ଆକ୍ରଷଣ ମାଲ ଯେ ଗୁଳୁଗୁଞ୍ଚି
ପଟା କୋନ୍ତ ବିନ୍ଧାଣ ସମସ୍ତ ଗୁରୁ ସଞ୍ଚି । ୬୧
ବେଦ ଶାହାସ୍ର ମନ୍ତ୍ରେ କଲେକ ନିର୍ଜିତ
ୟେ ମନ୍ତ୍ରେଣ ଶିଷ ହୋଇଲେ ନିବିଡିତ । ୬୨



୬୧ ଆରଣ ଆକର୍ଷଣ ମାନ ଗୁଳୁଗୁଞ୍ଚା
 ପଟ୍ଟ କୋନ୍ତ ଭାଲ ବିନ୍ଧାମ ସର୍ବ ସଞ୍ଚା ।
୬୨ ।୨ ୟେମନ୍ତେଣ ସମସ୍ତ ବୀରା ଚିଲା ଯେ ମାରନ୍ତା
 ସମସ୍ତ ଶାହାସ୍ର ମାନ କରନ୍ତି ମୁଖ ହସ୍ତା ।
୬୨ ।୨ ନିବିଡିତ-କୁଶଳ, ସୁସ-ନ୍ନ
ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ
ଦ୍ରିଯୋଧନ ୟେକ ଉତ୍ତର ଶତେ ଭ୍ରାଥ ଅଶସ୍ତମା ରାଧେବ । ୬୩ । ସଂଖ୍ୟା
ୟେମନ୍ତେ ଆଠ ଉତ୍ତର ଶତେ ଭାଇ
ପ୍ରଶୁରାମଙ୍କର ବିଦ୍ୟା ଦ୍ରୋଣେ ସମସ୍ତ ଶିଖାଇ । ୬୪ । ସଂଖ୍ୟା
ଲାଖପଟା ଆକାଶ ତଳେ କଲେ ନେଇ
ସମସ୍ତଙ୍କୁ ଅଦୃଶ୍ୟ ହୋଇବାର ପାଇଂ । ୬୫ ।
ପଟା ଜଳା କଲେ ୟେକୋଇଶ ଗୋଟି
ଦ୍ରିଯୋଧନ ବିନ୍ଧନ୍ତେ ଜଳା ପାଖେ ବସଇଟି । ୬୬ ।ସଂଖ୍ୟା
ନୋହିଲେଣ ଚନ୍ଦ୍ର ଉପରେଣ ବସି
ଭୀମର ବିନ୍ଧନ୍ତେ ଜଳା ଆନଠାରେ ପଶି । ୬୭ ।
ଧୁଶାସନ କେହି ନ ବିନ୍ଧେ ସମର କରି
ଦ୍ରୋଣେ ସେ ସାତତାଳ ବିନ୍ଧନ୍ତି ଅନୁସରି । ୬୮ । ସଂଖ୍ୟା
କର୍ଣ୍ଣର ହସ୍ତରେ ନେଇ ଦିଲେକ ଯେ ଧନୁ
ବାଙ୍କ ଚନ୍ଦ୍ର ଦୁଇ ବିନ୍ଧଇ ରାଧେବର ତନୁ । ୬୯ ।
ଦେଖିଣ ହରଷ ମନ ହେଲେ ଦ୍ରିଯୋଧନ
ଚମତ୍କାର ପଡଇ ପାଣ୍ଡେବଙ୍କର ମନ । ୭୦ ।
ଅର୍ଜୁନର ହସ୍ତେ ଗୁରୁ ଦିଲେ ନେଇ ଚାପ
ବାଙ୍କ ଚନ୍ଦ୍ରକୁ ଗଳାଇ ବିନ୍ଧ ହେ ପାର୍ଥିବ । ୭୧ ।
ଗୁରୁଙ୍କୁ ନମସ୍କାର କରି ଧନୁରେ ନାରାଜ ବସାଇ
ବାଙ୍କଚୂଳି ଚନ୍ଦ୍ରେ ଅଠର ଦ୍ୱାରେ ଶର ଯାଇ । ୭୨ । ସଂଖ୍ୟା
ଦେଖିଣ ଚମତ୍କାର ହୋଇଲେ ଦ୍ରିଯୋଧନ
ଗୁରୁଙ୍କର ତହୁଂ ତ ହୋଇଲେ ଅଧିକ ଅର୍ଜୁନ । ୭୩ ।
ଅଶସ୍ତମା ହସ୍ତେ ଧନୁ ପିତା ଦିଲେ ନେଇ
ୟେ ଚନ୍ଦ୍ରକୁ ବାଣ ବିନ୍ଧରେ ବାଳ ଯେ ତନଇ । ୭୪ ।
କରେ ନାରାଜ ଧରି ଧନୁରେ ଗୁଣ ଦିଲା
ପିତା ନାମ ଧରି ବିନ୍ଧନ୍ତେ ପଞ୍ଚଚନ୍ଦ୍ରେ ନାରାଜ ଚଳି ଗଲା । ୭୫ ।
ଦେଖିଣ ଦ୍ରୋଣ ଯେ ହୋଇଲେ ଚକିତ
ବାସବି ରାଧେବକୁ କେହି ନୋହିଲେ ସାମର୍ଥ । ୭୬ ।



୬୮ ।୧ କେହି-କିପରି
ଢାଲ ଫରି ଆଡଣ ପାଟଣ ଓହାଡଣ
କର୍ଣ୍ଣର ତୁଲେ ସମକଛ ହୋଇବ ଅର୍ଜୁନ । ୭୭ ।
ଦ୍ରିଯୋଧନର ତୁଲେ ଭୀମସେନ
ମାଲ ବିଦ୍ୟାରେ ପଥରେ ପକାନ୍ତି ସମାନ । ୭୮ ।
ନକୁଳ ଧୁଶାସନ ଘେନିଣ ଶାବେଳୀ
ଶତ ଭେଡା ପରିଯନ୍ତେ ନକୁଳ ଦିୟେ ପେଲି । ୭୯ । ସଂଖ୍ୟା
ଧୁଶାସନ ଦିଅଇ ପଞ୍ଚାବନ ଭେଡା
ଅଶସ୍ତମା ଦିଅଇ ପଞ୍ଚାଶୀ ପହଣ୍ଡ ଛଡା । ୮୦ । ସଂଖ୍ୟା
ଦୁଇଶତ ଭେଡା ଘୁଞ୍ଚାଇ ଦିଅଇ ଅର୍ଜୁନ
ଶତ ଭେଡା ଘୁଞ୍ଚାଇ ଦିଅଇ ବୀର କର୍ଣ୍ଣ । ୮୧ । ସଂଖ୍ୟା
ଦେଖିଣ ଦ୍ରିଯୋଧନ ହୁଅଇ ତାତିଷ୍ଠ
ସାଧୁ ସାଧୁ ଧନ୍ୟରେ ତୁ ପଣ୍ଡୁ ରାଜାର ଚାଟ । ୮୨ ।
ମାଲ ବିଡମ୍ୱଣ ସମ ବିଦ୍ୟା ସିଦ୍ଧି
ଧନୁ ସାୟକ ବିଦ୍ୟା ସମସ୍ତେ ହେଲେ ସାଧ୍ୟ । ୮୩-୩୬୫୪ ।



୮୨ ।୧ ତାତିଷ୍ଠ-କାତର ।
ଜାରା ଶବର ଉପାଖ୍ୟାନ
ଅଗସ୍ତି ବୋଇଲେ ଶୁଣ ବଇବସୁତ ମନୁ
ଜାରା ନାମେ କିରାତ ଯେ ଅଜପତିର ତନୁ । ୧ ।
ଗଣ୍ଡା ଦୁଇଗୋଟା ଘେନି ଅଇଲା ଯତନେ
ବାରୁଣାବନ୍ତକଇଂ ଚଳଇ ତୋଷମନେ । ୨ ।
ମଥାରେ ମଜୂର ଝାଲି କଣ୍ଠେ ଗୁଞ୍ଜରା ମାଳି
ଲୋହିତ ବର୍ଣ୍ଣ ନେତ୍ର ଶରୀରେ ରଙ୍ଗଧୂଳି । ୩ ।
ଧାମଣା କାଠର ଧନୁ କଣ୍ଟା ବାୟେଂଶର ଗୁଣ
ଡାଳି ଆଭରଣ ଫିରିକି ନାରାଜ ତ୍ରୋଣ । ୪ ।



୩ ।୧ ମଜୂର-ମୟୁର
ୟେହେନେକ ସରୂପେ ଅଜପତିର ତନୟେ
ଦ୍ରୋଣଙ୍କୁ ଦ୍ରଶନ କଲା ବାରୁଣାବନ୍ତ ଆଖଡାୟେ । ୫ ।
ଗଣ୍ଡା ଦେଖି ସାନନ୍ଦ ହୋଇଲେ ଦ୍ରୋଣ ଗୁରୁ
ମୁହିଂ ବିଦ୍ୟା ପୁତ୍ର ହୋଇକି ଆଗ୍ୟାଂ ଯେବେ କରୁ । ୬ ।
ଯୁଝେଷ୍ଠି ବୋଇଲା ହୋ ଥାଉ ୟେ କିରାତ
ବନଚର ଲୋକ ୟେହାରେ କାର୍ଯ୍ୟ ଅଛି ବହୁତ । ୭ ।
ଶୁଣିଣ କୋପ କଲା ସେ ଧୃତରାଷ୍ଟ ବଳା
ରାଗେଣ ବୋଇଲା ତୁ ହୀନ କିରାତରେ ବହନ ୟେଥୁଂ ପଳା । ୮ ।
ଅର୍ଜୁନ ବୋଇଲା ୟେ ନୋହଇ ୟେମନ୍ତ
ବଚନର ଲୋକ ୟେହାରେ ଅଛଇ କାର୍ଯ୍ୟ ବହୁତ । ୯ ।
ଗଣ୍ଡା ହରିଣ ଯେ ମୃଗ ବାହୁଟିୟା
ଚାମେରୀ ଆଦି କରି ଆଣୁଥିବ ଜିଆଦ ସାଳେହା । ୧୦ ।
ଥାଉ ବୋଲି କରି ଆଗ୍ୟାଂ ଦିଲେ ଗୁରୁ ଦ୍ରୋଣେ
ଦ୍ରିଯୋଧନ ବୋଇଲେ କିପାଂ ଭଣ୍ଡାଅ ଅକାରଣେ । ୧୧ ।
ଧୁଶାସନକୁ ବୋଇଲା ୟେହାକୁ ନିଅ ବାଳ ଧରି
ବନସ୍ତେ ଛାଡି ଆସ ଅନେକ ଅବସ୍ତା କରି । ୧୨ ।
ଶୁଣିଣ ଧୁଶାସନ କେଶ ଧରିଣ ଯେ କୋପେ
ଯୋଜନକ ଅନ୍ତରେ ଯେ ଛାଡିଲା ଗରୁ ତାପେ । ୧୩ ।
ସେ ଜାରା କିରାତ ଅନେକ କ୍ରୋଧ କଲା
ଆଖଡା ଶାଳରୁ ଆପଣା ପଲ୍ଲିକି ଝାଡ କାଟି ନେଲା । ୧୪ ।
ଆପଣା ପଲ୍ଲି ଦ୍ୱାରେ ଭିଆଇଲା ଆଖଡା
ଦ୍ୱାଦଶ ଯୋଜନେ ଥାଇ ସାଧଇ ମହାବୀରା ।୧୫ । ସଂଖ୍ୟା
ଆପଣା ଦ୍ୱାରେ ଥାଇ ବାରୁଣାବନ୍ତ ଆଖଡାକୁ ଲୟ ଦେଇ
ଦ୍ୱାଦଶ ଯୋଜନେ ଥାଇ ବିଦ୍ୟା ସାଧଇ ତହିଂ । ୧୬ । ସଂଖ୍ୟା
ଦେଖ ହୋ ମହିମା ପ୍ରତାପୀ ଶବରା
ଦ୍ୱାଦଶ ଯୋଜନେ ଥାଇ ତଲୟେ କରଇ ଜାରା । ୧୭ । ସଂଖ୍ୟା



୧୦ ।୨ ସୟମ୍ଭର ଆଦି କରି ପାରାଧି ବରେହା ।
୧୪ ।୨ ଆଖଡା ଶାଳରୁ ଆପଣା ପଲ୍ଲିକି ଲଟା କଟାଇଲା ।
ଯେବଣ ପାଦ ଗତି କରନ୍ତି ଦ୍ରୋଣ ଗୁରୁ ଦେବେ
ସେହି ମତି ସାଧନ୍ତି ସର୍ବ କଉରୋବେ । ୧୮ ।
ସେହି ଗତିକି ଚାହିଂ ଶବର ସାଧଇ ସର୍ବ ବିଦ୍ୟା
ସମସ୍ତ ଶିଖିଲା ସେ କ୍ଷତ୍ରିୟ ମହାସିଦ୍ଧା । ୧୯ ।
ତାରା ନାମେଣ ଯେ ତାହାର ପ୍ରିୟବତୀ
ସେ କିରାତକୁ ବୋଇଲା ବିମୁଖ କରି ମତି । ୨୦ ।
ଆମ୍ଭେ ବନଚର ଲୋକ ବନ ଜୀବ ଆହାରୀ
ମୃଗୟା ନ ଯାଇ କିଂପା ଧାଇଂ ଧାଇଂ ମରି । ୨୧ ।
ଜାରା ବୋଇଲା ତୁ ଶୁଣସିରେ ସଂଘାତ
କାଳେ ଜାଣିମୁ ସିନା ୟେଥିର ତଦନ୍ତ । ୨୨ ।
ଭାରିଯା ବୋଇଲା ୟେହାକୁ କିସ କିସ ବୋଲି
କେବଣ ପ୍ରକୃତି ତୋର ୟେହା ବୁଝି ନ ପାରିଲି । ୨୩ ।
ଅକାରଣେ ପାମରରେ କିଂପେ ଧାଇଂ ଧାଇଂ ମରୁ
ୟେହା ଯେ ସାଧୁଅଛୁ ହୋ କେ ତୋହୋର ଗୁରୁ । ୨୪ ।
ଅଣ ଗୁରୁରେ ବିଦ୍ୟା ଯେ ନୋହଇ ପରାପତ
ମୂର୍ଖ ପାମର ହୋ ତୁ ବନଚରେ ଜାତ । ୨୫ ।
ଭାରିଯାର ବଚନ ପରମ ହିତ କଲା
ମାଟିର ଦ୍ରୋଣେକ ସେ କିରାତ ବେଗେଣ ଥାପିଲା । ୨୬ ।
ମଥାରେ ଖଞ୍ଜିଲା ସେ କୃଷ୍ଣ ମୃଗର ଚାମର
ଗୁଞ୍ଜରା ମାଳୀୟେ ଖଞ୍ଜିଲାକ ଲଲାଟେ ତାହାର । ୨୭ ।
ସଷ୍ଟିକ ବେନି ଗୋଟି ଚକ୍ଷୁରେଣ ଖଞ୍ଜି
ଗୁଞ୍ଜ ଗରଗଡ ମାଳୀ ଗଳାରେ ଅଛି ରଞ୍ଜି । ୨୮ ।
କୋଇଲି ସୂତା ପଇତା ଆଭରଣ କଲା ବାମ କନ୍ଧେ
କୁମୁଦ ମାଳ ଉତ୍ତୁରୀ ଲମ୍ୱାଇଲା ଛନ୍ଦେ । ୨୯ ।
ଚନ୍ଦନ କାଠ ଘୋରି ହୃଦରେ ଦିଲା ଚିତା
ଧାମଣା କାଠର ଧନୁ ଧରାଇଲା ବାମ ହସ୍ତା । ୩୦ ।



୨୧ ।୨ ମୃଗୟାକୁ ନ ଯାଉ ଅଶକନ୍ଦି ହୋଇ କି-ା ମରି ।
ଡାହାଣ ଭୁଜର ଯେ ତର୍ଜନୀ ଅଙ୍ଗୁଷ୍ଠ
ଆଖଡାଶାଳକୁ ତାହାର କରାଇଛି ଦୃଷ୍ଟି । ୩୧ ।
ସେ ମୃତ୍ତିକା ଦ୍ରୋଣର ଚରଣାମ୍ୱୁଜ ସେବି
ସାଧିଲା ସମସ୍ତ ବିଦ୍ୟା କିରାତସେନ ବଇଷ୍ଟଂଭୀ । ୩୨ ।
ବଦୟନ୍ତି ଅଗସ୍ତି ଶୁଣ ହୋ ଯୁଗପତି
ୟେମନ୍ତେ ବିଦ୍ୟା ସାଧିଲା ଚଉବିଂଶ ବର୍ଷ ପରିଯନ୍ତି । ୩୩ । ସଂଖ୍ୟା
ସମସ୍ତ ବିଦ୍ୟାରେ ସେ ହୋଇଲା ନିର୍ଜିତା
ଧନୁ ବିଦ୍ୟାରେ ସେ ହୋଇଲା ବଳବନ୍ତା । ୩୪-୩୬୮୮ ।



୩୨ ।୨ ବଇଷ୍ଟଂଭୀ-ବିଶ୍ରମ୍ଭୀ-ବିଶ୍ୱସୀ
ଯୁଧିଷ୍ଠିରାଦିଙ୍କ ଅସ୍ତ୍ର ପରୀକ୍ଷା
ବସନ୍ତ ଋତୁ ସେ ଫାଲଗୁନ ମାସ
ବହୁଳ ପକ୍ଷ ତୃତୀୟା ଶୁକ୍ରଙ୍କ ଦିବସ । ୧ ।
ହସ୍ତା ନକ୍ଷତ୍ର ଯେ ବତିଶ ଦଣ୍ଡ ଭୋଗ
ବାଣିଜ୍ୟ ନାମେ କରମ ଶୂଳ ନାମେ ଯୋଗ । ୨ ।ସଂଖ୍ୟା
ଅଗ୍ନିକୋଣେ ଯୋଗିନୀ ନାରାୟଣୀ ମୂର୍ତ୍ତି
ସପତମେ ଚନ୍ଦ୍ର ଯେ ପଞ୍ଚମେ ବୃହସ୍ପତି । ୩ । ଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ୟେସନେକ ଯୋଗ ଅନକୂଳ ବାଢି
ବିଦ୍ୟା ପରୀକ୍ଷ ନିମନ୍ତେ ଶୁଭ ବେଳା ଧରି । ୪ ।
ୟେକା ହୋଇ ଗୁରୁ ପଶିଲେ ଘୋର ବନେ
ରାତ୍ରେ ବିଜେ କଲେ କୁଣ୍ଡଳୀ ନଦୀ ସନ୍ନିଧାନେ । ୫ ।
କୋଶେ ପରିଯନ୍ତେ ନେଲେ ବନ କାଟି
କୁଣ୍ଡଳା ନାମେ ଦେଖିଲେ ୟେକ ପର୍ବତ ଗୋଟି । ୬ ।
ସେ ପର୍ବତ ଉପରେ ଥିଲା କୃଷ୍ଣ ଅଗ୍ର ବୃକ୍ଷେ
ନାରାଜେ ଅଧେକ ତାହା ଛେଦିଲେ ପ୍ରତକ୍ଷେ । ୭ ।
ସେ ଖମ୍ୱ ଉପରେ ବସାଇଲେ ଖଡିକା ଗୋଟିୟେ
ତହିଂର ଉପରେ ବସାଇଲେ ଶୃଙ୍ଗଧାନ ଗୋଟିୟେ । ୮ ।ସଂଖ୍ୟା
ତହିଂର ଉପରେ ଗରଗଡ ଗୋଟିୟେ ଯେ ଥୋଇ
ଗରଗଡ ଉପରେ ସୋରିଷ ଗୋଟିୟେ ବସାଇ । ୯ ।ସଂଖ୍ୟା
ୟେସନେକ ଉପାୟେ କଲେ ଦ୍ରୋଣେ ତହିଂ
ରାଜପୁତ୍ର ମାନେ ୟେହା ନ ଜାଣନ୍ତି କେହି । ୧୦ ।
ବାହୁଡି ଅଇଲେ ଭାରଦ୍ୱାଦଶଙ୍କ ସୁତେ
କୁମରନ୍ତ ଘେନିଗଲେ ବିଦ୍ୟା ପରୀକ୍ଷ ନିମନ୍ତେ । ୧୧ ।
ସେ ନଦୀର ତୀରେ ରହିଲେ ଭାରଦ୍ୱାଦଶଙ୍କ ତନୁ
କର୍ଣ୍ଣର ହାଥରେ ଗୁରୁ ଦିଲେ ପ୍ରଥମେଣ ଧନୁ । ୧୨ ।
ବୋଇଲେ ନାରାଜ ପୂରୋଇ ନିରୋପନିରେ କର୍ଣ୍ଣ
କିସ କିସଇ ଦିଶଇରେ ପର୍ବତର ସ୍ଥାନ । ୧୩ ।
କର୍ଣ୍ଣ ଚାହିଂଲା ଯେ ନାରାଜ ପୂରୋଇ
ବେନି ଜାନୁ କ-ିଲା ଯେ ଥରହର ହୋଇ । ୧୪ ।
ଆକ୍ରଷଣ କରି ଯେ ଚାହିଂଲା ବୀର କର୍ଣ୍ଣ
ଗୁରୁଙ୍କର ମୁଖ ଚାହିଂ ବୋଲଇ ବଚନ । ୧୫ ।
ପର୍ବତ ଗୋଟିୟେ ଦିଶଇ ଗୁରୁ ଦୂରେ
ଖମ୍ୱ ଗୋଟିୟେ ଦିଶଇ ତହିଂର ଉପରେ । ୧୬ ।ସଂଖ୍ୟା
ତହିଂର ଉପରେ ଖଡିକା ଦିଶଇ ଗୋଟିୟେ
ଖଡିକାର ପରେ ଦିଶେ ଶୃଙ୍ଗଧାନ ଗୋଟିୟେ । ୧୭ ।ସଂଖ୍ୟା
ଶୃଙ୍ଗଧାନ ଉପରେ ଗୁରୁ ହେ ଅଛଇ ଗରଗଡ ପୁଣ
ଆନ କିଛି ହିଂ ନ ଦିଶଇ ବେନି ଯେ ନୟନ । ୧୮ ।
ସୋରିଷ ନ ଦିଶଇ ବୋଇଲେ ଗୁରୁ ଦ୍ରୋଣେ
ଚାରିପାଦେ ବିଦ୍ୟା ତ ନୋହିଲା ସଂପୂର୍ଣ୍ଣେ । ୧୯ । ସଂଖ୍ୟା
କର୍ଣ୍ଣ ହସ୍ତରୁ ଧଇଲେ ଅଜଙ୍ଗ ନାମା ଧନୁ
ଅଶସ୍ତମା ହସ୍ତେ ଦିଲେ ଭାରଦ୍ୱାଦଶଙ୍କର ତନୁ । ୨୦ ।
ତୁ ମୋହୋର ନନ୍ଦନରେ କ୍ଷତ୍ରିୟ ପୁତ୍ର ଗୋଟି
ଧନୁରେ ନାରାଜ ପୂରୋଇ କର ବାବୁ ଦୃଷ୍ଟି । ୨୧ ।
କିସ କିସ ଦୃଶ୍ୟ ବାବୁରେ ହୋଇବାକ ତୋତେ
ନିରୋପି କହନି ବାବୁ ମୋହୋର ଅଗ୍ରତେ । ୨୨ ।
ପିତାର ଆଗ୍ୟାଂରେଣ ନାରାଜ ପୂରୋଇଣ ଶିଷି
ଆକ୍ରେଷିଣ ବୋଇଲାକ ତାତ ପର୍ବତେକ ଦିଶି । ୨୩ ।
ତହିଂର ଉପରେ ଦିଶଇ ଖମ୍ୱ ଯେ ଗୋଟିୟେ
ଖମ୍ୱର ଉପରେ ଦିଶଇ ଖଡିକା ଗୋଟିୟେ । ୨୪ । ସଂଖ୍ୟା
ଅନ୍ତରେ ଗରଗଡ ଗୋଟିୟେ ଦିଶଇ ତାତ
ଆନ କିଛି ନ ଦିଶଇ କହିଲା ବଳବନ୍ତ । ୨୫ । ସଂଖ୍ୟା
ଛାଡ ଧନୁ ବୋଲି ଦିଲେ ଯୁଝେଷ୍ଠିଙ୍କର ହସ୍ତେ
ଧନୁରେ ନାରାଜ ପୂରୋଇ ନିରୋପନ୍ତି କୌନ୍ତେ । ୨୬ ।
ଯେତେବେଳେ ଧନୁ ଆକ୍ରେଷିଲେ ଯୁଝେଷ୍ଠି
ଆକ୍ରଷଣ କରନ୍ତେ କ-ଇ ବେନି ମୁଷ୍ଟି । ୨୭ ।
ବନସ୍ତ ଭିତରେ ଦିଶଇ ପର୍ବତ ଗୋଟିୟେ
ପର୍ବତ ଉପରେ ଦିଶଇ ଅମ୍ୱ ଯେ ଗୋଟିୟେ । ୨୮ । ସଂଖ୍ୟା
ଖମ୍ୱର ଉପରେ ଅଛି ଖଡିକା ଗୋଟିୟେ
ଆନ କିଛି ନ ଦିଶଇ କହିଲି ଗୁରୁ ହେ । ୨୯ । ସଂଖ୍ୟା
ଛାଡ ଛାଡ ଧନୁ ବୋଲି ବୋଇଲେ ଭାରଦ୍ୱାଦଶଙ୍କ ତନୟେ
ସଂପୂର୍ଣ୍ଣ ବିଦ୍ୟା ନ ଦିଶଇ ୟେତେ ଜଣ ଠାୟେ । ୩୦ ।
ଦ୍ରିଯୋଧନ ହସ୍ତେ ଦ୍ରୋଣେ ଦିଲେକ ନେଇ ଧନୁ
ନାରାଜ ପୂରୋଇ ନିରୋପଇ ଧୃତରାଷ୍ଟି
ଅପାର ଦୂରେ ଦିଶଇ ଧବଳ ପର୍ବତ ଗୋଟି । ୩୨ ।
ଖମ୍ୱ ଗୋଟିୟେକ ଦିଶଇ ତହିଂର ଉପରେ
ଖଡିକା ଗୋଟିୟେ ଦିଶଇ କିଞ୍ଚିତ ମାତ୍ରକରେ । ୩୩ । ସଂଖ୍ୟା
ଆନ ତହିଂ କିଛି ନ ଦିଶଇ ଶୁଣିମା ଗୁରୁ ହେ
ଦ୍ରୋଣେ ବୋଇଲେ କିଛି ହିଂ ତୁ ନ ପାଇଲୁ ସନ୍ଦେହେ । ୩୪ ।
ଦ୍ରିଯୋଧନ ହସ୍ତରୁ ଧନୁ ଯେ ଛଡାଇ
ଧୁଶାସନ ହସ୍ତେ ଅଜଙ୍ଗ ଧନୁ ଦିଲେ ନେଇ । ୩୫ ।
ଦେଖରେ ଧୁଶାସନ କିସ କିସ ଦିଶି
ଗୁରୁଙ୍କର ବଚନେ ନାରାଜ ପୂରୋଇ ଆକ୍ରୋଷି । ୩୬ ।
ବନସ୍ତ ଭିତରେ ପର୍ବତେକ ଦିଶଇ ତାତ
ମେଘମାଳମାନ ଦିଶଇ ଅପ୍ରମିତ । ୩୭ ।
ଛାଡ ଚାଡ ବୋଲି ଧୁଶାସନ କରୁ ଧନୁ ଘେନି
ଭୀମସେନ ହସ୍ତରେ ଦିଲେକ ଗୁରୁ ଦ୍ରୋଣି । ୩୮ ।
ନାରାଜ ପୂରୋଇ ନିରୋପରେ ଭୀମସେନ
କିସ କିସ ଦିଶଇ କହ ସରୂପ ବଚନ । ୩୯ ।
କହି ଭୀମସେନ ୟେ ଶୁକଳ ପର୍ବତ
ଖମ୍ୱ ଗୋଟିୟେ ଦିଶଇ ବିଦ୍ୟମାନ ସାକ୍ଷାତ । ୪୦ । ସଂଖ୍ୟା
ଖଡିକା ଗୋଟିୟେ ଦିଶଇ ଗୁରୁ ହେ
ଆନ କିଛି ନ ଦିଶଇ ବୋଇଲେ ସନ୍ଦେହେ । ୪୧ । ସଂଖ୍ୟା
ବୋଇଲେ ଦ୍ରିଯୋଧନ ଗଦା ବିଦ୍ୟାରେ ପରିପୂର୍ଣ୍ଣ
ସମସ୍ତ ଭ୍ରାଥମାନେ ୟେହି ରୂପେ ପୁଣ । ୪୨ ।
ଛାଡ ଛାଡ ବୋଲି ହସ୍ତରୁ ଧନୁ ଘେନି
ସନିଧ୍ୟେଣ ରାଇରେ କୁମାର ଫାଲଗୁନି । ୪୩ ।
ଅଜଙ୍ଗ ଧନୁ ଦିଲେ ତାହାର ଯେ ହସ୍ତେ
ନାରାଜ ପୂରୋଇ ବାବୁ କର ଦୃଷ୍ଟି ପାତେ । ୪୪ ।
ନାରାଜ ପୂରୋଇ ସେ ନିରୋପଇ ଅରଜୁନ
ଗୁରୁଙ୍କର ଅଗ୍ରତେ କହଇ ଫାଲଗୁନ୍ୟ । ୪୫ ।
ଆଠ ସହସ୍ର ଆଠ ଶତ ଅଠାଇଶି ପହଣ୍ଡେ
ପର୍ବତ ଉପରେ ଦିଶଇ ବୃକ୍ଷର ଅର୍ଦ୍ଧ ଖଣ୍ଡେ । ୪୬ । ସଂଖ୍ୟା
ତହିଂର ଉପରେ ଦିଶଇ ଖଡିକା ଗୋଟିୟେ
ତହିଂର ଉପରେ ଅଛି ଶୃଙ୍ଗଧାନ ଗୋଟିୟେ । ୪୭ । ସଂଖ୍ୟା
ଶୃଙ୍ଗଧାନ ଉପରେ ଗରଗଡ ଯେ ଅଛଇ
ତହିଂର ଉପରେ ସୋରିଷ ଗୋଟିୟେ ଦିଶଇ । ୪୮ । ସଂଖ୍ୟା
ଖମ୍ୱକୁ ବିନ୍ଧିବି କି ଖଡିକାକୁ ବିନ୍ଧିବି
କହ ଗୁରୁ ହେ ଶୃଙ୍ଗଧାନକୁ ନାରାଜ ସନ୍ଧିବି । ୪୯ ।



