ଅବନା ରସତରଙ୍ଗ/ଅବରଜ ବଚନର ମଉନ

ଅବନା ରସତରଙ୍ଗ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଷଷ୍ଠ ଛାନ୍ଦ: ଅବରଜ ବଚନର ମଉନ

ଷଷ୍ଠ ଛାନ୍ଦ: ଅବରଜ ବଚନର ମଉନ

ଅବରଜ ବଚନର ମଉନ । ଏ ସମୟର ବହଲ ପବନ ।୧।
ଖରପର କଥନ ଏ ଉତ୍ତର । ତବ ତନୟ ମମ ସହଚର ।୨।
ମମ ସହଜ ସଦୟ ଅରହ । ନ ବହ ଏ ଅବୟବ ନ ଦହ ।୩।
ଉପଗତ ଏସନ ଅସମୟ । ମଳୟଜ ଦହନ ଧନଞ୍ଜୟ ।୪।
ସତ କରମ କରଇ ସକଳ । ହର ଅଶନ କରକ ଗରଳ ।୫।
ମଳୟଜ ନଗର ଗଗଧର । ଶଶ ବହ ଧବଳ କର ଉର ।୬।
ତଦବତ ମମ ଧନ କରମ । ନରଧବ ଭବନର ଜନମ ।୭।
ଯଉଁ ନର ସଘନ ଅପଘନ । ରଜ ସମଳ ବଶ ଅଯତନ ।୮।
ମନ ରତନ ଖଟ ନ ହରଇ । ନବ ପଲ୍ଳବ ଶୟନ କରଇ ।୯।
ଡର ଜନମ ହରଷ ଢଳଇ । ଘନ ଜଠର ଅନଳ ଜଳଇ ।୧୦।
କରଇ ଏ କବଳ ଘନ ଘନ । ନଭ ଶଶଧର ନଗ ତପନ ।୧୧।
ଏ ସମତ ଇଇଳ ରତନର । କୁଚ ଲପନ ଉରଜ ଅଧର ।୧୨।
କହ ଏଥଉପର କର ଘର । ତବ ସମୟ ବସନ ଯତନ ।୧୩।
ବସ ବଲ୍ଳଭ ବତ୍ସର ତପନ । ଯତ ଏ ରସ କରମ ଅବଳ ।୧୪।
ଏଥ ଉପର ଏଦର ପତନ । ଶଶ ସମ ଧନର ଅପଘନ ।୧୫।
ନଖ ପଦ ଅଳପ ନ ସହଇ । ଖର ଶର ମଦନ ବରଷଇ ।୧୬।
କହ ଭଜନ କର ହର ହର । ଦର ଜନମ ମତ୍ତ ମଦନର ।୧୭।
ଏଥ ଉପର ପତନ ଏ ଦର । ନ ସହଇ ବନଜକର କର ।୧୮।
ମହ ଉଚ୍ଛନ୍ନ ଦହନ ଜନନ । ଅନବରତ କରଇ ଦହନ ।୧୯।
ଘନରସର ହତ ନ ଭଜଇ । ସତ ମମ ଘନରସ ଇଚ୍ଛଇ ।୨୦।
କହ ବଲ୍ଳଭ କରଇ ଗମନ । ଘଟ ରଖ ନ କରଇ ଉନମନ ।୨୧।
କରକଶ ପଥର ମମ ଉର । ନ ପଡଇ ଚଡକ ଏ ଉପର ।୨୨।
ଧନ ଏସନ କଷଣ ସହଇ । ଘଟ ରହଇ ଜପନ କରଇ ।୨୩।
ନବସପତ ବରଷ ବୟସ । ଏକ ଅବୟବ ରସ ହରଷ ।୨୪।
ମହ ସଉରଭ କର ସହଜ । ଷଟପଟ ନ ଇଚ୍ଛଇ ବନଜ ।୨୫।
ଅସ ଝଟକ ଅପଲକ କର । ଏ ସତ ନଭସଦନ ଗଣର ।୨୬।
ଏସନକ ନୟନ ବଡପଣ । କଚ ଭୟର କଜ୍ଜ୍ୱଳ ଶରଣ ।୨୭।
ବଶ କରଇ ଜଗତର ଜନ । ଧନ ରସ ରମ୍ୟକର ସଦନ ।୨୮।
ସତ ବଳଇ ଏସନ ଜନର । କଷଣ ତ ଦଇବ ଜଡବର ।୨୯।
ଏ ସମୟର ଅହ ଉତପନ । ଅମର ପଥ ରକତ ବରନ ।୩୦।
ମନ୍ଦ ଶବଦ କରଇ ସତ୍ୱର । ଗତଚରମ ନଗ ଶଶଧର ।୩୧।
ଦରରବ କରହର ଭବନ । ଷଡ ହରଷ ଶତଦଳ ବନ ।୩୨।
ଷଡ ଚରଣ ଏରବ କରଣ । ଚଳ ସଦନ ଉପଧବଗଣ ।୩୩।
ଦଶରଥକ ଉଟଜ ଉଦର । ଗତ ନୟନ ଦତ୍ତଘନ ପର ।୩୪।
ଝଟ ଝଟ ଜମ ଏ ଉପମ । ଧନ କନକ କବର ଏ ସମ ।୩୫।
ଏ ତ ନର ସହରଷ କଷଣ । ତପତପନ ତପତ ହରଣ ।୩୬।
ନଦ ସର କରଇ ଜଳଭର । ଦବଦହନ ଭୟ ଅପସର ।୩୭।
ପର ନଗର ଗମନ ହରଇ । ଜନମନ ରସ ବଶ କରଇ ।୩୮।
ପରତଳ ଶଙ୍କଟ କଟକର । ଇଚ୍ଛଇ ତ ହରଷ ଜଡବର ।୩୯।
ସନତମ ଏ ମନର ଚପଳ । କଥନ କତନ ରସ ସକଳ ।୪୦।
ଭବବଶକ କମଳ ଚରଣ । ଉପଇନ୍ଦ୍ର ଭଞ୍ଜ ମନ ଶରଣ ।୪୧।