ଚଉତିରିଶ ଗୋଟି ବ୍ୟଞ୍ଜନ ବର୍ଣ୍ଣକୁ ଗୋଟିଏ ଗୋଟିଏ ପଦରେ ଆଦ୍ୟ ଅକ୍ଷର ଭାବରେ ରଖି ରଚିତ କବିତାକୁ 'ଚଉତିଶା' କୁହାଯାଏ । ଏହା ବହୁ ପ୍ରାଚୀନ ଏବଂ ଓଡ଼ିଶୀ ସଙ୍ଗୀତର ଛାନ୍ଦ ଶୈଳୀରେ ବିଭିନ୍ନ ରାଗ ରାଗିଣୀରେ ରଚତି ଏବଂ ଗାୟନ ହୁଏ । ଏହାର ଅନେକ ପ୍ରଭେଦ ରହିଛି, ଯଥା ଓଲଟ ଚଉତିଶା, ମେଷଯୁଦ୍ଧ ଚଉତିଶା, ବହୁରାଗ ଚଉତିଶା, ଇତ୍ୟାଦି । ଆର୍ତ୍ତତ୍ରାଣ ଚଉତିଶା, ମନବୋଧ ଚଉତିଶା, କଳା କଳେବର ଚଉତିଶା, ନୀଳାଦ୍ରୀଶ ଚଉତିଶା ଆଦି କେତେକ ଜନପ୍ରିୟ ଚଉତିଶାର ଦୃଷ୍ଟାନ୍ତ ଅଟନ୍ତି ।