୪୯ ।୧ ଥମ୍ୱ ମଧ୍ୟ ପୋଥିମାନଙ୍କରେ ଅଛି ।
ଗରଗଡକୁ ବିନ୍ଧିବି କି ସୋରିଷକୁ ବିନ୍ଧିବି ସନ୍ଦେହେ
କାହାକୁ ବିନ୍ଧିବି ମୋତେ ଆଗ୍ୟାଂ ହୋଉ ଗୁରୁ ହେ । ୫୦ ।
ଦ୍ରୋଣେ ବୋଇଲେ ବାବୁ ଛାଡ ଛାଡ ଧନୁ
ତୁ ସେ ଭାରାଭର ଉଶ୍ୱାସିବୁ ୟେ ମଧ୍ୟ ଭୁବନୁଂ । ୫୧ ।
ଅର୍ଜୁନ ପୂରୋଇ ଅଛି ଦିବ୍ୟ ଶର
ଦେଖି ଅଛନ୍ତି ବେଢି ସର୍ବ ରାଜକୁମର । ୫୨ ।
ଅର୍ଜୁନ ବୋଇଲା ଗୁରୁ ହେ ପୂରୋଇଲି ଶର
ନ ବିନ୍ଧିଲେ ଦୋଷ ୟେଥେଂ ଅଛଇ ଅପାର । ୫୩ ।
ଦ୍ରୋଣେ ବୋଇଲେ ବାବୁ ତୁ ଦୃଢ କରସି ମୁଷ୍ଟି
ନିଶ୍ଚଳ ହୋଇ ଖମ୍ୱ ଖଡିକା ଧାନ ଗରଗଡ ଗୋଟି । ୫୪ ।
ସମସ୍ତେ ତହିଂରେ ଯେ ହୋଇଥିବେ ନିଶ୍ଚଳ
ତହିଂ ଉପରେ ସୋରିଷ ଗୋଟିୟେ ହୋଇବ ବେନିଫାଳ । ୫୫ । ସଂଖ୍ୟା
ୟେହେନେକ ସ୍ୱରୂପ ନାରାଜ ବିନ୍ଧ ବାବୁ
ବିନ୍ଧିଲେ ଜଗଜିତା ତୁହିରେ ହୋଇବୁ । ୫୬ ।
ଦ୍ରୋଣଙ୍କର ବଚନେ ସାନନ୍ଦ ଫାଲଗୁନି
ହୃଦଗତେ ଲୟେ କଲା ଅବଲୋକନ ଶସ୍ର ଘେନି । ୫୭ ।
କିଞ୍ଚିତ ପ୍ରାକ୍ରମେ ସେ ବିନ୍ଧିଲା ସୂତ୍ର ଶର
ଅନ୍ତରୀକ୍ଷେ ପଡିଲା ସେ ସୋରିଷ ଉପର । ୫୮ ।
ବିଦ୍ୟାର ସରୂପ ଦେଖ ହେ ମହୀପାଳ
ନାରାଜ ପଡି ସୋରିଷ ହୋଇଲା ବେନି ଫାଳ । ୫୯ ।



୫୮ ।୨ ଅନ୍ତରୀକ୍ଷେ ନାରାଜ ପଡିଲା ସୋରିଷ ଉପରେ ।
 ନାରାଜ ପଡିଲା ସୋରିଷ ହୋଇଲା ବେନିଫାଳେ ।
୫୯ ।୧ ବିଦ୍ୟାର ସରୂପ ଦେଖ ହେ ମହୀପାଳ ସ୍ଥାନରେ ଅଧିକା ପାଠ-
 ବିଦ୍ୟା ପରୀକ୍ଷ ହାଦେ ଦେଖ ହୋ ମହୀପାଳେ
 ଖମ୍ୱ ଖଡିକା ଗରଗଡ ଧାନ ଅଛଇ ନିଶ୍ଚଳେ ।
 ଦୁଇଫାଳ ହୋଇ ସେ ସୋରିଷ ରହିଲା
 ବିଦ୍ୟା ପରୀକ୍ଷ ଅର୍ଜୁନ ୟେମନ୍ତଟି କଲା ।
 ଧନୁ ଉଛାଡିଲେ କ-ଇ ହାଦେ ମୁଷ୍ଟି
 ପବନ ଗତି ପ୍ରାୟେ କ-ଇ ହାଦେ ମୁଷ୍ଟି ।
 କିଞ୍ଚିତ ଅବଲୋକନେ ବିନ୍ଧିଲା ସର୍ବସାଚୀ ବୀର
 ଅନ୍ତରୀକ୍ଷେ ନାରାଜ ପଡିଲା ସୋରିଷ ଉପର ।
ଖମ୍ୱ ଖଡିକା ଧାନ ଗରଗଡ ନ ଟଳିଲା
ଦୁଇଫାଳ ହୋଇ ସୋରିଷ ସେହି ଗରଗଡରେ ରହିଲା । ୬୦ ।
ପ୍ରତକ୍ଷେ ବିଦ୍ୟା ଦେଖିଲେ ଦ୍ରୋଣ ଗୁରୁ
ସାଧୁ ସାଧୁ ଧୁନି ଗୋଟିୟେ ଶୁଭିଲା ଆକାଶରୁ । ୬୧ । ସଂଖ୍ୟା
ଦେଖି ପରମ ସାନନ୍ଦ ଭାରଦ୍ୱାଦଶଙ୍କ ଶିଷି
ବାବୁ ପ୍ରଶୁରାମଙ୍କର ବିଦ୍ୟା ତୋହୋର ତହିଂ ଅଛି । ୬୨ ।
ୟେତେ ବିଚାରି ସେ ଋଷିକୁଳ ବଚ୍ଛ
ତୁହି ସେ ଭାରା ବାବୁ ନିବାରିବୁ ପ୍ରତଚ୍ଛ । ୬୩ ।
ଆବର ୟେମାନଙ୍କରେ କିସ ପ୍ରୟୋଜନ
ବାହୁଡି ଶିଷ୍ୟନ୍ତ ଘେନି ଅଇଲେ ବାରୁଣାବନ୍ତ ଭୁବନ । ୬୪-୩୭୫୨ ।



୬୩ ।୧ ବଚ୍ଛ-ବଷ୍ୟ, ୬୩ ।୨ ପ୍ରତଚ୍ଛ-ପ୍ରତକ୍ଷ
ଦ୍ରୋଣଙ୍କୁ କୁମ୍ଭୀର ମୁଖରୁ ଅର୍ଜୁନଙ୍କ ରକ୍ଷା
ବାହୁଡିଲେ ଦ୍ରୋଣ ଶିଷ୍ୟଗଣନ୍ତ ସମେତେ
ଗଙ୍ଗାକଇ ଗଲେ ଆହର୍ଣ୍ଣିକ ନିମନ୍ତେ । ୧ ।
ଅର୍ଜୁନ ରାଇ ଆଗ୍ୟାଂ ଅବଧାରି
ତୁ ସେ ଯାଅନି ବାବୁ ଆମ୍ଭର ନିଜ ପୁରୀ । ୨ ।
ତିଳ ଖଣ୍ଡିୟେ ଆଣ ବାବୁ ମଥାରେ ଲଗାଇବାକୁ
ସେ ତିଳ ତଳେ ନ ଥୋଇବୁ ବାବୁ ମୋହୋର ଶପତ ତୁକୁ । ୩ ।
ଗୁରୁ ଆଗ୍ୟାଂ ଶିରେ ନିବେଶି ଅର୍ଜୁନ ଚଳି ଯାଇ
ଗୁପତେ ଦ୍ରିଯୋଧନକୁ ପାଶକଇ ରାଇ । ୪ ।
ମନଭେଦୀ ବିଦ୍ୟା ଯେ କହିଲେ ଗୁରୁ ଦ୍ରୋଣେ
ନାରାଜ ପୂରୋଇ ଦ୍ରିଯୋଧନ ହୋଇଲା ଠାଣମାଣେ । ୫ ।
ମନ୍ତ୍ର ସୁମରି ବିନ୍ଧିଲା ସୂତ୍ରେ ଶର
ନାରାଜ ନ କ୍ଷେପିଲା ଯାଇ ପତ୍ରଙ୍କ ଉପର । ୬ ।
ଛାଡ ଛାଡ ବୋଲି ଗୁରୁ ଆପଣେ ଧନୁ ଧରି
ମନ୍ତ୍ର ଆବାହନେ ନାରାଜ ସନ୍ଧାନ କରି । ୭ ।
ସେ ନାରାଜ ଯାଇ ପଡିଲା ପତ୍ରଙ୍କ ଉପରେ
ଦେଖି ରହି ପତ୍ରମାନେ ପଡିଲେ ଭୂମିରେ । ୮ ।
ତହୁଂଣ ଦ୍ରୋଣେ ଯେ ବେଗେ ଚଳି ଗଲେ
ଶିଷ୍ୟମାନନ୍ତ ଘେନି ନଦୀ କୂଳରେ ରହିଲେ । ୯ ।
ଅର୍ଜୁନ ଗଲା ଯେ ଗୁରୁଙ୍କ ମନ୍ଦିରେ
ତିଳ ଖୋରି ଘେନି ସେ ଆସଇ ବେଗେ ଖରେ । ୧୦ ।
ଦେଖିଲା ବଟବୃକ୍ଷ ସେ ପତ୍ର ନାହିଂ କିଛି
ହୃଦଗତେ ବିଚାରି ଜାଣିଲା ସର୍ବସାଚୀ । ୧୧ ।
ୟେଥିର ନିମନ୍ତେ ଗୁରୁ ପେଷିଲେକ ମୁକୁ
ଗୁପତେ ମନ୍ତ୍ର ୟେହା କହିଲେ ଦ୍ରିଯୋଧନକୁ । ୧୨ ।
ହୃଦଗତେ ବିସରିଲା ବୀର ଫାଲଗୁନି
ପଞ୍ଚ ନାରାଜ ବିନ୍ଧିଲା ମହାମନ୍ତ୍ର ଘେନି । ୧୩ ।
ତିଳ ଖୋରି ଗୋଟି ଥୋଇଲା ସେ ନାରାଜ ଉପରେ
ଗୁରୁଙ୍କର ବଚନ ଯେ ନିବେଶିତ ଶିରେ । ୧୪ ।
ଧନୁରେ ଶସ୍ତ୍ର ଦେଇ ଠିଆ ଠାଣି ହୋଇଲା
ନାରାଜମାନ ପେଷି ସେ ବେଣ୍ଟମାନ ଛିନାଇଲା । ୧୫ ।
ତହୁଂ ତିଳ ଖୋରି ଘେନି ଗମଇ ଅତି ବେଗେ
ପ୍ରବେଶ ହୋଇଲା ଯାଇ ଗୁରୁଙ୍କର ଆଗେ । ୧୬ ।
ଦେଖିଣ ସନ୍ତୋଷ ହୋଇଲେ ତପୋବନ୍ତେ
ସେ ତିଳ ଗୁରୁ ଲଗାଇଲେ ନିଜ ମାଥେ । ୧୭ ।
ଗଙ୍ଗାଜଳେ ଗୁରୁ ପଶିଲେ ଅବଗାହି
ଜଳପ୍ରଭା ଥିଲା ସେ ଧଇଲା ନିଠାଇ । ୧୮ ।
ଯଦ୍ୟପି ଆପଣେ ତ ବିନାଶି ପାରଇ
ଶିଷ୍ୟନ୍ତ ହାକ ଦିଲେ ଅତି ଆକୁଳ ହୋଇ । ୧୯ ।
ସମସ୍ତେ ପଳାଇ ଯାଇ କୂଳରେ ଉଠିଲେ
ଅର୍ଜୁନ ରହିଲା ୟେକା ଗୁରୁଙ୍କର ତୁଲେ । ୨୦ ।
ଧନୁରେଣ ନାରାଜ ସେ ପୂରୋଇ ଛାଡିଲା
ପ୍ରାଣ ବିସର୍ଜିଣ ଜଳପ୍ରଭା ହିଂ ପଡିଲା । ୨୧ ।
ଦ୍ରୋଣଙ୍କର ଅଙ୍ଗେ ନୋହିଲାକ ଆଘାତ
କୁମ୍ଭୀର ମାତ୍ରକ ସେ ହୋଇଲାକ ହାତ । ୨୨-୩୭୭୪ ।



୧୩ ।୨ ପଞ୍ଚ ନାରାଜ କୁରୁଳି ହୋଇଲା ମେଦିନୀ ।
ଦ୍ରୋଣଙ୍କର ଅର୍ଜୁନକୁ ବ୍ରହ୍ମଶିରା ଶର ପ୍ରଦାନ
ଶୁଣ ହୋ ରାଜନ ସନ୍ତୋଷ ହୋଇ ଗୁରୁ କୂଳେ ଯାଇ ଉଠି
ବ୍ରହ୍ମଶିରା ଶର ଦିଲେକ କିରଟୀ । ୧ ।
ସାମାନ୍ୟକଇ ପେଷିଲେ ଆପଣା ପ୍ରାଣ ନାଶ ଯାଇ
ମହାତ୍ମା ଜନ ହୋଇଲେ ସେ ନିଶ୍ଚୟେ ନଶଇ । ୨ ।
ତହୁଂଣ ଗମନ କରି ଆସନ୍ତି ଗୁରୁ ଶିଷ୍ୟେ
ସେହି ବଟବୃକ୍ଷ ତଳେ ହୋଇଲେ ପ୍ରବେଶେ । ୩ ।
ଦେଖିଲେ ଶାଖା ହୋଇଅଛି ମୁଣ୍ଡିତ
ହୃଦଗତେ ବିଚାରି ଜାଣିଲେ ଋଷସୁତ । ୪ ।
ଅର୍ଜୁନକଇଂ ହକାରି ବୋଇଲେ ବଚନ
ଆମ୍ଭର ବଚନ ତୁ ଲଘିଂଲୁ ବିଦ୍ୟମାନ । ୫ ।
କରପତ୍ର ଯୋଡି ସେ ବୋଇଲା ଅରଜୁନ
ତୁମ୍ଭର ବଚନ ମୋତେ ଶିରାଗ୍ରତ ଜାଣ । ୬ ।
ଭୂମିଗତେ ମୁଂ ଯେ ନ ଥୋଇଲି ତିଳ ଖୋରି
ପଞ୍ଚ ନାରାଜ ବିନ୍ଧି କୁରୁଳି ଥୋଇଲି ଗଗନ ଚାରି । ୭ । ସଂଖ୍ୟା
ଶୁଣିଣ ଗୁରୁ ଯେ ହୋଇଲେ ସନ୍ତୋଷ
ମନ ଛେଦନ ମନ୍ତ୍ର କହିଲେ ଉପଦେଶ । ୮ ।
ମୁଖେ ଚୁମ୍ୱନ ଦେଇ ଶରୀର ଆଉଂଶି
ତହୁଂ ଆସି ନିଜ ମନ୍ଦିରେଣ ପଶି । ୯ ।
ଶିଷ୍ୟମାନେ ଗଲେ ଯେ ଯାହା ନିଜ ବାସ
ଗୃହକର୍ମେ ଯାଇ ଗୁରୁ ହୋଇଲେ ପରବେଶ । ୧୦-୩୭୮୪ ।



୨ ।୨ ମହା ଶତ୍ରୁକୁ ସେ ଯେ ୟେ ଶର ବିନ୍ଧଇ ।
୬ ।୨ ତୁମ୍ଭର ବଚନ ମେଣ୍ଟିବାକୁ ମୁଂ ନୋହଇ ଭାଜନ ।
୭ ।୨ ପଞ୍ଚନାରାଜ ବିନ୍ଧି ଥୋଇଲି ଗଗନ ଚାରି ।
୯ ।୧ ମୁଖେ ଚୁମ୍ୱନ ଦେଇ ବଚନ ଆଶ୍ୱାସି ।
କୌରବ ପାଣ୍ଡବାଦିଙ୍କର ଅସ୍ତ୍ରପରୀକ୍ଷା
ଅଗସ୍ତିଙ୍କି ପଚାରିଲେ ବଇବସୁତ ମନୁ
ୟେଥି ଉତ୍ତାରୁ କେବଣ କୃତ କଲେ ଭାରଦ୍ୱାଦସଙ୍କ ତନୁ । ୧ ।
ପୁଣ କେତେହେଂକ ଦିନ ବହି ଯାଆନ୍ତେ
ହୃଦଗତେ ବିଚାର କଲେ ଶ୍ରୟା ଦେବୀ ସୁତେ । ୨ ।
ଗୁପତ ପରୀକ୍ଷ ଆମ୍ଭେ କରାଇଲୁ ନିରୁତେ
ୟେବେ ବିଦ୍ୟା ପରୀକ୍ଷ କରିବା ଦେଖନ୍ତୁ ସମସ୍ତେ । ୩ ।
ତହୁଂ ଶିଷ୍ୟନ୍ତ ଘେନି ଗୁରୁ ବେଗେ ଚଳି ଗଲେ
ରାଜାର ସିଂଘଦ୍ୱାରେ ଯାଇଣ ପ୍ରବେଶ ହୋଇଲେ । ୪ ।
ଧୃତରାଷ୍ଟ କୃପ ଆଚାର୍ଯ୍ୟ ଯେ ସୋମଦତ୍ତ
ବାଲହିକ ବିଦୁର ଅଛନ୍ତି ସମସ୍ତ । ୫ ।
ଭୀଷ୍ମକଇ ଦ୍ରୋଣେ ବୋଇଲେ ପୁଣ ବାକ୍ୟନ୍ତ
ଶସ୍ର ଶାସ୍ରତ ପାଇଲେ ପୁତ୍ରେ ବହୁତ । ୬ ।
ଆମ୍ଭର ବିଦ୍ୟା ତୁମ୍ଭର ଦେଖିବାର ଉଚିତ
ଶୁଣିଣ ସନମତ କଲେକ ବହୁତ । ୭ ।
ଭୀଷ୍ମେ ବୋଇଲେ ଯେ ବିଦୁରଙ୍କୁ ଚାହିଂ
ଦ୍ରୋଣେ ବୋଇଲେ ବିଦ୍ୟା ପରୀକ୍ଷ ପାଇଂ । ୮ ।
ସଭା ସମ୍ଭର ହୋ କର ତୁମ୍ଭେ ଯାଇ
ଦାଣ୍ଡେ ଘୋଷଣ ଦିଆଅ ଚାରଗଣ ରାଇ । ୯ ।
ଶୁଣିଣ ତକ୍ଷଣେ ବିଦୁର ଚଳି ଗଲେ
ନଗ୍ରେ ଘୋଷଣ ଦିଆଇ ସମସ୍ତ ରୁଣ୍ଡ କଲେ । ୧୦ ।



୫ ଧୃତରାଷ୍ଟେ ପୁଚ୍ଛା କଲେ ଡାକି ସୋମଦତ୍ତ
 ବାଲହିକ ବିଦୁର ରୁହାଇଣ ସମସ୍ତ ।
ସୁବର୍ଣ୍ଣର କଳସ ଖଞ୍ଜିଲେ ଦିବ୍ୟ ରତ୍ନ
ମୁକୁତାର ତ୍ରୋଣ ଲମ୍ୱିତ ବିଚିତ୍ର ବିତପନ । ୧୧ ।
ବିଚିତ୍ର ସଭାୟେକ କଲେ ବିଦ୍ୟମାନ
ମିଳିଲେ ସଭାୟେ ଯେ କ୍ଷତ୍ରି ବଶ୍ୟ ବିପ୍ର ଜନ । ୧୨ ।
ନଗ୍ର ନର ନାରୀ ମିଳିଲେ ସମସ୍ତ
କୁମାରମାନେ ମିଳିଲେ କରେ ଅସ୍ର ଶସ୍ର । ୧୩ ।
ନାନା ବାଦ୍ୟ ବଜାଇଲେ କଲେ ଶଙ୍ଖଧୁନି
ସୂତ୍ର ଦେଖାଇଲେ ଯେ ଯାହାର ଶସ୍ର ଘେନି । ୧୪ ।
ଦେଖି ସଭାଜନେ ହୋଇଲେ ଚମତ୍କାର
ୟେକକୁ ଆରେକ ଯେ ତେଜ ମହା ପରଖର । ୧୫ ।
ବିଦୁର କହନ୍ତେ ହାଦେ ଧୃତରାଷ୍ଟ ଜାଣି
ଜଣେ ଜଣେ ପ୍ରତି ସନ୍ତୋଷ ବଖାଣି । ୧୬ ।
ନାନା ଶସ୍ର ବିଦ୍ୟା ଦେଖାଇଲେ ସର୍ବ
ସାଧୁ ସାଧୁ ଅର୍ଜୁନ ବୋଲି ନଗ୍ରେ ଶୁଭିଲା ୟେକ ରାବ । ୧୭ ।
ଭୀମ ଦ୍ରିଯୋଧନ ମେଲନ୍ତି ଗଦାଯୁଦ୍ଧ
ଅଶସ୍ତମା ଯାଇଂ କଲେ ମଧ୍ୟେଣ ବିରୋଧ । ୧୮ ।
ଅର୍ଜୁନ ଧନୁ ଆକ୍ରେଷି କଲା ଅଗ୍ନି ଶର
ପ୍ରଜ୍ୱଳିତ ବହନି ଉଠିଲା ବ୍ରହ୍ମାଣ୍ଡର । ୧୯ ।
ପୁଣ ବାରୁଣା ଶର କଲାକ ସର୍ବସାଚୀ
ପବନା ଶସ୍ର ଘାୟେ ପ୍ରଖର ବହୁଅଛି । ୨୦ ।
ପବନାସ୍ର ମେଘାସ୍ର ବିଜୟାସ୍ର ମାଳା
ମେଘା ଶସ୍ରେ ପର୍ବତ ସ୍ରିଜଇ ଇନ୍ଦ୍ର ବଳା । ୨୧ ।
ଅନ୍ତର୍ଧ୍ୟାୟେ ହୋଇ ଚଳଇ ଶସ୍ରଘାତ
କ୍ଷଣେ ରଥ କ୍ଷଣେ ଗଜ କ୍ଷଣେ ଅଶ୍ୱଗତ । ୨୨ ।
କ୍ଷଣେ ତୁରଙ୍ଗ ଗତ କ୍ଷଣେ ଭୂମିଗତ
ଲୁହା ଶରେକ ପୁଣ ପିନ୍ଧିଲା ଶର ଘାତ । ୨୩ ।



୧୪ ।୨ ଶହସ୍ର ଦେଖାନ୍ତି ଯେ ଯାହାର ତେଜ ଘେନି ।
ସଭାର ସମସ୍ତେ କରନ୍ତି ଧନି ଧନି
ସାଧୁ ସାଧୁ ଶସ୍ର ବିନ୍ଧଇ ଫାଲଗୁନି । ୨୪ ।
ଦ୍ରିଯୋଧନ ବୋଇଲା ଅଶସ୍ତମାକୁ ରାଇ
ସମସ୍ତ ବିଦ୍ୟା ତ ଅଛି ତୋହୋର ତହିଂ । ୨୫ ।
ଶତେ ଭାଇ ଘେନି ହୋଇଲେ ପୁଣ କତି
ଦତ୍ୟ ବିନାଶନେ ଯେସନେକେ ପଶୁପତି । ୨୬ । ସଂଖ୍ୟା
ତଦନ୍ତରେ ପୁଣ କର୍ଣ୍ଣ ହୋଇଲାକ ଆସି
ବାଳଅର୍କ ଜାଣି ଶରୀର ଜ୍ୟୋତି ଦିଶି । ୨୭ ।
ଯେତେକ ଶର ଦେଖାଇଲା ବୀର ପାଥ
ତୁଲ ଶହସ୍ର କଲା ସେ ରାଧେବର ସୁତ । ୨୮ । ସଂଖ୍ୟା
ଦ୍ରିଯୋଧନ ଦେଖି ୟାଇଂ କଲା କୋଳାଗ୍ରତ
ଆଝୁଂଣ ସଖା ମୋତେ ହୋଇଲୁ ଭୋ ମୈତ୍ର । ୨୯ ।
ଅଙ୍ଗ ଦେଶ ରାଜ୍ୟ ତୁ ଭୁଞ୍ଜିବୁ ବିପୁଳ
କର୍ଣ୍ଣ ବୋଇଲା ତୁ ହୋ ଶୁଣ ମହୀପାଳ । ୩୦ ।
ଅର୍ଜୁନ ତୁଲେ କରାଅ ମୋତେ ଯୁଦ୍ଧ
ମୁଂ ତାହାକୁ ଜିଣି ପାରଇ ରଣ ମଧ୍ୟ । ୩୧ ।
କୃପ ଆଚାର୍ଯ୍ୟେ ବୋଇଲେ ଅର୍ଜୁନ ରାଜାର କୁମର
ସାରଥିର ତନୟେ ହୋଇ ୟେଡେକ ଗର୍ବ ତୋହୋର । ୩୨ ।
ତୋହୋର ମାତା ପିତାକଇ କର ଯା ଅନୁମତ
ପଛେଣ ଯୁଦ୍ଧ କର ଅର୍ଜୁନ ସଙ୍ଗତ । ୩୩ ।



୨୬ ଶତେ ଭାଇ ପୁଣ ହୋଇଲେ ଯାଇ କତି
 ଦତ୍ୟ ବିନାଶନେ ଯେସନେକ ସୁରପତି ।
୨୭ ଶ୍ରବଣରେ କୁଣ୍ଡଳ ମୁକୁଟ ଶିରରେ ବିକାଶି
 ସହଜେ ରତ୍ନ କୁଣ୍ଡଳ ପ୍ରକାଶି ।
୨୮ ଶୁଣିମ କର୍ଣ୍ଣ ଯେ ଲଜ୍ୟାୟେ ନିବର୍ତ୍ତିତ
 ଘୁଞ୍ଚିଣ ରହିଲା ଯେ ରାଧେବର ସୁତ ।
ଶୁଣ କରି କର୍ଣ୍ଣ ଯେ ହୋଇଲା ନୂ୍ୟନପକ୍ଷ
ଦ୍ରିଯୋଧନ ତାହାକଇ ଆବୋରିଲା କଛ । ୩୪ ।
ଶୂରବନ୍ତ ଜନ କି ହୁଅନ୍ତି ଅକୁଳୀନ?
ଅର୍ଜୁନ ସରିକି କର୍ଣ୍ଣ ହୋଇଛି ଘଟଣ । ୩୫ ।
ଭୀମସେନ ବୋଇଲା ସାରଥିର ସୁତ
ରଥ ସେ ବାହିବ ଯୁଦ୍ଧ ନୋହଇ ଯୁଗତ । ୩୬ ।
ୟେଥୁ ଅନନ୍ତରେ ଆସ୍ଥାନ ମଉଳି
ଯେ ଯାହା ସ୍ଥାନକି ଗଲେ ସର୍ବେ ଚଳି । ୩୭ ।
ଦ୍ରୋଣ ଗୁରୁ ଚଳିଲେ ଆପଣା ଭୁବନେ
ଅନେକ ଦେଶ ଘୋଷ ପାଇଲେ ରତ୍ନା ଯାନେ । ୩୮ ।
ଶୁଣ ହୋ ରାଜନ ପୁଣ ହିଂ କରନ୍ତି ବିଦ୍ୟା ଉପାସନ
ମିଳିଣ ଦେଖନ୍ତି ନଗ୍ର ଜନମାନ । ୩୯ ।
ନାରାଜ ବିନ୍ଧିନ୍ତି ସେ ଲାଖେକ ଉଭାରି
ଯେ ଯାହାର ବଳ ଧନୁ ହସ୍ତେ ଧରି । ୪୦ ।
ଧନୁ ଧରି ନାରାଜ ବିନ୍ଧନ୍ତେ ଅଶସ୍ତମାର କ-ଇ ଭୁଜ
କର୍ଣ୍ଣର ଜାନୁ କ-ଇ ଧନୁରେ ନାରାଜ ବିନ୍ଧିଲେ
ଧୁଶାସନ ବୁକୁସ୍ଥଳ କ-ଇ ଧନୁ ଆକ୍ରେଷିଲେ । ୪୨ ।
ନାରାଜ ପୂରୋଇଲେ କୁମର ଯୁଝେଷ୍ଠି
ପବନ ଗତି ପ୍ରାୟେ କ-ଇ ଅଙ୍ଗୁଷ୍ଠି । ୪୩ ।
ଭୀଷ୍ମଙ୍କର କ-ଇ ଶିର ଦ୍ରୋଣଙ୍କର କ-ଇ ଭୁଜ
ନିକ- ଅର୍ଜନ ସେ ବାସେବର ଆତ୍ମଜ । ୪୪ ।
ତଦନ୍ତ କରିଣ ବୁଝିଲୁନି ସର୍ବ ତତୁ
ୟେହାଙ୍କର ହସ୍ତରେ ହୋଇବ ସବୁଙ୍କରି ମୃତୁ । ୪୫ ।



୩୪ ଶୁଣି କର୍ଣ୍ଣ ଲଜ୍ଜାୟେ ନିରୁତ୍ତର
 ଦ୍ରିଯୋଧନ ବୋଇଲା ସପକ୍ଷ ହୋଇଲା ମୋହୋର ।
୩୮ ।୨ ଅନେକ ଦେଶ ଘୋଷ ପାଇଲେ ହାଦେ ଦାନେ ।
୩୯ ।୧ ଶୁଣ ହୋ ରାଜନ ପୁଣ କରାନ୍ତି ବିଦ୍ୟା ଉପଦେଶମାନ ।
୩୯ ।୧ ଉପାସନା-ସେବା
ୟେକାନ୍ତ କରିଣ ରାଇଲେ ଦ୍ରୋଣେ ଆପଣାର ବଳା
ୟେଥି ଥିଲେ ନନ୍ଦନରେ ମରିବୁ, ବହନ ହୋଇ ପଳା । ୪୬ ।
ଯେବଣ ନାରାଜ ଗୋଟି ବାବୁରେ ବିନ୍ଧଇ ଫାଲଗୁନି
ସେ ନାରାଜ ମୁନେ ଦିଶଇ ବ୍ରହ୍ମାଣ୍ଡ ଖଣ୍ଡ ତିନି । ୪୭ । ସଂଖ୍ୟା
ୟେହେନେକ କରି ୟେହାକୁ ସ୍ରିଜିଲା ବିଧାତା
ତ୍ରୈଲୋକ୍ୟେ ବ୍ରହ୍ମାଣ୍ଡେ ୟେହାକୁ ନାହିଂ ନା ଜିଣନ୍ତା । ୪୮ ।
ଅବଶ୍ୟ ଦ୍ରିଯୋଧନ ନ ଛାଡିବ ତୋତେ
ତୁ ପୁଣ ବଧ ହୋଇ ଟି ଅର୍ଜୁନର ହସ୍ତେ । ୪୯ ।
ପୁଣି ହିଂ ବିଦ୍ୟାମାନ ଯେ କରନ୍ତି ଆରମ୍ଭ
ବାଘମୁହିଂ ଛନ୍ଦା ୟେ ପାତିଲେ ଦ୍ୱାରେ ଦମ୍ଭ । ୫୦ ।
ପଞ୍ଚିଶ ସହସ୍ର ପିଟଣା ମୁଗୁରରେ ଲଗାଇ
କାଠ ଜଳା ଭିତରେ ଓଟାରନ୍ତି ସର୍ବେ ବୀରେ ଯାଇଂ । ୫୧ । ସଂଖ୍ୟା
ପ୍ରଥମେ ଦ୍ରିଯୋଧନ ଓଟାରଇ ସାତ ସହସ୍ର ବଳ
ଧୁଶାସନ ଓଟାରଇ ପାଞ୍ଚ ସହସ୍ର ବଳ । ୫୨ । ସଂଖ୍ୟା
କୃପେ ଚାରି ସହସ୍ର ଭୀଷ୍ମେ ପଞ୍ଚଶତ ତିରିଶ ସହସ୍ର ବଳ
ଦ୍ରୋଣେ ଓଟାରିଲେ ଚାଳିଶ ସହସ୍ର ପରିତାଳ । ୫୩ । ସଂଖ୍ୟା
ଯୁଝେଷ୍ଠି ଦେବ ଓଟାରନ୍ତି ତିରିଶି ସହସ୍ର ଗରୁ
ପଞ୍ଚାଶ ସହସ୍ର ଓଟାରନ୍ତି ବ୍ରିକୋଦର ଭୟାଙ୍କାରୁ । ୫୪ । ସଂଖ୍ୟା
କର୍ଣ୍ଣ ଓଟାରନ୍ତି ନଉ ସହସ୍ର ଭାର
ଅଶସ୍ତମା ଓଟାରନ୍ତି ଅଠୋସ୍ତରି ସହସ୍ର ପରିତାଳ ଭାର । ୫୫ । ସଂଖ୍ୟା
ସହଦେବ ଚାରି ସହସ୍ର ନକୁଳ ପଞ୍ଚତିରିଶ ବଳ
ଦ୍ରିଯୋଧନର ଅନେଶ୍ୱତ ଭ୍ରାଥ ୟେହି ରୂପେ ପରିତାଳ । ୫୬ । ସଂଖ୍ୟା
ଅର୍ଜୁନେ ଓଟାରନ୍ତି ସହସ୍ରେ ଲକ୍ଷେ ଭାର
ଦେଖି ଚମତ୍କାର ହୋଇଲେ ଦ୍ରୋଣେ ସମସ୍ତେ କୁରୁବୀର । ୫୭ । ସଂଖ୍ୟା
ଦ୍ରୋଣେ ଅଶସ୍ତମାକୁ ଡାକିଲେ ସନ୍ନିଧ୍ୟର
ଜୀବନ ନିମନ୍ତେ ବାବୁ ଯେ ଧୂର୍ଜଟି ସେବା କର । ୫୮ ।
ପୁଣ୍ୟତୋୟା ନଦୀକୂଳେ ସରସ୍ୱତୀ କୂଳେ
ନିରଞ୍ଜନ ସୁମର ବାବୁ ଉଦେ ବଟ ତଳେ । ୫୯ ।
ଯେବେ ହସ୍ତିନାକୁ ଯିବାକୁ କରୁ ଇଚ୍ଛା
ଅମର ବର ତୁ ବାବୁ କର ମନ ବାଞ୍ଛା । ୬୦ ।
ଦ୍ରୋଣଙ୍କର ବଚନେ ଯେ ଚଳଇ ଅଶସ୍ତମା
ତୁଲେଣ ମାତୁଳ ସେ ଚଳଇ କୃପ ବ୍ରହ୍ମା । ୬୧ ।
ପୁଣ୍ୟତୋୟା ନଦୀ ତୀରେ ରଞ୍ଚିଲେ ଆଶ୍ରମେ
ଅଜପା ଲୟେ କରି ଯେ ଚିନ୍ତିଲେ ଦେବ ବ୍ରହ୍ମେ । ୬୨ ।
ସରସ୍ୱତୀ ଯେ ସ୍ନାହାନ କରି ଯାନ୍ତି ଅନୁବ୍ରତେ
ଆହାର ତେଜ୍ୟା କଲେ ପଞ୍ଚଦଶ ବରଷ ପରିଯନ୍ତେ । ୬୩-୩୮୪୭ । ସଂଖ୍ୟା



