ଅବନା ରସତରଙ୍ଗ/ଜଗତ ତମସ ଘନ ଘନ ବଶ

ଅବନା ରସତରଙ୍ଗ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ପଞ୍ଚମ ଛାନ୍ଦ: ଜଗତ ତମସ ଘନ ଘନ ବଶ

ପଞ୍ଚମ ଛାନ୍ଦ: ଜଗତ ତମସ ଘନ ଘନ ବଶ

ଜଗତ ତମସ ଘନ ଘନ ବଶ ସତ ଅହ ଅନ୍ତ ଖର
ଗରକର ଅନ୍ତ ପ୍ରତ୍ୟକ୍ଷ କରଇ ସଂହର ଶତତପର ।୧।
ତରଳ ଚନ୍ଦ୍ର ଉପଳର କରଇ ଉଦୟ କମଳଧର
ଧରଇ ପରସଦନ ଗତମନ ଉପଧବ ତସକର ।୨।
କରଇ ରଚନ କଇରବ ବନପ୍ରସନ୍ନ ଚକ୍ର ଅନ୍ତର
ତରସ୍ତ ହତକ ଏମନ୍ଦ ପରର ତ୍ୟକତ ନଗଉଦର ।୩।
ଦର ଶବଦ କର ଈଶ୍ୱର ଭବନର ଏକଜନ ଦର
ଦରଶନ କ୍ଷଣ ଏମନ୍ତ ସମୟ ସ୍ତମ୍ଭ ବଶ ଖରପର ।୪।
କମଳଧର କମଳଧର ବତ ବଦନ ବରନ ଇନ
କମଳଜ ପଦତଳ ଅନବରତ ଦଇନ ।୫।
ଅସମଶର ଅସମ ଶରଣତ ଇଚ୍ଛଇ ତରଣତଳ
ବନ ସଦନ ବନ ସଦନଜନ ବତ ଦଇବର ବଳ ।୬।
ପରମ କଷଣ ସହନ ଶୟନ ନବ ପଲ୍ଲବ ଉପର
ପରଭବକର ହତଚଇତନ ଏ ସ୍ୱପନ ତତପର ।୭।
ଧନ ଇଚ୍ଛକ ଜନବତ ଚପଳ ହରଷତ ବରଧନ
ଧନଦ ପଦ ଇତର କରଣର ନଗ ଉପଗତ ଧନ ।୮।
ଧର ସମଉଚ୍ଚ ଉରଜ ପ୍ରତ୍ୟକ୍ଷ ଏସନ ବସନଦର
ତରଳ ତର ନୟନଶର ନ ରଖଇ ଦମ୍ଭ ବକତର ।୯।
ଜଳ କଲସ ପ୍ରକଟ ଚନ୍ଦ୍ରବତ ସହଜ ମହଇଜ୍ୱଳ
ତଳପ ଅନ୍ତର ଧରଣ ଉଦ୍ୟମ ନ ପଡଇ କରତଳ ।୧୦।
ତନମନ ବଶ ତଦ୍ଧତ ଦର୍ଶନ ସ୍ୱପନ ଭଙ୍ଗ ତକ୍ଷଣ
ଥନ ଥନ କର ବନଜ ନୟନ ରସ ବଚନ କଥନ ।୧୧।
ନ ଧର ଅପରକଟ ପରକଟ କପଟ ରଙ୍ଗ ଅଧର
ମମ ଲପନ ସଙ୍ଗକର ଅମର ରସଦ ରଙ୍ଗ ଅଧର ।୧୨।
ନ ବହ ନ ବହ ମମ ଅମରଷ ଶରଣଜନମ ଉନ
ଈଶ୍ୱର ସମ୍ପଦ ଲଭ୍ୟ ଦତ୍ତକର ନ କର ଜନ ମଉନ ।୧୩।
ବଶ ନ କରଇ ଏମନ୍ତ ସହଜ ସତ କମଳଜ ପଦ
ଅଲକ୍ତ ତଦ୍ଦତଜଡନ ଇଚ୍ଛଇ ତବ କମଳଜ ପଦ ।୧୪।
ତରକକର ତରଳ କଳକଣ୍ଠ ଉରଜ କରରଞ୍ଜନ
ଚନ୍ଦ୍ର ଦରପଣ ଚନ୍ଦ୍ର ଦରପଣ ହରଷ ହର ଲପନ ।୧୫।