୫୯ ।୨ ନିରଞ୍ଜନ ସୁମର ବାବୁ ଉଦ୍ଦାଳକ ବଟ ମୂଳେ ।
୬୧ "କୃପ ବ୍ରହ୍ମା" ପଦ ପରେ ଗୋଟିଏ ପୋଥିରେ ଅଧିକା ପାଠ-
 ଉତ୍ତରାଙ୍କୁରଠାରେ ନିରଞ୍ଜନ ଦାହି
 ମଉଳା ଭଣଞ୍ଜା ବସିଲେ ନିପ୍ରୋହି ।
 ଆଖଡା ସାରି ପୁରୁ ନବରେ ପରବେଶ
 ଅର୍ଜୁନ ପ୍ରବେଶ ଯାଇ ମାତାଙ୍କର ପାଶ ।
ଗାନ୍ଧାରୀ ଓ କୁନ୍ତୀଙ୍କର ବିବାଦ
ବଦୟନ୍ତି ବଇବସୁତ ମନୁ ଶୁଣିମା ଅଗସ୍ତି ହେ
କଥାୟେ ପଚାରିବି ବଡାଇ ସନ୍ଦେହେ । ୧ ।
ବିଦ୍ୟା ପରୀକ୍ଷ କଥା ଶୁଣିଲି ମୁହିଂ ଭଲେ
ୟେଥୁଂ ଉତ୍ତାରେଣ ପୁଣ କେବଣ କୃତ୍ୟ କଲେ । ୨ ।
କୋଇନ୍ତା ଗାନ୍ଧାରୀର ବିବାଦ ବାରତା
ବଦୟନ୍ତି ଅଗସ୍ତି ଶୁଣ ମନୁ ମହାରଥୀ । ୩ ।
ବସନ୍ତ ଋତୁ ଯେ ଫାଲଗୁନ ମାସ
କୃଷ୍ଣପକ୍ଷ ସପତମୀ ଆଦିତ୍ୟ ଦିବସ । ୪ ।
ଗାନ୍ଧାରୀ କୋଇନ୍ତା ଏହୁ ବେନି ଯାୟେ
ଯମୁନା ନଦୀକି ସେ ପ୍ରାତସ୍ନାନ କରି ଗୟେ । ୫ ।



୫ ।୨ ଯାୟେ-ଯାତା-ଭାଇଙ୍କର ସ୍ତ୍ରୀ
ସୁବର୍ଣ୍ଣର ହାନ୍ଦୋଳାରେ ବିଜୟେ ଗାନ୍ଧାରୀ
ତୁଲେଣ ଅଛନ୍ତି ଅନେକ ଦାସୀ ପରିବାରୀ । ୬ ।
ଅଗର ଚନ୍ଦନ ଯେ କର୍ପୂର କସ୍ତୁରୀ
କୁଶ ଅଗ୍ର ଗୁଗୁଳ ନଇବେଦ୍ୟ ଆଦି କରି । ୭ ।
ଆଲଟ ଚାମର ଯେ ଘେନିଣ ଯୁବତୀ
ବିଶ୍ୱନାଥ ଭଗତି ନିମନ୍ତେ ଯମୁନା କୂଳକଇଂ ଚଳିଣ ଯାଆନ୍ତି । ୮ ।
କୋଇନ୍ତାୟେ ଦେବୀ ଯାଆନ୍ତି ୟେକାଙ୍ଗେ
ପୁଷ୍ପ ନଇବେଦ୍ୟ ଘେନି ଚଳନ୍ତି ସେ ବେଗେ । ୯ ।
ଯମୁନା ଜଳେ ପଶି ନିତ୍ୟ କର୍ମ ସାରି
ରତ୍ନେଶ୍ୱର ପ୍ରାସାଦେ ପଶିଲେ ଗାନ୍ଧାରୀ । ୧୦ ।
ହାନ୍ଦୋଳାରୁ ଓହ୍ଲାଇ ଗାନ୍ଧାରସେନ ଦୋହିତୀ
ବିଶ୍ୱନାଥ ଦ୍ରଶନେ ଗମଇ ରାଧେବ କନ୍ୟା ଅଛି କତି । ୧୧ ।
ୟେମନ୍ତ ସମୟେ କୋନ୍ତଭୋଜର ଦୁଲାଳୀ
ଦେଉଳେ ପ୍ରବେଶ କରେ ଘେନି ଅର୍ଘ୍ୟସ୍ଥାଳୀ । ୧୨ ।
ରାଧେବୀ ଜଣାଇଲା ଯେ ଗାନ୍ଧାରୀଙ୍କର ଅଗ୍ରତେ
କୋନ୍ତାୟେ ବିଜେ କଲେ ତୁମ୍ଭର ସଙ୍ଗତେ । ୧୩ ।
ଗାନ୍ଧାରୀ ବୋଇଲେ କୋଇନ୍ତାଦେବୀ ଚାହିଂ
କି ନିମନ୍ତେ ପ୍ରାସାଦକୁ ଅଇଲୁସି ତୁହି । ୧୪ ।
ଯାବତ କାଳେ ୟେ ଲିଙ୍ଗ ଅଟଇ ମୋହୋର
ତୁ କି-ା ପୂଜିବୁ ହୀନ ଜୀବନ ତୋହୋର । ୧୫ ।
ଯେବଣ ନାରୀ ଅଟନ୍ତି ଭ୍ରଥା ଯେ ବିଯୋଗୀ
ସମସ୍ତ କାର୍ଯ୍ୟକୁ ସେ ଅଟଇ ଅଲାଗୀ । ୧୬ ।
ପ୍ରସ୍ତାପ ବାକ୍ୟେଣ ଅନେକ ବୋଲା ବୋଲି
ହାବୋଡା ହାବୋଡି ହୋଇଣ ହୋଇଲେ ପେଲା ପେଲି । ୧୭ ।
ବେନି କୁଳ ଅପ୍ରୀତି ଦେଖିଣ ବିଶ୍ୱନାଥ
ଦୁଇ ଯାଆଙ୍କର ସେ ମିଳିଲେ ଅଗ୍ରତେ । ୧୮ ।
ବଦୟନ୍ତି ଶଶିଧର ମର କିସ ପାଇଂ
ଆମ୍ଭେ ଦେବତାୟେ କାହାର ନୋହୁଂ ଆC । ୧୯ ।
ଯହିଂ ଭୋଗ ପାଇଂ ତହିଂ ଆମ୍ଭେ ଥାଇଂ
ଅକାରଣ କଥାରେ ତୁମ୍ଭର କଳି କିସ ପାଇଂ । ୨୦ ।
ପ୍ରଭାତେ ସୁବର୍ଣ୍ଣ ଶତେ ଚ-ା ଘେନି ଆଗେ ଯେ ପୂଜଇ
ଆମ୍ଭେ ତାହାର ହୋଇଲୁ ବୋଇଲେ ଦେବରାଜଇ । ୨୧ ।
ନ ପୂଜି ବେନି ଯାୟେ ନବରେ ପ୍ରବେଶ
କୋଇନ୍ତାୟେ ବୋଇଲେ ମୁ କରିବଇଂ କିସ । ୨୨ ।
ଶତେକ ପୁତ୍ର ତାହାର ପୁଷ୍ପେ ପୁଷ୍ପେ ମାଗନ୍ତେ
ଶତେକ ପୁଷ୍ପ ତ ହୋଇବାକ ଯୁଗତେ । ୨୩ । ସଂଖ୍ୟା
ସର୍ବେ ମୋହୋର ପଞ୍ଚଗୋଟି ତନୟେ
ପଞ୍ଚାଣୋଇ ଗୋଟି କାହୁଂ ହୋଇବ ଉପାୟେ । ୨୪ । ସଂଖ୍ୟା
ଶୁଣ ହୋ ମହାରାଜା କବାଟ କିଳି ଶୁତିଲେ କୋନ୍ତାୟେ
ୟେମନ୍ତର ସମୟେ ମିଳିଲା ଧନୁର୍ଜୟେ । ୨୫ ।
ମାତାକଇ ଅନ୍ନ ମାଗିଲା ପାଥ ଯାଇଂ
ଉଠିଣ କୋଇନ୍ତାୟେ ବୋଇଲେ ଅର୍ଜୁନକୁ ଚାହିଂ । ୨୬ ।
ଆଜ ବାବୁ ଗଲି ମୁଂ ମହାଦେବ ଦ୍ରଶନେ
ଗାନ୍ଧାରୀ ଅନେକ ଝିଂଘାସିଲା ଶୁଣ ଫାଲଗୁନ୍ୟେ । ୨୭ ।
ବୋଇଲା ଆମ୍ଭର ଦେବତା ୟେ ଅଟଇ କାଳେ କାଳେ
ତୁ କି-ା ପାମେରୀ ପଶିଲୁ ଦେଉଳେ । ୨୮ ।
ୟେତେକ ବଚନେ ମୁଂ ପାଇଲି ଅପମାନ
ଦୁହିଙ୍କର ଅଗ୍ରତେ ଉଭା ହୋଇଲେ ତ୍ରିଲୋଚନ । ୨୯ ।
ତୁମ୍ଭେ କନ୍ଦଳ ଗୋ ନ କର ବେନି ଯାୟେ
ଆମ୍ଭର ମୁଖରୁ ତୁମ୍ଭେ ଶୁଣସି କଥାୟେ । ୩୦ ।
ଆଜ୍ଞା ଦିଲେ ଦେବ ବଚନ ନିରାଧାରି
ସୁବର୍ଣ୍ଣ ଶତେ ଚ-ା ଘେନି ଯେ ପୂଜଇ ଆମ୍ଭେ ହୋଇବୁ ତାହାରି । ୩୧ ।
ତାହାର ଶତେ ପୁତ୍ର ସେ ସତେ ଚ-ା ପାଇବ
ମୋର ପାଞ୍ଚ ପୁତ୍ର ସେ ପାଞ୍ଚ ପୁଷ୍ପ ହିଂ ହୋଇବ । ୩୨ । ସଂଖ୍ୟା
ପଞ୍ଚାଣୋଇ ପୁଷ୍ପ କାହୁଂ ଆଣିବି ମୁହିଂ
ୟେ କଥା ମନେ ଗୁଣି କବାଟ ବିନ୍ଧିଲଇଂ । ୩୩ । ସଂଖ୍ୟା



୩୩ ।୨ ୟେ କଥା ମନେ ଗୁଣି କବାଟ କିଳିକଇଂ ।
ଯାହା ସେ ଧାତା କଲାକ ଲିଖିତ
ଭ୍ରଥା ବିଯୋଗେ ମୁଂ ହୋଇଲି ଅମହତ । ୩୪ ।
ୟେତେ ବୋଲିଣ ସେ ଭୋଜରାଜାର ଦୁହିତା
ଉଚ୍ଚେ ରୋଦନ କଲେ ମନରେ ମହାଚିନ୍ତା । ୩୫ ।
ଅର୍ଜୁନ ବୋଇଲେ ମାତା ଚିନ୍ତା ନ କର
ସୁବର୍ଣ୍ଣ ପୁଷ୍ପ ସିନା, ଭ୍ରାନ୍ତି ମନେ ନ ଧର । ୩୬ ।
କନକ ଶତେ ପାଖୁଡା ହୋଇଥିବ ଶତେ ଦଳ
ସୁବର୍ଣ୍ଣେ ସୁବର୍ଣ୍ଣେ କାଲି ପୂରୋଇବି ଦେଉଳ । ୩୭ । ସଂଖ୍ୟା
ଅର୍ଜୁନ ବଚନେ ବେଗି ଉଠି କୋନ୍ତୀ ମାତ
ସୁବର୍ଣ୍ଣର ପଇଲମେ ଦିଲେ ଦଧି ଅନ୍ନ ଘୃତ । ୩୮.
ଯେ ଯାହାର ଇଚ୍ଛାୟେ ସ୍ନାହାନ ଭୋଜନ ସାରି
ସୁଖେ ପଞ୍ଚବୀରେ ନିଦ୍ରା ଅପହରି । ୩୯ ।
ୟେଥୁ ଅନନ୍ତରେ ରୟେଣୀ ପ୍ରଭାତ
ବିମଳ ସୁଶୀତଳ ବହଇ ମରୁତେ । ୪୦ ।
ପ୍ରାସାଦମାନଙ୍କରେ ଶଙ୍ଖ ଧୁନି ଫୂରି
ନିଦ୍ରା ତେଜି ଉଠିଲେ ଭୋଜରାଜାର କୁମାରୀ । ୪୧ ।
ପୁତ୍ରକଇ ତୋଳି ଦେବୀ ବଚନ ସମ୍ଭାଷି
ଶୁଣିଣ ଅର୍ଜୁନ ଉଠିଣ ବେଗେ ଆସି । ୪୨ ।
ସୁବର୍ଣ୍ଣର ପାତ୍ରେ ଦେବୀ ଯୋଗାଡନ୍ତ ଲାଇ
ମାତା ପୁତ୍ର ଚଳି ଗଲେ ସେ ଲିଙ୍ଗ ଠାବକଇ । ୪୩ ।
ଯମୁନା ଜଳେ ପଶି କଲେକ ସ୍ନାହାନ
ତର୍ପଣ ସାରି ପ୍ରାସାଦ ଭିତରେ ପଶିଲେ ବେନି ଜନ । ୪୪ ।
ଅଗର କର୍ପୂର କସ୍ତୂରୀ ଲେପନ ହାଦେ କରି
ଚ-ା ନାଗେଶ୍ୱର ବକୁଳ ଶିରେଣ ଉଭାରି । ୪୫ ।
ବହୁତ ବିଧି ଯେ ଶୀତଳ ଦ୍ରବ୍ୟମାନ
ଅଗ୍ରତେ ଥୋଇ ଦେବୀ ହୋଇଲେ କାର୍ପୂଣ୍ୟ । ୪୬ ।
କରପତ୍ର ଯୋଡି ସ୍ତୁତି କଲେକ ଅପାର
ଜୟ ତୁ ଉମାପତି ଦେବ ତୁ ସେ ଚନ୍ଦ୍ରଶେଖର । ୪୭ ।
ଜୟ ତୁ ବିଶ୍ୱେଶ୍ୱର କପାଳଧର ପାଣି
ସୁର ସିଦ୍ଧ ମୁନି ଯାହାର ଚରଣେ ପରିଣାମି । ୪୮ ।
ଷାଠିୟେ ସହସ୍ର ବରଷ ସମର ଘୋର ଯୁଦ୍ଧ
ଗଣନାଥ ପ୍ରସନ୍ନେ ତ୍ରିପୁର କଲୁ ବଧ । ୪୯ । ସଂଖ୍ୟା
ତ୍ରିପୁରାରି ବୋଲି ତୋତେ ସଂସାରେଣ ଭାଷି
ମମ କଷ୍ଟ ଉଦ୍ଧାରଣ କର ଦେବ କାଶୀ । ୫୦ ।
ଭ୍ରଥାର ବିଯୋଗେ ମୁହିଂ ଅଟଇ ଅନାସ୍ତୁଣୀ
ତବ ପଦ୍ମ ପାଦେ ମୋର ଶତେକ ଦଇନି । ୫୧ ।
ଜୟ ଜୟ ପାର୍ବତୀର ପ୍ରାଣନାଥ ଦେବ ହର
ମୁହିଂ ନିରିମାଖୀ ମୋତେ କର ପ୍ରତିକାର । ୫୨ ।
ଶ୍ରୀ ବିଶ୍ୱନାଥ ପାଦପଦ୍ମେ ମୋହୋର ମାଥ
ବଦୟନ୍ତି ସାରୋଳା ଦାସ ମୁଂ ଜନ୍ମେ ଜନ୍ମେ ତୋହୋର ଭୃତ୍ୟ । ୫୩ ।



୪୮ ଠାରୁ ୫୩ ମଧ୍ୟରେ ଅଧିକା ପାଠ-
 ଜୟୁ ତୁ ତ୍ରିୟମ୍ୱକ ଧର୍ମେଣ ନାଟେଶ୍ୱର
 ଜୟୁ ତୁ ଉମା ଦେବୀ ବଲ୍ଲଭ ଚନ୍ଦ୍ରଶେଖର ।
 ଜୟ ତୁ ଲିଙ୍ଗେଶ୍ୱର ଉତ୍ତରାୟଣି
 ଜୟ ତୁ ତ୍ରିତାପହର ଦେବ ଶୂଳପାଣି ।
 ଉମାର କୋପରେ ଦକ୍ଷ ଯଜ୍ଞ ଭଞ୍ଜା
 ଅନ୍ଧେକ ବିନାଶ ତ୍ରିପୁର ଗର୍ବ ଗଞ୍ଜା ।
 ଷାଠିୟେ ସହସ୍ର ବରଷ ମହା ଯୁଦ୍ଧେ
 ଗଣନାଥର ପ୍ରସନ୍ନେ ଅନ୍ଧେକ କରି ବଧେ ।
 ତ୍ରିପୁରାରି ବୋଲି ତୋତେ ଜଗତରେ ଭାଷି
 ମନ କଷ୍ଟ ସଙ୍କଟୁଂ ଉଦ୍ଧର ଦେବ କାଶୀ ।
 ଭ୍ରଥା ବିଯୋଗେ ମୁଂ ହୋଇଲି ଅନାଥୁଣୀ
 ତବ ପାଦ ପଙ୍ଗଜେ ମୋର ଶତେବାର ଦୟିନି ।
 ଜୟ ତୁ ଜୟୁ ତୁ ପାର୍ବତୀ ପ୍ରାଣନାଥ ଦେବ ହର
 ମୁଂ ହୀନ ନିର୍ମାକ୍ଷୀ ମୋତେ ପ୍ରତିକାର କର ।
 ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ପାଦ ପଙ୍କଜେ ମୋର ଆଶ
 ବଦନ୍ତି ସାରୋଳା ଦାସ ଜନ୍ମେ ଜନ୍ମେ ଅଭ୍ୟାସ ।
ପାଦ ଅର୍ଘ୍ୟ ନେଇ ସେ ମନୁ ମହାରାଜା
ଅଗସ୍ତିଙ୍କ ଚରଣେ ସେ କଲା ଦିବ୍ୟ ପୂଜା । ୫୪ ।
ଭୋ ଦେବ ଅର୍ଜୁନ ଗଲା ସୁବର୍ଣ୍ଣେଶ୍ୱର ଲିଙ୍ଗ ତହିଂ
କିସ କାରଣ ଯେ ପୁଣ ତହିଂ ହୋଇଲଇଂ । ୫୫ ।
ଶୁଣ ହୋ ରାଜନ ପାଥ ବାବଲ ଶରେକ ପେଷିଲା ପରଚଣ୍ଡ
ଅୟେଂଳା ଶିର ଛିଡି ହୋଇଲା ବେନି ଖଣ୍ଡ । ୫୬ ।
ପୁଣ ବାବଲେକ ବିନ୍ଧିଲାକ ବୀର
ପଦ୍ମ ବରଷିଲା ପାଣିର ସଙ୍ଗର । ୫୮ ।
ଅୟେଂଳା ଶିର ବୁଡି ସୁବର୍ଣ୍ଣ କୁଢ କୁଢ ହୋଇ ପଡି
ଶତେ ଶତେ ପାଖୁଡା ଅଷ୍ଟ ରତ୍ନେ ଜଡି । ୫୯ । ସଂଖ୍ୟା
ଶୁଣ ହୋ ରାଜା ଗାନ୍ଧାରୀ ଗଲା ଯେ ବହୁତ ପ୍ରତଜ୍ଞା କରି
ପୁତ୍ରନ୍ତ ବସି ପଚାରଇ କର ଯେ ପ୍ରସାରି । ୬୦ ।
ଯମୁନା କୂଳେ ଅଛନ୍ତି ଲିଙ୍ଗର ସୁବର୍ଣ୍ଣେ
ବାବୁ ମାନଗୋବିନ୍ଦ ତୁ ଶୁଣ ସାବଧାନେ । ୬୧ ।
ସେ ଲିଙ୍ଗ ଦ୍ରଶନେ ଗଲି କାଲି ମୁହିଂ
କୋଇନ୍ତାୟେ ଗଲେ ସେ ଲିଙ୍ଗକଇ ଦାହି । ୬୨ ।
ତାହାର ମୋହୋର ଯେ ହୋଇଲା ଉଚ୍ଚବାଚ
ମୁହିଂ ବୋଇଲି ତୋହୋର ୟେ କେବଣ ପରପଞ୍ଚ । ୬୩ ।
କାଳେ କାଳେ ୟେ ଲିଙ୍କ ଅଟଇ ମୋହୋର
ତୁ କିଂପା ଆସି ୟେହି ଲିଙ୍ଗର କତିର । ୬୪ ।
ୟେମନ୍ତ ଉଚ୍ଚବାଚ ଶୁଣି ବିଶ୍ୱବାସୀ
ଲିଙ୍ଗର ମଧୁଂ୍ୟ ଦେବ ବିଜେ କରି ଆସି । ୬୫ ।
ଆମ୍ଭ ଦୁହିଙ୍କର ଅଗ୍ରତେ ଉଭା ହୋଇ
ପରମାର୍ଥ ବଚନ କହିଲେ ଉମାସାଇଂ । ୬୬ ।
କାଲି ପ୍ରଭାତେ ଶତେକ ସୁବର୍ଣ୍ଣ ଚ-ା ଘେନି
ୟେ ପୂଜା କରିବ କାଲି ପାହିଲେ ରଜନୀ । ୬୭ ।



୬୨ ।୨ ଦାହି-ପୂଜା କରି ।
ଆମ୍ଭେ ତାହାର ସେ ହୋଇବୁ ନିୟତେ
ୟେସନେକ ବଚନ ସେ ବୋଇଲେ ବିଶ୍ୱନାଥେ । ୬୮ ।
ତୁମ୍ଭେ ମୋହୋର ଯେ ଅଟ ଶତ ପୁତ୍ର
ୟେଥକଇ ମୋତେ କାରଣ କରିବ ନିୟତ । ୬୯ ।
ଶୁଣି ମାନଗୋବିନ୍ଦ ପରମ ସାନନ୍ଦ
ଶତେ ଭ୍ରାଥ ତହୁଂ ସେ ଶତେ ଚ-ା ଧରି ଆନନ୍ଦ । ୭୦ ।
ରଜନୀ ପ୍ରଭାତେ ଚଳଇ ଗାନ୍ଧାରୀ
ସୁବର୍ଣ୍ଣେଶ୍ୱର ଦେଉଳେ ବିଜେ ଯାଇଂ କରି । ୭୧ ।
ଶତେ ପରିବାରୀ ଅଛନ୍ତି ତାର ତୁଲେ
ଯମୁନା ତୀରରେ ଦେବୀ ବିଜୟେ ଯାଇଂ କଲେ । ୭୨ ।
ସ୍ନାନ ସାରି ଅଇଲେ ଦେବତା ଦ୍ରଶନ ପାଇ ।
ଦେଖିଲା ସୁବର୍ଣ୍ଣ ପୁଷ୍ପ ପଡିଛି କୁଢ କୁଢ ହୋଇ । ୭୩.
ଦେଖି ସେ ବିରସ ଯେ ହୋଇଲା ଗାନ୍ଧାରୀ
ଦେବ ଆଳ ଦେଖି ସେ ବାହୁଡଇ ଖର କରି । ୭୪ ।
ବାହୁଡିଣ ନଗରେ ସେ ପଶଇ ତୁରିତ
ମନେଣ ବିରସ ସରସ ନାହିଂ ଚିତ୍ତ । ୭୫ ।
ଗାନ୍ଧାରୀ ପ୍ରଶଂସଇ ଧନ୍ୟ କୋନ୍ତା ଦେବୀ
ଧନ୍ୟ ଲକ୍ଷଣେ ପୁତ୍ର ଜାତ କଲୁ ଧନ୍ୟ ତୁ ସାଧବୀ । ୭୬ ।
ଧନ୍ୟ ଧନ୍ୟ ତୋହୋର ପୁତ୍ର ଫାଲଗୁନି
ୟେସନେକ ପ୍ରଶଂସା କଲାକ କାମିନୀ । ୭୭ ।
ୟେମନ୍ତ ବିଚାରି ସେ ଗାନ୍ଧାରସେନର ଦୁହି
ମନରେ ବିକ୍ରିୟା ଧରି ସେ ହୋଇଲା ଚକିତ । ୭୮ ।
ୟେଥୁ ଅନନ୍ତରେ ଶୁଣ ଦିବ୍ୟ ରସ
ଯାହା ସେ କହିଲେ କୁମ୍ଭ ଋଷିର ଶିଷ । ୭୯ ।
ଦେବତାମାନେ କଲେକ ବହୁତ ସ୍ତୁତି
ଜୟ ତୁ ପାର୍ଥିବ ତୁ ତୋଷିଲୁ ଦେବୀ କୋନ୍ତୀ । ୮୦ ।
ସୁର ପୁରେ ଶୁଭିଲା ଜୟେ ଜୟେ
ଦେବତାୟେ ନାମ ଦିଲେ ଯେ ଧନଞ୍ଜୟେ । ୮୧ ।



୭୮ ।୨ ବିକ୍ରିୟା-ବିକାର
ଧନରେ ତୋଷି ଧନର୍ଜୟେ ନାମ ପାଇଲା
ଶୁଣ ବଇବସୁତ ମନୁ ଅଗସ୍ତି କହିଲା । ୮୨ ।
ପଦ୍ମନିଧି କାଟିଲା ଯେ ଅର୍ଜୁନ ଚାପହସ୍ତ
ବାହୁଡି ସେ ନିଧି ହୋଇଲା କେମନ୍ତ । ୮୩ ।
ୟେଥିର ଚରିତ ମୋତେ କହ ତପୋବନ୍ତ
ଅଗସ୍ତି କହିଲେ ଶୁଣ ହୋ ମନୁ ମହତ । ୮୪ ।
ତେବତାମାନେ ସ୍ତୁତି କଲେ ଅର୍ଜୁନକୁ
ଯେବଣ ସୁବର୍ଣ୍ଣ ଦିଲୁ ସୁବର୍ଣ୍ଣ ଲିଙ୍ଗକୁ । ୮୫ ।
ବାହୁଡାଇ ରତ୍ନମାନ ଥୋଅ ଧନୁର୍ଧର
କୁବେର ଭୁବନ ଯେ ନ କର ନାରଖାର । ୮୬ ।
ଦେବତାଙ୍କ ବଚନେ ଭୂମିରୁ ନାରାଜ ବିନ୍ଧିଲା
ବାହୁଡାଇ ରତ୍ନନିଧି କୁବେର ଭଣ୍ଡାରେ ଥୋଇଲା । ୮୭ ।
ପଦ୍ମକଇଂ ଯେ ଅଟଇ ଯେବଣ ନିଧି
ମହାକଳ୍ପ କୋଷ ସେ ଅଟଇ ପ୍ରସିଦ୍ଧି । ୮୮ ।
ଅହୋମୁଖୀ ନାରାଜ ପବନରୁ ଜାତ
ସେ ନିଧିର ସ୍ଥଳୀ ହୋଇଲା ଜଡିତ । ୮୯ ।
ବାହୁଡି ସଂଘରିଲା ପଦ୍ମନିଧିର ଭିତରେ
ଅର୍ଜୁନର ମହିମା ତୁ ଶୁଣିଲୁ ନୃପବରେ । ୯୦ ।
ଶୁଣ ପରମ ସାନନ୍ଦ ମନୁ ମହାଗ୍ୟାଂତା
ଦେବକୁ ଦୁର୍ଲଭ ସେ ଅର୍ଜୁନର କଥା । ୯୧-୩୯୩୮ ।
ଏକଲବ୍ୟ ଉପାଖ୍ୟାନ
ୟେଥୁ ଅନନ୍ତରେ ଦ୍ରୋଣେ ଶିଷ୍ୟ ମାନନ୍ତ ହକାରି
ବାବୁ ତୁମ୍ଭେ ଯାଅସି ମୃଗୟା ବିନୋଦ କରି । ୧
ଅଶସ୍ତମାକୁ ପ୍ରସବି କୃପୀ ନାଶ ଗଲା
ତାହାର ପ୍ରାଣ ତ୍ୟାଜ ଦିବସ ପ୍ରବେଶ ହୋଇଲା. ୨
ଗଣ୍ଡା ଗୋଟିୟେ ବାବୁ ମାରି ଆଣ ଯାଇ ବନୁଂ
ଗୁରୁଙ୍କର ବଚନେ ଚଳନ୍ତି ସର୍ବ ତନୁ । ୩
ପଶ୍ଚିମେ ବୀମ ଅର୍ଜୁନ ଦକ୍ଷିଣେ ବୀର କର୍ଣ୍ଣ
ଶତେ ସୋଦର ଘେନି ଉତ୍ତରକୁ ଚଳଇ ଦ୍ରିଯୋଧନ । ୪
ଭ୍ରମନ୍ତ କୁମାରେ ଖେଦନ୍ତି ମୃଗାରି
କ୍ଷିଦ୍ରେ ନ ଛାଡନ୍ତି ଯେ ଗଣ୍ଡା ଜୀବ ଲୋଡି । ୫
ଦକ୍ଷିଣେ କର୍ଣ୍ଣ ଲୋଡି ନ ପାଇଲା ଗଣ୍ଡା ଜୀବ
ମୃଗ ଭାରେକ ଗେନି ଦ୍ରଶନ କଲା ଗୁରୁଙ୍କ ରାଧେବ । ୬
ପଶ୍ଚିମ କୋଶଳେ ଗଲେ ଭୀମସେନ ଅରଜୁନ
ଗଣ୍ଡା ଦୁଇ ଗୋଟା ଘେନି ଗୁରୁଙ୍କୁ ଦ୍ରଶନ କଲେକ ପଞ୍ଚୁଦିନ । ୭
ଉତ୍ତରକୁ ଗଲେ ଯେ ଦ୍ରିଯୋଧନ ଶତେ ଭ୍ରାଥ
ଖେଦନ୍ତି ବନ ଗହନେ ଯେ ଅନେକ ପର୍ବତ । ୮ ସଂ
ଲୋଡନ୍ତି ଗହନ ଅଟବ୍ୟା ପୁଣ୍ୟ ଗଣ୍ଡା
ଖେଦନ୍ତି ବନସ୍ତେରେ ବିହଡନ୍ତି ଦୁର୍ଦ୍ଦଣ୍ଡା । ୯
ମଣିନାଗ ବୋଲି ୟେକଇ ପର୍ବତ ଗୋଟିୟେ
ତହିଂର ତଳେ ଅଛି ଜଳଘାଟ ଗୋଟାୟେ । ୧୦
ସେ ପାଣି ଘାଟ ଜଗି ଅଛନ୍ତି ଅନୁସରି
ତହିଂକି ନିକଟ ଜାରା ବେଣ୍ଟକାର ପୁରୀ । ୧୧
ସେ ଜାରା ଶବର ଭାରିଯା ଶିରିୟା ନାମେ ବାଳୀ
ସ୍ୱାମୀକି ବୋଇଲା ଦୃଷ୍ଟି ଦେଇଥାଅ ଯେ ପଲ୍ଲୀ । ୧୨
ସ୍ନାନ କରି ମୁଂ ଆଣଇଂ ଜଳ ଘଟି ଗୋଟିୟେ
ଦ୍ୱାରକୁ ତଲୟେ କରିଥାଅ ମୋର ଆସିବାର ଯାୟେ । ୧୩
ସ୍ୱାମୀକି ସମ୍ୱୋଧି ଚଳଇ ଶବର ତରୁଣୀ
ସରୋବରେ ପଶି ଘଟେ ପୂରୋଇଲା ପାଣି । ୧୪



୧ ଏଥୁ ଅନନ୍ତରେ ଦ୍ରୋଣେ ଶିଷ୍ୟ ପୁତ୍ରନ୍ତ ହକାରି
 ବାବୁ ତୁମ୍ଭେ ଯାଅସି ମୃଗୟା ବନ ହେରି ।
୫ ।୧ ମନେ ମନେ ଅନୁସରି ଗଣ୍ଡା ଜୀବ ଲୋଡି ।
୯ ।୧ ଖେଦନ୍ତି ଗହନ ବନ ଅଟବ୍ୟା ସେ ପଶି ଗଣ୍ଡା ।
୧୧ ।୨ ତହିଂର ନିକଟ ଯେ କିରାତ ବେନୁ ପୁରୀ ।
ଘଟ ତୀରେ ଥୋଇ ସାରିଲା ସ୍ନାହାନ
କୂଳେ ଆସି କଲା ପତ୍ର ପରିହରଣ । ୧୫
ମଥାରେ ବସାଇଲା ପାଣିଘଟ ଗୋଟି
ସିଂଘ ଠାଣି ଜାଣି ସେ ଆସି ଲେଉଟି । ୧୬
ଦୂରେ ଥାଇ ଦେକିଲା ତାକୁ ଧୁସାସନ ମୁଢେ
ଆକ୍ରେଷି ବେନି ବୁଜେ ତାକୁ ଧଇଲାକ ଗାଢେ । ୧୭
ଦେଖି ସେ ଶିରିୟା ଯେ ଚାହଂଇ ଲେଉଟି
ତ୍ରିଭୁବନେ ସୁନ୍ଦର ବାଳୁତ ୟେ କାହାର ପୁତ୍ର ଗୋଟି । ୧୮
ଶବରଣୀ ଦେଖନ୍ତେ ସେ ଧାଇଂଲେ ସର୍ବ ଦୁଷ୍ଟେ
ବେଢିଣ ଶବରଣୀକି ହରି ଲୋଡିଲେ ପାପିଷ୍ଠେ । ୧୯
ଭୋ ନାଥ ରଖ ବୋଲି ଉଚ୍ଚେ ଦିଲା ଡାକେ
ଭୋ ସ୍ୱାମୀ ବଳାତ୍କାର କରନ୍ତି କାହାର ଦୁଷ୍ଟ ଲୋକେ । ୨୦
ଉଚ୍ଚସ୍ୱରେ ଯହୁଂ ଶୁଭିଲା ଭାରିଯା ରୋଦନ ବାଣୀ
ଆଖଡାରେ ଥାଇ ତାହା ତାହା ଜାରା ଶବର ଶୁଣି । ୨୧
ହସ୍ତରେ ଧନୁଶର ଘେନି ବାହାର କିରାତ
ଧାଇଂଣ ପ୍ରବେଶ ହୋଇଲା ଯାଇଂ କୁରୁବୀରଙ୍କ ସଙ୍ଗତ । ୨୨
ମହା ବିକଟାଳ ସ୍ୱରୂପ ସେ ଭଇରୋବ ମୂରତି
ହାକ ଦିଅଇ କିରାତରେ ତୁମ୍ଭେ କାହାର ହୋ କତି । ୨୩
ଶୁଣିଣ ପ୍ରଚଣ୍ଡ ମୂରତି ଧୁଶାସନ ମହାବୀରା
ପ୍ରତଗ୍ୟାଂ କରି ବୋଇଲା ମରିବୁରେ ଶବରା । ୨୪
ବନଚର ଲୋକ ହୋଇ କିଂପା ତୋହୋର ୟେମନ୍ତ ଘରଣୀ
ରାଜାଙ୍କର ଅବିଷ୍କକୁ ୟେ ଯୋଗାଇ ପାଟରାଣୀ । ୨୫
ଆମ୍ଭେ ସୋମବଂଶୀ ପୃଥୀକି ଆଧିପତି
ୟେହାର ନିମନ୍ତେ ତୁରେ ହୋଇବୁ ପ୍ରାଣେ କ୍ଷତି । ୨୬
ଦୁର୍ଭାର ବଚନ ଶୁଣି ସେ ଜାରା ବେଣ୍ଟକାର
ଧନୁରେ ବସାଇଲା ଆକ୍ରେଷିଣ ଶର । ୨୭



୧୯ ।୨ ବେଢିଣ ଶବରଣୀକି ଧରିଲେ ପାପିଷ୍ଠେ ।
୨୩ ।୧ ମହା ବିକଟାଳ ଠାଣି ସେ ଭଇରୋବ ମୂରତି ।
୨୬ ।୨ ୟେହାର ନିମନ୍ତେ ତୁରେ ହୋଇବୁ ପ୍ରାଣେ ବିନଶ୍ୟତି ।
ଭୂମିକି ଗୋଟିୟେ ବିନ୍ଧିଲା ଗୁରୁଙ୍କ ନାମ ଧରି
ମଥାରେ ମୃତ୍ତିକା ଘେନିଲା ଦ୍ରୋଣ ଗୁରୁଙ୍କୁ ସୁମରି । ୨୮
ୟେକ ଉତ୍ତର ଶତେ ଯେ ଅଟନ୍ତି କୁରୁବୀରେ
ଜଣେ ଜଣେକେ ପୂରୋଇଲା ଶତେ ଶତେ ଶରେ । ୨୯
ଅବିକ୍ଷଣେ ବାଣ ଯହୁଂ ବିନ୍ଧିଲା ମହାମନ୍ତ୍ରେ
ଜଣେକେ ଶତେ ଶତେ ଶର ପଡିଲା ହୃଦଗତେ । ୩୦
ତ୍ରିପଣ୍ଡ ଗଳିତ ଯେ ଶରୀରେ ଅସ୍ତ୍ର ଭେଦି
ପଡିଲେ କୁରୁବୀରେ ରୁଧିର ବହି ନଦୀ । ୩୧
ଭାରିଯାକୁ ଘେନିଣ ଚଳଇ ବୀର ଜାରା
ଆପଣା ପଲ୍ଲୀରେ ପ୍ରବେଶ ଶବରା । ୩୨
ଦ୍ରୋଣେ ବାଟ ଚାହାନ୍ତି ଦ୍ରିଯୋଧନ ତ ନଇଲା
ପଥ ନିରୋପନ୍ତେ ଦ୍ୱାଦଶ ଦିବସ ହୋଇଲା । ୩୩
ସଙ୍ଗରେ ଘେନିଲେ ଗୁରୁ କର୍ଣ୍ଣ ଭୀମ କିରୀଟୀ
ବାଟ ଅନୁସରି ହାଦେ ଆସନ୍ତି ପାଛୋଟି । ୩୪
ପ୍ୱେଶ ହୋଇଲେ ଯାଇଂ ସରୋବର କୂଳ
ଦେଖିଲେ ପଡିଛନ୍ତି କୁରୁବୀର ସକଳ । ୩୫
ଯେସନେକ ବୃକ୍ଷେ ଲୋଟନ୍ତି ମହାବାତ କାଳେ
ତେସନେ ଦିଶନ୍ତି ଯେ କୁରୁବୀର ସକଳେ । ୩୬
ହୃଦେ ନାରାଜ ପଡି ପିଛି କତିକି ଫୁଟି
ମହା ପ୍ରତାପ ବୀରେ ଭୂମିରେ ଛନ୍ତି ଲୋଟି । ୩୭
ଭୀମସେନ ଧାଇଂ ଯାଇଂ ଦେଖିଲାକ ଦୂରୁ
ସମସ୍ତେ ଶରଘାତେ ପଡିଛନ୍ତି ହେ ଗୁରୁ । ୩୮
ଭାରଦ୍ୱାଦଶଙ୍କର ନନ୍ଦନ ଦେଖିଣ ବିଚାରିଲେ
ୟେ ତ ଆମ୍ଭର ବିଦ୍ୟା ବୋଲି ଅର୍ଜୁନକୁ ପଚାରିଲେ । ୩୯
ଦେଖନି ୟେ ବନସ୍ତରେ କେ ଅଛଇ ଫାଲଗୁନି
ପ୍ରଶୁରାମଙ୍କର ବିଦ୍ୟା କେ ଆନ ଅଛଇ ଘେନି । ୪୦



୨୯ ।୨ ଜଣେକେ, ଶତ, ଶତ ବାଣ ପଡିଲା ନିର୍ଘାତେ ।
୩୨ ।୨ ଆପଣା ପଲ୍ଲୀରେ ଯାଇଂ ସାନନ୍ଦ ଶବରା ।
ଆନକୁ ଗୋଚର ନୋହଇ ୟେ ବିଦ୍ୟା
ମାନବେ ଗୋଚର କାହିଂ ୟେତେକ ପ୍ରସିଦ୍ଧା । ୪୧
ଗୁରୁଙ୍କର ବଚନେ ଲୋଡଇ ସର୍ବସାଚୀ
ଦେଖିଲା ଗହନ ବନେ ଶବର ପଲ୍ଲୀ ୟେକ ଅଛି । ୪୨
କିରାତ ଆଖଡାରେ ପଟାୟେ ବିନ୍ଧଇ ବାଣ
ଅର୍ଜୁନକୁ ଦେଖି ବାହାର ତତକ୍ଷଣ । ୪୩
ହସ୍ତ ଧାମଣା କାଠର ଧନୁ କଣ୍ଟା ବାୟେଂଶର ଗୁଣ
କଟି ମେଖଳେ କୋଠାର ଫିରିକି ନାରାଜ ତ୍ରୋଣ । ୪୪
ଗଦ ଗଦ ବାକ୍ୟେ କିସ କିସ ବୋଲି
ଅର୍ଜୁନ ଉପରକୁ ସେ ଆସୁଅଛି ପେଲି । ୪୫
ଡାକ ଦିଅଇ ଜାରା ତୁରେ କାହାର କତି ଅଟୁ
ମୁହିଂ ବନଚର ମୋହୋର ଆଶ୍ରମେ କିନା ଭେଟୁ । ୪୬
ଆଷ୍ୟ ଥାଉଂ ଥାଉଂ କିନା ଭରସୁ ଅଛୁ ମରଣକୁ
ମରିଣ ପନ୍ଥାଇ କି ବଳି ଦେବି ମୁଂ ତୁକୁ । ୪୭
ଅର୍ଜୁନ ବୋଇଲା ଆରେ ଶୁଣସି କିରାତ
ୟେ ମୋହୋର ଭାଇ ମାନନ୍ତ କେ କଲା ଶରାଘାତ । ୪୮
ଅର୍ଜୁନ ବଚନ ଶୁଣି ଜାରା ଶବର ଯେ କୋପେ
ଧନୁରେ ନାରାଜ ପୂରୋଇଲା ଗୁରୁ ତାପେ । ୪୯
ଆକ୍ରୋଷିଣ ଶର ଛାଡନ୍ତେ ଦେଖିଲା ଫାଲଗୁନି
ଶବରକୁ ମଇଲା ଯେ ଦିବ୍ୟ ଶସ୍ର ଘେନି । ୫୦
ଶରେ ଶର ପଡିତାଳ ହେଉଣ ଅଛନ୍ତି
ଭାଜିଣ ସମସ୍ତ ଶହସ୍ର ଚୂର ହୋଇ ଯାନ୍ତି । ୫୧ ସଂ
ଶତେ ନାରାଜ ଚାପେ ପୂରୋଇଲା ଜାରା
ଅର୍ଜୁନ ଉପରକୁ ବିନ୍ଧିଲା ସେ କୋପେ ମହାବୀରା । ୫୨



୪୫ ।୧ ଗଦ ଗଦ ବାକ୍ୟେ କିସ ବୋ କିସ ବୋ ବୋଲି ।
୪୬ ।୧ ଡାକ ଦିଅଇ ଜାରା ତୁରେ କାହାର ସୁତ ଅଟୁ
 ଡାକ ଦିଅଇ ଜାରା ତୁରେ କାହାର ଚାଟ ଅଟୁ ।
୪୮ ।୨ ୟେ ମୋର ପ୍ରାଣର ଭାଇଙ୍କି କେହୁଂ କଲା ହତ ।
ଶତେକ ନାରାଜ କୋପେ ପେଷିଲା ଅରଜୁନ
ଛେଦି ପକାଇଲା ସେ ସମସ୍ତ ଶର ମାନ । ୫୩
କିରାତ ଅର୍ଜୁନ ସେ ହୋଅନ୍ତେ ଅନ୍ୟୋଅନ୍ୟି
ଶହସ୍ର ବିଘାତେଣ ଯେ କ-ିଲା ମେଦିନୀ । ୫୪ ସଂ
କଷୁଣି ଟଙ୍କାର ଶୁଭିଲା ଗୁଣ ଘୋଷ
ତିନି ଭୁବନକଇ ଲାଗିଲା ବଡ ତ୍ରାସ । ୫୫
ଦ୍ରୋଣେ ଶୁଣିଲେ ଯହୁଂ ସହସ୍ର ମାନଙ୍କର ବାଣୀ
କର୍ଣ୍ଣ ଭୀମ ଘେନି ଗୁରୁ ଧାଇଂଲେ ବେଗେ ପୁଣି । ୫୬ ସଂ
ଗୁରୁ ଦେଖିଲେ ଅର୍ଜୁନ କିରାତର ସମର
ଜାରା ଅର୍ଜୁନକୁ ପୂରୋଇ ଅଛି ଲକ୍ଷେ ଶର । ୫୭
ଦ୍ରୋଣେ ଭେଟିଲେ ସମର କରନ୍ତେମ ବେନି
କେହି କାହାକୁ ନ ଘୁଞ୍ଚନ୍ତି ଅନ୍ୟୋଅନ୍ୟି । ୫୮
ଦ୍ରୋଣେ ଡାକ ଦିଅନ୍ତି ରହ ରହ ବାବୁ
କାହାର ତହୁଂ ସାଧିଲୁ ୟେ ବିଦ୍ୟାମାନ ସବୁ । ୫୯
କାହାର ଶିଷ ତୁ କେ ତୋହୋର ଗୁରୁ
କାହାର ବିଦ୍ୟା ସାଧି ତୁ ୟେଡେ ଯୁଦ୍ଧ କରୁ । ୬୦
କିରାତ ବୋଇଲା ତୁ ଶୁଣ ହୋ ବ୍ରାହ୍ମଣ
ମୋହୋର ବିଦ୍ୟାଗୁରୁ ଅଟନ୍ତି ହାଦେ ଦ୍ରୋଣ । ୬୧
ଗୁରୁ ଥମ୍ୱୀଭୂତ ହୋଇଲେ କିରାତ ବଚନେ
ଆମ୍ଭେ ସେ ଦ୍ରୋଣ ହୋ ବାବୁ ଅଟୁ ବିଦ୍ୟମାନେ । ୬୨
ବଦୟନ୍ତି ଦ୍ରୋଣେ କାହିଂ ଅଛନ୍ତି ତୋର ଗୁରୁ
ଆମ୍ଭଙ୍କୁ ଦେଖାନି ତୁ କାହାକୁ ସେବା କରୁ । ୬୩
ଆପଣ ଆଖଡା ଶାଳକୁ ସେ କଢାଇଣ ନେଲା
ମାଟିର ଦ୍ରୋଣକୁ ଯେ ନେଇଣ ଦେଖାଇଲା । ୬୪
ୟେ ମୋହୋର ଗୁରୁ ଅଟଇ ଦ୍ରୋଣ ସିଦ୍ଧା
ୟେହାଙ୍କୁ ସେବିମ ମୁଂ ଲଭିଲି ସର୍ବ ବିଦ୍ୟା । ୬୫
ଗୁରୁ ପୁଚ୍ଛା କଲେ ତୁ କେମନ୍ତେ ସାଧ୍ୟ କଲୁ
ଅଦୃଷ୍ଟି ଅଶ୍ରତିରେ କେମନ୍ତେ ୟେମାନ ପାଇଲୁ । ୬୬
ଆମ୍ଭର ମନ୍ତ୍ରବଳେ ତୁହି ସେ ମାଇଲୁ । ୬୭



୬୭ ।୨ ଆମ୍ଭର ପୁତ୍ରଙ୍କୁ ହୋ କି ଦୋଷେ ମାଇଲୁ ।
ବୋଲଇ କିରାତ ମୁଂ ଗଲଇଂ ବାରୁଣେ
ବୋଇଲି ବିଦ୍ୟା ମୋତେ ଶିଖାଅ ଗୁରୁ ଦ୍ରୋଣେ । ୬୮
ଯୁଝେଷ୍ଠି ବୋଲି ଜଣେ ମୋତେ ଦୟା କଲା
ଦ୍ରିଯୋଧନ ବୋଲି ମୋତେ ତହୁଂ ବାହାର କରି ଦିଲା । ୬୯
ଅପମନ ପାଇ ମୁଂ ଯେ ବାହୁଡି ଅଇଲି
ବାରୁଣାବନ୍ତଠାରୁ ୟେଠାକୁ ବୋଲି ବନସ୍ତ କାଟିଲି । ୭୦
ଆଖଡାୟେ ଭିଆଇଲି ମୁଂ ପଲ୍ଲୀର ଦୁଆରେ
ମୃତ୍ତିକା ଦ୍ରୋଣ ଗୋଟି ମୁଂ ଥାପିଲି ସାଧିଲି ସମ୍ଭରେ । ୭୧
ୟେହିଠାରେ ଥାଇ ଚାହଂଇ ମୁଂ ବାରୁଣବନ୍ତ ଆଖଡାକୁ
ଦୃଷ୍ଟିପାତ କରିଥାଇଂ ଦ୍ୱାଦଶ ଯୋଜନକୁ । ୭୨
ଯେବଣ ପାଦଗତି କରନ୍ତି ଦ୍ରୋଣ ଗୁରୁ
ମୁଂ ୟେଥେ ସାଧଇ ଯେ ସମସ୍ତ ଗତି କରୁଂ । ୭୩
ଶୁଣି ଦ୍ରୋଣ ଗୁରୁ ଯେ ପରମ ସାନନ୍ଦେ
ଜାରାକଇଂ ଆଣି ବସାଇଲେ ଆପଣ ସନ୍ନିଧ୍ୟେ । ୭୪
ଆମ୍ଭେ ସେ ଦ୍ରୋଣ ଗୁରୁ ଅଟୁ ୟେ ସେ ଭୀମ ଅର୍ଜୁନ କର୍ଣ୍ଣ
ଯାହାକୁ ଶରଘାତ କଲୁ ସେହି ସେ ଦ୍ରିଯୋଧନ । ୭୫
ୟେସନ ବଚନ ଶୁଣିଣ ବୀର ଜାରା
ଗୁରୁଙ୍କ ପାଦପଦ୍ନେ ପ୍ରଳମ୍ୱ ମହାବୀରା । ୭୬
ଦ୍ରୋଣେ ବୋଇଲେ ତୁ ଆମ୍ଭର ବିଦ୍ୟା ପୁତ୍ର ବାବୁ
ସେ ପୁତ୍ର ମାନ ଯେ ମାଇଲୁ ଆମ୍ଭର ହିଂ ସବୁ । ୭୭
ବିଦ୍ୟା ପରୀକ୍ଷ ୟେବେ ବାବୁ ଜାଣିମା ଯୁଗତେ
ପୁଣ ସେ ପୁତ୍ରମାନେ ଆମ୍ଭର ବ୍ରତନ୍ତି କେମନ୍ତେ । ୭୮
ଜାରାକଇଂ ଘେନି ଗଲେ ସେ ସାଂଗ୍ରାମ ଭୂମିକି
କିରାତ ବୋଇଲା ୟେହିକ୍ଷଣି ଗୁରୁ ହେ ଜୀଆଂଇବି ସଭୁଙ୍କି । ୭୯
ଧନୁରେ ବସାଇ ଜୀବନ୍ୟାସ ଶର କଲା ବୃଷ୍ଟି
ମୋହ ତେଜି ଉଠିଲେ ସେ ସକଳ ଧୃତରାଷ୍ଟି । ୮୦
ଦ୍ରୋଣଙ୍କର ପାଦପଦ୍ମେ ହୋଇଲେ ପରିଣାମି
ଶବର ଶରଘାତେ ପ୍ରାଣତ୍ୟାଜ ହୋଇଲୁ ଆମ୍ଭେ ସ୍ୱାମୀ । ୮୧



୭୭ ।୨ ସେ ପୁତ୍ରମାନେ ଯେ ଆମ୍ଭର ଜାଣ ସବୁ ।
ତୋହୋର ପରାୟେ ଗୁରୁ ସେବି ଆମ୍ଭେ ବିଦ୍ୟାମାନ ସାଧିଲୁ
କିରାତ ମାତ୍ରକ ସମରେ ଆମ୍ଭେ କ୍ଷୟେ ଗଲୁ । ୮୨
ପ୍ରଶୁରାମଙ୍କର ବିଦ୍ୟାକୁ ଆମ୍ଭର ଗୁରୁ ଦ୍ରୋଣ
ଅଭାବେ ଶିଖାଇଲ କିଛି ନୋହିଲା କାରଣ । ୮୩
ଧିକ ହୋଉ ଆମ୍ଭର ଜୀବନ ଆମ୍ଭର ଛତ୍ରୀ ବୃତ୍ତେ କିସ କାର୍ଯ୍ୟ
କେସନେ ଜନ ମୁଖ ଚାହିଂବୁ ହୋଇଣ ନିଲଜ୍ଜ । ୮୪
ଦ୍ରୋଣେ ବୋଇଲେ ତୁମ୍ଭେ ନ ବାବ କିଛି ଚିତ୍ତ
ଆମ୍ଭର ବିଦ୍ୟା ପୁତ୍ର ୟେ ଅଟଇ କିରାତ । ୮୫
ୟେକଇ ବିଦ୍ୟାୟେ ଧଂସି ହୋଇଲ ଭ୍ରାଥ ବେନି
ଘରେ ଘରେ ୟେକ ସୋଦରେ ହୋଇଲେ ଅନ୍ୟୋଅନ୍ୟି । ୮୬
ୟେଥକୁ ଅଭିମାନ ହୋକରି ତ ନ ଯୋଗାଇ
ଆମ୍ଭର ବିଦ୍ୟା ପୁତ୍ର ଅଟଇ ଜାଣ ୟେହି । ୮୭
ଗଣ୍ଡା ଘେନି ଗଲା ୟେ ପ୍ରଥମେ ଆଖଡାକୁ
ତୁମ୍ଭେ ଅପମନ କରି ଯେ ବାହାର କରିଦିଲ ୟେହାକୁ । ୮୮
ଦ୍ରୋଣଙ୍କର ବଚନେ ଦ୍ରିଯୋଧନ ହୋଇଲା ପରମ ଶାନ୍ତି
ଦ୍ରୋଣେ ବୋଇଲେ ଜାରାରେ ତୁ ୟେ ବନେ ଥାଅ ନିଭ୍ରାନ୍ତି । ୮୯
ଆମ୍ଭେ ଯାଉଅଛୁଂ ହସ୍ତିନା ଭୁବନକୁ
ବାରୁଣାବନ୍ତରୁ ଭାଙ୍ଗି ଦେଇଣ ଆଖଡାକୁ । ୯୦
ଆମ୍ଭର ବୋଲେ ତୋତେ ସମସ୍ତ ପ୍ରାପତ ହୋଉ
ତୋତେ ତ ସମରେ ଜିଣନ୍ତା କେହି ନୋହୁ ଆଉ । ୯୧
ଉଷତ ହୋଇ ପଡିଲା କିରାତ ଗୁରୁଙ୍କ ଚରଣେ
ଦକ୍ଷିଣା ମାଗ ହୋ ମୁକୁ ଗୁରୁ ଦେବଇଂ ୟେହିକ୍ଷଣେ । ୯୨
ଶୁଣିଣ ଦ୍ରୋଣ ଗୁରୁ ପରମ ସାନନ୍ଦ ଚିତ୍ତେ
ଗୁରୁ ଦକ୍ଷିଣା ଶିଷ୍ୟରେ ଲାଗଇ ଯୁଗତେ । ୯୩
ସତ୍ୟ କଲେ ତୋତେ ମାଗିବି ଦକ୍ଷିଣା
ଯୁଗେ ଯୁଗେ କଥା ଥିବ ମୋହୋର କହଣା । ୯୪



୮୪ ।୨ ଆମ୍ଭେ ଶତେ ଭ୍ରାଥ ପାଇଲୁଟି ଲାଜ ।
୮୯ ।୨ ୟେଥକଇଂ ମନେ ନ କର ତୁ ଭ୍ରାନ୍ତି ।
ଜାରା ବୋଇଲା ସ୍ୱାମୀ ସତ୍ୟ କଲି ମୁହିଂ
ମୋହୋର ଶିରକମଳ ମାଗିଲେ ହେଂ ଦେବଇଂ । ୯୫
ଗୁରୁ ବୋଇଲେ ତୁ ଯେବେ ସତ୍ୟ କଲୁରେ ବାବୁ
ଦକ୍ଷିଣ ହସ୍ତ ଜ୍ୟେଷ୍ଠ ଅଙ୍ଗୁଷ୍ଠି କାଟି ମୋତେ ଦେବୁ । ୯୬
ଜ୍ୟେଷ୍ଠ ଅଙ୍ଗୁଷ୍ଠି ଗୋଟି ଧଇଲେ ଗୁରୁ ଟାଣି
ନାରାଜ ବିନ୍ଧନ୍ତେ ହସ୍ତ ନ ଥିବଟି କଷୁଣି । ୯୭
ଚାରି ଅଙ୍ଗୁଷ୍ଠିରେ ବିନ୍ଧିବୁ ତୁ ଶର
ୟେତେକ ଦିଲେ ଗୁରୁ ଦକ୍ଷିଣା ହୋଇଲା ଆମ୍ଭର । ୯୮
ଜାରା ବୋଇଲା ଗୁରୁ ହେ ଯେବେ ଭୟ କଲ ମୁକୁ
ମୁକୁଇଂ କଳଙ୍କ କରି ଉଦ୍ଧରିଲ ୟେମାନଙ୍କୁ । ୯୯
ଯେବଣ ଅଭିମାନ କଲେ ମୋତେ ବାରୁଣାବନ୍ତେ
ସେ କଥା ଖଣ୍ଡିକ ମୁଂ ଧରିଥିଲି ହୃଦଗତେ । ୧୦୦
ମୁହିଂ ସେ ନାଶ କରନ୍ତି ଦ୍ରିଯୋଧନର ବଂଶ
କୁରୁବଳ ମାନନ୍ତ ସବୁନ୍ତି କରନ୍ତି ଯେ ଧ୍ୱଂସ । ୧୦୧
ଜାଣି ତ ରକ୍ଷା କଲ ୟେମାନଙ୍କୁ ଗୁରୁ ହେ
ପରମ ମହାତ୍ମା ତୁ ସଞ୍ଚିଲୁ ସନ୍ଦେହେ । ୧୦୨
ୟେତେ ବୋଲିଣ ଯେ ବୃଦ୍ଧା ଅଙ୍ଗୁଷ୍ଠି କାଟିଣ ସେ ଦିଲା
ତାହା ଦେଖି ଗୁରୁଙ୍କର ଚିତ୍ତ ହରଷ ହୋଇଲା । ୧୦୩
ଜାରାକୁ କଲ୍ୟାଣ କରି ରୁହାଇଲେ ନିଜ ଆଶ୍ରମେ
ପୁତ୍ରନ୍ତ ଘେନି ଗଲେ ବାରୁଣାବନ୍ତ ଭୁବନେ । ୧୦୪
ବିଜେ କଲେ ମହାତ୍ମା ହସ୍ତିନା ନଗ୍ର ପୁରୀ
ନିଜ କର୍ମ ବିଧାନେ ଗଲା ପୁଣି ବରଷ ଚାରି । ୧୦୫-୪୦୪୩ ।