ମନମଥ ମନମଥନ କରଇ କର ବଚନ କଥନ
ରସକଳପ ସରକଳପ ଜନ ଜଗତ ମଧ୍ୟ ରଞ୍ଜନ ।୧୬।
ହରପରଶର ହର ପରଶର କଷଣ ଚୟ ରଭସ
ପରକଟ କର ପରକଟକର ଅରକ୍ଷ ରକ୍ଷଣ ଯଶ ।୧୭।
ସମ ଶଶଧର ସମ ଶଶଧର ହସ କର ଉଦୟକ
ରଣରଣ କରରଣ ରଣକର ରଣରପଦ କଟକ ।୧୮।
ମତ୍ତ କଳକଣ୍ଠ ମତ କଳକଣ୍ଠ ବଚନ କର ରଚନ
ଦଶ ନଖର ଦଶନ ଖରକ୍ଷତ ସଭୟ ନକର ମନ ।୧୯।
ନବକ ବରଷ ନବକ ବରଷ ରସ ଦତ୍ତ କର ଜବ
ଅନ୍ତରଗତର ଅନ୍ତର ଗତର କଷ୍ଟ ଅନଳ ପ୍ରଭବ ।୨୦।
ଅପସରତ ଅପସର ତବର ଏ ଉର ଅଟଇ ଧନ
ଦଣ୍ଡନକର ଦଣ୍ଡନକରକମଠ ଏ ଅନ୍ତର ଘନ ଘନ ।୨୧।
ହରଷରହ ହର ଶରଶତ ଦର ମମତବ ପଦନତ
ଅଧମଜ୍ଜନ ଅଧମ ଜନ କଷ୍ଟକର ଅର୍ଣ୍ଣବର ସତ ।୨୨।
ଏ କପଟକର ଏକପଟକର ଉର ଉପର ବହନ
ପଲକ ପଲଙ୍ଗ ଅନ୍ତର ନ ସହ ସହଜ ତବ ଏସନ ।୨୩।
ଖଣ୍ଡ ଏ ଅଯଶ ଉଦଣ୍ଡ ମଦନ ଦଣ୍ଡଧର ଦଣ୍ଡପ୍ରଦ
ଏମନ୍ତ ଦଣ୍ଡର ଧନ ପରବତ ସ୍ତନ ପରବତ ଲଦ ।୨୪।
କରତ କରଜ କରତ ଶବର କର ତ କର ବନ୍ଧନ
ଝଟକ ଝଟକ ଛଟକ ନୟନ ଅଚଳ ରଖତ ଧନ ।୨୫।
ପରମ ରମ୍ୟସ୍ଥଳ ନଗ ଅଜନ ଜନମ କରଇ ସ୍ମର
ଧରଇ କଳରବ କଳରବତ ରତ ସମୟର ସ୍ୱର ।୨୬।
ଚହଟଇ ସତ କଦମ୍ବ ଗନ୍ଧ ପବନ ବଶର
ରଚନ ପଲ୍ଲବ ଶୟନ ଶୟନ କର ସମ ସଙ୍ଗତର ।୨୭।
ଶଶଲକ୍ଷଣ ଧରଣର ନ କର ସଉର୍ଦ୍ଧ୍ୱ କର ତତ୍‍କ୍ଷଣ
ମକର ଧ୍ୱଜ ପର ଦଳନ କରସ୍ତ୍ରପନ ସତ ନ ମଣ
ମକର ଧ୍ୱଜ ମଧ୍ୟଗତ ଜନ ଏ ସ୍ତବ କରଇ ଶ୍ରବଣ ।୨୯।
ଅମରସପତ୍ନ ମନ୍ଦ ଦଶକନ୍ଧ ହରଣର ଲଙ୍କ ଗତ
ଅମରଷ ରଣକର ତବପର ଇନ ନନ୍ଦନ ସଙ୍ଗତ ।୩୦।
ବରଜ ବର ବରଦ ଏ ଉଦନ୍ତ ଶ୍ରବଣ କ୍ଷଣ ପ୍ରସନ୍ନ
ବରଜ ବର ଦତ୍ତକ ତତପର ଅନ୍ୟ ସ୍ଥଳର ଗମନ ।୩୧।
ଉପଇନ୍ଦ୍ର ଭଞ୍ଜ ଭବ ଭୟଚୟ ରଖ ସନ୍ତତ ଶରଣ
ଉପଇନ୍ଦ୍ର ଭଞ୍ଜ ଭଜଇ ଅମଳ ରଙ୍ଗକମଳ ଚରଣ ।୩୨।