୧୦୦ ଯେବଣ ଅଭିମାନ କଲେ ମୋତେ ବାରୁଣାବନ୍ତ ନଗ୍ରେ
 ସେ କଥା ଖଣ୍ଡିକ ମୁଂ ଧରିଥିଲି ରାଗେ ।
ଅର୍ଜୁନର ସ୍ନାନ ପଦାର୍ଥ ଆଣିବା ଓ ନିଜର ଅସ୍ତ୍ର କୁଶଳତା ଦର୍ଶାଇ ଦ୍ରୋଣଙ୍କଠାରୁ ବର ପ୍ରାପ୍ତି
ଶୁଣ ହୋ ମହାରାଜା ଯଉଂ ଦିନ ବିଦ୍ୟା ପରୀକ୍ଷ କଲେ
ସେହି ଦିନୁ କଉରୋବେ ମନେ ଅନ୍ତର ଧଇଲେ । ୧
ଦ୍ରିଯୋଧନ ମୂଳେ ଯେ ବିଚାର କରନ୍ତି
ଆମ୍ଭ ତହିଂ ଗୁରୁଙ୍କର ନାହିଂ ଶୁଦ୍ଧମତି । ୨
ଦ୍ରୋଣେ ଯେ ଆମ୍ଭର ବିଦ୍ୟାଗୁରୁ ହୋଇଲେ
ୟେକା କରି ଅର୍ଜୁନକୁ ସେ ଶସ୍ର ଶିଖାଇଲେ । ୩
ଆମ୍ଭେ ଶତେ ୟେକ ଉତ୍ତର ବିଦ୍ୟାୟେ ଶକତା ନୋହିଲୁ
ଦ୍ରୋଣ ପ୍ରାୟେ ଗୁରୁ ଥାଉଂ ବିଦ୍ୟା ନ ପାଇଲୁ । ୪
ୟେମନ୍ତେ ବିଚାରି ଧୃତରାଷ୍ଟ ତନେୟେ
 କର୍ଣ୍ଣ ଦ୍ରିଯୋଧନ ଧୁଶାସନ ମୂଳେ ଗୁରୁଙ୍କ ବିନୟେ । ୫
ଭୋ ଗୁରୁ ତୁମ୍ଭେ ବେଦ ଶାହାସ୍ରେ ସକଳ ନିର୍ଜିତା
ପ୍ରଶୁରାମଙ୍କ ବିଦ୍ୟାୟେ ତୁମ୍ଭେ ତ୍ରୈଲୋକ୍ୟ ଜିଣନ୍ତା । ୬
ତୁମ୍ଭର ମନରେ ଆମ୍ଭଙ୍କୁ ଶୁଦ୍ଧ ଚିତ୍ତ ନାହିଂ
ୟେକା କରି ଅର୍ଜୁନକୁ ଶିଖାଅସି ଗୋସାଇଂ । ୭
ଦ୍ରୋଣ ପ୍ରାୟେ ଗୁରୁଙ୍କୁ ଆମ୍ଭେ ସେବା କଲୁ
ବିଦ୍ୟା ନ ପାଇଣ ଆମ୍ଭେ ଅସାର୍ଥୁକ ଯେ ହୋଇଲୁ । ୮
ଦ୍ରୋଣେ ବୋଇଲେ ଯେହ୍ନେ ଆମ୍ଭର ମନ୍ଦ କର୍ମ
ତୁମ୍ଭନ୍ତ ବିଦ୍ୟା ଶିଖାଇ ଆମ୍ଭେ ହୋଇଲୁ ଅକାରଣ । ୯
ତୁମ୍ଭନ୍ତ ଆମ୍ଭେ ବିଦ୍ୟା ଶିଖାଇଲୁ ଶୁଦ୍ଧ ଚିତ୍ତେ
ଗଣ୍ଠି ମୁଠି ଦୃଢ କରି ଦେଖାଉଂ ନିଜ ଗାତ୍ରେ । ୧୦
ହସ୍ତ ଧରି ତୁମ୍ଭଙ୍କୁ ଜଣେ, ଜଣେ ଦେଖାଇ
ତୁମ୍ଭେ ତାହା ନ ଶିଖ ଯେ ମନରେ ଗର୍ବ ବହି । ୧୧
ତୁମ୍ଭନ୍ତ ବିଦ୍ୟା ଶିଖାଇଲେ ଅର୍ଜୁନ ଦେଖଇ
ଦେଖିଣ ଶିଖଇ ସେ କାହାକି ନ ପଚାରଇ । ୧୨



୯ ।୨ ତୁମ୍ଭନ୍ତ ବିଦ୍ୟା ଶିଖାଇ ଆମ୍ଭେ ପାଇଲୁ ଅପମାନ ।
ଯେବଣ ନାରାଜ ଧରଇ ଫାଲଗୁନି
ମୋତେ ଗୋଚର ନୁହଇ ସେ ବୋଇଲେ ଦ୍ରୋଣ ମୁନି ।୧୩
ପ୍ରଶୁରାମ ବିଦ୍ୟା ତାକୁ ହୋଇଲା ପ୍ରାପତ
ଦେଖିଣ ଶିଖଇ ସେ ବାସବର ସୁତ । ୧୪
ଦ୍ରିଯୋଧନ ବୋଇଲା ତୁମ୍ଭର ଶୁଦ୍ଧ ଚିତ୍ତେ
ତେଣୁ କରି ସମସ୍ତ କହିଲ ବୀର ପାଥେ । ୧୫
ଦ୍ରିଯୋଧନ ବଚନେ ଦ୍ରୋଣେ ତୁନୀ ହେଲେ
ସମସ୍ତେ କୁରୁବୀରେ ଅର୍ଜୁନକଇଂ ହିଂସା କଲେ । ୧୬
ୟେଥୁ ଅନନ୍ତରେ ଶୁଣ ବଇବସୁତ ମନୁ
ବିଦ୍ୟାର ମହିମା ହୋ ଶୁଣ ବଇବସୁତ ମନୁ
ବିଦ୍ୟାର ମହିମା ହୋ ଶୁଣ ଯୁବରାଜ ତନୁ । ୧୭
ୟେକ ଦିନରେ ଯେ ଦ୍ରୋଣେ ଉପାୟେକ କଲେ
ସବୁ ପୁଅନ୍ତ ଘେନି ଯମୁନା ସ୍ନାହାନେ ଯେ ଗଲେ । ୧୮
ବାଟରେ ଦେଖିଲେ ସୁସଞ୍ଚ ଶାଳ ବୃକ୍ଷେ
ଦ୍ରୋଣେ ବୋଇଲେ ୟେଠାରେ ବୁଝିବା ପରୀକ୍ଷେ । ୧୯
ଅର୍ଜୁନକୁ ବୋଇଲେ ବାବୁ ତୁ ବାହୁଡିଣ ଯିବୁ
କୃପଙ୍କର ଘରୁ ସ୍ନାହାନ ସଞ୍ଚା ଯେ ଆଣିବୁ । ୨୦
ତିଳ ଅୟେଂଳା ସୁସଞ୍ଚ ଅଭ୍ୟଙ୍ଗମାନ
ଭୂଇଂରେ ନ ଥୋଇ ଆମ୍ଭଠାରୁ ଆଣିବୁ ଯେ ପୁଣ । ୨୧
ଗୁରୁଙ୍କର ବଚନେ ସେ ଚଳିଲା ଅର୍ଜୁନ
ବୃକ୍ଷର ତଳ ଯାଇଂ ମିଳିଲେ ଗୁରୁ ଦ୍ରୋଣ । ୨୨
ଦ୍ରିଯୋଧନ ବେନି କର ସଂକ୍ଷେପି ଧଇଲେ ଗୁରୁ ଦ୍ରୋଣ
ଦୃଷ୍ଟି ମୁଷ୍ଟି ଗଣ୍ଠି ଦୃଢ ସେ କରିଣ । ୨୩
ଦ୍ରିଯୋଧନ କରେ ଗୁରୁ ଦିଲେ ଧନୁ ତ୍ରୋଣ । ୨୪
କତୁରୀ ନାରାଜ ସେ ଗୁଣରେ ବସାଇ
ୟେକ ଦୃଷ୍ଟିରେ ନାରାଜ ବିନ୍ଧ କୁରୁସାଇଂ । ୨୫
ଶୁଣି ଦ୍ରିଯୋଧନ ବିନ୍ଧି ପତ୍ରମାନ କଲାକ ଛେଦନ
କୁରୁବୀରମାନଙ୍କର ଆନନ୍ଦ ପଞ୍ଚୁମନ । ୨୬



୨୩ ।୧ ସଂକ୍ଷେପି-ଟାଣି
ଶିଷ୍ୟନ୍ତ ଘେନି ମୁନି ପ୍ରବେଶ ଯମୁନାର କୂଳେ
ମଥା ଯୋଗାଣ ଘେନି ଅର୍ଜୁନ ସେ ବୃକ୍ଷଠାରେ ମିଳେ । ୨୭
ଦେଖିଲେ ବୃକ୍ଷରେ ପତ୍ର ଗୋଟିୟେକ ନାହିଂ
ଆଶ୍ରିଜ ଅର୍ଜୁନ ସେ ବୃକ୍ଷକୁ ପୁଣ ଚାହିଂ । ୨୮
ଦେଖିଲା ଦ୍ରୋଣଙ୍କର ପଡିଛି ପାଦ ଗତି
ଅର୍ଜୁନ ବୋଇଲେ ଗୁପତ ବିଦ୍ୟା ଶିଖାଇଲେ କୁରୁପତି । ୨୯
ସେହିମତି ଅର୍ଜୁନ ପାଦ ଗତି କଲା
ପାଞ୍ଚଗୋଟି ନାରାଜ ଭୂମିକି ମାଇଲା । ୩୦ ସଂ
ତହିଂର ଉପରେ ସ୍ନାହାନ ସଞ୍ଚା ଥୋଇ
ଅବୋଲୋକନ ଶର ବିନ୍ଧିଲାକ ତହିଂ । ୩୧
ବଂକ୍ଷି ଗୋଟିମାନ ଯେ ପକାଇଲା ଛେଦି
ସ୍ନାହାନ ସଞ୍ଚାମାନ ଘେନି ସେ ଚଳଇ ମନଭେଦୀ । ୩୨
ଗୁରୁଙ୍କର ସନ୍ନିଧ୍ୟେ ନେଇ ସ୍ନାହାନ ସଞ୍ଚା ଦିଲେ
ସୁଗନ୍ଧ ତଇଳ ସେ ମଥାରେ ଲଗାଇଲେ । ୩୩
ଯମୁନା ନଦୀରେ ସେ ପଶିଲେ ଦ୍ରୋଣେ ଯାଇ
ସମସ୍ତ ଶିଷ୍ୟମାନେ ପଶିଲେ ଝସାଇ । ୩୪
ସ୍ନାହାନ କରନ୍ତେ ଯେ କୁମ୍ଭୀରେକ ଅଇଲା
ଦ୍ରୋଣ ଗୁରୁଙ୍କୁ ସେ ଯେ ଆକ୍ରେଷିଣ ନେଲା । ୩୫
ସମସ୍ତ ଶିଷ୍ୟମାନେ ଡରେ ଅଇଲେ ପଳାଇ
କୁମ୍ଭୀର ଗୁରୁଙ୍କୁ ନେଉଛି ଘୋସରାଇ । ୩୬
ଜଳରୁ ଦ୍ରୋଣ ଗୁରୁ ଆସି ତ ନୁଆରଇ
ରଖ ରଖ ବୋଲି ସେ ଶିଷ୍ୟଙ୍କୁ ଡାକ ଦେଇ । ୩୭
ଦେଖି ଭୀମସେନ ଜଳ ଭିତରକୁ ଡେଇଂଲା
ଆକ୍ରେଷିମ କରି ଯାଇଂ କୁମ୍ଭୀରକୁ ଧଇଲା । ୩୮
ଭିଡନ୍ତେ ଜଳପ୍ରଭା ସେ ହୋଇଲା ନିଧନ
ଦ୍ରୋଣ ଗୁରୁ ବୋଇଲେ ଧନ୍ୟରେ ଭୀମସେନ । ୩୯



୩୨ ।୧ ବୁକ୍ଷି ଗୋଟିମାନ ଯେ ପକାଇଲା ଛେଦି
୩୪ ।୨ ସମସ୍ତ ଶିଷ୍ୟମାନ ପଶିଲେ ଅବଗାହି ।
୩୭ ।୨ ରଖ, ରଖ ବୋଲି ସେ ମିଛେ ଡାକ ଦେଇ ।
ତୁହି ସେ ୟେତେ ବେଳେ ଦିଲୁ ଜୀବଦାନ
କିସ ଦେଇ ତୋଷ କରିବି ତୋର ମନ । ୪୦
ଗଦା ବିଦ୍ୟା ତୋତେ ଗୋଟିୟେ ଦେବଇଂ ପ୍ରସନ୍ନ
ମୋହୋର ଗଦା ବିଦ୍ୟାରେ ତୁ ସକଳ ଭୁବନ ଜିଣ । ୪୧
ବଳରାମ ଗଦା ବିଦ୍ୟା ବୋଲନ୍ତି ଜଗତେ
ଆରେ ତୋର ଗଦା ବିଦ୍ୟା ପ୍ରକାଶୁ ସେହି ମତେ । ୪୨
ଅତୁଟ ଗଦା ବିଦ୍ୟା ଦ୍ରୋଣେ ଭୀମସେନକୁ ଦିଲେ,
ତ୍ରଇଲୋକ ବିଖ୍ୟାତ ହୋଅ ଭୀମସେନକୁ ବୋଇଲେ । ୪୩
ଗଦା ବିଦ୍ୟା ପାଇଣ ସେ ସାନନ୍ଦ ଭୀମସେନ
ତହୁଂମ ପୁଅନ୍ତ ଘେନି ଦ୍ରୋଣେ କରନ୍ତି ଗମନ । ୪୪
ନେଉଟି ଗୁରୁ ଯେ ତରୁ ତଳେ ମିଳିଲେକ ଯାଇଂ
ଦ୍ରିଯୋଧନ ବୋଇଲା ସେ ଶାଳବୃକ୍ଷକୁ ଚାହିଂ । ୪୫
ଆମ୍ଭେ ଯେ କାଟିଲୁ ସମସ୍ତ ପତ୍ରମାନ
ବଂକ୍ଷିମାନଙ୍କୁ କେ କାଟିଲା ବୋଲଇ ଦ୍ରିଯୋଧନ । ୪୬
ଦ୍ରୋଣେ ବଦୟନ୍ତି ଶୁଣରେ ଅର୍ଜୁନ
ତୋହୋର ନାରାଜ ପ୍ରାୟେ ତ ଦିଶଇ ବିଦ୍ୟମାନ । ୪୭
ଅର୍ଜୁନ ବୋଇଲେ ମୁଂ କୃପଙ୍କ ଘରକୁ ଗଲି
ସ୍ନାହାନ ସଞ୍ଚା ଘେନିଣ ମୁଂ ଶୀଘ୍ରେଣ ଅଇଲି । ୪୮
ବୃକ୍ଷ ଉପରକୁ ମୁଂ ଚାହିଂଲି ନୟନ
ଦେଖିଲି ପତ୍ରମାନେ ଭୂମିରେ ପତନ । ୪୯
ନିରେଖି ଚାହିଂଲି ମୁଂ ଗୁରୁଙ୍କ ପାଦଗତି
ସେହି ମତି କରି ମୁଂ ବାବଲ ପେଷିଲଇଂ ଧାତି । ୫୦
ବଂକ୍ଷିମାନ ସବୁ ଛେଦି ପକାଇଲି ଭୂମି
ଶୁଣିଣ ଥମ୍ଭୀଭୂତ ଦ୍ରୋଣ ମହାମୁନି । ୫୧
ଦ୍ରିଯୋଧନ ବଦନ ଚାହିଂ ବୋଲନ୍ତି ବଚନ
ୟେ ବିଦ୍ୟା ଅବା କାହୁଂ ଅର୍ଜିଲା ଅର୍ଜୁନ । ୫୨
ତୁମ୍ଭେମାନେ ଆମ୍ଭଙ୍କୁ ବୋଲୁଥାଅ ଜଗତେ
ସବୁ ସହୁଂ ଆମ୍ଭେ, ତୁମ୍ଭେ ଯହୁଂ ଶିଷ୍ୟ ପୁତ୍ରେ । ୫୩



୪୬ ।୨ ବଂକ୍ଷି-ଡେମ୍ଫ
ଅର୍ଜୁନକୁ ଚାହିଂମ ଯେ ବୋଇଲେ ଗୁରୁ ଦ୍ରୋଣ
ୟେ ଭାରାଭର ଉଶ୍ୱାସିବାକୁ ତୁହିଂ ସେ ଯେ ଜନ୍ମ । ୫୪
ଧୁଶାସନ ବୋଇଲା ଗୁରୁ ହେ ଅର୍ଜୁନ ଆଗ୍ୟାଂ ତ ମେଣ୍ଟିଲା
ସ୍ନାହାନ ସଞ୍ଚାମାନ ସେ ଭୂମିରେ ଥୋଇଲା । ୫୫
ଅର୍ଜୁନ ବୋଇଲା ଗୁରୁ ହେ ଧୁଶାସନ ବୋଇଲା ଯେମନ୍ତ
ପଞ୍ଚୁ ନାରାଜ ଭୂମିକି ମାଇଲି ତୁରିତ । ୫୬
ତହିଂ ଉପରେ ଯେ ସ୍ନାହାନ ସଞ୍ଚା ମୁଂ ଥୋଇଲି
ବାବଲ ଶରେ ସବୁ ବଂକ୍ଷିମାନ ତ ଛେଦିଲି । ୫୭
ଗୁରୁଙ୍କର ଆଗ୍ୟାଂ ମେଣ୍ଟଇ ଯେବଣ ଶିଷ
ବିଦ୍ୟା ଅପ୍ରାପତ ହୋଇ ଅଳପେ ଯାଇ ସେ ନାଶ । ୫୮
ଦ୍ରୋଣ ଦେଖିଲେ ନାରାଜ ମୁନ ବସିଛି ଭୂମିର
ଦେଖି କରି ଚକିତ ଯେ ହୋଇଲେ କୁରୁବୀର । ୫୯
ପରମ ସାନନ୍ଦ ହୋଇମ ଆନନ୍ଦ ପଞ୍ଚୁମନ
ସକଳ ବିଦ୍ୟା ତୋତେ ହୋଉରେ ଅରଜୁନ । ୬୦
ସନ୍ତୋଷ ହୋଇମ ଅର୍ଜୁନକୁ ବର ଦିଲେ
ପୁଅନ୍ତ ଘେନି ଦ୍ରୋଣ ଇନ୍ଦ୍ରପ୍ରଶସ୍ତକୁ ଗଲେ । ୬୧
ଲାଖେକ ପାତି କରି ଶରମାନ ବିନ୍ଧନ୍ତି
ସେହି ଦିନୁ ପୁମ ହାତ ସୂତ୍ର ଯେ କରନ୍ତି । ୬୨
ଯେବଣ ନାରାଜ ବିନ୍ଧଇ ଅର୍ଜୁନ
ଦେଖି କୁରୁବୀରଙ୍କର ହୃଦୟ କ-ମାନ । ୬୩
କହନ୍ତି ଅଗସ୍ତି ପଣ୍ଡିତ ବ୍ରହ୍ମବେତ୍ତା
ବଇବସୁତ ମନୁ ଶୁଣନ୍ତି ଅମୃତ ରସ କଥା । ୬୪
ନମାମି ସିଦ୍ଧ ସାରୋଳା ଜଙ୍ଖେର ପୁର ବାସୀ
କଳିକାଳ ପାତକ ତୋହୋର ହୋୟେ ଧଂସି । ୬୫
ତୁ ସେ ବ୍ରହ୍ମଗ୍ୟାଂନୀ ଅନାଦି ଅପର୍ଣ୍ଣା ସାରୋଳା ଗୋସାମଣୀ
ଅଦୃଷ୍ଟି ଅଶ୍ରୁତି ତୁ ବଞ୍ଚାଇଲୁ ଆଣି । ୬୬
ଜନ୍ମେ ଜନ୍ମେ ମୁହିଂ ନୋହଇ ଶାହାସ୍ର ବାଦୀ
ପଣ୍ଡିତ ଜନ ମଧ୍ୟେ ମୁଂ ନ ପଶିଲି ପ୍ରସିଦ୍ଧି । ୬୭
ସେ ସିଦ୍ଧ ଦେବୀ ମୋତେ ପ୍ରସନ୍ନ ହୋଇଲା
ଅକଳାନ୍ତ ଶ୍ରୀ ମହାଭାରତ ମୋତେ ଆଗ୍ୟାଂ ଦିଲା । ୬୮
ଜଙ୍ଖେର ପୁର ବାସୀନୀ କୃପାଜଳ ନନ୍ଦନୀ
ତାହାର ଆଗ୍ୟାଂ ପ୍ରମାଣେ ମୁଂ ହୋଇଲି ଶୂଦ୍ରମୁନି । ୬୯
ସେ ସିଦ୍ଧ ଦେବୀ ଚରଣେ ମୋର ସେବା
ଶୂଦ୍ରମୁନି ସାରୋଳା ଦାସକୁ ଗତି ମୁକ୍ତି ଦେବା । ୭୦-୪୧୧୩ ।



୬୨ ।୨ ସେହି ଦିନୁଂ ଶର ସେ ବିନ୍ଧନ୍ତି ନିତି ପ୍ରତି ।(ପା)
୬୨ ।୨ ସୂତ୍ର-ହସ୍ତରେ ଶର ଯୋଜନା କରନ୍ତି
ଦ୍ରୋଣଙ୍କ ନିର୍ଦେଶରେ କୁରୁପାଣ୍ଡବଙ୍କର ଦ୍ରୁପଦଙ୍କୁ ବନ୍ଦୀକରି ଘେନି ଆସିବା
ୟେଥୁ ଅନନ୍ତରେ ଯେ ବଇବସୁତ ମନୁ
ଯାହା ପୁଚ୍ଛା କଲୁ ତାହା କହିବା ସାବଧାନୁ । ୧
ମୀନ ଶୁକଳ ଯେ ତ୍ରୋୟୋଦଶୀ ଅର୍କବାର
ହସ୍ତା ନାମେ ନକ୍ଷତ୍ର ଯେ ଭୋଗ୍ୟ ସେ ଦିନର । ୨
ତୈତୁଲ୍ୟ ନାମେ କରଣ ଗଣ୍ଡ ନାମେ ଯୋଗ
ମେଷ ସଂକରାନ୍ତିକି ପଚିଶ ଦିନ ଭୋଗ । ୩
ଆଖଡା ଶାଳେ ବସି ଅଛନ୍ତି ଗୁରୁ ଦ୍ରୋଣେ
ଭ୍ରାଥମାନନ୍ତ ଘେନି ଛାମୁରେ ଉଭା କୁରୁରାଣେ । ୪
ଦ୍ରୋଣେ ବୋଇଲେ ବାବୁ ହେ ଆମ୍ଭେ ଅଟୁଂ ଯେ ତୀର୍ଥବାସୀ
ତୁମ୍ଭଙ୍କୁ ବିଦ୍ୟା ଦେବା ନିମନ୍ତେ ଆମ୍ଭେ ସମୟେ ରହିଲୁ ଆସି । ୫
ଋଷି ବିପ୍ର ଭଗବନ୍ତ ଆବର ବ୍ରହ୍ମଚାରୀ
ପାଦ ଶ୍ରମେ ଭ୍ରମନ୍ତେଣ ସେ ଧର୍ମକୁ ଆଚରି । ୬
ତୁମ୍ଭେ ପରମ କଲ୍ୟାଣ ହୋଇଥାଅ କ୍ଷମେ
ଆମ୍ଭେ ତୀର୍ଥ ଯାତ୍ରା କରିବୁ ବାବୁ ଯିବୁଂ ନିଜ ଧର୍ମେ । ୭
ଦ୍ରିଯୋଧନ ଧୁଶାସନ ଆବର ବୀର କର୍ଣ୍ଣ
ୟେକାନ୍ତେ ତିଆରନ୍ତି ଭାରଦ୍ୱାଦଶଙ୍କ ନନ୍ଦନ । ୮
ଯଦ୍ୟପି ବିଦ୍ୟା ହୋ ଶିଖାଇଲୁ ଆମ୍ଭେ
ଭୀମ ଅର୍ଜୁନ ବିବାହୀ ନୋହିବାକ ତୁମ୍ଭେ । ୯
ତୁମ୍ଭେ ୟେକ ସୋଦର ଅଟ ଯେ ଅଭିନ୍ନ
ଯୁଝେଷ୍ଠିଙ୍କି ଭଗତି ହୋଇ ଥିବଟି ପଣ୍ଡୁର ସମାନ । ୧୦
ଯୁଝେଷ୍ଠିଙ୍କର ତୁଲେ କେବେ ଅଭାବ ନୋହିବରେ ବାଳ
ୟେ ଶିରୀ ସ-ଦ ଘେନି ଥିବ ସର୍ବକାଳ । ୧୧
ଦ୍ରିଯୋଧନ ବୋଇଲା ଯୋଡିଣ ବେନି କରପତ୍ର
ଅନେକ କାଳ ବିଦ୍ୟା ଯେ ଶିଖାଇଲ ଆମ୍ଭନ୍ତ । ୧୨
ଗୁରୁ ଦକ୍ଷିଣା ମାଗ ଆମ୍ଭେ ଦେବୁ ଯେ ତୁମ୍ଭନ୍ତ
ଯାହା ଇଛା ମାଗ ହୋ ଭଗବନ୍ତ । ୧୩
ୟେମନ୍ତେ କେତେହେଂ ଦିନ ତହିଂ ଗଲା
ସମସ୍ତ ଭ୍ରାଥଙ୍କୁ ରାଇ ଦ୍ରିଯୋଧନ ପଚାରିଲା । ୧୪
ଗୁରୁ ଦକ୍ଷିଣା ଦେବୁଂ ଆମ୍ଭନ୍ତ ମାଗସି ହୋ ଗୁରୁ
ଯେ ମନେ ଇଛା ଦେବୁଂ ବାଞ୍ଛା ଯାହା କରୁ । ୧୫
ଗୁରୁ ଦକ୍ଷିଣା ନ ଦେଇ ସାଧନ୍ତି ଯେ ବିଦ୍ୟା
ସେ ବିଦ୍ୟା ପରାପତ ନୋହଇଟି ଦେବ ସିଦ୍ଧା । ୧୬
ଗୁରୁ ବୋଇଲେ ବାବୁ ଶୁଣ ହୋ ଧୃତରାଷ୍ଟି
ତୁ ଯାହା ବୋଇଲୁ ୟେ କଥା ସତ୍ୟଟି । ୧୭
ଆମ୍ଭେ ତଳ ହସ୍ତ କରି ଦାନ ଘେନିଲୁ ପ୍ରଶୁରାମଙ୍କ ତହୁଂ
ଆନକୁ ଦାନ ଆମ୍ଭେ ମାଗିବୁଂ ଅବା କାହୁଂ । ୧୮
ବାଞ୍ଛାଗୁରୁ ଶିକ୍ଷାଗୁରୁ କୋଦଣ୍ଡ-ଦୀକ୍ଷାଗୁରୁ
କାରଣ ପୁରୁଷ ତହୁଂ ପ୍ରତିଗ୍ରହ ଆମ୍ଭେ କରୁ । ୧୯
ଧନ ଦାନେ ଭୂମି ଦାନ ଆମ୍ଭର ନାହିଂ ପ୍ରିୟୋଜନ
ଆମ୍ଭନ୍ତ ଦକ୍ଷିଣା ଦେବ ସତ୍ୟ କର ଦୃଢ ମନ । ୨୦
ଦ୍ରିଯୋଧନ ବୋଇଲା ତୁମ୍ଭେ ଯାହା ମାଗ ତାତ
ଅବଶ୍ୟ ଦେବୁ ୟେହା ଆମ୍ଭର ତ୍ରିବାର ସତ୍ୟ ସତ୍ୟ । ୨୧



୯ ।୨ ଭାଇରେ ଭାଇରେ ଭିନ୍ନ ନୋହିବଟି ତୁମ୍ଭେ ।
୧୧ ଯୁଝେଷ୍ଠିର ଯେବେ ଅପ୍ରୀତି ହୋଇବରେ ବାଳ ।
 ୟେହି ଶିରୀ ସ-ଦ ନ ରହିବ ଚିରକାଳ ।
ଦ୍ରୋଣେ ବୋଇଲେ ବାବୁ ହେ ମାଗୁଅଛୁଂ ତୁମ୍ଭଙ୍କୁ
ଦ୍ରୋପଦ ରାଜାକଇ ଧରି ଆଣି ଦେବ ମୁକୁ । ୨୨
ମୁହିଂ ତୁମ୍ଭର ଗୁରୁ ତୁମ୍ଭେ ମୋହୋର ଦୁଲଣା
ୟେତେକ ଦିଲେ ଆମ୍ଭଙ୍କୁ ହୋଇବ ଗୁରୁ ଦକ୍ଷିଣା । ୨୩
ଶୁଣିଣ ଦ୍ରିଯୋଧନ କୋପେଣ ପ୍ରଚଣ୍ଡ
ଦ୍ରୋପଦ ପୁରକୁ ଯିବା ସାଜରେ ସମଦଣ୍ଡ । ୨୪
ରଥ ଗଜ ଅଶ୍ୱ ସଇନି ପାଦାନ୍ତି
ଢୋଲ ଦମାଲୁ ଭରି ବାଜଇ ଅପ୍ରମିତି । ୨୫
ଗଜ ତୁରଙ୍ଗ ଗହନେ ହାବୋଡନ୍ତି ରଥେ
ଚୋଖାର ତୁରଙ୍ଗମ ଚଢି ବିହଡନ୍ତି ରାଉତେ । ୨୬
ବୀର ତୂର ଟମକ ବିଜିଘୋଷ ବାଜି
ୟେକାଦଶ କ୍ଷଉଣୀ ସୈନ୍ୟ ବଳ ସାଜି । ୨୭
ଦଣ୍ଡ ସଜ ଦେଖି ହସି ଫାଲଗୁନି
ଦ୍ରୋଣେ ବୋଇଲେ ୟେ ତୋର ବିଚାରକୁ ନ ଯୋଗାଇ କି ପୁଣି । ୨୮
ଅର୍ଜୁନ ବୋଇଲା ଗୁରୁ ହେ ମୁଂ ହସିଲି ୟେଥକୁ
ୟେଡେ ଦଣ୍ଡ ସଜ କିେ- ଦ୍ରୁପଦ ଛାରକୁ । ୨୯
ଯେ ସେ ଜଣେ ଯାଇଂ ଆଣଇଂ କି ନା ଧରି
କିଞ୍ଚିତ କଥାକୁ କିେ- ୟେଡେ ଦଣ୍ଡ ଭିଡି । ୩୦
ଦ୍ରିଯୋଧନ ବୋଲା ତୁ ଜନ୍ମହୁଂ ଯେ ନଷ୍ଟ
ଯେତେକ ପ୍ରତଗ୍ୟାଂ କଲୁ ସବୁ ଗରୁ ଜ୍ୟେଷ୍ଠ । ୩୧
ବ୍ରାହ୍ମଣ ଗୁରୁ ବୋଲି ସହିଲେ ଯେ ତୋତେ
ଭାଗ୍ୟବର ହୋଇଲେ ନାଶ ଯାଆନ୍ତୁ କିଞ୍ଚିତେ । ୩୨
ୟେହି ଗୁରୁଙ୍କ ଛାମୁରେ ୟେଡେ ଦର୍ପ କଥା କହୁ
ଅଳପ ଜାଣି ତୁ ଯେ ପ୍ରତଗ୍ୟାଂ ଅପାର ତ ବହୁ । ୩୩
ଆହୋ ଦ୍ରୋପଦ ବୋଲି ଯେବଣ ଚକ୍ରବ୍ରତୀ
ମହା ବିବେକ ଧାର୍ମିକ ବଳବନ୍ତା ପଞ୍ଚାଳ ଦେଶର ଆଧିପତି । ୩୪
ପଦ୍ମେକ ରଥ ଯେ ନବସାଗର ହାଥୀ
ଚାରି ପରାୟୁଧ ଅଶ୍ୱ ନବ କ୍ଷଉଣୀ ପାଦାନ୍ତି । ୩୫
ଚାରି ସହସ୍ର ପାରିଦଣ୍ଡ ଖଟନ୍ତି ରାଜା ୟେକେ
ତାହାକୁ ଧରି ଆଣିମୁ ତୁ ୟେକାଇ ଜଣକେ । ୩୬ ସଂ
ବୋଲଵି ବାସବି ଯେ ୟେହା ନୋହଇ ଅକାରଣ
ଗୁରୁଙ୍କର ବଚନ ସିନା ଅଟଇ ପରମାଣ । ୩୭
ଗୁରୁଙ୍କର ଆଗ୍ୟାଂୟେ ଯେବଣ ବଚନ
ତାହା ସେ ସାର କରି ଶୁଣ ହୋ ଦ୍ରିଯୋଧନ । ୩୮
ଦ୍ରୋଣେ ଯେବେ ଆଗ୍ୟାଂ ଦେବେଟି ନିରୁତାନ୍ତେ
ଦ୍ରୋପଦ ଛାରକୁ ମୁଂ ଆଣିବି କ୍ଷଣକର ମାତ୍ରେ । ୩୯
ଦ୍ରିଯୋଧନ ବୋଇଲା ଦେଖି ଯାଅ ନିରେ ବାବୁ
ଦ୍ରୋପଦକୁ ଆଣିଲେ ସେ ପ୍ରତଗ୍ୟା ସାଚା ସବୁ । ୪୦
ଅଜଙ୍ଗମ ଧନୁ ଅକ୍ଷୟେ ତ୍ରୋଣ ବେନି
ଶ୍ରୀକରେ ଦ୍ରୋଣେ ନେଇ ଦିଲେକ ଫାଲଗୁନି । ୪୧
ୟେକା ଅର୍ଜୁନ ଚଳଇ ଗୁରୁ ବାକ୍ୟେ
ଶତ ସହସ୍ର ଦଣ୍ଡ ପରଳମ୍ୱ ଗୁରୁଙ୍କର ପାଦ ଉଦକେ । ୪୨ ସଂ
ଦ୍ରୋଣେ ବୋଇଲେ ବାବୁ ତୁ ହୋଅସି ଜଗୁଜିତା
ସ୍ୱର୍ଗ ମଞ୍ଚ ପତାଳେ କେ ତୋତେ ନୋହୁ ନା ଜିଣନ୍ତା । ୪୩
ଗୁରୁଙ୍କ ଆଗ୍ୟାଂ ପ୍ରମାଣେ ଚଳି ତୁତୀକୃଷ୍ଣ
ଜଗୁଜିତା ସୁନ୍ଦର ସେ ପ୍ରତଗ୍ୟାଂ ଗରିଷ୍ଠ । ୪୪
ବନ ନଗ୍ର ଜିଣିଣ ସେ ପ୍ରବେଶ ପାଞ୍ଚାଳ ଦେଶେ
କୃଷ୍ଣବେଣୀ କୂଳେ ବୀର ଚଳଇ ହରଷେ । ୪୫
ରାଜ୍ୟର ନିକଟେଣ ମଳୟ ନାମେ ଗିରୁ
ତହିଂର ଶିଖରେ ଯେ ବିଜୟେ ଧନୁର୍ଧାରୀ । ୪୬
ଶିରେ ରତ୍ନମଣି ମୁକୁଟ କୁଣ୍ଡଳ ଶୋଭା
ଶୂରବନ୍ତ ସୁନ୍ଦର ରୁଚିର ଚାରୁ ପ୍ରଭା । ୪୭
ଦେଶାଉର ପୁଚ୍ଛା କଲେ ଲକ୍ଷଣ ଗୁଣ ଦେଖି ସବୁ
କେବଣ ରାଜାର ତୁ କୁମର ଅଟୁ ବାବୁ । ୪୮



୪୪ ।୨ ଦ୍ୱାପରକୁ ଭାରୋଇ ମଲ୍ଲ ପ୍ରତଗ୍ୟାଂ ଗରିଷ୍ଠ ।
୩୯ ।୧ ନିରୁତାନ୍ତ-ନିତାନ୍ତ
୪୨ ।୨ ପାଦ ଉଦକେ-ପାଦ ଉଦ୍ଦେଶ୍ୟେ
ବୋଲଇ ବାସବି କହରେ ତୁମ୍ଭର ରାଜାକୁ
ଦ୍ରୋପଦର ବଇରୀ ମୁଂ ଆସିଛି ସାଂଗ୍ରାମ କରିବାକୁ । ୪୯
ତୁମ୍ଭେ କହ ଯାଇଂ ବେଗେ ତୁମ୍ଭ ରାଜାଙ୍କ ଆଗର
ଦଣ୍ଡ ଘେନି ଆସି କରୁ ମୋର ତୁଲେ ଯେ ସମର । ୫୦
ଶ୍ରୀବନ୍ତ ଲୋକଙ୍କର ଆଗ୍ୟାଂ ନୋହଇ ନା ଭ୍ରଷ୍ଟ
ଦ୍ରଶନେ ବୋଧ ହୋଇ ପ୍ରଶନ୍ନେ ପୂରୋଇ ପେଟ । ୫୧
ରାଜାର ଦଣ୍ଡକୁ ୟେକା ଜଣକ ହିଂ ବାହି
ଶୁଣି ତାହାର ବଚନ ଭ୍ରଷ୍ଟ ନ କଲେ ସେ କେହି । ୫୨
ଦେବାର୍ଚ୍ଚନ ସାରି ରାୟେ ବିଜୟେ ଅବକାଶେ
ମନ୍ତ୍ରୀ ଅମାନାତ୍ୟମାନେ ଖଟିଛନ୍ତି ପାଶେ । ୫୩
ଦେଶାଉର ବାରତା କହଇ କରପତ୍ର ଯୋଡି
ଅଶକ୍ୟ କଥାୟେ ଦେବ ଶୁଣିମା ଅବଧାରି । ୫୪
ରାଜାମାନଙ୍କର ଯେ ଦେଶାଉର ଦିବ୍ୟ ଚଛୁ
ସବ୍ୟ ଅସବ୍ୟ କହଣେ ମନ୍ତ୍ରୀ ତାହା ବାଛୁ । ୫୫
ଦେବ ! ହସ୍ତେଣ ଧନୁ ଆର ହସ୍ତେ ଶହସ୍ରେକ ଅଛି ଧରି
ଯେସନେକେ ବିଦ୍ୟାଧର ଗଗନୁଂ ଅବତରି । ୫୬
ବୋଲଇ ବାରତା କହ ତୁମ୍ଭର ରାଜାକୁ
ଦଣ୍ଡ ଘେନି ଆସି ସାଂଗ୍ରାମ ଦେଉ ମୁକୁ । ୫୭
ଦ୍ରୋପଦ ବୋଇଲେ କରୁଣାକର ପାତ୍ରକୁ ରାଇ
କେହୁ ଅଟଇ ସେ ତୁମ୍ଭେ ବୁଝି ଆସ ଯାଇ । ୫୮
ରାଜାର ବଚନେ ଯେ ପାତ୍ର ଚଳି ଗଲା
ଅହିବ୍ରତେକ ଯୋଦ୍ଧା ତୁଲେଣ ଘେନିଲା । ୫୯
ଆସନ୍ତି ମତ୍ତ ନାଗେ ଦାଣ୍ଡରେ ସର୍ବେ ପୂରି
ନାଦ ଶବଦେ ଯେ ଆସନ୍ତି ଝଞ୍ଜାରୀ । ୬୦
ଧର, ଧର, ମାର, ମାର ଶୁଭି ଘୋର ବୋବି
ଝଲକନ୍ତି ଲାଙ୍କିୟା ଯେ ବାଳ କିରଣ ଯେହ୍ନେ ରବି । ୬୧



୬୦ ।୨ ଘଣ୍ଟାରବ ଶବଦେ ଯେ ଆସନ୍ତି ଢପାଡି ।
୬୦ ।୨ ଝଞ୍ଜାରୀ-ଝମ ଝମ କରିବା, ବାଦ୍ୟ ବାଦକ
୬୧ ।୨ ଲଙ୍କିୟା-କେନାଥିବା ଶସ୍ର ବିଶେଷ
ପର୍ବତେ ଥାଇଣ ଦେଖଇ କୋନ୍ତାଙ୍କର ସୁତେ
ଦଶ ଧାଉଡି ଦଶ ନାରାଜ ବିନ୍ଧିଲେ କିଞ୍ଚିତେ । ୬୨
ଧାଡିକେ ଆସୁଥିଲେ ଦଶ ସହସ୍ର ମତ୍ତ ଗଜେ
ଅହିବ୍ରତେକ ହସ୍ତୀ ପଡିଲେ ଦଶ ନାରାଜେ । ୬୩ ସଂ
ଚିତାରେ ବାଜି ବାଣ ମଳଘର ବାଟେ ନିକିଳି
ହସ୍ତୀ ଉପରୁ ଯୋଦ୍ଧାୟେ ପଡିଲେ ମୋହେ ଢଳି । ୬୪
ରାଜାର ଅଗ୍ରେତେ ଯାଇ କହିଲେ ମୁନେହି
ଦଣ୍ଡ ଘେନି ଦ୍ରୋପଦ ଆପଣେ ଅଇଲା ଯେ ବାହି । ୬୫
ପଦ୍ମେକ ରଥ ବତିଶ ପଦ୍ମ ହସ୍ତୀ
ଅଶୀ ସାଗର ବାରାସ ସାତ କ୍ଷଉଣୀ ପାଦାନ୍ତି । ୬୬
ଧାମନ୍ତି ଯୋଦ୍ଧାୟେ ଯେ ସିଂହ ରଚି କରି
ସାତ ଯୋଜନ ପରିଯନ୍ତେ ଥାଟ ଆସଇ ପୂରି । ୬୭
ପର୍ବତ ଉପରେ ଥାଇ ବିଚାର କରଇ ଅର୍ଜୁନ
ସାଧୁ ସ-ଦ ତୋରରେ ଦ୍ରୋପଦ ଧନ୍ୟ ତୋ ଜୀବନ । ୬୮
ଗୁରୁ ଆଗ୍ୟାଂ ଯେ ନ ଦିଲେ ତୋତେ ପ୍ରାଣେ ମାରିବାକୁ
ବିନା ଅପରାଧେ କିେ- ମାରିବି ୟେହାକୁ । ୬୯
ଗୁରୁଙ୍କର ମଇତ୍ର ୟେ ଅଟନ୍ତି ଯୁଗତେ
ଗୁରୁ ମଇତ୍ର ମୁଂ ନାଶ କରିବି କେମନ୍ତେ । ୭୦
ସଦଭାବେ ମୋତେ କହି ଅଛନ୍ତି ଗୁରୁ ଦ୍ରୋଣେ
ମନଭେଦୀ ନାରାଜ ବୀର କାଢିଲାକ ତ୍ରୋଣେ । ୭୧
ମୋହନା ନାରାଜ ଭେଦିଲା ସେ ଦ୍ରୋପଦର ଥାଟ
ଅନେକ ନାରାଜ ଯାଇ ହୋଇଲାକ ଭେଟ । ୭୨
ରଥକେ ସହସ୍ର ନାରାଜ ଯେ ଗଜକେ ପାଞ୍ଚ ଶତ
ଅଶ୍ୱକେ ଅଢାଇ ଶତ ପାଦାନ୍ତିକେ ୟେକ ଶତ । ୭୩ ସଂ



୬୨ ।୨ ଗୁମ ଟଙ୍କାରି ଦଶ ନାରାଜ ମାରିଲା କିଞ୍ଚିତେ ।
୬୪ ।୧ ଚିତାରେ ବାଜି ବାଣ ପଛ ବାଟେଣ ନିକିଳି ।
୬୫ ।୧ ମୁନେହି-ଦୂତ, ୬୬ ।୨ ବାରାସ-ଅଶ୍ୱାରୋହୀ
ୟେତେକ ନାରାଜ ୟେକା ଅର୍ଜୁନ ଯେ ଭେଦି
ସାଦ ଯୋଜନ ମାଡି ଥାଠ ପଡିଲେ ଆଛାଦି । ୭୪
ମୋହେଣ ଅଚେବନ ହୋଇ ଯେ ପଡିଲେ ସଇନି
ଦ୍ରୋପଦ ରାଜାକୁ ଯାଇ ଧଇଲେ ଫାଲଗୁନି । ୭୫
ଦ୍ରୋପଦ ବୋଇଲେ ବାବୁ ତୁ କେବଣ ପୁରୁଷ
ତ୍ରିଭୁବନେ ନାହିଂ କାର ୟେମନ୍ତ ସାହସ । ୭୬
ଅର୍ଜୁନ ବୋଇଲେ ମୁଂ କୋଇନ୍ତାଙ୍କ ସୁତ
ଦ୍ରୋଣ ଗୁରୁ ତହୁଂ ବିଦ୍ୟା ଶିଖିଲି ଅପ୍ରମିତ । ୭୭
ସେ ଗୁରୁ ଆମ୍ଭଙ୍କୁ ଦକ୍ଷିଣା ମାଗିଲେ
ଦ୍ରୋପଦ ରାଜାକୁ ଆଣି ଦିଅସି ବୋଇଲେ । ୭୮
ତାହାଙ୍କର ବଚନେ ମୁଂ ଅଇଲଇଂ ୟେଥ
ତେଣୁ କରି ସଇନି ତୋର କଲଇଂ ନିପାତ । ୭୯
ଅର୍ଜୁନ ବୋଇଲେ ଦ୍ରୋପଦ ଭ୍ରାନ୍ତି ତୁ ନ କର ହୋ କିଛି
ଦ୍ରୋଣଙ୍କର ଶିଷ ମୁଂ ତୋତେ ନେମାକୁ ଆସି ଅଛି । ୮୦
ମୋହୋର ଥିଲେ ତୋତେ ନାହିଂ ପରମାଦ
ମନେ ଭ୍ରାନ୍ତି ତୁମ୍ଭେ କିଛୁ ନ କର ଦ୍ରୋପଦ । ୮୧
ଦ୍ରୋପଦ ବୋଇଲା ମୁଂ ଦ୍ରୋହ କରିଛି ଦ୍ରୋଣଙ୍କୁ
ଭୋ ଅର୍ଜୁନ ତୁମ୍ଭେ ଯେ ଶରଣ ରଖ ମୁକୁ । ୮୨
ଅର୍ଜୁନ ବୋଇଲେ ମୁଂ କରିବି ୟେକ ଶାସ୍ତି
ଗୁରୁଙ୍କ ବଚନେ ଶିଷ୍ୟେ ଥାଆନ୍ତିଟି ବର୍ତ୍ତି । ୮୩
ଡୋର ଗୋଟିୟେ ଘେନି ବାନ୍ଧିବି ଯେ କର
ୟେଥକୁ ଭୋ ତାତ ମୋତେ କୋପ ଯେ ନ କର । ୮୪
ଶାସ୍ତି ଦେଖିମ ତୋତେ ଦୟା କରନ୍ତୁ ଦ୍ରୋଣେ
ଚିର କୋପୀ ନୋହନ୍ତି ସେ ମହାଶାନ୍ତି ବ୍ରାହ୍ମଣେ । ୮୫



୭୪ ୟେତେକ ନାରାଜ ଯେ ଅର୍ଜୁନ ହସ୍ତୁଂ ଫିଟି
 ସାତ ଯୋଜନ ମାଡି ପଡିଲେ ଥାଠ ଗୋଟି ।
୮୩ ।୨ ଗୁରୁ ବଚନ ଦିଲେ ନ ଥାନ୍ତୁ ନା ବର୍ତ୍ତି ।
୭୫ ।୧ ଅଚେବନ-ଅଚେତନ
ଦ୍ରୋପଦ ବୋଇଲା ଯେହ୍ନେ ତାହାଙ୍କର ପ୍ରତଗ୍ୟାଂ
ତୋହୋର ବଚନ କେସନେ କରିବି ଅବଗ୍ୟାଂ । ୮୬
ଆଗେଣ ଦ୍ରୋପଦ ପଛେ ବୀର ଫାଲଗୁନି
ନବ ଦିନେ ଚଳି ଗଲେ ୟୋଜନ ଶତ ତିନି । ୮୭
ବାରୁଣାବନ୍ତ ସେ ଆଖଡାର ନିକଟେ
ଦ୍ରୋପଦକୁ ବନ୍ଧନ ସେ କଲା ଡୋର ପାଟେ । ୮୮
କେଶ ବାସ ଅସମ୍ଭାଳ ଧୂଳିରେ ଧୂସର
ବିବଶ ବିଛନ୍ନ କରି ଦେଇ ନେଲା ଗୁରୁଙ୍କ ଛାମୁର । ୮୯
ବାମ କରେ ଅଛି ଧ୍ରୋପଦର କେଶ ଧରି
ଆଖଡା ଘରେ ପଶିଲା ଦ୍ରୋପଦଙ୍କୁ ବାନ୍ଧି କରି । ୯୦
ପଲଙ୍କ ଉପରେ ଗୁରୁ ଅଛନ୍ତି ଯେ ଶୋଇ
ଦ୍ରୋପଦକୁ ଘେନି ଅର୍ଜୁନ ଅଛି ଉଭା ହୋଇ । ୯୧
ଗୁରୁଙ୍କର ନିଦ୍ରା ମୁଂ ଭାଞ୍ଜିବି କେମନ୍ତେ
ପାଦତଳେ ପଲଙ୍କ ଖୁରାରେ ବାନ୍ଧିଲେ ଦ୍ରୋପତେ । ୯୨
ଆହୋ ମୁହିଂ ଯାଉଅଛି ଯୁଝେଷ୍ଠି ଦେବଙ୍କ ଛାମୁରେ ଯାୟେ
ତୁ ୟେଥେ ପଡି ରୋଦନ କରୁଥାଅସି ଯେ ରାୟେ । ୯୩
ମହାଭିଗଂ୍ୟ ବ୍ରାହ୍ମଣ ଅଟନ୍ତି ଦ୍ରୋଣ ଗୁରୁ
ଅବସ୍ତା ଦେଖି ତୋତେ ବିଚାରି ଦୟା କରୁ । ୯୪
ନିସତ ହୋଇ ତୁ ନ ପଳାଇବୁଟି ଦ୍ରୋପଦ
ନାରାଜ ବିନ୍ଧିବି ଯେତେ ଦୂରେ ଥଲେ ହୋଇବୁ ଶିରଛେଦ । ୯୫
ମୁଇଂ ୟେବେ ଭୀଷ୍ମ, ବିଦୁର, ଯୁଝେଷ୍ଠିଙ୍କି ଆଣଇ ରାଇ
ତୋତେ ପାରି କରି ଦେବୁନି ସମସ୍ତେ ବିନୋଇ । ୯୬
ବାହାର ହୋଇ ଗଲାକ ତହୁଂ ଦୁତୀ ଶ୍ରୀହରି
ମନେ ବିଚାରଇ କଥାୟେ ଅଇଲି ପାଶୋରି । ୯୭
ଦ୍ରୋପଦ ସନ୍ୟ କି-ା ମୋହେ ପଡିଥିବେ
ସେ କି ଆଉ ଆସି ଆମ୍ଭଙ୍କୁ କିସ ଯୁଦ୍ଧ ଯେ କରିବେ । ୯୮



୮୯ ।୨ ବିରୂପ କରିଦେଇ ନେଲା ଗୁରୁଙ୍କ ଛାମୁର ।
୯୬ ।୨ ତୋହୋ ପାଇଂ ସମସ୍ତେ କହନ୍ତୁ ବିକଳାଇ ।
୯୫ ।୧ ନିସତ-ନିସତ୍ୱ, ଦୁର୍ବଳ
୮୯ ।୨ ବିଛନ୍ନ-ବିଷଣ୍ଣ, ବ୍ୟାକୁଳ
ନୋହଇ ବଇରି ସେ ଅଟଇ ବ୍ରାହ୍ମଣ
କିଞ୍ଚିତ ଦୋଷେ ଯହୁଂ ଆଗ୍ୟାଂ ଦିଲେ ଗୁରୁ ଦ୍ରୋଣ । ୯୯
ୟେସନେକ ସମୟେ ଘେନିଲେ ଜୀବନ୍ୟାସ ଶର
ଦ୍ରୋପଦ ଥାଠକୁ ଜୀବ ଦେବୁ ବୋଇଲା ବାସବ କୁମର । ୧୦୦
ଆଗ୍ୟାଂ ପ୍ରମାଣେ ସେ ଶର ଚଳି ଗଲା
ତିନି ଶତ ଯୋଜନେ ପଡି ସେ ସମସ୍ତ ଜୀଆଂଇଲା । ୧୦୧
ବାହୁଡି ନାରାଜ ଆସି ଅର୍ଜୁନ ତ୍ରୋଣରେ ପଶି
ସାଧ ସାଧୁ ବୋଇଲେ ସେ ସୁର ସ୍ୱର୍ଗ ବାସୀ । ୧୦୨
ଦ୍ରୋପଦର ସଇନି ମୋହ ତେଜିଣ ଉଠିଲେ
ରାଜାକୁ ବନ୍ଦୀ କରି ନେଲା ସେ ଯେ ଗୋଳେ କଲେ । ୧୦୩
ଯେ ଯାହା ପୁରେ ସେ ରୋଦନ କଲେ ଲୋକେ
ସମୟେ ଜାଣି ପୁଣି ଶାନ୍ତି ହୋଇଲେକ ଥୋକେ । ୧୦୪
ୟେଥୁ ଅନନ୍ତରେ ଯେ ଅର୍ଜୁନ ଚଳି ଗଲା
ଭୀଷ୍ମ ବିଦୁର ସଞ୍ଜୟ ଯୁଝେଷ୍ଠିଙ୍କି ରୁଣ୍ଡ କଲା । ୧୦୫
ଦ୍ରୋପଦ ବାପୁଡାକୁ ଆଣି ଅଛି ଧରି
ଗୁରୁଙ୍କୁ କହି ସମସ୍ତେ ହେଂ ଦେବା ପାରି କରି । ୧୦୬
ୟେମନ୍ତର ସମୟେ ଯେ କର୍ଣ୍ଣ ଦ୍ରିଯୋଧନ
ଶତେକ ଭାଇ ତୁଲେ ସେ କୁମାର ଧୁଶାସନ । ୧୦୭
ଆଖଡା ଶାଳେ ଆସି ପ୍ରବେଶ ସମସ୍ତେ
ଦେଖିଲେ ବାନ୍ଧଣା ହୋଇଛି ନୃପତି ୟେଡେ ଭଗନସ୍ତେ । ୧୦୮
ଧାଇଂଣ ବାଳ ତାର ଦ୍ରିଯୋଧନ ଧଇଲା ଯାଇଂ ଝାତି
ମାରନ୍ତି ଦ୍ରୋପଦକୁ ଦେଅନ୍ତି ଅନେକ ଶାସ୍ତି । ୧୦୯
ମୂର୍ଖ ଦୃଭାର ସେ ଦୁଷ୍ଟ ଧୃତରାଷ୍ଟି
ନାରାଜ ଘେନି ଦ୍ରୋପଦକୁ କଲାକ ସାତ ବେଣ୍ଟି । ୧୧୦
ମାରନ୍ତି ଲେଡା ଗୋଇଠା ପଛବାହା କରିଣ ଯେ ବାନ୍ଧି
ଅର୍ଜୁନ ରଖ, ରଖ ବୋଲି ଉଞ୍ଚ ସ୍ୱରେ ନୃପ କାନ୍ଦି । ୧୧୧
ଗୋଳ ଶବଦ ଶୁଣି ଚିଆଂଇଲେ ଗୁରୁ ଦ୍ରୋଣେ
ଦେଖିଲେ ଦ୍ରୋପଦର କେଶ ବାସ ଅସମ୍ଭାଳନେ । ୧୧୨
ଦ୍ରୋଣେ ବୋଇଲେ ରହ ରହ ଧୃତରାଷ୍ଟି
ୟେ ଆମ୍ଭର ମଇତ୍ର ଦ୍ରୋପଦେଶ୍ୱର ହେ ଟି । ୧୧୩
ପଲଙ୍କରେ ଥାଇଂ ଦ୍ରୋପଦର ଅବସ୍ତା ଦେଖିଲେ
ହା ହା ମଇତ୍ର ବୋଲି ଉଠିଣ କୋଳ କଲେ । ୧୧୪
ତୁ ମୋହୋର ମଇତ୍ର ଅଟୁ ପଞ୍ଚୁଭୂତ ଆତ୍ମା
ନ ଜାଣି ଅପ ଗଞ୍ଜଣା ପାଇଲୁ ମହାତମା । ୧୧୫
ଶାଢି ସରଳ ଅକ୍ଷତ ଗୁରୁ ଦିଲେକ ସମ୍ଭରେ
ଯାଅ ଯାଅ ମଇତ୍ର ହୋ ତୋହୋର ନିଜ ପୁରେ । ୧୧୬-୪୨୨୯ ।



୧୦୮ ।୨ ଭଗନସ୍ତ-ଭଗନଷ୍ଟ, ଐଶ୍ୱର୍ଯ୍ୟ ହାନି ବା ଭଗ୍ନସ୍ଥ, ଭାଙ୍ଗି ପଡିଛି
୧୧୦ ।୧ ଧୃତରାଷ୍ଟି-ଧୃତରାଷ୍ଟର ପୁତ୍ର-ଦୁର୍ଯେ୍ୟାଧନ (ଧାତରାଷ୍ଟ୍ରିର ଅପଭ୍ରଷ୍ଟ)
୧୧୫ ।୨ ଆପ ଗଞ୍ଜଣା-ଅପମାନ
୧୧୬ ।୧ ସରଳ-ଅଳଙ୍କାର ବିଶେଷ
ଦ୍ରୁବଦଙ୍କର ତପସ୍ୟା
ଛାଡିଲେ ଦ୍ରୋପଦକୁ ପଳାଇଲା ବିକଳେ
କାଶୀ ନଦୀ ବହଇ ହେମବନ୍ତ ପର୍ବତର ତଳେ । ୧
ଗୌରା ତପ କରିଥିଲେ ସେ ଥାନରେ
ଲାଜେଣ ରାଜ୍ୟକୁ ନ ଗଲେ ଦ୍ରୋପଦ Cଶ୍ୱରେ । ୨
ୟେଡେ ଅବସ୍ତା ହୋଇଣ ରାଜ୍ୟକୁ କେମନ୍ତେ ଯିବି
ଅମନାତ୍ୟ ପାତ୍ରଙ୍କ ମୁଖ ଯେ କେମନ୍ତେ ଚାହିଂବି । ୩
ଜୀବନ ନିଆଶୀ ରାଜା ବସିଲା ଘୋର ତପେ
ଛାଡିଲା ରାଗ, ମୋହ, ହିଂସା ବସିଲା ତପୋଧନ ରୂପେ । ୪
ପଞ୍ଚଭୂତ ନିମଜ୍ଜି ବସିଲା ମହାରାୟେ
ରୁଦ୍ର ଦେବତାଙ୍କୁ ଜପଇ ଅଜପା ମନ୍ତ୍ର ଲୟେ । ୫
ଅଣ ଅନ୍ଧର ନାଥ ଯେ କୃପାଜଳ ସିନ୍ଧୁ
ଅନ୍ଧକ ବିଦାରଣ ମଉଳିଧର ଇନ୍ଦୁ । ୬



୪ ।୨ ତପୋଧନ ସ୍ଥାନରେ ତପସ୍ୱିନ ପାଠ ଅଛି ।
୨ ।୧ ଗୌରା-ଗୌରୀ, ପାର୍ବତୀ
ସଂସାର ଦର୍ପ ଭାଞ୍ଜିଲା ଯେବଣ କାମଦେବ
ସଦାନନ୍ଦ ପୁରୁଷ ତୋହୋର ନାମ ସଦାଶିବ । ୭
ବ୍ରହ୍ମାର ଶାପେ ଦେବ ଦହିଲୁ ଅନଙ୍ଗ
ଅଣାକାର ପୁରୁଷ ତୁ ଯେ ଧଇଲୁ ସୋଢଳ ଅଙ୍ଗ । ୮
ଆଦି Cଶାନ ନାଥ ତୁହି ସେ ଜଗତ ଗୁରୁ
ୟେ କଳିକାଳ ଧଂସିବାକୁ ନାଥ ତୁହି ସେ ଚିନ୍ତା କରୁ । ୯
ସ୍ୱାମୀ ୟେକ କାୟାକୁ ଯାହାର ପଞ୍ଚୁଶିର
ସୁର ପାବକ ନାଥ ତୋହୋର ନାମ ଗଙ୍ଗାଧର । ୧୦
ସଂସାରକୁ ସାର ତୋର ମହାରୁଦ୍ର ମନ୍ତ୍ରେ
ସୈଳଜାର ବଲ୍ଲଭ ତୁ ପିନାକ ଧରୁ ହସ୍ତେ । ୧୧
ସରଳ ଯେବଣ ଯେ କାଳାନଳ ଉଡଙ୍ଗ
କଟି ମେଖଳା ସେ ୟେ ଅନନ୍ତ ଭୁଜଙ୍ଗ । ୧୨
କାମ ପତନ ନାଥ ନ କଲୁ ୟେହା କିଛି
ୟେକ ତଲୟେ ଭଜିଲୁ ଯୋଗ ଲୟେ ବାଛି । ୧୩
ୟେ ସଚରାଚର ଜୀବ ଜନ୍ତୁ କଲୁ କୀଟ ପୋକ
ଉଲଗ୍ନସାହୀ ହୋଇ ଲଭିଲୁ ତ୍ରୈଲୋକ । ୧୪
ପିନାକ ଶାରଙ୍ଗ ଖଟ୍ୱାଙ୍ଗ ଡମ୍ୱରୁ ଯେ ହସ୍ତେ
ଡାକି ଗହନ ନାଦେ ପଳାନ୍ତି ଦୁରାପାତେ । ୧୫
ପ୍ରତଗ୍ୟାଂ ସାର୍ଥୁକ ନାଥ ଦକ୍ଷର ଯାଗଭଞ୍ଜା
କପିଳାସ ବିହରମ ବ୍ରହ୍ମାର ଶିରଗଞ୍ଜା । ୧୬
କବନ୍ଧ ବିଦାରଣ ତୁହି ସେ ଆଦି Cଶାନ
ନମସ୍ତେ ବିରୂପାକ୍ଷ ଦେବ ତ୍ରିଲୋଚନ । ୧୭
କରୁଣାକର ନାଥ ତ୍ରୈଲୋକ୍ୟଚିନ୍ତାମଣି
କୋଟିୟେ ଯୁଗ ଗଲେ ସ୍ୱାମୀ ନିମିଷକ ପ୍ରାୟେ ମଣି । ୧୮
ସ୍ୱାମୀ ନୀଳକଣ୍ଠ ତବ ଶ୍ରୀ ଚରଣେ ନମାମି
କପିଳାସ ସିଂଘଦ୍ୱାର ମୋତେ ପ୍ରାପତ କର ଦେବ ସ୍ୱାମୀ । ୧୯
ଗିରିଜା ବଲ୍ଲଭ ଶ୍ରୀ ଚରଣେ ନିତ୍ୟେ ମୁହିଂ ଦାସ
କିଞ୍ଚିତ ଖଣ୍ଡଣ କରିବା ନାଥ କାଳଦଣ୍ଡ ଫାଶ । ୨୦
ଶ୍ରୀ ମହେଶ୍ୱର ରୂପକୁ ଶତେ ସହସ୍ର ଦଣ୍ଡ ପରିଣାମି
ବଦୟନ୍ତି ଶାହାସ୍ର ଯୋଗେ ସାରୋଳା ଦାସ ଶୂଦ୍ର ମୁନି । ୨୧-୪୨୫୦



୮ ।୨ ଅଙ୍ଗ ସ୍ଥାନରେ ଲିଙ୍ଗ ଅଛି
୧୦ ।୨ ସୁର ସାଇଂ ଜପଇ ନିତ୍ୟେ, ନାମ ଗଙ୍ଗାଧର ।
୧୪ ।୨ ବଇଲସାହୀ ହୋଇ ବିଭ୍ରମି ତ୍ରଇଲୋକ ।
୨୦ ।୨ କିଞ୍ଚିତ ଖଣ୍ଡଣ କରିବା ନାଥ ସକଳ ମୋହ ପାଶ ।
 କ୍ଲେଶ ଖଣ୍ଡଣ କର ସ୍ୱାମୀ ନ ଯିବି ନାଶକର ପାଶ ।
ଅର୍ଜୁନର ପ୍ରତିଜ୍ଞା
ଅଗସ୍ତି କହିଲେ ଯେ ପୁରାଣ ସଂଯୋଗେ
ଅର୍ଜୁନ ପ୍ରତଗ୍ୟାଂ କହନ୍ତି ଯେ ବଇବସୁତ ମନୁ ଆଗେ । ୧
ଦ୍ରୋଣଙ୍କର ଭାରିଯା ପାକ ସ-ାଦନ କରି
ସ୍ନାହାନ ନିମନ୍ତେ ଯେ ଯାଆନ୍ତି ବ୍ରହ୍ମଚାରୀ । ୨
ସୁରଭି ନଦୀକୁ ସ୍ନାହାନ କରିଣ ଯାଉଣ ଦୀର୍ଘ ପଥେ
ବାଟରେ ତେନ୍ତୁଳି ବୃକ୍ଷେକ ଦେଖିଲେ ଭାରଦ୍ୱାଦଶଙ୍କର ସୁତେ । ୩
ବୋଇଲେ ଦ୍ରୋଣେ ପଲ୍ଲବ ହୋଇଛି ବୃକ୍ଷରାଜ
ବେଗେଣ ଦ୍ରୋଣେ ପେଷଲେ କତୁରୀ ନାରାଜ । ୪
ବୃକ୍ଷରୁ ପତ୍ର ଯାକ ଝାଡି ପକାଇଲେ
ଜାହ୍ନବୀକି ବୋଲି ଗୁରୁ ସ୍ନାହାନ କରି ଗଲେ । ୫
ୟେମନ୍ତ ସମୟେ ଯେ ଅର୍ଜୁନ ଅଇଲା
ଗୁରୁଙ୍କ ଘରଠାରେ ପ୍ରବେଶ ହୋଇଲା । ୬
ଅର୍ଜୁନେ ପଚାରିଲେ ଗୁରୁ ଗଲେ କେଣେ
ଅନ୍ନତିଆରି କର ବାବୁ ଗୁରୁ ଗଲେ ସ୍ନାହାନେ । ୭
ୟେତେ ଶୁଣି ବୀର ସେହି ପଥେ ଗବନ
ବାଟରେ ଦେଖିଲେ ତେନ୍ତୁଳି ବୃକ୍ଷର ବେବସ୍ତାମାନ । ୮
ଚଇତ୍ର ମାସ ନୋହଇ ୟେତ ପତ୍ର ଝଡା ଦିଲା
ୟେତେ ବୋଲି ସେ ବୃକ୍ଷରାଜ କତିଲେ ହୋଇଲା । ୯



୨୦ ।୨ କିଞ୍ଚିତ ଖଣ୍ଡଣ କରିବା ନାଥ ସକଳ ମୋହ ପାଶ ।
 କ୍ଲେଶ ଖଣ୍ଡନ କର ସ୍ୱାମୀ ନ ଯିବି ନାଶକର ପାଶ ।
ଦେଖଇ ପତ୍ର ଯେ ନାରାଜେ ଛେଦନ
ହୃଦରେ ବିଚାରି ବୋଲଇ ଦ୍ରୋଣଙ୍କ କଥାମାନ । ୧୦
ୟେ ମହାଖରାରେ ବୃକ୍ଷ ହେଉଛି ଦଗଧି
ଦେଖିଣ ହୃଦଗତେ ମନରେ ବଡ କ୍ରୋଧୀ । ୧୧
ପବନା ଶରେକ ଗୁଣରେ ବସାଇଲା
ପତ୍ରମାନ ଉଡାଇ ଯେ ଯାହା ଠାବରେ ଲଗାଇଲା । ୧୨
ମନ୍ତ୍ରବଳେ ଶୁଖିଲା ପତ୍ର କଞ୍ଚା କରି
ସମସ୍ତ ଲଗାଇଲା ନେଇ ମନ୍ତ୍ରବଳ କରି । ୧୩
ୟେତେ କୃତ୍ୟ କରି ବାହୁଡି ଅଇଲା
ନିଜ ମନ୍ଦିରେ ଯାଇ ପ୍ରବେଶ ହୋଇଲା । ୧୪
ଗୁରୁ ସ୍ନାହାନ ତର୍ପଣ ବେଗେ ସାରି
ବାହୁଡି ଆସନ୍ତେ ବାଟରେ ବୃକ୍ଷ ଦେଖିଲେ ବ୍ରହ୍ମଚାରୀ । ୧୫
ଚାହିଂଣ ଦେଖିଲେ ମୁଂ ପତ୍ର ଝାଡି ଡାଙ୍ଗ କରି ଯାଇଥିଲି
ୟେହା କଲା କେହୁ ମୁଂ ତାହାକୁ ହାରିଲି । ୧୬
ୟେତେ ବୋଲି ଦ୍ରୋଣେ ତୁରିତେ ଅଇଲେ
ଘରେ ଆସି ଦ୍ରୋଣେ ଭୋଜନେ ବସିଲେ । ୧୭
ବୋଇଲେ ହରିତା ଗୋ ୟେଠାକୁ ଆସିଥିଲେ କିୟେ
ବୋଇଲେ ୟେଠାକୁ ଆସିଥିଲା ବାସବର ପୋୟେ । ୧୮
ବିଚାରି ବୋଇଲେ ୟେହାର ଛେଦନ
କାଲି ପଚାରି ବୁଝିବା ୟେ କଥା ଅର୍ଜୁନ । ୧୯
ରାତ୍ର ପାହିଲେ ଉଦୟ ହୋଇଲେ ମାରତଣ୍ଡ
ସମସ୍ତେ ଆଖଡାଶାଳେ ହୋଇଲେକ ରୁଣ୍ଡ । ୨୦
ଗୁରୁ ବୋଇଲେ ଅର୍ଜୁନ ଗଲୁ ଯେ ଆମ୍ଭର ମନ୍ଦିରେ
ଆମ୍ଭଙ୍କୁ ଉଦ୍ଦେଶି ଗଲୁ ତୁ ଯେ ଗତ ଯେ ପଥରେ । ୨୧
ସେ ବୃକ୍ଷରାଜକୁ ବାବୁ କେବଣ କୃତ୍ୟ କଲୁ
ଶୁଣିଲେ କୁରୁବୀରେ ଗୁରୁଙ୍କ ମୁଖରୁ । ୨୨
ବାବୁ ସମସ୍ତ ପତ୍ର ଭାଞ୍ଜି ସୁମନ୍ତ୍ରବଳେ ଗଲି ଭଲା
ଶୁଖିଲା କଞ୍ଚା ଶରେ ପବନା ଶରେ ଉଡାଇ ଖଞ୍ଜିଲା । ୨୩
ଶୁଣି କୁରୁବୀରେ ହୋଇଲେ ତରସ୍ତ
କି ଜାଣି ତରଳ ଭାଣ୍ଡେ ପଡିଲା କୀଟ ପୋକ । ୨୪
ବାବୁ ତୋହୋର ଉଦିତରେ କୁଟୁମ୍ୱେ ବିଗ୍ରହ ପଡିବ
ଅବଶ୍ୟ ଦ୍ରିଯୋଧନ ଯୁଝେଷ୍ଠିଙ୍କର ସାଂଗ୍ରାମ ହୋଇବ । ୨୫
ୟେତେକ ବଚନ ଶୁଣିଣ ଧୃତରାଷ୍ଟି
ମନରେ ଗରୁ ଚିନ୍ତା ବାହାରେ ଭାବ ତୁଷ୍ଟି । ୨୬-୪୨୭୬



୧୨ ।୨ ପତ୍ରମାନ ଉଡାଇ ଯେ ଯାହା ଡେମ୍ଫରେ ଲଗାଇଲା ।
ଦ୍ରୋଣଙ୍କର ପ୍ରୟାଗ ଗମନ, ଅଶ୍ୱଥିମା ଓ କୃପଙ୍କର ତପସ୍ୟା, କୌରବଙ୍କ ଦ୍ୱାରା ସେମାନଙ୍କୁ ଆଣିବା ଓ ରାକୃଷ୍ଣଙ୍କ
ଦର୍ଶନ
ଅଗସ୍ତି କହିଲେ ପୁରାଣ ସଂଯୋଗେ
ବଇବସୁତ ମନୁ ଶୁଣନ୍ତି ଆସ୍ରାଗେ । ୧
ଶ୍ରୀ ମହାଭାରଥ ୟେ ଆଦିପର୍ବ କଥା
ସଂସାର ଗତି ଲାଭ କାୟେ ମୁକତି ଅର୍ଥ ଦାତା । ୨
ଯେବଣ ଗ୍ରନ୍ଥ ଶୁଣିଲେ ଯଶ ଶିରୀ ଆୟୁଷ ବଢଇ
ଶତ୍ରୁ କ୍ଷୟେ ଯାୟେ ଅରଷ୍ଟି ଦର୍ପ ଯେ ଗଞ୍ଜଇ । ୩
ଦ୍ରୋଣ ଗୁରୁ କୁରୁବୀରମାନଙ୍କର ପ୍ରତଗ୍ୟାଂ ଦେଖିଲେ
ନାରାୟଣଙ୍କ ଅଗ୍ରତେ ବଳରାମେ ଯେ କହିଲେ । ୪
ବଡ ସାଧନେ ସାଧୁ ଅଛନ୍ତି ହସ୍ତିନା
ଆଖଡାଶାଳ ତହିଂ ଯାଇ ଦେଖି ଯିବା ଭାଇ କହ୍ନା । ୫
ତାଳଧ୍ୱଜ ରଥେ ବିଜୟେ ବଳଦେବ
ନନ୍ଦିଘୋଷ ରଥରେ ବିଜୟେ ମାଧେବ । ୬



୧ ।୨ ଆସ୍ରାଗେ-ଅତି ସରାଗେ
ତାଳଧ୍ୱଜ ରଥରେ ଯେ ସୁବଳ ସାରଥି
ନନ୍ଦିଘୋଷ ରଥ ଦାରୁକ ତଡତି । ୭
ବସନ୍ତ ଋତୁ ଯେ ଫାଲଗୁନ୍ୟ ମାସ
ଶୁକଳପକ୍ଷ ତୃତୀୟା ଭୃଗୁବାର ଦିବସ । ୮
ରେବତୀ ନକ୍ଷତ୍ର ଯେ ବାଣିଜ୍ୟ ନାମେ କରଣ
ମାହେନ୍ଦ୍ର ଯୋଗ ଘେନି ବାରୁଣାକୁ ଚଳନ୍ତି କାହ୍ନୁ ସଂକ୍ରିଷେଣ । ୯
ଦ୍ରୋଣେ ଯେ ଗଲେ ପ୍ରାଗ ମହାତୀର୍ଥେ
ପାଛୋଟି ଗଲେ ସାତ ଉତ୍ତର ଶତେ ଭ୍ରାଥେ । ୧୦
ଦ୍ରୋଣଙ୍କୁ ନେଇ ଛାଡିଲେ ଅଜଙ୍ଗପାଦ ବନେ
ସମସ୍ତେ ପ୍ରବେଶ ହୋଇଲେ କୃପ ଅଶସ୍ତମାର ତପସ୍ଥାନେ । ୧୧
ଦେଖିଲେ ଅଶସ୍ତମାର ୟେକଇ ଆସନ
ଚଉଦ ବରଷ ହୋଇଲା ୟେକଇ ନିଶ୍ଚଳ ନୟନ । ୧୨
କାହାରି ନାମ ଯେ ନ ଧରଇ ତାର ମନେ
ଶୂନ୍ୟକୁ ଲୟ କରି ଚାହଂଇ ଗଗନେ । ୧୩
ବୋଧଇ ଅଣାକାର ସାଧଇ ବ୍ରହ୍ମଗ୍ୟାନ
ୟେମନ୍ତେ ଚଉଦ ବରଷ ୟେକ ଲୟେ ମନ । ୧୪



୭ ପଦ ପରେ ଅଧିକା ପାଠ-
 ବଦନ୍ତି ଦ୍ରୋଣେ ଯେ ଶିଷ୍ୟନ୍ତ ବସାଇ
 ଆମ୍ଭେ ପ୍ରାଗ ତୀର୍ଥକୁ ଯିବୁ ଶୁଣ ସର୍ବ ଭାଇ ।
୧୦ ।୧ ୟେତେ ବୋଲି ଦ୍ରୋଣେ ତୀର୍ଥକୁ କଲେ ଅନକୂଳ
 ଚଳନ୍ତି ଦ୍ରୋଣ ଗୁରୁ ପ୍ରୟାଗ ତୀର୍ଥ ବଟ ତଳ ।
୧୦ ।୨ ସାତ ଉତ୍ତର ଶତେ ଭ୍ରାଥ ପଛୋଟି ପୁଣ ଗଲେ
 ଅଜଇକ ବନେ ନେଇ ଦ୍ରୋଣଙ୍କୁ ଛାଡିଲେ ।
୧୧ ।୧ ଦ୍ରୋଣଙ୍କୁ ନେଇ ଛାଡିଲେ ଅଜପା ଘୋର ବନେ ।
 ଦ୍ରୋଣଙ୍କୁ ନେଇ ଛାଡିଲେ ଅଜୟେକ ବନେ ।
୧୨ ।୨ ଚଉଦ ବରଷ ହୋଇଲା ତଲୟେ ନୟନ ।
ପବନ ନିରୋଧି ଯେ ଟେକଇ ଉଜାଣି
ଦ୍ୱାଦଶ ଇନ୍ଦ୍ରିୟ ୟେକତ୍ୱ କରି ଆଣି । ୧୫
ବିଂଶ ଆଙ୍ଗୁଳି ଗଙ୍ଗା ବୋଲି ଶୋଷି
ୟେଥୁ ସେ ନିଦ୍ରା ଅଳସ ନୁଆସି । ୧୬
ପଞ୍ଚମୁନା ନାଳ ଯେ ତିହୁଡିର ବାଟ
ଜ୍ୱାଳାନଳ ଟେକିଲା ସେ ଶ୍ରୀହଟ ଯେ ପାଟ । ୧୭
କ୍ଷନ୍ଦାଇ ପକାଇଲା ବାସ୍ତରୀ ଯେ ମୁଦ୍ରା
ଧାତା ଦୃଢ କରିଣ ଭାଞ୍ଜିଲା ମହାନିଦ୍ରା । ୧୮
ନିଦ୍ରା ପୁରୁଷଟି ସେ ଅଟଇ ଯେ କାଳ
ୟେହି ସେ ନାଶ କରି ସକଳ । ୧୯
ପବନ ଉଜାଣି ଜାଇ ନବଦ୍ୱାର ବାଟେ
ତାହା ସବୁ ବନ୍ଧନ ଶିଷୁ ମୁନା ବାଟେ । ୨୦
ନବ ଦ୍ୱାର ନିରୋଧି ଯେ ବସିଛି ମହାତ୍ମା
ଦେଖି ନ ଦେଖଇ ଶୂନ୍ୟ ଶବଦ ସୀମା । ୨୧
ଜିହ୍ୱା ଗୋପ୍ୟାନ କଲା ସେ ଘଣ୍ଟିକାର ମୂଳେ
ତହିଂରୁ ଅମୃତ ପାନ କଲା ସର୍ବକାଳେ । ୨୨
ସାତୁକୀ ପୁରୁଷ ସେ ଅଭୟେ କାଳକୁ
ଅମାୟା ପୁରୁଷ ସେ ଚାହଂଇ ଶୂନ୍ୟକୁ । ୨୩
ନାହିଂ ନାହିଂ ପବନ ନାହିଂ ପଞ୍ଚଶାଖା
ନାହିଂ ନାହିଂ ନି ଅଙ୍ଗ ନାହିଂ ନା ବାଟ ରେଖା । ୨୪
ନାହିଂ ପରସନ୍ନ ନାହିଂ ନା ଅପ୍ରସନ୍ନ
ଜିହ୍ୱା ଇନ୍ଦ୍ରି ଗୋପ୍ୟ କଲା ନିଗ୍ରହ ବାସନ । ୨୫



୧୫ ଆହାର ନିଦ୍ରା ଯେ ମଇଥୁନ ଉପେଖି
 ପବନ ନିରୋଧି ଉଜାଣି ଟେକିଲା ଅଦ୍ୟାପି ।
୨୨ ।୨ ଅମୃତ ପାନ କଲା ପବନର ବଳେ ।
୧୮ ।୧ କ୍ଷନ୍ଦାଇ-ଛନ୍ଦାଇ, ସାତୁକୀ-ସାତ୍ତ୍ୱିକ ।
ନିରାଶିତ ଜପ ଯହୁଂ କଲା ଅଣାକାରେ
ଆସନ ଛାଡିଣ ଯେ ଉଠିଲେ ନିରାକାରେ । ୨୬
ଶୂନ୍ୟେଣ ଶବ୍ଦ ଶୁଭିଲା ବର ମାଗ ଅଶସ୍ତମା
ସାମାଧିରେ ଥାଇଂ ଉତ୍ତର ଦିଲେ ମହାତମା । ୨୭
ଶବଦ ଶୁଭଇ ସ୍ୱାମୀ ନ ଦିଶଇ ଶରୀର
ଅଣ୍ଡୀର କୋକିଳ ଜାଣି ବାଣୀ ସୁସ୍ୱର । ୨୮
ଆରେ କେବଣ ଭୁବନକୁ କରୁଅଛୁ ଇଚ୍ଛା
ବର ମାଗ ତୋହୋର ଯେବଣ ମନ ବାଞ୍ଛା । ୨୯
ଅଶସ୍ତମା ବୋଇଲା ମୁଂ ଉତପତ୍ତି ହୋଇଲି ଭୁବି
ୟେ ପୃଥୀ ଥିବା ଯାୟେ ମୁଂ ୟେହିମତେ ଥିବି । ୩୦
କାଳ କାମ ନିଦ୍ରା ମୋତେ ନ ପୀଡିବ ନୟନେ
ହୋଉ ତୋତେ ପ୍ରାପତ ବୋଲି ବୋଇଲେ ଦେବ ଶୂନ୍ୟେ । ୩୧
କୃପ ଆଚାର୍ଯ୍ୟେ ମାଗିଲେ ଯେହୁ ବର
ୟେ ପୃଥୀ ଥିବା ୟାୟେ ମୁଂ ହୋଇବି ଅମର । ୩୨
ତ୍ରିଜୀବୀ ହୋଇବି ସ୍ୱାମୀ ତୋହୋର ସେ ବରେଣ
ହୋଉ ବୋଲି ବୋଇଲେ ଶୂନ୍ୟ ପୁରୁଷ ଶୂନ୍ୟେଣ । ୩୩
କରପତ୍ର ଯୋଡି ବୋଲଇ ଅଶସ୍ତମା
ଆବର ବର ମୋତେ ଦେବୁ ହେ ମହାତମା । ୩୪
ହସ୍ତିନା ଭୁବନେ ଥିବାକୁ ମୋର ଆଶ
ବ୍ରହ୍ମବେଦ ବିଦ୍ୟାୟେ ମୁଂ ନୋହିବି ନିରାଶ । ୩୫
ଅସ୍ତୁ ହୋଉ ବୋଲି ବୋଇଲେ ଦେବ ଶୂନ୍ୟି
ବ୍ରହ୍ମବେଦ ବିଦ୍ୟାୟେ ତୁମ୍ଭେ ହୁଅସି ମହାଗ୍ୟାନୀ । ୩୬
ୟେମନ୍ତେ ସମୟେ ଯାଇ ହୋଇଲେ କୁରୁବୀରେ
ଦେଖିଲେ ଗତ ଆତ୍ମା ପ୍ରାୟେ ପଡିଛନ୍ତି ଭୂମିରେ । ୩୭
ଅଶସ୍ତମା କୃପ ଯେ ଆହାର ବିହୁନେ
ଉଠି ବସି ନ ପାରନ୍ତି ଆତ୍ମବଳ ହୀନେ । ୩୮



୨୬ ନିରାଶ ତପ ଯହୁଂ ପାଇଲା ନିରାଧାରି
 ଆସନ ଛାଡିଣ ଯେ ଉଠିଲା ଦମ୍ଭ କରି ।
ଧୁଶାସନ କୋଳ କରି ଧଇଲେ ଅଶସ୍ତମା
କାନ୍ଧେଣ ଘେନିଲେ ସେ କ୍ଷତ୍ରିୟ ମହାତମା । ୩୯
କୃପ ଆଚାର୍ଯ୍ୟଙ୍କୁ ଧଇଲେ ଦ୍ରିଯୋଧନ
କାନ୍ଧେ ବସାଇଲେ ସେ ଧୃତରାଷ୍ଟର ନନ୍ଦନ । ୪୦
ଘେନିଣ ଆସୁ ଅଛନ୍ତି ବାରୁଣା ପ୍ରଶସ୍ତେ
ରାମକୃଷ୍ଣଙ୍କୁ ଭେଟିଲେ କଉସ୍ତୁଭ ପର୍ବତେ । ୪୧
ଯୁଝେଷ୍ଠି ଭୀମ ଅର୍ଜୁନ ସହଦେବ ନକୁଳ
ପ୍ରଣପତ୍ୟ ହୋଇଲେ ବଳଦେବଙ୍କ ପୟର । ୪୨
ଯୁଝେଷ୍ଠି ଦେବଙ୍କୁ କୃଷ୍ଣ ନମସ୍କାର କଲେ
କଲ୍ୟାଣ କଲେ ଧର୍ମରାୟେ ନୃପତିର ତୁଲେ । ୪୩
ରାମକୃଷ୍ଣଙ୍କୁ ନମସ୍କାର ନ କଲେ କୁରୁବୀରେ କେହି
ଅନେକ ଅପ୍ରସ୍ତୁତ କଥାମାନ କହି । ୪୪
ପ୍ରବେଶ ହୋଇଲେ ବାରୁଣାବନ୍ତେ ଯାଇଂ
ଅଶସ୍ତମା କୃପଙ୍କୁ ଅନେକ ବଧାଇ । ୪୫
ସ୍ନାହାନ ଭୋଜନ କଲେ କୋଇନ୍ତାଙ୍କ ପୁରେ ରହି । ୪୬
ସର୍ପନ୍ତ ମଉଳେ ବହନ୍ତି ଦେବ କାମପାଳ
ପବନ ଆହାରେ ସେ ବ୍ରତନ୍ତି ସର୍ବକାଳ । ୪୭-୪୩୨୩ ।



୪୫ ।୨ ଅଶସ୍ତମା କୃପଙ୍କୁ ଅକ୍ଷତ ବନ୍ଦାଇ ।
କୌରବଙ୍କର ବଳରାମଙ୍କ ଠାରୁ ଗଦା ବିଦ୍ୟାଶିକ୍ଷା, ଅର୍ଜୁନଙ୍କର ଶିକ୍ଷା ନ କରିବାର କାରଣ କଥନ ।
ସଂକ୍ରିଷେମ ବୋଇଲେ ହୋ ଦ୍ରୋଣ ତୁମ୍ଭ ବିଦ୍ୟାଗୁରୁ
କି,କି ବିଦ୍ୟା ଶିଖାଇ ଅଛନ୍ତି ଦେଖି ପରୀକ୍ଷା ଆମ୍ଭେ କରୁ । ୧
ଧନୁ ଶହସ୍ର ବିଦ୍ୟା ଯେ ଦେଖିଲେ ସମସ୍ତ
ବଳରାମେ ବୋଇଲେ ନୋହିଲା ସାଧନ ଗଦାହସ୍ତ । ୨
ବଳରାମେ ଗଦା ଯେ ଧଇଲେ ଆପଣେ
ଆକ୍ରଷଣ ଗତି କଲେକ ଦେବ ସଂକ୍ରିଷେଣେ । ୩
ଶୂନ୍ୟ ପବନେ ଗଦା ବୁଲାଇଲେ ଉଠି
ଆକ୍ରଷଣ କରିମ ଯେ ସଂଘରନ୍ତି ଦେବ ମୁଷ୍ଟି । ୪
ଦ୍ରିଯୋଧନ ବିନୟ ଭୋବେମ ହୋଇଲା ପରିଣାମି
ୟେ ଗଦା ହସ୍ତ ମୋତେ ଶିଖାଇବା ଦେବ ସ୍ୱାମୀ । ୫
ବଳରାମେ ବୋଇଲେ ଆମ୍ଭେ ଆଖଡ଼ା ରଇବ୍ରତ ପର୍ବତେ
ଯାହାର କାର୍ଯ୍ୟ ତହିଂକି ଯାଅ ନିତ୍ୟେ, ନିତ୍ୟେ । ୬
ଅର୍ଜୁନ ବୋଇଲା ସ୍ୱାମୀ ଦ୍ରୋଣେ ଯେ ଆମ୍ଭର ଗୁରୁ
ତାଙ୍କର ବିଦ୍ୟା ବିନୁଂ ଆମ୍ଭେ ଆନ ଯେ ନ ଲୋଡୁ । ୭
ୟେକ ଗୁରୁକେ ଯେ ଅନେକ ବିଦ୍ୟା ହୋୟେ ସାଧି
ବ୍ୟାଧି ନାଶ ଯାଇଟି କଲେ ୟେକ ମଉଷଧି । ୮
ଅପାର ଔଷଧରେ ନ ବର୍ତ୍ତଇ ରୋଗୀ
ଅପାର ଅନ୍ନ ଖାଇଲେ ନାଶ ଯାଇ ୟୋଗୀ । ୯
ଅପାର କୁଟୁମ୍ୱେ କ୍ରୋଧ ହୋଇ ଅପାରଇ
ଅପାର ପ୍ରତିଗ୍ରହେ ବ୍ରାହ୍ମଣେ ନାଶ ଯାଇ । ୧୦
ଅପାର ବୁଦ୍ଧିରେମ ଯେ କାର୍ଯ୍ୟ ହୋୟେ ହାନି
ଆପଣେ ନାଶ ଯାଇ ଅପାର ମତ ଘେନି । ୧୧
ଅପାର ସ୍ତିରୀ ପ୍ରସଙ୍ଗ ହୋଇଲେ
ଆୟୁଷ କ୍ଷୟେ ଯାଇ ଅପାର ଶୃଙ୍ଗାର କଲେ । ୧୨
ଅପାର ଲୋକରେ ଇନ୍ଦୁର ନୋହେ ମାରି
ଅପାର ତୀର୍ଥ କଲେ ହୋଅଇ ଦେଶାନ୍ତରୀ । ୧୩
ଅପାର ହିଂସାରେ ଦେହ ପତନ ଯେ ହୋଇ
ଅପାର ଲୋଭରେ ହାଦେ ମଙ୍ଗଳ ତୁଟଇ । ୧୪



୫ ରାମର ହରଷ ବେଳେ ଦ୍ରିଯୋଧନ କର ମାଗି
 ଯେ ଗଦା ହସ୍ତ ତୋର ଶିଖାଅ ମୋତେ ବେଗି ।
୧୧ ।୨ ଆପଣେ ନାଶ ଯାଇ ଅପାର ମନ୍ତ୍ର ଘେନି ।
୧୨ ।୨ ଆୟୁ କ୍ଷୟେ ଯାଇ ଅପାର ସାଧନ ହୋଇଲେ ।
ଅର୍ଜୁନ ଭାଞ୍ଜିଲା ସେ ଅପାର କଥାକୁ
ଅପାରୁଂ ଅପାର ଯେ କହିଲା ଯୋଗାନ୍ତକୁ । ୧୫
ୟେସନେକ କଥା ଶୁଣି ଦ୍ରିଯୋଧନ ବୋଇଲା
ତୁମ୍ଭର ନ ଗଲେ ଆମ୍ଭର କିସ ଯେ ହୋଇଲା । ୧୬
ଆମ୍ଭେମାନେ ଯାଇଂ ସେ ଶିଖିବୁଂ ଗଦାବିଦ୍ୟା
ଶୁଣି ପରମ ସନ୍ତୋଷ ହୋଇଲେ ଯୋଗସିନ୍ଧା । ୧୭
ବାହୁଡି ରାମ କୃଷ୍ଣ ଗଲେ ନିଜ ଦେଶ
ହସ୍ତିନା ରାଜ୍ୟରେ ରହିଲେ କୁରୁବଂଶ । ୧୮
ଦ୍ରିଯୋଧନ ଯାଇଂ ନିତ୍ୟେ ରଇବତ ପର୍ବତକୁ
ଉଚ୍ଛମନ୍ଧଲରଚ୍ଚନ୍ଦଜ୍ଞ ଙଉଋ
Cଚ୍ଛଲଟ୍ଟକ୍ଷରନ୍ଦର
Cକ୍ଷଷମହ ଏରତ୍ତର ଞ୍ଜ ଞଟ୍ଟଵତ୍ତବଯର
ଊନ୍ଥଟ୍ଟବଚ୍ଚଯରଯ ଋରବନ୍ଦନ୍ଧତ୍ତରଜ୍ଞ
ଞଚ୍ଚକ୍ଷଷଲଷନ୍ଦରଯ ଙବଵରଜ୍ଞ
ବଳରାମଙ୍କ ଗଦା ବିଦ୍ୟା ସାଧନ କରିବାକୁ । ୧୯
ଗଦାବିଦ୍ୟା ଶିଖିଲେ ସେ ବଳରାମଙ୍କର ସଙ୍ଗତେ
ଗଣ୍ଠି ମୁଠି ସକଳ ଜାଣିଲେ ଶତେ ଭ୍ରାଥେ । ୨୦-୪୩୪୩
ଭାନୁମତୀ ବିବାହ
ଶୁଣ ହୋ ରାଜନ ବିଜୟ ନଗ୍ର ବୋଲିଣ ସେ ଦକ୍ଷିଣ କୋଶଳେ
ଭୂମନୁ ବୋଲି କରି ତହିଂର ମହୀପାଳେ । ୧
ତାହାର ଭାରିଯା ନାମ ଭୁବନାବତୀ
ତାହାର ଦୁହିତାର ନାମ ହୋଇଲା ଭାନୁମତୀ । ୨
ବଡାଇ ସୁନ୍ଦର ସେ ଅଟଇ ମହାଗ୍ୟାନୀ
ବେଦଶାସ୍ରେ ନିର୍ଜିତ ଯେ ଅଟଇ ପୁଣ୍ୟମାନୀ । ୩
ମାତାର ତହୁଂ ସେ ଯେ କଲା କ୍ଷୀର ପାନ
କ୍ଷୀର ଆହାରେ ବ୍ରତଇ ନ ଭୁଞ୍ଜଇ ଅନ୍ନ । ୪
ଦେବାଙ୍ଗ ବସନ ଯେ ପିନ୍ଧଇ ଯୁଗତେ
ନ ପଢିଣ ଶାସ୍ର ସେ ବଖାଣୁ ଥାୟେ ନିତ୍ୟେ । ୫
କୋକିଳ ଧୁନି ସୁସ୍ୱରେ ଭାଷଇ ଦିବ୍ୟ ରସେ
ବିତକ୍ଷଣ ସୁନ୍ଦରୀ ସେ ନାହିଂ ନା ଆକାଶେ । ୬



୪ ।୨ କ୍ଷୀର ଆହାରୁଂ ସେ ନ ଲୋଡଇ ଆନ ।
ଭୂମନୁ ପଚାରଇ ଗୋ ସ୍ତିରୀ ଜନ୍ମ ତୁହି
କାହାକୁ ପ୍ରଦାନ ଗୋ କରିବାକ ଆୟି । ୭
ଶୁଣିଣ ବଚନ ଯେ ବୋଲଇ ଭାନୁମତୀ
ତୁ ମୋତେ ବିମୁଖ ନୋହ ମୁଂ ଅଟଇ ମହାସତୀ । ୮
ଆମ୍ଭେ ଚାରିକନ୍ୟା ଶୂନ୍ୟର ଯେ ଦେବତୀ
ଦ୍ୱାପର ଯୁଗେ ଆସି ମଧ୍ୟ ଭୁବନେ ଉତପତ୍ତି । ୯
ସତ୍ୟ ଯୁଗେ ଆମ୍ଭେ ରତି ଅହିଲା ଦମନ୍ତୀ ବେଦମତୀ
ତ୍ରେତୟାରେ ସୀତା ତାରା ସାବିତ୍ରୀ ଇନ୍ଦୁମତୀ । ୧୦
ଦ୍ୱାପରେ ଆମ୍ଭେ ଜନ୍ମିଲୁ ରେବତୀ ରୁକ୍ମଣୀ
ଭାନୁମତୀ ଦ୍ରୋପତୀ ଆମ୍ଭେ ଚାରି ଯେ ଭୟେଣୀ । ୧୧
ତୁମ୍ଭେ ଆମ୍ଭଙ୍କୁ ବିମୁଖ ନୋହସି ହୋ ତାତ
ମରି ନ ମରି ଆମ୍ଭେ କୌତୁକେ ହୋଉ ଜାତ । ୧୨
ଆମ୍ଭର ଯେତେବେଳେ ତାତ ହୋଇବଟି ଇଛା
ତୋହୋର ଆଗରେ କହିବୁ ଯେହ୍ନେ ମନ ବାଞ୍ଛା । ୧୩
ୟେହୁ ବଚନେଣ ସମୟେକ ଗଲା
ଶୟେ ଚଉଷଠୀ ବରଷ ସ-ୂର୍ଣ୍ଣ ହୋଇଲା । ୧୪
ବାଳୁତ ଭାବେଣ ସେ ଖେଳଇ କୁମାରୀ
ପୁଣିହିଂ ଭୂମନୁ ଦୁହିତାକୁ ପଚାରି । ୧୫
ମା ଗୋ କେହେନେକ ଆଗ୍ୟାଂ ଦେବୁ ନାହିଂ କି ମୋତେ
କାହାକଇ ପ୍ରଦାନ କରିବଇଂ ତୋତେ । ୧୬
ଭାନୁମତୀ ବୋଇଲା ଯେବେ ହୋଇଲୁ ଆରତ
ରାଜାନ୍ତ ଆଣି ସୟମ୍ୱର କର ତାତ । ୧୭
ଦୁହିତାର ବଚନେ ଭାଷିଲା ନୃପମଣି
ଧନବନ୍ତ ରାଜା ମୁଂ ଗୋ ନୋହଇ ଦୁଲଣି । ୧୮
ଲକ୍ଷେ ନୃପତି ଯେ ଅଛନ୍ତି ପୃଥିବୀରେ
ସୟଂବର କଲେ ଆସିବେ ସବୁ ନୃପବରେ । ୧୯
ଯାହାକୁ ନୁଆଣିବି ସେ ହୋଇବ ଅବରଣ
ଧର୍ମ ନାଶ ଯିବ କାର୍ଯ୍ୟ ହୋଇବ ଅକାରଣ । ୨୦



୧୦ ।୧ ସତ୍ୟଯୁଗେ ଅହଲ୍ୟା ଯେ ଅରୁନ୍ଧତୀ ରତି ଦମୟନ୍ତୀ ।
ସତ୍ୟ ଯୁଗେ ଯାଗ କଲେ ଜମଦଅଗ୍ନି ମହାଯତି
ସହସ୍ରା ଅର୍ଜୁନକୁ ନ ବରି ବରିଲେ ସବୁନ୍ତି । ୨୧
ୟେକା ଜଣକ ସେ ଧାଡି ଦିଲାକ ଯଗଂ୍ୟକାଳେ
ଶହସ୍ର ଘାୟେ ପଳାଇଲେ ଯେ ସମସ୍ତ ମହୀପାଳେ । ୨୨
ଜମଦଅଗ୍ନିର ସେ ଆସି ଛେଦିଲାକ ଶିର
ଯାଗ ଭାଞ୍ଜିଣ ସେ ସମସ୍ତ କଲା ଜୂର । ୨୩
ସୟଂବର କଲେ ସେ ସମସ୍ତ ଲୋକ ଆସି ଯାଇ
କାରଯ ନୋହଇ ସେ ଆପଣେ ନାଶ ଯାଇ । ୨୪
ଭାନୁମତୀ ବୋଇଲା ତାତ ସୟମ୍ୱର ଯାଗ କଲେ
ଧର୍ମ ନାଶ ଯାଇଂ ଜଣେକ ହିଂ ନ ବରିଲେ । ୨୫
ଭୂମନୁ ବୋଇଲା ମୁଂ ଅଟଇ ଧନହୀନ
ୟେତେ ସନ୍ୟକୁ ମା ଗୋ କାହୁଂ ଦେବି ଅନ୍ନ । ୨୬
ଭାନୁମତୀ ବୋଇଲେ ତାତ ଧନକୁ ନ କରସି ଚିନ୍ତା
ମୁହିଂ ସେ ତୋତେ ହୋ ଧନ ଅନ୍ନ ଯେ ଦିଅନ୍ତା । ୨୭
ଭୂମନୁ ବୋଇଲେ ମୁଂ ସ-୍ରତେ କେହ୍ନେ ଯିବି
ପରୀକ୍ଷ ଦେଖିଲେ ମୁଂ ତ୍ରିପୁତି ହୋଇବି । ୨୮
ଯୋଗାଡ ଗୋଟିୟେ ତାତ ନିର୍ମିତ ତୁମ୍ଭେ କର
ମୋହୋର ମନ୍ତ୍ର ପାଣି ଫୁଟିୟେକ ଭର । ୨୯
ସେ ପାଗ ରାନ୍ଧିଲେ ହୋଇବ ଅମିୟ ରସ
ସମଦଣ୍ଡ ସନ୍ୟ ତୋହୋର ଇଛାୟେମ ପରଶ । ୩୦
ଲକ୍ଷେକ ରାଜାର ଯେତେକ ସଇନି
ଇଚ୍ଛାୟେ ଭୁଞ୍ଜନ୍ତୁ ତାତ ଯେ ଯାହା ଥାଠ ସୈନ୍ୟ ଘେନି । ୩୧
ପରୀକ୍ଷ ନିମନ୍ତେ ଦେବୀ ମନ୍ତ୍ର ପାଣି ଦିଲା
ନିଜ ପାକେ ନେଇ ଭୂମନୁ ବସାଇଲା । ୩୨
ଅମୃତ ରସ ପାଗ ହୋଇଲା ଯୁଗତେ
ପରଶିଲେ ନ ସରଇ ସିନି ବଳ ଯେତେ । ୩୩
ୟେକାଦଶ କ୍ଷଉଣୀ ରାଜାର ଅଟଇ ଥାଠ
ୟେକା ଯୋଗାଡକେ ସମସ୍ତଙ୍କୁ ଅନ୍ନ ନ ହେଲା ନିଅଣ୍ଟ । ୩୪



୨୯ ।୨ ମୋହୋର ମନ୍ତ୍ର ପାଣି ଫୁଟିୟେ ନିଉଡ ।
ଭୂମନୁ ବୋଇଲା ମା ଗୋ ୟେ ବଡ ଦୁଲଭ
ୟେ ମଧ୍ୟ ଭୂବନେ ନାହିଂ ଗୋ ୟେସନେକ ସୁଲଭ । ୩୫
ୟେମନ୍ତ ପ୍ରସନ୍ନକୁ ଅଟୁ ଅତୁଟାଇ
କେଉଂଣ ପୁଣ୍ୟ ବଳେ ୟେସନେକ ଭିଆଇ । ୩୬
ଦୁହିତା ପ୍ରତିବାଚ ତାତ ଶୁଣିମା ଭୂଅପତି
ବ୍ରହ୍ମାଙ୍କର ଭାରିଯା ଅଟଇ ସାବିତ୍ରୀ । ୩୭
ଆମ୍ଭେ ସାତ କନ୍ୟା ତାହାଙ୍କର ପରିବାରୀ
ରେବତୀ ଋକ୍ମଣୀ ଭାନୁମତୀ ଦ୍ରୋପଦୀ ଆଦି କରି । ୩୮
ଅରୁନ୍ଧତୀ ଅଞ୍ଜନା କମଳା ଘେନି ସାତ
ସେ ବ୍ରହ୍ମାୟେଣୀ ପ୍ରସନ୍ନେ ଆମ୍ଭଙ୍କୁ ରାନ୍ଧଣା ବିଦ୍ୟା ପରାପତ । ୩୯
ଭୂମନୁ ବୋଇଲା ମା ଗୋ ମଳାଇଲୁ ଅନ୍ନ
ଧନ ନ ଥିଲେ ନୋହଇ ଅବିଛନେ ଦାନ । ୪୦
ଭାନୁମତୀ ବୋଇଲା ତାତ ଧନକୁ ନ କର ଚିନ୍ତା
ଯେତେ ଧନ ମାଗୁ ତାତ ମୁଂହି ସେ ଦିଅନ୍ତା । ୪୧
ଭୂମନୁ ବୋଇଲେ ମା ଗୋ ପରୀକ୍ଷକୁ ମୋତେ ଦେଖାଇବୁ ନା କାରଣ
ପରୀକ୍ଷ ଦିଲେ ସୟଂବରକୁ ସ୍ୱୀକାର କରିବି ୟେହିକ୍ଷଣ । ୪୨
ଭାନୁମତୀ ବୋଇଲା ତାତ ୟେହି ସେ ପାଷାଣ
ଧରା ଧରି କରିମ ମୋହୋର ଛାମୁକୁ ଆଣ । ୪୩
ସାତ ସାଙ୍ଗୀ ଲାଗିଲା ଦୃଢ କରି
ଭାନୁମତୀ ଛାମୁରେ ଆଣି ଥୋଇଲେ ଥିର କରି । ୪୪
ଭାନୁମତୀ ଡାହାଣ କର ଘଷିଲା ପାଷାଣେ
ଅଗ୍ନିହୁଂ ଉତ୍ତାର ରତ୍ନ ହୋଇଲା ତତକ୍ଷଣେ । ୪୫
ଦେଖିଣ ଆଶ୍ରିଜ ଯେ ଭୂମନୁ ନରପତି
ପ୍ରତକ୍ଷେ ଲକ୍ଷ୍ମୀ ମା ଗୋ ହୋଇଛୁ ଉତପତ୍ତି । ୪୬
ଭାନୁମତୀ ବୋଇଲା ତାତ ମୋର ଜନ୍ମେ ଜନ୍ମେ ୟେ ସିଦ୍ଧି
ଦୁଇ ହାଥେ ଅଛି ମୋର ଶଙ୍ଖ ପଦ୍ମନିଧି । ୪୭



୪୦ ।୧ ଭୂମନୁ ବୋଇଲା ମା ଗୋ ମିଳିଲା ୟେବେ ଅନ୍ନ ।
୪୫ ।୨ ଅଗ୍ନି ହୁଂ ତେଜ ସେ ସୁବର୍ଣ୍ଣ ହୋଇଲା ତତକ୍ଷଣେ ।
 ପାଣି ଦ୍ରବ୍ୟ ଉତପତ୍ତି ପାଷାଣ ହୋଇଲା ତତକ୍ଷଣେ ।
ମାଂକଡା ପଥରେ ଲଗାଇଲେ ମୋର କର
ଯଉଂ ରତ୍ନ ଇଛିବି ସେହି ହୋଇବ ପାଣିଦ୍ରବ୍ୟ ସାର । ୪୮
କନ୍ୟ ମାସ ଶୁକଳ ପକ୍ଷ ଦଶମୀ ଯେ ତିଥି
ଶରଦ ଉଚ୍ଛବ ଅନ୍ତେଣ ଅପରାଜିତା ପାର୍ବତୀ । ୪୯
ପଣ୍ଡିତ ବାର ଯେ ଶ୍ରବଣା ନକ୍ଷତ୍ରେ
ସୟଂବରକୁ ଅନକୂଳ ଘେନଇ ଭୂମନୁ ନୃପତ୍ୟେ । ୫୦
ଶୂଦ୍ରକ ନାମେଣ ତାର ମନ୍ତ୍ରୀକି ତତକ୍ଷଣେ ରାଇ
ରାଜାନ୍ତ ନିମନ୍ତ୍ରଣ କର ସୟଂବର କୃତ୍ୟ କହି । ୫୧
ଶୂଦ୍ରକ ମନ୍ତ୍ରୀ ଶୁଣ ଅନେକ ହରଷ
ଦେଶାଉର ପେଷିଲା ସେ ଚାରଦିଗ ପାଶ । ୫୨
ଭାନୁମତୀ ସାଦ୍ରିଶେ ଚିତ୍ରପଟେକ ଲିହିଲା
ରାଜାଙ୍କୁ ଦେଖାଇବାକୁ ସେ ସନ୍ଦେଶ ଭିଆଇଲା । ୫୩
ମନ୍ତ୍ରୀର ବଚନେ ଯେ ଚଳିଲେ ସର୍ବ ଦୂତେ
ରାଜାନ୍ତ ନିମନ୍ତ୍ରଣ କରନ୍ତି ତୁରିତେ । ୫୪
ଭାନୁମତୀର ସୟଂବର ବୋଲିଣ ଜଣାଇଂ
ଲେଖନ ଚିତ୍ରପଟ ଛାମୁରେ ଦେଖାଇଂ । ୫୫
ଭାନୁମତୀର ଛାମୁକୁ ରାଜା ଆଣଇଂ ପାଷାଣ ସର୍ବ
ତାହାର କର ଲାଗନ୍ତେ ହୋଅଇ ପାଣିଦ୍ରବ୍ୟ । ୫୬
ୟେମନ୍ତେ ରାଜାର ଅନେକ ପାଣିଦ୍ରବ୍ୟ ହୋଇଲା
ନବର ଭଣ୍ଡାରମାନ ଯେ ଥୋଇତେ ଠାବ ନୋହିଲା । ୫୭
ବିଶ୍ୱକର୍ମା ମୂଳେ ଅନେକ ଦ୍ରବ୍ୟ ବାଣ୍ଟି
ଛାୟା ମଣ୍ଡୋପକେ ଉପାୟେ କରିଣ ଘଟି । ୫୮
ଛାୟା ମଣ୍ଡୋପ ଭିଆଇଲା ଶୁଭ ଯୋଗେ
ଛତ୍ର ଘରମାନ ରାଜା ଭିଆଇଲା ବେଗେ, ବେଗେ । ୫୯
ଅଶ୍ୱଶାଳ ଗଜଶାଳ ନଦୀ କୂଳେ ତୋଳାଇ
ସୁବର୍ଣ୍ଣର କଳସ ରାଜା ଘରେ, ଘରେ ବସାଇ । ୬୦



୪୯ ।୨ ଶରଦ ଉଚ୍ଛବ ଅନ୍ତେଣ ଅପରାଜିତା ପର୍ବତିଥି । (ପା)
୫୨ ।୨ ପେଷାଇଲା, ପେଷିଲା ଅଛି ୫୬ ।୨ ପାଣିଦ୍ରବ୍ୟ-ସୁବର୍ଣ୍ଣ, ରତ୍ନ
ନେତର ପାତାଙ୍ଗ ଉଡଇ ଫରହର
କଦଳୀ ତ୍ରୋଣା ଯେ ଉଭାରନ୍ତି ଦ୍ୱାର ଦ୍ୱାର । ୬୧
ଅଶୀ ପଦ୍ମ ଘର ଯେ ଭୂମନୁ ରାଜାର ନଗ୍ରରେ
ବିଜୟା ମଣ୍ଡଳ ଭୂମନୁ ରାଜା ମଣ୍ଡଇ ସମ୍ଭର୍ବରେ । ୬୨
ଯେସନେକ ଭୂମନୁ ପୁର ଦିଶଇ ଇନ୍ଦ୍ର ବାରସ୍ୱତୀ
କି ସେ ଭୁବନ ଦିଶଇ ଅଳକାପୁର ଜ୍ୟୋତି । ୬୩
ଅକ୍ଷତ ପାଇଣ ଆସନ୍ତି ରାଜାଗଣମାନେ
ପ୍ରବେଶ ହୋଇଲେ ଯାଇଂ ବିଜୟା ନଗ୍ର ଥାନେ । ୬୪
ପାଦାଅର୍ଘ୍ୟ ପାଦାସନ ଘେନିଣ ଭୂମନୁ ରାଜା
ସମସ୍ତ ନୃପତିମାନଙ୍କୁ କରଇ ପାଦ ପୂଜା । ୬୫
କଳିଙ୍ଗ ଉଡଙ୍ଗ ବଙ୍ଗ ଯେ ତେଲଙ୍ଗ
ଖାଞ୍ଜଣ ଦେଶ ଯେ ତିହୁଡି ଦେଶଭାଗ । ୬୬
ଚିର ଦେଶ ବୀର ଦେଶ ମହାତିରଣ ଦେଶ
ଭୋଟ ଦେଶ ମନ୍ଦାର ଦେଶ କାଉଂରୀ ଯେ ଦେଶ । ୬୭
ମଙ୍ଗଳା ଦେଶ ଡାହାଳ ଦେଶ ଦେଶ ବେଲାଉଳ
କ୍ଷୀରଣ ଦେଶ ଖେଚର ଦେଶ ଦେଶ ଯେ ଭୂପାଳ । ୬୮
ମାଳବ ଦେଶ ଗୁର୍ଜର ଦେଶ ଦେଶ ମରହଟ୍ଟ
ମଗଧ ଦେଶ ମଷ୍ୟ ଦେଶ, ଦେଶ ଯେ ଗୁଜୁରାଟ । ୬୯
କାଶୀ ଦେଶ କଉଶିକ ଦେଶ, ଦେଶ ଯେ କୁବୁଜ
ଉଜ୍ଜୟିନୀ ଦେଶ ପାରିଜାତ କନାଉଜ । ୭୦
କ୍ଷେତ୍ର ଦେଶ, ବିକ୍ଷେତ୍ର ଦେଶ, ଦେଶ ଯେ ଗାନ୍ଧାର
ନୀଳ ଦେଶ, ଅନୀଳ ଦେଶ, ଦେଶ ଯେ ନେପାଳ । ୭୧
ଶାଖା ମଣ୍ଡଳ ଭାଖା ମଣ୍ଡଳ ବଜ୍ରଗିରି ମଣ୍ଡଳ
ଶୋଣିତ ମଣ୍ଡଳ ଯେ କଣୟ ମଣ୍ଡଳ । ୭୨
ମେରୁ ମଣ୍ଡଳ ରାଜା ଆସନ୍ତି ସକଳ ମଳୟ ମଣ୍ଡଳ
ମନ୍ଦର ମଣ୍ଡଳ ଆବର ପଦ୍ମ ଯେ ମଣ୍ଡଳ । ୭୩



୬୨ ।୧ ଶାଖା ମଣ୍ଡଳ ଭାଖା ମଣ୍ଡଳ ବିଂଝଗିରି ମଣ୍ଡଳ
୬୧ ।୧ ପାତାଙ୍ଗ-ପତାକା, ୬୪ ।୨ ଥାନେ-ସ୍ଥାନେ
କୋଶଳ ମଣ୍ଡଳ ଯାଜନଗ୍ର ମଣ୍ଡଳ
ଅମର ମଣ୍ଡଳ କୁଞ୍ଜଗଳ ମଣ୍ଡଳ । ୭୪
ବାରୁଣା ମଣ୍ଡଳ ଇନ୍ଦ୍ର-ପ୍ରଶସ୍ତ ମଣ୍ଡଳ । ୭୫
ୟେମନ୍ତେ ଛତିଶ ମଣ୍ଡଳ ଜମ୍ୱୁଦ୍ୱୀପ ପୃଥୀ
ବାର ରାଷ୍ଟ୍ର କରିଣ ୟେହା ଭିଆଇଲେ ଯଯାତି । ୭୬
ବୀର ମଲ୍ଲ ସିଂହ ମଲ୍ଲ ଅପ୍ରମିତ ରାଷ୍ଟ୍ର
ଚିତ୍ର ରାଷ୍ଟ୍ର ଯେ ଜଳନ୍ତର ରାଷ୍ଟ୍ର । ୭୭
ଭାନୁ ରାଷ୍ଟ୍ର ଆଦି ଆବର ଯେତେ ରାଷ୍ଟ୍ର
ଅଯୋଧ୍ୟା ରାଷ୍ଟ୍ର ବିନ୍ଧ୍ୟମାଳ ରାଷ୍ଟ୍ର ସିଂହ ରାଷ୍ଟ୍ର । ୭୮
ପଶ୍ଚିମେ ସୋମ ରାଷ୍ଟ୍ର ଦକ୍ଷିଣେ ଉଡ ରାଷ୍ଟ୍ର
ମଧୁବନ ରାଷ୍ଟ୍ର କଣୟ ସଉରାଷ୍ଟ୍ର । ୭୯
ୟେମନ୍ତେ ବାର ରାଷ୍ଟ୍ର ଭିଆଣ ଯେ ମୂଳେ
ରାଷ୍ଟ୍ରପତିମାନେ ଭିଆଇଲେ ସର୍ବକାଳେ । ୮୦
କାମପୁର ନଗ୍ରୀ ଯେ ଉଜାଣ ନଗ୍ରୀ
ପାରୋଳା ନାମେ ନଗ୍ରୀ ଯେ ଯାଜନ ନଗ୍ରୀ । ୮୧
କାଞ୍ଚୀ ନଗ୍ରୀ, ରୁଦ୍ର ନଗ୍ରୀ ଯେ ହୋଳ ନାମେ ନଗ୍ରୀ
ବଡବାନଳ ନଗ୍ରୀ ବିଜାୟା ନାମେ ନଗ୍ରୀ । ୮୨



ଭୁଜଙ୍ଗ, ଚୁଡଙ୍ଗ, ବିଜେପୁର, ଗୋରୀ, କର୍ଣ୍ଣାଟ, କାଶ୍ମୀର, ନିର୍ଝର, ଉତ୍କଳ, ପାଞ୍ଚାଳା, ଶୋଭାଙ୍ଗ, ବିଚିତ୍ର, ସୋମ ଦେଶ,
ବିପଦ, ଦୃଷ୍ଟାନ୍ତ, (ଦୁରାନ୍ତ, ଦୃଶନ୍ତ) ୟେହି ଦେଶମାନଙ୍କରନ ନାମ ଦୁଇ ଖଣ୍ଡ ପୋଥିରେ ଅଧିକା ଅଛି, କିନ୍ତୁ ଉଦ୍ଧୃତ
ମୂଳ ପାଠ ଅନ୍ୟ ପୋଥିମାନଙ୍କରେ ସମାନ ।
୭୬ ।୧ ମଣ୍ଡଳମାନଙ୍କ ମଧ୍ୟରୁ-ଦଣ୍ଡ, ମଧୁ, ସୁକାନ୍ତି, ଉଦେ, କ୍ଷୀଣ, ଗମୟ, ପୁଣ୍ୟ, ଶଉରୀ, କୋମର,
 ଅଟଳ ସିଂହ, ସୁଜନ, ଚୋଳ, ପାଣି, ହିମବନ୍ତ ନରେଶ୍ୱର, ସୁଢଳ, - ଗୋଟିୟେ ଗୋଟିୟେ
 ପୋଥିରେ ଅଧିକା ଅଛି । ଭାସ୍କର, ଧୃତି, ଧୁମାନ୍ତ-ଛପା ବହିରେ ଅଧିକ ।
୭୮ ।୨ ରାଷ୍ଟ୍ର ମଧ୍ୟରେ - କେରି ରାଷ୍ଟ୍ର, ବୀରମୟ, ଅପ୍ରମିତ, ବିଂଖିତ, ଜଳତୁରଙ୍ଗ, ଘୋଟ, ବାଉନୁ ବିରାଷ୍ଟ୍ର,
ମନ୍ଦବଳ, ଅନୁମତି, କିୟା, ଅମିତ, ଜିତ, ଭୋଟ, ଅଜମିତ ।
୮୦ ୟେ ରୂପେ ବାର ରାଷ୍ଟ୍ର ଯେ ଭିଆମ ମଣ୍ଡଳେ
 ରାଷ୍ଟ୍ରପତିମାନେ ଯେ ଯାହା ଆସନ୍ତି ସକଳେ ।
କୁଣ୍ଡ ନଗ୍ରୀ ବେଦ ନଗ୍ରୀ ଯେ ମାହେନ୍ଦ୍ର ନାମେ ନଗ୍ରୀ
ହିଂଜଳ ନାମେ ନଗ୍ରୀ କୋନ୍ଦାବଇ ନାମେ ନଗ୍ରୀ । ୮୩
ପଦ୍ମଦଳ ନଗ୍ରୀ, ବିଷ୍ଣୁ ନଗ୍ରୀ, ସୁର ନଗ୍ରୀ, ବ୍ରହ୍ମଧାତୁ ନଗ୍ରୀ
ଜମ୍ୱୁଦ୍ୱୀପ ନଗ୍ରୀ, ଭୋଜ ନଗ୍ରୀ, ଅନୁଭବ ନାମେ ନଗ୍ରୀଷ ୮୪
ୟେ ନଗ୍ରମାନଙ୍କର ଯେତେକ ନୃପତି
ଭୂମନୁ ରାଜ୍ୟେ ବିଜେ କଲେ ସକଳ ଆଧିପତି । ୮୫
ଦକ୍ଷିଣେ ମହୋଦଧି କୋଶଳ ପଶ୍ଚିମେ ସୋମରାଷ୍ଟ୍ର କୋଶଳ
ଭୈରବ କୋଶଳ ଯେ କାଉଂରୀ କୋଶଳ । ୮୬
ଅରବିନ୍ଦ କୋଶଳ ବିଂଝମାଳ କୋଶଳ
ଉତ୍ତରା କୋଶଳ ଯେ ମଷଦେଶ କୋଶଳ । ୮୭
ମେରୁ କୋଶଳ କୁସୁମ ସତ୍ୟାନିଳ କୋଶଳ । ୮୮
ଭାନୁମତୀ କୋଶଳ ଯେ ଉଦୟଗିରି କୋଶଳ
Cଶାନ୍ୟ ଭାଗେ ବସେ ଚାରି ଯେ କୋଶଳ । ୮୯
ଜଳ ତରଙ୍ଗ କୋଶଳ ଫାଲଗୁନ କୋଶଳ ପୁରୀ
ଅଜଙ୍ଗ କୋଶଳ ଚୁଡଙ୍ଗ କୋଶଳ ଚାରି । ୯୦
ସ୍ଥଳରଙ୍ଗ କୋଶଳ ଫଲୁକୀ ଯେ ଅନନ୍ତାଇ କୋଶଳ
ୟେମନ୍ତେ ଆସନ୍ତି କୋଶଳ ଅଧିକାରୀ ସକଳ । ୯୧
କୋଶଳାଧିପତିମାନେ ଦଣ୍ଡ ଛତ୍ର ଘେନି
ଭାନୁମତୀ ଦେଶେ ପ୍ରବେଶ ଯେ ଯାହା ସନ୍ୟ ଘେନି । ୯୨
ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଦିଗ ଚାରି
ସମସ୍ତ ଦେଶରୁ ଯେ ଆସନ୍ତି ଦଣ୍ଡଧାରୀ । ୯୩



୮୫ ମୁଦ୍ରିତ ପୁସ୍ତକରେ - ନୀଳ, ଅନୀଳ ଯେନାବଳୀ, ମଥୁରା, ସୁଢଳ, ଯମୁନା, ଖଣ୍ଡପୁର, ବିନ୍ଧ୍ୟବର,
 ସୁବଳୟ, ବିତାଳ, କନଖଳ ଓ ମେଖଳ ପ୍ରଭୃତି ନଗରମାନଙ୍କର ମାନ ଅଛି । କିନ୍ତୁ ପ୍ରାପ୍ତ
 ପୋଥିମାନଙ୍କରେ ୟେମାନଙ୍କର ନାମ ନାହିଁ । ପୁନଶ୍ଚ କେତେକ ପୋଥିରେ ମନମୁଖୀ ନାମ ଅଛି ।
୮୮ ମେରୁ କୋଶଳ, କୁସୁମ, ମଳୟାନିଳ କୋଶଳ ।
୯୦ ।୧ ଅଜଙ୍ଗ କୋଶଳ କରଞ୍ଚ କୋଶଳ ଚାରି ।
ସବୁନ୍ତି ୟେକ ସରୂପେ ରାୟେ କରନ୍ତି ପୂଜା
ବର ବେଶେ ମଙ୍ଗଳେ ବିଜୟେ ସର୍ବ ରାଜା । ୯୪
ସମସ୍ତ ନୃପତିଙ୍କି କନେକ ସିଂଘାସନ
କରେଣ ରତ୍ନ ଦେଇ ରାଜା କରଇ ସମମାନ । ୯୫
ପଛିମେ ଦୁଇ ଊଣା ପଞ୍ଚାଶ ସହସ୍ର ନୃପତି
ଉତ୍ତରେ ୟେକ ଊଣା ଚାଳିଶ ସହସ୍ର ନୃପତି । ୯୬ ସଂ
ପୂର୍ବ ଦିଗେ ୟେକ ଊଣା ସାତ ସହସ୍ର ରାଜନ
ଦକ୍ଷିଣେ ତିନି ସହସ୍ର ରାଜା ବସନ୍ତି ବିଦ୍ୟାମାନ । ୯୭ ସଂ
ୟେମନ୍ତେ ଯେ ଚାରି ଊଣା ଲକ୍ଷେକ ନୃପତି
ଭାନୁମତୀ ଦେଶେ ଆସି ସମସ୍ତେ ମିଳନ୍ତି । ୯୮
ବ୍ରହ୍ମ, କ୍ଷତ୍ରିୟ, ବଶ୍ୟ, ଶୂଦ୍ର ଜାତି ଚାରି
ଦ୍ରତ୍ୟ ଦାନବ ରାକ୍ଷସ ପିଶାଚ ଆଦି କରି । ୯୯
କନ୍ଧ, ମହ୍ଲାର, କିରାତ, ବର୍ବର ନୃପତି
ଗନ୍ଧର୍ବ, ପକ୍ଷ, କିନ୍ନର, ଭୂପାଳ ବାରସ୍ୱତୀ । ୧୦୦
କନାଉଜ, ମହାରାଷ୍ଟ୍ର, ତେଲଙ୍ଗ, ମହାଭାଖା
ଉଡଙ୍ଗ, ଖାଞ୍ଜଣ ଘେନି ଅଷ୍ଟାଦଶ ବର୍ଗ ଲେଖା । ୧୦୧
ସମସ୍ତ ରାଜାମାନେ ଯେ ଯାହାର ସନ୍ୟ ତୁଲେ
ରଥ ଗଜ ଅଶ୍ୱ ଘେନି ସମ୍ଭରେ ବିଜେ କଲେ । ୧୦୨
ଦେଖିଣ ସାନନ୍ଦ ଯେ ଜମ୍ୱୁସେନର ବାଳ
ସମସ୍ତ ରାଜାଙ୍କୁ ଦିଲା ବରଣ ରତ୍ନ ମାଳ । ୧୦୩
ଅନେକ ସୂପକାର ରନ୍ଧନ କରନ୍ତି ଛତ୍ରଶାଳେ
ନିତ୍ୟକର୍ମ ସାରି ମୁଣୋହିଂ କରନ୍ତି ସକଳ ମହୀପାଳେ । ୧୦୪
ରାଜାନ୍ତ ସମାର୍ଜି ସେ ଭୂମନୁ ନୃପତି
ଆପଣେ ବିଜେ କଲେ ଯହିଂ ଅଛି ଦୁହିତା ଭାନୁମତୀ । ୧୦୫
ବିନୟ ଭା ହୋଇ ସେ ପଚାରେ ନୃପତି
ମା ଗୋ ତୋହୋର ଆଗ୍ୟାଂୟେ ଅଣାଇଲି ରାଜା ସବୁନ୍ତି । ୧୦୬
ବୋଲଇ କେବଣ ବିଧାନ ହେବ କହ ତଥ୍ୟ କରି
ମାଳ ଗୋଟିୟେ ଘେନି ଗୋ ତୋହୋର ଇଚ୍ଛ